ରାଜ୍ୟ |

ଆଶାରେ ଅଟକିଲା ‘୧୫୦’ ଆସ୍ଫାଳନ

ଆଶାରେ ଅଟକିଲା ‘୧୫୦’ ଆସ୍ଫାଳନ

ଭୁବନେଶ୍ୱର, ୧୮।୧୨ (ସ୍ବ.ପ୍ର.)-ଗୁଜରାଟ ନିର୍ବାଚନ ଫଳାଫଳ ପ୍ରମାଣିତ କରି ଦେଇଛି ଯେ କାହାର ଆକଳନ କିମ୍ବା କାହାର ଆସ୍ଫାଳନ ସପକ୍ଷରେ ଜନତାର ମତ ସମାନ୍ତରାଳ ଭାବେ ଗତି କରେ ନାହିଁ। ଜନସାଧାରଣ କାହା ସପକ୍ଷରେ ଅଛନ୍ତି ତାହା କେବଳ ପ୍ରକାଶିତ ଭୋଟ ଫଳାଫଳ ହିଁ ସାବ୍ୟସ୍ତ କରେ। ଗୁଜରାଟ ନିର୍ବାଚନ ପରବର୍ତ୍ତୀ ଏକ୍‌ଜିଟ୍‌ ପୋଲ ଯେଉଁ ଆକଳନ କରିଥିଲା ତାହା ମଧ୍ୟ ପୂର୍ବ ନିର୍ବାଚନଗୁଡିକ ପରି ସଂଖ୍ୟାତ୍ମକ ଦୃଷ୍ଟିରୁ ଅସତ୍ୟ ପ୍ରମାଣିତ ହେଲା। ସର୍ବୋପରି ଏହି ରାଜ୍ୟରେ ଏଥର ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ୧୮୨ରୁ ୧୫୦ ଆସନ ଜିତିବ ବୋଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କରିଥିବା ଆସ୍ଫାଳନକୁ ମଧ୍ୟ ଲୋକେ ଗ୍ରହଣ କରିନାହାନ୍ତି। ଗୁଜରାଟରେ ଭାଜପା ବିଜୟୀ ହୋଇ ଲଗାତର ଭାବେ ଷଷ୍ଠଥର ସକାଶେ ସରକାର ଗଠନ କରିବାକୁ ଯାଉଥିଲେ ମଧ୍ୟ ପୂର୍ବର ସଂଖ୍ୟାକୁ ଏଥର ଛୁଇଁପାରିନାହିଁ ଦଳ। ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ସୋସିଆଲ ଇଞ୍ଜିନିୟରିଂ’ ଫର୍ମୁଲା ଭାଜପାକୁ ୯୯ ଆସନରେ ସୀମିତ କରିଦେଇଛି। ଦଳିତ, ଓବିସି ଓ ପଟିଦାରଙ୍କୁ ସାଙ୍ଗରେ ନେଇ ଗୁଜରାଟ ନିର୍ବାଚନକୁ ଓହ୍ଲାଇଥିବା ରାହୁଲ କଂଗ୍ରେସକୁ କ୍ଷମତାସୀନ କରିପାରି ନ ଥିଲେ ମଧ୍ୟ ଭାଜପା ସହ କଡା ଟକ୍କର ଦେଇ ଅମିତ ଶାହଙ୍କ ଆସ୍ଫାଳନରେ ପାଣି ଢାଳି ଦେଇଛନ୍ତି।
ଗୁଜରାଟରେ ୧୯୯୫ରୁ କ୍ଷମତା ବାହାରେ ରହିଛି କଂଗ୍ରେସ। ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ଓ ନେତୃତ୍ୱ ପାଇଁ ବାଡ଼ିଆପିଟା ଏହି ଦଳକୁ ରାଜ୍ୟରେ ସଫଳ ହେବାକୁ ଦେଉନାହିଁ। ଗତ ରାଜ୍ୟ ସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଶଙ୍କର ସିଂ ବାଘେଲାଙ୍କ ବିଦ୍ରୋହ, କେତେଜଣ ବିଧାୟକଙ୍କ ସହ ଦଳ ତ୍ୟାଗ ଭଳି ଘଟଣା କଂଗ୍ରେସକୁ ଅଧିକ କ୍ଷତିଗ୍ରସ୍ତ କରିଥିଲା। ଏହା ସତ୍ତ୍ୱେ ଦଳ ଅହମ୍ମଦ ପଟେଲଙ୍କୁ ଜିତାଇ ରାଜ୍ୟ ସଭା ପଠାଇବା ସକାଶେ ସମର୍ଥ ହୋଇଥିଲା, ଯାହା ଶାସକ ଭାଜପା ସକାଶେ ଶକ୍ତ ଧକ୍କା ସଦୃଶ ଥିଲା। ଏହି ନିର୍ବାଚନର ଫଳ ପ୍ରକାଶ ପାଇଁ ରାତିଅଧିଆ ଡ୍ରାମା କେନ୍ଦ୍ରର ମୋଦି ସରକାରଙ୍କ ଇଙ୍ଗିତରେ ଚାଲିଥିଲା ବୋଲି ଅଭିଯୋଗ ଉଠିଥିଲା। ଏପରି କି ଫଳ ପ୍ରକାଶ ସକାଶେ ଭାଜପା ଏବଂ କଂଗ୍ରେସ ବିଳମ୍ବିତ ରାତିରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅହମ୍ମଦ ପଟେଲଙ୍କ ବିଜୟ ଭାଜପା ସକାଶେ ଏକ ଝଟକା ଦେଇଥିଲା। ଏହା କଂଗ୍ରେସର ମନୋବଳକୁ ବୃଦ୍ଧି କରିଥିଲା।
ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅମିତ ଶାହ ଏଥର ଦଳ ୧୫୦ ଆସନ ପାଇବ ବୋଲି ଆସ୍ପର୍ଦ୍ଧା ଦେଖାଇଥିଲେ। ନିଜ ରାଜ୍ୟରେ ଏଭଳି ଅହଙ୍କାର ପ୍ରକାଶର ଏକମାତ୍ର କାରଣ ଥିଲା କଂଗ୍ରେସର ଦୁର୍ବଳ ସ୍ଥିତି। ନିର୍ବାଚନରେ କଂଗ୍ରେସ କାହାକୁ ଆଗରେ ରଖି ପାରି ନ ଥିଲା। ବରଂ ରାହୁଲ ନିଜେ ଗୁଜରାଟ ନିର୍ବାଚନର ମଙ୍ଗ ଧରିଥିଲେ। ରାଜ୍ୟ ସଭା ସଦସ୍ୟ ଅହମ୍ମଦ ପଟେଲଙ୍କୁ ସାଙ୍ଗରେ ନିଆଯାଉଥିଲେ ମଧ୍ୟ ତାଙ୍କର ନାମ ଆଗକୁ ଆସୁ ନ ଥିଲା। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ଆଗରେ ରଖିଥିଲେ ମଧ୍ୟ ପ୍ରଚାର ମଙ୍ଗ ନିଜେ ଧରିଥିଲେ। ଅର୍ଥାତ୍‌ ଏଥରର ଗୁଜରାଟ ନିର୍ବାଚନ ବସ୍ତୁତଃ ଥିଲା ମୋଦି ବନାମ ରାହୁଲ। ଏହା ରାହୁଲଙ୍କର ବ୍ୟକ୍ତିତ୍ୱକୁ ଅଧିକ ଦୃଢ କରିଥିଲା। ଅନ୍ୟପକ୍ଷରେ ମୋଦିଙ୍କ ଏଥର ପ୍ରଚାର ଧାରାକୁ ଲକ୍ଷ୍ୟ କଲେ ସେ ରାଜ୍ୟସ୍ତରକୁ ଓହ୍ଲାଇ ଆସିଥିଲେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିଲା। ଗୁଜରାଟ ନିର୍ବାଚନ ପ୍ରକ୍ରିୟା ଅବ୍ୟାହତ ରହିଥିବାବେଳେ ଦଳରେ ରାହୁଲଙ୍କ ପଦୋନ୍ନତି ଘଟିଥିଲା। ଗତ ୧୬ ତାରିଖରେ ସେ ବିଧିବଦ୍ଧ ଭାବେ ଦଳର ମଙ୍ଗ ଧରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁଜରାଟ ନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ଆସନ ସଂଖ୍ୟା ବୃଦ୍ଧି କରି ରାହୁଲଙ୍କ କ୍ରମବର୍ଦ୍ଧମାନ ଦକ୍ଷତାର ପ୍ରମାଣ ଦେଇଛି। ଅନ୍ୟପଟେ ଭାଜପାର ପୂର୍ବାପେକ୍ଷା ଆସନ ସଂଖ୍ୟା କମିବା ମୋଦିଙ୍କ ଲୋକପ୍ରିୟତା ହ୍ରାସର ସଂକେତ ବୋଲି ତଥ୍ୟାଭିଜ୍ଞ ମହଲ ମତ ଦେଉଛନ୍ତି।
ଭାଜପାର ବିଜୟ ସତ୍ତ୍ୱେ ଆସନ ବିପଯର୍ର୍‌ୟୟର ବିଭିନ୍ନ କାରଣ ରହିଛି। ପ୍ରଥମତଃ ପଟିଦାର ଆନ୍ଦୋଳନ ଏବଂ ଦ୍ୱିତୀୟତଃ ଜିଏସ୍‌ଟି। ହାର୍ଦ୍ଦିକ୍‌ ପଟେଲଙ୍କୁ କଂଗ୍ରେସ ନେତା ରାହୁଲ ନିଜ ଆଡ଼କୁ ଟାଣି ନେବାରେ ସମର୍ଥ ହୋଇଥିଲେ। ପ୍ରକାଶ ଯେ, ରାଜ୍ୟର ୧୪ ପ୍ରତିଶତ ପଟେଲ ସମ୍ପ୍ରଦାୟ ଭାଜପାର ଦୃଢ ସମର୍ଥକ। ମାତ୍ର ଏଥର ଏହି ସମ୍ପ୍ରଦାୟର ଯୁବବର୍ଗ ହାର୍ଦ୍ଦିକ ପଟେଲଙ୍କ ପାଇଁ କଂଗ୍ରେସ ଆଡକୁ ଢଳିଗଲେ। ଅନ୍ୟ ପଛୁଆ ବର୍ଗ (ଓବିସି) ୪୯ ପ୍ରତିଶତ ଭୋଟର ମଧ୍ୟରେ ବିଭାଜନ ଦେଖିବାକୁ ମିଳିଲା। ଅଧା ଭାଜପା ଆଡକୁ ଢଳିବାବେଳେ ଅଧା କଂଗ୍ରେସ ସପକ୍ଷରେ ରହିଥିଲେ। ମୋଟ ୧୦ ପ୍ରତିଶତ ମୁସଲମାନ ଭୋଟ କଂଗ୍ରେସ ସପକ୍ଷରେ ରହିଥିଲେ ମଧ୍ୟ ତନ୍ମଧ୍ୟରୁ କିଛିଟା ଭାଜପା ଆଡକୁ ଯାଇଥିବା ଅନୁମାନ କରାଯାଏ। ଏତଦ୍‌ବ୍ୟତୀତ ୧୨ ପ୍ରତିଶତ ଆଦିବାସୀ ଓ ୭ ପ୍ରତିଶତ ଦଳିତ ଭୋଟ ଉପରେ କଂଗ୍ରେସର କବ୍‌ଜା ରହିଥିଲା। ଏହାସତ୍ତ୍ୱେ ଭାଜପା ପାଇଁ ସବୁଠାରୁ ଚିନ୍ତାଜନକ ଥିଲା ଜିଏସ୍‌ଟିକୁ ବିରୋଧ କରୁଥିବା ଗୁଜରାଟର ବ୍ୟବସାୟୀ ଗୋଷ୍ଠୀ। ନିର୍ବାଚନ ପ୍ରକ୍ରିୟା ଅବ୍ୟାହତ ଥିବା ସମୟରେ କେନ୍ଦ୍ର ସରକାର ଜିଏସ୍‌ଟି ପରିଷଦର ବୈଠକ ଡାକି ଅନେକ ସାମଗ୍ରୀକୁ ଉଚ୍ଚ ସ୍ଲାବରୁ ହ୍ରାସ କରିଥିଲେ। ଉଦ୍ଦେଶ୍ୟ ଥିଲା ବ୍ୟବସାୟୀ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରି ଭୋଟ ହାତେଇବା। ଏସବୁ ପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅମିତ ଶାହଙ୍କର ୧୫୦ ସଂଖ୍ୟା ହାସଲର ଆସ୍ଫାଳନ। ମାତ୍ର ଗୁଜରାଟ ଭୋଟର ସେହି ଆସ୍ଫାଳନକୁ ଆଶାରେ ସୀମିତ କରି ଦେଇଛନ୍ତି।

All Right Reserved By

ରାଜ୍ୟ |

ଛେରାପହଁରାକୁ ଝାଡୁଦାର କହି ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ: ସିଂହଦ୍ୱାରରେ ସେବାୟତଙ୍କ ପ୍ରତିବାଦ

ଛେରାପହଁରାକୁ ଝାଡୁଦାର କହି ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ: ସିଂହଦ୍ୱାରରେ ସେବାୟତଙ୍କ ପ୍ରତିବାଦ

ପୁରୀ ଅଫିସ, ୧୮।୭: ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରାକୁ ଝାଡୁଦାର କହି ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

୯ ଦଫା ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

୯ ଦଫା ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

ଅନୁଗୋଳ ଅଫିସ,୧୮।୭: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଆଖପାଖରେ ଥିବା ୧୦ଟି ପଞ୍ଚାୟତର ଅଧିବାସୀ ବୁଧବାର ୯ ଦଫା ଦାବିରେ ଷ୍ଟାଡିୟମଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସ ଘେରାଉ କରିଛନ୍ତି।

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

କଟକ ଅଫିସ, ୧୮।୭: ସିଏମ୍‌ସି ସ୍ବାସ୍ଥ୍ୟକର୍ମୀ ସୁନୀଲ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଥିବା ସୁନୀଲଙ୍କ ଘର ଓ ସିଏମ୍‌ସି ଅଫିସରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଛି।

ରାସ୍ତା କାଦୁଅ ଯୋଗୁ ଯାଇପାରିଲାନି ଆମ୍ବୁଲାନ୍ସ: ଜୀବନ ହାରିଲେ ମହିଳା

ରାସ୍ତା କାଦୁଅ ଯୋଗୁ ଯାଇପାରିଲାନି ଆମ୍ବୁଲାନ୍ସ: ଜୀବନ ହାରିଲେ ମହିଳା

ମାଲକାନଗିରି,୧୮।୭(ସ୍ବ.ପ୍ର.): କାଦୁଅ ରାସ୍ତା ଯୋଗୁ ଆମ୍ବୁଲାନ୍ସ ଯାଇ ନ ପାରିବାକୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମାଲକାନଗିରି ଜିଲା ସଦର ପଞ୍ଚାୟତ କାଦଗୁଡା ଗ୍ରାମରେ। ଗ୍ରାମର ଜମ୍ବତୀ କଂସାରୀ(୫୫) ନାମ୍ନୀ ମହିଳା ମଙ୍ଗଳବାର ଅପରାହ୍ନରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ।

ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଉଦ୍‌ଘାଟିତ: ଶ୍ରୀକୃଷ୍ଣଙ୍କ ଶଙ୍ଖ ଧ୍ୱନି ଧୃତରାଷ୍ଟ୍ରଙ୍କ ହୃଦୟକୁ ଥରାଇ ଦେଇଥିଲା

ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଉଦ୍‌ଘାଟିତ: ଶ୍ରୀକୃଷ୍ଣଙ୍କ ଶଙ୍ଖ ଧ୍ୱନି ଧୃତରାଷ୍ଟ୍ରଙ୍କ ହୃଦୟକୁ ଥରାଇ ଦେଇଥିଲା

ପୁରୀ ଅଫିସ, ୧୮ା୭: ରାଧାବଲ୍ଲଭ ମଠ ଆନୁକୂଲ୍ୟ ଶରଧାବାଲି ସ୍ଥିତ ରାଧାବଲ୍ଲଭ ସତ୍‌ସଙ୍ଗ ଭବନରେ ଉଦ୍‌ଘାଟିତ ହୋଇଛି ଶ୍ରୀଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ। ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶଙ୍କରାଚାର୍ଯ୍ୟ ଆଶୀର୍ବଚନ ପ୍ରଦାନ କରି କହିଥିଲେ, ମଠ ମନ୍ଦିରର ଜମିକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ହାତକୁ ନେଇ ଉପଭୋକ୍ତା ସାଜୁଛି।

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ ଅଫିସ, ୧୮ା୭: ବୁଧବାର ପାଳିତ ହେବ ହେରାପଞ୍ଚମୀ ନୀତି। ଶ୍ରୀମନ୍ଦିରରୁ ଶ୍ରୀଦେବୀ (ମା’ ଲକ୍ଷ୍ମୀ ଠାକୁରାଣୀ) ଆସିବେ ଗୁଣ୍ଡିଚା ମନ୍ଦିର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ହୋଇଛି।

ଭକ୍ତ ପାଇଲେ ଆଡ଼ପ ଦର୍ଶନ: ମିଳିଲା ଆଡ଼ପ ଅବ, ମହାପ୍ରଭୁଙ୍କର ହେଲା ବନକ ଲାଗି

ଭକ୍ତ ପାଇଲେ ଆଡ଼ପ ଦର୍ଶନ: ମିଳିଲା ଆଡ଼ପ ଅବ, ମହାପ୍ରଭୁଙ୍କର ହେଲା ବନକ ଲାଗି

ପୁରୀ ଅଫିସ, ୧୮ା୭: ଘୋଷଯାତ୍ରାରେ ବାହାରି ମହାପ୍ରଭୁ ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି। ମଙ୍ଗଳବାର ଲକ୍ଷାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ଦର୍ଶନ ପାଇଛନ୍ତି। ଏଥିସହ ମହାପ୍ରଭୁଙ୍କୁ ଲାଗି ହୋଇଛି ଅନ୍ନ ପ୍ରସାଦ। ଦୁଇଦିନ ଧରି ଅବଢ଼ା ପାଇ ନ ଥିବା ଶ୍ରଦ୍ଧାଳୁ ପାଇଛନ୍ତି ଆଡ଼ପ ଅବଢ଼ା। ଅନ୍ୟପକ୍ଷରେ ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି। ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି। ବୁଧବାର ହେରାପଞ୍ଚମୀ। ଏହି ନୀତିକୁ ସୁରୁଖୁରୁରେ ସମ୍ପନ୍ନ ଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

କଟକ ମାଛ ଗୋଦାମ ଉପରେ ଚଢ଼ାଉ

କଟକ ଅଫିସ,୧୮।୭: କଟକ ମାଛ ଗୋଦାମ ଓ ଦୋକାନ ଉପରେ ବୁଧବାର ସକାଳେ ପୁଣି ଥରେ ଚଢ଼ାଉ ହୋଇଛି। ମାଛରେ ଫର୍ମାଲିନ ମିଶିଛି କି ନାହିଁ ତାହା ଜାଣିବା ପାଇଁ ଫୁଡ୍‌ ସ୍କ୍ବାଡ୍‌ ପକ୍ଷରୁ ଏହି ଚଢାଉ ଜାରି ରହିଛି।

ରାଜନୈତିକ ଲିଙ୍କ୍‌ ଖୋଜିବାରେ ଏସ୍‌ଟିଏଫ୍‌ ବିଫଳ: ଟିଟୋଙ୍କ ୮ ସହଯୋଗୀ ଗିରଫ

ରାଜନୈତିକ ଲିଙ୍କ୍‌ ଖୋଜିବାରେ ଏସ୍‌ଟିଏଫ୍‌ ବିଫଳ: ଟିଟୋଙ୍କ ୮ ସହଯୋଗୀ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ, ୧୮ା୭- ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋ କେନ୍ଦ୍ରାପଡା ବାରିମୂଳ ଜେଲରେ ରହି ସହଯୋଗୀଙ୍କ ଦ୍ୱାରା ବାହାରେ ଆପରାଧିକ ନେଟଓ୍ବର୍କ ଚଳାଇପାରନ୍ତି। ଏହା ଉପରେ ଅଙ୍କୁଶ ଲଗାଇବାକୁ ଟିଟୋଙ୍କୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି।

