ରାୟଗଡା

ଆନ୍ଧ୍ରକୁ ଚାଲାଣ ହେଉଥିବା ଧାନ ଟ୍ରକ ଜବତ

ଆନ୍ଧ୍ରକୁ ଚାଲାଣ ହେଉଥିବା ଧାନ ଟ୍ରକ ଜବତ
କାଲିମେଳା,୧୬।୧୨(ଡି.ଏନ.ଏ.) ଆନ୍ଧ୍ରକୁ ଚୋରାଚାଲାଣ କରାଯାଉଥିବା ଧାନ ବୋଝେଇ ଟ୍ରକକୁ କାଲିମେଳା ବ୍ଲକ୍‌ ଏମ୍‌ଭି-୯୦ ଗ୍ରାମ ନିକଟରୁ ଶୁକ୍ରବାର ମଧ୍ୟରାତିରେ ଜବତ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଏମଭି-୭୦ ଗ୍ରାମରୁ ଆଦିବାସୀଙ୍କ ଠାରୁ କମ ଦରରେ ଧାନ କିଣି ଆନ୍ଧ୍ର ପ୍ରଦେଶର ରେଙ୍ଗାଲ ମିଲକୁ ବିକ୍ରି କରିବାକୁ ଏକ ଦଶ ଚକିଆ ଟ୍ରକରେ ଧାନ ନିଆଯାଉଥିଲା। ଖବରପାଇ କାଲିମେଳା ଥାନା ପକ୍ଷରୁ ଚଢାଉ କରାଯିବା ପରେ ଏଥିରେ ଟ୍ରକରେ ଥିବା ୪୦୦ ବସ୍ତା ତଥା ଦୁଇ ଶହ କୁଇଣ୍ଟାଲ ଧାନ ଜବତ କରାଯାଇଥିଲା। ଏହି ଟ୍ରକଟି ପଡିଆ ଦର୍ନାପାଲ ବ୍ରିଜ ଦେଇ ଆନ୍ଧ୍ର ଯାଇଥାନ୍ତା ବୋଲି ଥାନାରେ ଅଟକ ଥିବା ଡ୍ରାଇଭର ଏମଭି-୯୦ ଗ୍ରାମର ଅମିତ ବାଗ ଓ ଫାର୍ମ କଲୋନୀର ବିବେକ ଖରା କହିଛନ୍ତି। ଟ୍ରକଟି ଏମଭି-୭୦ ଗ୍ରାମର ବିପୁଲ ଦାସଙ୍କ ବୋଲି ଜଣାପଡିଛି । ପରେ ସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନ ଓ ମାଲକାନଗିରି ଯୋଗାଣ ନିରୀକ୍ଷକ ମାନଭଞ୍ଜନ ହୋତା କାଲିମେଳା ଆସି ଧାନ ସହ ଟ୍ରକକୁ କାଲିମେଳା ସ୍ଥିତ ଥିବା ଅନ୍ନପୂର୍ଣ୍ଣା ରାଇସ ମିଲର ମୃତ୍ୟୁଞ୍ଜୟ ଦେଙ୍କୁ ଜିମା ଦିଆଯାଇଥିବା କହିଛନ୍ତି । ଘଟଣାସ୍ଥାଳକୁ ଗାଡି ମାଲିକ ନ ଆସିବାରୁ ବିଭାଗ ପକ୍ଷରୁ ଡ୍ରାଇଭର ଅମିତ ବାଗ ଓ ବିବେକ ଖରାଙ୍କ ନାମରେ କାଲିମେଳା ଥାନାରେ ଏତଲା ଦିଆଯାଇଛି ।
All Right Reserved By

ରାୟଗଡା

ଆଦର୍ଶ ବିଦ୍ୟାଳୟ ଛାତ୍ରୀ ରାଜ୍ୟସ୍ତରୀୟ  କ୍ରୀଡାକୁ   ମନୋନୀତ

ଆଦର୍ଶ ବିଦ୍ୟାଳୟ ଛାତ୍ରୀ ରାଜ୍ୟସ୍ତରୀୟ କ୍ରୀଡାକୁ ମନୋନୀତ

କାଶୀନଗର,୨୪।୯(ଡି.ଏନ୍‌.ଏ.):କାଶୀନଗର ବ୍ଲକର ଆଲଡାସ୍ଥିତ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଜ୍ୟୋର୍ତିମୟୀ ବେହେରା ଜିଲାସ୍ତରୀୟ ୧୦୦ ଓ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ପ୍ରଥମ, ଲମ୍ବାଡିଆଁରେ ପ୍ରଥମ ହୋଇ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି ା ଏହି ପ୍ରତିଯୋଗିତା ଗୋଷାଣି ବ୍ଲକର ଗାରାବନ୍ଧାଠାରେ ଗତ ୧୯,୨୦, ୨୧ରେ ଅନୁଷ୍ଠିତ ହୋଇଥିଲା ା ଏହା ପୂର୍ବରୁ ଜ୍ୟୋର୍ତିମୟୀ  ରାଜ୍ୟସ୍ତରକୁ ମନୋନୀତ ହୋଇ ବଲାଙ୍ଗିର ଓ କଟକ ବାରବାଟି ଷ୍ଟାଡିୟମରେ ଖେଳିବାକୁ ଯାଇଥିଲେ। ଆଦର୍ଶ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିଶ୍ୱବିଜୟୀ ବିବେକାନନ୍ଦ ବେହେରାଙ୍କ ଦ୍ୱାରା ସେ ପ୍ରଶିକ୍ଷଣ ନେଇଥିବାରୁ ତାଙ୍କୁ  କୃତଜ୍ଞତା ଜ୍ଞାପନ କରିଛନ୍ତି।  

 ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ

ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୨୪।୯ (ସ୍ବ.ପ୍ର.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ପରିଚ୍ଛା ମଠ ପରିସରରେ ରବିବାର ବାଲମୁକୁନ୍ଦ କେନ୍ଦ୍ର ପକ୍ଷରୁ ଯୋଗାସନ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ନିୟତି ଅନୁଷ୍ଠାନ ପକ୍ଷରୁ ନିର୍ଦ୍ଦେଶକ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମ ‘ଏ ନୁହେଁ କାହାଣୀ’ ମଧ୍ୟ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଦିତ୍ୟ ବାହିନୀର ନଗର ସଭାପତି ଗଣନାଥ ଖଡ଼ଗରାୟ ଯୋଗଦେଇ ଭକ୍ତିରସ ଅବତାର ଜଗତଗୁରୁ କୃପାଳୁଜୀ ମହାରାଜାଙ୍କ ଆରତି କରିଥିଲେ ।

ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ୫ ସମ୍ବର୍ଦ୍ଧିତ

ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ୫ ସମ୍ବର୍ଦ୍ଧିତ

ତେନ୍ତୁଳିଖୁଣ୍ଟି,୨୪।୯(ଡି.ଏନ୍‌.ଏ): ତେନ୍ତୁଳିଖୁଣ୍ଟି  ବ୍ଲକ୍‌ ତେନ୍ତୁଳିଖୁଣ୍ଟିସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ସାଂସ୍କୃତିକ ମଣ୍ଡପରେ ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାୟକ ମନୋହର ରନ୍ଧାରୀ, ବ୍ଲକ୍‌ ଅଧ୍ୟକ୍ଷା ଦେବକୀ ନାୟକ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କ ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ୨ଶହ ପ୍ରତିଯୋଗୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରଫୁଲ୍ଲ ନାଗ,  ସୂର୍ଯ୍ୟ ରନ୍ଧାରୀ, ସୁବାସ ଦାଶ, ସୁବାସ ଗରଡ଼ା, ପ୍ରେସିମଣି ଖିଲ ଉପସ୍ଥିତ ଥିଲେ।  ଭୋଳାନାଥ ନାୟକ ଓ ଦେବସ୍ମିତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

୧୯ ହିତାଧିକାରୀଙ୍କୁ  ଗ୍ୟାସ୍‌ ପ୍ରଦାନ

୧୯ ହିତାଧିକାରୀଙ୍କୁ ଗ୍ୟାସ୍‌ ପ୍ରଦାନ

ପାପଡ଼ହାଣ୍ଡି,୨୪ା୯(ଡି.ଏନ୍‌.ଏ.)
ପାପଡ଼ହାଣ୍ଡି ବ୍ଲକ୍‌ ପାତ୍ରୀଠାରେ ରବିବାର ବନ ବିଭାଗର ଆମ ଜଙ୍ଗଲ ଯୋଜନାରେ ୧୯ ଜଣ ହିତାଧିକାରୀଙ୍କୁ  ଗ୍ୟାସ୍‌ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ବ୍ଲକ୍‌ ଅଧ୍ୟକ୍ଷା ସେବତୀ ସାନ୍ତା, ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ, ସମିତି ସଭ୍ୟା ସୁଜାତା ନାୟକ, ସରପଞ୍ଚ ଯଦୁ ନାୟକ, ଫରେଷ୍ଟର ରାମଚନ୍ଦ୍ର ଜାନୀ, ପ୍ରମୁଖ ଯୋଗଦେଇଥିଲେ।

ଭାଗବତ ଟୁଙ୍ଗି ସମ୍ପର୍କିତ ଆଲୋଚନାଚକ୍ର

ଭାଗବତ ଟୁଙ୍ଗି ସମ୍ପର୍କିତ ଆଲୋଚନାଚକ୍ର

ପାରଳାଖେମୁଣ୍ଡି, ୨୪।୯ (ସ୍ବ.ପ୍ର.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଭକ୍ତି ସଙ୍ଗୀତ ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଭାଗୀରଥି ପାଢୀ ସ୍ମୃତିକଳା ପରିଷଦଠାରେ ଏକ ‘ଭାଗବତ ଟୁଙ୍ଗି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ା ଏଥିରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍‌ ଜଗନ୍ନାଥ ମିଶ୍ର ଯୋଗଦେଇ ପୁରାଣ ଓ ସଂସ୍କୃତିର ମୂଲ୍ୟବୋଧ ଦ୍ୱାରା ଅନ୍ତରର ସ୍ବଚ୍ଛତା ଆବିଷ୍କାର କରିବା ପାଇଁ ଆହ୍ବାନ ଦେଇଥିଲେ ା ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌ ଗୌରଚନ୍ଦ୍ର ପଣ୍ଡା ଯୋଗେଦେଇ ମଣିଷ ତିଆରି କାରଖାନାର ରୂପରେଖ ଆଧ୍ୟାତ୍ମିକ ଚେତନା ଦ୍ୱାରା ଜାଗ୍ରତ ହୋଇଥାଏ।

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା: ନବରଙ୍ଗପୁର ଜିଲା ଚାମ୍ପିୟନ

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା: ନବରଙ୍ଗପୁର ଜିଲା ଚାମ୍ପିୟନ

ନବରଙ୍ଗପୁର,୨୪।୯(ବି.ପ୍ର.): ୧୭ ବର୍ଷରୁ କମ୍‌ ବାଳିକା ବିଭାଗ କବାଡ଼ି ପ୍ରତିଯୋଗିତାରେ ନବରଙ୍ଗପୁର ଜିଲା ଦଳ ଚାମ୍ପିୟନ ହୋଇଛି । ୬୪ ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡ଼ି ପ୍ରତିଯୋଗିତା ବରଗଡ଼ ଜର୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ୨୧ରୁ ରବିବାର ପର୍ଯ୍ୟନ୍ତ ପ୍ରତିଯୋଗିତା ଆୟୋଜିତ  ହୋଇଥିଲା ା ରବିବାର ଉଦ୍‌ଯାପନୀ ଦିବସରେ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିିନି ଛୁରିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ସିଲ୍ଡ ସହ ମାନପତ୍ର ପ୍ରଦାନ କରି ଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି। କ୍ରିଡା ଓ ଶିକ୍ଷା କ୍ଷେତ୍ରରେ  ନିଜର ଭବିଷ୍ୟତ ଉଜ୍ୱଳମୟ କରିବାକୁ ପରାମାର୍ଶ ଦେଇଛନ୍ତି ା 

ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀଙ୍କ ଧାରଣା

ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀଙ୍କ ଧାରଣା

ମାଥିଲି, ୨୪।୯ (ଡି.ଏନ.ଏ) : ବିଭିନ୍ନ ଦାବି ନେଇ ସୋମବାର ମାଲକାନଗିରି ଜିଲା ମାଥିଲି ପୁରୁଣା ବ୍ଲକ ପରିସରରେ ଥିବା ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଅଗ୍ନିଶମ କର୍ମଚାରୀମାନେ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି।

ବିଦ୍ୟାଳୟ ଜୀବନ ବଖାଣିଲେ ପୁରାତନ ଛାତ୍ରୀଛାତ୍ର

ବିଦ୍ୟାଳୟ ଜୀବନ ବଖାଣିଲେ ପୁରାତନ ଛାତ୍ରୀଛାତ୍ର

ଜେକେପୁର,୨୩।୯(ଡି.ଏନ.ଏ): ରାୟଗଡା ଜିଲା ଚାନ୍ଦିଲି ପଞ୍ଚାୟତର ଜେକେପୁରସ୍ଥିତ ଲକ୍ଷ୍ମୀପତ ସିଂଘାଣିଆ ହାଇସ୍କୁଲର ୧୯୯୦ ମସିହା ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଶିକ୍ଷକ ପ୍ରଦୀପ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସରସ୍ବତୀ ଶର୍ମା ଯୋଗ ଦେଇଥିଲେ। 

କଲେଜର ସମସ୍ୟା ଜଣାଇଲେ ଛାତ୍ରୀ

କଲେଜର ସମସ୍ୟା ଜଣାଇଲେ ଛାତ୍ରୀ

ରାୟଗଡା ଅଫିସ୍‌, ୨୩।୯: ରାୟଗଡା ମହିଳା ମହାବିଦ୍ୟାଳୟରେ ଅଭିଭାବକ, ଅଧ୍ୟାପକ ଏବଂ ଛାତ୍ରୀମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ସୁଷମା ଦାସ ପୌରୋହିତ୍ୟ କରିଥିଲେ। ଶିକ୍ଷାବିତ୍‌ ଡା. ଦୁଷ୍ମନ୍ତ କୁମାର ମହାନ୍ତି ଓ ମଞ୍ଜୁଶ୍ରୀ ମୁଖାର୍ଜୀ ଯୋଗ ଦେଇ ଦିଗ୍‌ଦର୍ଶନ କରିଥିଲେ। ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରେରଣା ଦେବାପାଇଁ ଅଭିଭାବକମାନଙ୍କୁ ଆହ୍ବାନ ଦେଇଥିଲେ। 

ଏନ୍‌ଏସି ବୈଠକରେ ନିଷ୍ପତ୍ତି: ଜିଲାପାଳଙ୍କ ଦୃଷ୍ଟିକୁ ଅଣାଯିବ ଅନିୟମିତତା

ଏନ୍‌ଏସି ବୈଠକରେ ନିଷ୍ପତ୍ତି: ଜିଲାପାଳଙ୍କ ଦୃଷ୍ଟିକୁ ଅଣାଯିବ ଅନିୟମିତତା

କାଶୀନଗର,୨୩।୯(ଡି.ଏନ.ଏ.): ଗଜପତି ଜିଲା କାଶୀନଗର ଏନ୍‌ଏସି କାର୍ଯ୍ୟାଳୟ ସଭାଗୃହରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏନ୍‌ଏସି ଅଧ୍ୟକ୍ଷା ଏମ୍‌.ସୁଧାରାଣୀ ଅଧ୍ୟକ୍ଷତା କରିଥିଲେ। ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନକାର୍ଡ ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ଆଲୋଚନା କରାଯାଇଥିଲା। କାଶୀନଗରରେ ୫୮୨ ଜଣ ହିତାଧିକାରୀଙ୍କୁ ରାଶନକାର୍ଡ ବଣ୍ଟାଯିବା ପାଇଁ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ବେଳେ ବହୁ ଦରଖାସ୍ତ ଆବେଦନ କରାଯାଇଛି।

ସିୱାଇଏସ୍‌ ପକ୍ଷରୁ ପଞ୍ଚାୟତସ୍ତରୀୟ ତାଲିମ କାର୍ଯ୍ୟକ୍ରମ

ସିୱାଇଏସ୍‌ ପକ୍ଷରୁ ପଞ୍ଚାୟତସ୍ତରୀୟ ତାଲିମ କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା,୨୩।୯: ମାଲକାନଗିରି- କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧୀନ ପରକନମାଳା  ପଞ୍ଚାୟତ  ସଭାଗୃହରେ ସିୱାଇଏସ ପକ୍ଷରୁ ପଞ୍ଚାୟତସ୍ତରୀୟ କୃଷି ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରକନମାଳା, ସୋମନାଥପୁର ଓ କୁଡୁମୁଲୁଗୁମା ପଞ୍ଚାୟତର ୩୦ ଜଣ ମହିଳା ଚାଷୀ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ପରକନମାଳା ସରପଞ୍ଚ ଉଦ୍‌ଘାଟନ କରିଥିବା ବେଳେ ସଂଯୋଜକ ସଙ୍ଘମିତ୍ରା ସିଂହ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। 

ବନ୍ୟାରେ ଶତାଧିକ ଏକର ଧାନ ଚାଷ ନଷ୍ଟ

ବନ୍ୟାରେ ଶତାଧିକ ଏକର ଧାନ ଚାଷ ନଷ୍ଟ

ମାଲକାନଗିରି,୨୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସବୁ ଅଞ୍ଚଳରେ ବନ୍ୟା ପରସ୍ଥିତି ଯୋଗୁ ଜିଲାବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ଧନ ସମ୍ପତ୍ତି ନଷ୍ଟ ହୋଇଛି। ଅନେକ ଅଞ୍ଚଳରେ କଚାଘର ଭାଙ୍ଗି ନଷ୍ଟ ହୋଇଛି। ଏହି ବନ୍ୟାରେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ। ଜିଲାର କାଲିମେଲା ବ୍ଲକ ଚିତ୍ରାଙ୍ଗପାଲି ପଞ୍ଚାୟତର ମୁଦାଖାଲ, ଦୋରାଗୁଡା, ଉସ୍କାପାଲି, ଦୁରୁମାଗୁଡା ଗ୍ରାମର ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି।