ସମ୍ବଲପୁର

ବେଆଇନ ବିସ୍ଫୋରକ ଚାଲାଣ ମାମଲା: ୪ ଗିରଫ

ବେଆଇନ ବିସ୍ଫୋରକ ଚାଲାଣ ମାମଲା: ୪ ଗିରଫ
ବଲାଙ୍ଗୀର ଅଫିସ, ୧୭।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ ୨୬ନଂ ଜାତୀୟ ରାଜପଥର ରତନପୁର ଢ଼ାବା ନିକଟରେ ବିସ୍ଫୋରକ ସାମଗ୍ରୀ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ଜବତ ମାମଲାରେ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଡିସେମ୍ବର ୧୩ରେ ଉକ୍ତ ସ୍ଥାନରେ ଏକ ଟ୍ରକ ସହ ବିସ୍ଫୋରକ ବୋଝେଇ ଦୁଇଟି ପିକ୍‌ ଅପ୍‌ ଭ୍ୟାନ ଧକ୍କା ହୋଇଥିଲା। ଭ୍ୟାନରୁ ୩୦ହଜାର ଇଲେକ୍‌ଟ୍ରିକାଲ ଡିଟୋନେଟର ଓ ୧୨୫୦କେଜି ପାଓ୍ବାର ଜେଲ ଜବତ ହୋଇଥିଲା। ଏନେଇ ପୋଲିସ ଦୁଇ ଭ୍ୟାନ ଡ୍ରାଇଭରଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି।
All Right Reserved By

ସମ୍ବଲପୁର

ହେମଗିର ବ୍ଲକ୍‌କୁ ମରୁଡ଼ି ଅଞ୍ଚଳ ଘୋଷଣା ଦାବି

ହେମଗିର ବ୍ଲକ୍‌କୁ ମରୁଡ଼ି ଅଞ୍ଚଳ ଘୋଷଣା ଦାବି

ହେମଗିର,୨୨।୧୦(ଡି.ଏନ.ଏ.)- 
ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ୍‌ର ୧୯ ପଞ୍ଚାୟତର ସମସ୍ତ ଗ୍ରାମରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଏ ସଂକ୍ରାନ୍ତରେ ସୋମବାର ପଞ୍ଚାୟତ ସିମିତି ସଭା କକ୍ଷରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଧାରାଣୀ ରାଉତିଆଙ୍କ ସଭାପତିତ୍ୱରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ, ସମିତି ସଭ୍ୟା ଓ ସଭ୍ୟମାନେ ଏଥିରେ ଉପସ୍ଥିତ ରହିଥିଲେ। ଦୀର୍ଘ ୨ ମାସରୁ ଊର୍ଦ୍ଧ୍ୱ ହେବ ବର୍ଷା ଅଭାବରୁ ଚାଷଜମି ବେହାଲ ହୋଇପଡ଼ିଥିବା ଉପାଧ୍ୟକ୍ଷ ସୁରଥ ପ୍ରଧାନ ପ୍ରକାଶ କରିଥିଲେ। ମୋଟ ୧୯୩୨୪ ହେକ୍ଟର ଜମିରେ ଚଳିତବର୍ଷ ଖରିଫ୍‌ ଫସଲ କରାଯାଇଥିଲା। ସେଥିରୁ ୧୨୮୯୮ ହେକ୍ଟରରେ କେବଳ ଧାନ ଚାଷ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା।

ଧର୍ମଗଡ଼ରେ ବିଜେଡିର ନୂଅଁାଖାଇ ଭେଟଘାଟ

ଧର୍ମଗଡ଼ରେ ବିଜେଡିର ନୂଅଁାଖାଇ ଭେଟଘାଟ

ଧର୍ମଗଡ,୨୨।୧୦(ଡି.ଏନ.ଏ.)- 
କଳାହାଣ୍ଡି ଜିଲା ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପଠାରେ ସୋମବାର ବିଜୁ ଜନତା ଦଳ ପକ୍ଷରୁ ନୂଅଁ।ଖାଇ ଭେଟ୍‌ଘାଟ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଜେଡି ଯୁବନେତା ତଥା ଏନଏସି ଉପାଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଏହାକୁ ପରିଚାଳନା କରିଥିଲେ। ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ଥବିର ପ୍ରସାଦ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଭାବର ଆଦାନ ପ୍ରଦାନ ସହ ନବୀନ ସରକାରଙ୍କ ବିଭିନ୍ନ ଲେକାଭିମୁଖୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା।

ଚାଷୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ସଜବାଜ

ଚାଷୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ସଜବାଜ

ସମ୍ବଲପୁର,୨୨।୧୦(ବ୍ୟୁରୋ)
ଚାଷୀଙ୍କ ଦାବିକୁ ଅଣଦେଖା ଆଗକୁ ଭୟଙ୍କର ରୂପ ନେବ। ବିଶେଷ କରି ଫସଲ ବୀମା ବିଭ୍ରାଟ ତାତିର ପ୍ରତିକ୍ରିୟା ସାଂଘାତିକ ହେବ। ଜିଲା କୃଷକ ସଙ୍ଗଠନର ଆହ୍ବାନ କ୍ରମେ ଜମନକିରା ବ୍ଳକ ନାମମଣ୍ଡପଠାରେ ହୋଇଥିବା ବୈଠକରେ ଏଭଳି ଚେତାବନୀ ଦିଆଯାଇଛି। ଚାଷୀଙ୍କ ପ୍ରଥମ ପର୍ଯ୍ୟାୟ ଆନ୍ଦୋଳନ ବେକାର ଯିବ ନାହିଁ। ଏହାକୁ ଆହୁରି ବ୍ୟାପକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୦୬ ଅକ୍ଟୋବର ୨୬ ତାରିଖରେ ଜିଲାର ହଜାରରୁ ଊର୍ଦ୍ଧ୍ୱ ଚାଷୀଭାଇମାନେ ଏକାଠି ହୋଇ ମାନବଶୃଙ୍ଖଳ ଦ୍ୱାରା ଯେଉଁ ଆନ୍ଦୋଳନ କରିଥିଲେ ତାହାର ପୁନରାବୃତ୍ତି ହେବ। ସରକାର ଚାଷୀଙ୍କୁ ସେମାନଙ୍କ ହକ୍‌ ନ ଦେବା ପର୍ଯ୍ୟନ୍ତ ପୁଣି ଥରେ ଆସନ୍ତା ଅକ୍ଟୋବର ୨୬ ତାରିଖରେ ମହାଆନ୍ଦୋଳନ କରାଯିବ। ଏହି ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନରେ ସମ୍ବଲପୁର ଜିଲାକୁ ବାହ୍ୟ ଜଗତରୁ  ୩ ଘଣ୍ଟା ଧରି ବିଛିନ୍ନ କରି ଦିଆଯିବ। ଜିଲାକୁ ସଂଯୋଗ କରୁଥିବା ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରାଯିବ। ଯଦି ଏଥିରେ ସରକାରଙ୍କ ଚେତା ଉଦୟ ନ ହୁଏ ଜିଲାପାଲ ଅଫିସ ପରିସର, ବିଧାୟକ ଓ ବିଧାୟିକାଙ୍କ ବାସଭବନରେ ସମ୍ମୁଖରେ ଧାରଣା ଦିଆଯିବ। କୃଷି, ସମବାୟ ଅଫିସକୁ ଅଚଳ କରି ଦିଆଯିବ। ମାନେଶ୍ୱର ମାନଧାତା ବାବା କୃଷକ ସଙ୍ଗଠନ ସଭାପତି ହରିଶଙ୍କର ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହା ସୂଚାଇ ଦିଆଯାଇଛି।

ପ୍ରଭାବଶୂନ୍ୟ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ପ୍ରଭାବଶୂନ୍ୟ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଧମା,୨୨।୧୦(ଡି.ଏନ.ଏ.)- ରାଜ୍ୟର ସର୍ବବୃହତ ତଥା ଶ୍ରେଷ୍ଠ ଦଳ ବୋଲାଉଥିବା ବିଜୁ ଜନତା ଦଳର ସାଙ୍ଗଠନିକ ଦୁର୍ବଳତା ପଦାରେ ପଡ଼ିଛି।  ମାନେଶ୍ୱର ବ୍ଲକ ଧମା ପଞ୍ଚାୟତରେ ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀଙ୍କ ନେତୃତ୍ୱରେ ହୋଇଥିବା ଜନସମ୍ପର୍କ ପଦଯାତ୍ରା ପ୍ରଭାବଶୂନ୍ୟ ହୋଇଛି। ପଦଯାତ୍ରା ସ୍ଥାନୀୟ ହାଇସ୍କୁଲ ଛକରୁ ଆରମ୍ଭ ହୋଇଥିଲା। ଧମା ହାଟପଦା ଦେଇ ମା’ ଝାଡେଶ୍ୱରୀ ମନ୍ଦିର ଏବଂ ସେଠାରୁ ସଁହରାପଡ଼ା ପରିକ୍ରମା କରିଥିଲା।  ଏହି ପଦଯାତ୍ରାରେ କେତେକ ନାବାଳକଙ୍କୁ ଦଳୀୟ ପତାକା ଧରାଇ ଦିଆଯାଇଥିଲା।

ରାଜ୍ୟସ୍ତରୀୟ ଷ୍ଟ୍ରଙ୍ଗମ୍ୟାନ ପ୍ରତିଯୋଗିତା

ରାଜ୍ୟସ୍ତରୀୟ ଷ୍ଟ୍ରଙ୍ଗମ୍ୟାନ ପ୍ରତିଯୋଗିତା

ସମ୍ବଲପୁର,୨୨।୧୦(ବ୍ୟୁରୋ) 
ରାଜ୍ୟସ୍ତରୀୟ ଷ୍ଟ୍ରଙ୍ଗମ୍ୟାନ ପ୍ରତିଯୋଗିତା ରବିବାର ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଇନଡୋର୍‌ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରଶାସନ, ଯୋଦ୍ଧା ଜିମ୍ନାସିୟମ୍‌ ଓ ଓଡ଼ିଶା ଷ୍ଟ୍ରଙ୍ଗମ୍ୟାନ କୋର୍ପୋରେଶନ ଆନୁକୂଲ୍ୟରେ ଆୟୋଜିତ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୩୮ ପ୍ରତିଯୋଗୀ ଭାଗ ନେଇଥିଲେ। ରୂପ ସିଂ, ଏପି ସିଂ, ସୋମନାଥ ପଟ୍ଟନାୟକ ଓ ଗୋନିକା ବିଚାରକ ଭାବେ ଯୋଗ ଦେଇଥିଲେ।

ନାରୀ ସଶକ୍ତ ହେଲେ ରାଜ୍ୟର ବିକାଶ ସମ୍ଭବ

ନାରୀ ସଶକ୍ତ ହେଲେ ରାଜ୍ୟର ବିକାଶ ସମ୍ଭବ

ଜୁନାଗଡ଼,୨୨।୧୦(ଡି.ଏନ୍‌.ଏ)
ନାରୀ ଶିକ୍ଷିତା ଓ ଆତ୍ମନିର୍ଭରଶୀଳ ହୋଇପାରିଲେ ଏକ ଶୃଙ୍ଖଳିତ ସମାଜର ପରିକଳ୍ପନା ସାର୍ଥକ ହେବ। ଏଣୁ ନବୀନ ସରକାର ମହିଳାଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।  ମହିଳାଙ୍କ ଆର୍ଥିକ ପ୍ରଗତିରେ ସୁଧାର ଆସିପାରିଛି। ନାରୀଶକ୍ତି ଜାଗ୍ରତ ହୋଇପାରିଲେ ହିଁ ରାଜ୍ୟର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରିବ। କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କୁଳିହାରୀଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ମହିଳା ସମାବେଶରେ ଜୁନାଗଡ ବିଧାୟକ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

କଲୁଙ୍ଗଠା କରତକଳକୁ ହାତୀପଲ ପ୍ରବେଶ

କଲୁଙ୍ଗଠା କରତକଳକୁ ହାତୀପଲ ପ୍ରବେଶ

ବେଦବ୍ୟାସ,୨୨।୧୦: ରାଉରକେଲା ବନମଣ୍ଡଳ ଅନ୍ତର୍ଗତ କୁଆର ମୁଣ୍ଡା ରେଞ୍ଜର କଲୁଙ୍ଗଠା କରତ କଳ ପରିସରକୁ ରବିବାର ବିଳମ୍ବିତ ରାତିରେ ୧୦ରୁ ଊର୍ଦ୍ଧ୍ୱ ବଣୁଆ ହାତୀ ପଶି ଆସିଛନ୍ତି। 

ବଦଳୁନି ପାତାଳି ଶ୍ରୀକ୍ଷେତ୍ର ରାସ୍ତାର ଅବସ୍ଥା

ବଦଳୁନି ପାତାଳି ଶ୍ରୀକ୍ଷେତ୍ର ରାସ୍ତାର ଅବସ୍ଥା

ସୋନପୁର,୨୨।୧୦(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଳକର ପ୍ରସିଦ୍ଧ ପୀଠ ପାତାଳି ଶ୍ରୀକ୍ଷେତ୍ର ଓ ଠେଙ୍ଗୋ ଡ୍ୟାମକୁ ରାସ୍ତା ମରଣଯନ୍ତା ପାଲଟିଛି। ମରାମତି ଅଭାବରୁ ଧର୍ମଶାଳା ଛକରୁ ପୀଠକୁ ଯାଇଥିବା ୨୭କିଲୋମିଟର ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ରାସ୍ତାରୁ ମେଟାଲ, ପିଚୁ ଉଠି ଗଲାଣି। ପର୍ଯ୍ୟଟକଙ୍କ ଗାଡି ରାସ୍ତାରେ ଫସି ରହୁଛି। ଶ୍ରଦ୍ଧାଳୁମାନେ ଦୁରଦୂରାନ୍ତରୁ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଆସି ହୀନସ୍ତା ହେଉଛନ୍ତି। 

ଶହୀଦଙ୍କ ସ୍ମୃତିଚାରଣ, ଶ୍ରଦ୍ଧାଞ୍ଜଳି

ଶହୀଦଙ୍କ ସ୍ମୃତିଚାରଣ, ଶ୍ରଦ୍ଧାଞ୍ଜଳି

ସୋନପୁର,୨୧।୧୦(ନି.ପ୍ର.): ସୋନପୁର ଆର୍ମଡ ରିଜର୍ଭ ପୋଲିସ ପଡିଆରେ ରବିବାର ୫୯ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ସୁବର୍ଣ୍ଣପୁର ଏସ୍‌ପି ଦେବୀ ପ୍ରସାଦ ଦାଶ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୋଲିସ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଶହୀଦ ଦିବସରେ ଦେଶର ସେବା ପାଇଁ ନୂତନ ପ୍ରେରଣା ମିଳେ ବୋଲି ଏସ୍‌ପି ଦାଶ କହିଥିଲେ। 

ଉତ୍କଳଶ୍ରୀ-୧୯:  ଭାଗନେବେ ୩ଶହ ପ୍ରତିଯୋଗୀ

ଉତ୍କଳଶ୍ରୀ-୧୯: ଭାଗନେବେ ୩ଶହ ପ୍ରତିଯୋଗୀ

ବଲାଙ୍ଗୀର ଅଫିସ, ୨୧ା୧୦: ବଲାଙ୍ଗୀର ଆମେଚୁଅର ବଡିବିଲ୍‌ଡିଂ ସଂଘ ଆନୁକୂଲ୍ୟରେ ବଲାଙ୍ଗୀରଠାରେ ଆଗାମୀ ଜାନୁଆରୀ ୧୨ ଓ ୧୩ ତାରିଖ ଦିନ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଉତ୍କଳଶ୍ରୀ-୨୦୧୯ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏନେଇ ସର୍କିଟ୍‌ ହାଉସଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜନ କମିଟି ସମ୍ପାଦକ ସଞ୍ଜୟ କୁମାର ଶତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଆୟୋଜନ କମିଟି ଚେୟାରମେନ୍‌ ଯୁବନେତା ଅର୍କେଶ ନାରାୟଣ ସିଂଦେଓ ଓ ସଭାପତି ଲଳିତ କୁମାର ନାୟକ ଯୋଗଦାନ କରିଥିଲେ। 

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ବଲାଙ୍ଗୀର ଅଫିସ,୨୧।୧୦-ବଲାଙ୍ଗୀର ଟାଉନ ଥାନା ମାଲପଡ଼ା ରାମମନ୍ଦିର ନିକଟରେ ଶନିବାର ମଧ୍ୟ ରାତ୍ରିରେ ଘଟିଛି ଅଘଟଣ। ରାମମନ୍ଦିର ନିକଟ ହିମାଂଶୁ ପଣ୍ଡାଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି। ସିଲିଣ୍ଡର ଫାଟି ରୋଷେଇ ଘରର ଛାତ ଉଡ଼ିଯାଇଛି। ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହେବା ଯୋଗୁ ଫାଟିଯାଇଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ୩ ସଦସ୍ୟ।

ଭବାନୀପାଟଣାଠାରେ ପୋଲିସ ଶହୀଦ ଦିବସ ପାଳିତ

ଭବାନୀପାଟଣାଠାରେ ପୋଲିସ ଶହୀଦ ଦିବସ ପାଳିତ

ଭବାନୀପାଟଣା, ୨୧।୧ଠ (ଡି.ଏନ୍‌.ଏ.)-ରବିବାର ଦେଶର ପୋଲିସ ବାହିନୀ ତାହାର ୫୯ତମ ଶହୀଦ ଦିବସ ପାଳନ କରୁଥିଲାବେଳେ ଏହି ଉପଲକ୍ଷେ କଳାହାଣ୍ଡି ଜିଲା ସଦର ଭବାନୀପାଟଣା ଠାରେ ଥିବା ରିଜର୍ଭ ପୋଲିସ ପଡ଼ିଆ ଠାରେ ଜିଲା ପ୍ରଶାସନ ପକ୍ଷରୁ ଏହି ଦିବସ ପାଳିତ ହୋଇଥିଲା । ପୂର୍ବାହ୍ନ ୮ ଟାରେ ରିଜର୍ଭ ପୋଲିିସ ପଡ଼ିଆଠାରେ ଜିଲା ଆରକ୍ଷୀ ଅଧିକ୍ଷକ ବି.ଗଙ୍ଗାଧର ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଥିବା ପୋଲିସ ଶହୀଦ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ବର୍ଗତ ଆତ୍ମା