ମେଟ୍ରୋ |

ଆଜି ରଥକାଠ ଅନୁକୂଳ ପୂଜା

ଆଜି ରଥକାଠ ଅନୁକୂଳ ପୂଜା

ପୁରୀ ଅଫିସ,୧୮।୧୨: ୨୦୧୮ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ତିନିରଥ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ନୟାଗଡ଼ ବନମଣ୍ଡଳର ଦଶପଲ୍ଲା ଜଙ୍ଗଲରୁ ରଥକାଠ ସଂଗ୍ରହ କରାଯିବ। ଏହା ପୂର୍ବରୁ ବଡ଼ମୂଳସ୍ଥିତ ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ, ମାଳ, ମହାପ୍ରସାଦ ଲାଗି ହୋଇ ପୂଜାର୍ଚ୍ଚନା ହେବ। ଏହାପରେ ଗଛ କଟାଯାଇ କାଠ ସଂଗ୍ରହ ଅନୁକୂଳ କରାଯିବ। ଏଥିଲାଗି ସୋମବାର ଅପରାହ୍ନରେ ଦାରୁବିଗ୍ରହଙ୍କ ଲାଗି ଖଣ୍ଡୁଆ, ମାଳ, ମହାର୍ଦ୍ଦ, ଧୂପ, ଦୀପ ନେଇ ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ଟିମ୍‌ ନୟାଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି।
ସହକାରୀ ପ୍ରଶାସକ ସରୋଜ କୁମାର ରାୟଙ୍କ ନେତୃତ୍ୱରେ ଯାଇଥିବା ଟିମ୍‌ରେ ମୁଖ୍ୟ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର, ୱାର୍କ ସରକାର କାର୍ତ୍ତିକ ଭୋଇ ଏବଂ ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି। ଏ ସମ୍ପର୍କରେ ସହକାରୀ ପ୍ରଶାସକ ରାୟ କହିଛନ୍ତି, ରଥ ସଂହିତା ଅନୁଯାୟୀ ତିନିରଥ ନିର୍ମାଣ ଲାଗି ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ପ୍ରତିବର୍ଷ ଆବଶ୍ୟକ ମୁତାବକ ରଥକାଠ ନୟାଗଡ଼ ବନଖଣ୍ଡ ଯୋଗାଇଥାନ୍ତି। ଗତବର୍ଷ ଆସିଥିବା କାଠ ମଧ୍ୟରୁ ୧୮୪ ଖଣ୍ଡ ବଳକା ରହିଛି। ବାକି ୬୮୧ ଖଣ୍ଡ କାଠ ନୟାଗଡ଼ ବନଖଣ୍ଡ ଅଧିକାରୀ ଯୋଗାଇଦେବେ।
ମୁଖ୍ୟ ତତ୍ତ୍ବାବଧାରକ ମେକାପ କହିଛନ୍ତି, ରଥ ନିର୍ମାଣ ପାଇଁ ଅସନ, ଧଉରା, ଫାଶି, ଶିମିଳି କାଠ ଆସିଥାଏ। ଏଥର ଯେଉଁ ୬୮୧ ଖଣ୍ଡ କାଠ ଆସିବ ସେଥିମଧ୍ୟରୁ କଟକ ଖପୁରିଆସ୍ଥିତ ସ’ ମିଲ୍‌କୁ ୨୯୫ ଖଣ୍ଡ ଯିବ। ଅବଶିଷ୍ଟ ୩୮୬ ଖଣ୍ଡ କାଠ ରଥ ଖଳାକୁ ଆସିବ। ବସନ୍ତ ପଞ୍ଚମୀ ପୂର୍ବରୁ ସେମାନେ ୨ ଟ୍ରିପ୍‌ କାଠ ରଥଖଳାକୁ ପଠାଇବେ। ପରମ୍ପରା ଅନୁଯାୟୀ, ସେଥିମଧ୍ୟରୁ ୧୨ ଫୁଟିଆ ୩ ଖଣ୍ଡ ଧଉରା କାଠ ବସନ୍ତ ପଞ୍ଚମୀ ତିଥିରେ ଅନୁକୂଳ କରାଯିବ। ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ କରାଯିବାର ବିଧି ରହିଛି।

All Right Reserved By

ମେଟ୍ରୋ |

ସୁଦର୍ଶନଙ୍କୁ ଛୁଇଁଲେ, ଭିଡ଼ିଓ ରେକର୍ଡିଂ କଲେ

ସୁଦର୍ଶନଙ୍କୁ ଛୁଇଁଲେ, ଭିଡ଼ିଓ ରେକର୍ଡିଂ କଲେ

ପୁରୀ ଅଫିସ,୧୭।୭: ପହଣ୍ଡି ସମୟରେ ଠାକୁରଙ୍କୁ କେହି ଛୁଇଁବେ ନାହିଁ କି ପହଣ୍ଡିରେ କେହି ପ୍ରତିବନ୍ଧକ ସାଜିବେ ନାହିଁ। ଏଥିପ୍ରତି ସେବାୟତ ଓ ପୋଲିସ ସତର୍କ ଦୃଷ୍ଟି ଦେବେ। ଶ୍ରୀମନ୍ଦିର ପ୍ରଶାସନର ଏହି କଟକଣାକୁ ମାନୁନାହାନ୍ତି ଭକ୍ତ। ଭିଡ଼ର ସୁଯୋଗ ନେଇ ଠାକୁରଙ୍କୁ ଛୁଉଁଛନ୍ତି।

ବର୍ଷକୁ ୨୮ ଦିନ ଖାଲିପଡେ ରତ୍ନସିଂହାସନ

ବର୍ଷକୁ ୨୮ ଦିନ ଖାଲିପଡେ ରତ୍ନସିଂହାସନ

ପୁରୀ ଅଫିସ,୧୭।୭: ଆଡପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହ। ନବ ଦିନାତ୍ମକ ଯାତ୍ରାରେ ଆସି ଜନ୍ମବେଦୀରେ ପହଞ୍ଚତ୍ଛନ୍ତି ମହାପ୍ରଭୁ। ଗୁଣ୍ଡିଚା ମନ୍ଦିରରେ ଲାଗିଛି ଗହଳି ଚହଳି। ସେପଟେ କିନ୍ତୁ ଖଁ। ଖଁ। ଶ୍ରୀମନ୍ଦିର। ଖାଲିପଡିଛି ରତ୍ନସିଂହାସନ।

ଦକ୍ଷ ଶିକ୍ଷକ ସୃଷ୍ଟିରେ ଏନ୍‌ଏସ୍‌ଟିଆଇ ପରୀକ୍ଷାଗାର ସଦୃଶ ହେବ: ଧର୍ମେନ୍ଦ୍ର

ଦକ୍ଷ ଶିକ୍ଷକ ସୃଷ୍ଟିରେ ଏନ୍‌ଏସ୍‌ଟିଆଇ ପରୀକ୍ଷାଗାର ସଦୃଶ ହେବ: ଧର୍ମେନ୍ଦ୍ର

ବାରଙ୍ଗ, ୧୭।୭(ଡି.ଏନ.ଏ.)- ବାରଙ୍ଗସ୍ଥିତ ସୀତାରାମ ବଜାର ପାଖ ଇଏସ୍‌ଆଇ ହସ୍ପିଟାଲ ନିକଟରେ ସୋମବାର ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ(ଏନ୍‌ଏସ୍‌ଟିଆଇ)ର ଶିଳାନ୍ୟାସ କରାଯାଇଛି।

୨ ଶାର୍ପ ଶୁଟରଙ୍କ ସହ ଜେଲ୍‌ ଗଲେ ଟିଟୋ

୨ ଶାର୍ପ ଶୁଟରଙ୍କ ସହ ଜେଲ୍‌ ଗଲେ ଟିଟୋ

ଭୁବନେଶ୍ୱର(ବ୍ୟୁରୋ)/କେନ୍ଦ୍ରାପଡା ଅଫିସ, ୧୭।୭- ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋଙ୍କ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଅପରାହ୍ନ ପ୍ରାୟ ୩ଟାରେ ଏସ୍‌ଟିଏଫ୍‌ ତାଙ୍କୁ କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା।

ଖଣ୍ଡା ବୁଲାଇ ଆତଙ୍କ ଖେଳାଉଥିବା ୨ ଯୁବକ ଗିରଫ

ଖଣ୍ଡା ବୁଲାଇ ଆତଙ୍କ ଖେଳାଉଥିବା ୨ ଯୁବକ ଗିରଫ

ଭୁବନେଶ୍ୱର, ୧୭।୭(ବ୍ୟୁରୋ)- ନୟାପଲ୍ଲୀ ଥାନା ଅଞ୍ଚଳରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଉଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ଅଧୀନ ରଙ୍କଣି ବସ୍ତି ଅଞ୍ଚଳର ପିଙ୍କୁ ନାୟକ ଓ ଗୌରହରି ସାହୁ।

ବାଉନ୍‌ସରଙ୍କୁ ପିଟି ହତ୍ୟା ଘଟଣା

ବାଉନ୍‌ସରଙ୍କୁ ପିଟି ହତ୍ୟା ଘଟଣା

ଭୁବନେଶ୍ୱର, ୧୭।୭(ବ୍ୟୁରୋ)- ସାଇଡ୍‌ମରାକୁ କେନ୍ଦ୍ରକରି ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଏବଂ ସରକନ୍ତରା କେନାଲ ବନ୍ଧରେ ରବିବାର ରାତିରେ ହତ୍ୟାକାଣ୍ଡ ଘଟିଥିଲା।

ବୁଡ଼ିଲା ଚନ୍ଦ୍ରଶେଖରପୁର

ବୁଡ଼ିଲା ଚନ୍ଦ୍ରଶେଖରପୁର

ଚନ୍ଦ୍ରଶେଖରପୁର, ୧୭।୭(ଡି.ଏନ.ଏ.)- ରାଜଧାନୀ ଭୁବନେଶ୍ୱର ଏକ ପାହାଡ଼ିଆ ଅଞ୍ଚଳ। କିନ୍ତୁ ବର୍ଷା ଋତୁରେ ଏଠାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡ଼ୁଛି। ବେଆଇନ କୋଠା ନିର୍ମାଣ ଏବଂ ତ୍ରୁଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ଯୋଗୁ ସାଧାରଣ ଲୋକେ ବର୍ଷା ସମୟରେ ଦୁର୍ଦ୍ଦଶା ଭୋଗୁଛନ୍ତି, ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ସୋମବାର ଲଗାଣ ବର୍ଷାରେ।

ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା

ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା

ଭୁବନେଶ୍ୱର, ୧୭।୭(ବ୍ୟୁରୋ)- ଲଗାଣ ବର୍ଷାରେ ବେହାଲ ହୋଇଛି ସ୍ମାର୍ଟସିଟି। ରବିବାର ରାତି ୧୦ଟାରୁ ତୁହାକୁ ତୁହା ବର୍ଷା ଲାଗି ରହିବା ଫଳରେ ସୋମବାର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି।

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ, ୧୬ା୭: ଘୋଷଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଜନ୍ମବେଦୀରେ। ବଡ଼ଦାଣ୍ଡରେ ତିନିଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବା ପରେ ସୋମବାର ଆଡପମଣ୍ଡପକୁ ବିଜେ କରିଛନ୍ତି ମହାପ୍ରଭୁ। ମଙ୍ଗଳବାରଠାରୁ ଜନ୍ମବେଦୀରେ ଦାରୁଦିଅଁଙ୍କ ଦର୍ଶନ ପାଇବେ ଭକ୍ତ। ମିଳିବ ଆଡପ ଅବଢ଼ା। ଏଥିସହ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।

ଟ୍ରେନରୁ ମୋବାଇଲ, ଟଙ୍କା ଲୁଟ: ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬ା୭(ବ୍ୟୁରୋ)- ଟ୍ରେନରେ ଯାତ୍ରୀଙ୍କଠାରୁ ମୋବାଇଲ ଫୋନ ଓ ଟଙ୍କା ଲୁଟ କରିଥିବା ୨ ଅଭିଯୁକ୍ତଙ୍କୁ ଜିଆରପି ଥାନା ପୋଲିସ ସୋମବାର ଗିରଫ କରିଛି।

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି: ରାତି ୮ଟାଠାରୁ ଦର୍ଶନ ବନ୍ଦ

ପୁରୀ ଅଫିସ,୧୬ା୭: ମଙ୍ଗଳବାର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ରାତି ୮ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

ଐତିହ୍ୟ ଅବହେଳିତ, ବିପଦରେ ପଞ୍ଚତୀର୍ଥ: ଭୁଶୁଡିଲା ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି

ଐତିହ୍ୟ ଅବହେଳିତ, ବିପଦରେ ପଞ୍ଚତୀର୍ଥ: ଭୁଶୁଡିଲା ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି

ପୁରୀ ଅଫିସ,୧୬ା୭: ବିପଦରେ ପୁରୀର ପଞ୍ଚତୀର୍ଥ। ପ୍ରଶାସନର ଆନ୍ତରିକତା ଅଭାବରୁ ସହରର ତୀର୍ଥ ପୁଷ୍କରିଣୀଗୁଡ଼ିକ ଦୟନୀୟ ଅବସ୍ଥାରେ ରହିଛି। ସୋମବାର ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି ଭୁଶୁଡି ପଡିବା ଘଟଣା ଏହାକୁ ସ୍ପଷ୍ଟ କରିଛି।

Model This Week

ରୂପେଶ