ଉପକୂଳ ଓଡିଶା

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗିରଫ

ବିଞ୍ଝାରପୁର, ୧୭।୧୨ (ଡି.ଏନ.ଏ)

ବିଞ୍ଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ବିତନା ପଞ୍ଚାୟତର ବିଜୁ ଗ୍ରାମୀଣ ବଜାର ନିକଟରେ ରବିବାର ପୂର୍ବାହ୍ନରେ ଜୈନିକା ୧୧ବର୍ଷିୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ନାବାଳିକାଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ବିଞ୍ଝାରପୁର ପୋଲିସ ଆଇପିସି ଦଫା ୩୫୪ ଓ ପୋକ୍ସୋ ଆଇନର ବିଭିନ୍ନ ଦଫାରେ ଏକ ମାମଲା(୩୭୭/୨୦୧୬) ରୁଜୁ କରି ଅଭିଯୁକ୍ତ କେଶବ ମଲ୍ଲିକ(୩୫)ଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ ଚାଲିଛି ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ମିଳିଥିବା ସୂଚନା ଅନୁସାରେ ବିତନା ଗ୍ରାମର ଜୈନିକ ବ୍ୟକ୍ତିଙ୍କ ୨ନାବାଳିକା ଝିଅ ଛଦ୍ମନାମ ପୂଜା (୧୧) ଓ ଲିଜା (୮) ରବିବାର ପୂର୍ବାହ୍ନ ୧୧ଟାରେ ବାପାଙ୍କ ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ରର ଜେରକ୍ସ କରିବା ପାଇଁ ବିତନା ଗ୍ରାମୀଣ ବଜାରସ୍ଥିତ ଜନସେବା କେନ୍ଦ୍ରକୁ ଯାଇଥିଲେ। ଜନସେବା କେନ୍ଦ୍ରରେ ଦୁଇ ନାବାଳିକା ଜେରକ୍ସ କରିସାରିବାପରେ ନିକଟସ୍ଥ ପାନ ଦେକାନକୁ ଚକ୍‌ଲେଟ କିଣିବା ପାଇଁ ଯାଇଥିଲେ। ପାନ ଦୋକାନୀ କେଶବ ଦୋକାନ ଭିତରେ ଭଲ ଚକ୍‌ଲେଟ ଅଛି କହି ଦୁଇ ନାବାଳିକା ଭଉଣୀଙ୍କୁ ଭିତରକୁ ଡାକି ନେଇ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଏଥିରେ କୌଣସି ଉପାୟରେ ସାନଭଉଣୀ ଲିଜା କେଶବଙ୍କ ହାତକୁ କାମୁଡି ଦୌଡି ବାହାରକୁ ପଳାଇ ଆସି ଚିତ୍କାର କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚତ୍ ନାବାଳିକା ପୂଜାଙ୍କୁ ଉଦ୍ଧାର କରିବା ସହିତ କେଶବଙ୍କୁ କାବୁ କରି ସ୍ଥାନୀୟ ଫାଣ୍ଡିକୁ ଖବର ଦେଇଥିଲେ। ଉଦ୍ଧାର ହୋଇଥିବା ପୂଜା କାନ୍ଦି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ କହୁଥିଲାବେଳେ ଗ୍ରାମବାସୀଙ୍କ କବଳରୁ ଅଭିଯୁକ୍ତ କେଶବ କୌଣସି ଉପାୟରେ ଖସି ପଳାଇଥିଲେ। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ କେଶବଙ୍କ ଦୋକାନକୁ ଲୋକମାନେ ଭଙ୍ଗାରୁଜା କରିଥିଲେ। ପରେ ଘଟଣାସ୍ଥଳରେ ଅଳକୁଣ୍ଡ ଫାଣ୍ଡି ଅଧିକାରୀ ବିରଞ୍ଝି ନାରାୟଣ ପଣ୍ଡା ପହଞ୍ଚତ୍ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଇଥିଲେ। ପୀଡିତାଙ୍କ ପରିବାର ପକ୍ଷରୁ ଫାଣ୍ଡିରେ ଏହି ଘଟଣା ସମ୍ପର୍କରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ କେଶବଙ୍କୁ ବିତନା ଗ୍ରାମରୁ ନିଜ ସମ୍ପର୍କୀୟଙ୍କ ଘରୁ ଗିରଫ କରି ବିଞ୍ଝାରପୁର ଥାନାକୁ ନେଇଥିଲା।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଅଧ୍ୟାପକଙ୍କ ସହ ୪ ସନ୍ଦିଗ୍ଧଙ୍କୁ ଉଠାଇଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୨।୪- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି। ରବିବାର ସକାଳ ୫ଟାରେ କ୍ରାଇମବ୍ରାଞ୍ଚ ଟିମ୍‌ ପାଟଣାଗଡ଼ ମେହେରପଡ଼ାସ୍ଥିତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଘରେ ଚଢ଼ାଉ କରି ତାଙ୍କ ଲାପଟପ୍‌, ଡାଏରୀ ଜବତ କରିବା ସହ ତାଙ୍କୁ ଉଠାଇ ନେଇଛି। ସୂଚନାଯୋଗ୍ୟ, ମେହେର ଭଇଁଷା କଲେଜରେ ଅଧ୍ୟାପକ ଭାବେ

ଏଟିଏମ୍‌ ବନ୍ଦ, ଟଙ୍କା ପାଇଁ ଲୋକେ ହନ୍ତସନ୍ତ

ଏଟିଏମ୍‌ ବନ୍ଦ, ଟଙ୍କା ପାଇଁ ଲୋକେ ହନ୍ତସନ୍ତ

ନୟାଗଡ଼ ଅଫିସ,୨୨। ୪- ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନ ସମେତ ସହରରେ ଥିବା ସମସ୍ତ ଏଟିଏମ୍‌ରେ ଟଙ୍କା ନ ଥିବା ଯୋଗୁ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟଙ୍କା ନ ଥିବାରୁ ସମସ୍ତ ଏଟିଏମ୍‌ ବନ୍ଦ କରି ଦିଆଯାଇଛି। ଏହାର ପ୍ରତିବାଦରେ ଶନିବାର ରାଜ୍ୟର ଥିବା ସମସ୍ତ ବ୍ୟାଙ୍କ୍‌ ଆଗରେ ବିଜେଡ଼ି ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯିବ ବୋଲି କୁହାଯାଇଥିଲା। ରାଜ୍ୟର ବିଭିନ୍ନ ବ୍ୟାଙ୍କ ଆଗରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲେ ମଧ୍ୟ ନୟାଗଡ଼ ସହରର କୌଣସି ବ୍ୟାଙ୍କ୍‌ ଆଗରେ ଧାରଣା ଦିଆଯାଇ ନ ଥିବା ଦେଖିବାକୁ ମିଳିଥିଲା।

ଆଖି ବୁଜିଲେ ଅଭିଯୁକ୍ତ କାଳିଆ

ନୟାଗଡ଼ ଅଫିସ/ଦଶପଲ୍ଲା (ଡି.ଏନ୍‌.ଏ.),୨୨। ୪- ନୟାଗଡ଼ ଜିଲା ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଫାଣ୍ଡିରେ କିରୋସିନ ଢାଳି ନିଆଁରେ ପୋଡିହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଅଭିଯୁକ୍ତ କାଳିଆ କାଠୁଆଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଶନିବାର ଭାଜପା ବିଧାୟକ ରବି ନାୟକ ବିଧାନସଭାରେ ପ୍ରଶ୍ନକରି ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ଚାହିଁଥିବା ବେଳେ ଭାଜପା ପକ୍ଷରୁ ହଟ୍ଟଗୋଳ କରାଯାଇଥିଲା। ଘଟଣାରେ ୨ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ଼ ଏସ୍‌ପି।

ଦୋଷୀ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ କଲେ ସଦସ୍ୟା

ପାରାଦୀପ,୨୨। ୪(ସ୍ବ.ପ୍ର.)ପାରାଦୀପ ବନ୍ଦରରେ କାର୍ଯ୍ୟରତ ପୁରୁଣା ଆଇପିଟି (ଇଣ୍ଟା ପୋର୍ଟ ଟ୍ରାନ୍ସପୋର୍ଟ) ସଂଘର କର୍ମକର୍ତ୍ତା ନିର୍ବାଚନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆସନ୍ତା ୨୯ରେ ଏହି ନିର୍ବାଚନ ହେବାକୁ ଥିବାବେଳେ ସିସିଆଇ (କମ୍ପିଟିଶନ କମିଶନ ଇଣ୍ଡିଆ) ସିସିଆଇ ଦ୍ୱାରା ଅଭିଯୁକ୍ତ ଓ ଦୋଷୀ ସାବ୍ୟସ୍ତ ହୋଇଥିବା ସଭାପତି, ସମ୍ପାଦକଙ୍କ ପ୍ରାର୍ଥୀତ୍ୱକୁ ନେଇ ଜଣେ ମହିଳା ସଦସ୍ୟା ଆପତ୍ତି ଉଠାଇଛନ୍ତି। ଏପରିକି ସେ କୁଜଙ୍ଗ କୋର୍ଟରେ ଏ ସମ୍ପର୍କରେ ମାମଲା (ନଂ.୧୧୩/୧୮) ରୁଜୁ କରିବା ସତ୍ତ୍ୱେ ନିର୍ବାଚନ ଅଧିକାରୀ ପ୍ରାର୍ଥିତ୍ୱକୁ ସ୍ବୀକାର କରିବା ସମ୍ପର୍କରେ ସଦସ୍ୟା ଜଣଙ୍କ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି।

୧୧ ପରିବାରକୁ ତଡ଼ିଦେଲେ ଗ୍ରାମବାସୀ

୧୧ ପରିବାରକୁ ତଡ଼ିଦେଲେ ଗ୍ରାମବାସୀ

ଏରସମା,୨୨। ୪(ସ୍ବ.ପ୍ର.)ଏରସମା ଥାନା ଅନ୍ତର୍ଗତ ଆମ୍ବିକି ପଞ୍ଚାୟତ ଗଙ୍ଗା ବେଲାରୀ ଗ୍ରାମର ବିକାଶ ସେନାପତିଙ୍କୁ ଅପହରଣ ପରେ ହତ୍ୟା କରାଯିବା ଘଟଣା ଭିନ୍ନ ମୋଡ଼ ନେଉଛି। ଏହି ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ପରିବାର ସମେତ ମୋଟ ୧୧ ପରିବାରଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଗାଁରୁ ତଡ଼ି ଦେଇଛନ୍ତି। ଫଳରେ ଗ୍ରାମରୁ ବିତାଡିତ ପରିବାରଗୁଡିକର ମାତା ସେନାପତି, ଲିଲିମା ସେନାପତି, ଭାରତୀ ସାହୁ, ଶାନ୍ତି ସେନାପତି, ସତୀ ସେନାପତି, ବୁଦ୍ଧି ସେନାପତି, କାନ୍ଦୁରୀ ସେନାପତି ପ୍ରମୁଖ ପିଲାଛୁଆଙ୍କୁ ଧରି ଶନିବାର ଏରସମା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଆଇଆଇସି ବିଚିତ୍ରାନନ୍ଦ ସେଠୀଙ୍କ ନେତୃତ୍ୱରେ ଗ୍ରାମରେ ପୋଲିସ ପାଟ୍ରୋଲିଂ କଡାକଡି କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ଅଭୟଚାନ୍ଦପୁର ଥାନାରେ ଏକ ହତ୍ୟା ମାମଲା (ନଂ.୩୮/୧୮) ରୁଜୁ ହୋଇଛି।

ପାଇକା ସେତୁ ଦାବି ଜୋର ଧରିଲା

ମାର୍ଶାଘାଇ ,୨୨। ୪(ଡିଏନଏ)-ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରି-ଜିଲାନାସୀ ନିକଟରେ ପାଇକା ନଦୀ ଉପରେ ପ୍ରସ୍ତାବିତ ସେତୁ ନିର୍ମାଣ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପାଇଁ ଗଁ। ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା କରିବା ପାଇଁ ନିଷ୍ପତ୍ତି ହୋଇଛି। ନିକଟରେ ତିଖିରିର ପାଇକା ନଦୀଘାଟ କୂଳରେ ଏ ନେଇ ଆଞ୍ଚଳିକ ଯୁବ ସମୁହ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲାକୁ ସଂଯୋଗୀକରଣ ନିମନ୍ତେ ତିଖିରୀ ଏବଂ ଜିଲାନାସୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଇକା ନଦୀ ଉପରେ ଏକ ସେତୁ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ବହୁବାର ଦାବି ହୋଇଆସିଛି। ଏହି ଦାବି ନେଇ ୨୦୧୫ ଡିସେମ୍ବର ୨୦ରେ ଏକ ସମାବେଶ କରାଯାଇଥିଲା।

ଶିଳ୍ପ ବିବାଦ ଅଭିଯୋଗ ଅଧିକ, ପଞ୍ଜୀକରଣ ନୂ୍ୟନ

ଯାଜପୁର ଅଫିସ,୨୨।୪ଶିଳ୍ପ ସମୃଦ୍ଧ ଯାଜପୁର ଜିଲା ଶ୍ରମ ବିଭାଗରେ ଶିଳ୍ପ ବିବାଦ ସମ୍ବନ୍ଧୀୟ ଅଭିଯୋଗ ଅଧିକ। ହେଲେ ମାମଲା ପଞ୍ଜୀକରଣ ନ୍ୟୁନ। ୨୦୧୨-୧୩ରୁ ୨୦୧୭-୧୮ ବର୍ଷ ଶେଷ ସୁଦ୍ଧା ୮୯ଟି ଶିଳ୍ପ ବିବାଦ ଅଭିଯୋଗ ହୋଇଥିବାବେଳେ ସେଥିରୁ ମାତ୍ର ୪୪ଟି ମାମଲାକୁ ଗ୍ରହଣ କରାଯାଇଛି। ଏପରି କି ମାତ୍ର ୨୭ଟି ମାମଲାର ସମାଧାନ ହୋଇଛି। ଅନ୍ୟପକ୍ଷେ ବିଭିନ୍ନ କାରଣ ଦର୍ଶାଇ ୨୮ଟି ଅଭିଯୋଗ ଉପରେ ବୁଝାମଣା ବିଫଳ ହୋଇଥିବା ତଥ୍ୟ ସରକାରଙ୍କ ନିକଟରେ ଦାଖଲ ହୋଇଛି। ଅବଶିଷ୍ଟ ୨ଟି ମାମଲା ବିଚରାଧିନ ଅଛି।

ଅନାଥ ପିଲାଙ୍କ ଥଇଥାନ ପାଇଁ ହାତ ବଢ଼ାଇଲା ଶିଶୁ ସୁରକ୍ଷା ୟୁନିଟ

ଯାଜପୁର ଅଫିସ/କୋରେଇ(ସ୍ବ.ପ୍ର.),୨୨। ୪ଯାଜପୁର ଜିଲା କୋରାଇ ବ୍ଲକର ଗୋଳେଇପୁର ପଞ୍ଚାୟତର ମା’ବାପା ଛେଉଣ୍ଡ ତିନିଜଣ ପିଲାଙ୍କୁ ଶନିବାର ଯାଜପୁର ଶିଶୁ ସୁରକ୍ଷା ୟୁନିଟ ଥଇଥାନ କରିଛି। ସାନବିରୁହଁ। ଗ୍ରାମର ଧ୍ରୁବ ମାଝୀଙ୍କ ଝିଅ ପାକୁ ମାଝୀ ୨୦୧୬ ମସିହାରେ ମୃତ୍ୟୁବରଣ କରିଥିଲେ ।

ଚୋରା କାଠ ଡିପୋରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର କାଠ ଜବତ

ଚୋରା କାଠ ଡିପୋରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର କାଠ ଜବତ

ଦଶରଥପୁର/ଯାଜପୁରରୋଡ,୨୨। ୪(ଡିଏନ୍‌ଏ/ନି.ପ୍ର.)ବନ ବିଭାଗ କଟକ ଓ ବନ ବିଭାଗ(ଭିଜିଲାନ୍ସ) କଟକ ପକ୍ଷରୁ ଯାଜପୁର ପୋଲିସ ସହାୟତାରେ ଦଶରଥପୁର ବ୍ଲକର କାଟିଆ ଛକଠାରୁ ମାତ୍ର କିଛି ଦୂରରେ ଥିବା ଏକ କାଠ ଡିପୋ ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଚଢାଉ ସମୟରେ ଏହି ଡିପୋରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ ହୋଇଥିବା ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଦଶରଥପୁର ବ୍ଲକ ଗୋପାଳପୁର ପଞ୍ଚାୟତ ବିଭୂତିପୁର ବଡବସ୍ତିର ସେକ୍‌ ଇବ୍ରାହିମ ଏକ ଡିପୋ କରି ଦୀର୍ଘଦିନ ହେଲା ଚୋରା କାଠ ବ୍ୟବସାୟ କରିଆସୁଥିଲେ।

ଚିକିତ୍ସାରେ ଅବହେଳା ଅଭିଯୋଗ: ରାସ୍ତାରୋକୋ

ଚିକିତ୍ସାରେ ଅବହେଳା ଅଭିଯୋଗ: ରାସ୍ତାରୋକୋ

ମହାକାଳପଡା, ୨୧।୪ (ଡି.ଏନ.ଏ.) ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ମହାକାଳପଡା ବ୍ଲକର ଜଣେ ଯୁବକଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗକରି ଶନିବାର ପରିବାର ଓ ସମ୍ପର୍କୀୟଙ୍କ ତରଫରୁ ବଉଳକଣୀଠାରେ ରାସ୍ତାରୋକ ହୋଇଥିଲା।

ଚୋରା ମଦ ଜବତ: ୧ ଗିରଫ

କଳିଙ୍ଗ ନଗର,୨୧।୪(ଡି.ଏନ୍‌.ଏ)- ଚୋରା ମଦ ବ୍ୟବସାୟ ଅଭିଯୋଗରେ ଦାନଗଦୀ ପୋଲିସ ଶନିବାର ରାଣିପଡ଼ା ଗ୍ରାମର ସଚି ନାୟକ(୪୦)ଙ୍କୁ ଗିରଫ କରି ୬ ଲିଟର ମଦ ଜବତ କରିଛି।

କାଠୁଆ ନାବାଳିକା ବଳାତ୍କାର, ହତ୍ୟା ଘଟଣା: ସଚେତନ ନାଗରିକ ମଞ୍ଚ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ବିଞ୍ଝାରପୁର,୨୧।୪(ଡି.ଏନ.ଏ)- ଜମ୍ମୁକଶ୍ମୀରର କାଠୁଆ ଜିଲାରେ ଜନୈକା ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ବିଞ୍ଝାରପୁର ସଚେତନ ନାଗରିକ ମଞ୍ଚ ତୀବ୍ର ନିନ୍ଦା କରିବା ସହ ଶନିବାର ଏହାର ପ୍ରତିବାଦରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।