ଉପକୂଳ ଓଡିଶା

ବସକୁ ପିଟିଲା ଟ୍ରକ, ୩ ଗୁୁରୁତର

ରାଜନଗର,୧୭ା୧୨(ଡି.ଏନ୍‌.ଏ.)-କେନ୍ଦ୍ରାପଡାରୁ ଦୋଳସାହି ଯାଉଥିବା ଗୌରୀଶଙ୍କର (ପ୍ରିନ୍ସ) ବସ୍‌କୁ ରବିବାର ସନ୍ଧ୍ୟାରେ ଏକ ଟ୍ରକ ପଛପଟୁ ଧକ୍କା ଦେଇଛି। ରାଜନଗରରୁ ଭିତରକନିକା ଯାଇଥିବା ରାସ୍ତାର ନଳିତାପାଟିଆ ନିକଟରେ ଏହି ଦୁର୍ଘଟଣା ହୋଇଛି। ଫଳରେ ବସ୍‌ରେ ଥିବା ୩ ଜଣ ଯାତ୍ରୀ ଗୁରତର ହୋଇଥିବା ବେଳେ ୩ ଆହତ ହୋଇଛନ୍ତି। ଗୁରୁତରମାନେ ହେଲେ କନକନଗରର ଜାନକୀବାଳା ମଣ୍ଡଳ (୪୦), ନଳିତାପାଟିଆର ସବିତା ପ୍ରଭା ବିଶ୍ୱାଳ(୫୦) ଓ ରାଜେନ୍ଦ୍ର ନାରାୟଣପୁର ଗାଁର ବନଲତା ମୁଖାଲ୍‌ (୩୨)। ଆହତମାନଙ୍କୁ ରାଜନଗର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରମାନଙ୍କୁ ଜିଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଁଛି ଟ୍ରକକୁ ଜବତ କରିଛି।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟଣା: ୫୪ଙ୍କ ନାମରେ ମାମଲା,ଜେଲ ଗଲେ ୬

ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟଣା: ୫୪ଙ୍କ ନାମରେ ମାମଲା,ଜେଲ ଗଲେ ୬

ଖଣ୍ଡପଡା,୨୦।୪(ସ୍ବ.ପ୍ର.)-ନୟାଗଡ ଜିଲା ଖଣ୍ଡପଡା ଥାନା ଅନ୍ତର୍ଗତ କଣ୍ଟିଲୋ ପାଣୁସାହୁପାଟଣା ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟଣାରେ ଉଭୟ ପକ୍ଷରୁ ଥାନାରେ ୫୪ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଖଣ୍ଡପଡା ଜେଲ ହାଜତକୁ ପଠାଇ ଦିଆଯାଇଛି।

ଏଟିଏମ୍‌ରେ ନାହିଁ ଟଙ୍କା: ଗ୍ରାହକ ହନ୍ତସନ୍ତ

ଏଟିଏମ୍‌ରେ ନାହିଁ ଟଙ୍କା: ଗ୍ରାହକ ହନ୍ତସନ୍ତ

ବିଞ୍ଝାରପୁର,୨୦।୪( ଡି.ଏନ.ଏ)- ବିଞ୍ଝାରପୁରରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଏଟିଏମ୍‌ ଥିବାବେଳେ ଅଧିକାଂଶ ଏଟିଏମ୍‌ରେ ଟଙ୍କା ନ ଥିବାରୁ ଗ୍ରାହକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଦୁର୍ଘଟଣାରେ ଯୁବକ ମୃତ

ଦୁର୍ଘଟଣାରେ ଯୁବକ ମୃତ

ଛତିଆ,୨୦।୪- ବୈରୀ ଥାନା ଅନ୍ତର୍ଗତ ଛତିଆ କଳକଳା ପୂର୍ତ୍ତବିଭାଗ ରାସ୍ତା ସୋଲରଠାରେ ବାଇକ୍‌ ଦୁର୍ଘଟଣାରେ ଗୁରୁବାର ବିଳମ୍ବିତ ରାତିରେ ଯୁବକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଯୁବକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ

ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ

ଗଣିଆ,୨୦।୪(ଡି.ଏନ୍‌.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ଆଡ଼କଟା ପଞ୍ଚାୟତର ଧୂଆମଡ଼ା ଗ୍ରାମଠାରେ ଶୁକ୍ରବାର ଶ୍ରୀଶ୍ରୀ ରାମେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଶୁଭାଧିବାସ ଓ ଅଙ୍କୁରାରୋପଣ ପରେ ଗୁରୁବାର ସକାଳୁ ସୂର୍ଯ୍ୟପୂଜା, ୧୦୮ ଘଟ କଳସ ଶୋଭାଯାତ୍ରା, ଗୋପୂଜନ, ଅଖଣ୍ଡ ନାମ କୀର୍ତ୍ତନ, ସାଧୁସେବା ଓ ଘୃତଯଜ୍ଞ ଅନୁଷ୍ଠିତ ହୋଇଥିଲା।

୬୯ ଦିବ୍ୟାଙ୍ଗଙ୍କୁ ମିଳିଲା ସହାୟକ ଉପକରଣ

୬୯ ଦିବ୍ୟାଙ୍ଗଙ୍କୁ ମିଳିଲା ସହାୟକ ଉପକରଣ

ଗଣିଆ,୨୦।୪(ଡି.ଏନ୍‌.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ୬୯ଜଣ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା। ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ବଣ୍ଟନ କରିଥିଲେ।

ଉଜ୍ଜ୍ୱଳ ଦିବସ ପାଳିତ

ଉଜ୍ଜ୍ୱଳ ଦିବସ ପାଳିତ

ମାର୍ଶାଘାଇ,୨୦ା୪(ଡି.ଏନ୍‌.ଏ.)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇଠାରେ ସାରନାଥ ଇଣ୍ଡେନ୍‌ ଗ୍ୟାସ୍‌ ବିତରକଙ୍କ ପକ୍ଷରୁ ଶୁକ୍ରବାର ଉଜ୍ଜ୍ୱଳା ଦିବସ ପାଳିତ ହୋଇଯାଇଛି।

୨ୟ ଦିନରେ ଆଳିରେ ଉତ୍‌ଥାନ, ଉଜ୍ଜ୍ୱଳ ପ୍ରଶିକ୍ଷଣ ଶିବିର

ଆଳି,୨୦ା୪(ଡି.ଏନ୍‌.ଏ.)- ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ଗୁରୁବାରଠାରୁ ଆଳିର ୨ଟି ସ୍ଥାନରେ ଆରମ୍ଭ ହୋଇଥିବା ଉତ୍‌ଥାନ, ଉଜ୍ଜ୍ୱଳ ପ୍ରଶିକ୍ଷଣ ଶିବିର ଶୁକ୍ରବାର ୨ୟ ଦିନରେ ପହଞ୍ଚତ୍ଛି।

ଭୋବସର ଗ୍ରାମବାସୀଙ୍କୁ ବନରାଜା କୁକୁଡାଚିଆଁ ପ୍ରଦାନ

ଭୋବସର ଗ୍ରାମବାସୀଙ୍କୁ ବନରାଜା କୁକୁଡାଚିଆଁ ପ୍ରଦାନ

ଓଡ଼ଗାଁ,୨୦ା୪(ସ୍ବ.ପ୍ର.)-ନୟାଗଡ଼ ଜିଲାର ଓଡଗାଁ ବ୍ଲକର ଆଦୌ ଗମନାଗମନ ନିମନ୍ତେ ରାସ୍ତାଘାଟ ନ ଥିବା ବାଣପୁର ପଞ୍ଚାୟତ ଭୋବସର ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ବନରାଜା କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି।

ଯୁବକଙ୍କ ମୃତଦେହ ଉଦ୍ଧାର

ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାପଡ଼ା,୨୦ା୪(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଫୁଲନଖରା -ନିଆଳି ରାସ୍ତାର ପିଙ୍ଗାପଡ଼ା ନିକଟରୁ ଗୁରୁବାର ରାତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ କଟକସଦର ଥାନା ଅନ୍ତର୍ଗତ ତିରଣପଦା ଗ୍ରାମର ଅର୍ତ୍ତତ୍ରାଣ ଭୋଇ(୨୨)।

 ବଗପାଟିଆକୁ ଆସିଲେ ମା’ପଞ୍ଚୁବରାହି

ବଗପାଟିଆକୁ ଆସିଲେ ମା’ପଞ୍ଚୁବରାହି

ରାଜନଗର, ୨୦।୪(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ବଙ୍ଗୋପସାଗର କୂଳରେ ଥିବା ମା’ପଞ୍ଚୁବରାହି ଠାକୁରାଣୀଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମା’ଙ୍କ ପାଇଁ ବଗପାଟିଆଠାରେ ନିର୍ମାଣ କରାଯାଇଥିବା ନୂତନ ମନ୍ଦିରରେ ଶୁକ୍ରବାର ସନ୍ଧ୍ୟାରେ ପୂଜାର୍ଚ୍ଚନା କରି ଠାକୁରାଣୀଙ୍କୁ ସ୍ଥାପନ କରାଯିବ।

ନଳୀନିକାନ୍ତ ମହାନ୍ତିଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକି ପାଳନ

ନଳୀନିକାନ୍ତ ମହାନ୍ତିଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକି ପାଳନ

କେନ୍ଦ୍ରାପଡା ଅଫିସ,୨୦।୪: ପଟ୍ଟାମୁଣ୍ଡାଇ କଂଗ୍ରେସ କମିଟି ପକ୍ଷରୁ ଦିବଂଗତ ନେତା ନଳୀନିକାନ୍ତ ମହାନ୍ତିଙ୍କ ୬ଷ୍ଠ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଶୁକ୍ରବାର ସକାଳ ୯ଟାରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି।

ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ନୟାଗଡ଼ ଅଫିସ, ୨୦।୪: ନୟାଗଡ଼ ଜିଲା ସଦର ବ୍ଲକ ଗୁପ୍ତପଲ୍ଲୀ ନିକଟରେ ଥିବା ଏକ କେନାଲ କଡରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଖୁଣ୍ଟୁବନ୍ଧ ପଞ୍ଚାୟତ ଗୁପ୍ତପଲ୍ଲୀ ଗ୍ରାମର ସୃଷ୍ଟିଦୀପ କୁମାର ନାୟକ(୨୬)।