ବ୍ରହ୍ମପୁର

ସୁରକ୍ଷାକର୍ମୀ ନ ଥାଇ ଚାଲିଛି ବ୍ୟାଙ୍କ, ଏଟିଏମ୍‌

ସୁରକ୍ଷାକର୍ମୀ ନ ଥାଇ ଚାଲିଛି ବ୍ୟାଙ୍କ, ଏଟିଏମ୍‌
ଛତ୍ରପୁର,୧୬।୧୨(ଡି.ଏନ.ଏ)-ଗଞ୍ଜାମ ଜିଲା ବ୍ୟାଙ୍କ ସୁରକ୍ଷା ଓ ପରାମର୍ଶଦତା କମିଟି ବୈଠକ ଶନିବାର ଛତ୍ରପୁରସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ । ବୈଠକରେ ବ୍ୟାଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଇଥିଲା ା ଅଧିକାଂଶ ଏଟିଏମ୍‌ ଓ ବ୍ୟାଙ୍କ ଶାଖାଗୁଡିକରେ ସୁରକ୍ଷା କର୍ମୀ ନ ଥିବା ସମୀକ୍ଷା ବେଳେ ଜଣାପଡିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗାଇଡଲାଇନକୁ ମାନିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉକତ୍ଳ ଗ୍ରାମୀଣ ବ୍ୟାଙ୍କର ୨ଟି ଶାଖାରେ ସିସିଟିଭି କ୍ୟାମେରା ଲାଗି ନ ଥିବାରୁ ତାହାକୁ ଲଗାଇବାକୁ କୁହାଯାଇଥିଲା। ପୋଲିସ ନିକଟରେ ସୁରକ୍ଷା କର୍ମୀଙ୍କ ପାଇଁ ଉଦ୍ଧିଷ୍ଟ ୪ଟି ବନ୍ଧୁକ ଲାଇସେନ୍ସ ପଡିରହିଛି । ବ୍ୟାଙ୍କଗୁଡିକରେ ସୁରକ୍ଷା କର୍ମୀ ବ୍ୟବସ୍ଥା କରିବାକୁ ଜିଲାପାଳ କହିଥିଲେ। ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ପଞ୍ଜାବ ଓ ସିଣ୍ଡିକେଟ ବ୍ୟାଙ୍କ ଓ କୋଟାକ ମହେନ୍ଦ୍ରା ବ୍ୟାଙ୍କର ଗୋଟିଏ ଲେଖାଏ ଶାଖାରେ ଆଦୌ ସୁରକ୍ଷା କର୍ମୀ ନାହାନ୍ତି। ସେହିପରି କର୍ପୋରେଶନ ବ୍ୟାଙ୍କର ୬ଟି, ଓରିଏଣ୍ଟାଲ ବ୍ୟାଙ୍କର ୨ଟି, ସିଣ୍ଡିକେଟ ବ୍ୟାଙ୍କର ୧୨ଟି, ଆକ୍ସିସ ବ୍ୟାଙ୍କର ୨୭ଟି, ଡିସିବିର ୪ଟି, ଏଚ୍‌ଡିଏଫସିର ୯ଟି, ଆଇସିଆଇସିଆଇ ବ୍ୟାଙ୍କର ୮ଟି, କରୁର ବୈଶ୍ୟ ବ୍ୟାଙ୍କର ୩ଟି ଏବଂ ବିସିସି ବ୍ୟାଙ୍କର ୨ ଟି ଶାଖାରେ ଜମା ସୁରକ୍ଷା କର୍ମୀ ନାହାନ୍ତି। ଜିଲାରେ ବିଭିନ୍ନ ବ୍ୟାଙ୍କର ୪୧୦ଟି ଶାଖା ରହିଛି । ୪୭୬ ଏଟିଏମ ଅଛି । ୨୯୩ ଏଟିଏମରେ ସୁରକ୍ଷା କର୍ମୀ ଅଛନ୍ତି। ଅଧିକାଂଶ ବ୍ୟାଙ୍କ ଓ ଏଟିଏମରେ ସ୍ଥାୟୀ ସୁରକ୍ଷାକର୍ମୀ ନାହାନ୍ତି। ବ୍ୟାଙ୍କକୁ ଟଙ୍କା ନେବା ବେଳେ ପୋଲିସ ଏସକର୍ଟ ନେବାକୁ କୁହାଯାଇଛି । ବ୍ରହ୍ମପୁରରେ ଏସବିଆଇ, ଆନ୍ଧ୍ର ବ୍ୟାଙ୍କ ଓ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଟଙ୍କା ଗଚ୍ଛିତ ପାଇଁ ଚେଷ୍ଟ ରହିଛି । ନୂଆ ବ୍ୟାଙ୍କ ଶାଖା ଓ ଏଟିଏମ ଖୋଲିଲା ବେଳେ ସ୍ଥାନୀୟ ପୋଲିସର ପରାମର୍ଶ ନେବାକୁ ଜିଲାପାଳ କହିଥିଲେ। ଜିଲାରେ ଥିବା ବିଭିନ୍ନ ବ୍ୟାଙ୍କଗୁଡିକ ଚଳିତ ବର୍ଷ ମୋଟ ୧୫ ହଜାର ୬୩୨ କୋଟି ଟଙ୍କାର ଜମା ସଂଗ୍ରହ କରିଛନ୍ତି। ବ୍ୟାଙ୍କଗୁଡିକ ମାତ୍ର ୫ ହଜାର ୯୫୬ କୋଟି ଟଙ୍କାର ଋଣ ଦେଇଛନ୍ତି। କୃଷି ଋଣ ୧୮୧୫ କୋଟି (୩୦ ପ୍ରତିଶତ) ଓ ଶିକ୍ଷା ଋଣ ୧୧୩ କୋଟି (୩ ପ୍ରତିଶତ) ଟଙ୍କା ରହିଛି । ଫସଲ ଋଣ ୩୪ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି । ଭାରତ ସରକାରଙ୍କ ପକ୍ଷରୁ ୨୦୨୨ ସୁଦ୍ଧା ଚାଷୀମାନଙ୍କ ଇନକମ୍‌ ଦୁଇ ଗୁଣ କରିବାକୁ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଆନ୍ଧ୍ରବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ଏନ. ପି ଷଡଙ୍ଗୀ, ଆରବିଆଇର ଏଜିଏମ ସୁନୀଲ ଦାସ, ନାବାର୍ଡର ଏଜିଏମ୍‌ ଦେବବ୍ରତ ତ୍ରିପାଠୀ, ଏଲଡିଏମ୍‌ ସୁରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବ୍ୟାଙ୍କ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।
All Right Reserved By

ବ୍ରହ୍ମପୁର

କାମ କରିବାକୁ ଆନ୍ଧ୍ର ଯାଇ ଯୁବକ ନିଖୋଜ

କାମ କରିବାକୁ ଆନ୍ଧ୍ର ଯାଇ ଯୁବକ ନିଖୋଜ

ଗଞ୍ଜାମ,୧୬।୧(ଡି.ଏନ.ଏ.)-ଗଞ୍ଜାମ ଥାନା ପୁରୁଣାବନ୍ଧ ଗ୍ରାମର ଜଣେ ଯୁବକ କାମ କରିବାକୁ ଆନ୍ଧ୍ରପ୍ରଦେଶ ଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଏସ. କାଶୀନାଥ ରେଡ୍ଡୀ।  ଏ ନେଇ କାଶୀନାଥଙ୍କ ପୁଅ ଗୋପାଳ ବୁଧବାର ଗଞ୍ଜାମ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କାଶୀନାଥଙ୍କ ସହ ମିଶି କାମ କରିବାକୁ ଆନ୍ଧ୍ର ଯାଇଥିବା ଜଣେ ଯୁବକଙ୍କୁ ପୋଲିସ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି ।  ଏତଲା ଅନୁଯାୟୀ କିଛିମାସ ହେବ କାଶୀନାଥ ଏବଂ ତାଙ୍କ ଗ୍ରାମର  ଅନ୍ୟ ଜଣେ ଯୁବକ ଆନ୍ଧ୍ରର ଏକ କାରଖାନାରେ କାମ କରିବାକୁ ଯାଇଥିଲେ।

ସଂଗ୍ରାମୀ ଚକରା ବିଷୋୟୀଙ୍କ ଜୟନ୍ତୀ ସମାରୋହ

ସଂଗ୍ରାମୀ ଚକରା ବିଷୋୟୀଙ୍କ ଜୟନ୍ତୀ ସମାରୋହ

ଛତ୍ରପୁର,୧୬।୧(ଡି.ଏନ.ଏ)- ଗଞ୍ଜାମ ଜିଲାସ୍ତରୀୟ ସଂଗ୍ରାମୀ  ଚକରା ବିଷୋୟୀଙ୍କ ଜୟନ୍ତୀ ସମାରୋହ ବୁଧବାର ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ରୟାଲ କ୍ରିକେଟ କ୍ଲବ ହିଞ୍ଜିଳିକାଟୁ ଚାମ୍ପିୟନ

ରୟାଲ କ୍ରିକେଟ କ୍ଲବ ହିଞ୍ଜିଳିକାଟୁ ଚାମ୍ପିୟନ

ହିଞ୍ଜିଳିକାଟୁ,୧୬।୧(ଡି.ଏନ୍‌.ଏ.)- ରୟାଲ କ୍ରିକେଟ କ୍ଲବ ପକ୍ଷରୁ ହିଞ୍ଜିଳିକାଟୁ କଲେଜ ଷ୍ଟାଡିୟମଠାରେ ଚାଲିଥିବା ଗୌତମ ଗୌଡ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ବୁଧବାର ଘରୋଇ ଦଳ ହିଞ୍ଜିଳିକାଟୁ ରୟାଲ କ୍ରିକେଟ କ୍ଲବ ଓ ପାନାସୋନିକ କ୍ରିକେଟ କ୍ଲବ ଆସିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍‌ ଜିଣି ଆସିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟରେ ୧୫୬ ରନ ସଂଗ୍ରହ କରିଥିଲା।

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଘଟଣା: ତାରାତାରିଣୀ ପୀଠ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ, ପଥରରେ ଛେଚି ହତ୍ୟା କରି ଫିଙ୍ଗିଥିଲେ ଅଭିଯୁକ୍ତ

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଘଟଣା: ତାରାତାରିଣୀ ପୀଠ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ, ପଥରରେ ଛେଚି ହତ୍ୟା କରି ଫିଙ୍ଗିଥିଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ତାରାତାରିଣୀ ଶକ୍ତି ପୀଠ ନିକଟସ୍ଥ ଜଙ୍ଗଲରୁ ବ୍ରହ୍ମପୁର ଗୋଶାଣୀନୂଆଗାଁ ଥାନା ସଦାନନ୍ଦ ବିହାର ୭ମ ଲେନରୁ ଅପହୃତା ଅଂଶୁମାନ ଆଚାର୍ଯ୍ୟ(୭)ଙ୍କ ମୃତଦେହ ବୁଧବାର ପୋଲିସ ଉଦ୍ଧାର କରିଛି। 

ସ୍କୁଲରେ ଛାଡ଼ିବାକୁ ଯାଇ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ସ୍କୁଲରେ ଛାଡ଼ିବାକୁ ଯାଇ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ବ୍ରହ୍ମପୁର ଅଫିସ,୧୬ା୧: ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ଅଧିନସ୍ଥ ସଦାନନ୍ଦ ବିହାର ସପ୍ତମ ଲେନ୍‌ର ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ପୋଲିସ ମଙ୍ଗଳବାର ସ୍ପଷ୍ଟ କରିଛି। ସମ୍ପୃକ୍ତ ଅଭିଯୁକ୍ତ ଦେବାଶିଷ ପଣ୍ଡାଙ୍କୁ ପୋଲିସ ଚିହ୍ନଟ କରିବା ପରେ ଥାନାକୁ ଆଣି ଅଟକ ରଖି କ୍ରମାଗତ ଜେରା କରୁଥିବା ଜଣାପଡିଛି। 

ପ୍ରଥମଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ପ୍ରଥମଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ବ୍ରହ୍ମପୁର ଅଫିସ୍‌,୧୬ା୧-ବ୍ରହ୍ମପୁର ଗୋଷାଣୀନୂଆଗଁା ଥାନା ଅଧୀନ ସଦାନନ୍ଦ ବିହାର ସପ୍ତମ ଲେନ୍‌ର ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ପୋଲିସ ମଙ୍ଗଳବାର ସ୍ପଷ୍ଟ କରିଛି। 

ନାବାଳିକା ମା’ ହେବା ଘଟଣା: ପୀଡିତାଙ୍କୁ ଭେଟିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା

ନାବାଳିକା ମା’ ହେବା ଘଟଣା: ପୀଡିତାଙ୍କୁ ଭେଟିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା

ବ୍ରହ୍ମପୁର ଅଫିସ୍‌,୧୬ା୧-କନ୍ଧମାଳ ଜିଲାର ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀର ନାବାଳିକା ଛାତ୍ରୀ ମା’ ହେବା ଘଟଣାରେ ମଙ୍ଗଳବାର ବ୍ରହ୍ମପୁର ବଡ ମେଡିକାଲରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଦୁଇ ଜଣିଆ ପ୍ରତିନିଧିତ୍ୱ ଦଳ ପହଞ୍ଚତ୍ ଚିକିତ୍ସାଧୀନ ପୀଡିତାଙ୍କୁ ଭେଟି ଆଲୋଚନା କରି ଫେରିଛନ୍ତି। 

ମାଓବାଦୀ ଠିକାଦାରଙ୍କ କ୍ୟାମ୍ପ ଧ୍ୱଂସ କରିବା ଘଟଣା:  ୭ ମିଲିସିଆ ଗିରଫ

ମାଓବାଦୀ ଠିକାଦାରଙ୍କ କ୍ୟାମ୍ପ ଧ୍ୱଂସ କରିବା ଘଟଣା: ୭ ମିଲିସିଆ ଗିରଫ

ଫୁଲବାଣୀ ଅଫିସ, ୧୬ା୧-କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ସୁଡ୍ରୁକୁମ୍ପା ଫାଣ୍ଡି ଅନ୍ତର୍ଗତ ପାତିଆମ୍ବା ଗ୍ରାମରେ ଜଣେ ଠିକାଦାରଙ୍କ କ୍ୟାମ୍ପକୁ ମାଓବାଦୀ ଧ୍ୱଂସ କରିବା ଘଟଣାରେ  ପୋଲିସ ୭ ଜଣଙ୍କୁ ଗିରଫ କରିଛି। 

ଚକାପାଦ ବ୍ଲକ: ୮୪ ଅଭିଯୋଗ ଶୁଣିଲେ ପିଡି

ଚକାପାଦ ବ୍ଲକ: ୮୪ ଅଭିଯୋଗ ଶୁଣିଲେ ପିଡି

ଶଙ୍କରାଖୋଲା,୧୬ା୧(ଡି.ଏନ୍‌.ଏ.) -କନ୍ଧମାଳ ଜିଲା ବସ୍ତିଙ୍ଗିଆରେ ଥିବା ଚକାପାଦ ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। 

ଓଲଟିଲା କୁକୁଡ଼ା ବୋଝେଇ ଗାଡ଼ି

ଓଲଟିଲା କୁକୁଡ଼ା ବୋଝେଇ ଗାଡ଼ି

ମୋହନା,୧୬ା୧(ଡି.ଏନ.ଏ.)- ମୋହନା ଥାନା ଅନ୍ତର୍ଗତ କେନ୍ଦୁଘାଟି ବୁଲାଣିରେ କୁକୁଡା ବୋଝେଇ ଏକ ୪୦୭ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା।

ଯୁବ, ଛାତ୍ର ବିଜେଡି ପକ୍ଷରୁ ମୋ ସୁରକ୍ଷା ମୋ ସ୍ବାକ୍ଷର ଆନ୍ଦୋଳନ

ଯୁବ, ଛାତ୍ର ବିଜେଡି ପକ୍ଷରୁ ମୋ ସୁରକ୍ଷା ମୋ ସ୍ବାକ୍ଷର ଆନ୍ଦୋଳନ

ଫୁଲବାଣୀ ଅଫିସ, ୧୬ା୧ -କନ୍ଧମାଳ ଜିଲା ଫୁଲବାଣୀ ଟାକ୍ସି ଷ୍ଟାଣ୍ଡ ସମ୍ମୁଖରେ ମଙ୍ଗଳବାର ଯୁବ ଏବଂ ଛାତ୍ର ବିଜେଡି ପକ୍ଷରୁ ମୋ ସୁରକ୍ଷା ମୋ ସ୍ବାକ୍ଷର ଆନ୍ଦୋଳନ କରାଯାଇଛି| 

ଜୁଆ ଆଡ୍ଡାରେ ଚଢ଼ାଉ, ୮ ଗିରଫ

ଜୁଆ ଆଡ୍ଡାରେ ଚଢ଼ାଉ, ୮ ଗିରଫ

ପୁରୁଷୋତ୍ତମପୁର,୧୫ା୧(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର  ପୋଲିସ ଆଇଆଇସି ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ସୋମବାର ରାତିରେ ଗୋପିଆପଲ୍ଲୀ ଗ୍ରାମ ନିକଟସ୍ଥ ଏକ କାଜୁ ତୋଟାରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬୫ ହଜାର ୨ଶହ ଟଙ୍କା, ୯ଟି ବାଇକ୍‌, ୩ ସାଇକେଲ, ୫ ମୋବାଇଲ ଫୋନ୍‌କୁ ଜବତ କରାଯାଇଛି। ଏ ନେଇ ନଂ. ୯/୧୯ରେ ମାମଲା ରୁଜୁ ହୋଇଛି।