ଉପକୂଳ ଓଡିଶା

ବିଞ୍ଝାରପୁରକୁ ଏନ୍‌ଏସି ମାନ୍ୟତା ଦାବିରେ ସମୂହ ସ୍ବାକ୍ଷର ଅଭିଯାନ

ବିଞ୍ଝାରପୁରକୁ ଏନ୍‌ଏସି ମାନ୍ୟତା ଦାବିରେ ସମୂହ ସ୍ବାକ୍ଷର ଅଭିଯାନ
ବିଞ୍ଝାରପୁର,୧୭।୧୨(ଡି.ଏନ.ଏ) ବିଞ୍ଝାରପୁରକୁ ଏନ୍‌ଏସି ମାନ୍ୟତା ପାଇଁ ଦାବି ବର୍ଷ ବର୍ଷ ଧରି ହୋଇ ଆସୁଥିବାବେଳେ ସରକାର ଓ ପ୍ରଶାସନର ଅବହେଳା କାରଣରୁ ଏହା ସଫଳ ହୋଇପାରୁନାହିଁ। ଫଳରେ ଏନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ସାମୂହିକ ସ୍ବାର୍ଥକୁ ଆଖିଆଗରେ ରଖି ସରକାର ଯଦି ୧୯୮୦ମସିହାରୁ ଚିହ୍ନଟ ହୋଇ ଆସିଥିବା ବିଞ୍ଝାରପୁରକୁ ଏନ୍‌ଏସି ମାନ୍ୟତା ନ ଦିଅନ୍ତି ତେବେ ଏହା ଜନ ଆନ୍ଦୋଳନର ରୂପ ନେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଆଉ ଏଥିପାଇଁ ରବିବାର ପୂର୍ବାହ୍ନରେ ବିଞ୍ଝାରପୁର ବଜାରଠାରେ ଆଖ ପାଖ ୪ ପଞ୍ଚାୟତର ବିଶିଷ୍ଟ ବ୍ୟକ୍ତିମାନେ ଏକତ୍ରିତ ହୋଇ ସମୁହ ଜନ ସ୍ବାକ୍ଷର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ବିବେକାନନ୍ଦ ସ୍ବେଚ୍ଛାସେବୀ ସଂଗଠନର ସଭାପତି ଚନ୍ଦ୍ର ଶେଖର ବେହେରାଙ୍କ ସଭାପତିତ୍ୱରେ ଏକ ଦାବି ସଭା ଅନୁଷ୍ଠିତ ହୋଇଥିଲା। ସଭାକୁ ହରେକୃଷ୍ଣ ପଣ୍ଡା ଉଦ୍‌ଘାଟନ କରି ବିଞ୍ଝାରପୁର ଏନ୍‌ଏସି ମାନ୍ୟତା ପାଇଲେ ଏଞ୍ଚଳର ବିକାଶ ଆହୁରୀ ଅଧିକ ସମ୍ଭବ ହୋଇ ପାରିବ। ଏଠାରେ ଥିବା ହାଟ ବଜାର, ବ୍ୟାଙ୍କ, ବିଭିନ୍ନ ବ୍ୟବସାୟ କେନ୍ଦ୍ର ଏବଂ ୪ଟି ପଞ୍ଚାୟତର ଜନସାଧାରଣ ବିଶେଷ ଉପକୃତ ହୋଇ ପାରିବେ। ପାନୀୟ ଜଳ, ଡ୍ରେନ, ରାସ୍ତା, ବିଦ୍ୟୁତ ସେବାର ଅଗ୍ରଗତି ହୋଇପାରିବ। ଜନସାଧାରଣ ସାମୂହିକ ଭାବେ ସରକାର ଓ ଆମ ଲୋକ ପ୍ରତିନିଧିଙ୍କ ନିକଟରେ ଦାବି ଉପସ୍ଥାପନ କଲେ ଏନ୍‌ଏସି ହେବାକୁ ବେଶୀ ସମୟ ଲାଗିବ ନାହିଁ। କିଛି ଦିନ ହେବ ଜନସାଧାରଣଙ୍କ ପକ୍ଷରୁ ବଜାରରେ ହୋଡିଂ ଲଗାଯାଇଥିବା ବେଳେ ରବିବାର ବହୁ ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ଏକତ୍ରିତ ହେବା ଏହି ପ୍ରଚେଷ୍ଟାକୁ ଆହୁରି ଉତ୍ସାହିତ କରିଛି। ୧୯୮୪ରେ ବିଞ୍ଝାରପୁରକୁ ତତକାଳୀନ ସରକାର ଏନ୍‌ଏସି କରିବାକୁ ପ୍ରସ୍ତାବ ଗ୍ରହଣ କରିଥିଲେ ହେଁ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଏହା ଏଯାବତ୍‌ କାର୍ଯ୍ୟକାରୀ ହୋଇ ନ ପାରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସଭାରେ ଉପସ୍ଥିତ ବକ୍ତାମାନେ ପ୍ରକାଶ କରିଥିଲେ। ବିଭିନ୍ନ ସଂଗଠନଠାରୁ ଆରମ୍ଭ କରି ଜନ ସାଧରଣ ପର୍ଯ୍ୟନ୍ତ ସମସ୍ତେ ପ୍ରତି ନିର୍ବାଚନବେଳେ ଏହା କାର୍ଯ୍ୟକାରୀ ହେବ ବୋଲି ଆଶା ବାନ୍ଧି ବସି ଥିବାବେଳେ ସରକାର ଏହାକୁ ଅଣଦେଖା କରିବା ସମସ୍ତଙ୍କ ପ୍ରତି ଅବିଚାର ବୋଲି ବହୁ ବକ୍ତା ମତ ବ୍ୟକ୍ତ କରିଥିଲେ। ଏପରିକି ଜିଲା ପ୍ରଶାସନ ଏହାକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ବାଢି ଥିଲେ। ବିଞ୍ଝାରପୁରକୁ ଏନଏସି ମାନ୍ୟତା ସମ୍ପର୍କରେ ବିଭାଗୀୟ ସଚିବ ୩ଥର ତଥ୍ୟ ମାଗିଛନ୍ତି, କିନ୍ତୁ ସରକାରଙ୍କ ଚିଠିର କୈାଣସି ଉତ୍ତର ନ ଦେଇ ପ୍ରଶାସନ ଚୂପ ବସି ରହିବା ପ୍ରଶାସନିକ ଅବହେଳା ସ୍ପଷ୍ଟ ବାରି ହୋଇପଡ଼ୁଛି। ତେଣୁ ଜିଲା ପ୍ରଶାସନ ଏଥି ପ୍ରତି ବିହିତ ପଦେକ୍ଷପ ନେଇ ଚଳିତ ବର୍ଷ ବିଞ୍ଝାରପୁରକୁ ଏନ୍‌ଏସି ମାନ୍ୟତା ନେଇ ପଦକ୍ଷେପ ଗ୍ରହଣ ନ କଲେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଚେତନ ନାଗରିକଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଅବସରରେ ବିଞ୍ଝାରପୁରକୁ ଏନଏସି ଦାବିରେ ସମୁହ ସ୍ବାକ୍ଷର ଅଭିଯାନକୁ ଆହୁରି ଯୋରଦାର କରାଯିବ ବୋଲି କୁହାଯାଇଛି। ଏହି ଅଭିଯାନରେ କମଳାକାନ୍ତ ବିନ୍ଧାଣୀ, ସୁଖରଞ୍ଜନ ପରିଡା, ଜାଭେଦ ଇକବାଲ, ସେକ ଅବ୍ରାହୁଲ ହକ, କଲାମ ଖାଁ, ନୁରୁଲ ଅମୀନ ଖାଁ, ସେକ ମୁସ୍ତାକିମ, ରବୀନ୍ଦ୍ର କୁମାର ବେହେରା, ମିଫ୍‌ତା ଉଦ୍ଦିନ, ଅରୁଣ ସାହୁ, ରାମଚନ୍ଦ୍ର ବେହେରା, ଶେଖ ମହମଦ ସବୀର, ଶୁସାନ୍ତ କୁମାର ବିନ୍ଧାଣୀ, ସଓର ଅଲ୍ଲୀ ଖାଁ, ସରୋଜ କୁମାର ସାହୁ, ଅଶୋକ କୁମାର ବିନ୍ଧାଣୀ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଯଜାତି ବେହେରା, ଦିବାକର କାଣ୍ଡି, ସାହାଜାତ ଅଲ୍ଲୀ ଖାଁ ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।
All Right Reserved By

ଉପକୂଳ ଓଡିଶା

ବାର୍ଡ ଫ୍ଲୁ: ମଧ୍ୟାହ୍ନ ଭୋଜନରୁ ଅଣ୍ଡା ବାଦ : ସମସ୍ତ ଫାର୍ମରୁ କୁକୁଡ଼ା ମାରିବା ପାଇଁ ନିର୍ଦ୍ଦେଶ

ବାର୍ଡ ଫ୍ଲୁ: ମଧ୍ୟାହ୍ନ ଭୋଜନରୁ ଅଣ୍ଡା ବାଦ : ସମସ୍ତ ଫାର୍ମରୁ କୁକୁଡ଼ା ମାରିବା ପାଇଁ ନିର୍ଦ୍ଦେଶ

କୃଷ୍ଣପ୍ରସାଦ,୧୩ା୧୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ଗତ ୧ ସପ୍ତାହ ମଧ୍ୟରେ ଶହ ଶହ କୁକୁଡ଼ା ମରିପଡ଼ିଥିବା ଦେଖାଯାଇଛି। ‘ଧରିିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୁକୁଡ଼ା ରକ୍ତ ନମୁନା ପରୀକ୍ଷା  କରିବା  ପରେ ବାର୍ଡ ଫ୍ଲୁ’ପଜିଟିଭ୍‌ ସୂଚନା ମିଳିଛି। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି। ବ୍ଲକର ମାଲୁଦ, ପଥରଗଞ୍ଜ ଓ ସାନସାହିରେ ଥିବା କୁକୁଡ଼ା ଫାର୍ମରୁ ନମୁନା ସଂଗ୍ରହ କରାଯାଇଥିଲା। 

ପିଠା ଯୋଜନା କାର୍ଯ୍ୟକାରିତା ପ୍ରସ୍ତୁତି ବୈଠକ

ପିଠା ଯୋଜନା କାର୍ଯ୍ୟକାରିତା ପ୍ରସ୍ତୁତି ବୈଠକ

ମାର୍ଶାଘାଇ, ୧୩।୧୨ (ଡି.ଏନ୍‌.ଏ.)- ମାର୍ଶାଘାଇ ବ୍ଲକ ସମ୍ମଳନୀ କକ୍ଷରେ ରାଜ୍ୟ ସରକାରଙ୍କ ପିଠା ଯୋଜନାର କାର୍ଯ୍ୟକାରିତା ନିମନ୍ତେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। 

ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ସଚେତନତା

ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ସଚେତନତା

ମହାକାଳପଡ଼ା, ୧୩।୧୨ (ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ ମହାକାଳପଡ଼ା ପଞ୍ଚାୟତସ୍ଥିତ ଜଅଁରା ଗ୍ରାମସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ପଥପ୍ରାନ୍ତ ନାଟକ କଳାଯାଥା ଗୁରୁବାର ଅନୁଷ୍ଠିତ ହୋଇଥିଲା। 

ବସ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ବସ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଯାଜପୁର ଅଫିସ, ୧୩।୧୨: ଯାଜପୁର ଜିଲା ୨୦ ନମ୍ବର ଜାତୀୟ ରାଜପଥର ଜହ୍ନାଛକ ନିକଟରେ ଗୁରବାର ଅପରାହ୍ନ ୧ଟା ସମୟରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। 

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୧୩।୧୨(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ଥାନା ଅଧୀନ ବୁହାଳ ଗ୍ରାମରେ ବୁଧବାର ଛେଳି ଚୋରି କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରିଥିଲେ। ପରେ ତାଙ୍କୁ ଏକ ଆମ୍ବ ଗଛରେ ବାନ୍ଧି ମାଡ଼ ମାରିଥିବା ଜଣାପଡ଼ିଛି। ଯୁବକଜଣଙ୍କ ହେଲେ କେନ୍ଦ୍ରାପଡ଼ାର ମିଟୁ ଦାସ(୨୮)। ବୁଧବାର ସକାଳେ ମିଟୁଙ୍କୁ ଥାନାକୁ ହସ୍ତାନ୍ତର କରାଯାଇଛି।

ରାଜନଗରରେ ଗଡ଼ିଲା ନିଯୁକ୍ତି ରଥ

ରାଜନଗରରେ ଗଡ଼ିଲା ନିଯୁକ୍ତି ରଥ

ରାଜନଗର,୧୩।୧୨(ଡି.ଏନ୍‌.ଏ.): ରାଜନଗର ବ୍ଲକରେ ଆସନ୍ତା ୧୫ ତାରିଖ ଶନିବାର ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏଥିରେ ଅଞ୍ଚଳର ବେକାରୀ ଯୁବତୀଯୁବକ ଅଂଶଗ୍ରହଣ କରି ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନୀରେ ଯୋଗଦେଇପାରିବେ।

ଟ୍ରାନ୍ସଫର୍ମର ଫାଟି ୩ ଗୁରୁତର

ଟ୍ରାନ୍ସଫର୍ମର ଫାଟି ୩ ଗୁରୁତର

ଯାଜପୁର ଅଫିସ, ୧୩।୧୨: ଯାଜପୁର ରୋଡ ଦଳାଛକସ୍ଥିତ ଏକ ୩୩ କେଭି ଟ୍ରାନ୍ସଫର୍ମର ଗୁରୁବାର ପୂର୍ବାହ୍ନ ୯ଟାରେ ଫାଟିଯିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ବରିଷ୍ଠ ନାଗରିକଙ୍କୁ କମ୍ବଳ ବଣ୍ଟନ

ବରିଷ୍ଠ ନାଗରିକଙ୍କୁ କମ୍ବଳ ବଣ୍ଟନ

ବୋଲଗଡ଼,୧୩ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥ ଦେଉଳିଠାରେ ବୁଧବାର ୧୦୫ ବରିଷ୍ଠ ନାଗରିକଙ୍କୁ କ୍ଲବ ରେଡ୍‌ରୋଜ୍‌ ସୌଜନ୍ୟରୁ କମ୍ବଳ ବଣ୍ଟନ କରାଯାଇଛି।

ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ଦାବି

ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ଦାବି

ବୋଲଗଡ଼,୧୩ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଅସରଳା ଦଳ ପଞ୍ଚାୟତସ୍ଥ ପୁଆଣିଆ ଗ୍ରାମର ଦାସସାହିକୁ ପ୍ରବେଶ କରିଥିବା ରାସ୍ତାଟି ଶୋଚନୀୟ ହୋଇପଡିଛି । ସାହି ମୁଣ୍ଡରେ ଥିବା ଡ୍ରେନ ଉପରେ ସମ୍ପୂର୍ଣ୍ଣ ଢାଙ୍କୁଣି ବ୍ୟବସ୍ଥା ନାହଁି। 

ଛାତ୍ରୀମାନଙ୍କ ଆମତ୍ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଛାତ୍ରୀମାନଙ୍କ ଆମତ୍ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ରଣପୁର,୧୩ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ ମୟୁରଝାଲିଆ ପଞ୍ଚାୟତସ୍ଥ ଅର୍ଜ୍ଜୁନ ରାଉତ ସ୍ମାରକୀ ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ପାଇଁ ଆମତ୍ସୁରକ୍ଷା ତାଲିମ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି।

୧୪ରୁ ଧନୁପୂଜା ମହୋତ୍ସବ,ଲାଖବିନ୍ଧା ପ୍ରତିଯୋଗିତା

୧୪ରୁ ଧନୁପୂଜା ମହୋତ୍ସବ,ଲାଖବିନ୍ଧା ପ୍ରତିଯୋଗିତା

ଖଣ୍ଡପଡ଼ା,୧୩ା୧୨(ସ୍ବ.ପ୍ର.)-ଶ୍ରୀନୀଳମାଧବ ଜୀଉଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ୱାବସୁଙ୍କ ଗଡ଼ ଭାବେ ଭାପୁର ବ୍ଲକ୍‌ ଅନ୍ତର୍ଗତ କାଳିଆପଲ୍ଲୀ ଗ୍ରାମ ପରିଚିତ। ଧାନଚେଙ୍ଗଡ଼ା ପଞ୍ଚାୟତସ୍ଥ ଏହି ଗ୍ରାମରେ ପ୍ରତିବର୍ଷ ଧନୁ ସଂକ୍ରାନ୍ତିରେ ଧନୁପୂଜା ମହୋତ୍ସବ ପାଳନ କରାଯାଉଛି। 

ମରି ପଡ଼ୁଛନ୍ତି କାଉ, କୁକୁଡା : ରକ୍ତ ନମୁନା ସଂଗ୍ରହ

ମରି ପଡ଼ୁଛନ୍ତି କାଉ, କୁକୁଡା : ରକ୍ତ ନମୁନା ସଂଗ୍ରହ

କୃଷ୍ଣପ୍ରସାଦ,୧୨ା୧୨(ଡି.ଏନ.ଏ.)-କୃଷ୍ଣପ୍ରସାଦ ବ୍ଲକ୍‌ରେ ବର୍ତ୍ତମାନ ଶହ ଶହ କାଉ ଓ କୁକୁଡ଼ାଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ଏକ ସପ୍ତାହ ଧରି ଏଠାରେ କୁକୁଡାଗୁଡ଼ିକ ମରି ପଡ଼ୁଥିବା ଯୋଗୁ ବ୍ୟବସାୟୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।