ବ୍ରହ୍ମପୁର

କାଠ ମାଫିଆଙ୍କ ଗୁଣ୍ଡାରାଜ: ବନ କର୍ମଚାରୀଙ୍କୁ ମାଡ

କାଠ ମାଫିଆଙ୍କ ଗୁଣ୍ଡାରାଜ: ବନ କର୍ମଚାରୀଙ୍କୁ ମାଡ

ମୋହନା,୧୬।୧୨(ଡି.ଏନ.ଏ.)- ମୋହନା ରେଞ୍ଜ ଅନ୍ତର୍ଗତ ଗଞ୍ଜାମ ଜିଲାର ବଡଗଡ ଥାନା ଅଧୀନସ୍ଥ ଗଉଡଗୋଠ ନିକଟ ବାଲିନାଳଠାରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ କାଠ ମାଫିଆମାନେ ନିସ୍ତୁକ ମାଡ ମାରିଥିବା ଜଣାପଡିଛି।
କି, ବଡଗଡ ରେଞ୍ଜରୁ ଫରେଷ୍ଟର ନରସିଂହ ବେହେରାଙ୍କ ନେତୃତ୍ୱରେ ୨୩ ଜଣ ବନ କର୍ମଚାରୀ ଶୁକ୍ରବାର ହରଭଙ୍ଗି ପ୍ରକଳ୍ପ ନିକଟସ୍ଥ ଜଙ୍ଗଲକୁ କାଠ ମାଫିଆଙ୍କୁୁ ଖୋଜିବା ପାଇଁ ଆସିଥିଲେ। ମୋହନା ରେଞ୍ଜ ବାଲିନାଳ ନିକଟରେ ୧୮ଟି ଶାଳଗଣ୍ଡି କଟା ହୋଇ ପଡିଥିବା ଦେଖିବାକୁ ପାଇ ମୋହନା ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ମୋହନା ରେଞ୍ଜର ତାରାକାନ୍ତ ଉଦ୍‌ଗାତାଙ୍କ ନିର୍ଦ୍ଦେଶକ୍ରମେ ଅଡବା ଫରେଷ୍ଟର ରମାକାନ୍ତ ରଇତଙ୍କ ସମେତ ଦେବାଶିଷ ଶତପଥୀ, ବଳରାମ ଶବର, ଲକ୍ଷ୍ମୀକାନ୍ତ ଜେନା, ରାଜ କିଶୋର ସାହୁ, ମଧ୍ୟସ୍ଥ ଶବର, ପ୍ରଫୁଲ୍ଲ କହଁର, କାଳିଆ ପୂଜାରୀ, ପକ୍ଷୀରାଜ ବେହେର ଦଳାଇ ପ୍ରମୁଖ ୧୧ବନ କର୍ମଚାରୀ କାଠ ମାଫିଆଙ୍କୁ ଧରିବା ପାଇଁ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। କାଠଗଣ୍ଡିଗୁଡ଼ିକ ତଳେ ପଡିଥିବା ଦେଖି କର୍ମଚାରୀମାନେ ଘଟଣା ସ୍ଥଳରେ ଅଟକି ଖାନ ତଲାସି କରିବା ସମୟରେ ବଡଗଡ, ଗୌଡଗୋଠ ଓ ବାଲିନାଳ ଅଞ୍ଚଳର ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକ ସଙ୍ଗଠିତ ହୋଇ ମାରଣାସ୍ତ୍ର ଏବଂ କାଠ ଫାଳିଆରେ ଅତର୍କିତ ଆକ୍ରମଣ କରିଥିଲେ। କର୍ମଚାରୀମାନେ କିଛି ବୁଝିନପାରି ଭୟଭୀତ ହୋଇ ଜଙ୍ଗଲ ଆଡକୁ ପ୍ରାଣ ବିକଳରେ ଦୌଡିଥିଲେ। ଅଡବାର ରମାକାନ୍ତ ରଇତ (୩୫), ଲକ୍ଷ୍ମୀକାନ୍ତ ଜେନା (୫୫), ଗଞ୍ଜାମ ଜିଲା ବଡଗଡ ରେଞ୍ଜର ଶଙ୍କର ସ୍ବାଇଁ (୨୫), ନିରଞ୍ଜନ ଦାସ (୨୫) ସାମାନ୍ୟ ଆହତ ହୋଇଥିଲେ। ମୋହନା ରେଞ୍ଜର ରାଜୁ ସାହୁ ଶନିବାର ଦିନ ପ୍ରାୟ ୧୧ଟା ପରେ ବଡଗଡ ଥାନାରେ ପହଞ୍ଚତ୍ ଥିଲେ। ଉକ୍ତ ସ୍ଥାନରୁ ଜଙ୍ଗଲ ବିଭାଗର ୨ଟି ମୋବାଇଲ, ଗୋଟିଏ ବନ୍ଧୁକ, କ୍ୟାମେରା ଓ ବାଇନାକୁଲର ମାଫିଆମାନେ ନେଇଯାଇଥିବା କର୍ମଚାରୀମାନେ ଜଣାଇଛନ୍ତି। ଘଟଣା ଘଟିବା ପରେ ବାଲିନାଳ ଗ୍ରାମ ପୁରୁଷଶୂନ୍ୟ ହୋଇ ପଡିଥିବାବେଳେ ବଡଗଡ ଥାନାଧିକାରୀ ଜୀବନାନନ୍ଦ ଜେନା ବାଲିନାଳ ନିକଟରେ ପହଞ୍ଚତ୍ ତଦନ୍ତ ଜାରି ରଖିବା ସହ ଡିଏଫଓଙ୍କ ସହ ଆଲୋଚନା କରିଛନ୍ତିି।
କି, ଉକ୍ତ ଅପରେଶନ ବେଳେ ପୋଲିସକୁ ସୂଚନା ନ ଦେଇ ବନ କର୍ମଚାରୀମାନେ ସମ୍ବେଦନଶୀଳ ଅଞ୍ଚଳକୁ ଯିବା ଉଭୟ ଅଡବା ଓ
ବଡଗଡ ଥାନାଧିକାରୀ ସୂଚନା ଦେଇଛନ୍ତି।

All Right Reserved By

Model This Week

ନିକିତା

ବ୍ରହ୍ମପୁର

ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନାକୁ ନେଇ ଥମୁନି ବିବାଦ

ପାତ୍ରପୁର,୨୩ ।୪ (ଡି.ଏନ୍‌.ଏ.) ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଜିଲୁଣ୍ଡା ଭୈରବୀ ଚାଞ୍ଚଡ଼ା ପାହାଡ଼ ଉପରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରର ମାଲିକାନା ଓ ପରିଚାଳନା କମିଟିକୁ ନେଇ ବିବାଦ ଘନଉଛି । ଜରଡ଼ା ଗଡ଼ର ରାଜା ଦୀପକ ଚନ୍ଦ୍ର ଦେଓ ଉକ୍ତ ମନ୍ଦିରକୁ ନିଜ ପିତୃପୁରୁଷ ନିର୍ମାଣ କରିଛନ୍ତି ବୋଲି ଦାବି କରିବା ସହ ମନ୍ଦିର ପରିଚାଳନା କମିଟି ଗଠନକୁ ବେଆଇନ ଦର୍ଶାଇଛନ୍ତି।

ପୂର୍ବତଟ ରେଳ ଶ୍ରମିକ କଂଗ୍ରେସ କର୍ମଚାରୀଙ୍କ ଧାରଣା

ପୂର୍ବତଟ ରେଳ ଶ୍ରମିକ କଂଗ୍ରେସ କର୍ମଚାରୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୩।୪-ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ବ୍ରହ୍ମପୁର ଶାଖା ପକ୍ଷରୁ ୧୮ ଦଫା ଦାବି ନେଇ ବ୍ରହ୍ମପୁର ରେଳଷ୍ଟେଶନ ମୁଖ୍ୟଫାଟକ ନିକଟରେ ଧାରଣା ଦିଆଯାଇଥିଲା। ଦାବିଗୁଡିକ ମଧ୍ୟରେ ୨୦୦୪ରୁ ରେଳ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରାଯାଇଥିବା ଜାତୀୟ ପେନସନ ବ୍ୟବସ୍ଥାକୁ ଉଠାଇ ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରାଯିବା, ରେଳ ବିଭାଗରେ ଘରୋଇକରଣ ଓ ଆଉଟସୋର୍ସିଂ ବନ୍ଦ କରିବା, ରେଳ ବିଭାଗରେ ଖାଲିଥିବା ପଦବୀ ପୂରଣ କରିବା, ଗ୍ରେଡ-୨ ଓ ଗ୍ରେଡ-୧ ଟେକ୍ନିସିଆନ ପଦବୀକୁ ମିଶ୍ରଣ କରିବା, ଷଷ୍ଠ ସେଣ୍ଟ୍ରାଲ ପେ କମିଶନରେ ଲାଗୁ ହୋଇଥିବା ଗ୍ରେଡ ପେ ବୃଦ୍ଧି କରିବା, ଗ୍ରୁପ-ସି କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ କରି ଗ୍ରୁପ-ବି ପଦବୀରେ ଅବସ୍ଥାପିତ କରିବା ପ୍ରଭୃତି ରହିଛି।

ଭାଜପାର ଦାବିପତ୍ର

ବାଲିଗୁଡା,୨୩।୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଭାଜପା ପକ୍ଷରୁ ସୋମବାର ହକ୍‌ର ଲଢେଇ ପାଇଁ ଲଟ୍‌କା ଜାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବାଲିଗୁଡ଼ା ପୂର୍ତ୍ତ ବିଭାଗ ଛକଠାରେ ଭାଜପା କର୍ମୀମାନେ ଏକାଠି ହୋଇ ଏକ ଶୋଭାଯାତ୍ରାରେ ଏନଏସି କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ର୍ରଦାନ କରାଯାଇଛି।

 ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ଚିକିଟି,୨୩।୪(ଡି.ଏନ.ଏ)-ଚିକିଟି ବ୍ଲକ ଅନ୍ତର୍ଗତ କତୁରୁ ଗ୍ରାମରେ ସୋମବାର ଜିଲାସ୍ତରୀୟ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସଦାନନ୍ଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ସେ କହିଥିଲେ, ଜନ୍ମରୁ ୨ ବର୍ଷ ବୟସ ପର୍ଯ୍ୟନ୍ତ ଯେଉଁ ଶିଶୁମାନେ ଟିକା ନେଇପାରି ନାହାନ୍ତି ସେମାନଙ୍କୁ ଏହି ଜିଲାସ୍ତରୀୟ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମରେ ଟିକା ଦିଆଯିବ। ଟିକାକରଣରୁ ବଞ୍ଚତ୍ତ ହୋଇଥିବା ଚିକିଟି ବ୍ଲକର କତୁରୁ ପଞ୍ଚାୟତର ୭ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମରେ ଟିକା ଦିଆଯାଇଥିଲା।

ଟଙ୍କା, ସୁନା ଲୁଟିଲେ ଦୁର୍ବୃତ୍ତ

ଧରାକୋଟ,୨୩।୪(ଡି.ଏନ୍‌.ଏ.)- ଧରାକେଟ ଥାନା ଦଶମଇଲି ଛକରେ ଥିବା କାହ୍ନୁ ଚରଣ ପଣ୍ଡାଙ୍କ ଘରୁ ରବିବାର ରାତିରେ ଦୁର୍ବୃର୍ତ୍ତମାନେ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। କାହ୍ନୁଙ୍କ ଦୋକାନର ପଛ କବାଟ ତାଡ଼ି ଦୁର୍ବୃତ୍ତ ଭିତରେ ପଶି ୬୭ ହଜାର ଟଙ୍କା, ସୁନାଚେନ, ମୁଦି, ହାର, ଲକେଟ ଓ ପାଉଁଜି ଆଦି ୫ ଲକ୍ଷ ଟଙ୍କା ମୂଲ୍ୟର ଜିନିଷ ଲୁଟ କରିଥିବା ବେଳେ ଘର ଆଲମିରାରୁ ମଧ୍ୟ ସୁନା ଲୁଟ କରିଛନ୍ତି। ଏ ନେଇ ଧରାକୋଟ ଥାନାରେ ଅଭିଯୋଗ ହୋଇଛି।

ଜଗଦଳପୁର ଶିଶୁ ମନ୍ଦିରର ବାର୍ଷିକୋତ୍ସବ

ବାଲିପଡ଼ା,୨୩।୪-ଜଗଦଳପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ସଭାପତି କେ. ସୁଦାମ ପାତ୍ରଙ୍କ ସଭାପତିତ୍ୱରେ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ, ସମ୍ପାଦକ ପରମାନନ୍ଦ ପଣ୍ଡା, ଆଚାର୍ଯ୍ୟ କାଳିଆ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଆଜିକାଲି ସଭ୍ୟ ସମାଜରେ ପିଲାଙ୍କୁ ବିଦ୍ୟାଳୟରେ ଶିକ୍ଷାଦାନ ସହ ଘରେ ସଂସ୍କାର ଶିଖାଇବା ନିତ୍ୟାନ୍ତ ଆବଶ୍ୟକ ଓ ଏଥିପ୍ରତି ଅଭିଭାବକମାନେ ଅଧିକ ଯନତ୍ବାନ ହୁଅନ୍ତୁ ବୋଲି ମହାନ ସଂଘ ସଭାପତି ସାବତ କହିଥିଲେ।

ମହିଳାଙ୍କୁ ମାଡ ମାରି ବାପ ପୁଅ ଗିରଫ

ବୁଗୁଡ଼ା,୨୩।୪(ଡି.ଏନ.ଏ)- ଜଣେ ମହିଳାଙ୍କୁ ମାଡ ମାରିବା ଅଭିଯୋଗରେ ବୁଗୁଡା ଥାନା ପୋଲିସ ସୋମବାର ବାପପୁଅଙ୍କୁ ଗିରଫ କରିଛି। ସେମାନେ ହେଲେ ଭଗବାନପୁର ଗ୍ରାମର ବାପା ଅଭି ନାୟକ ଓ ପୁଅ ସୁଦର୍ଶନ ନାୟକ। ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ସମ୍ପୃକ୍ତା ମହିଳାଙ୍କ ଅଭିଯୋଗକ୍ରମେ ବୁଗୁଡ଼ା ଥାନାରେ ନଂ. ୮୭/୧୮ରେ ମାମଲା ରୁଜୁ ହୋଇଥିଲା।

ମଦ ଜବତ, ୨ ଗିରଫ

ବୁଗୁଡ଼ା,୨୩।୪(ଡି.ଏନ.ଏ.)-ରବିବାର ସନ୍ଧ୍ୟା ୭ଟାରେ ବୁଗୁଡ଼ା ଥାନା ପୋଲିସ ପାଙ୍ଗିଡ଼ି ଛକ ଓ ବିରଞ୍ଚତ୍ପୁର ଗ୍ରାମ ନିକଟରେ ଚଢାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବୁଗୁଡା ଥାନା ଅଧୀନ ବିରଞ୍ଚତ୍ପୁର ଗ୍ରାମର ଅମର ବେହେରା ଓ ଆସିକା ଥାନା ଅନ୍ତର୍ଗତ ହୁମୁକି ଗ୍ରାମର ସୁଶାନ୍ତ ବାରିକ। ଏ ନେଇ ନଂ. ୮୮/୧୮ ଓ ୮୯/୧୮ରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି।

ବିଭିନ୍ନ ଦାବି ନେଇ ବ୍ଲକ ଘେରାଉ

ବିଭିନ୍ନ ଦାବି ନେଇ ବ୍ଲକ ଘେରାଉ

ଦାରିଙ୍ଗବାଡ଼ି,୨୩।୪(ଡି.ଏନ.ଏ)-ବିଭିନ୍ନ ସମସ୍ୟା ସମାଧାନ ଦାବି ନେଇ ସୋମବାର ଦାରିଙ୍ଗବାଡି ବ୍ଲକ ଘେରାଉ କରାଯାଇଛି। ପ୍ରଥମେ ବିଭିନ୍ନ ସଂଗଠନ ପକ୍ଷରୁ ହେଲିପ୍ୟାଡଠାରେ ସଭା ହୋଇଥିଲା। ସେଠାରୁ ଶତାଧିକ ମହିଳା ଶୋଭାଯାତ୍ରାରେ ଯାଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ା ପରେ ସମସ୍ତ ପଞ୍ଚାୟତ ସ୍ତରରୁ ଆସିଥବା ଜୀବିକା ସୁରକ୍ଷା ମଞ୍ଚ ଏବଂ ମିଳିତ ନାରୀ ମହାସଂଘ ପକ୍ଷରୁ କନ୍ଧମାଳ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓ ତ୍ରିଲୋଚନ ପାତ୍ରଙ୍କ ଅନୁପସ୍ଥିତିରେ ଏପିଓ କେଦାର ଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି।

ଅଟୋ ଓଲଟି ୫ ଆହତ

ଅଟୋ ଓଲଟି ୫ ଆହତ

ବୁଗୁଡ଼ା,୨୩।୪(ଡି.ଏନ.ଏ.)-ବୁଗୁଡ଼ା ନିକଟ ଷୋହଳମାଇଲିଠାରୁ ଅଳ୍ପ ଦୂରରେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଥିବା ୫ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ କାଦପଡ଼ା ଗ୍ରାମର ପ୍ରଭାସିନୀ ପ୍ରଧାନ, ରମା ସ୍ବାଇଁ, ପଦ୍ମା ପ୍ରଧାନ, ପିଲୁ ପ୍ରଧାନ ଓ ଭିକାରୀ ସ୍ବାଇଁ। ସେମାନଙ୍କୁ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରଭାସିନୀ ଓ ଭିକାରୀ ଗୁରୁତର ଥିବା ଜଣାପଡ଼ିଛି।

 ଉଜ୍ଜ୍ୱଳ, ଉତ୍‌ଥାନ ତାଲିମ ଶିବିର ଉଦ୍‌ଘାଟିତ

ଉଜ୍ଜ୍ୱଳ, ଉତ୍‌ଥାନ ତାଲିମ ଶିବିର ଉଦ୍‌ଘାଟିତ

ବାଲିଗୁଡ଼ା, ୨୩।୪(ଡି.ଏନ୍‌.ଏ.)-ପ୍ରାଥମିକ ଶିକ୍ଷାର ବିଭିନ୍ନ ବିଷୟରେ ନ୍ୟୁନତମ ଶିକ୍ଷଣସ୍ତର ହାସଲ ନିମନ୍ତେ କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକସ୍ତରୀୟ ଉଜ୍ଜ୍ୱଳ ଓ ଉତ୍‌ଥାନ ତାଲିମ୍‌ ଶିବିର ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଏହା ମଇ ମାସ ୨ ତାରିଖ ଯାଏ ଚାଲିବ ବୋଲି ଜଣା ପଡ଼ିଛି।

ଦ୍ରୁତ ଗତିରେ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ

ଦ୍ରୁତ ଗତିରେ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ,୨୩।୪(ଡି.ଏନ.ଏ)-ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ପରିସରରେ ସୋମବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଥାନାଧିକାରୀ ଅନିଲ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ସମିତି ଅଧ୍ୟକ୍ଷ ତଥା ପୂର୍ବତନ ଇଂଲିଶ ଅଧ୍ୟାପକ ଭିକାରୀ ବେହେରା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କବିରାଜ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ ମଖ୍ୟତଃ ସହରରେ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା।