ବ୍ରହ୍ମପୁର

ବଣଭୋଜି, ଶୀତର ମଜା ନେଉଛନ୍ତି ପର୍ଯ୍ୟଟକ

ବଣଭୋଜି, ଶୀତର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୭।୧୨(ଡି.ଏନ.ଏ.)- ଦାରିଙ୍ଗବାଡ଼ି ପର୍ଯ୍ୟଟନ କେନ୍ଦ୍ରରେ ରବିବାର ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତ ଲହରି ଅବ୍ୟାହତ ରହିଛି। ଏଥିଯୋଗୁ ପର୍ଯ୍ୟଟକ ଶୀତର ମଜା ନେବା ସହ ବଣଭୋଜି କରି ମଜା ଉଠାଉଛନ୍ତି। ଦାରିଙ୍ଗବାଡ଼ିର ହିଲଭିୟୁପାର୍କ ସମେତ ନେଚରପାର୍କ, ସାଇଲେଣ୍ଟଭ୍ୟାଲି, କଫି ବଗିଚା, କିରିକୁଟିରେ ଥିବା ଲଭର୍ସପଏଣ୍ଟ, ଡୁଲୁରି ପାଇନ ବଣ, ଗୋଲମରିଚ ଗଛ, ଦାସିଂବାଡ଼ିରେ ଥିବା ୱାଟରଫଲ, ଏମୁ ପକ୍ଷୀ ଆଦି ଦେଖିବା ପାଇଁ ଭିଡ଼ ଜମିଥିଲା। ଏମିତି ପରିସ୍ଥିତି ହୋଇଥିଲା ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକରେ ବଣ ଭୋଜି କରିବା ପାଇଁ ସ୍ଥାନର ଅଭାବ ପରିଲକ୍ଷିତ ହୋଇଥିଲା। ଦାରିଙ୍ଗବାଡ଼ିର ସବୁଠାରୁ ଆକର୍ଷଣୀୟ ନେଚର ପାର୍କ, ହିଲଭିୟୁ ପାର୍କ ଓ କଫି ବଗିଚାକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲି ଆସିଥିବା ସରକାରୀ ରେକର୍ଡ଼ରୁ ଜଣାପଡ଼ିଛି। ହିଲଭିୟୁ ଦାୟିତ୍ୱରେ ଥିବା ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ କହିଛନ୍ତି, ଦାରିଙ୍ଗବାଡ଼ିକୁ ଚଳିତ ବର୍ଷର ଏହି ରବିବାର ସର୍ବାଧିକ ପର୍ଯ୍ୟଟକଙ୍କ ସମାଗମ ହୋଇଛି। ଏଠାରେ ସରକାରଙ୍କ ପକ୍ଷରୁ କମ୍‌ ଦାମରେ ରାତ୍ରିଯାପନ ପାଇଁ ବ୍ୟବସ୍ଥା ସହ ଲୋକଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଗଲେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ମଧ୍ୟବିତ୍ତ ଶ୍ରେଣୀର ପର୍ଯ୍ୟଟକଙ୍କ ପାଇଁ ସରକାରଙ୍କ ପକ୍ଷରୁ ରହିବା ବ୍ୟବସ୍ଥା ନ ଥିବା ସହ ଶୌଚାଳୟ ଅଭାବ ପାଇଁ ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକ ମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଅଞ୍ଚଳରେ ଥିବା ଘରୋଇ ହୋଟେଲଗୁଡ଼ିକରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହ ଜଙ୍ଗଲ ଓ ପରିବେଶ ବିଭାଗରେ ନବ ନିର୍ମିତ କଟେଜଗୁଡ଼ିକରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ସେହିପରି ଦାରିଙ୍ଗବାଡ଼ିକୁ ବିଦେଶୀ ପର୍ଯ୍ୟଟକ ମଧ୍ୟ ଗତ କିଛି ଦିନ ହେଲା ଆସିଥିବା ଓ ରାତ୍ରିଯାପନ କରିଥିବା ଜଣାପଡ଼ିଛି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ କହିଛନ୍ତି।

All Right Reserved By

ବ୍ରହ୍ମପୁର

ପୋଲିସ ପକ୍ଷରୁ ଗାଡିମୋଟର ଯାଞ୍ଚ

ଆସିକା,୧୬ା୭ (ଡି.ଏନ୍‌.ଏ) ଗାଙ୍ଗପୁର ଥାନା ଇଲାକାରେ ଅପରାଧୀ ଧରପଗଡ ଅଭିଯାନକୁ ଜୋରଦାର କରାଯାଇଛି। ସୋମବାର ଅପରାହ୍ନରେ ଆସିକା-ଭଞ୍ଜନଗର ମୁଖ୍ୟରାସ୍ତାର କଣ୍ଟେଇପଲ୍ଲୀ ଛକଠାରେ ପୋଲିସ ପକ୍ଷରୁ ରୋଡ ବ୍ଲକିଂ କରାଯାଇଥିଲା।

ସାଉଥ୍‌କୋ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା

ସାଉଥ୍‌କୋ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା

ଭଞ୍ଜନଗର,୧୬।୭(ଡି.ଏନ.ଏ)-ଭଞ୍ଜନଗର ସାଉଥ୍‌କୋର ୩୩/୧୧ କେଭି ଷ୍ଟ୍ରକ୍ଚର ଗୁଡ଼ିକରେ ଆଉଟସୋର୍ସିଂ ମାଧ୍ୟମରେ କାମ କରୁଥିବା ୨୮ ଜଣ କର୍ମଚାରୀ ୫ ମାସ ହେଲା ଦରମା ପାାଇନାହାନ୍ତି।

ଚୋରା ମଦ କାରବାର,୨ ଗିରଫ

ଭଞ୍ଜନଗର,୧୬।୭(ଡି.ଏନ.ଏ.)-ଚୋରା ଦେଶୀ ମଦ କାରବାର ଅଭିଯୋଗରେ ତାରସିଂ ପୋଲିସ ସୋମବାର୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଖପରାପାଲ୍ଲୀର ବୁଲୁ ନାୟକ ଓ ବେରୁଆବାଡ଼ିର ଲକ୍ଷ୍ମୀକାନ୍ତ ପ୍ରଧାନ।

ଉଜୁଡ଼ି ଗଲା ବାଇଗଣ ଫସଲ, ଚିନ୍ତାରେ ଚାଷୀ

ଉଜୁଡ଼ି ଗଲା ବାଇଗଣ ଫସଲ, ଚିନ୍ତାରେ ଚାଷୀ

କବିସୂର୍ଯ୍ୟନଗର,୧୬ା୭: ଲଘୁଚାପଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲାର ହଜାର ହଜାର ହେକ୍ଟର ଜମି ଏବେ ଜଳ ମଗ୍ନ ହୋଇପଡିଛି। କବିସୂର୍ଯ୍ୟନଗର ବ୍ଲକରେ ଏହାର ପ୍ରଭାବ ବେଶୀ ପଡିଛି।

କେନାଲରେ ଭାସି ଜଣଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୧୬।୭(ଡି.ଏନ୍‌.ଡି):ପୁରୁଷୋତ୍ତମପୁର ଥାନା ସମା ଗ୍ରାମ ପାଲଣା କେନାଲରେ ଭାସି ସୋମବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭରତ ପ୍ରଧାନ (୬୮)। ପୁରୁଷୋତ୍ତମପୁର ଅଞ୍ଚଳରେ ୩ଦିନ ଧରି ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ପାଣିର ପ୍ରଖର ସ୍ରୋତରେ ସମା, ଫାସିପଡ଼ା, ପୁରୁଷୋତ୍ତମ ଅଞ୍ଚଳରେ ଥିବା ଅନେକ କେନାଲ ହିଡ଼ ଭାଙ୍ଗିଯାଇଛି।

ଅଲାରିଗଡ଼ରେ ପ୍ରବଚନ କାର୍ଯ୍ୟକ୍ରମ

ଅଲାରିଗଡ଼ରେ ପ୍ରବଚନ କାର୍ଯ୍ୟକ୍ରମ

ଶେରଗଡ଼,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଲାରିଗଡ଼ ଗ୍ରାମରେ ରଥଯାତ୍ରା ଉପଲକ୍ଷେ ପ୍ରବଚନ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ରବିବାର ପ୍ରବଚକ ଜିତୁଦାସ ଯୋଗ ଦେଇଥିଲେ। ଭକ୍ତ ଏବଂ ଭଗବାନ କିପରି ନିକଟତର ହୁଅନ୍ତି ସେ ସମ୍ପର୍କରେ ପ୍ରବଚନ ଶୁଣାଇଥିଲେ।

ଲଗାଣ ବର୍ଷାରେ ଘର ଭାଙ୍ଗିଲା: ଜଣେ ଆହତ

ଲଗାଣ ବର୍ଷାରେ ଘର ଭାଙ୍ଗିଲା: ଜଣେ ଆହତ

ଗଞ୍ଜାମ,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅଞ୍ଚଳରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏଥିରେ ଖଣ୍ଡଦେଉଳୀ ଗ୍ରାମର ବସନ୍ତ ବିଶ୍ୱାଳଙ୍କ ପୁଅ ସୀମାଞ୍ଚଳଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏଥିରେ ସୀମାଞ୍ଚଳ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି।

ପଥରରେ ଛେଚି ରାଜମିସ୍ତ୍ରିଙ୍କୁ ହତ୍ୟା

ପଥରରେ ଛେଚି ରାଜମିସ୍ତ୍ରିଙ୍କୁ ହତ୍ୟା

ଛତ୍ରପୁର,୧୬।୭(ଡି.ଏନ.ଏ)-ଗଞ୍ଜାମ ଜିଲା ଗୋପାଳପୁର ଥାନା ଶୀତଳାପଲ୍ଲୀ ଗାଁର ଜଣେ ରାଜମିସ୍ତ୍ରିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ସେ ହେଲେ ଏଙ୍କା ରେଡ୍ଡୀ। ରବିବାର ସକାଳେ ଚମାଖଣ୍ଡି ଥାନା ଟାଙ୍ଗଣାପଲ୍ଲୀ ପଞ୍ଚାୟତ ନୂଆ ନଗରଡ଼ିହର ଏକ ଗୋଚର ଜମିରୁ ତାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।

କୁଲାଡ଼-ଗାଲେରି ରାସ୍ତା ବନ୍ଦ

କୁଲାଡ଼-ଗାଲେରି ରାସ୍ତା ବନ୍ଦ

ଭଞ୍ଜନଗର,୧୬।୭(ଡି.ଏନ.ଏ.)- ଭଞ୍ଜନଗର ଅଞ୍ଚଳରେ ଶନିବାର ଓ ରବିବାର ତୁହାକୁ ତୁହା ବର୍ଷା ହେଉଛି । ଏଥିଯୋଗୁ ଭଞ୍ଜନଗର ବ୍ଲକ ସୋରିଷମୂଳିଠାରେ ବଡ଼ ନଦୀରେ ଥିବା ଅସ୍ଥାୟୀ ସେତୁ ରବିବାର ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ କୁଲାଡ଼ ଭାୟା ତୁରୁମୁ ଗାଲେରି ରାସ୍ତା ବନ୍ଦ ହୋଇଯାଇଛି।

ଘର ଦେଇ ପ୍ରବାହିତ ହେଲା ବର୍ଷାଜଳ

ଘର ଦେଇ ପ୍ରବାହିତ ହେଲା ବର୍ଷାଜଳ

ଶେରଗଡ, ୧୬ା୭ (ଡି.ଏନ୍‌.ଏ.) -ଶେରଗଡ ବ୍ଲକରେ ଶନିବାର ଠାରୁ ଲଗାଣ ବର୍ଷା ଲାଗି ରହିଛି। ରୈବତ ପାହାଡରେ ବର୍ଷା ହେବାରୁ ରାମଗିରି ଗ୍ରାମର ୭ ପରିବାର ଘର ଦେଇ ବର୍ଷାଜଳ ପ୍ରବାହିତ ହୋଇଛି। ଫଳରେ ବହୁ ସାମଗ୍ରୀ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ଜୁଆ ଆଡ୍ଡାରେ ଚଢାଉ, ୪ ଗିରଫ

ଆସିକା,୧୬ା୭ (ଡି.ଏନ୍‌.ଏ.)-ଗାଙ୍ଗପୁର ଥାନା ବାଙ୍କଲଡି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଶନିବାର ରାତିରେ ପୋଲିସ ଚଢାଉ କରିଥିଲା । ସେଠାରୁ ପୋଲିସ ୪ଜଣଙ୍କୁ ଗିରଫ କରିବା ସହ ୩୬ ହଜାର ୮ଶହ ଟଙ୍କା, ୪ଟି ମୋବାଇଲ ଫୋନ ଓ ଗୋଟିଏ ତାସ ମୁଠା ଜବତ କରିଛି ।

ଏଟିଏମ୍‌ କାର୍ଡ ଚୋରି କରି ଟଙ୍କା ହଡପ, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ, ୧୬।୭(ଡି.ଏନ୍‌.ଏ.)- ଜଣେ ବ୍ୟକ୍ତିଙ୍କ ଏଟିଏମ୍‌ କାର୍ଡ ଚୋରି କରି ବିଭିନ୍ନ କିସ୍ତିରେ ୧୮ ହଜାର ୬ ଶହ ଟଙ୍କା ଉଠାଣ ଅଭିଯୋଗରେ ହିଞ୍ଜିଳି ପୋଲିସ ରବିବାର ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମର ଅଗାଧୁ ରାଉତ(୨୯)।

Model This Week

ରୂପେଶ