ରାୟଗଡା

ଜଙ୍ଗଲରେ ପଡିଛି ଖଣ୍ଡବିଖଣ୍ଡିତ ମୃତଦେହ

ଜଙ୍ଗଲରେ ପଡିଛି ଖଣ୍ଡବିଖଣ୍ଡିତ ମୃତଦେହ

ରାୟଗଡା ଅଫିସ୍‌, ୧୬।୧୨- ରାୟଗଡା ଜିଲା ସଦର ବ୍ଲକ୍‌ କୁମ୍ଭିକୋଟା ପାଣ୍ଡି ଅଧୀନ ଲେଲିରି ଗ୍ରାମ ସୀମାନ୍ତରେ ଶନିବାର ଜଣେ ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡଥିବା ଦେଖିବାକୁ ମିଳିଛି । ମୃତକ ଜଣଙ୍କ ଲେଲେରି ଗ୍ରାମର ଖମ୍ବୁ ନାଚିକା(୫୦) । ଖମ୍ବୁଙ୍କ ମୁଣ୍ଡ ଓ ଶରୀର ନିକଟସ୍ଥ ଜଙ୍ଗଲରେ ଅଲଗା ହୋଇ ପଡିଥିବା ସ୍ଥାନୀୟ ଲୋକେ ଦେଖି ଲକ୍ଷ୍ମୀପୁର ପୋଲିସକୁ ଖବର ଦେଇଥିଲେ । କୁମ୍ଭିକୋଟା ଫାଣ୍ଡି ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କୁ ସୂଚନା ଦେଇଥିଲେ । ରଶ୍ମିରଞ୍ଜନ ଦାସ ଏ ସମ୍ପର୍କରେ ରାୟଗଡା ଥାନାଧିକାରୀ ରବୀନ୍ଦ୍ର କୁମାର ପାତ୍ରଙ୍କୁ ଜଣାଇଛନ୍ତି । ଘଟଣାଟି ସତ୍ୟ ବୋଲି ରାୟଗଡା ଥାନାଧିକାରୀ କହିଛନ୍ତି। କିନ୍ତୁ ଲେଲେରି ଓ ବନ୍ଧୁଗଁା ଗ୍ରାମ ମାଓବାଦୀ ପ୍ରବଣ ଅଞ୍ଚଳ ଓ ସନ୍ଧ୍ୟା ହୋଇଥିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ପାରିନାହିଁ । ରବିବାର ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଉଦ୍ଧାର କରିବ ବୋଲି ସେ କହିଛନ୍ତି । ତେବେ ଉକ୍ତ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ କିମ୍ବା ମାଓବାଦୀ ହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ ।

All Right Reserved By

ରାୟଗଡା

ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

ଚାନ୍ଦିଲି(କୋଟପାଡ), ୧୯।୮(ଡି.ଏନ୍‌.ଏ.): କୋରାପୁଟ ଜିଲା କୋଟପାଡ ତାଲୁକ ଆଇନ ସହାୟତା ସମିତି ପକ୍ଷରୁ କୋଟପାଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଦାମନଯୋଡିରେ ‘ମିଶନ ଇନ୍ଦ୍ରଧନୁଷ’ କାର୍ଯ୍ୟକ୍ରମ

ଦାମନଯୋଡିରେ ‘ମିଶନ ଇନ୍ଦ୍ରଧନୁଷ’ କାର୍ଯ୍ୟକ୍ରମ

ଦାମନଯୋଡି, ୧୯।୭(ଡି.ଏନ୍‌.ଏ.): କୋରାପୁଟ ବ୍ଲକ ମାଥଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ବତନ୍ତ୍ର ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ମାଥଲପୁଟ ଗଜପତି କଲୋନୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଡା. ମାର୍ଶାଲିନ ବିଶ୍ୱାଳ ଉଦ୍‌ଘାଟନ କରିଥିଲେ।

ରାମସିଂ ଦୁରୁଆଙ୍କ ଚିକିତ୍ସାରେ ବିଳମ୍ବ

ବୈପାରିଗୁଡା,୧୯।୭ ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତ ତାଲୁର ଗ୍ରାମର ଆଦିବାସୀ ବାଳକ ରାମସିଂ ଦୁରିଆ (୧୨)ଙ୍କ ଚିକିତ୍ସା ଦାୟିତ୍ୱ ସ୍ବାସ୍ଥ୍ୟ ବିଭାଗ ନେଇଛି। କିନ୍ତୁ ଏବେ ସେ ସ୍ବାସ୍ଥ୍ୟ ବିଭାଗର ବିଧିବ୍ୟବସ୍ଥାରେ ଛନ୍ଦି ହୋଇପଡୁଥିବାରୁ ଶୀଘ୍ର ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ଦିଶାରୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପରିଣାମରେ ରାମସିଂଙ୍କ ଡାହାଣପଟ ଆଣ୍ଠୁ ଅସ୍ବାଭାବିକ ଭାବେ ଫୁଲିଯିବା ସହ ଅସହ୍ୟ ଯନ୍ତ୍ରଣା ହେଉଥିଲା। ଗତ ୭ମାସ ହେବ ରାମସିଂ ଶଯ୍ୟାଶାୟୀ ଥିବାରୁ ବିଦ୍ୟାଳୟ ଯିବା ବନ୍ଦ କରିଦେଇଥିଲା । ଏ ସମ୍ପର୍କରେ ଏକ ଖବର ଗତ ୧୧ତାରିଖ ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସିଡିଏମଓଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ନିୟୋଜିତ ଡାକ୍ତର ପ୍ରତାପ ଚନ୍ଦ୍ର ତ୍ରିପାଠୀ ଉକ୍ତ ଗ୍ରାମକୁ ଯାଇ ରାମସିଂଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଶୁକ୍ରବାର ଏଠାରୁ ୧୦୮ ଗାଡିରେ ଜୟପୁର ସବଡିଭିଜନ ମେଡିକାଲକୁ ପଠାଯାଇଥିଲା । ଶନିବାର ପୁଣି ସେଠାରୁ କୋରାପୁଟ ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ରାମସିଂଙ୍କ ସମସ୍ତ ଚିକିତ୍ସା ଦାୟିତ୍ୱ ସ୍ବାସ୍ଥ୍ୟ ବିଭାଗ ନେଇଥିବା ଏବଂ ଆରବିଏସକେ ଫଣ୍ଡରୁ ଭରଣା କରାଯିବ ବୋଲି ଡଃ ତ୍ରିପାଠୀ କହିଥିଲେ ।

କାଗଜକଳ ଶ୍ରମିକ ଅଶାନ୍ତି : ଆଲୋଚନା ବିଫଳ

କାଗଜକଳ ଶ୍ରମିକ ଅଶାନ୍ତି : ଆଲୋଚନା ବିଫଳ

ଜୟପୁର,୧୯।ା୭(ଡି.ଏନ.ଏ ) କୋରାପୁଟ ଜିଲା ଜୟପୁର ନିକଟସ୍ଥ ଗାଗନାପୁର କାଗଜକଳ ଶ୍ରମିକ ଅଶାନ୍ତିର ସମାଧାନ ପାଇଁ ଅନୁଷ୍ଠିତ ଆଲୋଚନା ବିଫଳ ହୋଇଛି। ଗତ ଶୁକ୍ରବାରଠାରୁ କାଗଜକଳର ଉପତ୍ାଦନ ବନ୍ଦରହିଛି । ଶ୍ରମିକମାନଙ୍କ ବିଭିନ୍ନ ଦାବି ନେଇ ୫୫ଦିନ ଧାରଣାପରେ ଗତ ମଙ୍ଗଳବାରଠାରୁ ୫ ଜଣ ଶ୍ରମିକ ଖାଦ୍ୟ ବର୍ଜନ କରିବା ସହିତ ଆମରଣ ଅନଶନ ସହ ଧାରଣାରେ ବସିଛନ୍ତି । ଏହି ସମସ୍ୟାକୁ ନେଇ ଜିଲାପ୍ରଶାସନର ନିର୍ଦ୍ଦେଶକ୍ରମେ ପ୍ରଶାସନ, ପୋଲିସ ଏବଂ ଶ୍ରମ ଅଧିକାରୀଙ୍କ ମଧ୍ୟସ୍ଥାରେ ଆନ୍ଦୋଳନକାରୀ ଶ୍ରମିକ ପ୍ରତିନିଧି ଏବଂ କାଗଜକଳର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଜୟପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହିପରି ଉଭୟ ଉଭୟଙ୍କୁ ସର୍ତ୍ତ ରଖିବା ସହିତ ଜିଦରେ ଅଟଳ ରହିବା ଯୋଗଁୁ ଆଲୋଚନା ବିଫଳ ହୋଇଛି ।

ଭାଙ୍ଗିଗଲା ବିଦ୍ୟାଳୟ ବାରଣ୍ଡାର ୨ ଖମ୍ବ

ଭାଙ୍ଗିଗଲା ବିଦ୍ୟାଳୟ ବାରଣ୍ଡାର ୨ ଖମ୍ବ

ଜୟପୁର,୧୯।୭(ଡି.ଏନ.ଏ ) କୋରାପୁଟ ଜିଲା ଜୟପୁର ବ୍ଲକର ଛେତ୍ରୀପୁଟ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାର ଦୁଇ କଙ୍କ୍ରିଟ ଖମ୍ବ ଏବଂ ବିମ୍‌ ଭାଙ୍ଗି ପଡିଛି। ଏହା ଭାଙ୍ଗିଥିବା ଯୋଗଁୁ ଏକ ବଡ ଅଘଟଣରୁ ବିଦ୍ୟାଳୟର ଛାତ୍ରୀଛାତ୍ର ବର୍ତ୍ତିଯାଇଛନ୍ତି । ପୂର୍ବାହ୍ନରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ପହଞ୍ଚି ଘଟଣା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି । ତୁରନ୍ତ ସିଆରସିସି ବାଲ୍ୟ ପ୍ରସାଦ ଭଟ୍ଟମିଶ୍ର ପହଞ୍ଚି ବିଦ୍ୟାଳୟର ସମସ୍ତ ସାମଗ୍ରୀ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଛେତ୍ରୀପୁଟ ଗ୍ରାମର ବାସିନ୍ଦା ମଦନ ଗାଦବା ନିଜ ଗୃହରେ ବିଦ୍ୟାଳୟ ପରିଚାଳନା କରିବା ଶିକ୍ଷକ ଏବଂ ସିଆରସିସିଙ୍କୁ ନିଜ ଗୃହର କକ୍ଷ ପ୍ରଦାନ କରିବା ପରେ ସେଠାରେ ବିଦ୍ୟାଳୟର ପାଠପଢା ହୋଇଛି।

ବ୍ୟାଙ୍କର ସୁରକ୍ଷା ନେଇ  ସଚେତନତା କାର୍ଯ୍ୟକ୍ରମ

ବ୍ୟାଙ୍କର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

ଜୟପୁର,୧୯।୭(ଡି.ଏନ.ଏ ) ରାଜ୍ୟର ବିଭିନ୍ନ ସହରରେ ବ୍ୟାଙ୍କ ଗୁଡିକରୁ ଦିବାଲୋକରେ ଡକାୟତି ଘଟୁଥିବା ନେଇ ପୋଲିସ୍‌ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲାର ବିଭିନ୍ନ ଥାନାରେ ପୋଲିସ ପକ୍ଷରୁ ବ୍ୟାଙ୍କ ଅଧିକାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ୟାଙ୍କ ସୁରକ୍ଷା ନେଇ ଉଚିତ ପଦକ୍ଷପ ଗ୍ରହଣ କରିବାକୁ ଏଥିରେ ମତପ୍ରକାଶ ପାଇଛି। ସୁରକ୍ଷା ତଦାରଖ କୌଶଳ ପ୍ରଶିକ୍ଷଣ ନିମନ୍ତେ ମକଡ୍ରିଲ କରାଯିବ ବୋଲି ଗତ ସପ୍ତାହରେ ସୂଚନା ଦିଆଯାଇଥିଲା । ଏଥିନେଇ ବୁଧବାର ପୂର୍ବାହ୍ନ ୧୨ଟାେରେ ଜୟପୁର ଟାଉନଥାନା ପୋଲିସ ପକ୍ଷରୁ ମକଡ୍ରିଲ ସ୍ବରୁପ ୧୦ଜଣ ପୋଲିସ କର୍ମଚାରୀ ହେଲମେଟ ଏବଂ ମୁଖାପିନ୍ଧି ପ୍ରଥମ ଜୟପୁର ବେଲ ରୋଡସ୍ଥିତ ଗାନ୍ଧିଛକ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପ୍ରବେଶ କରିଥିଲେ । ଏହିପରି ବ୍ୟାଙ୍କଲୁଟେରା ଭାବେ ପ୍ରତୀକ ମକଡ୍ରିଲ କରିବା ସହିତ କର୍ମଚାରୀ ଏବଂ ଗ୍ରାହକଙ୍କୁ ଭୟଭୀତ କରିଥିଲେ ।

ହୋମିଓପାଥିକ ଚିକିତ୍ସା କେନ୍ଦ୍ର ଭଡ଼ାସୂତ୍ରରେ ଦେବାକୁ ବିରୋଧ

ଜୟପୁର୧୯।୭(ନି.ପ୍ର): ବାବା ସାହେବ ହୋମିଓପାଥିକ ଚିକିତ୍ସା ଏବଂ ଦାତବ୍ୟ କେନ୍ଦ୍ରର ଗୃହକୁ ଭଡ଼ାସୂତ୍ରରେ ଦେବାକୁ ନିଷ୍ପତ୍ତି ହୋଇଛି। ଏହାକୁ ଜୟପୁର ନାଗରିକ ପରିଷଦ ବିରୋଧ କରିଛି। ଏହି ନିଷ୍ପତ୍ତିରୁ ଓହରିଯିବାକୁ ପୌର ନିର୍ବାହୀ ଅଧିକାରୀଙ୍କୁ ପତ୍ରଲେଖି ପ୍ରତିବାଦ ଜଣାଇଛି ନାଗରିକ ପରିଷଦ । ଏପରି ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି।

ଭାଜପାର ପ୍ରାକ୍‌ ନିର୍ବାଚନ ପ୍ରସ୍ତୁତି

ଭାଜପାର ପ୍ରାକ୍‌ ନିର୍ବାଚନ ପ୍ରସ୍ତୁତି

ମାଲକାନଗିରି, ୧୯।୭(ଡି.ଏନ.ଏ) - ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ସ୍ଥାନୀୟ ଏକ ଲଜ୍‌ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳି ପାଇଁ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଟିତ ହୋଇଯାଇଛି । ପୂର୍ବତନ ଜିଲା ସଭାପତି ଆଦିତ୍ୟ ମାଢିଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଡ.କାମରାଜ କବାସି, ଶ୍ୟାମଲ ସୁନାନି, ଅକ୍ଷୟ ବିଶୋୟୀ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଆଗାମୀ ୨୦୧୯ ନିର୍ବାଚନ ନେଇ ସଙ୍ଗଠନ କିପରି ମଜବୁତ୍‌ ହେବ ଉଭୟ ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ଚୟନ ଓ ନିର୍ବାଚନରେ କିଭଳି ଦଳ ଭଲ ପ୍ରଦର୍ଶନ କରି ବିଜୟୀ ହେବ ସେନେଇ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ବିଫଳତା ଓ ମୋଦି ସରକାରଙ୍କ ଗତ ୪ ବର୍ଷର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଲୋକଙ୍କ ନିକଟରେ ପହଁଚାଇବା, କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟର ସଚେତନତା ସହ ଏହି ୨ଟି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଚୟନ ନେଇ ଆଲୋଚନା ହୋଇଥିଲା । ଗତ ନିର୍ବାଚନରେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ଆଦିତ୍ୟ ମାଢିଙ୍କୁ ଭାଜପା ପାର୍ଥୀ କରିଥିଲା।

ବଦଳିବ ଏମ.ଭି ଗ୍ରାମର ନାମ: ବସୁନ୍ଧରା ଯୋଜନା କାର୍ଯ୍ୟକାରୀ ନେଇ ପକ୍ରିୟା ଆରମ୍ଭ

ମାଲକାନଗିରି, ୧୯।୭ (ଡି.ଏନ.ଏ)- ମାଲକାନଗିରି ଜିଲାର ଗ୍ରାମର ଭୂମିହୀନ ଗରିବ ଆଦିବାସୀଙ୍କୁ ବସୁନ୍ଧରା ଯୋଜନାରେ ପଟ୍ଟା ପ୍ରଦାନ ସହ ଦଣ୍ଡକାରଣ୍ୟ ପ୍ରକଳ୍ପ ସମୟରେ ଥଇଥାନ କରାଯାଇଥିବା ବଙ୍ଗୀୟ ଗ୍ରାମଗୁଡିକର ନାମ ପରିବର୍ତ୍ତନ ପକ୍ରିୟା ଆରମ୍ଭ ହୋଇଛି ବୋଲି ମାଲକାନଗିରି ବିଧାୟକ ମାନସ ମାଡକାମି କହିଛନ୍ତି। ଜିଲ୍ଲା ସଦର ମହକୁମାରେ ଦୀର୍ଘ ଦିନ ଧରି ରହିଥିବା ରାମକଣ୍ଠପୁରମ କିସମରେ ବତ୍ତର୍ର୍ମାନ ସୁଦ୍ଧା ୪୮୦ ଜଣଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି। ଆଉ ୩୫ ଜଣଙ୍କୁ ପଟ୍ଟା ପ୍ରଦାନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଯେଉଁ ଲୋକମାନଙ୍କର ଅତିରିକ୍ତ ସ୍ଥାନ ରହିଛି ଆଗାମୀ ଦିନରେ ସେହି ସବୁ ସ୍ଥାନର ପଟ୍ଟାପ୍ରଦାନ କରାଯିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିବା ଲାଠିଆଗୁଡ଼ାସ୍ଥିତ ବିଧାୟକଙ୍କ ବାସଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି।

ଷ୍ଟେଟ ବ୍ୟାଙ୍କରେ ପୋଲିସର ମକଡ଼ିଲ୍‌

ମାଲକାନଗିରି,୧୯।୭(ସ୍ବ.ପ୍ର) ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କରେ ଏସଡିପିଓ ମାନସ ରାଉତଙ୍କ ନେତୃତ୍ୱରେ ଏକ ପୋଲିସ ମକଡ଼ିଲ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି। ବ୍ୟାଙ୍କରେ ଡକାୟତି କରିବାକୁ ଡକାୟତ ପଶିଲେ ବ୍ୟାଙ୍କ ତରଫରୁ କଣ ସୁରକ୍ଷା ବ୍ୟବସ୍ଥା ରହିଛି ଏହା ପରୀକ୍ଷା କରାଯିବା ଲାଗି ଏହି ମକଡ୍ରିଲ ହୋଇଥିଲା। ବ୍ୟାଙ୍କ ଆଗରେ କିଛି ପୋଲିସ ରହି କିଛି ପୋଲିସ କର୍ମଚାରୀଙ୍କୁ ମୁହଁରେ କପଡ଼ା ବାନ୍ଧି ଡକାୟତ ବେଶରେ ପଶିଥିଲେ। ଭିତରେ ବ୍ୟାଙ୍କ କର୍ମଚାରୀ ଡରି ସମସ୍ତ ଟଙ୍କା ନେଇ ଯିବାକୁ ଡକାୟତଙ୍କୁ କହିଥିଲେ। ବ୍ୟାଙ୍କ ପକ୍ଷରୁ ଏହି ସମୟରେ ସାଇରନ ବାଜି ନ ଥିଲା କିମ୍ବା ପୋଲିସକୁ ଫୋନ କରାଯାଇନ ଥିଲା। ୫ମିନିଟ ପରେ ବାହାରେ ଥିବା ପୋଲିସ ବ୍ୟାଙ୍କରେ ପଶିଥିଲେ। ବ୍ୟାଙ୍କରେ ଯେଉଁ ଗ୍ରାହକ ଥିଲେ ସେମାନଙ୍କୁ ନ ଡରିବାକୁ କହିବା ସହ ବ୍ୟାଙ୍କ ମେନେଜରଙ୍କୁ ସେମାନଙ୍କ ଏହା ଏକ ମକଡ଼ିଲ ଥିଲା ବୋଲି କହିଥିଲେ।

ବିଭିନ୍ନ ସମସ୍ୟା ପଚାରି ବୁଝିଲେ ବିଧାୟକ

ବିଭିନ୍ନ ସମସ୍ୟା ପଚାରି ବୁଝିଲେ ବିଧାୟକ

କାଲିମେଳା,୧୯।୭(ଡି.ଏନ.ଏ)- ମାଲକାନଗିରି ଜିଲା କାଲିମେଳା ବ୍ଲକର ଦୁର୍ଗମ ମହାରାଜପାଲି ଓ ଲୁଗେଲ ପଞ୍ଚାୟତକୁ ମାଲକାନଗିରି ବିଧାୟକ ମାନସ ମାଡକାମି ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ସେ ପ୍ରଥମେ ଲୁଗେଲ ପଞ୍ଚାୟତ ଗସ୍ତ କରି ସେଠାରେ ଜନସାଧାରଣଙ୍କ ସହ ବୈଠକ କରି ବିଭିନ୍ନ ଅସୁବିଧା ସବିଧା ସମ୍ପର୍କରେ ପଚାରି ବୁଝିଥିଲେ। ରାଶନ କାର୍ଡଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧଙ୍କୁ ଭତ୍ତା,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ରସ୍ତାଘାଟ ଆଦି ବିଭିନ୍ନ ସମସ୍ୟା ରହିଥିବା ଗ୍ରାମବାସୀ ବିଧାୟକଙ୍କ ନିକଟରେ ପ୍ରକାଶ କରିଥିଲେ ।

ଗୋଷ୍ଠୀ ବିବାଦ ଯୋଗୁ ଉକୁମ୍ବା ଗାଁ ଅଶାନ୍ତ

ଗୋଷ୍ଠୀ ବିବାଦ ଯୋଗୁ ଉକୁମ୍ବା ଗାଁ ଅଶାନ୍ତ

ଗୁଣପୁର,୧୯।୭(ଡି.ଏନ.ଏ)- ରାୟଗଡା ଜିଲା ରାମନାଗୁଡା ବ୍ଲକ ଉକୁମ୍ବାଠାରେ ଗୋଷ୍ଠୀ ବିବାଦ ଯୋଗୁ ପରିସ୍ଥିତି ଅଶାନ୍ତ ହେବାରେ ଲାଗିଛି। ଗୋଟିଏ ଗୋଷ୍ଠୀ ତଥା ମହିଳାମାନେ ମଦକୁ ବିରୋଧ କରି ମଙ୍ଗଳବାର ପ୍ରଶାସନକୁ ଦାବିପତ୍ର ଦେଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧୀ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରଶାସନ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। ଯାହା ଉକୁମ୍ବା ପରିସ୍ଥିତିକୁ ବିଗିଡିବା ଆଶଙ୍କା ସୃଷ୍ଟି କରିଛି। ବେଳ ଥାଉଣୁ ପୋଲିସ ପ୍ରଶାସନ ପଦକ୍ଷେପ ନ ନେଲେ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ପ୍ରକାଶ ଯେ, ଦଳିତ ବର୍ଗର ମହିଳାମାନେ ମଦକୁ ବିରୋଧ କରିବା ସହ ଜାତିଭେଦ କରି ଗ୍ରାମରେ ସେମାନଙ୍କୁ ବାସନ୍ଦ କରାଯାଉଥିବା ଅଭିଯୋଗ କରିଥିଲେ।

Model This Week

ରୂପେଶ