ବ୍ରହ୍ମପୁର

୨ ଗୃହରେ ଆଠଟି ଶ୍ରେଣୀ

୨ ଗୃହରେ ଆଠଟି ଶ୍ରେଣୀ
ଶଙ୍କରାଖୋଲ,୧୭।୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ପଣସପଦର ଗ୍ରାମରେ ରହିଛି ପୁରାତନ ପଣସପଦର ଉଚ୍ଚପ୍ରାଥମିକ ବିଦ୍ୟାଳୟ। ବହୁବର୍ଷ ହେଲା ଅବ୍ୟବସ୍ଥାରେ ଏହା ଚାଲିଛି। ଏହା ୧୯୫୬ରେ ପ୍ରତିଷ୍ଠା ହୋଇଥିବା ବେଳେ ସରକାରଙ୍କ ଦୃଷ୍ଟି ଅଢୁଆଳରେ ରହିଥିବା ଜଣାଯାଇଛି। ଯେଉଁଠି ବିଦ୍ୟାଳୟରେ ପିଲା ନ ଥିବେ ସେଠାରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଗୃହ ନିର୍ମାଣ କରାଯାଇଛି। ଫଳରେ ଉକ୍ତ ବିଦ୍ୟାଳୟ ଅନୁପାତ ଅନୁସାରେ ବନ୍ଦ ହେଲେ ଗୃହଗୁଡ଼ିକ ଖତ ଖାଉଛି। ବାସ୍ତବରେ ଯେଉଁ ବିଦ୍ୟାଳୟରେ ପିଲା ସଂଖ୍ୟା ବୃଦ୍ଧି ଥିବ ସେଠାରେ ଗୃହ ନ ଥିବାରୁ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପଢୁୁଛନ୍ତି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ ୫ ଶ୍ରେଣୀ ଗୃହ ରହିଛି। ସେଥିମଧ୍ୟରୁ ତିନୋଟି ଗୃହ ପରିତ୍ୟକ୍ତ ଅବସ୍ଥାରେ ରହିଥିବାବେଳେ ଦୁଇଟି ଶ୍ରେଣୀ ଗୃହରେ ଛଅଟି ଶ୍ରେଣୀ ପିଲାମାନେ ଅଧ୍ୟୟନ କରୁଛନ୍ତି। ଅନ୍ୟ ଦୁଇଟି ଶ୍ରେଣୀ ଛାତ୍ରୀଛାତ୍ର ବାରଣ୍ଡାରେ ବସି ପଢୁଥିବାର ଦେଖିବାକୁ ମିଳିଛି। ବିଦ୍ୟାଳୟରେ ନଳକୂପ ନ ଥିବାରୁ ପାଣି ପିଇବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକି ୩ ଶହ ମିଟର ଦୂରରେ ଥିବା ନାଳ ପାଣି ପିଇବା ସହ ଶୌଚ ହେବା ପାଇଁ ବ୍ୟବହାର କରୁଛନ୍ତି। ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଅଧା ଭାଙ୍ଗି ରହିଥିବାରୁ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ଚାରିପଟେ ପାଚେରି ନ ଥିବାରୁ ଗୋରୁ ଠାରୁ ଆରମ୍ଭ କରି ବିଭିନ୍ନ ଜନ୍ତୁଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଆଜି ପର୍ଯ୍ୟନ୍ତ ବିଦ୍ୟାଳୟକୁ ଭଲ ରାସ୍ତା ନ ଥିବାରୁ ବର୍ଷା ଦିନେ ବିଦ୍ୟାଳୟକୁ ଯିବା ପାଇଁ ଛାତ୍ରୀଛାତ୍ରମାନେ ପାଣି କାଦୁଅରେ କଷ୍ଟ ଅନୁଭବ କରୁଛନ୍ତି। ବର୍ତ୍ତମାନର ଶିକ୍ଷା ପଦ୍ଧତି କମ୍ପ୍ୟୁଟର ମାଧ୍ୟମରେ ପାଠ ପଢ଼ା ଯାଉଥିବାବେଳେ ବିଦ୍ୟୁତ ନ ଥିବାରୁ ଛାତ୍ରୀଛାତ୍ର କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି ଖେଳ ପଡ଼ିଆ ନାହିଁ। ଛାତ୍ରୀଛାତ୍ର ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି। ଉକ୍ତ ବିଦ୍ୟାଳୟରେ ଦୁଇଜଣ ନିୟମିତ ଓ ତିନିଜଣ ଶିକ୍ଷା ସହାୟକ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୦ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ଏହା ପୂର୍ବରୁ ଉକ୍ତ ବିଦ୍ୟାଳୟରେ ଅଧିକ ସଂଖ୍ୟାର ଛାତ୍ରୀଛାତ୍ର ପଢଛନ୍ତି। କିଛି ବର୍ଷ ହେବ ଉକ୍ତ ବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲୁଥିବାରୁ ଦିନକୁ ଦିନ ଛାତ୍ରୀଛାତ୍ର ସଂଖ୍ୟା କମିବାରେ ଲାଗିଛି। ଏପରିକି ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଟେବୁଲ ଚେୟାର ନ ଥିବାରୁ ତଳେ ବସି ପଢୁଛନ୍ତି। ଏ ପରି ଅବ୍ୟବସ୍ଥା ମଧ୍ୟରେ ଚାଲିଲେ ତାହା ବନ୍ଦ ହୋଇଯିବ ବୋଲି ଚନ୍ଦ୍ର ଦଳବେହେରା ଓ ସୂର୍ଯ୍ୟକାନ୍ତି ନାୟକ ପ୍ରମୁଖ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଶିକ୍ଷା ବିଭାଗ ଓ ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟମାନେ ଦାବି କରିଛନ୍ତି। ଉକ୍ତ ସମସ୍ୟା ନେଇ ଚକାପାଦ ବଇଓ ଦାୟିତ୍ୱରେ ଥିବା ଏବିଇଓ ଲକ୍ଷ୍ମୀଧର ବେହେରାଙ୍କୁ ଯୋଗାଯୋଗ କରିବାରୁ ବିଦ୍ୟାଳୟ ସମସ୍ୟାକୁ ସିଆରସିସି ଓ ଏବିଇଓ ଲିଖିତ ଭାବେ ଜଣାଇଲେ ଆମେ ଡିପିସିଙ୍କ ସହିତ ସାକ୍ଷାତ କରି ସମସ୍ୟାର ସମାଧାନ କରିବୁ ବୋଲି କହିଥିଲେ। ଏ ନେଇ ଡିପିସି ଧର୍ମେନ୍ଦ୍ର ମଲ୍ଲିକଙ୍କୁ ଯୋଗାଯୋଗ କରିବାରୁ ମୁଁ ସେହି ସ୍କୁଲକୁ ଦେଖିବା ପରେ କାମ ଅସୁବିଧା ହୋଇଛି। ନିଶ୍ଚିତ ଭାବେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ।
All Right Reserved By

ବ୍ରହ୍ମପୁର

ଭଞ୍ଜ ସଙ୍ଗୀତ ଆସର

ଭଞ୍ଜ ସଙ୍ଗୀତ ଆସର

ଭଞ୍ଜନଗର,୧୮।୧୦(ଡି.ଏନ୍‌.ଏ.-ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ପୋଲସରା ନିକଟସ୍ଥ ଗୁଡ଼ିଆପଲ୍ଲୀଠାରେ ବୁଧବାର ସନ୍ଧ୍ୟାରେ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଗୁରୁ ରଙ୍କନିଧି ବେହେରା ଉଦ୍ଘାଟନ କରିଥିଲେ ।

ତିତ୍‌ଲି କ୍ଷତିଗ୍ରସ୍ତ ପରିବାର ଚିହ୍ନଟ

ତିତ୍‌ଲି କ୍ଷତିଗ୍ରସ୍ତ ପରିବାର ଚିହ୍ନଟ

ଭଞ୍ଜନଗର,୧୮।୧୦(ଡି.ଏନ୍‌.ଏ.)- ତିତ୍‌ଲି ପରବର୍ତ୍ତି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଗୁଡ଼ିକୁ ସରକାର ସହାୟତା ଯୋଗାଇ ଦେବେ। ଏ ନେଇ ବିଗତ ଦୁଇଦିନ ଧରି ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମରେ ଶିକ୍ଷକ, ଅଙ୍ଗନୱାର୍ଡି କର୍ମୀମାନେ ମିଳିତ ଭାବେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି। 

ତିତ୍‌ଲି ସତ୍ତ୍ୱେ ଜମୁଛି ପୂଜା ବଜାର

ତିତ୍‌ଲି ସତ୍ତ୍ୱେ ଜମୁଛି ପୂଜା ବଜାର

ଭଞ୍ଜନଗର,୧୮।୧୦(ଡି.ଏନ୍‌.ଏ.)-ତିତ୍‌ଲି ପ୍ରଭାବରେ ଭଞ୍ଜନଗର ଅଞ୍ଚଳରେ ଭୟଙ୍କର ବନ୍ୟା ହୋଇଥିଲା। ଏହିଭଳି ବନ୍ୟା ବିଗତ ୫୦ ବର୍ଷ ମଧ୍ୟରେ ହୋଇ ନ ଥିଲା । ବନ୍ୟାରେ ଲୋକଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏସବୁ ସତ୍ତ୍ୱେ ପୂଜା ବଜାରରେ ଲୋକଙ୍କ ଭିଡ଼ ଜମୁଛି ।

ରାସ୍ତାରେ ଦମ୍ପତିଙ୍କଠାରୁ ଲୁଟ୍‌

ବେଗୁନିଆପଡ଼ା,୧୮ା୧୦(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ଏସ୍‌.ଛଚିନା ଓ ଏମ୍‌. ବରିଡ଼ା ରାସ୍ତା ମଝିରେ ଦମ୍ପତିଙ୍କୁ ଅଟକାଇ ମାଉଜର ଦେଖାଇ ଲୁଟ ହୋଇଛି। 

ନିଖୋଜ ୨ ଜଣଙ୍କ ମୃତଦେହ ଉଦ୍ଧାର

ଆର.ଉଦୟଗିରି,୧୮ା୧୦(ଡି.ଏନ.ଏ.)-ତିତ୍‌ଲି ବାତ୍ୟା  ସମୟରେ ଆର.ଉଦୟଗିରି ବ୍ଲକ ଆନଗାଁ ପଞ୍ଚାୟତର ବଡ଼ଇର ଏବଂ ପରିସଲ ଗ୍ରାମର ନିଖୋଜ ଥିବା ୩ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଚିଟ୍‌ଫଣ୍ଡ ଠକେଇ, ଜଣେ ଗିରଫ

ଫୁଲବାଣୀ ଅଫିସ, ୧୮ା୧୦-ଫୁଲବାଣୀ ସହରରେ ଏକ ଚିଟ୍‌ଫଣ୍ଡ ସଂସ୍ଥା ଖୋଲି ପ୍ରାୟ ୫୦ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି।

ଡକାୟତି ଯୋଜନା ପଣ୍ଡ,୨ ଗିରଫ

ଡକାୟତି ଯୋଜନା ପଣ୍ଡ,୨ ଗିରଫ

ବ୍ରହ୍ମପୁର ଅଫିସ,୧୮ା୧୦-ବଡ଼ବଜାର  ପୋଲିସ ଏକ ବଡଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହେବା ସହିତ ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ା 

ସଡନ୍‌ ଡେଥ୍‌ରେ ନଟରାଜ ଚାମ୍ପିୟନ୍‌

ସଡନ୍‌ ଡେଥ୍‌ରେ ନଟରାଜ ଚାମ୍ପିୟନ୍‌

ବ୍ରହ୍ମପୁର ଅଫିସ୍‌,୧୮ା୧୦-ଗଞ୍ଜାମ ଜିଲା ଫୁଟବଲ୍‌ ଲିଗ୍‌ ବୁଧବାର  ଉଦ୍‌ଯାପିତ ହୋଇଯାଇଛି। ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଟୁର୍ନାମେଣ୍ଟ ଫାଇନାଲ୍‌ ମ୍ୟାଚ୍‌ ନଟରାଜ ଫୁଟବଲ୍‌ କ୍ଲବ ଏବଂ କାଶିରାମ ଫୁଟବଲ୍‌ କ୍ଲବ ମଧ୍ୟରେ ଖେଳାଯାଇଥିଲା।

ସିଦ୍ଧବିନାୟକ ପୀଠରେ ପ୍ରଥମ ଦୁର୍ଗାପୂଜା

ସିଦ୍ଧବିନାୟକ ପୀଠରେ ପ୍ରଥମ ଦୁର୍ଗାପୂଜା

ବ୍ରହ୍ମପୁର ଅଫିସ,୧୮ା୧୦-ମା’ ଦୁର୍ଗାଙ୍କ ଆଗମନରେ ଚଳଚଞ୍ଚଳ ରେଶମ ସହର ବ୍ରହ୍ମପୁର ା ସହରର ୪୦ରୁ ଊର୍ଦ୍ଧ୍ୱ ପୂଜା ମଣ୍ଡପରେ ବିଜେ କରିଛନ୍ତି ଜଗଜ୍ଜନନୀ ମା’ଦୁର୍ଗା ା ବୁଧବାର ସମସ୍ତ ମଣ୍ଡପରେ ମା’ଙ୍କ ମହାଷ୍ଟମୀ ପୂଜା ଶେଷ ହୋଇଥିବା ବେଳେ ଗୁରୁବାର ମହାନବମୀ ପୂଜା ହେବ ା ଚ

ବାତ୍ୟା, ବନ୍ୟାରେ ମୃତକଙ୍କ ସଂଖ୍ୟା ୫୦ ଟପିଛି

ବାତ୍ୟା, ବନ୍ୟାରେ ମୃତକଙ୍କ ସଂଖ୍ୟା ୫୦ ଟପିଛି

ବ୍ରହ୍ମପୁର ଅଫିସ,୧୮ା୧୦-ତିତ୍‌ଲି ବାତ୍ୟା ଏବଂ ପ୍ରବଳ ବର୍ଷା ଓ ବନ୍ୟାରେ ଗଜପତି ଜିଲା ବିଶେଷ ପ୍ରଭାବିତ ହୋଇଛି । 

ଆସିକାରେ କ୍ଷୟକ୍ଷତି ଆକଳନ ଆରମ୍ଭ

ଆସିକାରେ କ୍ଷୟକ୍ଷତି ଆକଳନ ଆରମ୍ଭ

ଆସିକା,୧୭।୧୦(ଡି.ଏନ୍‌.ଏ.): ବାତ୍ୟା ତିତଲି ଜନିତ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ୧୫ ଦିନର ରିଲିଫ ନଗଦ ଆକାରରେ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସିକା ଏନଏସି ଓ ବ୍ଲକ ଇଲାକାରେ ରିଲିଫ ପ୍ରଦାନ ପାଇଁ ବୁଧବାରଠାରୁ ବନ୍ୟା ବିପନ୍ନଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି। ଏନଏସିର ୧୮ ୱାର୍ଡରେ ଏନଏସି କର୍ମଚାରୀ, ଶିକ୍ଷକ ଓ ଅଙ୍ଗନଓ୍ବାଡି କର୍ମୀମାନେ ଘରକୁ ଘର ବୁଲି ବିପନ୍ନ ପରିବାରଙ୍କ ତାଲିକା ପ୍ରସ୍ତୁତି ସହ ବ୍ୟାଙ୍କ ଜମାଖାତାର ନକଲ ସଂଗ୍ରହ କରୁଥିବା ବେଳେ  ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତର ସଂପ୍ରସାରଣ ଅଧିକାରୀ ଶିକ୍ଷକ ଓ ଅଙ୍ଗନଓ୍ବାଡି କର୍ମୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିପରି ଆସିକା ତହସିଲ ଅନ୍ତର୍ଗତ ୧୧୩ଟି ରାଜସ୍ବ ଗ୍ରାମରେ ମଧ୍ୟ ବୁଧବାରଠାରୁ ଫସଲ କ୍ଷତିର ଆକଳନ ଆରମ୍ଭ ହୋଇଛି ା ଏହି ତାଲିକା ପ୍ରସ୍ତୁତି ଓ ଫସଲ କ୍ଷତି ଆକଳନ ରିପୋର୍ଟ ୨୧ ତାରିଖ ସୁଦ୍ଧା ବିଭାଗୀୟ କାର୍ଯ୍ୟାଳୟରେ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବିଡିଓ ଗାୟତ୍ରୀଦତ୍ତ  ନାୟକ ଓ ତହସିଲଦାର ସୁବାସ ଚନ୍ଦ୍ର ସେଠିଆ ସୂଚନା ଦେଇଛନ୍ତି।

ଭାଜପା ପକ୍ଷରୁ କଇଠଖଣ୍ଡି ପଞ୍ଚାୟତ ଅଫିସ ଘେରାଉ

ଭାଜପା ପକ୍ଷରୁ କଇଠଖଣ୍ଡି ପଞ୍ଚାୟତ ଅଫିସ ଘେରାଉ

ଦିଗପହଣ୍ଡି,୧୭।୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟକୁ ବୁଧବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଭାଜପା ପକ୍ଷରୁ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ହିତାଧିକାରୀ ଚୟନରେ ଦଳୀୟ ବାଛ ବିଚାର ବନ୍ଦ କରାଯିବା, ତିତ୍‌ଲି ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବା,