ସମ୍ବଲପୁର

ବଲାଙ୍ଗୀରରୁ କଲିକତା କେନ୍ଦୁପତ୍ର ଚୋରାଚାଲାଣ ଘଟଣା: ର଼୍ୟାକେଟ କବଳରେ ଇସ୍ପାତ୍‌ ଏକ୍ସପ୍ରେସ

ବଲାଙ୍ଗୀରରୁ କଲିକତା କେନ୍ଦୁପତ୍ର ଚୋରାଚାଲାଣ ଘଟଣା: ର଼୍ୟାକେଟ କବଳରେ ଇସ୍ପାତ୍‌ ଏକ୍ସପ୍ରେସ

ବଲାଙ୍ଗୀର ଅଫିସ, ୧୭।୧୨-ଗୁରୁବାର ରାତିରେ ବଲାଙ୍ଗୀର ରେଲୱେ ଷ୍ଟେସନ୍‌ରୁ କଲିକତା ଚାଲାଣ ହେବାକୁ ଥିବା ୭ ବଣ୍ଡଲ କେନ୍ଦୁପତ୍ର ସହ ଦୁଇଜଣ ବ୍ୟକ୍ତି ଧରାପଡିବା ପରେ ବଲାଙ୍ଗୀରରୁ କଲିକତାକୁ କେନ୍ଦୁପତ୍ର ଚୋରାଚାଲାଣ ର଼୍ୟାକେଟ୍‌ ସକ୍ରିୟ ଥିବା ଜଣାପଡିଛି। ଏହି କେନ୍ଦୁପତ୍ର ଚୋରାଚାଲାଣରେ ଏକ ବଡଧରଣର ର଼୍ୟାକେଟ୍‌ କାମ କରୁଥିବା ଜଣାପଡିଛି। ଏଥିରେ ପୁରୁଷ ସହ ମହିଳାମାନେ ମଧ୍ୟ ସାମିଲ ହୋଇଥିବା ଜଣାପଡିଛି। ବଲାଙ୍ଗୀର ରେଲୱେ ଷ୍ଟେସନ୍‌ରୁ ନିୟମିତ କେନ୍ଦୁପତ୍ର ଚୋରାଚାଲାଣ ହେଉଥିବା ଜଣାପଡିଛି। ତେବେ ଏହି ଚୋରାଚାଲାଣ ର଼୍ୟାକେଟ୍‌କୁ କଲିକତାର କେନ୍ଦୁପତ୍ର ବ୍ୟବସାୟୀମାନେ ପରିଚାଳନା କରୁଛନ୍ତ। ଏଥିରେ ସ୍ଥାନୀୟ ବେପାରୀ ସାମିଲ ଅଛନ୍ତି। ଏହା ସହିତ ବଲାଙ୍ଗୀର କେନ୍ଦୁପତ୍ର ବିଭାଗ ଓ ରେଲୱେ କର୍ମଚାରୀ ତଥା ପୋଲିସ ମଧ୍ୟ ସାମିଲ ଥିବା ଚର୍ଚ୍ଚାର ବିଷୟ ହୋଇଛି। ଗୁରୁବାର ରାତିରେ ବଲାଙ୍ଗୀର ରେଲୱେ ଷ୍ଟେସନ୍‌ ପାର୍ଶଲ ଗୋଦାମରୁ ୭ ବଣ୍ଡଲ କେନ୍ଦୁପତ୍ର ଧରାପଡିଥିଲା।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରେଲୱେ ପୋଲିସ ୭ ବଣ୍ଡଲ କେନ୍ଦୁପତ୍ର ସହ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା। କେନ୍ଦୁପତ୍ର ସହ ଦୁଇ ଅଟକ ବ୍ୟକ୍ତିଙ୍କୁ ରେଲବାଇ ପୋଲିସ ବନବିଭାଗକୁ ହସ୍ତାନ୍ତର କରିଥିଲା । ଗିରଫ ଦୁଇ ଯୁବକ ପଶ୍ଚିମବଙ୍ଗ ପୁନାସକୁରା ଥାନାର ଚିନାପୁରର ଅଭିଜିତ୍‌ ଆନା (୨୮) ଓ କୋଲଘାଟି ଥାନାର ଏସ.ଆର ସେଣ୍ଟ (୩୭) ବୋଲି ଚିହ୍ନଟ କରାଯାଇଥିଲା। ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରାବେଳେ ଚାଞ୍ଚଲ୍ୟକର ତଥ୍ୟ ମିଳିଥିବା ଜଣାପଡିଛି । ସେମାନେ ବଲାଙ୍ଗୀର ଜିଲାରୁ ନିୟମିତ କେନ୍ଦୁପତ୍ର ଚୋରା ଚାଲାଣ କରୁଥିବା ସ୍ବୀକାର କରିଛନ୍ତି । କଲିକତାରେ ବଡ ସେଠ୍‌ ବସିଛନ୍ତି । ସେମାନଙ୍କର ରେଲୱେ କର୍ମଚାରୀ ଓ ପୋଲିସ ତଥା ବଲାଙ୍ଗୀର ଜିଲାର କେନ୍ଦୁପତ୍ର ବ୍ୟବସାୟୀ, ଚାଲାଣକାରୀ ଓ କେନ୍ଦୁପତ୍ର ବିଭାଗ କର୍ମଚାରୀଙ୍କ ସହ ସମ୍ପର୍କ ରହିଛି। ସେମାନଙ୍କୁ ହାତ କରି ଏହି ବେପାର ଚଳାଇଥିତ୍ବା ଜଣାପଡିଛି। ବଲାଙ୍ଗୀର ରେଳଷ୍ଟେସନ୍‌ରୁ ପ୍ରତିଦିନ ଭୋର ସକାଳେ ଯାଉଥିବା ଇସ୍ପାତ ଏକ୍ସପ୍ରେସ ଟ୍ରେନ୍‌ରେ ଚୋରା କେନ୍ଦୁପତ୍ର ଯାଉଥିବା ଜଣାପଡିଛି। ଏହି କେନ୍ଦୁପତ୍ର ଚୋରା କାରବାରରେ ମହିଳାମାନେ ମଧ୍ୟ ସାମିଲ ଥିବା ଜଣାପଡିଛି। ଜିଲାର ବିଭିନ୍ନ ସ୍ଥାନରୁ ଚୋରା କେନ୍ଦୁପତ୍ର ଅଣାଯାଇ ବଲାଙ୍ଗୀର ରେଳଷ୍ଟେସନ୍‌ର ଶେଷମୁଣ୍ଡରେ କେନ୍ଦୁପତ୍ର ବସ୍ତା ରଖାଯାଇଥାଏ । ଇସ୍ପାତ୍‌ ଟ୍ରେନ୍‌ ଷ୍ଟେସନ୍‌କୁ ପହଞ୍ଚତ୍ବା ପରେ ଖୋଲାଖୋଲି ଏହି ଟ୍ରେନ୍‌ରେ ଲଦିଥାନ୍ତି। ଏହି ଷ୍ଟେସନ୍‌ରୁ ନିୟମିତ କେନ୍ଦୁପତ୍ର ଚୋରାଚାଲାଣ ହେଉଛି। ରେଲୱେ ପୋଲିସ ଓ ରେଲୱେ କର୍ମଚାରୀଙ୍କ ଜ୍ଞାତସାରରେ ଏହି ଚୋରାଚାଲାଣ ହେଉଛି। ଏବେ କଲିକତାର ଦୁଇଜଣ ବ୍ୟକ୍ତି ଧରାପଡିବା ପରେ ବଲାଙ୍ଗୀର ରେଲୱେ ବିଭାଗ ଓ ପୋଲିସ କେନ୍ଦୁପତ୍ର ଚୋରାଚାଲାଣ ନେଇ କିଛି ଜାଣି ନ ଥିବା କହୁଛନ୍ତି। କିଭଳି ଭାବେ ରେଲୱେ ପାର୍ଶଲ ରୁମ୍‌କୁ କେନ୍ଦୁପତ୍ର ବସ୍ତା ଆସିଲା, ସେନେଇ କୌଣସି ତଦନ୍ତ ହୋଇନାହିଁ । ଏନେଇ ରେଲୱେ ଷ୍ଟେସନ୍‌ ମାଷ୍ଟର ଏନ୍‌ବି ବେହୁରାଙ୍କୁ ପଚରାଯିବାରୁ ପୋଲିସ କମ୍ବା ବନବିଭାଗ ଯାହା ତଦନ୍ତ କରିବ ବୋଲି କହିଛନ୍ତି । ଏନେଇ ବଲାଙ୍ଗୀର ବନବିଭାଗ ରେଞ୍ଜ ଅଫିସର ବାବାଜୀଚରଣ ରାଉଳଙ୍କୁ ପଚରାଯିବାରୁ ଦୁଇ ଗିରଫ ଅଭିଯୁକ୍ତଙ୍କୁ ନେଇ ଶନିବାର ସହରର ବିଭିନ୍ନ ସ୍ଥାନକୁ ନିଆଯାଇଥିଲା। ସେମାନେ କେଉଁଠୁ କେନ୍ଦୁପତ୍ର ନେଉଥିଲେ ସେନେଇ ଅନୁସନ୍ଧାନ କରାଯାଇଥିଲା। ତେବେ ଦୁଇ ଅଭିଯୁକ୍ତ କିଛି ବି ଠିକ୍‌ ସୂଚନା ଦେଇ ନ ଥିଲେ ବୋଲି ସେ କହିଛନ୍ତି। ତେବେ ଏହି ଚୋରାଚାଲାଣରେ ଏକ ର଼୍ୟାକେଟ୍‌ କାମ କରୁଥିବା ରାଉଳ ସୂଚନା ଦେଇଛନ୍ତି । ଅଧିକ ତଦନ୍ତ ହେଲେ ଅନେକ ରହସ୍ୟ ପଦାକୁ ଆସିପାରିବ।

All Right Reserved By

ସମ୍ବଲପୁର

ବିହନ ପାଇଁ ଦରାଣ୍ଡି ହେଉଛନ୍ତି ଚାଷୀ: ଖଡ଼ିଆଳ ବ୍ଲକରେ ବିହନ ସଙ୍କଟ

ବିହନ ପାଇଁ ଦରାଣ୍ଡି ହେଉଛନ୍ତି ଚାଷୀ: ଖଡ଼ିଆଳ ବ୍ଲକରେ ବିହନ ସଙ୍କଟ

ନୂଆପଡା ଅଫିସ/ଖଡିଆଳ,୨୧।୬- ସରକାର ଚାଷୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇଦେବାକୁ ସଙ୍କଳ୍ପ ନେଇଥିବା ଘୋଷଣା କରୁଥିବାବେଳେ ବର୍ତ୍ତମାନ ଚାଷ ସମୟ ପହଞ୍ଚି ସାରିଥିଲେ ହେଁ ଚାଷୀଙ୍କୁ ଦରକାର ମୁତାବକ ବିହନ ନିଅଣ୍ଟ ହେଲାଣି। ଚାଷୀ କ୍ଷେତରେ ଚାଷ କାମ ଛାଡି ଦିନ ତମାମ ବିହନ କେନ୍ଦ୍ରରେ ଜଗି ଜଗି ହତାଶ ହୋଇ ଘରକୁ ଫେରୁଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି।

ମଦ ହେଲା କାଳ: ବାପା,ପୁଅ ଗଣ୍ଡଗୋଳ: ଠେଙ୍ଗାମାଡ଼ରେ ୫ ବର୍ଷର ନାତି ମୃତ

ଝାରସୁଗୁଡ଼ା ଅଫିସ/କିର୍ମିରା(ଡି.ଏନ.ଏ.)୨୧।୬-ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାପା ଏବଂ ପୁଅର ଗଣ୍ଡଗୋଳ ଯୋଗୁ ଜଣେ ୫ ବର୍ଷର ନାତିର ମୃତ୍ୟୁ ଘଟିଛି । ମୃତ ଶିଶୁ ହେଲେ ଦିନେଶ ନାଏକଙ୍କ ପୁଅ ଶୁଭମ (୫)। ଏ ବାବଦରେ ଲଇକେରା ଥାନାରେ ଏକ ମାମଲା (ନଂ.୧୦୮/୧୮) ରୁଜୁ ହୋଇଛି । ପୋଲିସ ଉକ୍ତ ଘଟଣାର ତଦନ୍ତ ଜାରି ରଖିଛି । ଶୁଭମ୍‌ଙ୍କ ବାପା ଓ ଜେଜେଙ୍କୁ ପୋଲିସ ଅଟକ ରଖିଛି ।

ରୁକୁଣୀଲାଠ ଶିଶୁଯତ୍ନ ଅନୁଷ୍ଠାନରେ ଆଦର୍ଶ ବିବାହ : ଅଞ୍ଜନାଙ୍କ ହାତ ଧରିଲେ ଗୁଡ୍ଡୁ

ରୁକୁଣୀଲାଠ ଶିଶୁଯତ୍ନ ଅନୁଷ୍ଠାନରେ ଆଦର୍ଶ ବିବାହ : ଅଞ୍ଜନାଙ୍କ ହାତ ଧରିଲେ ଗୁଡ୍ଡୁ

ଧମା,୨୧। ୬(ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ରୁକୁଣୀଲାଠ ଶିଶୁ ଯତ୍ନ ଅନୁଷ୍ଠାନରେ ଗୁରୁବାର ଏକ ଆଦର୍ଶ ବିବାହ ସମ୍ପନ୍ନ ହୋଇଛି। ଅନୁଷ୍ଠାନର ପାଳିତ କନ୍ୟା ଅଞ୍ଜନା ଥାଟିଙ୍କ ବିବାହ ବରଗଡ଼ ଜିଲା ବରପାଲି ଗ୍ରାମର ସ୍ବର୍ଗତ ଦେବୀପ୍ରସାଦ ଅଗ୍ରୱାଲଙ୍କ ପୁଅ ଗୁଡ୍ଡୁ ଅଗ୍ରଓ୍ବାଲଙ୍କ ସହ ବିନା ଯୌତୁକରେ ଶେଷ ହୋଇଛି।

୧୨ ଚାଷୀଙ୍କ ଜମି ଛତିଶଗଡ଼ ରାଜସ୍ବ ବିଭାଗ ଛଡାଇ ନେବା ଘଟଣା: ସ୍ବତନ୍ତ୍ର ଟିମ ଦ୍ୱାରା ସୀମା ନିର୍ଦ୍ଧାରଣ ଆରମ୍ଭ ;ନୂଆମାଲପଡାରେ ପହଞ୍ଚିଲେ ଜିଲାପାଳ

୧୨ ଚାଷୀଙ୍କ ଜମି ଛତିଶଗଡ଼ ରାଜସ୍ବ ବିଭାଗ ଛଡାଇ ନେବା ଘଟଣା: ସ୍ବତନ୍ତ୍ର ଟିମ ଦ୍ୱାରା ସୀମା ନିର୍ଦ୍ଧାରଣ ଆରମ୍ଭ ;ନୂଆମାଲପଡାରେ ପହଞ୍ଚିଲେ ଜିଲାପାଳ

ସିନାପାଲି, ୨୧।୬(ଡି.ଏନ.ଏ.)- ଓଡ଼ିଶା ସୀମାନ୍ତରେ ନୂଆପଡ଼ା ଜିଲାର ନୂଆମାଲପଡା ଗ୍ରାମର ଜମିକୁ ଛତିଶଗଡ଼ ସରକାର ନିଜ ରାଜ୍ୟର ଭୂମିହୀନଙ୍କୁ ବଣ୍ଟନ କରିଥିବା ପ୍ରସଙ୍ଗରେ ଗୁରୁବାର ନୂଆପଡା ଜିଲାପାଳ ଡାକ୍ତର ପୋମା ଟୁଡୁ ପହଞ୍ଚି ତଦନ୍ତ କରିଛନ୍ତି। ଏହା ସହ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ମଧ୍ୟାହ୍ନରେ ଜିଲାପାଳ ମାଓବାଦୀ ଅଧ୍ୟୁଷିତ ନୂଆମାଲପଡା ଆସି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି।

ଏମ୍‌ଆର ଉଦ୍ୟୋଗ ପାଚେରି ନିର୍ମାଣ ଘଟଣା: ପେସା ସମର୍ଥକଙ୍କ ଆକ୍ରମଣରେ ଯୁବକ ମୃତ: ପ୍ରତିବାଦରେ ରାସ୍ତାରୋକୋ

ଏମ୍‌ଆର ଉଦ୍ୟୋଗ ପାଚେରି ନିର୍ମାଣ ଘଟଣା: ପେସା ସମର୍ଥକଙ୍କ ଆକ୍ରମଣରେ ଯୁବକ ମୃତ: ପ୍ରତିବାଦରେ ରାସ୍ତାରୋକୋ

କୁତ୍ରା, ୨୧।୬ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୁତ୍ରା ଥାନା ବିରିଙ୍ଗାଟୋଲି ଗ୍ରାମ ପଞ୍ଚାୟତ ଅଧିନ ଗଡପୋଷ ଛକଠାରେ ଏମ୍‌ଆର ଉଦ୍ୟୋଗର ପାଚେରି ନିର୍ମାଣକୁ ନେଇ ମଙ୍ଗଳବାର ପେସା ସମର୍ଥକ ଓ ବୁଡାକଟା ଗ୍ରାମର କେତେକ ଗ୍ରାମବାସୀ ମଧ୍ୟରେ ହୋଇଥିବା ସଂଘର୍ଷରେ ପେସା ସମର୍ଥକଙ୍କ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବୁଡାକଟା ଗ୍ରାମର ଡମ୍ବରୁ ସେଠ (୩୫)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି।

ଦିନ ଦ୍ୱିପ୍ରହରରେ ୬୦ ହଜାର ଟଙ୍କା ଲୁଟ୍‌: ପିଙ୍ଗା ଯାଇଥିବା ଭ୍ୟାନଟି ବ୍ୟାଗରୁ ମିଳିଲା ୬୦ ହଜାର

ରାଜଗାଙ୍ଗପୁର, ୨୧।୬ (ଡି.ଏନ.ଏ)-ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ସହରର ଷ୍ଟେଟ ବ୍ୟାଙ୍କରୁ ଜନୈକା ମହିଳା ଟଙ୍କା ଉଠାଇ ଭ୍ୟାନଟି ବ୍ୟାଗରେ ରଖିଥିବାବେଳେ ଦିନ ଦ୍ୱିପହରରେ ଲୁଟ୍‌ ହୋଇଛି। ତେବେ ୬୦ ହଜାର ଟଙ୍କା ଲୁଟ୍‌ ହୋଇଥିବାବେଳେ ୬୦ ହଜାର ସୁରକ୍ଷିତ ରହିଛି।

ହାତୀ ଭାଙ୍ଗିଲା ଘର କାନ୍ଥ  ଶିଶୁ କନ୍ୟା ମୃତ, ୩ ଗୁରୁତର

ହାତୀ ଭାଙ୍ଗିଲା ଘର କାନ୍ଥ ଶିଶୁ କନ୍ୟା ମୃତ, ୩ ଗୁରୁତର

ରେଙ୍ଗାଲି,୨୧ା୬(ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ବନଖଣ୍ଡର ଛତରବଗା ଥାନା ଅଧୀନ ପଟାମାଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ହାତୀ ପଶି ଆସି ବ୍ୟାପକ କ୍ଷୟକ୍ଷତି କରିଛି ା

ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ଆରମ୍ଭ ୯ ହୋଟେଲ, ୭ ଶପିଂ ମଲ୍‌, ୭ ଆପାର୍ଟମେଣ୍ଟରେ ତନଖି

ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ଆରମ୍ଭ ୯ ହୋଟେଲ, ୭ ଶପିଂ ମଲ୍‌, ୭ ଆପାର୍ଟମେଣ୍ଟରେ ତନଖି

ରାଉରକେଲା ଅଫିସ,୨୧।୬- ସହରର ବିଭିନ୍ନ ଶପିଂ ମଲ, ହୋଟେଲ, ଆପାର୍ଟମେଣ୍ଟ, କଲ୍ୟାଣ ମଣ୍ଡପ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁରୁବାର ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯାଇଛି।

ଯୋଗମୟ ଷ୍ଟିଲ ସିଟି  ନିରୋଗ ଶରୀର ପାଇଁ ଯୋଗ ଅପରିହାର୍ଯ୍ୟ

ଯୋଗମୟ ଷ୍ଟିଲ ସିଟି ନିରୋଗ ଶରୀର ପାଇଁ ଯୋଗ ଅପରିହାର୍ଯ୍ୟ

ରାଉରକେଲା ଅଫିସ,୨୧।୬- ଗୁରୁବାର ଷ୍ଟିଲ୍‌ ସିଟିର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ସହରରେ ଯୋଗମୟ ପରିବେଶ ସୃଷ୍ଟି ହୋଇଥିଲା।

ପଞ୍ଚାୟତ କମିଟି ଉପରେ ଗୁରୁତ୍ୱ

ପଞ୍ଚାୟତ କମିଟି ଉପରେ ଗୁରୁତ୍ୱ

କୋକସରା,୨୧।୬(ଡି.ଏନ.ଏ.)କୋକସରାଠାରେ ଥିବା ଆରଏମସି ପରିସରରେ କୋକସରା ବ୍ଲକ ବିଜୁ ଜନତା ଦଳର ମହିଳା ଓ ଯୁବ ବାହୀନିର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସଚେତନତା ସଭା ଗୁରବାର ଅନୁଷ୍ଠିତ ହୋଇଯାଇଛି।

 ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ଜୁନାଗଡ଼,୨୧।୬(ଡି.ଏନ୍‌.ଏ)ରାଜ୍ୟ ଖାଦ୍ୟ ସଚିବ ତଥା କଳାହାଣ୍ଡି ଜିଲା ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ହୋଇଥିବା ବୀର ବିକ୍ରୟ ୟାଦବ ଗୁରୁବାର ଜୁନାଗଡ଼ ବ୍ଲକ ଗ୍ରସ୍ତ କରିଛନ୍ତି। ପ୍ରଥମେ ବ୍ଲକର ବଳଦିଆମାଲ ଓ ପରେ ମହିଚଲା ପଞ୍ଚାୟତ ପରିଦର୍ଶନ କରିଥିଲେ।

ଆଶଙ୍କାରେ ଭଟଲି ରଥଯାତ୍ରା

ଆଶଙ୍କାରେ ଭଟଲି ରଥଯାତ୍ରା

ଭଟଲି,୨୧।୬(ଡି.ଏନ.ଏ) ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲିର ଦଧିବାମନ ପୀଠରେ ଚଳିତବର୍ଷ ରଥଯାତ୍ରା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଦେବସ୍ନାନ ପୂର୍ଣ୍ଣିମାକୁ ଆଉ ମାତ୍ର ୬ ଦିନ ବାକି ରହିଛି ।

Model This Week

ପ୍ରଭାତ