ସମ୍ବଲପୁର

ନିଆଁରେ ପୋଡି ମହିଳାଙ୍କ ମୃତ୍ୟୁ: କିରୋସିନ ଢାଳି ହତ୍ୟା ଅଭିଯୋଗ

ନିଆଁରେ ପୋଡି ମହିଳାଙ୍କ ମୃତ୍ୟୁ: କିରୋସିନ ଢାଳି ହତ୍ୟା ଅଭିଯୋଗ

ଲାଞ୍ଜିଗଡ଼,୧୭।୧୨(ଡି.ଏନ.ଏ)-କଳାହାଣ୍ଡି ଜିଲା ଲାଞ୍ଜିଗଡରେ ରିନା ସିଂ ନାମ୍ନୀ ଜନୈକା ମହିଳାଙ୍କର ନିଆଁରେ ପୋଡ଼ି ମୃତ୍ୟୁ ଘଟିଛି। ତାଙ୍କୁ ତାଙ୍କ ସ୍ବାମୀ ଓ ଶାଶୁ ଘର ଲୋକେ ନିଆଁରେ ପୋଡ଼ି ମାରିଦେଇଛନ୍ତି ବୋଲି ରିନାଙ୍କ ବାପା ରବିବାର ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୨୦୦୮ମସିହାରେ ସୁବର୍ଣ୍ଣପୁର ଜିଲାର ଜରାଜାରିଙ୍ଗ୍‌ ଗାଁର ବ୍ରଜଲାଲ ଦେଓଙ୍କ କନ୍ୟା ରିନା (୩୫)ଙ୍କୁ ଲାଞ୍ଜିଗଡର ମନହର ସିଂଙ୍କ ପୁଅ ଚକ୍ରଧର ଓରଫ ରାଜେଶ ସିଂଙ୍କୁ ରୀତିନୀତି ଅନୁସାରେ ବିବାହ ଦେଇଥିଲେ। ବିବାହର କିଛିବର୍ଷ ଦୁହିଁଙ୍କର ଦାମ୍ପତ୍ୟ ଜୀବନ ଖୁସିରେ ଚାଲିଥିଲା। ଗୋଟିଏ ପୁଅ ଓ ଦୁଇଟି ଝିଅର ମା’ବାପା ମଧ୍ୟ ହୋଇଥିଲେ। ହେଲେ ବିବାହର ପାଞ୍ଚ ବର୍ଷ ପରେ ଦୁହିଁଙ୍କ ଖୁସିର ସଂସାର ଉପରେ କାହାର ନଜର ଲାଗିଗଲା। ପ୍ରତିଦିନ ସ୍ବାମୀ ଅନେକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଟଙ୍କା ଆଣିବା ପାଇଁ ରିନାଙ୍କୁ ବାଧ୍ୟ କରୁଥିଲେ। ଅଧିକ ଯୌତୁକ ଦାବିକରି ରିନାର ସ୍ବାମୀ, ଶାଶୁ, ଶ୍ୱଶୁର ଓ କାକି ଶାଶୁ ସମସ୍ତେ ମିଶି ଏକଲକ୍ଷ ଟଙ୍କା ବାପାଘରୁ ଆଣ ବୋଲି କହିଥିଲେ। ଅକଥନୀୟ ଯନ୍ତ୍ରଣା ଦେଉଥିଲେ। ହେଲେ ଗତ ୮ତାରିଖ ଶୁକ୍ରବାର ଏହା ଉଗ୍ରରୁପ ଧାରଣ କରିଥିଲା। ୮ତାରିଖ ସନ୍ଧ୍ୟାରେ ରିନା କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଅଞ୍ଚଳରେ ପ୍ରଚାର ହୋଇଥିଲା। ପରେ ପାଖପଡ଼ୋଶୀ ଗୁରୁତର ଅବସ୍ଥାରେ ରିନାଙ୍କୁ ବେଦାନ୍ତ ଆମ୍ବୁଲାନ୍ସ ଡାକି ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲେ। ଡାକ୍ତରଖାନାରେ ରିନା ଅତ୍ୟନ୍ତ ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ରାଜେଶଙ୍କ ପରିବାର ଲୋକେ କିରୋସିନ ଷ୍ଟୁବ୍‌ର ଟାଙ୍କିଫାଟି ରିନାଙ୍କ ମୃତ୍ୟୁ ହୋଇଛି ବୋଲି ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତେ ବଡ ଘଟଣା ଘଟିଥିଲେ ମଧ୍ୟ ସ୍ବାମୀ ରାଜେଶ ଶ୍ୱଶୁର ଘରକୁ ଫୋନ ଗୋଟିଏ ମଧ୍ୟ କରି ନ ଥିବା ଶ୍ୱଶୁର ବ୍ରଜଲାଲ ଦେଓ ଅଭିଯୋଗ ଆଣିଛନ୍ତି। କିରୋସିନ ଷ୍ଟୁବ୍‌ ଫାଟିବା ଏକ ବାହାନା, ପ୍ରକୃତରେ ତାଙ୍କ ଝିଅକୁ ନିର୍ଯାତନା ଦେଇ ଶେଷରେ କିରୋସିନ ଢାଳି ନିଆଁ ଳଗାଇ ମାରିଦେଇଛନ୍ତି ବୋଲି ବ୍ରଜଲାଲ ଦେଓ ରବିବାର ଲାଞ୍ଜିଗଡ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ବିଶାଖାପାଟଣାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତଦନ୍ତ ଆଗକୁ ବଢିବ ବୋଲି ତଦନ୍ତକାରୀ ଅଫିସର ବିପିନ କୁମାର କୁଲଦିପ୍‌ ପ୍ରକାଶ କରିଛନ୍ତି।

