ଉପକୂଳ ଓଡିଶା

ଊର୍ଜ୍ଜା ଗଙ୍ଗା ପାଇପ୍‌ଲାଇନ କାର୍ଯ୍ୟ ଶୁଭାରମ୍ଭ

ଊର୍ଜ୍ଜା ଗଙ୍ଗା ପାଇପ୍‌ଲାଇନ କାର୍ଯ୍ୟ ଶୁଭାରମ୍ଭ
ସୁକିନ୍ଦା,୧୭।୧୨(ଡି.ଏନ.ଏ.) ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁରଠାରେ ଉର୍ଜ୍ଜା ଗଙ୍ଗା ନାମକ ପ୍ରାକୃତିକ ଗ୍ୟାସ ପାଇପ ଲାଇନ କାର୍ଯ୍ୟକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ବକ୍ତବ୍ୟ ରଖି କହିଥିଲେ ଯେ, ନୂଆବର୍ଷ ପୂର୍ବରୁ ଓଡ଼ିଶାରେ ୬ଶହ କି.ମି. ନ୍ୟାଚୁରାଲ ଗ୍ୟାସ ପାଇପ ଲାଇନର ଶୁଭାରମ୍ଭ ଉପକୂଳ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପହାର। ଧାମରାଠାରେ ୬ହଜାର କୋଟି ଟଙ୍କା ବିନିମୟରେ ଏଲଏନଜି ଟର୍ମିନାଲର ଶୁଭ ଦିଆସରିଛି। ଆମେରିକା, ଅଷ୍ଟ୍ରେଲିଆ ଆଦି ଦେଶରୁ ଜାହାଜରେ ଗ୍ୟାସ ଆସି ଏହିଠାରୁ ଉତ୍ତରପ୍ରଦେଶର ଆଲାହାବାଦ ପର୍ଯ୍ୟନ୍ତ ୨୫୦୦କି.ମି. ଦୈର୍ଘ୍ୟ ପାଇପଲାଇନ ଯୋଗେ ପ୍ରବାହିତ ହେବ। ଓଡ଼ିଶାରେ ଏଥିରୁ ୬ଶହ କି.ମି.ର ପାଇପଲାଇନ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ ଖୋର୍ଦ୍ଧା ଆଦି ଜିଲା ଦେଇ ଯିବ। ପ୍ରାକୃତିକ ଗ୍ୟାସ ଯୋଗୁ ଓଡ଼ିଶାର ଧାତୁକୁ ମୂଲ୍ୟଯୁକ୍ତ କରିବା ସମ୍ଭବ ହେବ। ଏପର୍ଯ୍ୟନ୍ତ ଓଡ଼ିଶାରୁ ଉପତ୍ାଦିତ ଇସ୍ପାତ କେବଳ ଘର ତିଆରିରେ ସୀମିତ ଥିଲା। ଗ୍ୟାସ ବ୍ୟବହାରରେ ଉତ୍ତମମାନର ଷ୍ଟିଲ ଓ ଆଲୁମିନିୟମର ନିର୍ମାଣ ଯୋଗୁ ଓଡ଼ିଶା ଅଟୋ ମୋବାଇଲ ଉପତ୍ାଦନ ତଥା ଉଚ୍ଚମାନର ଇସ୍ପାତ ଶିଳ୍ପର କେନ୍ଦ୍ର ବନି ପାରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ। ଟାଟାକୁ ଆହ୍ବାନ ଦେଇ ଓଡ଼ିଶାରେ ଉପଲବ୍ଧ ଉର୍ଜାକୁ ବ୍ୟବହାର କରି ଟାଟା ଉଚ୍ଚମାନର ଇସ୍ପାତ ସହ ଓଡ଼ିଶାରେ ଟ୍ରକ ତିଆରି କରୁ ବୋଲି ପ୍ରଧାନ କହିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ସହ ଓଡ଼ିଆ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦେବାର ବ୍ୟବସ୍ଥା କରି ଉଦ୍ୟମୀ ଓ ରୋଜଗାରର ସୁବିଧା ଦେବା ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଓଡ଼ିଶା ବିକାଶରେ ନବୀନ ପଟ୍ଟନାୟକଙ୍କ ଭୂମିକା ଅନନ୍ୟ ବୋଲି କହିବା ସହିତ ବିଜୁବାବୁ ହିଁ ଏଠାରେ ଶିଳ୍ପାୟନର ସ୍ବପ୍ନ ଦେଖିଥିଲେ ବୋଲି କହିଥିଲେ। ଏହାକୁ ନବୀନ ସାକାର କରିବାରେ କୌଣସି ହେଳା କରୁ ନାହାନ୍ତି। କେନ୍ଦ୍ର ସହାୟତାର ହାତ ବଢାଇଲେ ହିଁ ଆହୁରି ଉନ୍ନତି ହୋଇ ପାରିବ ବୋଲି ଘଡ଼େଇ କହିଥିଲେ। ଏହି କାର୍ଯ୍ୟକ୍ରମରେ ଗେଲ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ଆଶୁତୋଷ କର୍ଣ୍ଣାଟକ, ମାନବ ସମ୍ବଳ ନିର୍ଦ୍ଦେଶକ ପି.କେ. ଗୁପ୍ତା, ଇଡି କେ.ବି. ସିଂ, ଏମ.ଭି. ଆୟାର ଏବଂ ପିଏନଜିଆରବିର ସଦସ୍ୟ ସତପାଲ ଗର୍ଗ ଓ ଏସ. ରଥ ମଞ୍ଚସୀନ ଅତିଥି ରୂପେ ଯୋଗ ଦେଇଥିଲେ।
All Right Reserved By

ଉପକୂଳ ଓଡିଶା

ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର ରୋଡ, ୧୬।୧୦(ଡି.ଏନ୍‌.ଏ.): ବୁଧବାର ମା’ ଦୁର୍ଗାଙ୍କର ମହାଷ୍ଟମୀ ପୂଜା। ଯାଜପୁର ରୋଡ଼ର ସମସ୍ତ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମହାଷ୍ଟମୀ ଉପବାସ କରୁଥିବା ମହିଳାମାନେ ଭୋଗ କରି ବ୍ରତ ପିନ୍ଧୁଛନ୍ତ। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚଣ୍ଡୀ ପାଠ ସହ ବିଭିନ୍ନ ବାଦ୍ୟରେ ସହର କମ୍ପୁଛି । 

ଶାରଦୀୟ ଦୁର୍ଗା ପୂଜା ପାଇଁ ଡେରାବିଶ ଉତ୍ସବମୁଖର

ଶାରଦୀୟ ଦୁର୍ଗା ପୂଜା ପାଇଁ ଡେରାବିଶ ଉତ୍ସବମୁଖର

ଡେରାବିଶ,୧୭।୧୦(ସ୍ବ.ପ୍ର.): ଦୁର୍ଗାପୂଜା ପାଇଁ  କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଗତ ସୋମବାର ଠାରୁ ଉତ୍ସବ ମୁଖର ହୋଇଉଠିଛି। ଦୀର୍ଘ ଏକ ବର୍ଷ ଧରି ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ଭକ୍ତି ପରାକାଷ୍ଠାର  ସ୍ବରୂପିଣୀ ମହିଷମର୍ଦ୍ଦିନୀ ମା’ ଦୁର୍ଗା ଧରାପୃଷ୍ଠରେ ଅବତରଣ କରିଛନ୍ତି।

ମାର୍ଶାଘାଇରେ ମା’ଙ୍କ ଅଷ୍ଟମୀ ପୂଜା

ମାର୍ଶାଘାଇରେ ମା’ଙ୍କ ଅଷ୍ଟମୀ ପୂଜା

ମାର୍ଶାଘାଇ,୧୦।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳରେ ଦୁର୍ଗା ମଣ୍ଡପ ଗୁଡ଼ିକରେ ବୁଧବାର ମା’ଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି।

ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି

ପଟ୍ଟାମୁଣ୍ଡାଇ,୧୭।୧୦(ସ୍ବ.ପ୍ର.)-ପ୍ରଶାସନ ଓ ପୋଲିସର କଟକଣା ସତ୍ତ୍ୱେ ଚଳିତବର୍ଷ ଦୁର୍ଗାଷ୍ଟମୀରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ଆରାଧ୍ୟା ଦେବୀ ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି ପଡିଛି। 

ତିତ୍‌ଲି ପ୍ରଭାବରେ  ଭାଙ୍ଗିଲା ଶ୍ରେଣୀଗୃହ କାନ୍ଥ, କୋମଳମତି ଶିଶୁମାନଙ୍କ ପାଇଁ  ବିପଦଶଙ୍କୁଳ ପରିସ୍ଥିତି

ତିତ୍‌ଲି ପ୍ରଭାବରେ ଭାଙ୍ଗିଲା ଶ୍ରେଣୀଗୃହ କାନ୍ଥ, କୋମଳମତି ଶିଶୁମାନଙ୍କ ପାଇଁ ବିପଦଶଙ୍କୁଳ ପରିସ୍ଥିତି

ଗଣିଆ,୧୭ା୧୦(ଡି.ଏନ.ଏ.)-ଗତ ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ଗଣିଆ ବ୍ଲକ ଛାମୁଣ୍ଡିଆସ୍ଥିତ କୁଞ୍ଜବିହାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହର କାନ୍ଥ ଭୁଶୁଡ଼ି ପଡ଼ିଛି। ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ଏହି ଶ୍ରେଣୀଗୃହ ବିଦ୍ୟାଳୟ ପରିସରରେ ବିପଦଶଙ୍କୁଳ ପରିସ୍ଥିତି ସୃଷ୍ଟି କରିଛି। ଏକ ଶହ ବର୍ଷରୁ ଊର୍ଦ୍ଧ୍ୱ ୧୯୧୭ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ମାଟି ଓ ଇଟାରେ ନିର୍ମିତ କାନ୍ଥଗୁଡ଼ିକ ଫାଟି ଆଁ କରି ରହିଲାଣି।

ମହିଳାଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳାଙ୍କ ପରିବାର

ମହିଳାଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳାଙ୍କ ପରିବାର

ନୟାଗଡ଼ ଅଫିସ,୧୭।୧୦-ନୟାଗଡ଼ ଜିଲା ସଦର ଥାନା ଖୁଣ୍ଟୁବନ୍ଧ ପଞ୍ଚାୟତ ଅଶ୍ୱତ୍ଥପଡ଼ା ଗ୍ରାମରେ  ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଗ୍ରାମବାସୀ କଟୁରିରେ ଆକ୍ରମଣ କରିବାରୁ ସେ  ଗୁରୁତର ହୋଇଛନ୍ତି। ମହିଳା ଜଣଙ୍କ ହେଲେ ଅଶ୍ୱତ୍ଥପଡ଼ା  ଗ୍ରାମର  ପାଣୁଚରଣ ପ୍ରଧାନଙ୍କ ସ୍ତ୍ରୀ  ଗୌରୀ ପ୍ରଧାନ(୪୮)। 

ସ୍ବାଧୀନତାର ୭୧ ବର୍ଷ ପରେ ସେତୁ , ଗ୍ରାମ ସଡ଼କ ନିର୍ମାଣ ନିମନ୍ତେ ଭୂମିପୂଜା

ସ୍ବାଧୀନତାର ୭୧ ବର୍ଷ ପରେ ସେତୁ , ଗ୍ରାମ ସଡ଼କ ନିର୍ମାଣ ନିମନ୍ତେ ଭୂମିପୂଜା

ରଣପୁର,୧୭ା୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ବଜ୍ରରାଜପୁର ପଞ୍ଚାୟତରେ ଅବହେଳିତ ଭାବେ ରହିଥିବା ଇଚ୍ଛାପୁର ଗ୍ରାମକୁ ଏବେ ସରକାରଙ୍କ ଦୃଷ୍ଟି ପଡ଼ିଛି। ସ୍ବାଧୀନତାର ୭୧ ବର୍ଷ ପରେ ଗ୍ରାମବାସୀଙ୍କ ଯାତାୟାତ ନିମନ୍ତେ ମନ୍ଦାକିନୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୧ କୋଟି ୨୪ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ରଣପୁର ମୁଖ୍ୟ ରାସ୍ତାଠାରୁ ଗ୍ରାମକୁ ସଂଯୋଗ କରୁଛି ଏକ ନୂତନ ରାସ୍ତା। 

ହାତୀ ନଷ୍ଟ କଲା ଧାନ ଫସଲ

ହାତୀ ନଷ୍ଟ କଲା ଧାନ ଫସଲ

ରଣପୁର,୧୭ା୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ମୟୂରଝଲିଆ ଏବଂ ରାଜଜଙ୍କିଆ ପଞ୍ଚାୟତରେ ସୋମବାର ରାତିରେ ହାତୀପଲ ଧାନ ଫସଲ ଖାଇଦେବା ସହିତ ଦଳିଚକଟି ନଷ୍ଟ କରିଦେଇଛି ।  ଋଣ କରି ଫସଲ କରିଥିବା ଚାଷୀମାନେ ଏବେ ଏ ନେଇ ମୁଣ୍ଡରେ ହାତଦେଇ ବସିଛନ୍ତି।

ଦୁର୍ଗାପୂଜା ଲାଗି ଉତ୍ସବମୁଖର ମାର୍ଶାଘାଇ

ଦୁର୍ଗାପୂଜା ଲାଗି ଉତ୍ସବମୁଖର ମାର୍ଶାଘାଇ

ମାର୍ଶାଘାଇ,୧୬।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି। ମାର୍ଶାଘାଇ  ବଜାର ମଣ୍ଡପରେ ସୋମବାର ସନ୍ଧ୍ୟାରେ ବିଲ୍ବ ବରଣ ପରେ ମଙ୍ଗଳବାର କଳସ ସ୍ଥାପନ କରାଯାଇ ଷୋଢଶ ଉପଚାର ପୂଜା ଆରମ୍ଭ ହୋଇଛି।

ବ୍ରାହ୍ମଣୀ ନଦୀରେ ବୁଡ଼ି ବୃଦ୍ଧ ନିଖୋଜ

ବ୍ରାହ୍ମଣୀ ନଦୀରେ ବୁଡ଼ି ବୃଦ୍ଧ ନିଖୋଜ

ଯାଜପୁର ଅଫିସ, ୧୬।୧୦: ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଦୁର୍ଗା ପଡ଼ିଆ ନିକଟ ବ୍ରାହ୍ମଣୀ ନଦୀରେ ମଙ୍ଗଳବାର ପୂର୍ବାହ୍ନରେ ଗାଧୋଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଦଶରଥ ଜେନା(୬୫)। ଯାଜପୁର ଓଡ୍ରାଫ ଟିମ୍‌ ଓ ବରୀ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଛି। 

ଜାକେଡା ପଞ୍ଚାୟତବାସୀଙ୍କ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଜାକେଡା ପଞ୍ଚାୟତବାସୀଙ୍କ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ନୂଆଗାଁ,୧୬।୧୦(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ସୋମବାର ପଞ୍ଚାୟତର ଦୁଇଶହର ଊର୍ଦ୍ଧ୍ୱ ମହିଳାପୁରୁଷ ନୂଆଗାଁ ବିଡିଓଙ୍କୁ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । 

ପାଣୁସାହୁ ପାଟଣାର ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ: ବିଶ୍ୱାସ ଓ ଅନୁଭୂତିକୁ ନେଇ ସୃଷ୍ଟି ହୁଏ ପରମ୍ପରା

ପାଣୁସାହୁ ପାଟଣାର ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ: ବିଶ୍ୱାସ ଓ ଅନୁଭୂତିକୁ ନେଇ ସୃଷ୍ଟି ହୁଏ ପରମ୍ପରା

ଖଣ୍ଡପଡା,୧୬।୧୦(ସ୍ବ.ପ୍ର.)-ଶାରଦୀୟ ପୂଜା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସମସ୍ତ ଶକ୍ତି ପୀଠରେ ମା’ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା, ବେଶ ଚାଲିଥିବାବେଳେ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମୃ୍‌ଣ୍ମୟୀ ମୂର୍ତ୍ତି ସ୍ଥାପନ ହୋଇ ପୂଜା ଅପେକ୍ଷାରେ ଅଛନ୍ତି।