ଲଗାଣ ବର୍ଷା ପରେ ବିଏମ୍‌ସିର ଚେତା ପଶିଲା: ସହରରେ ନିର୍ମାଣ ହେବ ୭ ଡ୍ରେନ, ଖର୍ଚ୍ଚ ହେବ ୯.୪୫ କୋଟି

ଲଗାଣ ବର୍ଷା ପରେ ବିଏମ୍‌ସିର ଚେତା ପଶିଲା: ସହରରେ ନିର୍ମାଣ ହେବ ୭ ଡ୍ରେନ, ଖର୍ଚ୍ଚ ହେବ ୯.୪୫ କୋଟି

ଭୁବନେଶ୍ୱର, ୧୮ା୭(ବ୍ୟୁରୋ)- ବିଭିନ୍ନ ସମୟରେ ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱରର ଏକାଧିକ ଅଞ୍ଚଳ ଜଳମଗ୍ନ ହୋଇପଡ଼ୁଛି। ଲୋକେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି। ଏହି ସମସ୍ୟା ବହୁ ପୁରୁଣା। ଏହା ସତ୍ତ୍ୱେ ସମାଧାନର ବାଟ ବାହାର କରିପାରୁ ନ ଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। କିନ୍ତୁ ଚଳିତବର୍ଷ ବର୍ଷା ଆରମ୍ଭରୁ ସ୍ଥିତି ବେହାଲ ହୋଇପଡ଼ିଲାଣି।

ସୂର୍ଯ୍ୟମନ୍ଦିର ପରିସରରେ ପାଣି ଜମିବା ଘଟଣା: ଶାସକ ଦଳକୁ ଭାଜପାର ଟାର୍ଗେଟ

ସୂର୍ଯ୍ୟମନ୍ଦିର ପରିସରରେ ପାଣି ଜମିବା ଘଟଣା: ଶାସକ ଦଳକୁ ଭାଜପାର ଟାର୍ଗେଟ

ଭୁବନେଶ୍ୱର, ୧୮ା୭(ବ୍ୟୁରୋ)- ଓଡ଼ିଶାର ଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରରେ ବର୍ଷାଜଳ ଜମିବା ଚିନ୍ତାର ବିଷୟ। ତୁରନ୍ତ ଏହି ସମସ୍ୟାର ସମାଧାନ କରାଯିବା ଆବଶ୍ୟକ। କୋଣାର୍କରେ ପାଣି ନିଷ୍କାସନ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ଚିଠି ଲେଖିଛନ୍ତି। ମାତ୍ର ବର୍ଷାଦିନ ଆରମ୍ଭରୁ ସହରରେ ବାସ କରୁଥିବା ଲୋକମାନେ ପାଣି ଭିତରେ ଜଳବନ୍ଦୀ ଜୀବନ କଟାଉଛନ୍ତି।

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ଘୁଞ୍ଚିବା ଅସମୀଚୀନ

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ଘୁଞ୍ଚିବା ଅସମୀଚୀନ

କଟକ ଅଫିସ, ୧୮ା୭- କେତେକ ଆଳ ଦେଖାଇ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖାକୁ ୧ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏହାଦ୍ୱାରା ଓଡ଼ିଆ ଭାଷା ପ୍ରତି କର୍ତ୍ତୃପକ୍ଷଙ୍କ ସେତେଟା ଆନ୍ତରିକତା ନ ଥିବା ଓ ବାଧ୍ୟବାଧକତାରେ ନିଷ୍ପତ୍ତି ନେଉଥିବା ସ୍ପଷ୍ଟ ହୋଇଛି। ଏଭଳି ନିଷ୍ପତ୍ତି ନିହାତି ଅସମୀଚୀନ ଏବଂ ଓଡ଼ିଆ ଭାଷା ପ୍ରତି ଅସମ୍ମାନଜନକ ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି।

Model This Week

ରୂପେଶ