ରାଜ୍ୟ |

ଭାଜପା ନେତା ଭୀଷ୍ମଦେବ ସରାଫ ବିଜେଡିରେ

ଭାଜପା ନେତା ଭୀଷ୍ମଦେବ  ସରାଫ ବିଜେଡିରେ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ବରଗଡ଼ ଜିଲା ବିଜେପୁର ନିର୍ବାଚନ ମଣ୍ଡଳିର ଭାଜପା ଟାଣୁଆ ନେତା ଭୀଷ୍ମଦେବ ସରାଫ ତାଙ୍କର ପ୍ରାୟ ୧୫୦ ସମର୍ଥକଙ୍କ ସହ ସୋମବାର ନବୀନ ନିବାସ ଯାଇ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ ବିଜେପୁର ଉପନିର୍ବାଚନ ଥିବାବେଳେ ଏହି ମିଶ୍ରଣ ଶାସକ ଦଳକୁ ଫାଇଦାରେ ରଖିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହା ଦଳ ପାଇଁ ଶୁଭ ସାବ୍ୟସ୍ତ ହେବା ସହ ବିଜେପୁରରେ ବିଜେଡିର ସ୍ଥିତିକୁ ଅହୁରି ମଝବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

All Right Reserved By

Model This Week

Model This Week

ରାଜ୍ୟ |

ଆନନ୍ଦପୁର ଥାନା ଅଧିକାରୀଙ୍କ ନାମରେ ପୋଷ୍ଟର

ଆନନ୍ଦପୁର ଥାନା ଅଧିକାରୀଙ୍କ ନାମରେ ପୋଷ୍ଟର

ଘସିପୁରା,୨୬।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିକାରୀ ସୁଦର୍ଶନ ପଣ୍ଡାଙ୍କ ନାମରେ ଏକ ପୋଷ୍ଟର ଏବେ ସର୍ବସାଧାରଣରେ ଘୂରିବୁଲୁଛି। ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ସଡ଼କ ସୁରକ୍ଷା ସପ୍ତାହରେ ରକ୍ତଦାନ, ଚକ୍ଷୁ ପରୀକ୍ଷା

ସଡ଼କ ସୁରକ୍ଷା ସପ୍ତାହରେ ରକ୍ତଦାନ, ଚକ୍ଷୁ ପରୀକ୍ଷା

ଭଦ୍ରକ ଅଫିସ,୨୬।୪: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଭଦ୍ରକ ବନ୍ତଛକଠାରେ ଗୁରୁବାର ଏକ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବସ୍‌ ସିଣ୍ଡିକେଟ ଓ ପରିବହନ ବିଭାଗର ମିଳିତ ଉଦ୍ୟମରେ ବସ୍‌ଷ୍ଟାଣ୍ଡ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଚଉଠି ରାତିରେ ନବବିବାହିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚଉଠି ରାତିରେ ନବବିବାହିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୨୬।୪: ଭଦ୍ରକ ଜିଲା ବାଂଶଡ଼ା ଥାନା ଅନ୍ତର୍ଗତ ହଟପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚଉଠି ରାତିରେ ଜଣେ ନବବିବାହିତଙ୍କୁ ତାଙ୍କ ଘର ପଛପାଖ ପୋଖରୀ ନିକଟସ୍ଥ ଏକ ନିମଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।

ଘରେ କେହି ନ ଥିବା ବେଳେ ଚୋରି, ଲକ୍ଷାଧିକ ଟଙ୍କାର ସୁନାଗହଣା, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଘରେ କେହି ନ ଥିବା ବେଳେ ଚୋରି, ଲକ୍ଷାଧିକ ଟଙ୍କାର ସୁନାଗହଣା, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବଡବିଲ,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଧୋବି ହଟିଂସ୍ଥିତ ଗାୟତ୍ରୀ ନିବାସର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ବଡବିଲ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗହଣା ଦୋକାନରୁ ଅଭିନବ ଉପାୟରେ ଚୋରି, ତାଲା ଭାଙ୍ଗି ଦୋକାନ ଆଗରେ ବାନ୍ଧିଲେ ଜରିପାଲ

ଗହଣା ଦୋକାନରୁ ଅଭିନବ ଉପାୟରେ ଚୋରି, ତାଲା ଭାଙ୍ଗି ଦୋକାନ ଆଗରେ ବାନ୍ଧିଲେ ଜରିପାଲ

କେନ୍ଦୁଝର,୨୬।୪(ସ୍ବ.ପ୍ର.): କେନ୍ଦୁଝର ସହର ମୁଖ୍ୟ ରାସ୍ତା କଡରେ ଥିବା ପ୍ରଦୀପ ଅଳଙ୍କାର ଦୋକାନରୁ ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରିଛନ୍ତି। ଦୋକାନର ଶୋ’ କେସରେ ଥିବା ରୁପା ଅଳଙ୍କାର ସହ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେବେ ସେମାନେ ଲକର ଭାଙ୍ଗିବାରେ ସକ୍ଷମ ହୋଇପାରି ନ ଥିବାରୁ ସେଥିରେ ଥିବା ପାଖାପାଖି ଅଢ଼େଇ ଲକ୍ଷ ଟଙ୍କାର ସୁନାଗହଣା ଅଳ୍ପକେ ବର୍ତ୍ତିଯାଇଛି। ଗୁରୁବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଗ୍ନିକାଣ୍ଡରେ ୪ ପରିବାରର ୬ ବଖରା ଧ୍ୱଂସ

ଅଗ୍ନିକାଣ୍ଡରେ ୪ ପରିବାରର ୬ ବଖରା ଧ୍ୱଂସ

ନୟାଗଡ ଅଫିସ, ୨୬।୪: ନୟାଗଡ ଏନ୍‌ଏସି ପୁରୁଣା ସହରଠାରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୬ ବଖରା ଘର ଧ୍ୱଂସ ହୋଇଯାଇଛି। ବିପନ୍ନ କିଷାନ ଓ ଅଶୋକଙ୍କ ଦୁଇ ବଖରା ଲେଖାଏ ପୋଡି ଯାଇଥିବା ବେଳେ ଲକ୍ଷ୍ମୀ ନାରାୟଣ ଓ ଚୈତନ୍ୟଙ୍କ ଗୋଟିଏ ଲେଖାଏ ଘର ପୋଡି ଯାଇଛି।

ଲତାଦେଇପୁର ଗ୍ରାମରେ ଦନ୍ତା ଆତଙ୍କ, ଆକ୍ରମଣରେ ୩ ଆହତ

ଲତାଦେଇପୁର ଗ୍ରାମରେ ଦନ୍ତା ଆତଙ୍କ, ଆକ୍ରମଣରେ ୩ ଆହତ

ଢେଙ୍କାନାଳ ଅଫିସ,୨୬।୪: ଢେଙ୍କାନାଳ ଷଢ଼ଙ୍ଗୀ ରେଞ୍ଜର ଲତାଦେଇପୁର ଗ୍ରାମରେ ଗୁରୁବାର ସକାଳ ୬ଟାରେ ଏକ ଦନ୍ତାହାତୀ ଆକ୍ରମଣେରେ ୩ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଗ୍ରାମର ସଞ୍ଜୀବ କର(୪୨), ଭୂତ ମଲିକ(୬୫), ସବିତା ଶତପଥୀ(୫୨)। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସଞ୍ଜୀବଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଜମିକୁ ମାଡୁନି କେନାଲ ପାଣି, ରାସ୍ତାକୁ ଓହ୍ଲାଇଲେ ଚାଷୀ

ଜମିକୁ ମାଡୁନି କେନାଲ ପାଣି, ରାସ୍ତାକୁ ଓହ୍ଲାଇଲେ ଚାଷୀ

ବରଗଡ ଅଫିସ,୨୬।୪: ବରଗଡ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀ ଅଧୀନ ଭେଡେନ ବ୍ଲକର ଅନେକ ଚାଷଜମିକୁ କେନାଲ ପାଣି ମାଡୁନାହିଁ। ଫଳରେ ରବି ଫସଲ ଉଜୁଡି ଯାଇଛି। ଉକ୍ତ ବ୍ଲକକୁ ହୀରାକୁଦ ଜଳସେଚିତ ଅଞ୍ଚଳ କୁହାଯାଉଥିବାବେଳେ ଏଠାରେ ଏଭଳି ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। କେନାଲ ଥିଲେ ମଧ୍ୟ ତଳମୁଣ୍ଡକୁ ପାଣି ପହଞ୍ଚୁ ନ ଥିବା ଯୋଗୁ ପ୍ରତିବର୍ଷ ଶହ ଶହ ହେକ୍ଟର ଫସଲ ଧୂଳିସାତ ହେଉଛି।

ପାଟଣାଗଡ଼ ପାର୍ସଲ ବୋମା ଘଟଣା: ପୁଞ୍ଜିଲାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ପାଟଣାଗଡ଼ ପାର୍ସଲ ବୋମା ଘଟଣା: ପୁଞ୍ଜିଲାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୬।୪: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଯଥା ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଗୁରୁବାର ପୂର୍ବାହ୍ନରେ ୬ଦିନିଆ ରିମାଣ୍ଡରେ ନେଇଛି।

ଶଙ୍ଖ ଧରିଲେ ଭାଜପା ନେତା ନୀଳମଣି

ଶଙ୍ଖ ଧରିଲେ ଭାଜପା ନେତା ନୀଳମଣି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଭାଜପା ନେତା ନୀଳମଣି ସାମଲ ଗୁରୁବାର ବିଜେଡିରେ ଯୋଗଦେଇଛନ୍ତି। ୨୦୧୪ରେ ସେ ବରୀ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ିଥିଲେ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସଠାରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି।

ମହିଳାଙ୍କୁ ବନ କର୍ମଚାରୀଙ୍କ ଅସଦାଚରଣ ଘଟଣା: ଆଦିବାସୀ ମେଳି, ରାଜପଥ ଅବରୋଧ

ମହିଳାଙ୍କୁ ବନ କର୍ମଚାରୀଙ୍କ ଅସଦାଚରଣ ଘଟଣା: ଆଦିବାସୀ ମେଳି, ରାଜପଥ ଅବରୋଧ

ସଜନାଗଡ଼,୨୬।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ତେଣ୍ଡା ଗ୍ରାମରେ ଜନୈକ ମହିଳାଙ୍କୁ ବନ କର୍ମଚାରୀ ଅସଦାଚରଣ କରିଥିବା ଘଟଣାର ପ୍ରତିବାଦରେ ଗୁରୁବାର ସକାଳ ୬ଟାରୁ ନୀଳଗିରି-କପ୍ତିପଦା ୧୯ ନମ୍ବର ରାଜ୍ୟ ରାଜପଥକୁ ସଜନାଗଡ଼ ଛକଠାରେ ଅବରୋଧ କରାଯାଇଥିଲା।

ଚର୍ଚ୍ଚାରେ ଧୋନୀଙ୍କ ରନିଂ

ଚର୍ଚ୍ଚାରେ ଧୋନୀଙ୍କ ରନିଂ

ବାଙ୍ଗାଲୋର, ୨୬।୪(ପି.ଟି.)- ନିଜର ଅବିଶ୍ୱସନୀୟ ଫିଟ୍‌ନେସ୍‌ ପାଇଁ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି କ୍ରିକେଟର ମହେନ୍ଦ୍ର ସିଂ ଧୋନୀ। ବୁଧବାର ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଘରୋଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ସେ ଯେଉଁଭଳି କିପିଂ ପ୍ୟାଡ୍‌ ଓ ଗ୍ଲୋଭ୍ସ ପିନ୍ଧି ବାଉଣ୍ଡରୀ ପର୍ଯ୍ୟନ୍ତ ଦୌଡ଼ି ଚୌକାକୁ ଅଟକାଇଥିଲେ ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।