Dharitri News
ବ୍ରହ୍ମପୁର

ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ଜି.ଉଦୟଗିରି,୧୭।୧୨(ଡି.ଏନ.ଏ.)- ଜି.ଉଦୟଗିରି ନିକଟସ୍ଥ ଦିଣ୍ଡାବାଲି ଶଙ୍ଖ ନିକଟରେ ଏକ ଦଶ ଚକିଆ ସିମେଣ୍ଟ ବୋଝେଇ ଟ୍ରକ ରବିବାର ପୂର୍ବାହ୍ନ ୧୧ଟାରେ ଓଲଟି ପଡ଼ିଛି। ଟ୍ରକ ଚାଳକ ନିରଞ୍ଜନ ବୈରିଗଞ୍ଜନ ସାମାନ୍ୟ ଆହତ ହୋଇଥିବାବେଳେ ଟ୍ରକରେ ଥିବା ଅନ୍ୟଜଣେ ବ୍ୟକ୍ତି ଏଥିରୁ ରକ୍ଷା ପାଇ ଯାଇଥିଲେ। ଦଶ ଚକିଆ ଟ୍ରକ (ନଂ ଓଆର୦୫ଜେଡ-୩୦୬୩) ଭୁବନେଶ୍ୱରରୁ ବାଲିଗୁଡ଼ା ସିମେଣ୍ଟ ନେଇ ଯାଉଥିବା ବେଳେ ଜି.ଉଦୟଗିରି ଠାରୁ ଦୁଇ କିମି ଦୂର ଦିଣ୍ଡାବାଲି ଶଙ୍ଖରେ ଏକ ଅଟୋକୁ ସାଇଡ ଦେବାକୁ ଯାଇ ଓଲଟି ପଡ଼ିଥିଲା। ବ୍ରେକ ଫେଲ ହୋଇଯିବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି ଚାକଳ କହିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି। ଦିଣ୍ଡାବାଲି ଶଙ୍ଖଟି ଅଣ ଓସାରିଆ ହୋଇଥିବାରୁ ପ୍ରତ୍ୟେକ ବର୍ଷ ଏଠାରେ ଦୁର୍ଘଟଣା ଘଟୁଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ବ୍ରହ୍ମପୁର

ମାଙ୍କଡ଼ କାମୁଡାରେ ୭ ଆହତ

ମାଙ୍କଡ଼ କାମୁଡାରେ ୭ ଆହତ

ଗଞ୍ଜାମ, ୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି-ପଥରପୁଞ୍ଜି ଗ୍ରାମରେ ମଙ୍ଗଳବାର ମାଙ୍କଡ଼ କାମୁଡାରେ ୭ଜଣ ଆହତ ହୋଇଛନ୍ତି।

ମରାମତି ହେଉନି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ, କୁମ୍ଭାରମୁଣ୍ଡା ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ମରାମତି ହେଉନି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ, କୁମ୍ଭାରମୁଣ୍ଡା ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି,୨୩।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ କୁମ୍ଭାରମୁଣ୍ଡାଠାରୁ ସୁଜାମାଜୁ ରାସ୍ତା ମରଣଜନ୍ତା ପାଲଟିଛି। ଉକ୍ତ ରାସ୍ତାରେ ଆଣ୍ଠୁଏ ଲେଖାଏ ଖାଲ ହୋଇଥିବାରୁ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଦୀର୍ଘଦିନ ହେଲା ରାସ୍ତାକୁ ମରାମତି କରାଯାଉ ନାହିଁ। ଏ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏହା ପ୍ରତିବାଦରେ ମଙ୍ଗଳବାର କୁମ୍ଭାରପଡ଼ା ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ସିମନବାଡ଼ିଠାରୁ ବୁଡାଗୁଡ଼ା ଦେଇ ବାଲିଗୁଡ଼ା ଯିବା ରାସ୍ତାର କୁମ୍ଭାରମୁଣ୍ଡା ଛକଠାରେ ପ୍ରାୟ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରାଯାଇଥିଲା।

ଫୋନରେ କଥା ହେବା ହେଲା କାଳ: ଦୁର୍ଘଟଣାରେ ମା’, ପୁଅ ମୃତ

ଫୋନରେ କଥା ହେବା ହେଲା କାଳ: ଦୁର୍ଘଟଣାରେ ମା’, ପୁଅ ମୃତ

ହିଞ୍ଜିଳିକାଟୁ, ୨୩।୧(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ୫୯ନଂ ଜାତୀୟ ରାଜପଥ ନୂଆଁପଲ୍ଲୀଠାରେ ଏକ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ଅପରାହ୍ନରେ ମା ଓ ପୁଅଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ କଞ୍ଚୁରୁ ଗ୍ରାମର ଚନ୍ଦ୍ରମା ଦାସ(୫୦) ଓ ତାଙ୍କ ପୁଅ ଶିବ ଶଙ୍କର ଦାସ(୩୦)।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

ବ୍ରହ୍ମପୁର ଅଫିସ, ୨୩।୧: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ମହାନଗର ତରଫରୁ ପେଟ୍ରୋଲ ପମ୍ପ ଛକ ନିକଟରେ ମଙ୍ଗଳବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।

୪୦୭ ଦୁର୍ଘଟଣାଗ୍ରସ୍ତ, ୫ ଆହତ

୪୦୭ ଦୁର୍ଘଟଣାଗ୍ରସ୍ତ, ୫ ଆହତ

କ. ନୂଆଗାଁ, ୨୨।୧- କନ୍ଧମାଳ ଜିଲା କ. ନୂଆ ଗାଁ ବ୍ଲକ ଅନ୍ତର୍ଗତ ଟିପିଡିଙ୍ଗିଆଠାରେ ସୋମବାର ୪୦୭ ଟ୍ରକ ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ପ୍ରକାଶ ଯେ ବାଲିଗୁଡାଠାରୁ ରାଇକିଆକୁ ହାଟ କରିବା ପାଇଁ ଟ୍ରକ (ନଂ. ଓଆରଏଫ-୩୧୨୧)ରେ ୭ ଜଣ ବ୍ୟବସାୟୀ ଯାଉଥିଲେ।

କବିସୂର୍ଯ୍ୟ ଜୟନ୍ତୀ: ଭୁଲିଗଲା ପ୍ରଶାସନ, ପାଳିଲେ ବୁଦ୍ଧିଜୀବୀ

କବିସୂର୍ଯ୍ୟ ଜୟନ୍ତୀ: ଭୁଲିଗଲା ପ୍ରଶାସନ, ପାଳିଲେ ବୁଦ୍ଧିଜୀବୀ

ଦିଗପହଣ୍ଡି,୨୨।୧(ଡି.ଏନ.ଏ.)- ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ବଡ଼ଖେମୁଣ୍ଡି ମାଟିରେ ଜନ୍ମ ଗ୍ରହଣ କରିଥିବା କବିସୂର୍ଯ୍ୟ ବଳଦେବ ରଥଙ୍କୁ ଦିଗପହଣ୍ଡି ଏନଏସି ପ୍ରଶାସନ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ଦେଖିବାକୁ ମିଳିଛି। କବିସୂର୍ଯ୍ୟଙ୍କ ସାହିତ୍ୟ କଳା କୃତି ପାଇଁ ଦିଗପହଣ୍ଡି ବିଶ୍ୱ ଦରବାରେ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ମୃତିଚାରଣ ତ ଦୂରର କଥା ବଜାର ଛକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ମଧ୍ୟ ନ ପଡ଼ିବା ଦିଗପହଣ୍ଡିର ସାହିତି୍ୟକ ଓ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। କବିସୂର୍ଯ୍ୟ ପ୍ରାଥମିକ ବିଦ୍ୟାଳୟରେ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଆୟୋଜିତ ସ୍ମୃତି ସଭାରେ ଘଟଣା ନେଇ ଗଭୀର କ୍ଷୋଭ ପ୍ରକାଶ କରାଯାଇଛି।

