ଉପକୂଳ ଓଡିଶା

ଓମ୍‌ଫେଡ୍‌ର ବର୍ଜ୍ୟ ଜଳ, ଚାଷୀଙ୍କ ପାଇଁ କାଳ

ଓମ୍‌ଫେଡ୍‌ର ବର୍ଜ୍ୟ ଜଳ, ଚାଷୀଙ୍କ ପାଇଁ କାଳ

ରଘୁନାଥପୁର, ୧୬।୧୨ (ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ନୂଆପଡ଼ାସ୍ଥିତ ତିର୍ତ୍ତୋଲ ଡାଏରୀରୁ (ଦୁଗ୍ଧ ଶୀତଳୀକରଣ କେନ୍ଦ୍ର)ରୁ ନିର୍ଗତ କେମିକାଲ ମିଶା ପରିତ୍ୟକ୍ତ ଜଳ ପରିଚାଳନାଗତ ତ୍ରୁଟି ଯୋଗୁ ଚାଷୀ ଓ ସାଧାରଣ ପଥଚାରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶନିବାର ମଧ୍ୟାହ୍ନରେ ଏକ ୧୬ ହଜାର ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କଲରରୁ ଗନ୍ଧମୟ ଅପରିଷ୍କାର ପାଣି, କଟକ-ପାରାଦୀପ ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ସର୍ବସାଧାରଣ ସ୍ଥାନରେ ଢ଼ଳାଯାଉଥିବା ବେଳେ ତିର୍ତ୍ତୋଲ ଡାଏରୀର କାରନାମା ପଦାରେ ପଡ଼ିଛି। ସାଧାରଣ ପଥଚାରୀ ଉତ୍କଟ ଗନ୍ଧରେ ଅଣନିଃଶ୍ୱାସୀ ହୋଇପଡିଥିଲେ। ନିର୍ଗତ ବର୍ଜ୍ୟଜଳ ରାସ୍ତା ତଳେ ଥିବା ସାଇଫନ୍‌ ଦେଇ ଚାଷ ଜମିରେ ମିଶୁଛି। ଅକ୍ଟୋବର ୯ରେ ବିଦ୍ୟାଧରପୁର ପଞ୍ଚାୟତ ଓ୍ବାର୍ଡ ନଂ. ୮ ପଲ୍ଲିଗଡ଼ ଗ୍ରାମର ଅଧିବାସୀ ତିର୍ତ୍ତୋଲ ଡାଏରୀ ପ୍ଲାଣ୍ଟର ଆବର୍ଜନା ଜଳ ସେମାନଙ୍କ ଚାଷ ଜମିରେ ବର୍ଷାସାରା ଜମି ରହି ବ୍ୟାଘାତ ହେଉଥିବା ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିଥିଲେ। ଏହାର ତ୍ୱରିତ ସମାଧାନ ପାଇଁ ମଧ୍ୟ ଉଲ୍ଲେଖ କରିଥିଲେ। ସ୍ଥାନୀୟ ସରପଞ୍ଚ ଏହାକୁ ଗୁରୁତର ସହ ନେଇ ନଭେମ୍ବରରେ ବ୍ଲକ୍‌ରେ ଅନୁଷ୍ଠିତ ଜନଶୁଣାଣିରେ ଅଭିଯୋଗ କରିଥିଲେ। ଏହାଛଡ଼ା ସେଇ ମାସ ୨୫ ତାରିଖରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶକ ଓଡ଼ିଶାଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ଲିଖିତ ଅଭିଯୋଗ କରିଥିଲେ। ଅଦ୍ୟାବଧି କୌଣସି ତଦନ୍ତ ହୋଇ ନ ଥିବା କିମ୍ବା ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ସରପଞ୍ଚ ସୂର୍ଯ୍ୟନାରାୟଣ ନାୟକ କହିଛନ୍ତି। ଏ ନେଇ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ସାଧାରଣ ଜନତାଙ୍କ ଅଭିଯୋଗ ବିଚାରଯୋଗ୍ୟ ଥିବାବେଳେ ଶନିବାର ମଧ୍ୟାହ୍ନରେ ଟ୍ୟାଙ୍କଲର ଜରିଆରେ ପରିତ୍ୟକ୍ତ ଜଳକୁ ସର୍ବସାଧାରଣ ଯାତାୟାତ ସ୍ଥାନରେ ଢ଼ଳା ଯାଉଥିବା ନେଇ ପ୍ରକୃତ ବାସ୍ତବ ତଥ୍ୟ ପଦାକୁ ଆସିଛି। ଓ୍ବାର୍ଡସଭ୍ୟ କାଦମ୍ବିନୀ ନାୟକ, ସମିତି ସଭ୍ୟ ଅଭୟ କୁମାର ମହାନ୍ତି, ଚାଷୀ ନାରାୟଣ ନାୟକ, ଭଗବାନ ନାୟକ, ବନମାଳୀ ନାୟକ, କ୍ଷୀରୋଦ ସାହୁ, ପ୍ରତାପ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ମୁତାବକ, ଚାଷ ଜମିରେ ଏହି କେମିକାଲଯୁକ୍ତ ପାଣି ଜମି ରହିବା ଫଳରେ ଗୋଡ଼ହାତ କୁଣ୍ଡାଇ ହୋଇ ଫଳିଯିବା ଏବଂ ଧାନ ଚାଷରେ ବ୍ୟାପକ କ୍ଷତି ହେଉଛି। ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ସୁଫଳ ମିଳୁନି ବୋଲି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପ୍ଲାଣ୍ଟ ମ୍ୟାନେଜର ଦିଲୀପ କୁମାର ଭୂୟଁା କୁହନ୍ତି, ପ୍ଲାଣ୍ଟରୁ ନିର୍ଗତ ପାଣିକୁ ଇଟିପି ପ୍ଲାଣ୍ଟରେ ପରିଷ୍କାର କରାଯାଇ ଛଡ଼ାଯାଇଥାଏ। ଏଥିରେ କୌଣସି କ୍ଷୟକ୍ଷତି ହେବାର ସମ୍ଭାବନା ନାହିଁ। ତେବେ ସର୍ବସାଧାରଣ ସ୍ଥାନରେ ଟ୍ୟାଙ୍କଲର ଜରିଆରେ ପାଣି ଢାଳିବାକୁ କୁହାଯାଇ ନ ଥିବା ଏବଂ ଯଦି ଚାଳକ ଢାଳିଥାନ୍ତି ସେଇଟା ତାଙ୍କର ଭୁଲ ବୋଲି ସ୍ବୀକାର କରିଥିଲେ। ଆଉ ସେପରି ହେବାକୁ ଦିଆଯିବନି ବୋଲି ମ୍ୟାନେଜର ଭୂୟଁା କହିଥିଲେ। ଅନ୍ୟପକ୍ଷରେ କେତେଜଣ ଚାଷୀ ଇଟିପି ପ୍ଲାଣ୍ଟ କାର୍ଯ୍ୟ କରୁ ନ ଥିବା ଏବଂ ତିର୍ତ୍ତୋଲ ଡାଏରୀରୁ ଉତ୍ପନ୍ନ ଦୁର୍ଗନ୍ଧମୟ ଅପରିଷ୍କାର ଜଳକୁ ନିଜ ସୀମା ଭିତରେ ଆବଦ୍ଧ କରି ରଖିବାକୁ ଅଭିଯୋଗ କରିଥିଲେ। ଜଗତ୍‌ସିଂହପୁର ଜିଲାପାଳ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚାଷୀଙ୍କ ପକ୍ଷରୁ ହେଉଥିବା ଅଭିଯୋଗକୁ ଗୁରୁତ୍ୱ ପ୍ରଦାନ କରି ଏହାର ସତ୍ୟାସତ୍ୟ ଅବଲୋକନ କରିବାକୁ ଅଞ୍ଚଳର ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି। ଏହାଛଡ଼ା ଚାଷୀମାନଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେବାକୁ ଆର୍‌ଡିସିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

ଆକାଶରେ ବିଶୋଧନାଗାର ନିଆଁ

ଆକାଶରେ ବିଶୋଧନାଗାର ନିଆଁ

ପାରାଦୀପ,୨୨।୪(ସ୍ବ.ପ୍ର.): ଦେଶର ଅନ୍ୟତମ ବୃହତ୍‌ ପ୍ରକଳ୍ପ ତୈଳ ବିଶୋଧନାଗାର ପାରାଦୀପରେ ୨୦୧୪ରୁ ଉତ୍ପାଦନକ୍ଷମ ହୋଇଛି। ସେହିଦିନଠାରୁ ୩୩୪୪ ଏକର ଜାଗାରେ ପ୍ରତିଷ୍ଠିତ ଏହି ପ୍ରକଳ୍ପ ପରିସରରେ ୧୩୧ ମିଟର ଉଚ୍ଚ ଚିମିନି ଉପରେ ଅନବରତ ନିଆଁ ଜଳୁଛି। ଏଥିଯୋଗୁ ରାତିରେ ପାରାଦୀପରେ ସମଗ୍ର ଆକାଶ ଆଲୋକିତ ହୋଇଯାଉଛି।

ଅଟକିଲା ନାବାଳିକା ବିବାହ

ଅଟକିଲା ନାବାଳିକା ବିବାହ

ନୟାଗଡ଼ ଅଫିସ,୨୨।୪- ନୟାଗଡ଼ ଜିଲା ରଣପୁର ବ୍ଲକର ଚାନ୍ଦପୁର ଜେମାଦେଈପୁର ଗ୍ରାମରେ ରବିବାର ଚାଇଲ୍ଡ ଲାଇନ୍‌ ତରଫରୁ ନାବାଳିକା ବିବାହ ବନ୍ଦ କରାଯାଇଛି। ପ୍ରକାଶ ଯେ, ୧୬ବର୍ଷର ଜଣେ ନାବାଳିକା ସହ ଚଳିତମାସ ୨୭ ତାରିଖରେ ଖୋର୍ଦ୍ଧା ଜିଲା ବାଲୁଗାଁର ଯୋଗୀ ସାହୁଙ୍କ ପୁଅ ରମେଶ ସାହୁ (୨୨)ଙ୍କ ବିବାହ ସ୍ଥିର ହୋଇଥିଲା।

ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୫୫ ୟୁନିଟ୍‌ ରକ୍ତ ସଂଗ୍ରହ

ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୫୫ ୟୁନିଟ୍‌ ରକ୍ତ ସଂଗ୍ରହ

ନୟାଗଡ଼ ଅଫିସ,୨୨।୪- ନୟାଗଡ଼ ଜିଲା ଶରଣକୁଳ ପଞ୍ଚାୟତ କଟରାଝରୀ ଗ୍ରାମରେ ଜନକଲ୍ୟାଣ ସେବା ସଂଘ ତରଫରୁ ରବିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୀବନ ବିନ୍ଦୁର ରାଜ୍ୟ ସଂଯୋଜକ ସତ୍ୟନାରାୟଣ ପ୍ରଧାନ ଏହାକୁ ଉଦ୍‌ଘାଟନ କରିବା ସହ ପ୍ରଥମେ ରକ୍ତଦାନ କରିଥିଲେ।

ପ୍ରତାରଣା କଲେ ପ୍ରେମିକ, ବିବାହ ଜିଦ୍‌ରେ ଥାନାରେ ପ୍ରେମିକା

ବିରଜାକ୍ଷେତ୍ର,୨୨।୪(ଡି.ଏନ୍‌.ଏ)- ଯାଜପୁର ସଦର ଥାନାରେ ଡ୍ରାଇଭର ଭାବେ କାର୍ଯ୍ୟରତ ଜଣେ ଯୁବକଙ୍କୁ ପ୍ରେମ କରି ପ୍ରତାରଣାର ଶିକାର ହେବା ପରେ ବିବାହ କରିବାକୁ ଜିଦ୍‌ କରି ରବିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ। ପ୍ରକାଶ ଯେ, କଟକ ଜିଲା ଦରଘା ବଜାର ଥାନା ଅଞ୍ଚଳର ଜଣେ ଯୁବତୀଙ୍କର ଯାଜପୁର ଥାନା ଅନ୍ତର୍ଗତ ବାସୁପୁର ଗ୍ରାମର ଅମିତ୍‌ କୁମାର ନାୟକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅମିତ୍‌ ଯାଜପୁର ସଦର ଥାନାରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି।

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୨ଭଉଣୀଙ୍କ ସଫଳତା

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୨ଭଉଣୀଙ୍କ ସଫଳତା

ଖଣ୍ଡପଡ଼ା/ଭାପୁର,୨୨।୪(ସ୍ବ.ପ୍ର./ଡ଼ି.ଏନ.ଏ.)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଉତ୍ସବ ଭୁବନେଶ୍ୱର ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରେଳଧାରଣା କଡରୁ ଗୁରୁତର ଯୁବକ ଉଦ୍ଧାର

ଚଣ୍ଡିଖୋଲ,୨୨।୪(ଡି.ଏନ୍‌.ଏ)- ପୂର୍ବତଟ ରେଳବାଇର ବରୀ ଠେଙ୍ଗଡ ଓ ଧାନମଣ୍ଡଳ ଷ୍ଟେଶନ ମଝିରେ ଥିବା ରେଳ ଧାରଣା କଡ଼ରୁ ରବିବାର ଜଣେ ଗୁରୁତର ଯୁବକଙ୍କୁ ପୋଲିସ ଉଦ୍ଧାର କରିଛି।

ନାବାଳିକାକୁ ବଳାତ୍କାର ଅଭିଯୋଗ, ଯୁବକ ଅଟକ

ନାବାଳିକାକୁ ବଳାତ୍କାର ଅଭିଯୋଗ, ଯୁବକ ଅଟକ

କେନ୍ଦ୍ରାପଡା ଅଫିସ, ୨୨ା୪- କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଉଦୟନଗର ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ତାଙ୍କ ମା’ ରବିବାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ମହୁଲପାଟଣା ଗ୍ରାମର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ବିଶ୍ୱ ଧରିତ୍ରୀ ଦିବସ ପାଳିତ

ବିଶ୍ୱ ଧରିତ୍ରୀ ଦିବସ ପାଳିତ

ଜଗତସିଂହପୁର ଅଫିସ,୨୨।୪: ଜଗତସିଂହପୁରସ୍ଥିତ ମାର୍କଣ୍ଡପୁର ବୃନ୍ଦାବନ ନୋଡାଲ ବିଦ୍ୟାପୀଠ ପରିସରରେ ୪୯ତମ ବିଶ୍ୱ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି।

ପାଲା ଗାୟକଙ୍କ ପରଲୋକ

ପାଲା ଗାୟକଙ୍କ ପରଲୋକ

ଛତିଆ,୨୨।୪(ଡି.ଏନ୍‌,ଏ.): ଯାଜପୁର ଜିଲା ବଡଚଣା ବ୍ଲକ ଛତିଆର ବିଶିଷ୍ଟ ପାଲା ଗାୟକ ତଥା ଗର୍ବ ଆଉ ଗୌରବ ଅମରେଶ୍ୱର ଦାଶଙ୍କର ରବିବାର ସକାଳେ ପରଲୋକ ଘଟିଛି।

ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୫୪ ଜଣଙ୍କ ରକ୍ତ ସଂଗ୍ରହ

ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୫୪ ଜଣଙ୍କ ରକ୍ତ ସଂଗ୍ରହ

ନୟାଗଡ଼ ଅଫିସ୍‌,୨୨। ୪- ଶରଣକୁଳ ଗ୍ରାମପଞ୍ଚାୟତର କଟରାଝରୀ ଜନକଲ୍ୟାଣ ସମିତି କ୍ଲବ ଘରେ ରବିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ୫୪ ଜଣଙ୍କ ରକ୍ତ ସଂଗ୍ରହ କରାଯାଇଛି।

ନୂତନ ଜିଲା, ଦୌରାଜଜ୍‌ଙ୍କ ଅଦାଲତ ଉଦ୍‌ଘାଟିତ

ନୂତନ ଜିଲା, ଦୌରାଜଜ୍‌ଙ୍କ ଅଦାଲତ ଉଦ୍‌ଘାଟିତ

ନୟାଗଡ଼ ଅଫିସ୍‌,୨୨। ୪- ନୟାଗଡ଼ଠାରେ ରବିବାର ନୂତନ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତର ନୂତନ ଶାଖା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ଶରଣଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି।

ଜିଲାସ୍ତରୀୟ ଜିଏସ୍‌ଟି କର୍ମଶାଳା

ଜିଲାସ୍ତରୀୟ ଜିଏସ୍‌ଟି କର୍ମଶାଳା

କେନ୍ଦ୍ରାପଡା ଅଫିସ,୨୨।୪: କେନ୍ଦ୍ରାପଡା ଛକ ତିନିମୁହାଣିସ୍ଥିତ ଏକ ହୋଟେଲରେ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାସ୍ତରୀୟ ଜିଏସ୍‌ଟି କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି।