Dharitri News
ଅନଗୁଳ-ଢେଙ୍କାନାଳ

ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ;ପ୍ରତିବାଦରେ ଥାନା ଘେରାଉ

ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ;ପ୍ରତିବାଦରେ ଥାନା ଘେରାଉ ତାଳଚେର, ୧୬ା୧୨(ନି.ପ୍ର.)- ତାଳଚେର ସ୍ବୟଂଶାସିତ କଲେଜ ଚାଳିଆକୁତା ନିକଟରେ ଶନିବାର ଅପରାହ୍ନରେ ୨ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୩ ଜଣ ଆହତ ହେବା ନେଇ ଉତ୍ତ୍ୟକ୍ତ ଲୋକେ ତୁରନ୍ତ ରାସ୍ତା ମରାମତି ଦାବି କରି ରାସ୍ତାରୋକୋ କରିଥିଲେ। ପରେ ପୋଲିସ ୫ ଆନ୍ଦୋଳନକାରୀଙ୍କୁ ଥାନାକୁ ଉଠାଇ ଆଣିବାରୁ ଲୋକେ ଏହାର ପ୍ରତିବାଦରେ ତାଳଚେର ଥାନା ଘେରାଉ କରିଥିଲେ। ପ୍ରକାଶ ଯେ, ଚାଳିଆକୁତା ନିକଟ ରାସ୍ତାରେ ଅପରାହ୍ନରେ ଦୁଇଟି ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିଲେ। ଏହି ଘଟଣା ପରେ ସ୍ବାଧୀନ ଥମ୍ବଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ରାସ୍ତା ମରାମତି ଦାବିରେ ରାସ୍ତାରୋକୋ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଭାରିଯାନ ଅଟକି ରହି ଟ୍ରାଫିକ ସମସ୍ୟା ସୃୃଷ୍ଟି ହୋଇଥିଲା। ଖବରପାଇ ତାଳଚେର ପୋଲିିସ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରି ରାସ୍ତାରୋକୋରୁ ଓହରିଯିବାକୁ ଅନୁରୋଧ କରିଥିଲେ। ଆନ୍ଦୋଳନସ୍ଥଳକୁ ପ୍ରଶାସନିକ ଅଧିକାରୀ ଆସିବା ସହ ବାଙ୍କଧରା ଛକଠାରୁ ବହ୍ଲର ଛକ ପର୍ଯ୍ୟନ୍ତ ମରଣଯନ୍ତା ପାଲଟିଥିବା ରାସ୍ତାର ତୁରନ୍ତ ମରାମତି ପାଇଁ ପ୍ରତିଶ୍ରୁତି ନ ଦେଲେ ରାସ୍ତାରୋକୋ ଜାରି ରହିବ ବୋଲି ଆନ୍ଦୋଳନକାରୀ ଜିଦ୍‌ କରିଥିଲେ। ପରେ ପୋଲିସ ସ୍ବାଧୀନ ଥମ୍ବ, ବିକି ନାଏକ, ଅଶୋକ ନାଏକ, ଶିବ ନାଏକ, ଶେକ୍‌ ମନୋହରଙ୍କୁ ସେଠାରୁ ଗାଡିରେ ବସାଇ ଥାନାକୁ ନେଇ ଅଟକ ରଖିଥିଲା। ଫଳରେ ଉତ୍ତ୍ୟକ୍ତ ଲୋକେ ସେଠାରୁ ଆସି ଥାନା ଘେରାଉ କରିଥିଲେ। ଥାନା ପରିସରରେ ଉତ୍ତେଜନା ଲାଗିରହିବାରୁ ବିଭିନ୍ନ ଥାନାର ଅଧିକାରୀ ଓ ପୋଲିିସ ଫୋର୍ସ ସନ୍ଧ୍ୟାରେ ସେଠାରେ ପହଞ୍ଚିଥିଲେ। ଅଟକ ଥିବା ୫ ଜଣଙ୍କୁ ପୋଲିସ ଜାମିନରେ ଛାଡିବା ପରେ ଲୋକେ ଥାନା ଘେରାଉରୁ ନିବୃତ ହୋଇଥିଲେ।

ଅନଗୁଳ-ଢେଙ୍କାନାଳ

୨ଟ୍ରକ ମୁହାଁମୁହିଁ ଧକ୍କା

୨ଟ୍ରକ ମୁହାଁମୁହିଁ ଧକ୍କା

ବଅଁରପାଳ,୨୩।୧(ଡି.ଏନ୍‌.ଏ.): ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ଶାଳଗଡ଼ିଆ ଛକ ନିକଟରେ ମଙ୍ଗଳବାର ସକାଳେ ୨ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ ଟ୍ରକର ଚାଳକ ଗୁରୁତର ଆହତ ହୋଇଛନ୍ତି।

ବୋଲେରୋ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

ବୋଲେରୋ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

ବଅଁରପାଳ,୨୩।୧(ଡି.ଏନ୍‌.ଏ.): ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଛକ ନିକଟରେ ମଙ୍ଗଳବାର ଭୋର ସମୟରେ ଅଜଣା ଗାଡ଼ି ଧକ୍କାରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଉଠାଜଳସେଚନ ପାଇପ୍‌ ଫାଟି ରାସ୍ତାରେ ଗର୍ତ୍ତ

ଉଠାଜଳସେଚନ ପାଇପ୍‌ ଫାଟି ରାସ୍ତାରେ ଗର୍ତ୍ତ

ବନ୍ତଳା,୨୨।୧(ଡି.ଏନ.ଏ.)- କଟକ-ସମ୍ବଲପୁର ପୂର୍ତ୍ତ ବିଭାଗ ପୁରୁଣା ରାସ୍ତାର ଲାଛବନ୍ଧ ନିକଟରେ ଉଠା ଜଳସେଚନ ବିଭାଗର ପାଇପ୍‌ ଫାଟି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି।

କୋଇଲା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ

କଣିହାଁ,୨୨।୧(ଡି.ଏନ.ଏ.)- ତାଳଚେର କୋଇଲା ଖଣି ଅଞ୍ଚଳରୁ କଣିହାଁ ସ୍ଥିତ ଜେଆଇଟିପିଏଲ୍‌ ପ୍ରକଳ୍ପକୁ କୋଇଲା ପରିବହନ କରୁଥିବା ଏକ ଟ୍ରକ୍‌ (ନଂ.ଓଆର-୧୪ଏମ-୪୨୫୭) ରବିବାର ବିଳମ୍ବିତ ରାତିରେ ଓଲଟି ପଡ଼ିବାରୁ ଚାଳକ ବଅଁରପାଳ ଥାନା ଗଡ଼ସନ୍ତ୍ରୀ ଗ୍ରାମର ଆର୍ତ୍ତତ୍ରାଣ ନାଏକଙ୍କ ମୃତ୍ୟୁ ଘଟିଛି।

ବିପଦ ସୃଷ୍ଟି କରୁଛି ବିଦ୍ୟୁତ୍‌ ଖୁଣ୍ଟ, ତାର

ବିପଦ ସୃଷ୍ଟି କରୁଛି ବିଦ୍ୟୁତ୍‌ ଖୁଣ୍ଟ, ତାର

ବଅଁରପାଳ,୨୨।୧(ଡି.ଏନ.ଏ.)- ବଅଁରପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। କେଉଁଠି ଖୁଣ୍ଟ ବଙ୍କା ହୋଇ ରହିଛି ତ ଆଉ କେଉଁଠି କଳଙ୍କି ଲାଗିଯାଇଛି। କେତେବେଳେ ଏହା ଭାଙ୍ଗିପଡ଼ିବ ତାହା କହିହେବ ନାହିଁ। କୁଲାଡ଼, ନାଲ୍‌କୋ, ମେନ୍‌ଗେଟ୍‌ ଛକ, ବଅଁରପାଳ ସମେତ ବିଭିନ୍ନ ସ୍ଥାନରେ ଏପରି ବିପଦସଙ୍କୁଳ ଅବସ୍ଥାରେ ଖୁଣ୍ଟଗୁଡ଼ିକ ଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।

ଦୁର୍ଘଟଣାରେ ଜଣେ ମୃତ

ତାଳଚେର,୨୨ା୧( ନି.ପ୍ର.)- ତାଳଚେର ବ୍ଲକ କଳମଛୁଇଁ ଗ୍ରାମ ରାସ୍ତାରେ ଏକ ବାଇକ୍‌ ଧକ୍କାରେ ସେହି ଗ୍ରାମର କରୁଣା ବେହେରା (୪୬)ଙ୍କ ମୃତ୍ୟୁ ଘଟିଛି।

ଦେଶ ପ୍ରଗତିରେ ଛାତ୍ରୀଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ତାଳଚେର,୨୨ା୧(ନି.ପ୍ର.)- ଗଡ଼ତଳ ଆଞ୍ଚଳିକ ମହାବିଦ୍ୟାଳୟର ୨୨ତମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଦେଶର ପ୍ରଗତିରେ ଛାତ୍ରୀଛାତ୍ରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ।

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ଡିପିଏସ୍‌ ସ୍କୁଲ ପ୍ରତିଷ୍ଠା ହେବାର ୩୩ ବର୍ଷ ପରେ ସୋମବାର ପ୍ରଥମ କରି ସ୍କୁଲରେ ସରସ୍ବତୀ ପୂଜା ଆରମ୍ଭ ହୋଇଛ। ଏହି ସ୍କୁଲ ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ କେବେହେଲେ ଗଣେଶ ପୂଜା କିମ୍ବା ସରସ୍ବତୀ ପୂଜା ଆୟୋଜିତ ହୋଇ ନ ଥିଲା।

ଠିକା ଶ୍ରମିକଙ୍କ ବିକ୍ଷୋଭ

ଠିକା ଶ୍ରମିକଙ୍କ ବିକ୍ଷୋଭ

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ସ୍ମେଲ୍‌ଟର ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ କୁଶଳୀ ମାନ୍ୟତା ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଭୁବନ,୨୨।୧(ଡି.ଏନ୍‌.ଏ.): ଭୁବନ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ ନିକଟରେ ସୋମବାର ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫଳରେ ଟ୍ରକରେ ଥିବା ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବାବେଳେ ୩ଟି ଗୁରୁତର ଆହତ ହୋଇଛନ୍ତି।

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଟାଉନ ହାଇସ୍କୁଲ ଖେଳ ପଡ଼ିଆରେ ରବିବାର ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ତରଫରୁ ୭ମ ରାଜ୍ୟସ୍ତରୀୟ ହେମସୁରପଡ଼ା ଫୁଟବଲ କପ୍‌ ୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଅନୁଗୋଳ ମା’ ବୁଢ଼ୀ ଫୁଟବଲ କ୍ଲବ ଓ ଢେଙ୍କାନାଳ ନରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଥାନା ଆଙ୍କୁଲା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି।