ଉପକୂଳ ଓଡିଶା

ବୈଜ୍ଞାନିକ ହୃଦୟରେ ଭରି ରହଛି ସାହିତ୍ୟର ଛିଟା

ବୈଜ୍ଞାନିକ ହୃଦୟରେ ଭରି ରହଛି ସାହିତ୍ୟର ଛିଟା

ବିଞ୍ଝାରପୁର,୧୭।୧୨(ଡି.ଏନ.ଏ)

ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାରୀଗାଁର ସ୍ବର୍ଗତ ମାୟାଧର ମେଦିନସିଂ ମହାପାତ୍ରଙ୍କ ପୁଅ ଶଶଧର ମହାପାତ୍ର। ଦୀର୍ଘ ୩୪ବର୍ଷ ଧରି ଆମେରିକାରେ ଜଣେ ପଦାର୍ଥ ବିଜ୍ଞାନୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ଶରୀର ରହିଛି ଆମେରିକାରେ, ହେଲେ ଆତ୍ମା ରହିଛି ଭାରତରେ। ନିଜକୁ ପ୍ରଚାରପ୍ରସାରଠାରୁ ଦୂରରେ ରଖି ଚୁପଚାପ ଭାବେ ନିଜର ଆକାଂକ୍ଷିତ କାର୍ଯ୍ୟ କରିଆସୁଛନ୍ତି ସେ। ମହାପାତ୍ର ନିଜ ଜନ୍ମମାଟିରେ ୫କୋଟି ଟଙ୍କା ବ୍ୟୟରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି। ଏଥିସହ ପ୍ରତି ବର୍ଷ ମେଧାବୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରି ନିଜ ଅଞ୍ଚଳର ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛନ୍ତି। ସେ ଆମେରିକାରେ ଆଣବିକ ଦୁର୍ଘଟଣା ସମ୍ପର୍କରେ ରିସର୍ଚ୍ଚ କରିବା ସହ ଏହାର ନିରାକରଣ ଦିଗରେ କାର୍ଯ୍ୟ କରି ବେଶ୍‌ ପ୍ରଶଂସିତ ହୋଇପାରିଛନ୍ତି। ରେଡିଏଶନ ସେଫ୍ଟି ଓ ଡାଇଗ୍ନୋଷ୍ଟିକ ସମ୍ପର୍କରେ ଅଧ୍ୟାପନା ସହ ବିକିରଣଜନିତ ସମସ୍ୟା ସମ୍ପର୍କରେ କାର୍ଯ୍ୟ କରୁଛନ୍ତି। ନାରୀଗାଁରେ ପ୍ରାଥମିକ ଶିକ୍ଷା ଲାଭ କରି ଭଦ୍ରକରେ ପଦାର୍ଥ ବିଜ୍ଞାନରେ ସ୍ନାତକ କରିବା ପରେ ୧୯୭୬ରେ ଉକତ୍ଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ହାସଲ କରିଥିଲେ। ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍‌ ଫିଜିକ୍ସରେ ଏମ୍‌ଫିଲ ହାସଲ କରିବା ପରେ ୧୯୮୦ରେ ଅନୁଗୋଳ ସରକାରୀ କଲେଜରେ ପଦାର୍ଥ ବିଜ୍ଞାନ ବିଷୟରେ ଅଧ୍ୟାପନା ଆରମ୍ଭ କରିଥିଲେ। ତା’ପରେ ୧୯୮୧ରେ ବିଜେବି କଲେଜରେ ଅଧ୍ୟାପନା କରିଥିଲେ। ହେଲେ ତାଙ୍କ ପାଇଁ ସୁଯୋଗ ଆସିଲା ୧୯୮୩ ମସିହାରେ। ଆମେରିକା ନିଉୟର୍କ ଷ୍ଟେଟସ୍ଥିତ ଷ୍ଟେଟ ୟୁନିଭରସିଟି ଅଫ ଆଲବାନୀରେ ପ୍ରଫେସର ତାରାପ୍ରସାଦଙ୍କ ଅଧିନରେ ବିକିରଣ ସମ୍ପନ୍ଧୀୟ ଗବେଷଣା କରି ସଫଳତା ଲାଭ କରିଥିଲେ। ଗବେଷଣା ପରେ ଭାରତରେ କୌଣସି ସୁଯୋଗ ନ ଥିବାରୁ ୱାଶିଂଟନ ଡିସିସ୍ଥିତ ମେଡିକାଲ ଇନଷ୍ଟିଚ୍ୟୁଟରେ ରେଡିଏଶନ ସେଫ୍‌ଟି ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ଆଣବିକ ବିକିରଣ ଜନିତ ଦୁର୍ଘଟଣାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିସତ୍ା ଓ ବିକିରଣ ଜନିତ ଯନ୍ତ୍ରପାତି ସମ୍ପର୍କରେ ଅଧ୍ୟାପନା କରିବା ସହିତ ଏବେବି ତାଙ୍କ ଗବେଷଣା ଜାରି ରଖିଛନ୍ତି। ତେବେ ଭାରତରେ ଏଭଳି କୌଣସି ସୁଯୋଗ ନ ଥିବାରୁ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। ସେ କେବଳ ଜଣେ ପଦାର୍ଥ ବିଜ୍ଞାନୀ ନୁହଁନ୍ତି, ସାହିତ୍ୟରେ ମଧ୍ୟ ବେଶ ଧୁରନ୍ଧର। ବୈଜ୍ଞାନିକ ହୃଦୟରେ ଭରି ରହିଛି ସାହିତ୍ୟର ଛିଟା। ନିକଟରେ ତାଙ୍କର ୨ଟି ପୁସ୍ତକ ଉନ୍ମୋଚିତ ହୋଇଛି। ଚେତନାର ଅଭିବ୍ୟକ୍ତି ଓ ସ୍ମୃତି ନୈବେଦ୍ୟ ନାମରେ ଦୁଇଟି କବିତା ସଂକଳନ ରଚନା କରି ମହାପାତ୍ର ସାହିତ୍ୟ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିପାରିଛନ୍ତି। ସୁଦୂର ଆମେରିକାର ଚାକଚକ୍ୟ ପରିବେଶରେ ରହି ମଧ୍ୟ ନିଜ ମାତୃଭୂମି ଓଡ଼ିଶାକୁ ଭୁଲିପାରି ନାହାନ୍ତି। ନିଜର କର୍ମମୟ ଜୀବନରେ ଯେତେବେଳେ ଫୁରସତ ମିଳେ ସେ ଛୁଟି ଆସନ୍ତି ତାଙ୍କ ପ୍ରିୟ ଗ୍ରାମକୁ ।

All Right Reserved By

ଉପକୂଳ ଓଡିଶା

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବିରିଡି,୧୮।୭(ଡି.ଏନ.ଏ.): ବିରିଡି ଥାନା ଅଧୀନ କୁଳ କଇଜଙ୍ଗା ଗ୍ରାମର ବୀରବର ବେହେରା ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟଙ୍କ ଦ୍ୱାରା ଦଣ୍ଡିତ ମୁଖ୍ୟ ଅଭିଯୁକ୍ତ ଶୁକଦେବ ବେହରାଙ୍କୁ ଜଗତ୍‌ସିଂହପୁର ଜିଲା ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଛି। ତାଙ୍କର ୨ ସହଯୋଗୀ ସେହି ଗ୍ରାମର ବୁଲା ଓରଫ ନରେନ୍ଦ୍ର ଦାସ, ଏବଂ ହିପି ଓରଫ ଉମେଶ ବେହେରା ଫେରାର ହୋଇ ଯାଇଛନ୍ତି।

କଜଳପାତିଆ ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଘଟଣ:  ରନ୍ଧା ଖାଦ୍ୟରୁ ବାହାରିଲା ମଲା ଅସରପା, ୩ ଶିଶୁ ଅସୁସ୍ଥ

କଜଳପାତିଆ ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଘଟଣ: ରନ୍ଧା ଖାଦ୍ୟରୁ ବାହାରିଲା ମଲା ଅସରପା, ୩ ଶିଶୁ ଅସୁସ୍ଥ

ମହାକାଳପଡ଼ା, ୧୮।୭ (ଡି.ଏନ୍‌.ଏ.)- କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତରସ୍ଥିତ କଜଳପାତିଆ ଅଙ୍ଗନଓ୍ବାଡି କେନ୍ଦ୍ରରେ ଏକ ଅଘଟଣ ଘଟିଛି। ବୁଧବାର କେନ୍ଦ୍ରରେ ରୋଷେଇ ହୋଇଥିବା ଭାତ ଓ ଅଣ୍ଡା ତରକାରୀରେ ମଲା ଅସରପା ବାହାରି ଥିବା ଦେଖାଯାଇଛି। ତେବେ ଏହି ବିଷାକ୍ତ ଖାଦ୍ୟ ଖାଇ ଉକ୍ତ କେନ୍ଦ୍ରର ୩ ଶିଶୁ ଆହତ ହୋଇଛନ୍ତି।

ଚିନାବାଦାମ ବିକ୍ରିକୁ ନେଇ ଚାଷୀ ଅସନ୍ତୋଷ: ରାସ୍ତାରୋକୋ

କୃଷ୍ଣପ୍ରସାଦ, ୧୮।୭(ଡି.ଏନ୍‌.ଏ.): ଚିନାବାଦାମ ବିକ୍ରିକୁ ନେଇ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଚାଷୀମାନେ ଚଢେୟା ଛକରେ ଚିନାବାଦାମ ରଖି ବୁଧବାର ରାସ୍ତାରୋକୋ କରିଛନ୍ତି। ଫଳରେ ପୁରୀ-କୃଷ୍ଣପ୍ରସାଦ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସୁକିନ୍ଦା ମାଇନ୍ସ ଶ୍ରମିକଙ୍କ ଛଟେଇ ଆଦେଶ ଖାରଜ

ସୁକିନ୍ଦା ମାଇନ୍ସ ଶ୍ରମିକଙ୍କ ଛଟେଇ ଆଦେଶ ଖାରଜ

ଯାଜପୁର ରୋଡ୍‌, ୧୮।୭- ସୁକିନ୍ଦା ଅଞ୍ଚଳର ସାରୁଆବିଲ କ୍ରୋମାଇଟ୍‌ ଖଣିରେ କାମ କରୁଥିବା ଶ୍ରମିକମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଅନ୍ୟାୟ ଭାବେ ଛଟେଇ କରିବା ପ୍ରତିବାଦରେ ଶ୍ରମିକମାନେ କରିଥିବା କେସ୍‌ର ରାୟ ଜୁଲାଇ ୧୭ ତାରିଖରେ ପ୍ରକାଶ ପାଇଛି। କେନ୍ଦ୍ରୀୟ ଶିଳ୍ପ ଟ୍ରିବ୍ୟୁନାଲ ଏହାର ବିଚାର କରି ରାୟ ଶୁଣାଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଶ୍ରମିକମାନଙ୍କୁ କମ୍ପାନୀ ଛଟେଇ କରିବା ସମ୍ପୂର୍ଣ୍ଣ ଭାବେ ବେଆଇନ। ଏଥିସହ ଛଟେଇ ସମୟରେ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ୧୯ ମାସ ୧୫ ଦିନର ଦରମା, ପିଏଫ୍‌, ଗ୍ରାଚ୍ୟୁଇଟି, ପେନ୍‌ସନ୍‌ ଆଦି ସୁବିଧା ଯୋଗାଇ ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି।

ଏଟିଏମ୍‌ ଲୁଟ୍‌ ଘଟଣା, ଆଉ ୨ ଗିରଫ

ଏଟିଏମ୍‌ ଲୁଟ୍‌ ଘଟଣା, ଆଉ ୨ ଗିରଫ

ନିଶ୍ଚିନ୍ତକୋଇଲି, ୧୮।୭ (ସ୍ବ.ପ୍ର.)-ନିଶ୍ଚିନ୍ତକୋଇଲି ଥାନା ଅଧୀନ କଟିକଟା ବଜାରଠାରେ ଥିବା ଏକ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ କରିଥିବା ଆଉ୨ଜଣଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। ଏଥିସହ ପୋଲିସ ସେମାନଙ୍କର ୨ ବାଇକ୍‌ (ନଂ.- ଓଡି-୨୯-ଇ-୫୭୧୪ ଓ ଓଡି-୦୫-ଏଏଫ୍‌-୯୬୯୯)କୁ ମଧ୍ୟ ଜବତ କରିଛି। ଏଥିସହ ଲୁଟ ବେଳେ ବ୍ୟବହୃତ ଗ୍ୟାସ କଟର, ଶାବଳ, ଓ କିଛି ଯନ୍ତ୍ରାଂଶ ପୋଲିସ ହାତରେ ଲାଗିଛି।

ଏଲ୍‌ଇଡି ଆଲୋକୀକରଣ ଶୁଭାରମ୍ଭ

ଏଲ୍‌ଇଡି ଆଲୋକୀକରଣ ଶୁଭାରମ୍ଭ

ଜଗତସିଂହପୁର ଅଫିସ, ୧୮।୭-ଜଗତ୍‌ସିଂହପୁର ପୌର ପରିଷଦରେ ଏଲ୍‌ଇଡି ଆଲୋକୀକରଣ ବୁଧବାର ଶୁଭାରମ୍ଭ ହୋଇଛି। ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ଏହାର ଉଦ୍‌ଘାଟନ କରିଛନ୍ତି।

ଖଡିଅଣ୍ଟା ହାଇସ୍କୁଲରେ ବନ ମହୋତ୍ସବ

ଖଡିଅଣ୍ଟା ହାଇସ୍କୁଲରେ ବନ ମହୋତ୍ସବ

ରାଜନଗର, ୧୮।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ୬୯ତମ ବନ ମହୋତ୍ସବ ବୁଧବାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଖଡିଅଣ୍ଟା ଜି.ପି. ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି।

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଯାଜପୁର ଅଫିସ, ୧୮।୭: ଯାଜପୁରରୋଡ ମାଲଗୋଦାମରେ ଟ୍ରକ ଚାପାରେ ମଙ୍ଗଳବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତି ପୂରଣ ତଥା ଅନ୍ୟାନ୍ୟ ଦାବିରେ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେଶନକୁ ଲାଗିଥିବା ମାଲଗୋଦାମ ସମ୍ମୁଖରେ ଶ୍ରମିକମାନେ ବୁଧବାର ସକାଳେ ଧାରଣା ଦେଇଛନ୍ତି।

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ନୟାଗଡ଼ ଅଫିସ,୧୮ା୭- ଜିଲାର ଅଙ୍ଗନୱାଡ଼ି କର୍ମୀମାନେ ସୋମବାର ଜିଲାପାଳଙ୍କୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନୱାଡ଼ିରେ ଏସ୍‌ଏନପି ଓ ଟିଏଚ୍‌ଆର ଖାଦ୍ୟ ବିବରଣୀରେ ପରିବର୍ତ୍ତନ ସାଙ୍ଗକୁ ବଜାର ଦରବୃଦ୍ଧି ହେତୁ ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରାଯିବା , ଅଙ୍ଗନୱାଡ଼ି କାର୍ଯ୍ୟ ବାହାରେ ଥିବା ୬ଟି କାର୍ଯ୍ୟକ୍ରମକୁୂ ବାଦ୍‌ ଦେବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ।

 ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ନୟାଗଡ଼ ଅଫିସ,୧୮ା୭-ନୟାଗଡ଼ ଜିଲା ଶରଣକୁଳ ଥାନା ଖିଲାରପାଟଣା ମଶାଣିଠାରେ ଶନିବାର ଜଳ ନିଷ୍କାସନକୁ କେନ୍ଦ୍ର କରି ହୋଇଥିବା ଗୁଳିକାଣ୍ଡରେ ମଙ୍ଗଳବାର ପୋଲିସ ୭ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବଧିସାହିର ପ୍ରଭାତ ପ୍ରଧାନ, ଉଲ୍ଲାସ ପାତ୍ର, ଭଦ୍ର ଓରଫ ବଳଭଦ୍ର ସାହୁ, ପ୍ରମୋଦ ସାହୁ, ବୃନ୍ଦାବନ ପ୍ରଧାନ, ଅକ୍ରୂର ସ୍ବାଇଁ, ମଦନ ମହାପାତ୍ର । ସେହିଭଳି ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଶରଣକୁଳ ଏସ୍‌ଡିପିଓ ନାରାୟଣ ବାରିକ ପ୍ରକାଶ କରିଛନ୍ତି।

ଶରଣକୁଳରୁ ୧୭  ନାଗସାପ ଛୁଆ  ଉଦ୍ଧାର

ଶରଣକୁଳରୁ ୧୭ ନାଗସାପ ଛୁଆ ଉଦ୍ଧାର

ନୟାଗଡ଼ ଅଫିସ,୧୮ା୭- ନୟାଗଡ଼ ଜିଲା ଶରଣକୁଳ ଭଞ୍ଜସାହିରେ ଥିବା ଏକ କୂଅରୁ ମଙ୍ଗଳବାର ୧୭ଟି ନାଗସାପ ଛୁଆ ଉଦ୍ଧାର କରାଯାଇଛି। ତେବେ ମା’ ସାପ ଉଦ୍ଧାର ହୋଇପାରି ନ ଥିବାରୁ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ନୟାଗଡ଼ ଅଫିସ,୧୮ା୭(ରଞ୍ଜନ କୁମାର ପ୍ରଧାନ)-ରୋଜଗାର ଲକ୍ଷ୍ୟରେ ପ୍ରତିଦିନ ଗ୍ରାମରୁ ଲୋକମାନେ ସହରାଭିିମୁଖୀ ହେଉଛନ୍ତି। ଏହାଦ୍ୱାରା ସହରରେ ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହାସହିତ ତାଳଦେଇ ସହରରେ ଦେଖାଦେଉଛି ବିଭିନ୍ନ ସମସ୍ୟା। ସେହିଭଳି ଗ୍ରାମରେ ଲୋକ ଅଭାବରୁ ଜମିଗୁଡ଼ିକ ପଡ଼ିଆ ହୋଇ ପଡ଼ି ରହୁଛି।

Model This Week

ରୂପେଶ