ଅନଗୁଳ-ଢେଙ୍କାନାଳ

କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ; କାର୍ଯ୍ୟାଳୟ ସ୍ଥାନାନ୍ତର ହେଲେ ଆନ୍ଦୋଳନ

କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ; କାର୍ଯ୍ୟାଳୟ ସ୍ଥାନାନ୍ତର ହେଲେ ଆନ୍ଦୋଳନ

ବଇଣ୍ଡା,୧୬।୧୨(ଡି.ଏନ.ଏ)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାରେ କେନ୍ଦୁପତ୍ର ବନାଞ୍ଚଳ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ହେଲେ ଏହି କୋଠା ବଇଣ୍ଡା ବଦଳରେ ଅନ୍ୟତ୍ର ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର (ଆଠମଲ୍ଲିକ ଶାଖା) ପକ୍ଷରୁ ଅଭିଯୋଗ ହୋଇଛି। ଏହାକୁ ସଂଘ ପକ୍ଷରୁ ବିରୋଧ କରାଯାଇଛି। ବଇଣ୍ଡା ବଦଳରେ ଏହି କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲେ ସଂଘ ଆନ୍ଦୋଳନକୁ ଓହାଲଇବ ବୋଲି ଚେତାବନୀ ଦେଇଛି। ଏ ନେଇ ବଇଣ୍ଡାଠାରେ ଶାଖା ପକ୍ଷରୁ ଶନିବାର କାର୍ଯ୍ୟାଳୟ ନିକଟରେ ଏକ ବୈଠକ ବସିଥିଲା। ଶାଖାର ସମ୍ପାଦକ ବିନୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉଗ୍ରସେନ ପ୍ରଧାନ, ମାୟାଧର ପ୍ରଧାନ, ବସନ୍ତ କୁମାର ସାହୁ, ବଂଶୀଧର ପଣ୍ଡା, ଘନଶ୍ୟାମ ବେହେରା, ସପ୍ନେଶ୍ୱର ବେହେରା, ଭୀମ୍‌ସେନ ପ୍ରଧାନ, ମନୋଜ କୁମାର ବେହେରା, ବାଙ୍କନିଧି ସାହୁ, କୃଷ୍ଣଚନ୍ଦ୍ର ପ୍ରଧାନ, ଜଗବନ୍ଧୁ ପ୍ରଧାନ, ସନ୍ତୋଷ କୁମାର ସାହୁ, ବାମଦେବ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ସଂଘର ଅଭିଯୋଗ ମୁତାବକ, ୨୦୧୫ ଏପ୍ରିଲ ୧ରେ ହଣ୍ଡପା କେନ୍ଦୁପତ୍ର ବନାଞ୍ଚଳକୁ ବଇଣ୍ଡା ବନାଞ୍ଚଳ କାର୍ଯ୍ୟାଳୟରେ ମିଶ୍ରଣ କରି ବଇଣ୍ଡା ସ୍ଥିତ ବଡ଼ହୁଲା ଗ୍ରାମ ନିକଟରେ ଏହି କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା। ଏବେ ୨୭ ଲକ୍ଷ ଟଙ୍କା ଅଟକଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂତନ କାର୍ଯ୍ୟାଳୟ ପାଇଁ କୋଠା ନିର୍ମାଣ କରାଯିବାକୁ ସ୍ଥିର ହୋଇଛି। ହେଲେ ଉକ୍ତ କୋଠାଟି ବଇଣ୍ଡା ପରିବର୍ତ୍ତେ ଅନ୍ୟ ଏକ ସ୍ଥାନରେ ନିର୍ମାଣ କରାଯିବ ବୋଲି ବିଭାଗ ପକ୍ଷରୁ ଯୋଜନା କରାଯାଉଛି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହି ଅଞ୍ଚଳରେ ଜାଗା ଚିହ୍ନଟ କରା ନ ଯାଇ ଅନ୍ୟତ୍ର କାର୍ଯ୍ୟାଳୟ ନିର୍ମାଣ କରାଯିବ ବୋଲି ଯୋଜନା କରାଯାଉଥିବା ଶାଖାର ସମ୍ପାଦକ ଅଭିଯୋଗ କରିଛନ୍ତି। ଏପରି ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ବଇଣ୍ଡା କେନ୍ଦୁପତ୍ର ବନା଼ଞ୍ଚଳ ରେଞ୍ଜର ବୀରେନ ମହାପାତ୍ର କୁହନ୍ତି, ନୂତନ କୋଠା ନିର୍ମାଣ କରିବା ପାଇଁ ବଇଣ୍ଡା ରେଞ୍ଜ କାର୍ଯ୍ୟାଳୟଠାରେ ଯୋଜନା କରାଯାଇଛି। ଏ ନେଇ ଜାଗା ଚିହ୍ନଟ ହୋଇପାରୁ ନ ଥିବାବେଳେ ନିକଟସ୍ଥ ଗ୍ରାମବାସୀ ନୂତନ କାର୍ଯ୍ୟାଳୟକୁ ବିରୋଧ କରୁଛନ୍ତି। ଅନ୍ୟତ୍ର ଜାଗା ଦେବା ପାଇଁ କିଶୋରନଗର ତହସିଲଦାରଙ୍କୁ ଅବଗତ କରାଯାଇଛି। ଜାଗା ଚିହ୍ନଟ ହେଲେ କୋଠା ନିର୍ମାଣ ହେବ। ଏ ନେଇ ବଡ଼ହୁଲା ଗ୍ରାମ କମିଟି ସଭ୍ୟ ଅରିକ୍ଷିତ ସାହୁ କୁହନ୍ତି, ଏହି କୋଠା ରେଞ୍ଜ କାର୍ଯ୍ୟାଳୟଠାରେ ସ୍ଥାପନ ହେଉ। ଗ୍ରାମବାସୀ ଏହାକୁ ବିରୋଧ କରୁନାହାନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ସର୍ଟଶର୍କିଟ୍‌ରୁ ଜଳିଗଲା ୨ ବଖରା

ସର୍ଟଶର୍କିଟ୍‌ରୁ ଜଳିଗଲା ୨ ବଖରା

ଭୁବନ, ୨୨ା୭(ସ୍ବ.ପ୍ର.)-ଭୁବନ ଏନ୍‌ଏସି ୧୫ନଂ. ଓ୍ବାର୍ଡ ମଠସାହିରେ ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସର୍ଟଶର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ପ୍ରକାଶ ଦାସ ଏବଂ ଗୀତାଞ୍ଜଳି ଦାସଙ୍କ ବଖରାଏ ଲେଖାଏଁ ଜଳିଯାଇଛି। ପରିବାର ଲୋକେ ଶୋଇଥିବାବେଳେ ହଠାତ୍‌ ନିଆଁ ଲାଗି ଚାରିଆଡ଼କୁ ବ୍ୟାପି ଯାଇଥିଲା। ବିଏସ୍‌ଏନ୍‌ଏଲ୍‌ ସେବା ବିଭ୍ରାଟ ଯୋଗୁ ସ୍ଥାନୀୟ ଦମକଳବାହିନୀକୁ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା।

ଶ୍ରୀଗୁଣ୍ଡିଚା ଭଜନ ସମାରୋହ ଉଦ୍‌ଯାପିତ

ଶ୍ରୀଗୁଣ୍ଡିଚା ଭଜନ ସମାରୋହ ଉଦ୍‌ଯାପିତ

ଢେଙ୍କାନାଳ ଅଫିସ, ୨୨।୭-ଘୋଷଯାତ୍ରା ଅବସରରେ ବାଜିଚୌକସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ୯ଦିନ ଧରି ଚାଲିଥିବା ଭଜନ ସମାରୋହ ରବିବାର ଉଦ୍‌ଯାପିତ ହୋଇଯାଇଛି। ଶେଷଦିବସରେ କଟକର ‘ସାଇ ଭଜନ ଅନୁଷ୍ଠାନ’ ପକ୍ଷ କଣ୍ଠଶିଳ୍ପୀ ସୁଛନ୍ଦା ସାମଲ, ତାରିଣୀ ପ୍ରସାଦ, ନିଖିଲ, ପ୍ରମୋଦ ତ୍ରିପାଠୀ, ଗଣେଶ ମିଶ୍ର ପ୍ରମୁଖ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ବାହୁଡ଼ା ଯାତ୍ରା ଉପଲକ୍ଷେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭଜନ ପରିବେଷଣ କରାଯାଇଥିଲା।

ଗଛପଡ଼ି ରାଜପଥ ଅବରୋଧ

ଗଛପଡ଼ି ରାଜପଥ ଅବରୋଧ

ଢେଙ୍କାନାଳ ଅଫିସ, ୨୨।୭- ଢେଙ୍କାନାଳ ସଦର ଥାନା ଗୁଣ୍ଡିଚାପଡ଼ା ଛକ ନିକଟ ୫୫ନଂ. ଜାତୀୟ ରାଜପଥ ଉପରେ ରବିବାର ଭୋର ୪ଟାରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିଥିଲା। ଏହାଯୋଗୁ ଦୀର୍ଘ ୪ ଘଣ୍ଟା ଧରି ରାସ୍ତା ଅବରୋଧ ହେବା ସହ ଯାତାୟାତ ଠପ୍‌ ହୋଇଯାଇଥିଲା। ରାତ୍ରିକାଳୀନ ବସ୍‌ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସକାଳୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଛ କରାଯିବାପରେ ପୂର୍ବାହ୍ନ ୮ଟା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି। ସୂଚନା ଦିଆଯିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଗଛ କଟାଯିବାକୁ ନେଇ କୌଣସି ତତ୍ପରତା ପ୍ରକାଶ ପାଇ ନ ଥିଲା। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା।

ବିଭିନ୍ନ ସ୍ଥାନରରେ ବାହୁଡ଼ା ଯାତ୍ରା ପାଳିତ

ବିଭିନ୍ନ ସ୍ଥାନରରେ ବାହୁଡ଼ା ଯାତ୍ରା ପାଳିତ

ବଇଣ୍ଡା,୨୨ା୭(ଡି.ଏନ.ଏ)- କିଶୋରନଗର ବ୍ଲକ କଦଳୀମୁଣ୍ଡା ତାଳପଦର, ବଇଶିଣା, ବଡ଼ଗୋବିନ୍ଦପୁର, ବିଲେଇନାଳୀ, ସରଗିପାଲି, ବାମୁର, ଘୋଷର, ବାଟିମୁଣ୍ଡା ଆଦି ଗ୍ରାମ ଗୁଡ଼ିକରେ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ଦୀର୍ଘ ୯ଦିନ ଧରି ପ୍ରଭୁ ୩ ଠାକୁର ମାଉସୀମା ଘରେ ରହିବା ପରେ ପୋଡ଼ପୀଠା ଖାଇ ଭକ୍ତଙ୍କ ଗ୍ରହଣରେ ଶ୍ରୀମନ୍ଦିରକୁ ଫେରିଛନ୍ତି। ଲଘୁଚାପ ବର୍ଷା ଯୋଗୁ ଅନେକ ସ୍ଥାନରେ ରଥଟଣା ବିଳମ୍ବ ହୋଇଥିଲା। ସେହିପରି ଠାକୁରଗଡ଼ ପେଡ଼ିପଥର, ଟାପଢୋଲ, କୁର୍ତ୍ତୀବାସପୁର ଗ୍ରାମରେ ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି।

ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତ୍ୟୁ, ସ୍ବାମୀ ଗିରଫ

ଢେଙ୍କାନାଳ ଅଫିସ, ୨୨।୭- ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଗ୍ରାମରେ ନିଅଁାରେ ପୋଡ଼ିହୋଇ ଗୁରୁତର ହୋଇଥିଲେ ଲିପିକା ମଲ୍ଲିକ (୨୫)। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି।

ବସ୍‌ଷ୍ଟାଣ୍ଡ ନଳକୂଅ ଅଚଳ

ଛେଣ୍ଡିପଦା,୨୨ା୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କଣଲୋଇ-ଭଟପାଳ ଗ୍ରାମ୍ୟ ରାସ୍ତାର କର୍ଣ୍ଣପାଳ ବସଷ୍ଟାଣ୍ଡଠାରେ ଥିବା ନଳକୂଅ ୩ ମାସରୁ ଊର୍ଦ୍ଧ୍ୱ ହେବ ଅଚଳ ହୋଇପଡିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

କୁଡ଼ିଆରୁ କାଶୀନାଥ ଉଦ୍ଧାର

କୁଡ଼ିଆରୁ କାଶୀନାଥ ଉଦ୍ଧାର

ଢେଙ୍କାନାଳ ଅଫିସ, ୨୨।୭- ଛାଡ଼ିମାଟି ପତ୍ର କୁଡ଼ିଆରେ ଅସହାୟ ଅବସ୍ଥାରେ ରହୁଥିବା ୮୦ ବର୍ଷୀୟ କାଶୀନାଥ ପଧାନଙ୍କ ପାଖରେ ପହଞ୍ଚତ୍ଛି ସହାୟତାର ହାତ। ଶନିବାର ଆଇନ ସେବା ପ୍ରାଧିକରଣ କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହା ପରେ ପଦାରେ ପଡ଼ିଛି ଜିଲା ପ୍ରଶାସନର ଅପାରଗତା। ସବୁଜାଣି ଜଣେ ବୃଦ୍ଧାଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିଦେବା ଏବଂ ପ୍ରଶାସନିକ ଅଧିକାରୀ ସାମାନ୍ୟତମ ଦରଦ ନ ଦେଖାଇବା ଘଟଣାକୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ।

ମଧ୍ୟପ୍ରଦେଶ ବାଘ ଦେବାରେ ପ୍ରତିବନ୍ଧକ ନାହିଁ : ସଚିବ

ଅନୁଗୋଳ ଅଫିସ, ୨୨ା୭- ସାତକୋଶିଆ ଅଞ୍ଚଳବାସୀଙ୍କ ବିରୋଧ ପରେ ମଧ୍ୟପ୍ରଦେଶରୁ ଆଉ ବାଘ ଆସିବ ନାହିଁ ବୋଲି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଅନୁଗୋଳ ଦାୟିତ୍ୱରେ ଥିବା ଆଇଏଏସ୍‌ ଅଧିକାରୀ ତଥା ପରିବେଶ ଓ ଜଙ୍ଗଲ ବିଭାଗ ସଚିବ ଜିଲା ଗସ୍ତରେ ଆସିଥିବାବେଳେ ଏହା ପ୍ରକାଶ କରିଛନ୍ତି। ସାତକୋଶିଆରେ ମହାବଳକୁ ଛଡାଯିବା ପରେ ଲୋକଙ୍କ ବିରୋଧକୁ ନେଇ ମଧ୍ୟପ୍ରଦେଶ ଆଉ ବାଘ ନ ଦେବା ପାଇଁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ମାଉଜର ଦେଖାଇ ୪୧ ହଜାର ଲୁଟ୍‌ ଘଟଣା: ଅଭିଯୋଗକାରୀ ନିଜେ ଅଭିଯୁକ୍ତ

ମାଉଜର ଦେଖାଇ ୪୧ ହଜାର ଲୁଟ୍‌ ଘଟଣା: ଅଭିଯୋଗକାରୀ ନିଜେ ଅଭିଯୁକ୍ତ

ତାଳଚେର, ୨୨ା୭(ନି.ପ୍ର.)- ଲୁଟ୍‌ର ଶିକାର ହୋଇଥିବା ନେଇ ଥାନାରେ ମିଛ ଅଭିଯୋଗ କରି ପୋଲିସ ଜାଲରେ ଫସିଛନ୍ତି ଅଭିଯୋଗକାରୀ। ଅଭିଯୁକ୍ତ ନିଜେ ଟଙ୍କା ଆତ୍ମସାତ କରି ଥାନାକୁ ଆସିଥିବା ପୋଲିସ ଜାଣିବା ପରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଅନୁଗୋଳ ଥାନା ଏକଘରିଆ ଗ୍ରାମର ଶମ୍ଭୁ ନାହାକ। ଏ ନେଇ ତାଳଚେର ବିକ୍ରମପୁର ଥାନାରେ ନଂ. ୭୫/୧୮ ଦଫା ୪୮୦ରେ ମାମଲା ରୁଜୁ ହୋଇଛି।

ସରିଲା ରିମାଣ୍ଡ, ଜେଲ ଗଲେ ୨ ବ୍ୟାଙ୍କ ଡକାୟତ

ସରିଲା ରିମାଣ୍ଡ, ଜେଲ ଗଲେ ୨ ବ୍ୟାଙ୍କ ଡକାୟତ

ଅନୁଗୋଳ ଅଫିସ,୨୨।୭- ଅନୁଗୋଳର ଦୁଇଟି ବ୍ୟାଙ୍କ ଡକାୟତି ଘଟଣାରେ ଗିରଫ ୨ ଡକାୟତଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ପୋଲିସ ଉଭୟଙ୍କୁ ଶନିବାର କୋର୍ଟରେ ହାଜର କରିବା ପରେ ଜେଲ ହାଜତକୁ ପଠାଇଦେଇଛି। ଆନ୍ଧ୍ର ବ୍ୟାଙ୍କ ଡକାୟତି ଘଟଣାରେ ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଆଉ ୪ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ବୋଲି ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

ସାପ କାମୁଡ଼ାରେ ଜଣେ ମୃତ

କାମାକ୍ଷାନଗର, ୨୨ା୭(ସ୍ବ.ପ୍ର.)-କାମାକ୍ଷାନଗର ବ୍ଲକ ପଣ୍ଡୁଆ ଫାଣ୍ଡି ଅଧୀନ ରାୟନରସିଂହପୁର ଗ୍ରାମର ବୁଦ୍ଧିମନ୍ତ କାଣ୍ଡି (୩୦) ରବିବାର ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ଶନିବାର ରାତିରେ ମଶାରି ଟାଙ୍ଗି ଶୋଇଥିବାବେଳେ ତାଙ୍କୁ ଏକ ରଣା ସାପ କାମୁଡ଼ି ଦେଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ରବିବାର ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

କାନ୍ଥପଡ଼ି ଜଣେ ମୃତ

କାନ୍ଥପଡ଼ି ଜଣେ ମୃତ

କାମାକ୍ଷାନଗର, ୨୨ା୭(ସ୍ବ.ପ୍ର.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ରାୟନୃସିଂହପୁର ଗ୍ରାମରେ ରବିବାର ଅଭାବନୀୟ ଘଟଣା ଘଟିଛି। ଘର କାନ୍ଥ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଦିବ୍ୟେନ୍ଦୁ ଦାସ (୪୬)।

Model This Week

ଚିଣ୍ଟୁ