Dharitri News
ବ୍ରହ୍ମପୁର

ପୂର୍ବ ଶତ୍ରୁତାରୁ କାତିରେ, ଆକ୍ରମଣ, ଜଣେ ଗୁରୁତର

ପୂର୍ବ ଶତ୍ରୁତାରୁ କାତିରେ, ଆକ୍ରମଣ, ଜଣେ ଗୁରୁତର ଜଗନ୍ନାଥପ୍ରସାଦ,୧୬।୧୨- ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମଣ୍ଡା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ କାତିରେ ଆକ୍ରମଣ ହୋଇଛି। ସେ ହେଲେ ଚିତ୍ରସେନ ପ୍ରଧାନ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆକ୍ରମଣକାରୀ କବିରାଜ ପ୍ରଧାନ ଫେରାର ହୋଇଯାଇଛନ୍ତି। ଏନେଇ ଚିତ୍ରସେନଙ୍କ ସ୍ତ୍ରୀ ସ୍ମୃତିମଞ୍ଜରୀ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ସ୍ମୃତିମଞ୍ଜରୀଙ୍କ ଅଭିଯୋଗ ପ୍ରକାରେ ତାଙ୍କ ଘରୁ ବାହାରୁଥିବା ଅପରିଷ୍କାର ପାଣି ଛଡା ଯାଉଥିବା ଡ୍ରେନଟି ପୋତି ହୋଇ ଯାଇଥିଲା। ଫଳରେ ମଇଳା ପାଣି ବେଳେବେଳେ ବାରିପଟରେ ଘର କରିଥିବା ତାଙ୍କ ସମ୍ପର୍କୀୟ ଦାଦା କବିରାଜଙ୍କ ଜାଗାକୁ ବୋହି ଯାଉଥିଲା। ଏନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ବହୁଥର ଗଣ୍ଡଗୋଳ ମଧ୍ୟ ହୋଇଛି। ଶନିବାର ପୁଣି ସେହି ଡ୍ରେନ ପାଣି ମାଡ଼ିବାକୁ ନେଇ କବିରାଜ ଚିତ୍ରସେନଙ୍କ ପରିବାରକୁ ଗାଳିଗୁଲଜ କରିବା ସହ ଘର ମୁହଁ ପାଖରେ ମାଟି ଆଣି ବନ୍ଧ ପକାଇ ଦେଇଥିଲେ। ଚିତ୍ରସେନ ଏହା ଦେଖି ମାଟି ବନ୍ଧକୁ ଭାଙ୍ଗି ଦେବାରୁ ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। କବିରାଜ କାତିରେ ଚିତ୍ରସେନଙ୍କୁ ହାଣିଥିଲେ। ତାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ତାଙ୍କ ସ୍ତ୍ରୀ ଓ ବାପା ପହଞ୍ଚତ୍ବାରୁ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଆହତ ଚିତ୍ରସେନଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସ୍ମୃତିମଞ୍ଜରୀଙ୍କ ଅଭିଯୋଗ ପ୍ରକାରେ ପୋଲିସ ନଂ.୧୮୩/୧୭ରେ ଏକ ମାମଲା ରୁଜୁ କରିଛି। ଘଟଣା ପରେ କବିରାଜ ଫେରାର ହୋଇଯାଇଛି, ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଥାନାଧିକାରୀ ସୁଶାନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି।

ବ୍ରହ୍ମପୁର

ନୂଆ ଜେଟି ନିର୍ମାଣ, ପଥରବନ୍ଧେଇ ଉପରେ ଗୁରୁତ୍ୱ

ନୂଆ ଜେଟି ନିର୍ମାଣ, ପଥରବନ୍ଧେଇ ଉପରେ ଗୁରୁତ୍ୱ

ଛତ୍ରପୁର,୨୦।୧(ଡି.ଏନ.ଏ.)- ଗୋପାଳପୁର ପୋର୍ଟରେ ଥିବା ମତ୍ସ୍ୟ ବିଭାଗ ଜେଟିର ଚ୍ୟାନେଲ ଖନନ ୧୫ ଦିନ ହେଲା ଚାଲିଛି। ଏହି କାମ କିଭଳି ଚାଲିଛି ସେସମ୍ପର୍କରେ ଜାଣିବାକୁ ଶନିବାର ଛତ୍ରପୁର ବିଧାୟକ ଡା. ପ୍ରିୟାଂଶୁ ପ୍ରଧାନ ସେଠାକୁ ଯାଇ ପରିଦର୍ଶନ କରିଛନ୍ତି। ଚ୍ୟାନେଲ ପୋତି ହୋଇ ଯାଇଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ଆସିବାରେ ଅସୁବିଧାର ହେଉଛି। ଫଳରେ ମାଛ ମାରିବାକୁ ଡଙ୍ଗାରେ ଯିବାକୁ ଅସୁବିଧା ହେଉଛି।

ଶ୍ୱଶୁର ଖଣ୍ଡା ଚୋଟରେ ଜ୍ୱାଇଁଙ୍କ ମୃତ୍ୟୁ

ଶ୍ୱଶୁର ଖଣ୍ଡା ଚୋଟରେ ଜ୍ୱାଇଁଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୦।୧(ଡ଼ି.ଏନ.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ତଥା ପୁରୁଷୋତ୍ତମପୁର ବ୍ଲକ ଝାଡ଼ବାଇ ଗ୍ରାମରେ ଶନିବାର ମଧ୍ୟାହ୍ନରେ ପାରିବାରିକ କଳହରୁ କରୁଣ ପରିଣତି ଘଟିଛି। ଶ୍ୱଶୁରଙ୍କ ଖଣ୍ଡା ଚୋଟରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ରାଉଳବନ୍ଧ ଗ୍ରାମର ପି ମନୁ ରେଡ୍ଡୀ। ପାରିବାରିକ କଳହରୁ ମନୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ତାଙ୍କ ଶ୍ୱଶୁର ଝାଡ଼ବାଇର ଜଗନ୍ନାଥ ରେଡ୍ଡୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି।

ସରକାରୀ ବସ୍‌ରୁ ଗଞ୍ଜେଇ ଜବତ

ସରକାରୀ ବସ୍‌ରୁ ଗଞ୍ଜେଇ ଜବତ

ଫିରିଙ୍ଗିଆ, ୨୦।୧- କନ୍ଧମାଳ ଜିଲା ଗୋଚ୍ଛାପଡା ପୋଲିସ ଶୁକ୍ରବାର ଏକ ସରକାରୀ ବସ୍‌ରୁ ୨୩କେଜି ୪ଶହଗ୍ରାମ ଗଞ୍ଜେଇ ଜବତ କରିଛି। ହେଲେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପୂର୍ବାହ୍ନ ପ୍ରାୟ ୯ଟାରେ ଗୋଚ୍ଛାପଡାରୁ ଫୁଲବାଣୀ ଆସୁଥିବା ସରକାରୀ ବସ୍‌ ନଂ.ଓଡି ୧୨ ୩୬୮୧କୁ ହାଟପଦା ଛକରେ ଅଟକାଇ ତଲାସି କରିଥିଲା। ଗାଡିରୁ ଗୋଟିଏ ବସ୍ତାରେ ଥିବା ଗଞ୍ଜେଇ ମିଳିଥିଲା।

ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ

ପୁରୁଷୋତ୍ତମପୁର,୨୦।୧(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ସେଥିରେ ବସିଥିବା ପ୍ରାୟ ୫୦ ଜଣ ଯାତ୍ରୀ ବର୍ତ୍ତିଯାଇଛନ୍ତି। ପୁରୀରୁ ତାରାତାରିଣୀ ଦର୍ଶନ ଲାଗି ଯାତ୍ରୀଙ୍କୁ ନେଇ ଆସିଥିବା ବସ୍‌ ନଂ. ଓଆର୧୦ଜି-୨୮୦୪ ଯାଉଥିବା ବେଳେ ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ଗଡସାହିଛକରେ ହଠାତ୍‌ ନିଅଁା ଲାଗିଯାଇଥିଲା।

ଉପଜିଲାପାଳଙ୍କୁ ଦିଆଗଲା ତଦନ୍ତ ରିପୋର୍ଟ

ବ୍ରହ୍ମପୁର ଅଫିସ,୨୦।୧- ବ୍ରହ୍ମପୁର ସହର କର୍ପୋରେଶନ ରୋଡସ୍ଥିତ ଗଜପତି ପ୍ଲାଜା ନିକଟ ମୁସଲମାନ ବସ୍ତିରେ ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୫୬ରୁ ଊର୍ଦ୍ଧ୍ୱ ବଖରା ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। କ୍ଷତିଗ୍ରସ୍ତ ହୋଇଥିବା ଅଧିକାଂଶ ପରିବାର ଗରିବ ଶ୍ରେଣୀର। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ୟ ଶର୍ଟଶର୍କିଟ କିମ୍ବା ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇ ବିସ୍ଫୋରଣ ଘଟିବା ଯୋଗୁ ଏପରି ଘଟିଥିବା ସନ୍ଦେହ କରାଯାଉଥିଲା। ତେବେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତଦନ୍ତ କରି ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ରିପୋର୍ଟ ଦାଖଲ କରି କରିବାକୁ ଉପଜିଲାପାଳ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଥିଲେ।

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ବ୍ରହ୍ମପୁର ଅଫିସ,୨୦।୧-ସ୍ଥାନୀୟ ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ମୀନାକ୍ଷୀନଗରରେ ଶୁକ୍ରବାର ବିଳମ୍ବିତ ରାତିରେ କେତେକ ଯୁବକ ବସି ଡକାୟତି ଯୋଜନା କରୁଥିବା ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା। ଚଢାଉ ବେଳେ ସେଠାରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଯୁବକମାନେ ହେଲେ ମନୋଜ ସାମନ୍ତରାୟ, ପିଣ୍ଟୁ ବେହେରା, ସୁନୀଲ ମିଶ୍ର, ସୁମନ ପାଢୀ, ଦିପୁନା ନାୟକ ଓ ତାରିଣୀ ଜେନା। ସେମାନଙ୍କ ପାଖରୁ ପୋଲିସ ଗୋଟିଏ ଖଣ୍ଡା, ୩ଟି ବୋମା, ଓ ଲାଠି ଜବତ କରିଛି। ଏ ନେଇ ଥାନାରେ ନଂ. ୮/୧୮ରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ କୁଳମଣି ସେଠୀ କହିଛନ୍ତି।

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ବ୍ରହ୍ମପୁର ଅଫିସ/ବାଲିପଡ଼ା,୨୦।୧- ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଲୋଚାପଡା ଅଞ୍ଚଳରେ ଏକ ଭଡା ଘରେ ରହୁଥିବା ଜଣେ ମହିଳାଙ୍କ ଝୁଲନ୍ତା ଶବକୁ ପୋଲିସ ଉଦ୍ଧାର କରିଛି। ସେ ହେଲେ ଗଞ୍ଜାମର ଟୁନା ସ୍ବାଇଁଙ୍କ ସ୍ତ୍ରୀ ଶ୍ରୀମତିନୀ। ମୋ ଝିଅକୁ ହତ୍ୟା କରାଯାଇଛି ବୋଲି ଶ୍ରୀମତିନୀଙ୍କ ପିତା ଛତ୍ରପୁର ଅଞ୍ଚଳର ଡମ୍ବରୁଧର ବାରିକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୨୩/୧୮) ରୁଜୁ କରିଛି।

ସ୍ବଦେଶୀ ମେଳାରେ ମନୋଜଙ୍କ ୪ ରେକର୍ଡ

ସ୍ବଦେଶୀ ମେଳାରେ ମନୋଜଙ୍କ ୪ ରେକର୍ଡ

ବ୍ର୍ରହ୍ମପୁର ଅଫିସ,୨୦।୧- ଗଞ୍ଜାମ ଜିଲା ଭାବରଡା ଗ୍ରାମର ମନୋଜ ମହାରଣା ପୁଣି ୪ଟି ରେକର୍ଡ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ରାଉରକେଲା ମେଳଣ ପଡିଆଠାରେ ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଚାଲିଥିବା ସ୍ବଦେଶୀ ମେଳାରେ ଶୁକ୍ରବାର ମନୋଜ ଯୋଗ ଦେଇଥିଲେ। ଏହି ଅବସରରେ ସେ ନିଜ କଳାପ୍ରଦର୍ଶନ କରି ପୂର୍ବରୁ ଗିନିଜ ବୁକ ଅଫ ୱାଲର୍‌ଡରେକର୍ଡରେ ରହିଥିବା ୪ଟି ରେକର୍ଡକୁ ଭାଙ୍ଗି ଚର୍ଚ୍ଚିତ ହୋଇଥିଲେ।

ସମ୍ପୂର୍ଣ୍ଣ ହୋଇନି ସଂସ୍କୃତି ଭବନ

ସମ୍ପୂର୍ଣ୍ଣ ହୋଇନି ସଂସ୍କୃତି ଭବନ

ଛତ୍ରପୁର,୨୦।୧(ଡି.ଏନ.ଏ.)- ଗଞ୍ଜାମ ଜିଲାର ଛତ୍ରପୁରରେ ଥିବା ଜିଲା ସଂସ୍କୃତି ଭବନ ଓ ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ବିଭିନ୍ନ ସାଂସ୍କୃତିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେଉଛି। ମାତ୍ର ଉକ୍ତ ୨ ସଂସ୍କୃତି ଭବନର ସମ୍ପୂର୍ଣ୍ଣ ନିର୍ମାଣ କାମ ଏବଂ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥା ହୋଇପାରିନି। ବର୍ଷ ବର୍ଷ ଧରି ଏପରି ଅଧାପନ୍ତରିଆ ରହିଛି। ବାରମ୍ବାର ସମୀକ୍ଷା ମଧ୍ୟ ହେଉଛି। ମାତ୍ର କୌଣସି ସୁଫଳ ମିଳୁନି।

ରେଳଧାରଣାରୁ ମୃତଦେହ ଉଦ୍ଧାର

ରେଳଧାରଣାରୁ ମୃତଦେହ ଉଦ୍ଧାର

ବାଲିପଡ଼ା,୨୦।୧- ବ୍ରହ୍ମପୁର ଜିଆରପି ପୋଲିସ ଶନିବାର ଏକ ମୁଣ୍ଡଗଣ୍ଡି ଅଲଗା ହୋଇଥିବା ମୃତଦେହ ଛତ୍ରପୁର ନିକଟ ରେଳଧାରଣାରୁ ଉଦ୍ଧାର କରିଥିଲା। ପରିଚୟ ନ ପାଇ ମୃତଦେହକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତ୍ରିନାଥ ରେଡ୍ଡୀ ନାମକ ଜଣେ ଯୁବକ ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ରେଳ ଧାରଣାରେ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ମୃତଦେହର ଫଟୋ ଛାଡିଥିଲେ।

ପୃଥକ୍‌ ଦୁର୍ଘଟଣା: ଜଣେ ମୃତ

ପୃଥକ୍‌ ଦୁର୍ଘଟଣା: ଜଣେ ମୃତ

ଛତ୍ରପୁର,୨୦।୧(ଡି.ଏନ.ଏ)- ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥରେ ଶନିବାର ପୂର୍ବାହ୍ନରେ ପୃଥକ ପୃଥକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଛତ୍ରପୁର ବ୍ଲକ ନରସିଂହପୁର ଗାଁର ଦୈତାରୀ ନାୟକ ତାଙ୍କ ବାଇକ (ନଂ.ଓଡି୦୭-୫୮୯୯)ରେ ଛତ୍ରପୁର ଆସୁଥିବା ବେଳେ ନାଜର ପେଟ୍ରୋଲ ଟାଙ୍କି ସମ୍ମୁଖ ଜାତୀୟ ରାଜପଥରେ ତାଙ୍କୁ ପଛପଟୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ନଂ.ଏପି୦୫ଟିଏ-୯୮୭୫) ଧକ୍କା ଦେଇଥିଲା।

ଥାଇରଏଡ୍‌ ମାସ ପାଳିତ

ଥାଇରଏଡ୍‌ ମାସ ପାଳିତ

ବ୍ରହ୍ମପୁର ଅଫିସ, ୨୦।୧: ମହାମାୟୀ ମହିଳା ମହାବିଦ୍ୟାଳୟରେ ଶନିବାର ଥାଇରଏଡ୍‌ ମାସ ପାଳିତ ହୋଇଯାଇଛି।