All Right Reserved By

ସମ୍ବଲପୁର

ପାଣି ଘେରରେ ସ୍କୁଲ, ପାଠପଢା ବ୍ୟାହତ

ପାଣି ଘେରରେ ସ୍କୁଲ, ପାଠପଢା ବ୍ୟାହତ

ପଦ୍ମପୁର, ୧୬।୭ (ଡି.ଏନ.ଏ): ଲଘୁଚାପ ଯୋଗୁ ିଗତ ୨ଦିନ ଧରି ହୋଇଥିବା ବୃଷ୍ଟିପାତରେ ପଦ୍ମପୁର ସହରର ଅଧିକାଂଶ ସ୍ଥାନରେ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଝସକେତନଙ୍କ ପାଇଁ ଯୋଜନେ ଦୂରରେ ଆବାସ ଯୋଜନା

ଝସକେତନଙ୍କ ପାଇଁ ଯୋଜନେ ଦୂରରେ ଆବାସ ଯୋଜନା

ଖପ୍ରାଖୋଲ, ୧୬ା୭(ଡି.ଏନ.ଏ.): ସରକାର ଅସହାୟ ଗରିବ, ଗୃହହୀନ ପରିବାରକୁ ଘର ଯୋଗାଇଦେବା ପାଇଁ ଇନ୍ଦିରା ଆବାସ, ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।

ନାମକୁ ମାତ୍ର ଜିଲାପାଳ, ଏସପିଙ୍କ ଜନଶୁଣାଣି

ନାମକୁ ମାତ୍ର ଜିଲାପାଳ, ଏସପିଙ୍କ ଜନଶୁଣାଣି

ପାଟଣାଗଡ,୧୬।୭ (ଡି.ଏନ.ଏ.) : ବଲାଙ୍ଗୀର ଜିଲା ପାଟଣାଗଡଠାରେ ମାସର ତୃତୀୟ ସୋମବାର ଜିଲାପାଳ ଏବଂ ଏସପିଙ୍କ ଯୁଗ୍ମ ଜନଶୁଣାଣୀ ହୋଇଥାଏ। ହେଲେ ଜନଶୁଣାଣୀରେ ଜିଲାପାଳ କିମ୍ବା ଏସ୍‌ପି ନିଜେ ନ ଆସି ତାଙ୍କ ପ୍ରତିନିଧି ମାନଙ୍କୁ ପଠାଇ ଦେଉଥିବାରୁ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ଦେଖାଯାଇଛି।

ବ୍ଲକସ୍ତରୀୟ ଜିଲାପାଳଙ୍କ ଜନଶୁଣାଣି

ବ୍ଲକସ୍ତରୀୟ ଜିଲାପାଳଙ୍କ ଜନଶୁଣାଣି

କେସିଙ୍ଗା,୧୬।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ସୋମବାର ବ୍ଲକସ୍ତରୀୟ ଜିଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।

ହାତୀ ନଦୀରେ ପ୍ରଥମ ବନ୍ୟା: ଚାଷ ଜମିରେ ପାଣି ମାଡି ଧାନ ଫସଲ ନଷ୍ଟ

ହାତୀ ନଦୀରେ ପ୍ରଥମ ବନ୍ୟା: ଚାଷ ଜମିରେ ପାଣି ମାଡି ଧାନ ଫସଲ ନଷ୍ଟ

ଜୁନାଗଡ,୧୬।୭(ଡି.ଏନ.ଏ.)- କଳାହାଣ୍ଡି ଜିଲାରେ ପ୍ରବାହିତ ହାତୀ ନଦୀରେ ସୋମବାର ସକାଳେ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଛି। ମଙ୍ଗଳପୁର ବ୍ୟାରେଜରୁ ପାଣି ଛଡା ଯାଇ ନ ଥିଲେ ମଧ୍ୟ ଶନିବାରଠାରୁ ଉପରମୁଣ୍ଡାରେ ଲଗାଣ ବର୍ଷା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ଉପୁଜୁଛି। ବନ୍ୟାରେ ନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି।

ଦେଓଗାଁ ରେଳ ଷ୍ଟେଶନ ପରିଦର୍ଶନ କଲେ ଏମ୍‌ପି: ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ

ଦେଓଗାଁ ରେଳ ଷ୍ଟେଶନ ପରିଦର୍ଶନ କଲେ ଏମ୍‌ପି: ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ

ଦେଓଗାଁ,୧୬।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ରେଳ ଷ୍ଟେଶନକୁ ସୋମବାର ଏମ୍‌ପି କଳିକେଶ ନାରାୟଣ ସିଂଦେଓ ଅଚାନକ ପରିଦର୍ଶନ କରିଛନ୍ତି। ଷ୍ଟେଶନ ଆଧୁନିକୀକରଣ କାର୍ଯ୍ୟ ନିମ୍ନମାନକୁ ନେଇ ୧୧ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା।

ମାଉସୀ ମନ୍ଦିରକୁ ବିଜେ ହେଲେ ମହାପ୍ରଭୁ

ମାଉସୀ ମନ୍ଦିରକୁ ବିଜେ ହେଲେ ମହାପ୍ରଭୁ

କୋଲାବିରା,୧୬।୭(ଡି.ଏନ.ଏ.) କୋଲାବିରା ବ୍ଲକ ସମାସିଂହାଠାରେ ଭକ୍ତିମୟ ପରିବେଶରେ ରଥଯାତ୍ରା ପାଳିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପ୍ରତ୍ୟୁଷରୁ ମଙ୍ଗଳ ଆଲତୀ ସହ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ହୋଇଥିଲା। ଭକ୍ତଙ୍କ ବାହୁଦୋଳିରେ ଝୁଲିଝୁଲି ଠାକୁର ରଥାରୁଢ଼ ହୋଇଥିଲେ। ଗୌନ୍ତିଆ ବଳରାମ ପଟେଲ ଛେରାପହରା କରିଥିଲେ। କ୍ଷୀରୋଦ ପୂଝାରୀ, ଆଶୀଷ ପୂଝାରୀ ରଥ ପୂଜା କାର୍ଯ୍ୟ ତୁଲାଇଥିଲେ।

 ଦନ୍ତା ଉପଦ୍ରବ : ଭାଙ୍ଗିଲା ଘର, ଖାଇଲା ଧାନ

ଦନ୍ତା ଉପଦ୍ରବ : ଭାଙ୍ଗିଲା ଘର, ଖାଇଲା ଧାନ

କୋଲାବିରା,୧୬।୭(ଡିଏନଏ) କୋଲାବିରା ରେଞ୍ଜ୍‌ ଅନ୍ତର୍ଗତ ଦଣ୍ଡାବୁଡ଼ା ଗ୍ରାମରେ ଏକ ଦନ୍ତା ହାତୀ ଉପଦ୍ରବ କରି ଘରୁ ଧାନ, ଚାଉଲ ଖାଇବା ସହ ଘର କାନ୍ଥ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗୋଠଖଣ୍ଡିଆ ହୋଇ ଏଣେତେଣେ ବୁଲୁଥିବା ଦନ୍ତାଟି ରବିବାର ବିଳମ୍ବିତ ରାତିରେ ଦଣ୍ଡାବୁଡା ଗ୍ରାମକୁ ପଶି ଆସିଥିଲା। ପ୍ରଥମେ ରୂପଧର ପଟେଲଙ୍କ ଘର କାନ୍ଥ ଭାଙ୍ଗି ଘରୁ ଧାନ ଚାଉଲ ଖାଇଥିଲା। ମାଛଚାଷ କରାଯାଇଥିବା ପୋଖରୀରେ ଦେବାକୁ ଥିବା ଦାନାକୁ ମଧ୍ୟ ଖାଇଦେଇଥିଲା। ପରେ ଅନ୍ୟ ଘର ଆଡ଼କୁ ମୁହଁ।ଇଥିଲା।

ଶ୍ରୀଜୀଉଙ୍କ ମତ୍ସ୍ୟ ଅବତାର

ଶ୍ରୀଜୀଉଙ୍କ ମତ୍ସ୍ୟ ଅବତାର

କୋଲାବିରା,୧୬।୭(ଡି.ଏନ.ଏ.) ରବିବାର କୋଲାବିରାସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଶ୍ରୀଜୀଉ ମତ୍ସ୍ୟ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ବେଶ ଦେଖିବା ପାଇଁ ସନ୍ଧ୍ୟାରେ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ସାନ୍ଧ୍ୟ ଆଳତୀ ସମୟରେ ଗିନି, ମୃଦଙ୍ଗ ତଥା ଶଙ୍ଖବାଦ୍ୟରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଉଠିଥିଲା।

୭ ଦିନ ମଧ୍ୟରେ ଡାକ୍ତର ପଦବୀ ପୂରଣ ଦାବି, ଆନ୍ଦୋଳନ ଚେତାବନୀ

୭ ଦିନ ମଧ୍ୟରେ ଡାକ୍ତର ପଦବୀ ପୂରଣ ଦାବି, ଆନ୍ଦୋଳନ ଚେତାବନୀ

ଖଡ଼ିଆଳ,୧୬।୭ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ଖଡ଼ିଆଳସ୍ଥିତ ଉନ୍ନୀତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ପଦବୀ ଖାଲି ପଡ଼ିଛି। ବିଭିନ୍ନ ବିଭାଗରେ ବିଶେଷଜ୍ଞ ନ ଥିବାରୁ ଜରୁରୀକାଳୀନ ଚିକିତ୍ସା ଓ ଅସ୍ତ୍ରୋପଚାରରେ ସମସ୍ୟା ଦେଖାଦେଇଛି। ରୋଗୀମାନେ ଉପଯୁକ୍ତ ଚିକିତ୍ସାରୁ ବଞ୍ଚତ୍ତ ହୋଇଚାଲିଛନ୍ତି। ଡାକ୍ତରଙ୍କ ଅଭାବରୁ ବିଭିନ୍ନ ସମସ୍ୟା ଦେଇ ସ୍ବାସ୍ଥ୍ୟକେନ୍ଦ୍ର ଗତି କରୁଛି। ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳ ପକ୍ଷରୁ ଡାକ୍ତର ନିଯୁକ୍ତି ନେଇ ବାରମ୍ବାର ଦାବି ଓ ଅଭିଯୋଗ ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।

ପରିବର୍ତ୍ତିତ ପରିପୂରକ ପୁଷ୍ଟିକର କାର୍ଯ୍ୟକ୍ରମ

ପରିବର୍ତ୍ତିତ ପରିପୂରକ ପୁଷ୍ଟିକର କାର୍ଯ୍ୟକ୍ରମ

କେସିଙ୍ଗା,୧୬।୭(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନ ବୋରିଆ ଗ୍ରାମ ମାଝିପଡ଼ା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ ଅନୁଯାୟୀ ପରିବର୍ତ୍ତିତ ପରିପୂରକ ପୁଷ୍ଟିକର କାର୍ଯ୍ୟକ୍ରମ କରାଯାଇଛି। ଜିଲାପାଳ ଅଞ୍ଜନ କୁମାର ମାଣିକ ୩ରୁ ୬ ବର୍ଷର ପ୍ରାକ୍‌ ବିଦ୍ୟାଳୟର କୁନି କୁନି ଶିଶୁ, ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ହଜ୍‌ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ହଜ୍‌ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର,୧୬।୭(ବ୍ୟୁରୋ) ହଜରତ୍‌ ଖ୍ବାଜା ଗରୀବ ନୱାଜ୍‌ କମିଟି ପକ୍ଷରୁ ରବିବାର ସମ୍ବର୍ଦ୍ଧନା ଉତ୍ସବ ତପସ୍ବିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ୨୨ ହଜ୍‌ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଉତ୍ସବରେ ପୂର୍ବରୁ ହଜ୍‌ ଯାତ୍ରା କରିଥିବା ଓ କମିଟିର ପ୍ରାୟ ୩ଶହ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Model This Week

ରୂପେଶ