ରାୟଗଡା

‘ମାଲ୍ୟବନ୍ତ’ମହୋତ୍ସବ ଆରମ୍ଭ, ଉତ୍ସବମୁଖର ହେଲା ସହର ରାସ୍ତା

‘ମାଲ୍ୟବନ୍ତ’ମହୋତ୍ସବ ଆରମ୍ଭ, ଉତ୍ସବମୁଖର ହେଲା ସହର ରାସ୍ତା

ମାଲକାନଗିରି, ୧୭।୧୨(ସ୍ବ.ପ୍ର.)-ଜିଲାର ବହୁ ପ୍ରତୀକ୍ଷିତ ଲୋକ ମହୋତ୍ସବ ‘ମାଲ୍ୟବନ୍ତ’ ରବିବାରଠାରୁ ଆରମ୍ଭ ହୋଇଛି। ମାଲକାନଗିରି ସହରସ୍ଥିତ ଜଗନ୍ନାଥ ମନ୍ଦିରରୁ କଳସ ଶୋଭାଯାତ୍ରା ବାହାରି ନୃତ୍ୟ, ବାଦ୍ୟ ଓ ଆତସବାଜିର ସହ ଡିଏନକେ ଖେଳ ପଡିଆରେ ପହଞ୍ଚତ୍ଥିଲା। ପାଖାପାଖି ୨ କିମି ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ନେତା, ବୁଦ୍ଧିଜୀବୀ, ଛାତ୍ରୀଛାତ୍ର, ଯୁବକ ସଂଘ, ମିଲର୍‌ ଆସୋସିଏସନ୍‌, ମାଲ୍ୟବନ୍ତ ଲରି ୟୁନିୟନ, ସ୍ବୟଂ ସହାୟକ ଗୋଷ୍ଠୀ, ସାମାଜିକ କର୍ମୀ ସଂଗଠନ ସମସ୍ତ କର୍ମକର୍ତ୍ତାଙ୍କ ସହ ଜିଲା ପ୍ରଶାସନର ସମସ୍ତ ଅଧିକାରୀ ଲୋକନୃତ୍ୟର ତାଳେତାଳେ କଳସ ଶୋଭାଯାତ୍ରାକୁ ପାଛୋଟି ଆଣିଥିଲେ। ମାଲ୍ୟବନ୍ତ ମହୋତ୍ସବର ମଣ୍ଡପରେ କଳସ ରଖି ଶୁଭ ଦିଆଯାଇଥିଲ। ଶୋଭାଯାତ୍ରାରେ ମହୋତ୍ସବର ମୁଖ୍ୟ ଅତିଥି ଥିବା ମନ୍ତ୍ରୀ ଦାମୋଦର ରାଉତଙ୍କ ସହ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ମାଲକାନଗିରି ବିଧାୟକ ମାନସ ମାଡ଼କାମି, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ସାମିଲ ଥିଲେ।

All Right Reserved By

Model This Week

ନିକିତା

ରାୟଗଡା

ସଦାଶିବ ତ୍ରିପାଠୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ

ସଦାଶିବ ତ୍ରିପାଠୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ

ମାଲକାନଗିରି, ୨୧।୪(ସ୍ବ.ପ୍ର.): ମାଲକାନଗିରି ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶନିବାର ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅମୀୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଜିଲାପାଳ ରଘୁମଣି ଗମାଙ୍ଗ, ପୌରାଧ୍ୟକ୍ଷା ରାଜଓ୍ବନ୍ତ କୌର, ଶିକ୍ଷାବିତ ଅନଙ୍ଗ ମହାପାତ୍ର ଓ ଖବରଦାତା କେଶବ ଚନ୍ଦ୍ର ନାୟକ ଯୋଗଦେଇ ତ୍ରିପାଠୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ।

ଏଟିଏମ୍‌ରେ ନୋ କ୍ୟାସ ପ୍ରତିବାଦରେ ୨ ଘଣ୍ଟା ଧାରଣା

ଏଟିଏମ୍‌ରେ ନୋ କ୍ୟାସ ପ୍ରତିବାଦରେ ୨ ଘଣ୍ଟା ଧାରଣା

ମାଥିଲି,୨୧।୪(ଡି.ଏନ୍‌.ଏ.): ଏଟିଏମରେ ନୋ କ୍ୟାସ ପ୍ରତିବାଦରେ ମାଥିଲି ବ୍ଲକ ବିଜେଡି କର୍ମୀମାନେ ଶନିବାର ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଜେଡିର ବ୍ଲକ ସଭାପତି ସଦାଶିବ ପୂଜାରୀଙ୍କ ନେତୃତ୍ୱରେ ଏଥିରେ ମାଲକାନଗିରି ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲିଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ। କର୍ମୀମାନେ ମାଥିଲି ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଏକତ୍ରିତ ହୋଇଥିଲେ।

ଚନ୍ଦାହାଣ୍ଡିରେ ପ୍ରତିବାଦ ଜଣାଇଲା ବିଜେଡି

ଚନ୍ଦାହାଣ୍ଡିରେ ପ୍ରତିବାଦ ଜଣାଇଲା ବିଜେଡି

ଚନ୍ଦାହାଣ୍ଡି,୨୧।୪(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁ ଦେଶର ଆଇନ ଶୃଙ୍ଖଳା ଏବଂ ଆର୍ଥତ୍କ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଏବେ ଏଟିଏମ୍‌ରେ ଟଙ୍କା ନଥିବାରୁ ଲୋକେ ବିମୁଦ୍ରିକରଣର ଦୁଃଖ ଭୋଗୁଛନ୍ତି। ଏଥିପାଇଁ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ବିଜେଡି ପକ୍ଷରୁ ବ୍ଲକ ସଭାପତି ଗୌରହରି ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବରୋଦା ବ୍ୟାଙ୍କ ସମ୍ମୁଖରେ ଦୁଇଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି।

‘ନୋ କ୍ୟାସ୍‌’କୁ ସୁନାବେଡ଼ାରେ ବିରୋଧ

ସୁନାବେଡ଼ା,୨୧।୪(ସ୍ବ.ପ୍ର.): ସୁନାବେଡ଼ା ସ୍ଥିତ ସମସ୍ତ ବ୍ୟାଙ୍କର ଏଟିଏମ୍‌ ସାମ୍ନାରେ ନୋ କ୍ୟାସ୍‌ ପ୍ରତିବାଦରେ ବିଜେଡି ଧାରଣା ଦେଇଛି। ମୋଦି ସରକାରଙ୍କ ବିରୋଧରେ ନାନାଦି ସ୍ଳୋଗାନ ଦିଆଯିବା ସହ ବିଭିନ୍ନ ପତାକା ଓ ବ୍ୟାନର ଧରି ବିଜେଡି କର୍ମୀ ସ୍ଥାନୀୟ ଲୋକଙ୍କ ନୋ କ୍ୟାସ୍‌ ବାବଦରେ ସଚେତନ କରିଥିଲେ।

ସୁବାଇ ହାଟପଦାରେ ୧୦୪ ଜଣଙ୍କୁ ଗ୍ୟାସ୍‌ ବଣ୍ଟନ

ସୁବାଇ ହାଟପଦାରେ ୧୦୪ ଜଣଙ୍କୁ ଗ୍ୟାସ୍‌ ବଣ୍ଟନ

ସେମିଳିଗୁଡ଼ା,୨୧।୪(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ସୁବାଇ ପଞ୍ଚାୟତର ସଦର ହାଟରେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା କାର୍ଯ୍ୟକ୍ରମରେ ୫୪୦ ଲୋକ ଯୋଗ ଦେଇଥିଲେ। ସେଥିରେ ୧୦୪ ଜଣ ଲୋକଙ୍କୁ ଉଜ୍ଜ୍ୱଳା ସିଲିଣ୍ଡର, ଚୁଲି ଦିଆଯାଇଛି।

ବ୍ୟାଙ୍କ ଆଗରେ ଧାରଣା ଦେଲା ଯୁବ ବିଜେଡି

ବ୍ୟାଙ୍କ ଆଗରେ ଧାରଣା ଦେଲା ଯୁବ ବିଜେଡି

ସେମିଳିଗୁଡ଼ା,୨୧।୪(ସ୍ବ.ପ୍ର.): ସେମିଳିଗୁଡ଼ା ସହରରେ ଥିବା ଏଟିଏମ୍‌ଗୁଡ଼ିକରେ ଦୀର୍ଘଦିନ ଧରି ପଇସା ରହୁ ନଥିବାରୁ ଲୋକଙ୍କ ଅସୁବିଧା ବଢ଼ିଯାଇଛି। ନିଜ ପଇସା ନିଜେ ଉଠାଇବା ପାଇଁ ଏବେ ସେମାନେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଏବେ ବାହାଘର ସିଜିନ ଚାଲିଥିବା ବେଳେ ଏଟିଏମ୍‌ରୁ ଟଙ୍କା ଉଠାଇବା ସମ୍ଭବ ହେଉନାହିଁ। ଏଟିଏମ୍‌ର ଏଭଳି ପରିଚାଳନାକୁ ବିରୋଧ କରି ଯୁବ ବିଜେଡି ପକ୍ଷରୁ ବ୍ୟାଙ୍କ ସମ୍ମୁଖରେ ହରତାଳ କରାଯାଇଛି।

ଗଛ ପଡ଼ି ରାସ୍ତା ଅବରୋଧ

ଗଛ ପଡ଼ି ରାସ୍ତା ଅବରୋଧ

ଚନ୍ଦ୍ରପୁର,୨୧।୪(ଡି.ଏନ.ଏ): ରାୟଗଡ଼ା ଜିଲାର ଚନ୍ଦ୍ରପୁର ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀ ଝଡ଼ବର୍ଷା ହୋଇ ବଡ ବଡ ଗଛ ଉପୁଡି ପଡ଼ିବା ସହ ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିପଡ଼ିଛି। ଡାଙ୍ଗସୋରଡା ବସ୍‌ଷ୍ଟାଣ୍ଡ ନିକଟରେ ଏକ ବଡ ତେନ୍ତୁଳି ଗଛ ଉପୁଡ଼ି ପଡ଼ିଥିବାରୁ ଶନିବାର ଦୀର୍ଘ ୬ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା।

ଏନ୍‌ଏସି ଅଫିସ୍‌ କାନ୍ଥରେ ଲଟ୍‌କା ଜାରି କଲା ଭାଜପା

ଏନ୍‌ଏସି ଅଫିସ୍‌ କାନ୍ଥରେ ଲଟ୍‌କା ଜାରି କଲା ଭାଜପା

କାଶୀନଗର,୨୧।୪(ଡି.ଏନ.ଏ): ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଗଜପତି ଜିଲା କାଶୀନଗର ବ୍ଲକ ଭାଜପା ପକ୍ଷରୁ ଶନିବାର ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟ କାନ୍ଥରେ ଲଟକା ଜାରି କରାଯାଇଛି।

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’: ୯ ପ୍ରକଳ୍ପ ପାଇଁ ୩୭ ଲକ୍ଷ ଅନୁଦାନ

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’: ୯ ପ୍ରକଳ୍ପ ପାଇଁ ୩୭ ଲକ୍ଷ ଅନୁଦାନ

ଗୁଣପୁର,୨୧।୪(ଡି.ଏନ୍‌.ଏ.): ରାୟଗଡା ଜିଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରି ଗ୍ରାମପଞ୍ଚାୟତରେ ଶନିବାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମେଗା ରକ୍ତଦାନ ଶିବିର ଓ ସଚେତନତା ସଭା

ମେଗା ରକ୍ତଦାନ ଶିବିର ଓ ସଚେତନତା ସଭା

କୋରାପୁଟ,୨୧ା୪(ସ୍ବ.ପ୍ର)-କୋରାପୁଟ ଜିଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ ପକ୍ଷରୁ ଶନିବାର ସ୍ଥାନୀୟ ସଂସ୍କୃତି ଭବନଠାରେ ମେଗା ରକ୍ତଦାନ ଶିବିର ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।

ବ୍ୟାଙ୍କ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା

ବ୍ୟାଙ୍କ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା

ବିଷମ କଟକ, ୨୧ା୪(ଡି.ଏନ.ଏ)-ରାୟଗଡା ଜିଲା ବିଷମକଟକ ସଦରସ୍ଥ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଶନିବାର ବିଜେଡି ପକ୍ଷରୁ ରାଜ୍ୟ ଉପସଭାପତି ପୃଥ୍ବୀରାଜ ସାହୁଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଥିଲା।

ମାଓବାଦୀ-ଯବାନ ଗୁଳି ବିନିମୟ: ଜଣେ ଯବାନ ଶହୀଦ

ମାଓବାଦୀ-ଯବାନ ଗୁଳି ବିନିମୟ: ଜଣେ ଯବାନ ଶହୀଦ

ମାଲକାନଗିରି, ୨୧ା୪(ସ୍ବ.ପ୍ର.)-ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର ସୁକ୍‌ମା ଜିଲାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ସିଆରପିଏଫ ଯବାନ ଶହୀଦ ହୋଇଥିବା ଜଣାପଡିଛି।