ବ୍ରହ୍ମପୁର

କରପଡ଼ାରେ ୨୩ ମେଣ୍ଢା ମୃତ, ୭ ଆହତ

କରପଡ଼ାରେ ୨୩ ମେଣ୍ଢା ମୃତ, ୭ ଆହତ
ଦିଗପହଣ୍ଡି,୧୬ା୧୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ୨ଜଣଙ୍କ ଗୁହାଳେ ୨୩ ମେଣ୍ଢା ମରି ପଡ଼ିଥିବା ବେଳେ ୭ଟି ଆହତ ହୋଇଥିବା ଦେଖାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ କୌଣସି ଜନ୍ତୁ ଗୁହାଳେ ପଶି ଆକ୍ରମଣ କରିବାରୁ ହରିଶ୍ଚନ୍ଦ୍ର ଗୌଡ଼ଙ୍କର ୧୫ ଓ ଲାଲୁ ଗୌଡ଼ଙ୍କର ୮ ମେଣ୍ଢାଙ୍କର ମୃତ୍ୟୁ ଘଟିଥିଲା। ଶନିବାର ସକାଳେ ଏହା ଜଣାପଡ଼ିବା ପରେ ଗୁହାଳ ନିକଟରେ ଲୋକଙ୍କ ଭିଡ଼ ଲାଗିଥିଲା। ବଡ଼ ମେଣ୍ଢାଗୁଡିକର ବେକ ପାଖରେ କ୍ଷତ ଚିହ୍ନ ଥିବା ବେଳେ ଶାବକଗୁଡ଼ିକର ପାକସ୍ଥଳୀ ବାହାରି ପଡିଥିଲା। ଖବରପାଇ ରେଞ୍ଜର ଏ. ମାଧବୀଲତା, ପ୍ରାଣୀ ଚିକିତ୍ସାଧିକାରୀ ଆଶିଷ କୁମାର ଦୋରା ଗ୍ରାମରେ ପହଞ୍ଚତ୍ଥିଲେ। ଆହତ ୭ ମେଣ୍ଢାଙ୍କ ଚିକିତ୍ସା କରାଯାଇଥିଲା। ମୃତ ମେଣ୍ଢାଗୁଡ଼ିକ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ହେଟା ଆକ୍ରମଣରେ ମେଣ୍ଢା ମୃତ୍ୟୁ ଘଟିଥାଇ ପାରେ ବୋଲି ରେଞ୍ଜର କହିଛନ୍ତି। ଅନ୍ୟପକ୍ଷରେ କ୍ଷତିପୂରଣ ପ୍ରଦାନ ପାଇଁ ହରିଶ୍ଚନ୍ଦ୍ର ଓ ଲାଲୁ ରେଞ୍ଜରଙ୍କୁ ଦରଖାସ୍ତ ଦେଇଛନ୍ତି। ବନ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିବେ ବୋଲି ରେଞ୍ଜର କହିଛନ୍ତି ।
All Right Reserved By

ବ୍ରହ୍ମପୁର

ସୁରଟରେ ନବୀନ, ଭୁବନେଶ୍ୱରରେ ରୁପାନୀ

ସୁରଟରେ ନବୀନ, ଭୁବନେଶ୍ୱରରେ ରୁପାନୀ

ବ୍ରହ୍ମପୁର ଅଫିସ,୧୭ା୧୨-ସୁରଟରେ ସୋମବାର ଓଡ଼ିଶା ମହୋତ୍ସବରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବେ। ଅନ୍ୟପକ୍ଷରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ସୋମବାର ଭୁବନେଶ୍ୱର ଆସିବେ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ବେଳେ ଏକାଦିନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୀତି ରୋଚକ ହୋଇଛି ।

ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ନିର୍ବାଚନ

ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ନିର୍ବାଚନ

ବ୍ରହ୍ମପୁର ଅଫିସ,୧୭ା୧୨-ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ବ୍ରହ୍ମପୁର ସିଟି ସର୍କଲ୍‌ ଶାଖାର ୨୦୧୯ ବର୍ଷ ପାଇଁ ନିର୍ବାଚନ ରବିବାର ଉତ୍ତରେଶ୍ୱର ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ।

ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିୟନ୍‌ଶିପ୍‌

ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିୟନ୍‌ଶିପ୍‌

ବ୍ରହ୍ମପୁର ଅଫିସ,୧୭ା୧୨-ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଆସନ୍ତା ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଜାତୀୟ ବରିଷ୍ଠ ଟେନିସ୍‌ବଲ୍‌ କ୍ରିକେଟ ଚାମ୍ପିୟନ୍‌ଶିିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଟେନିସ୍‌ବଲ୍‌ କ୍ରିକେଟ ସଂଘ ତରଫରୁ ମହିଳା ଏବଂ ପୁରୁଷ ୩୦ଜଣିଆ ଦଳ ଚୟନ କରାଯାଇଛି । 

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାତ୍ରପୁର,୧୭ା୧୨(ଡି.ଏନ୍‌.ଏ.)-ଜରଡା ଥାନା କେଲୁଆ ଓ ପଦାଦିଗି କେନାଲ ରାସ୍ତା ମଝିରେ ଥିବା ଏକ ଗଛରେ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ବଡଗାଁର ନରସିଂହ ବେହେରା (୨୨)। 

ସୁନ୍ଦର ଭଞ୍ଜନଗର ସହର ଯୋଜନା

ସୁନ୍ଦର ଭଞ୍ଜନଗର ସହର ଯୋଜନା

ଭଞ୍ଜନଗର,୧୭।୧୨(ଡି.ଏନ.ଏ.)-ଭଞ୍ଜନଗର ସହରକୁ ସବୁଜ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ସ୍ଥାନୀୟ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସଫେଇ ଅଭିଯାନ ଆରମ୍ଭ ହୋଇଛି। ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ ରବିବାର ଅଫିସକୁ ଆସି କର୍ମଚାରୀମାନଙ୍କ ସହ ମିଶି ସଫେଇ କରିଥିଲେ। 

ଟ୍ରକ୍‌ ଧକ୍କାରେ ଜଣେ ମୃତ

ଟ୍ରକ୍‌ ଧକ୍କାରେ ଜଣେ ମୃତ

କନିଷି,୧୭ା୧୨: ଗୋଳନ୍ଥରା ଥାନା ବାଘଲଟି ଗ୍ରାମରେ ରବିବାର ଅପରାହ୍ନରେ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଘଲଟି ଗ୍ରାମର ଶିବ ମନ୍ଦିର ପୂଜକ ସୁରେନ୍ଦ୍ର ଗୌଡ଼। 

ପଲିଥିନର ବିକଳ୍ପ  ଶିଆଳିଲଟା  ଖୋଜା ପଡୁଛି ଶିଆଳି ଖଲି, ଠୋଲା

ପଲିଥିନର ବିକଳ୍ପ ଶିଆଳିଲଟା ଖୋଜା ପଡୁଛି ଶିଆଳି ଖଲି, ଠୋଲା

ଦାରିଙ୍ଗବାଡ଼ି,୧୭।୧୨(ଡି.ଏନ.ଏ.)-ଏବେ  ଆମ ଦେଶରେ ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ ପାଇଁ ସବୁସ୍ତରରେ ଲାଗି ରହିଛି ସଚେତନତା । ପ୍ରଦୂଷଣମୁକ୍ତ ଭାରତ ଗଠନ କରିବାକୁ ସବୁ ପ୍ରକାର ଯୋଜନା କରାଯାଉଥିବା ବେଳେ ଏହାର ବିକଳ୍ପକୁ ନେଇ ବଢ଼ିଛି ଚିନ୍ତା ।

ଅଟୋ-ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଆହତ

ଅଟୋ-ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଆହତ

କବିସୂର୍ଯ୍ୟନଗର,୧୭ା୧୨: କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ନିମୁଣ୍ଡିଆ ଗ୍ରାମ ଛକରେ ରବିବାର ସକାଳୁ ଅଟୋ ବାଇକ ଧକ୍କାରେ ଦୁର୍ଯ୍ୟୋଧନ ଜେନାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। 

ଧାନଗଦା ଜାଳିଦେଲେ ଦୁର୍ବୃତ୍ତ

ଧାନଗଦା ଜାଳିଦେଲେ ଦୁର୍ବୃତ୍ତ

ଧରାକୋଟ,୧୭ା୧୨(ଡି.ଏନ୍‌.ଏ.):ଧରାକୋଟ ପଦ୍ମପୁର ଗ୍ରାମ ସନ୍ନିକଟରେ ୧୬ ଭରଣ ଧାନ ଗଦାକୁ ଦୁର୍ବୃତ୍ତମାନେ  ଶନିବାର ରାତିରେ ଜାଳିଦେଇଛନ୍ତି। ଏଥିରେ ଲକ୍ଷାଧିକ ଟଙ୍କାର ଧାନ ଫସଲ ଜଳିଯାଇଛି। ଧରାକୋଟ ଅଗ୍ନିଶମ ବିଭାଗ ପହଞ୍ଚତ୍ ନିଆଁ ଲିଭାଇଥିଲେ।

ଲ୍ୟାବ୍‌ ଟେକ୍ନିସିଆନ୍‌ଙ୍କ ଆତ୍ମହତ୍ୟା

ଲ୍ୟାବ୍‌ ଟେକ୍ନିସିଆନ୍‌ଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ୍‌,୧୭ା୧୨: ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ମୀନାକ୍ଷୀ ନଗର ତୃତୀୟ ଲେନ୍‌ର ଏକ ଘରୁ ରବିବାର ସକାଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ପୋଲିସ ଠାବ କରିଛି । ସେ ହେଲେ ଅଜିତ କୁମାର ପଣ୍ଡା (୫୨)। 

ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ ଉଦ୍‌ଯାପିତ

ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ ଉଦ୍‌ଯାପିତ

ଫୁଲବାଣୀ ଅଫିସ, ୧୬।୧୨- କନ୍ଧମାଳ ଜିଲା ଫୁଲବାଣୀ କରୋନେଶନ ପଡ଼ିଆରେ ଚାଲିଥିବା ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ ଶନିବାର ଉଦ୍‌ଯାପିତ ହୋଇଯାଇଛି। ବିଦ୍ୟାଳୟସ୍ତରର ୧୭ ବର୍ଷରୁ କମ୍‌ ବାଳିକା ବିଭାଗରେ ଭୁବନେଶ୍ୱର ଟିମ୍‌ ନୂଆପଡ଼ାକୁ ହରାଇ ଚାମ୍ପିୟନ ହୋଇଥିବା ବେଳେ ବାଳକ ବିଭାଗରେ ବାଲେଶ୍ୱରକୁ ହରାଇ କୋରାପୁଟ ଟିମ୍‌ ଚାମ୍ପିୟନ ହୋଇଛି। ସେହିପରି ୧୪ ବର୍ଷରୁ କମ୍‌ ବାଳକମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲରେ ମାଲକାନାଗିରି ଟିମ୍‌ ବିପକ୍ଷ କୋରାପୁଟକୁ ହରାଇ ଚାମ୍ପିୟନ ହୋଇଛି। ପୁରସ୍କାର ବିତରଣ ଉତ୍ସବରେ ଜିଲା ଶିକ୍ଷା ବିଭାଗର ଅଧିକାରୀମାନେ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଏବଂ ରନର୍ସ ଅପ ଦଳକୁ ପୁରସ୍କୃତ କରିଥିଲେ।

ଗଞ୍ଜାମରେ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଚଢ଼ାଉ: ୬ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମରେ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଚଢ଼ାଉ: ୬ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ,୧୬।୧୨(ଡି.ଏନ୍‌.ଏ.): ଉପଜିଲାପାଳ ଦେବବ୍ରତ ସାହୁଙ୍କ ନିର୍ଦ୍ଦେଶରେ ମାପ ଓ ଓଜନ ବିଭାଗ ପକ୍ଷରୁ ଶନିବାର ଗଞ୍ଜାମ ଅଞ୍ଚଳର ବିଭିନ୍ନ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଚଢ଼ାଉ କରାଯାଇଛି।