
ଗୁଣପୁର, ୧୬।୧୨(ଡି.ଏନ.ଏ)-
ରାୟଗଡା ଜିଲା ପୁରୁଣା ଗୁଣପୁର ଅଞ୍ଚଳରେ ଶନିବାର ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା ଅଧୀନ ଭୁଷୁଣ୍ଡପୁର ଗ୍ରାମର ଦୁଃଖୀଶ୍ୟାମ ଜେନା। ସେ ଗୁଣପୁରରେ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ । ଶନିବାର ଅପରାହ୍ନରେ ତାଙ୍କ ସ୍ତ୍ରୀ ଝିଅକୁ ନେଇ ବିସ୍କୁଟ ଆଣିବାକୁ ବାହାରକୁ ଯାଇଥିବାବେଳେ ଦୁଃଖୀଶ୍ୟାମ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।