ଅନଗୁଳ-ଢେଙ୍କାନାଳ

ଆଧାର ଲିଙ୍କ୍‌ ନାଁରେ ୭୫ ହଜାର ନେଇଗଲେ

ଆଧାର ଲିଙ୍କ୍‌ ନାଁରେ ୭୫ ହଜାର ନେଇଗଲେ
ଅନୁଗୋଳ ଅଫିସ,୧୬।୧୨- ଫୋନ କଲ୍‌ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଠକେଇ ବଢିବାରେ ଲାଗିଛି। ଆକାଉଣ୍ଟରେ ଆଧାର କାର୍ଡ ଲିଙ୍କ କରାଇଦେବା ନାଁରେ ଫୋନ୍‌ କଲ କରି ଏବେ ନୂଆ କୌଶଳରେ ଦୁର୍ବୃତ୍ତମାନେ ଠକେଇ କରୁଛନ୍ତି। ଅନୁଗୋଳ ସହର ହାକିମ୍‌ପଡ଼ାର ସୁନୀଲ ପ୍ରଧାନ ନାମକ ଜଣେ ଯୁବକଙ୍କ ଶନିବାର ଏପରି ଠକେଇର ଶିକାର ହୋଇଛନ୍ତି। ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ଫୋନ କରିଥିବା ବ୍ୟକ୍ତି ତାଙ୍କ ଆକାଉଣ୍ଟରୁ ୭୫ ହଜାର ଟଙ୍କା ନେଇଯାଇଛନ୍ତି। ଏ ନେଇ ସେ ଅନୁଗୋଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୭୩୮/୧୭ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣାରୁ ଜଣାପଡିଛି, ସୁନୀଲଙ୍କର ଅନୁଗୋଳ ଷ୍ଟେଟବ୍ୟାଙ୍କରେ ଆକାଉଣ୍ଟ ରହିଛି । ଶନିବାର ଦିନ ପ୍ରାୟ ୧ଟାରେ ଜଣେ ବ୍ୟକ୍ତି ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇ ତାଙ୍କ ମୋବାଇଲକୁ ଫୋନ୍‌ କରିଥିଲେ। ତାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍‌ କରାଇବା ପାଇଁ ସୁନୀଲଙ୍କୁ ଆଧାର ନମ୍ବର ମାଗିଥିଲେ। ଆଧାର ନମ୍ବର ନ ଦେଲେ ଏଟିଏମ୍‌ କାର୍ଡ଼ ଅଚଳ ହୋଇଯିବା ସହ ଆକାଉଣ୍ଟ ବନ୍ଦ ହୋଇଯିବ ବ୍ୟକ୍ତି ଜଣକ ସୁନୀଲଙ୍କୁ କହିଥିଲେ। ଏହାପରେ ସୁନୀଲ ତାଙ୍କ ଆଧାର ନମ୍ବର ସହ ଏଟିଏମ୍‌ ଓ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ଦେଇ ଦେଇଥିଲେ। ଏହାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୫ ଥରରେ ୭୫ ହଜାର ଟଙ୍କା କଟିଯିବା ସେ ଜାଣିବାକୁ ପାଇଥିଲେ। ଏ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଅନୁଗୋଳ ଏସ୍‌ପି ବ୍ରିଜେଶ କୁମାର ରାୟ କୁହନ୍ତି, ଲୋକେ ନିଜେ ସଚେତନ ହେବା ଦରକାର। କୌଣସି ବ୍ୟକ୍ତି ଫୋନ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ମାଗିଲେ ତାହା ଦେବା ଉଚିତ ନୁହେଁ। ବାରମ୍ବାର ଏ ନେଇ ଗଣମାଧ୍ୟମରେ ପ୍ରଚାର କରାଯାଉଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି। ଅନ୍ୟପକ୍ଷରେ ଜିଲାର ୨୨ଟି ଗ୍ରାମାଞ୍ଚଳରେ ପୋଲିସ ତରଫରୁ ବ୍ୟାନର ପୋଷ୍ଟର ମାଧ୍ୟମରେ ସଚେତନ ବାର୍ତ୍ତା ମଧ୍ୟ ଲେଖାଯାଇଛି ବୋଲି ଏସ୍‌ପି କହିଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

 ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଘଟଣା: ଦୋଷୀ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଘଟଣା: ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଢେଙ୍କାନାଳ ଅଫିସ, ୧୯।୧- ଢେଙ୍କାନାଳ ସଦର ଥାନା ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟରେ ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଘଟଣାର ପ୍ରତିବାଦରେ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଢେଙ୍କାନାଳ ଜିଲା ଭାଜପା ପକ୍ଷରୁ ଗଣଧାରଣା ଦିଆଯାଇଛି। 

ଅନୁଗୋଳ ଜିଲା କୋର୍ଟରେ ଫ୍ୟାମିଲି, ଭିଜିଲାନ୍ସ କୋର୍ଟ ଉଦ୍‌ଘାଟିତ

ଅନୁଗୋଳ ଜିଲା କୋର୍ଟରେ ଫ୍ୟାମିଲି, ଭିଜିଲାନ୍ସ କୋର୍ଟ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୧୯।୧: ଅନୁଗୋଳ ଜିଲା କୋର୍ଟରେ ଶୁକ୍ରବାର ଫ୍ୟାମିଲି ଓ ଭିଜିଲାନ୍ସ କୋର୍ଟ ଉଦ୍‌ଘାଟନ କରାଯାଇଛି। ଏହା ସହ କୋର୍ଟ ପରିସରରେ  ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରାଯାଇଛି।

ଅଙ୍ଗନଓ୍ବାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ: ଭୋକରେ ଫେରୁଛନ୍ତି ଶିଶୁ

ଅଙ୍ଗନଓ୍ବାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ: ଭୋକରେ ଫେରୁଛନ୍ତି ଶିଶୁ

ପରଜଙ୍ଗ, ୧୯।୧(ଡି.ଏନ୍‌.ଏ.) ଗର୍ଭବତୀ ଏବଂ ଶିଶୁ ସୁରକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ସରକାର। ସେମାନଙ୍କ ଗୁଣାତ୍ମକ, ବୌଦ୍ଧିକ ବିକାଶ ଲାଗି ପ୍ରଣୟନ କରାଯାଉଛି ଏକାଧିକ ଯୋଜନା। ହେଲେ ବିଭାଗୀୟ କର୍ମଚାରୀଙ୍କ ଅବହେଳାରୁ ଲକ୍ଷ୍ୟ ହାସଲ ହୋଇପାରୁନାହିଁ। 

ଅପହୃତା ନାବାଳିକା ଉଦ୍ଧାର ଘଟଣା: ଗଣବଳାତ୍କାର ଅଭିଯୋଗ

ଅପହୃତା ନାବାଳିକା ଉଦ୍ଧାର ଘଟଣା: ଗଣବଳାତ୍କାର ଅଭିଯୋଗ

ପରଜଙ୍ଗ, ୧୯।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଞ୍ଚଳ ନବମ ଶ୍ରେଣୀ ଛାତ୍ରୀ ଅପହରଣ ମାମଲା ଭିନ୍ନ ମୋଡ଼ନେଇଛି। ଅପହର୍ତ୍ତାମାନେ ନାବାଳିକାଙ୍କୁ ଜଙ୍ଗଲରେ ରଖି ୨ଦିନ ଧରି ଗଣବଳାତ୍କାର କରିଥିବା ସେ ଅଭିଯୋଗ ଆଣିଛନ୍ତି। 

‘କାଳିଆ’ରେ ସାମିଲ ହେବାକୁ ପଡ଼ିଛି ୨,୩୯,୪୯୦ ଫର୍ମ: ଏତେ ସଂଖ୍ୟକ ଆବେଦନକୁ ନେଇ ଅଡ଼ୁଆ

‘କାଳିଆ’ରେ ସାମିଲ ହେବାକୁ ପଡ଼ିଛି ୨,୩୯,୪୯୦ ଫର୍ମ: ଏତେ ସଂଖ୍ୟକ ଆବେଦନକୁ ନେଇ ଅଡ଼ୁଆ

ଅନୁଗୋଳ ଅଫିସ, ୧୯।୧: ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ସାମିଲ ପାଇଁ ଅନୁଗୋଳ ଜିଲାରେ ୨ ଲକ୍ଷ ୩୯ ହଜାର ୪୯୦ ଜଣ ଚାଷୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ବଅଁରପାଳରୁ ସର୍ବାଧିକ ଆବେଦନକାରୀ ଅଛନ୍ତି। 

କୋଇଲା ଯୁଗ୍ମ ସଚିବଙ୍କୁ ଦାବିପତ୍ର

କୋଇଲା ଯୁଗ୍ମ ସଚିବଙ୍କୁ ଦାବିପତ୍ର

ତାଳଚେର,୧୯ା୧(ନି.ପ୍ର.) କେନ୍ଦ୍ର କୋଇଲା ଯୁଗ୍ମ ସଚିବ ତଥା ଏମ୍‌ସିଏଲ୍‌ର ନୋଡାଲ ଅଫିସର ରାଜେଶ କୁମାର ସିହ୍ନା ଦୁଇଦିନିଆ ତାଳଚେର କୋଲ୍‌ ଫିଲଡ୍‌ସ ଗସ୍ତରେ ଆସି ଫେରି ଯାଇଛନ୍ତି। ସିହ୍ନା ଗୁରୁବାର ରାତିରେ ଏଠାରେ ପହଞ୍ଚିଥିଲେ। 

ଉଜୁଡ଼ା ସାତକୋଶିଆର ସଜଡ଼ା ଆରମ୍ଭ

ଉଜୁଡ଼ା ସାତକୋଶିଆର ସଜଡ଼ା ଆରମ୍ଭ

ବନ୍ତଳା, ୧୯।୧ (ଡି.ଏନ.ଏ.) ବାଘୁଣୀ ସୁନ୍ଦରୀ ମଣିଷ ମାରିବା ପ୍ରତିବାଦରେ ହୋଇଥିବା ପୋଡ଼ାଜଳା, ହିଂସାକାଣ୍ଡ ଓ ଯୁବ ମହାବଳ ମହାବୀରର ମୃତ୍ୟୁ ପରେ ଅନୁଗୋଳ ଜିଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଏକପ୍ରକାର ଉଜୁଡ଼ି ଯାଇଛି। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକଙ୍କ ଗହଳିରେ ଉଚ୍ଛୁଳି ଉଠୁଥିବା ଏହି ଅଭୟାରଣ୍ୟ ଚଳିତବର୍ଷ ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଯାଇଛି।

ସମସ୍ତଙ୍କ ଉଦ୍ୟମରେ ସ୍ବାବଲମ୍ବୀ ହେବେ ଦିବ୍ୟାଙ୍ଗ

ସମସ୍ତଙ୍କ ଉଦ୍ୟମରେ ସ୍ବାବଲମ୍ବୀ ହେବେ ଦିବ୍ୟାଙ୍ଗ

ଭାପୁର, ୧୮।୧(ଡି.ଏନ୍‌.ଏ.)-ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ହେଲେ ସବୁସ୍ତରରୁ ଉଦ୍ୟମ ଜରୁରୀ। ସରକାରୀ ଯୋଜନା ଠିକ୍‌ ସମୟରେ ପହଞ୍ଚତ୍ ପାରିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଘଟିପିରିସ୍ଥିତ ଶଶିଭୂଷଣ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର  ଆୟୋଜିତ ଅର୍ନ୍ତର୍ନିବେଶୀ ଶିକ୍ଷା ସଚେତନତା କାର୍ଯ୍ୟକ୍ରମରେ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି। 

 ଜନହିତକର ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଅ

ଜନହିତକର ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଅ

ପରଜଙ୍ଗ,୧୮।୧(ଡି.ଏନ.ଏ.)- ପରଜଙ୍ଗ ପଞ୍ଚାୟତରେ ଶୁକ୍ରବାର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା,  ସମ୍ମାନିତ ଅତିଥି  ବିଡ଼ିଓ ବସନ୍ତ କୁମାର ମଲ୍ଲିକ, ସମିତିସଭ୍ୟ ମୀନକେତନ ସାମଲ, ଡବ୍ଲୁଓ ସ୍ବର୍ଣ୍ଣପ୍ରଭା ସେଠୀ, ପିଇଓ ଧୁର୍ବଚରଣ ନାୟକ, ନିର୍ମାଣ ଶ୍ରମିକ କୋଡ଼ିନେଟର ଦିଲୀପ ବର୍ମା, ଯୁବ ବିଜେଡି ସଭାପତି ସୁବ୍ରତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। 

ଆସନ୍ତା ୨୦ରେ ଫ୍ଲଡ ଲାଇଟ୍‌ ଫୁଟବଲ ଟୁର୍ନାମେଣ୍ଟ

ଅନୁଗୋଳ ଅଫିସ,୧୮।୧- ଅନୁଗୋଳ ଶିବା ଗ୍ରାଉଣ୍ଡରେ  ଆସନ୍ତା ୨୦ରେ  ଫ୍ଲଡ ଲାଇଟ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ୮ଟି ଦଳ ଅଶଂଗ୍ରହଣ କରିବେ। ମ୍ୟାଚ ଗୁଡ଼ିକ ନକ ଆଉଟ ପଦ୍ଧତିରେ ଖେଳାଯିବ। 

ଚକୋଲେଟ ଦେବାକୁ ଡାକିନେଇ  ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଚକୋଲେଟ ଦେବାକୁ ଡାକିନେଇ ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଛେଣ୍ଡିପଦା,୧୮।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା  ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଛି।

୩ରେ ଟାଟାଷ୍ଟିଲ ବିଏସ୍‌ଏଲ୍‌ର ‘ରନାଥନ୍‌’

୩ରେ ଟାଟାଷ୍ଟିଲ ବିଏସ୍‌ଏଲ୍‌ର ‘ରନାଥନ୍‌’

ଢେଙ୍କାନାଳ ଅଫିସ, ୧୮।୧: ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ବିଏସ୍‌ଏଲ୍‌ ପକ୍ଷରୁ ଫେବୃୟାରୀ ୩ରେ ଆୟୋଜିତ ହେବ ଗଣଦୌଡ଼ ‘ରନାଥନ୍‌’। କମ୍ପାନୀର ପ୍ରଥମ ସଂସ୍କରଣର ଏହି କାର୍ଯ୍ୟକ୍ରମ ଲାଗି ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି ।