
ଭୁବନେଶ୍ୱର,୧୮।୧୨(ବ୍ୟୁରୋ)-ଟ୍ରାଫିକ ପୋଲିସ ଏବଂ କେୟାର ହସ୍ପିଟାଲ ପକ୍ଷରୁ ସୋମବାର ବେସିକ୍ ଲାଇଫ୍ ସପୋର୍ଟ ସଂକ୍ରାନ୍ତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଜି ଛକସ୍ଥିତ ଟ୍ରାଫିକ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦୁର୍ଘଟଣା ଅବା କୌଣିସ ସମସ୍ୟା ହଠାତ୍ ଦେଖାଦେଲେ କିପରି ଏହାର ସମାଧାନ କରାଯାଇପାରିବ ସେ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଉଦାହରଣ ସ୍ବରୂପ ଜଣେ ଛୋଟ ପିଲାର ତଣ୍ଟିରେ କୌଣିସ ଜିନିଷ ଲାଗିଯାଇଛି କିମ୍ବା କାର ଚଳାଉଥିବା ବେଳେ ଚାଳକର ହୃଦ୍ଘାତ ଆସୁଛି ଏଭଳି ପରିସ୍ଥିତିରେ କିଭଳି ଭାବେ ସେମାନଙ୍କୁ ବଞ୍ଚାଇ ହେବ ତାହା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପୋଲିସ କମିଶନର ପି.ଏସ୍. ରଣପିସେ, ଟ୍ରାଫିକ ଡିସିପି କୃଷ୍ଣଚନ୍ଦ୍ର ସାମଲ, ଟ୍ରାଫିକ ଏସିପି ଯତୀନ୍ଦ୍ର କୁମାର ପଣ୍ଡା ଏବଂ କେୟାର ହସ୍ପିଟାଲର ଡ. ପ୍ରଜ୍ଞାନଙ୍କ ସମେତ ବହୁ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।