ରାୟଗଡା

ମା’ରୋଗରେ ଆକ୍ରାନ୍ତ, ପାଠପଢାରେ ଡୋରି ବାନ୍ଧିଲେ ଝିଅ

ମା’ରୋଗରେ ଆକ୍ରାନ୍ତ, ପାଠପଢାରେ ଡୋରି ବାନ୍ଧିଲେ ଝିଅ
ନନ୍ଦାହାଣ୍ଡି,୧୭।୧୨(ଡି.ଏନ.ଏ)-୨ ବର୍ଷ ତଳେ ବାପା ଚାଲିଗଲେ। ୮ ମାସ ତଳେ ମା’ ରୋଗରେ ଆକ୍ରାନ୍ତ ହୋଇ ଶର୍ଯ୍ୟାଶାୟୀ ହେଲେ। ମା’ ସେବା ସହ ପରିବାରର ୫ ଜଣଙ୍କ ଭରଣପୋଷଣ ଦାୟିତ୍ୱ ପଡିଥିଲା ବଡ ଝିଅ ମିଟି ଝଡିଆ ଉପରେ। ପାଠପଢାରେ ଡୋରୀ ବାନ୍ଧିବାକୁ ତାଙ୍କୁ ପଡିଥିଲା । ଅର୍ଥ ଅଭାବରୁ ମା’ ଚିକିତ୍ସିତ ହୋଇପାରୁ ନ ଥିବା ବେଳେ ଝିଅର ପାଠ ପଢା ଅଧାରୁ ବନ୍ଦ ହୋଇଯାଇଛି। ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲ୍‌କ ଦହଣା ପଞ୍ଚାୟତ ଝରିଆଗୁଡାରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି । ଝରିଆଗୁଡାର ରାମନାଥ ଝିଡଆଙ୍କ ପରିବାର କହିଲେ ସ୍ତ୍ରୀ ମୁକ୍ତା ଝଡିଆ, ୨ ଝିଅ ଓ ୨ ପୁଅ । ୨ ବର୍ଷ ତଳେ ରାମନାଥ ମୃତ୍ୟୁବରଣ କରିଥିଲେ। ସ୍ତ୍ରୀ ମୁକ୍ତା ଝଡିଆ ଉପରେ ପରିବାର ଭରଣ ପୋଷଣ ଦାୟିତ୍ୱ ପଡିଥିଲା। ୮ ମାସ ତଳେ ମୁକ୍ତାଙ୍କ ପେଟ ଫୁଲିଯିବା ସହ ରୋଗରେ ଆକ୍ରାନ୍ତ ହୋଇ ଶର୍ଯ୍ୟାଶାୟୀ ହୋଇଥିଲେ। କୋଟ୍ରାଗୁଡା କନ୍ୟାଶ୍ରମରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବଡ ଝିଅ ମିଟି (୧୪) ଉପରେ ଘରର ସବୁ ଦାୟିତ୍ୱ ପଡିଥିଲା। ପାଠରେ ତାଙ୍କୁ ଡୋରୀ ବାନ୍ଧିବାକୁ ପଡିଥିଲା। ବୟସ ନ ହୋଇଥିଲେ ପରିବାର ଭରଣ ପୋଷଣ ପାଇଁ ମିଟିଙ୍କୁ କୁଲି ମଜୁରୀ କରିବାକୁ ପଡୁଛି। ମା’ର ସେବା ସହ ବହୁ କଷ୍ଟରେ ୫ ପ୍ରାଣୀଙ୍କୁ ମିଟି ବଞ୍ଚାଇ ରଖିଛନ୍ତି । ସ୍ଥାନୀୟ ଡଙ୍ଗରଭେଜା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ମୁକ୍ତାଙ୍କୁ ନିଆଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସି ନ ଥିଲା। ମୁକ୍ତାଙ୍କ କିଡନୀ କିମ୍ବା ଲିଭର ଖରାପ ହୋଇଥିବା ଅନୁମାନ କରାଯାଉଛି। ଅର୍ଥ ଅଭାବରୁ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପରିବାର ଲୋକ ନେଇ ପାରୁ ନାହାନ୍ତି। ଚିକିତ୍ସିତ ହୋଇ ନପାରି ରୋଗାଗ୍ରସ୍ତ ଅବସ୍ଥାରେ ମୁକ୍ତା ଘରେ ପଡି ରହିଛନ୍ତି। ସରକାରଙ୍କ ସବୁ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ହୋଇପଡିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସହାୟତାର ହାତ ବଢାଇବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
All Right Reserved By

ରାୟଗଡା

ଅମ୍ବାଦୋଳାରେ ମାଓବାଦୀ ପୋଷ୍ଟର

ଅମ୍ବାଦୋଳାରେ ମାଓବାଦୀ ପୋଷ୍ଟର

ଅମ୍ବାଦୋଳା,୨୧।୧(ଡି.ଏନ୍‌.ଏ.)- ଅମ୍ବାଦୋଳା ଥାନା ଅନ୍ତର୍ଗତ ଜନବାଲି ଗ୍ରାମ ନିକଟରେ ମାଓବାଦୀ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।  ଅମ୍ବାଦୋଳାଠାରୁ କନ୍ଧମାଳ ଜିଲା ବେଲଘର ମୁଖ୍ୟ ରାସ୍ତା ଜନବାଲି ନିକଟରେ ମାଓବାଦୀମାନେ ଗଛକାଟି ରାସ୍ତା ଅବରୋଧ କରି ପୋଷ୍ଟର ମାରିଛନ୍ତିି ।  ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆସନ୍ତା ୨୫ ଜାନୁୟାରୀଠାରୁ ୩୦ ପର୍ଯ୍ୟନ୍ତ ପ୍ରତିରୋଧ ଦିବସ ଓ ୩୧ ତାରିଖକୁ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଉକ୍ତ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। 

ପୁଅର କାଠଫାଳିଆ ମାଡରେ ବାପା ମୃତ

ପୁଅର କାଠଫାଳିଆ ମାଡରେ ବାପା ମୃତ

ମାଥିଲି , ୨୨।୧ (ସ୍ବ.ପ୍ର): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲି ପଞ୍ଚାୟତ କୋପ୍ରା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ପୁଅର କାଠ ଫାଳିଆ ମାଡରେ ବାପାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସମାରୁ ନାୟକ (୬୨) ।

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ନିଲମ୍ବିତ

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ନିଲମ୍ବିତ

ମାଲକାନଗିରି, ୨୨ା୧(ଡି.ଏନ.ଏ)- ମାଲକାନଗିରି ଜିଲାରେ ଛାତ୍ରୀଙ୍କ ପ୍ରତି ଯୌନ ଅସଦାଚରଣ  ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ା ଗତ ୨୦ ତାରିଖରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯିବା ନେଇ ଅଭିଯୋଗ ହେ

ସ୍କୁଲ ମିଶ୍ରଣ ସ୍ଥଗିତ ରଖିବାକୁ ଦାବିପତ୍ର: ଆନ୍ଦୋଳନ ଚେତାବନୀ ଦେଲେ ଅଭିଭାବକ

ସ୍କୁଲ ମିଶ୍ରଣ ସ୍ଥଗିତ ରଖିବାକୁ ଦାବିପତ୍ର: ଆନ୍ଦୋଳନ ଚେତାବନୀ ଦେଲେ ଅଭିଭାବକ

ଦଶମନ୍ତପୁର, ୨୨।୧(ଡି.ଏନ୍‌.ଏ.)-ଦଶମନ୍ତପୁର ବ୍ଲକ ବାଣଗୁଡ଼ାସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦଶମନ୍ତପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି। ଏହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏବିଡିଓ ରଜନୀକାନ୍ତ ଦାଶ ଓ ବିଇଓ ଅର୍ପିତା ପ୍ରଧାନଙ୍କ ଉଦ୍ଦେଶ୍ୟରେ କିରାଣି ଗୌରୀଶଙ୍କର ଶତପଥୀଙ୍କୁ ଦାବିପତ୍ର ଦେଇଛନ୍ତି।

ଜଳଭଣ୍ଡାର ନିକଟରେ ବେଆଇନ ଇଟାଭାଟି

ଜଳଭଣ୍ଡାର ନିକଟରେ ବେଆଇନ ଇଟାଭାଟି

ନବରଙ୍ଗପୁର,୨୨।୧(ବି.ପ୍ର.): ନବରଙ୍ଗପୁର ଜିଲା ଅଗ୍ନିପୁର ପଞ୍ଚାୟତ ଅଧୀନ କୁସୁମଝର ଜଳଭଣ୍ଡାର ନିକଟରେ ବେଆଇନ ଭାବେ ଗଢିଚାଲିଛି ଇଟାଭାଟି। ଏଥିଯୋଗୁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି। ଏ ସମ୍ପର୍କରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ରାଜସ୍ବ ଅଧିକାରୀଙ୍କୁ ଅନେକ ଥର ଅଭିଯୋଗ ମଧ୍ୟ ହୋଇଛି।  ଏପରିକି ଜଳଭଣ୍ଡାର ନିକଟରେ ଥିବା କେନ୍ଦ୍ରିୟ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ  ଦୃଷ୍ଟି ଆକର୍ଷଣ କରାଯାଇଛି। ଥରେ ମାତ୍ର ଚଢାଉ କରି ରାଜସ୍ବ ବିଭାଗ ଚୁପ ହୋଇ ବସିଛି।  ଅନ୍ୟପକ୍ଷରେ  ରାଜସ୍ବ କର୍ମଚାରୀ ଚଢାଉ ଆଳରେ ବ୍ୟବସାୟୀଙ୍କୁ ସୁଯୋଗ ଦେଉଛନ୍ତି ବୋଲି ଅଭିଯୋଗ ହେଉଛି।  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଦିନକୁ ଦିନ ଏହିଭଳି ବେଆଇନ କାର୍ଯ୍ୟ ବୃଦ୍ଧି ପାଉଛି। 

ନାବାଳିକା ୮ ମାସର ଗର୍ଭବତୀ

ନାବାଳିକା ୮ ମାସର ଗର୍ଭବତୀ

ନବରଙ୍ଗପୁର,୨୨।୧(ବି.ପ୍ର.)-ନାବାଳିକା ଏବେ ୮ ମାସର ଗର୍ଭବତୀ । ନବରଙ୍ଗପୁର ଜିଲା  ଝରିଗାଁ ଥାନାରେ ଏ ସମ୍ପର୍କରେ ନାବାଳିକା ଏତଲା ଦେବା ପରେ ମାମଲା ରୁଜୁ ହେଲା ସତ , କିନ୍ତୁ ଅଭିଯୁକ୍ତଙ୍କୁ ପୋଲିିସ ଗିରଫ ନକରି ନୀରବ ବସିଛି । ନ୍ୟାୟ ମିଳୁନଥିବା ଅଭିଯୋଗରେ ପରିବାର ଲୋକେ ଜିଲାପାଳ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ଅତିରିକ୍ତ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କନିଆକୁପା ଗ୍ରାମକୁ ନାହିଁ ରାସ୍ତା

କନିଆକୁପା ଗ୍ରାମକୁ ନାହିଁ ରାସ୍ତା

ଚନ୍ଦ୍ରପୁର, ୨୧ା୧ (ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ଦୁଇ କି.ମି. ଦୂରରେ ରହିଛି ଏକ ଛୋଟିଆ ଗ୍ରାମ କନିଆକୁପା। ଏଠାରେ ରୁହନ୍ତି ମାତ୍ର ୪ ଆଦିବାସୀ ପରିବାର।  ସମସ୍ତେ କୁଲି ମଜୁରି, ଚାଷ କରି ପେଟ ପୋଷିଥାନ୍ତି । ଚନ୍ଦ୍ରପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଠାରୁ ମାତ୍ର ୧୦୦ ମିଟର ଦୂରରେ ରହିଛି ଏହି ଗ୍ରାମ। ହେଲେ ଗ୍ରାମକୁ ଖଣ୍ଡିଏ ରାସ୍ତା ନାହିଁ ା ଫଳରେ ଲୋକେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । 

କୋରାପୁଟ ଜିଲାରେ ପିଏମ୍‌ଇଜିପି ବାଟବଣା:୫ ବର୍ଷରେ ୧୩୨ ଜଣଙ୍କୁ ମିଳିଛି ଋଣ

ଜୟପୁର,୨୨।୧(ନି.ପ୍ର.): ପ୍ରଧାନମନ୍ତ୍ରୀ ଏମ୍ପ୍ଲୟମେଣ୍ଟ ଜେନେରେଶନ ପ୍ରୋଗ୍ରାମ(ପିଏମ୍‌ଇଜିପି)ରେ ବିଭିନ୍ନ ଉଦ୍ୟୋଗ ପାଇଁ ଆବେଦନ ମଞ୍ଜୁର ପାଇବା ପରେ ବାକି କାମ ବ୍ୟାଙ୍କରେ ଅଟକି ଯାଉଛି। ବ୍ୟାଙ୍କଗୁଡ଼ିକ ବିନା ବନ୍ଧକରେ ଋଣ ଦେବାକୁ ସିଧାସଳଖ ମନାକରି ଦେଉଛନ୍ତି। ବେକାର ଯୁବତୀଯୁବକମାନେ ସ୍ବାବଲମ୍ବନଶୀଳ ହେବା ଲକ୍ଷ୍ୟରେ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚେଷ୍ଟା କଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏବଂ ବ୍ୟାଙ୍କଗୁଡ଼ିକ ମଧ୍ୟରେ ସମନ୍ବୟ ଅଭାବରୁ ସେମାନଙ୍କ ଆଶା ଆଶାରେ ରହିଯାଉଛି। ରୋଜଗାର ସୃଷ୍ଟି ନେଇ ପ୍ରଶାସନ ଦ୍ୱାରା ଗଠିତ କମିଟି ନିଷ୍ପତ୍ତି ନେବା ପରେ ଆବେଦନ ପାଇଁ ବିଜ୍ଞାପନ ପ୍ରକାଶପାଏ। ଏହା ପରେ ଇଚ୍ଛୁକ ଯୁବତୀ ଯୁବକ ଆବେଦନ କରିଥା’ନ୍ତି।  ନିର୍ଦ୍ଧାରିତ ପ୍ରକଳ୍ପ ପାଇଁ ଆବେଦନ କଲା ପରେ ବି ବ୍ୟାଙ୍କ ଓ ଜିଲା ଶିଳ୍ପ କେନ୍ଦ୍ର ଭିତରେ ସମନ୍ବୟ ରହୁ ନ ଥିବାରୁ ଋଣ ମିଳିପାରୁ ନାହିଁ ବୋଲି ଅଭିଯୋଗ ହୋଇଛ।

ଘରୋଇ ବସ ମାଲିକ ସଂଘର ଦାବି: ୨୮ଶହ ଟଙ୍କା ନୁହେଁ, କିଲୋମିଟର ପିଛା ୫୫ଟଙ୍କା ଦିଅ

ନବରଙ୍ଗପୁର,୨୨ା୧(ବି.ପ୍ର.)- କାଳିଆ ଯୋଜନା ପାଇଁ ପୁରୀରେ ହେବାକୁ ଥିବା ଚାଷୀ ସମାବେଶରେ ନବରଙ୍ଗପୁର ଜିଲାରୁ ଚାଷୀମାନେ ଯିବେ ା  ଏନେଇ ସରକାରଙ୍କ ପକ୍ଷରୁ ଗସ୍ତ ପାଇଁ ବସ ବ୍ୟବସ୍ଥା କରାଯାଇଛି ା ବସ୍‌ ଡିଜେଲ  ଖର୍ଚ୍ଚ ସହ ଦୈନିକ ୨୮ଶହ ଟଙ୍କା ଦିଆଯିବ ା ନବରଙ୍ଗପୁର ଜିଲାରୁ ୪୦ଟି ବସ ପୁରୀ ଯିବାକୁ ଚିଠି କରାଯାଇଛି ା

ସରିଲା ଦୁରୁଆ ଆଦିବାସୀଙ୍କ ପୁଷ୍‌ ପରବ

ସରିଲା ଦୁରୁଆ ଆଦିବାସୀଙ୍କ ପୁଷ୍‌ ପରବ

ବୈପାରୀଗୁଡା, ୨୨।୧(ଡି.ଏନ୍‌.ଏ) ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତ ଅଧୀନ ଶିରିବେଡା ଗ୍ରାମର  ଦୁରୁଆ ଜନଜାତି  ପାଳନ କରୁଥିବା ପୁଷ ପରବ ସୋମବାର ଉଦ୍‌ଯାପିତ ହୋଇଛି। ବୁଧବାରରୁ ଏହି ପରବ ଆରମ୍ଭ ହୋଇଥଲା। 

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ନବରଙ୍ଗପୁର,୨୧।୧(ବି.ପ୍ର.): ପିଲାଙ୍କୁ ଶିକ୍ଷିତ କରିବାକୁ  ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶୈକ୍ଷିକ ବାତାବରଣ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି।  କିନ୍ତୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତର ମୁଣ୍ଡାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟ ଏଥିରେ ବ୍ୟତିକ୍ରମ। ଏଠାରେ ପିଲାଙ୍କ ପାଇଁ  ଶ୍ରେଣୀଗୃହ ନାହିଁ। ଖରାଦିନେ ଗଛତଳେ ଓ ବର୍ଷା ଦିନରେ ଟିଣ ଆଉଜା ହୋଇଥିବା ଏକ ଅସ୍ଥାୟୀ ଗୃହରେ ପିଲା ପାଠ ପଢନ୍ତି।  

ଅବ୍ୟବସ୍ଥାରେ ଝୋଡ଼ିଆପଡା ବିଦ୍ୟାଳୟ

ଅବ୍ୟବସ୍ଥାରେ ଝୋଡ଼ିଆପଡା ବିଦ୍ୟାଳୟ

ଟିକିରି, ୨୧।୧ (ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ  ଶିକ୍ଷାଦାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଏହାର ସଠିକ୍‌ ଉପଯୋଗ ହୋଇପାରୁ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ।