ଉପକୂଳ ଓଡିଶା

୨ ବର୍ଷ ହେଲା ବସିନି ରୋଗୀ କଲ୍ୟାଣ ସମିତି ବୈଠକ

୨ ବର୍ଷ ହେଲା ବସିନି ରୋଗୀ କଲ୍ୟାଣ ସମିତି ବୈଠକ
ଦଶରଥପୁର,୧୭।୧୨ (ଡି.ଏନ୍‌.ଏ.) ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ପ୍ରତ୍ୟେକ ମାସରେ ରୋଗୀ କଲ୍ୟାଣ ସମିତି (ଆର୍‌କେଏସ୍‌) ବୈଠକ ବସିବାର ନିୟମ ରହିଛି। ଏହା ବସିବାର ନିୟମ ରହିଥିଲେ ମଧ୍ୟ ଦଶରଥପୁର ବ୍ଲକର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ପରିଚିତ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହା ଦେଖିବାକୁ ମିଳୁନାହିଁ। ଦୀର୍ଘ ୨ ବର୍ଷ ହେବ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀକଲ୍ୟାଣ ସମିତିର ବୈଠକ ବସୁ ନ ଥିବା ଫଳରେ ଜନତାଙ୍କ ସେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯେ, ବ୍ଲକର ୩୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଜନସାଧାରଣ ସ୍ବାସ୍ଥ୍ୟସେବା ନିମନ୍ତେ ମୁଖ୍ୟତଃ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାଆନ୍ତି । ତେବେ ଏହି ଦୁଇ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀଙ୍କ ଦୈନିକ ରେଜିଷ୍ଟର ଦେଖିଲେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ଅଧିକ ରୋଗୀ ଚିକିତ୍ସା ହେବାକୁ ଆସିଥାନ୍ତି। ସୂଚନାଯୋଗ୍ୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସରକାରଙ୍କ ପକ୍ଷରୁ ରୋଗୀ କଲ୍ୟାଣ ସମିତି ରହିବାର ନିୟମ ଥିବାବେଳେ ଉକ୍ତ କମିଟିର ୨୦୧୫ ମସିହା ପୂର୍ବରୁ ବ୍ଲକର ଅଧ୍ୟକ୍ଷା ଅଧ୍ୟକ୍ଷ ଏହାର ଅଧ୍ୟକ୍ଷ ରହୁଥିଲେ । ତେବେ ୨୦୧୫ ପରେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ଭାବେ ସ୍ଥାନୀୟ ବିଧାୟିକା ନଚେତ୍‌ ବିଧାୟକ ରହିବାକୁ ସରକାରଙ୍କ ପକ୍ଷରୁ ନୂତନ ନିୟମ କରାଯିବା ଦିନ ଠାରୁ ଏପର୍ଯ୍ୟନ୍ତ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ବୈଠକ ବସିପାରିନଥିବା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ନିରଞ୍ଜନ ପତିଙ୍କ ଠାରୁ ଜଣାଯାଇଛି । ଏ ସମ୍ପର୍କରେ ଡ. ପତିଙ୍କୁ ପଚାରିବାରେ ରୋଗୀ କଲ୍ୟାଣ ସମିତି ବୈଠକ ବସିବା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବହୁବାର ଅବଗତ କରାଯାଇଥିଲା। ମାତ୍ର ସେମାନେ ବୈଠକ ବସାଇବା ଲାଗି କୌଣସି ତାରିଖ ଦେଉ ନାହାନ୍ତି। ଏହି କାରଣରୁ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନୟନ କାର୍ଯ୍ୟ ଠପ୍‌ ହୋଇଥିବା କହିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ, ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯେଉଁ ନିର୍ବାଚନ ମଣ୍ଡଳୀରେ ରହିଥିବ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ବିଧାୟିକା ହୁଅନ୍ତୁ କିମ୍ବା ବିଧାୟକ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ସଭାପତି ରହିବାକୁ ନିୟମ ହୋଇଛି । ମାତ୍ର ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅଧୀନ ଥାଲକୁଡି ମୌଜା ଏବଂ ଖାତା ପ୍ଲଟ୍‌ ଉପରେ ଅବସ୍ଥିତ ଥିବାରୁ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏହି ସ୍ବାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷା ଭାବେ ଆସନ ଗ୍ରହଣ କରିବା ଉଚିତ୍‌। ମାତ୍ର ମଙ୍ଗଳପୁର ପଞ୍ଚାୟତଟି ଯାଜପୁର ନିର୍ବାଚନମଣ୍ଡଳୀ ଅଧୀନରେ ରହୁଥିବାରୁ ମଙ୍ଗଳପୁର ନାମରେ ନାମିତ ଏହି ସ୍ବାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ଗାଦି ଦଖଲଲାଗି ବିଧାୟକ ପ୍ରଣବ ପ୍ରକାଶ ସମୟକୁ ଅପେକ୍ଷା କରୁଥିବା ଜଣାପଡ଼ିଛି। ବୈଠକ ବସିପାରୁନଥିବାରୁ ରୋଗୀ କଲ୍ୟାଣ ସମିତି ପାଣ୍ଠିରେ ଅର୍ଥ ଥିଲେ ମଧ୍ୟ ପୂର୍ବରୁ ସମିତି ପକ୍ଷରୁ ରଖାଯାଇଥିବା ଡ୍ରାଇଭର, ସୁଇପର, ଟିକେଟ୍‌ କଟାଳି ଏପରି କେତେଜଣ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ଦରମା ପାଇ ନ ଥିବା ଜଣାପଡ଼ିଛି। ଆମ୍ବୁଲାନ୍ସ ଖରାପ ହୋଇଥିଲେ ମଧ୍ୟ ସଜଡା ଯାଉନି, ପରିସର ସଫେଇ ନ ହେବା, ପାଣି ଏବଂ ଲାଇଟ୍‌ ଖରାପ ହେଲେ ତାକୁ ଠିକ୍‌ କରାଯାଉ ନ ଥିବା ଜଣାପଡ଼ିଛି। ସମ୍ପର୍କରେ ବିଧାୟିକା ଓ ବିଧାୟକଙ୍କୁ ପଚାରିବାରୁ ସେମାନଙ୍କୁ ବୈଠକ ହେବା ନେଇ କୌଣସି ସୂଚନା ଦିଆଯାଇନଥିବା କହିଛନ୍ତି। ତେବେ ବୈଠକ ଆୟୋଜନର ଦାୟିତ୍ୱ ଖୋଦ୍‌ ବିଧାୟିକା କିମ୍ବା ବିଧାୟକଙ୍କର ଥିବାବେଳେ ସେମାନଙ୍କୁ ବୈଠକ ସମ୍ପର୍କରେ ସୂଚନା ଦିଆନଯିବା ଭଳି ମନ୍ତବ୍ୟ ଦେବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
All Right Reserved By

ଉପକୂଳ ଓଡିଶା

ପାରାଦୀପ ରାଜନୀତିରେ ଭିନ୍ନ ସମୀକରଣ

ପାରାଦୀପ,୧୯।୧୦(ସ୍ବ.ପ୍ର.)- ପାରାଦୀପ ନିର୍ବାଚନମଣ୍ଡଳୀର ୩ ରାଜନୈତିକ ଦଳ ମଧ୍ୟରେ ଭିନ୍ନ ସମୀକରଣ ହେବାରେ ଲାଗିଛି। ଗତ ସେପ୍ଟେମ୍ବର ୧୨ରେ ବିଜେଡି ନେତା ଦାମୋଦର ରାଉତ ବହିଷ୍କାର ହେବା ପରେ ଏପରି ହୋଇଛି। ତେବେ ୨୦୧୯ ନିର୍ବାଚନ ପାଇଁ କିଏ ବିଜେଡି ପ୍ରାର୍ଥୀ ହେବ, ସେ ନେଇ ଚର୍ଚ୍ଚା ହେଉଥିଲା।

ରାବଣ ପୋଡ଼ିକୁ ନେଇ ବିବାଦ, ପ୍ରଶାସନ ଭାଙ୍ଗିଲା ଦାମଙ୍କ ମଞ୍ଚ

ରାବଣ ପୋଡ଼ିକୁ ନେଇ ବିବାଦ, ପ୍ରଶାସନ ଭାଙ୍ଗିଲା ଦାମଙ୍କ ମଞ୍ଚ

ଏରସମା,୧୯।୧୦(ସ୍ବ.ପ୍ର.)- ଏରସମାରେ ରାବଣ ପୋଡ଼ିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏକ ଭିନ୍ନ ମୋଡ଼ ନେଇଛି। ଏ ନେଇ ପ୍ରଶାସନ ଶୁକ୍ରବାର ପାରାଦୀପ ବିଧାୟକ ଦାମୋଦର ରାଉତଙ୍କ ସ୍ବାଭିମାନ ସମାବେଶର ମଞ୍ଚକୁ ଭାଙ୍ଗିଦେଇଛି। ଏହା ଏକ ବିଶାଳ ଗୋଷ୍ଠୀ ସଂଘର୍ଷର ରୂପ ନେବାକୁ ଯାଉଛି। ଗୁରୁବାର ବିଳମ୍ବିତ ରାତିରେ ଏରସମା ଥାନା ପରିସରରେ ବସିଥିବା ଶାନ୍ତି କମିଟି ଦ୍ୱାରା ଏହି ବିବାଦର ସମାଧାନ ହୋଇପାରିଲା ନାହଁି।

ଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ଓଡ଼ଗଁ। ,୧୯। ୧୦(ସ୍ବ.ପ୍ର.)- ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଭୁକ୍ତ ଜାରିଙ୍ଗି ମୌଜାରେ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଦୁତିକୃଷ୍ଣ ସାହୁ(୨୭)।

ଦଶମୀ ଅବସରରେ ଅପରାଜିତା ପୂଜା

ଦଶମୀ ଅବସରରେ ଅପରାଜିତା ପୂଜା

ମାର୍ଶାଘାଇ,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଜାର ଦୁର୍ଗା ମଣ୍ଡପରେ ଶୁକ୍ରବାର ଦଶମୀ ଅବସରରେ ଅପରାଜିତା ପୂଜା ଓ ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଟ୍ରକ୍‌-ବାଇକ ଧକ୍କା, ଜଣେ ମୃତ

ଟ୍ରକ୍‌-ବାଇକ ଧକ୍କା, ଜଣେ ମୃତ

ଯାଜପୁରରୋଡ,୧୯। ୧୦(ନି.ପ୍ର.)- ୨୦ନଂ. ଜାତୀୟ ରାଜପଥର ଏକ ବାଇକ୍‌ ଶୋ’ରୁମ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମୋଟର ସାଇକେଲ ଭାରସାମ୍ୟ ହରାଇ ଟ୍ରକ୍‌ ପଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହଁି ବାଇକ୍‌ ଅରୋହୀଙ୍କର ମୃତ୍ୟୁ ହୋଇଥିଲା।

ଖଣ୍ଡାପୂଜା ଉତ୍ସବ

ଖଣ୍ଡାପୂଜା ଉତ୍ସବ

ମାର୍ଶାଘାଇ,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ କୁସୁନପୁର ଆଖଣ୍ଡଳମଣୀ ମନ୍ଦିର ପରିସରରେ ଶୁକ୍ରବାର ବିଜୟା ଦଶମୀ ଅବସରରେ ଖଣ୍ଡାୟତ ସମାଜ ପକ୍ଷରୁ ଖଣ୍ଡାପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ଖସିଲା ଅତଡ଼ା, ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ

ଖସିଲା ଅତଡ଼ା, ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ

ଆଳି,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ଆଳି ଧୋୟାଞ୍ଚଳରେ ପ୍ରବାହିତ ଖରସ୍ରୋତା ନଦୀରୁ ଶୁକ୍ରବାର ଅତଡ଼ା ଖସିବା ଯୋଗୁ ନଦୀକୂଳରେ ଥିବା ମଧୁସୂଦନ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। ଗ୍ରାମର ଅଭିଳାଷ ଦାସ, କୁନି ସାହୁ, ଜୟୀରାମ ରାଉତ, ଶ୍ରୀନିବାସ ରାଉତଙ୍କ ସମେତ ଅନେକ ପରିବାର ଭୟଭୀତ ହୋଇପଡ଼ିଛନ୍ତି।

ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପୋଖରୀ ସଫା

ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପୋଖରୀ ସଫା

ପାଟକୁରା,୧୯।୧୦(ଡି.ଏନ୍‌.ଏ)- ଗରଦପୁର ବ୍ଲକ ବଧୀନ ବେଡ଼ାରୀ ପଞ୍ଚାୟତ ଦଳୁଆଣି ବାୟାଣି ପୋଖରୀରୁ ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାରେ ଶୁକ୍ରବାର ଦଳ ସଫା କରାଯାଇଛି।

ମା’ଙ୍କ ମଣ୍ଡପରେ ମାଲକାନଗିରି ପୂର୍ବତନ ବିଧାୟକଙ୍କ ପୂଜାର୍ଚ୍ଚନା

ମା’ଙ୍କ ମଣ୍ଡପରେ ମାଲକାନଗିରି ପୂର୍ବତନ ବିଧାୟକଙ୍କ ପୂଜାର୍ଚ୍ଚନା

ମହାକାଳପଡ଼ା,୧୯।୧୦(ଡି.ଏନ୍‌.ଏ)- ମହାକାଳପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଏହି ପୂଜା ମଣ୍ଡପରେ ବିଭିନ୍ନ ରାଜନେତା ମା’ଙ୍କ ଦର୍ଶନ କରିଛନ୍ତି।

ଆଳିରେ ବିଜୟାଦଶମୀ

ଆଳିରେ ବିଜୟାଦଶମୀ

ଆଳି,୧୯।୧୦(ଡି.ଏନ୍‌.ଏ. ): କେନ୍ଦ୍ରାପଡ଼ା ଜିଲା ଆଳିରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ପକ୍ଷରୁ ନିଆଳ ହାଟଠାରେ ଥିବା ହେଲିପ୍ୟାଡ୍‌ ପଡ଼ିଆରେ ଶୁକ୍ରବାର ବିଜୟାଦଶମୀ ଉତ୍ସବ ପାଳିତ ହୋଇଯାଇଛି। 

ପୋଖରୀରେ ବୁଡ଼ି ଜଣେ ମୃତ

ପୋଖରୀରେ ବୁଡ଼ି ଜଣେ ମୃତ

ଚଣ୍ଡୀଖୋଲ, ୧୮।୧୦(ଡି.ଏନ.ଏ.)-ବାଲିକନ୍ଦରପୁର ଥାନା ଅନ୍ତର୍ଗତ ପତରାଜପୁର ଗାଁର ସୁରେନ୍ଦ୍ର ସେନାପତିଙ୍କ ପୁଅ ସୂର୍ଯ୍ୟକାନ୍ତ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ

ମାର୍ଶାଘାଇ, ୧୮।୧୦(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାର୍ଶଘାଇ ସ୍କୁଲ ପରିସରରେ ଗୁରୁବାର ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ନବମୀ ତଥିରେ ନିରଞ୍ଜନ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।