ଅନଗୁଳ-ଢେଙ୍କାନାଳ

ଆବାସ ଯୋଜନାରେ ଅଜବ କାର୍ଯ୍ୟ; ସ୍ତ୍ରୀଙ୍କୁ ଇନ୍ଦିରା, ସ୍ବାମୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ

ଆବାସ ଯୋଜନାରେ ଅଜବ କାର୍ଯ୍ୟ; ସ୍ତ୍ରୀଙ୍କୁ ଇନ୍ଦିରା, ସ୍ବାମୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ
ବନ୍ତଳା,୧୭।୧୨- ଅନେକ ଗରିବ, ବାସହୀନଙ୍କୁ ସରକାରୀ ଯୋଜନାରେ ଘରଟିଏ ମିଳୁନି। ହେଲେ ଅନୁଗୋଳ ବ୍ଲକ ବନ୍ତଳା ଥାନା ଅଞ୍ଚଳର ଏକ ଦମ୍ପତିଙ୍କୁ ଆବାସ ଯୋଜନାରେ ୨ଟି ଗୃହ ବ୍ଲକ ପକ୍ଷରୁ ଯୋଗାଇ ଦିଆଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ବାରଗୌଣିଆ ପଞ୍ଚାୟତ ସାନହିଂସ ଗ୍ରାମର ଗୋଟିଏ ପ୍ଲଟରେ ଦୁଇଟି ଯାକ ଗୃହ ନିର୍ମାଣ ହୋଇଥିଲେ ହେଁ ଉଭୟ ଘର କାନ୍ଥରେ କିନ୍ତୁ ଭିନ୍ନ ଭିନ୍ନ ପଞ୍ଚାୟତ ଓ ଗଁା ନଁା ଉଲ୍ଲେଖ କରାଯାଇଛି। ସ୍ତ୍ରୀ ସୁକୁମାରୀ ଭୋଇଙ୍କ ଘର କାନ୍ଥରେ ଏହା ତଳଗଡ଼ ପଞ୍ଚାୟତର ପୋଡାସାହି ବୋଲି ଉଲ୍ଲେଖ କରାଯାଇଥିବା ବେଳେ ତାଙ୍କ ସ୍ବାମୀ ନବ ଭୋଇଙ୍କ ଘର କାନ୍ଥରେ ବାରଗୌଣିଆ ପଞ୍ଚାୟତ ସାନହିଂସ ଗ୍ରାମ ଲେଖାଯାଇଛି। ଯଦିଓ ଦୁଇ ପଞ୍ଚାୟତ ପକ୍ଷରୁ ଏଥିପାଇଁ ଭୋଟର ପରିଚୟପତ୍ରକୁ ଦାୟୀ କରାଯାଇଛି ତଥାପି ବ୍ଲକ ପ୍ରଶାସନ ଓ ଦାୟିତ୍ୱରେ ଥିବା ଅଧିକାରୀମାନେ ଏପରି ଅଜବ କାର୍ଯ୍ୟକୁ କିପରି ସ୍ବୀକୃତି ଦେଲେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଉଭୟ ଘର କାନ୍ଥରେ ଥିବା ଲିଖିତ ସୂଚନା ଅନୁଯାୟୀ, ୨୦୧୪-୧୫ ବର୍ଷରେ ଇନ୍ଦିରାଆବାସ ଯୋଜନାରେ ୪୫ ହଜାର ଟଙ୍କାର ଗୃହ ନିର୍ମାଣ କାର୍ଯ୍ୟାଦେଶ ହିତାଧିକାରୀ ତଳଗଡ଼ ପଞ୍ଚାୟତ ପୋଡ଼ାସାହି ଗ୍ରାମର ସୁକୁମାରୀ ଭୋଇ ପାଇଛନ୍ତି। ସେହିପରି ୨୦୧୬-୧୭ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ବାରଗୌଣିଆ ପଞ୍ଚାୟତ ସାନହିଂସ ଗ୍ରାମର ନବ ଭୋଇଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାର ଗୃହ ନିର୍ମାଣ କାର୍ଯ୍ୟାଦେଶ ଦିଆଯାଇଛି। ପ୍ରଦାନ କରାଯାଇଥିବା କାର୍ଯ୍ୟାଦେଶ ଅନୁଯାୟୀ ହିତାଧିକାରୀ ସୁକୁମାରୀ ତଳଗଡ଼ ପଞ୍ଚାୟତ ପୋଡ଼ାସାହିର ହୋଇଥିବାରୁ ସେଠାରେ ଘର ନିର୍ମାଣ କରିବା କଥା। ଏପରି ହୋଇଥିଲେ ଭୋଟର ପରିଚୟ ପତ୍ର, ସରକାରୀ କାର୍ଯ୍ୟାଦେଶ ଓ ଗୃହ ନିର୍ମାଣରେ କୌଣସି ତ୍ରୁଟି କେହି ବାହାର କରିପାରି ନ ଥାନ୍ତେ। ହେଲେ ସମ୍ପୃକ୍ତ ହିତାଧିକାରୀ ସାନହିଂସ ଗ୍ରାମ ବାସିନ୍ଦା ତଥା ଉକ୍ତ ଗ୍ରାମର ନବ ଭୋଇଙ୍କ ସ୍ତ୍ରୀ ହୋଇଥିବାରୁ ସେ ପୋଡ଼ାସାହି କାର୍ଯ୍ୟାଦେଶକୁ ସାନହିଂସରେ ବ୍ୟବହାର କରିଥିବା କୁହାଯାଉଛି। ଏହା ବେଆଇନ ହୋଇଥିଲେ ବି ଏହି ଘଟଣାକୁ ଦୁଇ ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନିକ ଅଧିକାରୀମାନେ କିପରି ଅଣଦେଖା କଲେ ଏବଂ ଭୋଟର ପରିଚୟପତ୍ର ଉପରେ ଦୋଷ ଲଦି ନିଜ ଉପରୁ ଦାୟିତ୍ୱ ଖସାଇ ଦେବାର ଉଦ୍ୟମ କଲେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ବିଷୟରେ ହିତାଧିକାରୀ ନବ ଭୋଇ କୁହନ୍ତି, ତଳଗଡ଼ ପଞ୍ଚାୟତରୁ ସ୍ତ୍ରୀଙ୍କ ନାମରେ ଓ ବାରଗୌଣିଆ ପଞ୍ଚାୟତରୁ ମୋ ନାମରେ କାର୍ଯ୍ୟାଦେଶ ପାଇଥିଲୁ। ଗୋଟିଏ ଜାଗାରେ ଏକାଠି ଘର କରିଛୁ। ଅନୁଗୋଳ ବିଡିଓ ଦାୟିତ୍ୱରେ ଥିବା ତହସିଲଦାର ସରିତା ପ୍ରଧାନ କହିଛନ୍ତି, ଗୋଟିଏ ଦମ୍ପତି କେମିତି ୨ଟି ଗୃହର କାର୍ଯ୍ୟାଦେଶ ପାଇଲେ ସେ ବିଷୟରେ ବୁଝିଲା ପରେ କହିବି। ତଳଗଡ଼ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାବୁଲି ନାୟକ କହିଛନ୍ତି, ଭୋଟର ପରିଚୟପତ୍ର ଅନୁସାରେ ସୁକୁମାରୀ ହେଉଛନ୍ତି ତଳଗଡ଼ ପଞ୍ଚାୟତ ବାସିନ୍ଦା। ୨୦୧୪-୧୫ରେ ବିଲ୍‌ ବାଦଦରେ ସେ ୪୫ ହଜାର ଟଙ୍କା ନେଇଥିଲେ। ଏବେ ଘର ଶେଷ ହୋଇଛି କି ନାହିଁ ତାହା ଜଣାନାହିଁ। ବାରଗୌଣିଆ ସରପଞ୍ଚ ସୌରାଷ୍ଟ୍ର ସାହୁ କହିଛନ୍ତି, ସାନହିଂସ ଗ୍ରାମର ନବ ଭୋଇ ଆମ ପଞ୍ଚାୟତ ଲୋକ ଏବଂ ସାନହିଂସ ଗଁା ଏହି ପଞ୍ଚାୟତରେ ଯାଉଛି। ତେଣୁ ସେ ଗୃହ ନର୍ମାଣ କାର୍ଯ୍ୟାଦେଶ ପାଇଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ୍‌:କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ୍‌:କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ପରଜଙ୍ଗ, ୧୭।୧୦(ଡି.ଏନ.ଏ.):ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନି। ଅଥଚ ଆସିଛି ବିଲ୍‌। ଏହାର ପ୍ରତିବାଦ କରିଛନ୍ତି ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅଧୀନ ଶୁଣ୍ଢିକାଟେଣୀ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ ଏବଂ ବିଲ୍‌ ସଂଶୋଧନ କରିବାକୁ ଦାବି କରି ସେମାନେ  ମଙ୍ଗଳବାର ବିଭାଗୀୟ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ।

ବଳଦଯାତ୍ରାକୁ ଆଉ ଦୁଇଦିନ:ଝଲସୁଛି ଭୁବନ, ସୁରକ୍ଷା କଡ଼ାକଡ଼ି

ବଳଦଯାତ୍ରାକୁ ଆଉ ଦୁଇଦିନ:ଝଲସୁଛି ଭୁବନ, ସୁରକ୍ଷା କଡ଼ାକଡ଼ି

ଭୁବନ, ୧୭।୧୦(ଡି.ଏନ.ଏ.):ଐତିହାସିକ ବଳଦଯାତ୍ରାକୁ ଆଉ ଦୁଇଦିନ।  ବାଣିଜ୍ୟ ପରମ୍ପରାକୁ ନେଇ ସମୃଦ୍ଧ ଏହି ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନ। ଉଜ୍ଜ୍ୱଳ ଆଲୋକମାଳା, ସୁଉଚ୍ଚ ତୋରଣରେ ନୂଆବୋହୂ ପରି ଅଞ୍ଚଳ ସଜେଇ ହେଉଥିବାବେଳେ  ଘରେ ଘରେ ଆରମ୍ଭ ହେଲାଣି ବନ୍ଧୁବାନ୍ଧବଙ୍କ ଭିଡ଼। ଚଳିତବର୍ଷ ଭୁବନରେ ୧୧ଟି ମଣ୍ଡପରେ ମା’ ଦୁର୍ଗତିନାଶିନୀଙ୍କ ଦୁର୍ଗାଙ୍କ ଆବାହନ କରାଯାଉଛି। ଅନ୍ୟପଟେ ମଙ୍ଗଳବାର ଆନନ୍ଦଉଲ୍ଲାସର ସହ ଶେଷହୋଇଛି ମା’ଙ୍କ ସପ୍ତମୀ ପୂଜା । ଏଥର ଯାତ୍ରାର ଶୋଭାବର୍ଦ୍ଧନ କରିବେ ୩୧ ବଳଦ। ସେମାନଙ୍କୁ ବାଜାବାଣ ସହ ଅଭ୍ୟସ୍ତ କରିବାକୁ ମାସେ ପୂର୍ବରୁ ଆରମ୍ଭ ହୋଇଥିବା ଅଭ୍ୟାସ ଯାତ୍ରା ଶେଷହୋଇଛି।

କୋଇଲା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କୋଇଲା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ତାଳଚେର,୧୭ା୧୦(ନି.ପ୍ର.):ତାଳଚେର ଗ୍ରସ୍ତରେ ଆସିଥିବା କୋଇଲା ମନ୍ତ୍ରୀ ପୀୟୂସ ଗୋଏଲଙ୍କୁ ତାଳଚେର ବାର ଆସୋସିଏଶନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏମ୍‌ସିଏଲ ଅଧୀନରେ ଥିବା ତାଳଚେର କୋଲ୍‌ ଫିଲଡ୍ସରେ କୋଇଲା ଉପତ୍ାଦନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ତାଳଚେରବାସୀଙ୍କ ସମୂହ ସ୍ବାର୍ଥ ଓ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ତାଳଚେର ଠାରେ ବ୍ରାହ୍ମଣୀ କୋଲ୍‌ଫିଲ୍ଡସ ନାମକ ନୂତନ କୋଇଲା କମ୍ପାନୀ ପ୍ରତିଷ୍ଠା  କରାଯିବାକୁ ଦାବି କରାଯାଇଛି। ଏହାବ୍ୟତୀତ ତାଳଚେର ଷ୍ଟେଶନରୁ ଅନୁଗୋଳ ଷ୍ଟେଶନ ପର୍ଯ୍ୟନ୍ତ ରୁଫ୍‌ଲାଇନ୍‌ ନିର୍ମାଣ, ପ୍ରଦୂଷଣ ମୁକ୍ତ କୋଲ କରିଡର ରାସ୍ତା ନିର୍ମାଣ ପାଇଁ ଦାବି କରାଯାଇଛି। ଆସୋସିଏଶନ ସଭାପତି ଦୟାସାଗର ମିଶ୍ର ଓ ଏକ୍‌ଜିକ୍ୟୁଟିଭ୍‌ ବଡି ପକ୍ଷରୁ ୩ ଦଫା ସମ୍ବଳିତ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

ସାତକୋଶିଆରେ ୮ ହଜାର ଗୋରୁ, ଛେଳି ରୋଗାକ୍ରାନ୍ତ:ବିଶ୍ୱାସ ଅନୁଯାୟୀ ଫାଟୁଆ ବାଟେଇଲେ ବନବାସୀ

ସାତକୋଶିଆରେ ୮ ହଜାର ଗୋରୁ, ଛେଳି ରୋଗାକ୍ରାନ୍ତ:ବିଶ୍ୱାସ ଅନୁଯାୟୀ ଫାଟୁଆ ବାଟେଇଲେ ବନବାସୀ

ବନ୍ତଳା, ୧୭।୧୦ (ଡି.ଏନ.ଏ.):ଫାଟୁଆ ରୋଗରେ ଗୋରୁ ଓ ଛେଳି ଆକ୍ରାନ୍ତ ହେଲେ ଗଁାକୁ ଶନି ଆସିଥିବା ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟବାସୀଙ୍କ ବିଶ୍ୱାସ ରହିଛି। ତେଣୁ ଶନିଙ୍କ କୋପ ସହ ରୋଗ ଦୂର କରିବାକୁ ସେମାନେ ପରମ୍ପରା ଅନୁଯାୟୀ ବିଭିନ୍ନ ଠାକୁରାଣୀଙ୍କ ନିକଟରେ ପଣାପାଣି ଲଗାଇ ରୋଗାକ୍ରାନ୍ତ ଗୋରୁ ଓ ଛେଳିଙ୍କୁ ମନ୍ଦିର ବେଡ଼ା ଚାରିପଟେ ବୁଲାଇଥାନ୍ତି। ଏହାଦ୍ୱାରା ଫାଟୁଆ ରୋଗ ଗଁାରୁ ଦୂର ହୋଇଯାଇଥାଏ ବୋଲି ସେମାନଙ୍କ ଧାରଣା ରହିଆସିଛି। ଏପରି ବିଶ୍ୱାସର ପୂଜା ମଙ୍ଗଳବାର ଅଭୟାରଣ୍ୟ ଅଞ୍ଚଳରେ ଦେଖିବାକୁ ମିଳିଛି।   

ତଳଗଡ, ବଲାସିଂହା କ୍ଷତିଗ୍ରସ୍ତଙ୍କୁ ଭେଟିଲେ ଏମ୍‌ପିଙ୍କ ପ୍ରତିନିଧି ଦଳ

ତଳଗଡ, ବଲାସିଂହା କ୍ଷତିଗ୍ରସ୍ତଙ୍କୁ ଭେଟିଲେ ଏମ୍‌ପିଙ୍କ ପ୍ରତିନିଧି ଦଳ

ଅନୁଗୋଳ ଅଫିସ,୧୭ା୧୦:ଅନୁଗୋଳ ବ୍ଲକ ତଳଗଡ ଓ ବଲାସିଂହା ପଞ୍ଚାୟତର ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ମଙ୍ଗଳବାର ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଏକ ପ୍ରତିନିଧି ଦଳ ଭେଟି ଆଲୋଚନା କରିଛନ୍ତି। ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ସେମାନେ ପଚାରି ବୁଝିବା ସହ ତୁରନ୍ତ ସରକାରୀ ସହାୟତା କିପରି ମିଳିପାରିବ ସେ ନେଇ ଜିଲା ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ତଳଗଡ ଗାଁର କ୍ଷତିଗ୍ରସ୍ତ ମୁଖ୍ୟ ରାସ୍ତା ମରାମତି କାର୍ଯ୍ୟର ତଦାରଖ କରିଥିଲେ। ବିଦ୍ୟୁତ୍‌ ସଂଯୋଗ, ପାନୀୟ ଜଳ, ଓ କ୍ଷତିଗ୍ରସ୍ତଙ୍କୁ ପଲିଥିନ ଯୋଗାଣ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରତିନିଧି ଦଳର ସଦସ୍ୟମାନେ କହିଥିଲେ। ସେହିପରି ତଳଗଡରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ତଦାରଖ କରି ଏହି ପ୍ରତିନିଧି ଦଳ ଫେରିଥିଲେ। 

ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା, ଗ୍ରାମାଞ୍ଚଳ ଚଳଚଞ୍ଚଳ

ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା, ଗ୍ରାମାଞ୍ଚଳ ଚଳଚଞ୍ଚଳ


ବଇଣ୍ଡା,୧୬।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା, ଡେବେରାପାଲି, ବାମୁର ଆଦି ଗ୍ରାମ ଗୁଡ଼ିକରେ ଦୁର୍ଗାପୂଜା ଆରମ୍ଭ ହୋଇଛି। ପ୍ରଥମେ କଳସରୁ ପାଣି ଆଣିବା ପରେ ଯଥାରୀତିରେ ପୂଜାର୍ଚ୍ଚନା କରାଯାଇଥିଲା। 

ଭୁଲ ଇନ୍‌ଜେକ୍ସନରୁ  ରୋଗୀ ମୃତ୍ୟୁ ଅଭିଯୋଗ:  ଘଟଣାସ୍ଥଳରେ  ଉତ୍ତେଜନା

ଭୁଲ ଇନ୍‌ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ: ଘଟଣାସ୍ଥଳରେ ଉତ୍ତେଜନା


ଅନୁଗୋଳ ଅଫିସ, ୧୬।୧୦- ଅନୁଗୋଳ ହୁଲୁରିସିହାଂ ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମରେ ମଙ୍ଗଳବାର ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି।

ଭାଙ୍ଗିଲା ରେଙ୍ଗାଳି ଶାଖା କେନାଲ: ଗ୍ରାମ ଭିତରକୁ ପଶିଲା ପାଣି

ଭାଙ୍ଗିଲା ରେଙ୍ଗାଳି ଶାଖା କେନାଲ: ଗ୍ରାମ ଭିତରକୁ ପଶିଲା ପାଣି


କାମାକ୍ଷାନଗର,୧୬।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା  କାମାକ୍ଷାନଗର ସୋଗର ପଞ୍ଚାୟତ ବାଇସିଙ୍ଘା ଗ୍ରାମରେ ମଙ୍ଗଳବାର ପାଣି ପଶିଯାଇଛି। 

ବେଆଇନ ପଥର ଖାଦାନ ଉପରେ ଚଢାଉ

ବେଆଇନ ପଥର ଖାଦାନ ଉପରେ ଚଢାଉ


ଢେଙ୍କାନାଳ ଅଫିସ,୧୬।୧୦- ଢେଙ୍କାନାଳ ସଦର ଥାନା ପାରିଖେଦା ଅଞ୍ଚଳରେ ଥିବା ବେଆଇନ ପଥର ଖାଦାନ ଉପରେ ମଙ୍ଗଳବାର ଚଢାଉ କରାଯାଇଛି। 

ଭାରସାମ୍ୟ ହରାଇ ବିଲକୁ ଓଲଟିଲା କାର୍‌

ଭାରସାମ୍ୟ ହରାଇ ବିଲକୁ ଓଲଟିଲା କାର୍‌

ଭାପୁର, ୧୬।୧୦ (ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ଭାପୁର ନୁଆ ସାହି ନିକଟରେ ମଙ୍ଗଳବାର ସକାଳେ ଭାରସାମ୍ୟ ହରାଇ ଏକ କାର(ଓଡି୧୩ବି ୬୧୯୧) ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ କାରରେ ଥିବା ୪ ଜଣ ଆହତ ହୋଇଛନ୍ତି।

ମା’ ଦୁର୍ଗାଙ୍କ ସପ୍ତମୀ ପୂଜା

ମା’ ଦୁର୍ଗାଙ୍କ ସପ୍ତମୀ ପୂଜା

ବଅଁରପାଳ, ୧୬ା୧୦(ଡି.ଏନ.ଏ.): ନାଲକୋ ସିପିପି ନିକଟସ୍ଥ ଆଦର୍ଶ ବିହାରରେ ସୋମବାର ମା’ଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛିି। 

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ତାଳଚେର୧୬ା୧୦(ନି.ପ୍ର.)ପାର୍ବଣ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି କୋଇଲା ନଗରୀ ତାଳଚେର। ମା’ ଦୁର୍ଗାଙ୍କ ଧରାବତରଣକୁ ନେଇ ଶ୍ରଦ୍ଧାଳୁ ଉତ୍ସାହିତ ହୋଇଥିବାବେଳେ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ପାଳନ ପାଇଁ ବିଭିନ୍ନ ପୂଜା ମଣ୍ଡପ, ଶକ୍ତି ପୀଠରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି।