ଉପକୂଳ ଓଡିଶା

ବାଇକ ଚଳାଚଳ ବନ୍ଦ ନିର୍ଦ୍ଦେଶ, ପାର୍କିଂ ଷ୍ଟାଣ୍ଡ ନିର୍ମାଣ

ବାଇକ ଚଳାଚଳ ବନ୍ଦ ନିର୍ଦ୍ଦେଶ, ପାର୍କିଂ ଷ୍ଟାଣ୍ଡ ନିର୍ମାଣ

ପାରାଦୀପ,୧୬।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଚଳିତ ବର୍ଷ ଜାହାଜ ଚଳାଚଳ କ୍ଷେତ୍ରରେ କେତେକ ଐତିହାସିକ ପରିବର୍ତ୍ତନ କରି ସଫଳତା ହାସଲ କରିଛି। କିନ୍ତୁ ବନ୍ଦର ମଧ୍ୟରେ ଯେଉଁ ସଂସ୍କାର ଆଣିବାକୁ ଚେଷ୍ଟା କରୁଛି ସେଥିରେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଉପୁଜିଛି। ଅର୍ଥାତ୍‌ ଗୋଟିଏ ପଟେ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣାକୁ ରୋକିବା ପାଇଁ ସମସ୍ତ ବ୍ୟବହାରକାରୀ ସଂସ୍ଥାକୁ ଦୁଇ ଚକିଆ ଯାନ ବନ୍ଦ କରିବାକୁ ଚିଠି କରିଛି। ଅପରପକ୍ଷେ ସେହି ନିଷିଦ୍ଧାଞ୍ଚଳ ଭିତରେ ଳକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଦୁଇ ଚକିଆ ଯାନ ପାଇଁ ପାର୍କିଂ ଷ୍ଟାଣ୍ଡ ନିର୍ମାଣ ଚାଲିଛି। ସୂଚନା ମୁତାବକ, ଗତ ନଭେମ୍ବର ୬ରେ ବନ୍ଦରର ଆସିଷ୍ଟାଣ୍ଟ ଟ୍ରାଫିକ ମ୍ୟାନେଜର ସମସ୍ତ ବ୍ୟବହାରକାରୀ ସଂସ୍ଥାକୁ ଚିଠି (ନଂ TD/DTM/LAB/BRG 35 (PT) 2017/149) ଯୋଗେ ନିର୍ଦ୍ଦେଶ ଦେଇଛନ୍ତି ଯେ, ଅକ୍ଟୋବର ୩୦ ବୋର୍ଡ ବୈଠକ ନିଷ୍ପତ୍ତି ଅନୁସାରେ ଚିଠି ପାଇବାର ମାସକ ମଧ୍ୟରେ ଦୁଇ ଚକିଆ (ବାଇକ, ସ୍କୁଟର, ସାଇକେଲ) ଚଳାଚଳ ବନ୍ଦ କରନ୍ତୁ। ନିଜ କର୍ମଚାରୀ ଓ ଶ୍ରମିକଙ୍କୁ ନେବା ଆଣିବା ପାଇଁ ଚାରି ଚକିଆ, ପିକଅପ୍‌ ଭ୍ୟାନ୍‌ ନିୟୋଜିତ କରନ୍ତୁ। ଏହି ଚିଠିର ନକଲ ବନ୍ଦର ଅଧ୍ୟକ୍ଷଙ୍କ ସମେତ ବିଭାଗୀୟ ମୁଖ୍ୟଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ଚିଠି ପାଇବା ଏହା ମଧ୍ୟରେ ମାସେ ଅତିକ୍ରମ କରିସାରିଲାଣି। କିନ୍ତୁ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ପୂର୍ବବତ୍‌ ଦୁଇ ଚକିଆ ଯାନ ଚଳାଚଳ କରୁଛି। ଅପରପେକ୍ଷ ନିଷିଦ୍ଧାଞ୍ଚଳର ବହୁମୁଖି ବର୍ଥ ପାଖ ରେଲଓ୍ବେ ସାଇଡିଂରେ ଏବେ ବାଇକ୍‌ ଷ୍ଟାଣ୍ଡ ନିର୍ମାଣ ଚାଲିଛି। ଏମିତି ନୀତିରେ କର୍ମଚାରୀ- ଶ୍ରମିକମାନେ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଯଦି ବାଇକ ନିଷିଦ୍ଧ କରିବା ପାଇଁ ଚିଠି କରାଯାଉଛି, ତେବେ ସେହି ସ୍ଥାନରେ ପୁଣି କାହା ସ୍ବାର୍ଥରେ ଷ୍ଟାଣ୍ଡ ନିର୍ମାଣ ହେଉଛି। ବନ୍ଦର ଭିତରର ସ୍ଥିତି ଓ ଷ୍ଟିଭେଡର୍ସ ସଂସ୍ଥାଗୁଡିକର ଯେଭଳି କାମ ଏବେ ଚାଲିଛି ସେଥିରେ ବାଇକ ବ୍ୟାନ୍‌ କରିବା ସମ୍ଭବ ନୁହେଁ। କାରବାର ବୃଦ୍ଧି ପାଇବା ସହ ସେତିକି ମାତ୍ରାରେ ଗାଡି ମଟର ବୃଦ୍ଧି ପାଇଲାଣି। ପଣ୍ୟ କାରବାର ସମୟରେ ଉଡୁଥିବା ଧୂଳି ଆସ୍ତରଣ ପ୍ରାୟତଃ ଦୁର୍ଘଟଣାର କାରଣ ସାଜିଲାଣି। ଏପରି ସ୍ଥିତିରେ ବିପରିତ ମୁଖୀ କାମ ଏବେ ଚର୍ଚ୍ଚାର କାରଣ ସାଜିଛି।

All Right Reserved By

ଉପକୂଳ ଓଡିଶା

ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ ତାଗିଦ

କାଳିଆପାଣି, ୧୯।୭(ଡି.ଏନ୍‌.ଏ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ସୁକିନ୍ଦା ବ୍ଲକ ରଁାସୋଳ ପଞ୍ଚାୟତରେ ବହୁ ହିତାଧିକାରୀ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରି ନ ଥିବା ଜଣାପଡିଛି ।

କ୍ୟାମ୍ପସରେ ମେଡିକାଲ ଷ୍ଟୋର ଖୋଲି ଚାଲିଛି ବେପାର

ଯାଜପୁର ଅଫିସ,୧୯।୭: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି) ଏକ ପ୍ରକାର ନର୍ସିଂହୋମରେ ପରିଣତ ହୋଇଛି। ସମସ୍ତଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗର ଯୁଗ୍ମସଚିବ ୨୭।୨।୨୦୧୫ ତାରିଖରେ ପତ୍ରସଂଖ୍ୟା ୪,୫୩୮ରେ କ୍ୟାମ୍ପସ ମେଡିକାଲ ଷ୍ଟୋରକୁ ବାରଣ କରିଥିଲେ।

ଅଙ୍ଗନଓ୍ବାଡି କର୍ମୀ ଚୟନରେ ଅନିୟମିତତା ଅଭିଯୋଗ

କୋରେଇ,୧୯।୭(ସ୍ବ:ପ୍ର): କୋରେଇ ବ୍ଲକ ପଚ୍ଛିକୋଟ ପଞ୍ଚାୟତ ହୁମୁଡେଇ ଗ୍ରାମର ୨ନଂ ୱାର୍ଡ ଅନ୍ତର୍ଗତ ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି। ହୁମୁଡେଇ ଗ୍ରାମର ୨ନଂ ୱାର୍ଡ ଅଙ୍ଗନବାଡି କେନ୍ଦ୍ର ପାଇଁ କର୍ମୀ ନିଯୁକ୍ତି ନିମନ୍ତେ କୋରେଇ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା।

ପରିବାରର ଯୌତୁକ ଦାବିରେ ସ୍ବାମୀଙ୍କ ଆମତ୍ହତ୍ୟା

ବିରଜାକ୍ଷେତ୍ର,୧୯।୭(ଡି.ଏନ୍‌.ଏ): ପାରିବାରିକ ନିର୍ଯାତନା ସହ୍ୟ କରି ନ ପାରି ସ୍ବାମୀ ଆମତ୍ହତ୍ୟା କରିଥିବା ନେଇ ସ୍ତ୍ରୀ ସୁମିତ୍ରା ବୁଧବାର ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଦୁର୍ବୃତ୍ତଙ୍କ ଢେଲାମାଡରେ ବସ୍‌ କାଚ ଭାଙ୍ଗିଲା

ରସୁଲପୁର,୧୯।୭(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ବ୍ରାହ୍ମଣୀ ନଦୀ ପୋଲ ନିକଟସ୍ଥ ଓଡଙ୍ଗ ଗାଁ ନିକଟରେ ବୁଧବାର ସକାଳେ ଜନୈକ ଦୁର୍ବୃତ୍ତଙ୍କ ଢ଼େଲା ମାଡ଼ରେ କଳଟକରୁ କରଞ୍ଜିଆ ଅଭିମୂଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ର ଆଗକାଚ ଭାଙ୍ଗି ଯାଇଛି।

ଶିବ ମନ୍ଦିରରୁ ପୂଜା ଉପକରଣ ଚୋରି

ରସୁଲପୁର,୧୯।୭(ଡିଏନଏ): ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ମଠସାହି-ନାଉପାଳ ଗ୍ରାମର ଶିବ ମନ୍ଦିରରୁ ମଙ୍ଗଳବାର ରାତିରେ ପୂଜା ଉପକରଣ ଚୋରି ହୋଇଯାଇଛି। ଏନେଇ ବୁଧବାର ମନ୍ଦିର ପରିଚାଳନା କମିଟିର ସଭାପତି ସଦାନନ୍ଦ ପାତ୍ର କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବ୍ୟାଙ୍କରେ ପୋଲିସର ମକ୍‌ଡ୍ରିଲକୁ ନେଇ ଭ୍ରମ

କୋରେଇ,୧୯।୭(ସ୍ବ:ପ୍ର): ସମୟ ଅପରାହ୍ନ ପ୍ରାୟ ୨ଟା। ପାଣିକୋଇଲିସ୍ଥିତ ଷ୍ଟେଟ ବ୍ୟାଙ୍କ ଭିତରେ ବୁଧବାର ବ୍ୟାଙ୍କର ସମସ୍ତ କର୍ମଚାରୀ ଓ ଗ୍ରାହକ ଉପସ୍ଥିତ ଥିଲେ। ହଠାତ୍‌ ଜଣେ ବ୍ୟକ୍ତି ମୁହଁରେ କପଡ଼ା ବାନ୍ଧି ହାତରେ ବନ୍ଧୁକ ଧରି ବ୍ୟାଙ୍କ ଭିତରକୁ ପ୍ରବେଶ କଲେ। ଲୋକେ କିଛି ବୁଝିବା ପୂର୍ବରୁ ବ୍ୟାଙ୍କର ସିକ୍ୟୁରିଟୀ ଓ ଗନମ୍ୟାନଙ୍କ ମୁଣ୍ଡରେ ସେ ବନ୍ଧୁକ ଲଗାଇ ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କୁ ଶାଖା ପରିଚାଳକଙ୍କ କକ୍ଷ ଭିତରେ ପୁରାଇ ବାହାର ପଟୁ କବାଟ ଦେଇଦେଲେ।

ମଧ୍ୟାହ୍ନଭୋଜନ ଅଣ୍ଡା ଖାଇ ୧୪ ଛାତ୍ରୀଛାତ୍ର ଅସୁସ୍ଥ

ବିରଜାକ୍ଷେତ୍ର,୧୯।୭(ଡି.ଏନ୍‌.ଏ): ପୁଣି ଥରେ ମଧ୍ୟାହ୍ନଭୋଜନକୁ ନେଇ ଚର୍ଚ୍ଚା। ଯାଜପୁର ଥାନା ଅନ୍ତର୍ଗତ ଦଶରଥପୁର ବ୍ଲକ ବିହାରୀ ପଞ୍ଚାୟତ ପାଇକସାହି ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଅଣ୍ଡା ଖାଇବା ପରେ ୧୪ ଜଣ ଛାତ୍ରୀଛାତ୍ର ବିଦ୍ୟାଳୟ ପରିସରରେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ।

ମାନପୁର-ଗୋବିନ୍ଦପୁର ରାସ୍ତା ମରାମତି କାମ ଆରମ୍ଭ

ମାନପୁର-ଗୋବିନ୍ଦପୁର ରାସ୍ତା ମରାମତି କାମ ଆରମ୍ଭ

ଆଳି, ୧୯।୭ (ଡି.ଏନ.ଏ): ଆଳି ବ୍ଲକ ଧୋୟାଞ୍ଚଳରେ ବସବାସ କରୁଥିବା ୧୦ ପଞ୍ଚାୟତବାସୀଙ୍କ ଯାତାୟାତ ପାଇଁ ଥିବା ଏକମାତ୍ର ମାନପୁର-ଗୋବିନ୍ଦପୁର ରାସ୍ତା ମରାମତି କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ମଧୁବନଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ବେଳେ ଏ ନେଇ ଅଞ୍ଚଳବାସୀ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସାପ କୁକୁର ଲଢେଇ: କୁକୁର ମୃତ, ସାପ ଗୁରୁତର

ମାର୍ଶାଘାଇ, ୧୯।୭ (ଡି.ଏନ୍‌.ଏ.): ସାପ ଏବଂ କୁକୁର ମଧ୍ୟରେ ଲଢେଇ ଘଟି କୁକୁରର ମୃତ୍ୟୁ ଘଟିଥିବା ବେଳେ ସାପଟି ଗୁରୁତର ହୋଇଛି। ଏହି ଘଟଣା ଘଟିଛି ମାର୍ଶାଘାଇ ବଜାର ନିକଟସ୍ଥ ବାରିକସାହିଠାରେ। ବୁଧବାର ଭୋରରୁ ବାରିକ ସାହିର ଅକ୍ଷୟ ମହାପାତ୍ରଙ୍କ ଘର ନିକଟରେ ଏକ ବିରାଟ ସାପ ଓ ଦୁଇଟି କୁକୁର ମଧ୍ୟରେ ଲଢ଼େଇ ଲାଗିଥିଲା।

ଏଆରଏସଏସ କ୍ୟାମ୍ପ ସାଇଟ୍‌ରେ: ତାଲା ପକାଇଲେ ଠିକାଦାର

ମାର୍ଶାଘାଇ, ୧୯।୭ (ଡି.ଏନ୍‌.ଏ.): ପାରାଦୀପ-ହରିଦାସପୁର ରେଳ ପଥ ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏଆରଏସ୍‌ଏସ୍‌ର ମାର୍ଶାଘାଇ ଥାନା ଜୟଚନ୍ଦ୍ରପୁରସ୍ଥିତ କ୍ୟାମ୍ପ ସାଇଟ୍‌ରେ ବୁଧବାର ଠିକାଦାରମାନେ ତାଲା ପକାଇ ଦେଇଛନ୍ତି।

ପ୍ରୟାସର ବୃକ୍ଷରୋପଣ କାର୍ଯ୍ୟକ୍ରମ

ମାର୍ଶାଘାଇ,୧୯।୭ (ଡିଏନଏ): ଚଳିତବର୍ଷର ପ୍ରଥମ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ବେଚ୍ଛାସେବୀ ସଂଗଠନ ପ୍ରୟାସ ତରଫରୁ ନିକଟରେ ଆରମ୍ଭ ହୋଇଛି। ମାର୍ଶାଘାଇ ଥାନା ପାଟଳିପଙ୍କ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର ନାଥ ନାୟକ ପ୍ରଥମେ ଏକ ଓସ୍ତ ଗଛ ମହାନଦୀ ପୋଲ ନିକଟସ୍ଥ ନୀଳାଚଳ ବଜାର ନିକଟରେ ରୋପଣ କରିଥିଲେ।

Model This Week

ରୂପେଶ