Dharitri News
ରାୟଗଡା

ସ୍ଥିତି ଜାହିର କରିବାକୁ ପ୍ରୟାସ, ପ୍ରଜାକୋର୍ଟରେ ଜଣଙ୍କୁ ମାଡ଼ ମାରିଲେ ମାଓବାଦୀ

ସ୍ଥିତି ଜାହିର କରିବାକୁ ପ୍ରୟାସ, ପ୍ରଜାକୋର୍ଟରେ ଜଣଙ୍କୁ ମାଡ଼ ମାରିଲେ ମାଓବାଦୀ ମାଲକାନଗିରି,୧୭।୧୨(ସ୍ବ.ପ୍ର.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ୍‌ ବିଚ୍ଛିନ୍ନାଞ୍ଚଳରେ ଥିବା ପଣସପୁଟ ପଞ୍ଚାୟତ ଅଧିନସ୍ଥ ନାରିଙ୍ଗଝୋଲା ନିକଟ ଜଙ୍ଗଲରେ ଶନିବାର ମାଓବାଦୀମାନେ ପ୍ରଜାକୋର୍ଟ ବସାଇ ଜଣଙ୍କୁ ମାଡ ମାରିଥିବା ସୂଚନା ମିଳିଛି। ପୋଲିସକୁ ମାଓବାଦୀମାନଙ୍କ ଗତିବିଧି ଉପରେ ସୂଚନା ଦେଉଥିବା ଅଭିଯୋଗରେ ହାଡ଼ି ମୁଦୁଲିଙ୍କୁ ନେଇ ଚାଲିଥିଲା ଏହି ପ୍ରଜାକୋର୍ଟ। ସେଥିରେ ହାଡ଼ିଙ୍କୁ ନିସ୍ତୁକ ମାଡ ମରାଯାଇଥିଲା। ଆଗକୁ ଏପରି କଲେ ମୃତ୍ୟୁ ଦଣ୍ଡ ମିଳିବ କହିବା ସହ ଉପସ୍ଥିତ ଥିବା ଜନସାଧାରଣଙ୍କୁ ମଧ୍ୟ ଚେତାବନୀ ଦେଇଥିଲେ ମାଓବାଦୀମାନେ।ଯେହେତେୁ ବିଚ୍ଛିନ୍ନାଞ୍ଚଳ ରହିଛି ପରିବାର ସହ କିମ୍ବା ହାଡିଙ୍କ ସହ କୌଣସି ଯୋଗଯୋଗ ହୋଇପାରୁନାହିଁ। ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇନଥିଲେ ମଧ୍ୟ ହାଡିଙ୍କୁ ପ୍ରଜାକୋଟରେ ମାଡ ମରାଯିବା ସହ ସେ ଗୁରୁତର ଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ ପୋଲିସ୍‌ ସ୍ପଷ୍ଟ କରିନାହିଁ। ବିଚ୍ଛିନ୍ନାଞ୍ଚଳରେ ପ୍ରଜାକୋର୍ଟ ବସିଥିବାବେଳେ ବିଏସଏଫ୍‌ ଏଡ଼ିଜି ଅରୁଣ କୁମାର ଓ ଆଇଜି ଅଶ୍ୱିନ୍‌ ସିଂହ ବିଚ୍ଛିନ୍ନାଞ୍ଚଳ ବଡପଡା ଓ ଗୁରୁପ୍ରିୟା ଗସ୍ତ କରି ମାଓବାଦୀ ଦମନ ନେଇ ସମୀକ୍ଷା କରିଥିଲେ। ମାଓବାଦୀ ଗଡ଼ରେ ପୋଲିସ ଯବାନ ମାଓବାଦୀ ଦମନ ପାଇଁ ଯେତେ କମ୍ବିଂ ଅପରେସନ ଓ ଏନକାଉଣ୍ଟର କଲେ ବି ସ୍ଥିତି ଜାହିର କରିବାରେ ଲାଗିଛି ଲାଲ ବାହିନୀ। ଏଥିରେ ନିରୀହ ଆଦିବାସୀମାନେ ବଳି ପଡୁଛନ୍ତି ବୋଲି ବୁଦ୍ଧିଜୀବି ମହଲରେ ପ୍ରକାଶ ପାଇଛି ।

ରାୟଗଡା

ନାବାଳିକା ବିବାହ ରୋକିଲା ଚାଇଲ୍ଡ ଲାଇନ

କାଲିମେଳା,୨୩।୧(ଡି.ଏନ.ଏ.)- କାଲିମେଳା ବ୍ଲକ ଅର୍ନ୍ତଗତ ମାଲାଭରମ ପଞ୍ଚାୟତର ଏମପିଭି-୮୩ ଗ୍ରାମରେ ଜଣେ ନାବାଳିକା ଝିଅକୁ ବିବାହ କରାଯାଉଥିବାବେଳେ ମଙ୍ଗଳବାର ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

୧୫କୁଇଣ୍ଟାଲ ଗଞ୍ଜେଇ ସମେତ ଟ୍ରକ୍‌ ଜବତ, ୨ ଗିରଫ

୧୫କୁଇଣ୍ଟାଲ ଗଞ୍ଜେଇ ସମେତ ଟ୍ରକ୍‌ ଜବତ, ୨ ଗିରଫ

ନବରଙ୍ଗପୁର,୨୩।୧(ବି.ପ୍ର.)- ନବରଙ୍ଗପୁର ଥାନା ପୋଲିସ୍‌ ଚିକିଲି ନଦୀ ନିକଟରେ ମଙ୍ଗଳବାର ଏକ ଟ୍ରକରେ ବେଆଇନ ଚାଲାଣ ହେଉଥିବା ଗଞ୍ଜେଇ ସହ ଗାଡ଼ିଟିକୁ ଜବତ କରି ୨ଜଣଙ୍କୁ ଗରିଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଚିତ୍ରକୋଣ୍ଡା ଥାନା ଅଧିନ ରଶିଆଗୁଡ଼ା ଗାଁର ଟ୍ରକ୍‌ ଡ୍ରାଇଭର ମାଧବ ହନ୍ତାଳ ଏବଂ ହେଲପର ଡମ୍ବରୁ ସୁୁନା ବଶିଆ।

ରାସ୍ତା କାମରେ ଶିଶୁ ଶ୍ରମିକ

କୋରାପୁଟ,୨୩।୧(ଡି.ଏନ.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଚାଲିଥିବା ରାସ୍ତା କାମରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି ।

ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି

ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି

ନବରଙ୍ଗପୁର,୨୩।୧(ବି.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଡାବୁଗାଁ ଥାନା ଧାମନାଗୁଡା ପଞ୍ଚାୟତ ଅଧିନ ଟୁଟିଗୁଡା, ଚାଟିଗୁଡା ଠାରେ ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି, ଜୁଆ ଖେଳ। ୫ କି.ମି ଦୂରତା ମଧ୍ୟରେ ୨ଟି ସ୍ଥାନରେ ଚାଲିଛି ଏଭଳି ବେଆଇନ ଖେଳ।

କାମରେ ଲାଗୁନି ଫଳବଜାର କେନ୍ଦ୍ର

କାମରେ ଲାଗୁନି ଫଳବଜାର କେନ୍ଦ୍ର

ରାୟଗଡ, ୨୩।୧(ଡି.ଏନ.ଏ.)-ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ସରକାର ନାନା ଯୋଜନା କରୁଛନ୍ତି। କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଉଛି। ଏପରିକି କିଛିଦିନ ତଳେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି।

ରାସ୍ତା କଡ଼ରେ ବେଆଇନ ପେଟ୍ରୋଲ ବିକ୍ରି , ପ୍ରଶାସନ ନୀରବ

ରାସ୍ତା କଡ଼ରେ ବେଆଇନ ପେଟ୍ରୋଲ ବିକ୍ରି , ପ୍ରଶାସନ ନୀରବ

ମାଲକାନଗିରି, ୨୩।୧(ଡି.ଏନ୍‌.ଏ.)- ନୋ ହେଲ୍‌ମେଟ୍‌ ନୋ ପେଟ୍ରୋଲ ନିୟମରେ ଲୋକଙ୍କୁ ସଚେତନ କରୁଛି ପୋଲିସ। କିନ୍ତୁ ଜିଲାର ବିଭିନ୍ନ ଅଞ୍ଚଳର ରାସ୍ତା କଡରେ ଖୁଚୁରା ବେପାରୀମାନେ ଖୁଲମ୍‌ଖୁଲା ପେଟ୍ରୋଲ ବିକ୍ରି କରୁଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

ପଟ୍ଟାଙ୍ଗୀ,୨୩।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ମଙ୍ଗଳବାର ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ପରିବାର ଲୋକଙ୍କ ସମେତ କଂଗ୍ରେସ ନେତୃତ୍ୱରେ ଏହି ରାସ୍ତାରୋକୋ କରାଯାଇଛି।

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ମାଲକାନଗିରି,୨୨।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବୋଟ୍‌ ଚାଳକମାନେ ସୋମବାର ଦିନିକିଆ ଧର୍ମଘଟ କରିଛନ୍ତି। ଫଳରେ ବିଛିନ୍ନାଞ୍ଚଳର ସମସ୍ତ ଅଞ୍ଚଳକୁ ବୋଟ୍‌ ସେବା ବାଧାପ୍ରାପ୍ତ ହୋଇଛି।

ଟ୍ରେନ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗୁଣପୁର,୨୧।୧(ଡି.ଏନ.ଏ)- ଦାଦନ ଖଟିବାକୁ ଯାଇଥିବା ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ପୁଟା ଗ୍ରାମର ଜଣେ ଯୁବକଙ୍କ ବିଶାଖାପାଟଣା ଷ୍ଟେଶନଠାରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି ।

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ନବରଙ୍ଗପୁର,୨୧।୧ (ବି.ପ୍ର.)- ବିଷାକ୍ତ ଖାଦ୍ୟ ଖାଇ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅଧିନ ମାଳିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁବନ୍ଧୁ ଭତ୍ରାଙ୍କ ମୃତ୍ୟ ସହ ୧୪ ଛାତ୍ରୀଛାତ୍ର ଗୁରୁତର ହୋଇଥିଲେ ।

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ନବରଙ୍ଗପୁର,୨୧।୧ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ମାଝିଗୁଡା ଛକ ପେଟ୍ରୋଲ ପମ୍ପ ନିକଟରେ ମୋଟର ସାଇକଲ ଓ ସ୍କୁଟି ମୁହାମୁହିଁ ଧକ୍କା ହୋଇ ବାଇକ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

ମାଲକାନଗିରି,୨୧।୧(ଡି.ଏନ୍‌.ଏ.) -ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଆର.ଏସ୍‌.ଇ-୪, ବଡ଼ପୁଟ ଓ ଡାଇକ-୨ ଗ୍ରାମରେ ଚାଷ କରାଯାଇଥିବା ପ୍ରାୟ ୧୮ ହଜାର ଗଞ୍ଜେଇ ଗଛ ରବିବାର ନଷ୍ଟ କରାଯାଇଛି।