ରାୟଗଡା

ଆନ୍ଧ୍ରକୁ ବାଲି ଚୋରା ଚାଲାଣ: ପ୍ରଶାସନ ନୀରବ

ଆନ୍ଧ୍ରକୁ ବାଲି ଚୋରା ଚାଲାଣ: ପ୍ରଶାସନ ନୀରବ
ରାୟଗଡ଼(ଗଜପତି),୧୭। ୧୨(ଡି.ଏନ୍‌.ଏ.)-ପାହାଡରୁ ମୋରମ ଓ ପଥର ଚୋରା ଚାଲାଣ ବା ନଦୀରୁ ବେଆଇନ ବାଲି ଉତ୍ତୋଳନ ନେଇ ସମ୍ପୃକ୍ତ ଅଞ୍ଚଳର ତହସିଲଦାର ଓ ରାଜସ୍ବ ନିରୀକ୍ଷକ (ଆର.ଆଇ) ଦାୟୀ ରହିବେ। ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ । ସେମାନେ ପ୍ରତି ସପ୍ତାହରେ କେତେ ବାଲି ଓ ଗାଡି ଜବତ କଲେ, କେତେ ଟଙ୍କା ଜୋରିମାନା ଆଦାୟ କଲେ ତା’ର ଟିକି ନିଖି ତଥ୍ୟ ସରକାରଙ୍କୁ ଜଣାଇବେ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶନାମାର ଖୋଲାଖୋଲି ଉଲ୍ଲଙ୍ଘନ ହେଉଛି ଗଜପତି ଜିଲା ରାୟଗଡ ତହସିଲ ଅଞ୍ଚଳରେ। ଏହି ତହସିଲ ଅଧୀନ କରଡାସିଂ ପଞ୍ଚାୟତର ବୁରୁଜାଙ୍ଗ ଗ୍ରାମ ନଦୀ ପଠାରୁ ବାଲି ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଏହା ଜାଣି ମଧ୍ୟ ବିଭାଗୀୟ କର୍ତ୍ତପକ୍ଷ ନୀରବଦ୍ରଷ୍ଟା ସାଜିଥିବାରୁ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନୀ ଘଟୁଛି । ଚାଲାଣକାରୀମାନେ ପୂର୍ବରୁ ଦିନରେ ବାଲି ନେଉଥିବାବେଳେ ଏବେ ରାତିରେ ଟ୍ରାକ୍ଟର ଯୋଗେ ବାଲି ବୋହି ନେଉଛନ୍ତି। ପୂର୍ତ୍ତ ବିଭାଗ ଅଧୀନରେ ନିର୍ମାଣାଧୀନ କଇଁପୁର ରାସ୍ତା କାମ ଲାଗି ବାଲି ନେଉଥିବା ଦର୍ଶାଇ ବୁରଖତରୁ ଗଞ୍ଜାମ ଜିଲାର ଜରଡା ଦେଇ କିମ୍ବା କଇଁପୁରଠାରୁ କିଞ୍ଚଲିଙ୍ଗକୁ ବାହାରି ଆନ୍ଧ୍ରକୁ ଚୋରା ଚାଲାଣ କରୁଥିବା ଜଣାପଡ଼ିଛି। ବୁରୁଜାଙ୍ଗ ନଦୀପଠାରୁ ମାତ୍ରାଧିକ ବାଲି ଖନନ ଯୋଗୁ ପ୍ରାୟ ୭ କୋଟି ଟଙ୍କାରେ ନିର୍ମିତ ପୋଲଟି ନଷ୍ଟ ହୋଇଯିବା ସାଙ୍ଗକୁ ଗ୍ରାମ ପରିବେଶ ଉପରେ ପ୍ରଭାବ ପଡୁଛି। ଜିଲା ପ୍ରଶାସନ ତୁରନ୍ତ ଏହା ରୋକିବା ପାଇଁ ସାଧାରଣରେ ଦାବି ହେଉଛି । ଏ ନେଇ ତହସିଲଦାର ଏବଂ ଆର.ଆଇଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି । ଏ ନେଇ ଆର.ଆଇ. ଦୁର୍ଗାପ୍ରସାଦ ଶତପଥି କହିଛନ୍ତି ଯେ, ମୁଁ ଏ ବିଷୟରେ ତହସିଲଦାରଙ୍କୁ ଜଣାଇଛି । ସେ ଚଢ଼ାଉ କରିବେ ବୋଲି କହିଛନ୍ତି । ବଡ଼ଗାଡି ଯୋଗେ କଇଁପୁର ନିର୍ମାଣାଧୀନ ରାସ୍ତା କାର୍ଯ୍ୟକୁ ବାଲି ଯାଉଛି। କିନ୍ତୁ ଆନ୍ଧ୍ରକୁ ଚାଲାଣ ହେବା ବିଷୟ ମୁଁ ଜାଣିନାହିଁ । ଜିରାଙ୍ଗ ସର୍କଲ ଆରଆଇ ଏହା ଦେଖିବା କଥା ବୋଲି ଶତପଥି ପ୍ରକାଶ କରିଛନ୍ତି। ଅପରପକ୍ଷେ ବୁରୁଜାଙ୍ଗ ନିକଟସ୍ଥ ପଥରମେଟାଠାରେ ଦିନ ସମୟରେ ଦୈନିକ ଶହ ଶହ ଗାଡି ବାଲି ଗଦା ହେଉଥିବା ବେଳେ ତାହା ରାତିରେ ଉଭାନ ହୋଇଯାଉଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୨ ମାର୍ଚ୍ଚରେ ବଂଶଧାରା ଓ ମହେନ୍ଦ୍ରତନୟା ନଦୀରୁ ବାଲି ଉଠାଣ ଉପରେ ତତ୍କାଳୀନ ଜିଲାପାଳ କଟକଣା ଜାରି କରିଥିଲେ । ପରେ ଅଞ୍ଚଳବାସୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କେବଳ ସରକାରୀ ଓ ଘରୋଇ କାର୍ଯ୍ୟ ନିମନ୍ତେ ବାଲି ଉଠାଣ ଲାଗି ନିର୍ଦ୍ଦେଶ ଦେଇଥିଲେ । ତେବେ ସମ୍ପ୍ରତି ପ୍ରଶାନର କୋହଳ ମନୋଭାବ ଯୋଗୁ ବାଲି ମାଫିଆମାନେ ଏହାର ଫାଇଦା ଉଠାଇ ଜିଲା ବାହାରକୁ ବାଲି ଚୋରାଚାଲାଣ କରୁଥିବା ଜଣାପଡିଛି ।
All Right Reserved By

ରାୟଗଡା

ଟୋକନ ନ ମିଳିବାରୁ ଚାଷୀଙ୍କ ଲ୍ୟାମ୍ପସ ଘେରାଉ

ଟୋକନ ନ ମିଳିବାରୁ ଚାଷୀଙ୍କ ଲ୍ୟାମ୍ପସ ଘେରାଉ

ପାପଡାହାଣ୍ଡି/ମଇଦଲପୁର,୧୦।୧୨(ଡି.ଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଲ୍ୟାମ୍ପସର ଶତାଧିକ ଚାଷୀ ଟୋକନ ନ ପାଇ ସୋମବାର ଲ୍ୟାମ୍ପସ କାର୍ଯ୍ୟାଳୟ ଘେରାଉ କରିଥିଲେ। 

ସରକାରୀ ସହାୟତା  ସ୍ବପ୍ନ

ସରକାରୀ ସହାୟତା ସ୍ବପ୍ନ

ଗୋବିନ୍ଦପାଲି,୧୦।୧୨- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଡଡୁରାଲ ପଞ୍ଚାୟତର ପୂଜାରିଗୁଡା ଗ୍ରାମରେ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି ସମାରୀ ହନ୍ତାଳ। ସ୍ବର୍ଗତ ଅଦିଆ ହନ୍ତାଳଙ୍କ ସ୍ତ୍ରୀ ସମାରୀଙ୍କୁ ବୟସ ୭୦ ଟପିଲାଣି। ଏଯାଏ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନି। ତାଙ୍କର ଆଧାର କାର୍ଡ କିମ୍ବା ଭୋଟ ପରିଚୟପତ୍ର ନାହିଁ। ତାଙ୍କ କାନକୁ ଭଲ ଶୁଭୁନାହିଁ କି ଆଖିକୁ ଭଲ ଦେଖାଯାଉନାହିଁ। 

୧୦୮ କେଜି ଗଞ୍ଜେଇ ଜବତ: ୭  ଗିରଫ

୧୦୮ କେଜି ଗଞ୍ଜେଇ ଜବତ: ୭ ଗିରଫ

ବାଲିମେଳା, ୧୦।୧୨ (ଡି.ଏନ୍‌.ଏ.)-ଓର୍କେଲ ଥାନା ପୋଲିସ ୧୦୮ କେଜି ଗଞ୍ଜେଇ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

ମଣ୍ଡେଇ ମହୋତ୍ସବର ଉଦଯାପନୀ ସନ୍ଧ୍ୟା

ମଣ୍ଡେଇ ମହୋତ୍ସବର ଉଦଯାପନୀ ସନ୍ଧ୍ୟା

 ନବରଙ୍ଗପୁର,୯।୧୨(ବି.ପ୍ର): ଲୋକ ମହୋତ୍ସବ ମଣ୍ଡେଇର ଉଦଯାପନୀ ସନ୍ଧ୍ୟାରେ  ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି,  ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ । 

୨୧ ପ୍ରକାର ଚାଷ ପ୍ରଣାଳୀ ତାଲିମ ନେଲେ ମହିଳା

୨୧ ପ୍ରକାର ଚାଷ ପ୍ରଣାଳୀ ତାଲିମ ନେଲେ ମହିଳା

କୁନ୍ଦୁରା,୧୦।୧୨(ଡି.ଏନ.ଏ.)- ଦେଶୀ ଧାନ ବିଷୟରେ ଆଲୋଚନା ହେଲେ କୋରାପୁଟ ଜିଲାର କମଳା ପୂଜାରୀ, ରାଇମତି ଏବଂ ଚନ୍ଦ୍ର ପ୍ରଧାନୀଙ୍କ ନାମ ସର୍ବାଗ୍ରେ ଆସେ ।

କାମରେ ଲାଗୁନି ଡିଜିଟାଲ ଏକ୍ସରେ ମେଶିନ

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.)-ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟର ଏକ୍ସରେ ବିଭାଗରେ ଅନିୟମିତତା ହେଉଥିବା ଅଭିଯୋଗ । ଏଠାରେ ଡିଜିଟାଲ ଏକ୍ସରେ ମେଶିନ ରହିଥିଲେ ମଧ୍ୟ କାମରେ ଲାଗୁନାହିଁ। 

ସେଲଟ୍‌ର ହୋମ୍‌ ନାଁରେ ଧର୍ମାନ୍ତରିିକରଣ: ୧୦ ପିଲାଙ୍କୁ ଜଳ ଦୀକ୍ଷାରେ କରାଯାଇଛି ଧର୍ମ ପରିବର୍ତ୍ତନ

ସେଲଟ୍‌ର ହୋମ୍‌ ନାଁରେ ଧର୍ମାନ୍ତରିିକରଣ: ୧୦ ପିଲାଙ୍କୁ ଜଳ ଦୀକ୍ଷାରେ କରାଯାଇଛି ଧର୍ମ ପରିବର୍ତ୍ତନ

ବୈପାରୀଗୁଡ଼ା,୧୦।୧୨(ଡି.ଏନ୍‌.ଏ.)  ଗତ କିଛିଦିନ ହେବ ରଜ୍ୟରେ ବିଭିନ୍ନ ଶେଲଟର ହୋମ୍‌ ଉପରେ ଚଢ଼ାଉ ଚାଲୁଥିବା ବେଳେ ବୈପାରୀଗୁଡ଼ା ସ୍ଥିତ ଗୁଡ୍‌ ନିଉଜ୍‌ ଇଣ୍ଡିଆ ଶେଲଟର ହୋମ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠିଛି। ଜିଲା ଭାଜପା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନି ପାଇକଙ୍କ ନେତୃତ୍ବରେ ଏକ ଦଳ ଉକ୍ତ ସଂସ୍ଥାକୁ ଯାଇ ଅନୁସନ୍ଧାନ କରିଥିଲେ। 

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗଗିତା: ଜିଲାରୁ ଭାଗ ନେଲେ ୨୪ ପ୍ରତିଯୋଗୀ

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗଗିତା: ଜିଲାରୁ ଭାଗ ନେଲେ ୨୪ ପ୍ରତିଯୋଗୀ

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.)ଯାଜପୁର ମଧୁବନ ହାଇସ୍କୁଲରେ ଚାଲିଥିବା ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାରଳାଖେମୁଣ୍ଡିରୁ ୨୪ଜଣ ପ୍ରତିଯୋଗୀ ଶନିବାର ସନ୍ଧ୍ୟାରେ ବାହାରିଛନ୍ତି। ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  ଏହି ଦଳ ସହ ଟିମ୍‌ ମ୍ୟାନେଜର ସୌମ୍ୟ ରଞ୍ଜନ ମଲ୍ଲିକ ଓ କୋଚ ପ୍ରମୋଦିନୀ ପଣ୍ଡା ଗସ୍ତ କରିଛନ୍ତି। ପ୍ରତିଯୋଗିତା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ତିତ୍‌ଲି ବାତ୍ୟାକୁ ବିତିଲା ୨ମାସ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ତିତ୍‌ଲି ବାତ୍ୟାକୁ ବିତିଲା ୨ମାସ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.): ୨ମାସ ତଳେ ହୋଇଥିବା ତିତ୍‌ଲି ବାତ୍ୟାରେ ଜିଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେ ସବୁ ଜାଗାରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ନେଇ ଅତିରିକ୍ତ ଜିଲାପାଳ ଲକ୍ଷୀ୍ମକାନ୍ତ ସେଠୀ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାତ୍ୟାରେ ମୋଟ ୧୩୨୮ଟି ରାସ୍ତା ନଷ୍ଟ ହୋଇଥିବାବେଳେ ଏବେ ସେଗୁଡିକୁ ସଜଡା ଯାଇଛି। ବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି। ଗୃହ ଭାଙ୍ଗିଯିବା କ୍ଷେତ୍ରରେ ୯୨ ପ୍ରତିଶତ ଓ ଚାଷ ଜମି ନଷ୍ଟ ହୋଇଥିବା  ୮୨ ପ୍ରତିଶତ ଲୋକଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ କ୍ଷତିପୂରଣ ରାଶି ଜମା କରାଯାଇଥିବା ନେଇ ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ।

୩ ଫୁଟ ଲମ୍ବର ଅଜଗର  ଉଦ୍ଧାର

୩ ଫୁଟ ଲମ୍ବର ଅଜଗର ଉଦ୍ଧାର

ଜୟପୁର,୯।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଅଧୀନ ଜୟପୁର ସହରର ପାୱାର ହାଉସ ଆଇବି ରୋଡ୍‌ରେ ରଞ୍ଜିତ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ପାଇଖାନାରୁ ୩ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। 

୪ ମିଲ୍‌ରେ ଚଢ଼ାଉ, ୨ ସିଲ

ଜୟପୁର/କୁନ୍ଦୁରା,୯।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଓ କୁନ୍ଦୁରା ବ୍ଲକର ୪ଟି ମିଲ୍‌ରେ  ଚଢ଼ାର ହୋଇଛି। ପୋଲିସ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପ୍ରଶାସନ ଚଢ଼ାଉ କରି ୨ଟି ମିଲ୍‌କୁ ସିଲ୍‌ କରିଛି। ପୂର୍ବାହ୍ନରେ ଜୟପୁର ହାଟପଦାସ୍ଥିତ ଶାବର ଶ୍ରୀକ୍ଷେତ୍ର, ପଲକାପୁଟ ଭଗବତୀ, କୁନ୍ଦୁରା ବ୍ଲକର ବିନାୟକ ଏବଂ ଭେଜାହାଣ୍ଡି ସ୍ଥିତ ଭୁବନେଶ୍ୱରୀ ରାଇସ ମିଲ ଉପରେ ଚଢ଼ାଉ କରାଯାଇଥିଲା । 

ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଜିଲାପାଳଙ୍କୁ ଫେରାଦ:   ଦୁର୍ବ୍ୟବହାର ଅଭିଯୋଗ କଲେ ଜନ ପ୍ରତିନିଧି

ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଜିଲାପାଳଙ୍କୁ ଫେରାଦ: ଦୁର୍ବ୍ୟବହାର ଅଭିଯୋଗ କଲେ ଜନ ପ୍ରତିନିଧି

ସେମିଳିଗୁଡ଼ା୯।୧୨(ସ୍ବ.ପ୍ର.)- ସୁନାବେଡ଼ା ପୌରସଂସ୍ଥା ସଭାଗୃହରେ ଅନୁଷ୍ଠିତ ବୈଠକରେ ଜନ ପ୍ରତିନିଧିଙ୍କୁ ନିର୍ବାହୀ ଅଧିକାରୀ ଦୁର୍ବ୍ୟବହାର କରିଛନ୍ତି। ଏଭଳି ଅଭିଯୋଗ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜନ ପ୍ରତିନିଧି। ପୌର ନିର୍ବାହୀଙ୍କ ମନମୁଖୀ କାର୍ଯ୍ୟକଳାପ ବଢୁଥିବା ସେମାନେ କହିଛନ୍ତି। ପୌର ପରିଷଦ ବୈଠକରେ ୨୫ ନଂ ଓ୍ବାର୍ଡର ଉନ୍ନୟନ କାର୍ଯ୍ୟର ସମୀକ୍ଷା ଚାଲିଥିଲା।