ବ୍ରହ୍ମପୁର

ଆଇନଜୀବୀଙ୍କ ଘରୁ ଡକାୟତି ଘଟଣା, ପୁଣି ଧରାପଡ଼ିଲେ ୩

ଆଇନଜୀବୀଙ୍କ ଘରୁ ଡକାୟତି ଘଟଣା, ପୁଣି ଧରାପଡ଼ିଲେ ୩
ବ୍ରହ୍ମପୁର ଅଫିସ, ୧୬।୧୨- ସ୍ଥାନୀୟ ମୀନାକ୍ଷୀ ନଗରସ୍ଥିତ ଆମ୍ବ ମାର୍କେଟ ଅଞ୍ଚଳରେ ରହୁଥିବା ବ୍ରହ୍ମପୁର ସହରର ବରିଷ୍ଠ ଆଇନଜୀବୀ ତଥା ଗଞ୍ଜାମ ଆଇନଜୀବୀ ସଂଘ ସଦସ୍ୟ ଶିଶିର ପାଢୀଙ୍କ ଘରୁ ଗତ ଅକ୍ଟୋବର ୨୭ ତାରିଖ ରାତିରେ ଡକାୟତି ହୋଇଥିଲା। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ କିଛି ଦିନ ତଳେ ୬ ଜଣଙ୍କୁ ଗିରଫ କରିଥିଲା। ପୁଣି ଶନିବାର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଟାଟା କଲୋନୀ ଅଞ୍ଚଳର ରିଙ୍କୁ ବିହାରୀ ପଟ୍ଟନାୟକ, ଆଙ୍କୁଲି ଅଞ୍ଚଳର ଅଜୁ ଓରଫ ନୃସିଂହ ନାୟକ ଓ ଖଣ୍ଡିଆ କୁମୁଟି ସାହି ଅଞ୍ଚଳର କୁନା ଓରଫ ସରୋଜ ସାହୁ। ସେମାନଙ୍କ ନିକଟରୁ ନଗଦ ୧ ଲକ୍ଷ ଟଙ୍କା, ୨୫ ତୋଳା ଓଜନର ସୁନା ଅଳଙ୍କାର, ୫ ମୋବାଇଲ, ୪ ବାଇକ୍‌, ଏକ କାତି ଆଦି ଜବତ କରାଯାଇଛି। ଏମାନେ ବହୁ ଚୋରି ଘଟଣାରେ ସମ୍ପୃକ୍ତ ଅଛନ୍ତି ବୋଲି ପୋଲିସ କହିଛି। ନୃସିଂହଙ୍କ ନାମରେ ଏକ ବାଇକ ଓ ସୁନା ଅଳଙ୍କାର ଲୁଟ ନେଇ ୨ଟି ମାମଲା ଟାଉନ ଥାନାରେ ଥିବା ବେଳେ ରିଙ୍କୁଙ୍କ ନାମରେ ବଡବଜାର ଥାନାରେ ଏକ ବାଇକ ଲୁଟ୍‌ ମାମଲା ରହିଛି ବୋଲି ଗୋଷାଣୀନୂଆଗାଁ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଟାଉନ ଏସ୍‌ଡିପିଓ ପ୍ରଭାତ ଚନ୍ଦ୍ର ରାଉତରାୟ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦୁର୍ବୃତ୍ତମାନେ ଆଇନଜୀବୀ ପାଢୀଙ୍କ ଘରୁ ୮ ଲକ୍ଷ ଟଙ୍କା, ୧୫ ତୋଳା ଓଜନର ସୁନା ଅଳଙ୍କାର ଲୁଟି ନେଇଥିଲେ। ଏ ନେଇ ଗୋଷାଣୀ ନୂଆଗଁା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ. ୮୮/୧୭ରେ ଏକ ମାମଲା ରୁଜୁ କରିଥିଲା। ଆୟୋଜିତ ଖବରଦାତା ସମ୍ମିଳନୀରେ ଗୋଷାଣୀ ନୂଆଗଁା ଥାନାଧିକାରୀ କୁଳମଣି ସେଠୀ, ଟାଉନ ଥାନାଧିକାରୀ ନୀହାର ରଞ୍ଜନ ପ୍ରଧାନ ଓ ବଡ ବଜାର ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ।
All Right Reserved By

ବ୍ରହ୍ମପୁର

ଆସିକାରେ କ୍ଷୟକ୍ଷତି ଆକଳନ ଆରମ୍ଭ

ଆସିକାରେ କ୍ଷୟକ୍ଷତି ଆକଳନ ଆରମ୍ଭ

ଆସିକା,୧୭।୧୦(ଡି.ଏନ୍‌.ଏ.): ବାତ୍ୟା ତିତଲି ଜନିତ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ୧୫ ଦିନର ରିଲିଫ ନଗଦ ଆକାରରେ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସିକା ଏନଏସି ଓ ବ୍ଲକ ଇଲାକାରେ ରିଲିଫ ପ୍ରଦାନ ପାଇଁ ବୁଧବାରଠାରୁ ବନ୍ୟା ବିପନ୍ନଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି। ଏନଏସିର ୧୮ ୱାର୍ଡରେ ଏନଏସି କର୍ମଚାରୀ, ଶିକ୍ଷକ ଓ ଅଙ୍ଗନଓ୍ବାଡି କର୍ମୀମାନେ ଘରକୁ ଘର ବୁଲି ବିପନ୍ନ ପରିବାରଙ୍କ ତାଲିକା ପ୍ରସ୍ତୁତି ସହ ବ୍ୟାଙ୍କ ଜମାଖାତାର ନକଲ ସଂଗ୍ରହ କରୁଥିବା ବେଳେ  ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତର ସଂପ୍ରସାରଣ ଅଧିକାରୀ ଶିକ୍ଷକ ଓ ଅଙ୍ଗନଓ୍ବାଡି କର୍ମୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିପରି ଆସିକା ତହସିଲ ଅନ୍ତର୍ଗତ ୧୧୩ଟି ରାଜସ୍ବ ଗ୍ରାମରେ ମଧ୍ୟ ବୁଧବାରଠାରୁ ଫସଲ କ୍ଷତିର ଆକଳନ ଆରମ୍ଭ ହୋଇଛି ା ଏହି ତାଲିକା ପ୍ରସ୍ତୁତି ଓ ଫସଲ କ୍ଷତି ଆକଳନ ରିପୋର୍ଟ ୨୧ ତାରିଖ ସୁଦ୍ଧା ବିଭାଗୀୟ କାର୍ଯ୍ୟାଳୟରେ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବିଡିଓ ଗାୟତ୍ରୀଦତ୍ତ  ନାୟକ ଓ ତହସିଲଦାର ସୁବାସ ଚନ୍ଦ୍ର ସେଠିଆ ସୂଚନା ଦେଇଛନ୍ତି।

ଭାଜପା ପକ୍ଷରୁ କଇଠଖଣ୍ଡି ପଞ୍ଚାୟତ ଅଫିସ ଘେରାଉ

ଭାଜପା ପକ୍ଷରୁ କଇଠଖଣ୍ଡି ପଞ୍ଚାୟତ ଅଫିସ ଘେରାଉ

ଦିଗପହଣ୍ଡି,୧୭।୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟକୁ ବୁଧବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଭାଜପା ପକ୍ଷରୁ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ହିତାଧିକାରୀ ଚୟନରେ ଦଳୀୟ ବାଛ ବିଚାର ବନ୍ଦ କରାଯିବା, ତିତ୍‌ଲି ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବା,

ତିତ୍‌ଲି ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା

ତିତ୍‌ଲି ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା

ଭଞ୍ଜନଗର,୧୭।୧୦(ଡି.ଏନ.ଏ.)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗଞ୍ଜାମ ଜିଲା ଭଞ୍ଜନଗରରେ ତିତ୍‌ଲି ପରବର୍ତ୍ତୀ କ୍ଷୟକ୍ଷତି, ପୁନରୁଦ୍ଧାର ଓ ରିଲିଫ ବଣ୍ଟନ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। ସ୍ଥାନୀୟ ବନ ବିଭାଗ ଡ଼ାକବଙ୍ଗଳା ପରିସରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତିତ୍‌ଲି ପ୍ରଭାବରେ ହୋଇଥିବା ବାତ୍ୟା ଓ ବନ୍ୟାରେ ବୁଧବାର ସୁଧା ରାଜ୍ୟରେ ୫୨ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି, ଏବେବି ୧୦ ଜଣ ନିଖୋଜ ଅଛନ୍ତି। ତିତ୍‌ଲିରେ ମୃତକଙ୍କ ପରିବାରକୁ  ୪ଲକ୍ଷ ଟଙ୍କା ସହାୟତା ଦିଆଯାଇଥିଲା।

ଡ଼ାକ୍ତର, କର୍ମଚାରୀ ପଦବୀ ଖାଲି ପ୍ରତିବାଦରେ ବିକ୍ଷୋଭ

ଡ଼ାକ୍ତର, କର୍ମଚାରୀ ପଦବୀ ଖାଲି ପ୍ରତିବାଦରେ ବିକ୍ଷୋଭ

ଦିଗପହଣ୍ଡି,୧୭।୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡ଼ାକ୍ତର ଓ କର୍ମଚାରୀ ପଦବୀ ଖାଲି ପଡ଼ିଛି। ପ୍ରତିବାଦରେ ବୁଧବାର ଭାଜପା ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଚାନ୍ଦପୁର ଗ୍ରାମରେ ଠାକୁରାଣୀ ଯାତ୍ରା

ଚାନ୍ଦପୁର ଗ୍ରାମରେ ଠାକୁରାଣୀ ଯାତ୍ରା

କନିଷି,୧୭।୧୦(ଡି.ଏନ.ଏ.)- ରଙ୍ଗେଇଲୁଣ୍ଡା ବ୍ଲକ ଚାନ୍ଦପୁର ଗ୍ରାମରେ ମା କଲ୍ୟାଣୀଙ୍କ ପୀଠରେ ମହାଳୟା ଅମବାସ୍ୟା ଠାରୁ ଦଶହରା ପର୍ଯ୍ୟନ୍ତ ୧୦ ଦିନ ବ୍ୟାପି ମହାସମାରୋହରେ ପୂଜାର୍ଚ୍ଚନା ଓ ଯାତ୍ରା ଅନୁଷ୍ଠିତ ହେଉଛି।

ଜି.ଉଦୟଗିରି ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା

ଜି.ଉଦୟଗିରି ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା

ଜି.ଉଦୟଗିରି,୧୭।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରିର ସର୍ବପୁରାତନ ବଜାର ଦୁର୍ଗା ପୂଜା ମଣ୍ଡପରେ ବୁଧବାର ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଆରମ୍ଭ ହୋଇଯାଇଛି।

କେରଳ ବନ୍ୟା ବିପନ୍ନଙ୍କୁ ପାଷ୍ଟର ସଂଘ ପକ୍ଷରୁ ସହାୟତା

ଦାରିଙ୍ଗବାଡ଼ି,୧୭।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପାଷ୍ଟର ସଂଘ ପକ୍ଷରୁ କେରଳ ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପତ୍ତି କାଳୀନ ପାଣ୍ଠି ଜରିଆରେ ସଂଘ ପକ୍ଷରୁ ୫୧ ହଜାର ଟଙ୍କାର ସହାୟତା ରାଶି ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ପ୍ରଦାନ କରାଯାଇଥିବା  ପାଷ୍ଟର ସଂଘର ସଭାପତି ସୁନିଲ କୁମାର ପ୍ରାଧାନ କହିଛନ୍ତି ।

ବାଣଫୁଟି ଶିଶୁ ଗୁରୁତର

ବାଣଫୁଟି ଶିଶୁ ଗୁରୁତର

ଦିଗପହଣ୍ଡି/ପାଟପୁର,୧୭ା୧୦(ଡି.ଏନ୍‌.ଏ.) - ସାନଖେମୁଣ୍ଡି ବ୍ଲକ ସାତ ପେଣ୍ଠ ଗୋପାଳପୁର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ବାଣଫୁଟି ଜଣେ ଶିଶୁ ଗୁରୁତର ହୋଇଛନ୍ତି। ସେ ହେଲେ ବାବୁଲା ଦାସଙ୍କ ପୁଅ ବାବୁସାନ। ସେ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ଘର ସମ୍ମୁଖ ରାସ୍ତାରେ ଖେଳୁଥିଲେ। ସେଠାରେ ପଡ଼ିଥିବା ଏକ ଅଫୁଟା ବାଣରେ ନିଆଁା ଲଗାଇ ଦେବାରୁ ତାହା ଫୁଟିଥିଲା। ଏଥିରେ ତାଙ୍କର ୨ଟି ଆଖି ଓ ମୁହଁରେ ଗଭୀର କ୍ଷତ ହୋଇଛି। ସେ ଆଖି ଖୋଲିପାରୁ ନ ଥିବାବେଳେ ତାଙ୍କୁ ତୁରନ୍ତ ନିକଟସ୍ଥ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। 

ରାଶନକାର୍ଡକୁ ନେଇ ଉତ୍ତେଜନା, ପଞ୍ଚାୟତ କାର୍ଯ୍ୟାଳୟରେ ତାଲା

ଜଗନ୍ନାଥପ୍ରସାଦ,୧୭ା୧୦- ସ୍ଥାନୀୟ କାଦୁଆ ପଞ୍ଚାୟତ କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ରାଶନ ସାମଗ୍ରୀ ବଣ୍ଟନ ବେଳେ କାର୍ଡ ପାଇ ନ ଥିବା ଲୋକେ ହୋହଲ୍ଲା କରିଥିଲେ। ଫଳରେ ହିତାଧିକାରୀମାନେ ରାଶନ ନ ପାଇ ଫେରି ଯାଇଥିଲେ। ରାଶନ ବଣ୍ଟନ ଦାୟିତ୍ୱରେ ଥିବା ବରଗାଁ ଯୋଗାଣ ସହାୟକ ରଜନୀକାନ୍ତ ନାୟକ ଓ ପଞ୍ଚଭୂତି ଯୋଗାଣ ସହାୟକ ବିପିନ ପ୍ରଧାନଙ୍କୁ ଗୋଦାମ ଘର ଭିତରେ ରଖି ଉତ୍ତ୍ୟକ୍ତ ଲୋକେ ତାଲା ପକାଇ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନାରାୟଣ ସାହୁ, ବଜାର ନିରୀକ୍ଷକ ଜୟନ୍ତ କୁମାର ଦାଶ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଛାଡି ନ ଥିଲେ। ସେମାନେ ଆସି ଘଟଣା ସମ୍ପର୍କରେ ବିଡିଓଙ୍କୁ ଜଣାଇଥିଲେ। ଜଗନ୍ନାଥପ୍ରସାଦ ଏଏସ୍‌ଆଇ ଶିଶିର କୁମାର ପ୍ରଧାନ ପହଞ୍ଚତ୍ ଲୋକମାନଙ୍କୁ ବୁଝାଇବା ବେଳେ ପାଟିତୁଣ୍ଡ ହୋଇଥିଲା।

ରାଜନୈତିକ ଅଭିସନ୍ଧି ରଖି ରିଲିଫ ଦିଆଯାଉଥିବା ଅଭିଯୋଗ

ଛତ୍ରପୁର,୧୭ା୧୦(ଡି.ଏନ.ଏ)- ଗଞ୍ଜାମ ଜିଲାରେ ବାତ୍ୟା ପରେ ହୋଇଥିବା ବନ୍ୟାରେ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ଧାନ ଓ ଅନ୍ୟାନ୍ୟ ଫସଲ ବ୍ୟାପକ କ୍ଷତି ହୋଇଛି। ସେପଟେ ରାଜନୈତିକ ଅଭିସନ୍ଧି ରଖି ପ୍ରଶାସନ ରିଲିଫ ବଣ୍ଟନ କରୁଛି ା ସୋମବାର ଛତ୍ରପୁର ଓ ଗଞ୍ଜାମ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ରାଜ୍ୟ ସିପିଆଇ ପକ୍ଷରୁ ଏପରି ଅଭିଯୋଗ କରାଯାଇଛି ା ଛତ୍ରପୁରସ୍ଥିତ ଲକ୍ଷ୍ମଣ ଭବନଠାରେ ସିପିଆଇ ପକ୍ଷରୁ ଅନୁଷ୍ଠିତ  ଖବରଦାତା ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ କହିଥିଲେ ଯେ, ସରକାର ଓ ପ୍ରଶାସନ ଆଗୁଆ ପ୍ରସ୍ତୁତ ରହିଥିଲେ ଲୋକେ ଅସୁବିଧାରେ ପଡ଼ି ନଥାନ୍ତେ।

ସରକାରଙ୍କ ଅପାରଗତା ପଦାରେ ପଡ଼ିଛି : ପିସିସି ସଭାପତି

ସରକାରଙ୍କ ଅପାରଗତା ପଦାରେ ପଡ଼ିଛି : ପିସିସି ସଭାପତି

ଦିଗପହଣ୍ଡି/ପାଟପୁର/ଆସିକା/ଶେରଗଡ଼/ପୁରୁଷୋତ୍ତମପୁର,୧୭ା୧୦(ଡି.ଏନ.ଏ.)- ବାତ୍ୟା ଓ ବନ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ଅପାରଗତା ପଦାରେ ପଡ଼ିଛି। ଜିରୋ କାଜୁଆଲିଟି ନାଁରେ ବାତ୍ୟା ବନ୍ୟା ବିଧ୍ୱସ୍ତ ଗଞ୍ଜାମ ଗଜପତି ଓ ରାୟଗଡ଼ା ଜିଲାର ବିପନ୍ନମାନଙ୍କୁ ମୁଖ୍ୟମନ୍ତ୍ରୀ ଉପହାସ କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ମଙ୍ଗଳବାର ପିସିସି ସଭାପତି ପଟ୍ଟନାୟକ ଓ ତାଙ୍କ ଟିମ ବାତ୍ୟା ଓ ବନ୍ୟା କ୍ଷତି ଅନୁଧ୍ୟାନ କରିବାକୁ ଗଞ୍ଜାମ ଜିଲାକୁ ଆସିଥିଲେ। ସେମାନେ ସାନଖେମୁଣ୍ଡି ଓ ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମରେ କ୍ଷତିଗ୍ରସ୍ତଙ୍କୁ ଭେଟିବା ପରେ ଆସିକା ଓ ପୁରୁଷୋତ୍ତମପୁର ଏନଏସିକୁ ଯାଇଥିଲେ।

ତିତ୍‌ଲିରେ କନ୍ଧମାଳ ଜିଲାରେ ୩୫ କୋଟି ଟଙ୍କାର କ୍ଷୟକ୍ଷତି

ଫୁଲବାଣୀ ଅଫିସ, ୧୭ା୧୦- କନ୍ଧମାଳ ଜିଲାରେ ତିତ୍‌ଲି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଜିଲାରେ ମୋଟ ୩୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଏଥିରେ ଦର୍ଶାଯାଇଛି। ମାତ୍ର ଆକଳନ ଏ ପର୍ଯ୍ୟନ୍ତ ସରି ନ ଥିବା  କୁହାଯାଇଛି।   ପ୍ରାଥମିକ ଆକଳନ ଅନୁସାରେ, ଜିଲାରେ ୩ କୋଟି ୧୬ ଲକ୍ଷ ୮୩ ହଜାର ଟଙ୍କାର ଫସଲ ନଷ୍ଟ ହୋଇଥିବା ବେଳେ ୪୫ ଲକ୍ଷ ଟଙ୍କାର ଘର ଭାଙ୍ଗିଛି। ସେହିଭଳି ୧୫ କୋଟି ୩୯ ଲକ୍ଷ ୬ ହଜାର ଟଙ୍କାର ରାସ୍ତାଘାଟ, କଲଭର୍ଟ ଓ ପୋଲ ଭାଙ୍ଗିଛି।