Dharitri News
ରାଜ୍ୟ |

‘ସର୍‌ଗିଫୁଲ ୨୦୧୭’ ଉଦ୍‌ଘାଟିତ

‘ସର୍‌ଗିଫୁଲ ୨୦୧୭’ ଉଦ୍‌ଘାଟିତ ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ ସର୍‌ଗିଫୁଲ ୨୦୧୭ ୟୁନିଟ ୧ ଆଦିବାସୀ ପଡ଼ିଆରେ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଚଳିତ ବର୍ଷ ଏହି ଉତ୍ସବର ଶୀର୍ଷକ ହେଉଛି ‘ମୁଁ ବି ପାରିବି’। ଡିସେମ୍ବର ୧୮ରୁ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବରେ ଉକ୍ତ ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀ ଶିକ୍ଷକ ଯୋଗ ଦେଇଛନ୍ତି। ଏହି ଅବସରରେ ୨୦୧୭ ମସିହାରେ କୃତିତ୍ତ୍ୱ ଅର୍ଜନ କରିଥିବା ୧୦୬ ଛାତ୍ରୀଛାତ୍ର ଏବଂ ଉତ୍ତମ ସେବା ସହ ବିଭିନ୍ନ ଦିଗରୁ ଶେଷ୍ଠ ବିବେଚିତ ହୋଇଥିବା ୫୯ଟି ହାଇସ୍କୁଲକୁ ସମ୍ବର୍ଦ୍ଧିତ କରାଯିବ।

ରାଜ୍ୟ |

ତୈଳଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ତୈଳଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଣାୟତ ତୈଳ ଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ଗରିବ ମାରଣ ଓ ମଧ୍ୟବିତ୍ତ ଶୋଷଣ ନୀତି ବୋଲି ଦଳ ପକ୍ଷରୁ ଅଭିଯୋଗ ହେଉଛି।

ଆରମ୍ଭ ହେଲା ଗୃହ କମିଟି ବୈଠକ

ଆରମ୍ଭ ହେଲା ଗୃହ କମିଟି ବୈଠକ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଗୁରୁବାର ବିଧାନସଭାରେ ଗୃହ କମିଟି ବୈଠକ ଆରମ୍ଭ ହୋଇଛି।

ପୁରୀ ସେନା ଟ୍ରେନ୍‌ରେ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ

ପୁରୀ ସେନା ଟ୍ରେନ୍‌ରେ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ

ପୁରୀ ଅଫିସ, ୧୮।୧: ପୁରୀରେ ସେନା ବାହିନୀର ସ୍ବତନ୍ତ୍ର ଟ୍ରେନ୍‌ରେ ଘଟିଥିବା ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ଓ କିପରି ବିସ୍ଫୋରଣ ଘଟିଲା ତାହାର କାରଣ ଖୋଜା ଚାଲିଛି।

ରେଭେନ୍‌ଶାରେ ପଦୋନ୍ନତି ଜାଲିଆତି ଅଭିଯୋଗ

ରେଭେନ୍‌ଶାରେ ପଦୋନ୍ନତି ଜାଲିଆତି ଅଭିଯୋଗ

କଟକ ଅଫିସ,୧୭ା୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ସହଯୋଗୀ ପ୍ରଫେସରଙ୍କ ପଦୋନ୍ନତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ବିଶ୍ୱବିଦ୍ୟାଳୟ ନିୟମକୁ ଉଲ୍ଲଂଘନ କରାଯାଇ କେତେଜଣ ସହଯୋଗୀ ପ୍ରଫେସରଙ୍କୁ ପଦୋନ୍ନତି ଦିଆଯାଇଛି। ୨ଦିନ ତଳେ କୁଳପତିଙ୍କ ନିକଟରେ ଏହି ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ଅବଦୁରଙ୍କ ବିରୋଧରେ ଶୁଣାଣି ଆରମ୍ଭ: ଅଦାଲତରେ କଥା ବଦଳାଇଲେ ସାକ୍ଷୀ

ଅବଦୁରଙ୍କ ବିରୋଧରେ ଶୁଣାଣି ଆରମ୍ଭ: ଅଦାଲତରେ କଥା ବଦଳାଇଲେ ସାକ୍ଷୀ

କଟକ ଅଫିସ, ୧୭।୧- ଅଲ୍‌କାଏଦା ଲିଙ୍କ୍‌ ସନ୍ଦେହରେ ଗିରଫ ହୋଇଥିବା ଅବଦୁର ରହମନଙ୍କ ବିରୋଧରେ ବୁଧବାର ଶୁଣାଣି ଆରମ୍ଭ ହୋଇଛି। ଜିଲା ଦୌରାଜଜ୍‌ ସତ୍ୟନାରାୟଣ ମିଶ୍ରଙ୍କ ଅଦାଲତରେ ପୂର୍ବ ନିର୍ଦ୍ଦେଶ ମୁତାବକ ସାକ୍ଷୀ ସଲିମ୍‌ ଖଁା ସାକ୍ଷ୍ୟ ପ୍ରଦାନ କରିଥିଲେ। ସାକ୍ଷ୍ୟ ପ୍ରଦାନ କରି ସଲିମ୍‌ କହିଥିଲେ ଯେ, ସେ ଅବଦୁର୍‌ଙ୍କୁ ଚିହ୍ନିଛନ୍ତି।

ଜଟଣୀ ଫ୍ଲାଇ ଓଭର ବ୍ରିିଜ୍‌ କାର୍ଯ୍ୟ ନିମ୍ନମାନର ମାମଲା: ସିସି ଟିଭି ଫୁଟେଜ ଯାଞ୍ଚ୍‌ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ

ଜଟଣୀ ଫ୍ଲାଇ ଓଭର ବ୍ରିିଜ୍‌ କାର୍ଯ୍ୟ ନିମ୍ନମାନର ମାମଲା: ସିସି ଟିଭି ଫୁଟେଜ ଯାଞ୍ଚ୍‌ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ

କଟକ ଅଫିସ, ୧୭।୧- ଜଟଣୀରେ ୫୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଫ୍ଲାଇ ଓଭର ବ୍ରିଜ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କିତ ଆଗତ ମାମଲାରେ ବୁଧବାର ଭିଜିଲାନ୍ସ ପକ୍ଷରୁ ପୂର୍ବ ନିର୍ଦ୍ଦେଶ ମୁତାବକ ଏକ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି। ଉକ୍ତ ରିପୋର୍ଟରେ ରାଉରକେଲା ଏନ୍‌ଆଇଟିର ବିଶେଷଜ୍ଞ ଦଳ ଏହାର ତଦନ୍ତ କରୁଛନ୍ତି। ଏହି ବିଶେଷଜ୍ଞ ଦଳର ତଦନ୍ତ ଶେଷ ପରେ ଚୂଡ଼ାନ୍ତ ରିପୋର୍ଟ ଅଦାଲତରେ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ଦର୍ଶାଯାଇଛି। ଅନ୍ୟପକ୍ଷରେ ପୋଲ ନିକଟରେ ଥିବା ସିସି ଟିଭି ଫୁଟେଜକୁ ଯାଞ୍ଚ କରିବାକୁ ଭିଜିଲାନ୍ସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏସ୍‌ସିବିରେ କଳାହାଣ୍ଡି ଏସିଡ୍‌ ପୀଡିତା: ଜିଲା ଜଜ୍‌ଙ୍କ ଉପସ୍ଥିତିରେ ଆସିଲା ଧମକପୂର୍ଣ୍ଣ ମେସେଜ

ଏସ୍‌ସିବିରେ କଳାହାଣ୍ଡି ଏସିଡ୍‌ ପୀଡିତା: ଜିଲା ଜଜ୍‌ଙ୍କ ଉପସ୍ଥିତିରେ ଆସିଲା ଧମକପୂର୍ଣ୍ଣ ମେସେଜ

କଟକ ଅଫିସ, ୧୭।୧- ଏସ୍‌ସିବି ମେଡିକାଲର ପ୍ଲାଷ୍ଟିକସର୍ଜରୀ ବିଭାଗରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି କଳାହାଣ୍ଡି ଏସିଡ ପୀଡିତା। ବୁର୍ଲା ମେଡିକାଲରୁ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା। ବୁଧବାର ଭୋରରେ ପୀଡିତା କାଜୁଆଲିଟିରେ ପହଞ୍ଚତ୍ବା ପରେ ତାଙ୍କୁ ପ୍ଲାଷ୍ଟିକସର୍ଜରୀ ବିଭାଗକୁ ପଠାଯାଇଥିଲା। ବିଭାଗୀୟ ପ୍ରଫେସର ଡା. ଅରୁଣ କୁମାର ଚୌଧୁରୀଙ୍କ ୟୁନିଟରେ ପୀଡିତା ଭର୍ତ୍ତି ହୋଇଛନ୍ତି।

ହାଇକୋର୍ଟରେ ନାଟ ମଣ୍ଡପ ମରାମତି ମାମଲା:ନିରୂପିତ ସ୍ଥାନ ଏଏସ୍‌ଆଇକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ

ହାଇକୋର୍ଟରେ ନାଟ ମଣ୍ଡପ ମରାମତି ମାମଲା:ନିରୂପିତ ସ୍ଥାନ ଏଏସ୍‌ଆଇକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ

କଟକ ଅଫିସ, ୧୭।୧- ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଗରୁଡ଼ସ୍ତମ୍ଭ ନିକଟ ନାଟ ମଣ୍ଡପ ପଥର ବିମ୍‌ରେ ଫାଟ ଦେଖାଦେଇଛି। ଏହି ଫାଟ ଓ ଅନ୍ୟାନ୍ୟ ମରାମତି କାର୍ଯ୍ୟ ନିମନ୍ତେ ନିରୂପଣ କରାଯାଇଥିବା ସ୍ଥାନ ଚଳିତ ମାସ ୨୨ ତାରିଖ ସୁଦ୍ଧା ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ପ୍ରଦାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗରୁଡ଼ ସ୍ତମ୍ଭ ନିକଟରେ କ’ଣ ମରାମତି କରାଯିବ। କାର୍ଯ୍ୟ ପାଇଁ କେତେ ସମୟ ଲାଗିବ ଓ ବ୍ୟୟ ଅଟକଳ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ଏଏସ୍‌ଆଇକୁ ମଧ୍ୟ କୁହାଯାଇଛି। ମୁଖ୍ୟ ବିଚାରପତି ବିନୀତ ସରନ ଓ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ଲୋଡ଼ିଲା ୬୫୦୦ କୋଟି

ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ଲୋଡ଼ିଲା ୬୫୦୦ କୋଟି

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଆଗାମୀ ୨୦୧୮-୧୯ ସାଧାରଣ ବଜେଟରେ ଓଡିଶାର ରେଳ ପ୍ରକଳ୍ପ ସକାଶେ ରାଜ୍ୟ ସରକାର ୬୫୦୦ କୋଟି ଟଙ୍କା ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖି ଏହି ଦାବି ଜଣାଇଛନ୍ତି। ରାଜ୍ୟର ସବୁ ଜିଲାକୁ ରେଳ ସଂଯୋଗ ସକାଶେ ବିଭିନ୍ନ ପ୍ରକଳ୍ପ ପାଇଁ ସରକାର ମାଗଣା ଜମି ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ପୁରୀ ରେଳ ଷ୍ଟେଶନରେ ଅଘଟଣ: ସେନା ଟ୍ରେନରେ ବିସ୍ଫୋରଣ, ରୋଷେଇ ଗ୍ୟାସ ଟାଙ୍କି ଫାଟି ପ୍ୟାଣ୍ଟ୍ରିକାର ଧ୍ୱସ୍ତ

ପୁରୀ ରେଳ ଷ୍ଟେଶନରେ ଅଘଟଣ: ସେନା ଟ୍ରେନରେ ବିସ୍ଫୋରଣ, ରୋଷେଇ ଗ୍ୟାସ ଟାଙ୍କି ଫାଟି ପ୍ୟାଣ୍ଟ୍ରିକାର ଧ୍ୱସ୍ତ

ପୁରୀ ଅଫିସ, ୧୭।୧: ପୁରୀ ରେଳ ଷ୍ଟେଶନରେ ଲଗାତର ୩ଟି ଟ୍ରେନରେ ଅଗ୍ନିକାଣ୍ଡ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ବୁଧବାର ପୁଣି ଘଟିଛି ଏକ ଅଘଟଣ। ଷ୍ଟେଶନର ୨ନମ୍ବର ପ୍ଲାଟଫର୍ମରେ ଲାଗିଥିବା ମିଲିଟାରୀ(ସେନା)ର ସ୍ବତନ୍ତ୍ର ଟ୍ରେନର ପ୍ୟାଣ୍ଟ୍ରିକାର (ରୋଷ ବଗି)ରେ ଏକ ଗ୍ୟାସ ସିଲିଣ୍ଡର ଫାଟି ଘଟିଛି ବିସ୍ଫୋରଣ। ଏଥିରେ ଉକ୍ତ ବଗିର କିଛି ଅଂଶ ଜଳିଯିବା ସହ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଷ୍ଟେଶନ ଆଖାପାଖ ଅଞ୍ଚଳ ଥରି ଉଠିଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ବିଭିନ୍ନ ପ୍ଲାଟଫର୍ମରେ ଥିବା ଯାତ୍ରୀ ଭୟରେ ଦୌଡାଦୌଡି କରିଥିଲେ। ଏହି ସମୟରେ ପ୍ଲାଟଫର୍ମରେ ରହିଥିବା ଧଉଳି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ମ୍ୟାନେଜର ବିନୋଦ କୁମାର ଆର୍ଯ୍ୟ ଏବଂ କର୍ମଚାରୀ ଚନ୍ଦନ କୁମାର ଦାସ ଆହତ ହୋଇଛନ୍ତି। ତେବେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇ ନାହିଁ। ପ୍ୟାଣ୍ଟ୍ରିକାରରେ ରୋଷେଇ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜିଆରପି କିମ୍ବା ଆରପିଏଫ ନିକଟରେ କୌଣସି ମାମଲା ରୁଜୁ ହୋଇନାହିଁ।

ଯାତ୍ରାପାର୍ଟି ମାଲିକ ସଂଘର ଘୋଷଣା: ‘ବନ୍ଦ ହେବ ଯାତ୍ରା’

ଯାତ୍ରାପାର୍ଟି ମାଲିକ ସଂଘର ଘୋଷଣା: ‘ବନ୍ଦ ହେବ ଯାତ୍ରା’

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ଯାତ୍ରାପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ସେମାନେ ଆଉ ଦେଖିବାକୁ ପାଇବେନି ଯାତ୍ରା। କାରଣ ଆସନ୍ତା ଜୁଲାଇରୁ ଏହା ବନ୍ଦ ହେବ। ଯାତ୍ରା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହେଉଛି ସେହି ତୁଳନାରେ ଆୟ ହୋଇପାରୁ ନାହିଁ। ତେଣୁ ଯାତ୍ରା ଚାଲୁରଖିବା ସମ୍ଭବ ହେଉନାହିଁ। ଏହି କାରଣରୁ ଆସନ୍ତା ଜୁଲାଇରୁ ଯାତ୍ରା ପରିବେଷଣ ବନ୍ଦ କରାଯିବ ବୋଲି ବୁଧବାର ଯାତ୍ରା ମାଲିକ ସଂଘ ପକ୍ଷରୁ କୁହାଯାଇଛି। ସଂଘ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଦାବିରେ ବିକ୍ଷୋଭ

ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଦାବିରେ ବିକ୍ଷୋଭ

ପୁରୀ ଅଫିସ, ୧୭।୧: ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା, ସାମାଜିକ ସୁରକ୍ଷା ତଥା ଅନ୍ୟାନ୍ୟ ଦାବି ନେଇ ଏଆଇଟିୟୁସି ଓ ସିଆଇଟିୟୁ କର୍ମଚାରୀଙ୍କ ପକ୍ଷରୁ ବୁଧବାର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।