୪୫୩ ଭୂତ ବିଦ୍ୟୁତ୍‌ ଉପଭୋକ୍ତା ଚିହ୍ନଟ

୪୫୩ ଭୂତ ବିଦ୍ୟୁତ୍‌ ଉପଭୋକ୍ତା ଚିହ୍ନଟ

ବେଗୁନିଆପଡ଼ା,୨୨।୧(ଡି.ଏନ.ଏ.)- କୋଦଳା ବିଦ୍ୟୁତ ଉପଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରୁ ବିଦ୍ୟୁତ ବିଭାଗ ଉପଭୋକ୍ତାଙ୍କଠାରୁ ବିଲ ଆଦାୟ ସମୟରେ ଅନେକ ଭୂତ ଉପଭୋକ୍ତା ଚିହ୍ନଟ ହୋଇଛନ୍ତି। ଏନେଇ ସୋମବାର ଏସ୍‌ଡିଓ ସୁକାନ୍ତ କୁମାର ଜେଠୀ ବେଗୁନିଆପଡ଼ା ସାଉଥ୍‌କୋ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଅଞ୍ଚଳର ମୋଟ ୨୯୧୩୦ ଉପଭୋକ୍ତା ଥିବା ବେଳେ ୨୬୮୩୬ ଜଣଙ୍କଠାରୁ ପ୍ରତ୍ୟେକ ମାସର ବିଲ ଆଦାୟ କରାଯାଉଛି।

୭ ଖେଳାଳିଙ୍କ ବାଙ୍ଗାଲୋର ଗସ୍ତ

୭ ଖେଳାଳିଙ୍କ ବାଙ୍ଗାଲୋର ଗସ୍ତ

ବ୍ରହ୍ମପୁର ଅଫିସ,୨୨।୧- ଆଇଏବିଏଫ ନୂଆଦିଲ୍ଲୀ ଦ୍ୱାରା ବାଙ୍ଗାଲାରରେ ଆୟୋଜିତ ହେବାକୁ ଥିବା ୬୦ତମ ସିନିୟର ଜାତୀୟ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତା ପାଇଁ ବକ୍ସିଂ ଓଡିଶା ପକ୍ଷରୁ ୭ଜଣ ଖେଳାଳି ସୋମବାର ବାଙ୍ଗାଲୋର ଯାତ୍ରା କରିଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ତନୁଜ ନାୟକ(୪୯କେଜି), ଗଣେଶ କୁମାର ଗୌଡ(୫୨କେଜି), ସନ୍ତୋଷ କୁମାର ବେହେରା(୬୦ କେଜି), ପୁରୀର ରାଜୁ ନାୟକ(୫୬କେଜି), ଭୁବନେଶ୍ୱରର ଆଲୋକ କୁମାର ମଲ୍ଲିକ(୬୪କେଜି) ସତ୍ୟଜିତ ବାହୁବଳେନ୍ଦ୍ର(୬୯କେଜି) ଏବଂ କଟକର ଧନଞ୍ଜୟ ବେଉରା ରହିଛନ୍ତି।

ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଅଧିକ ଗବେଷଣା ଆବଶ୍ୟକ

ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଅଧିକ ଗବେଷଣା ଆବଶ୍ୟକ

ଭଞ୍ଜନଗର,୨୨।୧(ଡି.ଏନ.ଏ.)-କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ସୋମବାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଭଞ୍ଜନଗର ନିକଟସ୍ଥ କୁଲାଡ଼ ଗ୍ରାମରେ। ଭଞ୍ଜନଗର ଏନଏସି ଓ ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଛକରେ ଭଞ୍ଜ ଜୟନ୍ତୀ ସମାରୋହ ସୋମବାର ଉଦ୍‌ଘାଟିତ ହୋଇଛି । ଦୁଇଦିନ ଧରି ଚାଲିବାକୁ ଏହି କାର୍ଯ୍ୟକ୍ରମକୁ ଭଞ୍ଜନଗର ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ରୋହିତ ହତ୍ୟା ମାମଲା, ୩ ଗିରଫ

ରୋହିତ ହତ୍ୟା ମାମଲା, ୩ ଗିରଫ

ପାଟପୁର,୨୨।୧(ଡି.ଏନ.ଏ.)- ପାଟପୁର ଥାନା ପି.ରାମଚନ୍ଦ୍ରପୁର ଗ୍ରାମରେ ୨ ତାରିଖ ରାତିରେ ହୋଇଥିବା ହତ୍ୟା ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପି.ରାମଚନ୍ଦ୍ରପୁରର ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ପ୍ରଧାନ, ବିଜୟ ପ୍ରଧାନ ଓ ସୁବୁଦ୍ଧି ପ୍ରଧାନ। ପ୍ରକାଶ ଯେ, ଗ୍ରାମର ରୋହିତ ବିଷୋୟୀ ଜଣେ ସମ୍ପର୍କୀୟଙ୍କ ଶୁଦ୍ଧକ୍ରିୟା ଭୋଜି ସାରି ଘରକୁ ଫେରୁଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ତାଙ୍କୁ ନିକଟସ୍ଥ ରାଇସ୍‌ ମିଲ୍‌କୁ ନେଇ ହତ୍ୟା କରିଥିଲେ। ଏନେଇ ମୃତ ରୋହିତଙ୍କ ଭାଇ ସୁରେନ୍ଦ୍ର ଥାନାରେ ଏତଲା ଦେବା ପରେ ପୋଲିସ କେସ ନଂ. ୨/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ରମେଶ କୁମାର ପ୍ରଧାନ ଜଣାଇଛନ୍ତି।

ଲୁଣ ଉତ୍ପାଦନକୁ ଦିଆଯାଉନି ଗୁରୁତ୍ୱ

ଲୁଣ ଉତ୍ପାଦନକୁ ଦିଆଯାଉନି ଗୁରୁତ୍ୱ

ଗଞ୍ଜାମ,୨୨।୧(ଡି.ଏନ.ଏ.)- ଲୁଣ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଉନି। ତେଣୁ ସ୍ଥାନୀୟ ହୁମ୍ମା ଓ ଗଞ୍ଜାମ ଅଞ୍ଚଳର ଚାଷୀମାନେ ଲୁଣ ଚାଷରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ଅର୍ଦ୍ଧାଧିକ ଲୁଣଚାଷ ଜମି ଏବେ ପଡ଼ିଆ ପଡିଛି। ଏହି ଜମିରେ ଏବେ ଗୋରୁ ଚରୁଛନ୍ତି। ଗଞ୍ଜାମ ବ୍ଲକର ହୁମ୍ମା ସମେତ ଲକ୍ଷ୍ମୀପୁର, ଝାଡକୁଦା, ମୟୁରପଦା, ନୀଳାଦ୍ରିପୁର, ଖଟୁଆକୁଦା, କଣ୍ଟିଆଗଡ଼, ବିଞ୍ଚଣାପଲ୍ଲି, ପୁଇଁତୋଳା ଏବଂ ସୂର୍ଯ୍ୟ ନାରାୟଣପୁର ଗ୍ରାମର ଲୋକମାନେ ଅନ୍ୟାନ୍ୟ ଚାଷ ସହ ଲୁଣ ଚାଷ କରିଥାନ୍ତି। ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରୋତ୍ସାହନ ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଉନ୍ନତ ପଦ୍ଧତିରେ ଧାନ, ପନିପରିବା ଚାଷ ହେଉଥିବା ବେଳେ ଲୁଣ ପାଇଁ କୌଣସି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉନଥିବା ସ୍ଥାନୀୟ ଲୁଣ ଚାଷୀ ଅଭିଯୋଗ କରିଛନ୍ତି।

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପୋଲସରା,୨୨।୧(ଡି.ଏନ.ଏ.)-ପୋଲସରା ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କୁ ସ୍ବାମୀ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ କାମୁନୀ ପୋଲେଇ। ଏ ନେଇ କାମୁନୀଙ୍କ ଭାଇ ନାରାୟଣ ଜେନା ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ସୋମବାର ପୋଲସରା ଥାନାରେ ନଂ. ୭/୧୮ରେ ମାମଲା ରୁଜୁ ହୋଇଛି। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖିଛି। ଘଟଣାର ତଦନ୍ତ ଚାଲିଛି ବୋଲି ତଦନ୍ତ ଅଧିକାରୀ ଏସଆଇ ମମତା ସାମନ୍ତରା ସୂଚନା ଦେଇଛନ୍ତି ।