ମନୋରଞ୍ଜନ |

ଫେରିବେ ହନି ସିଂ

ଫେରିବେ ହନି ସିଂ
ନୂଆଦିଲ୍ଲୀ: ଭିନ୍ନ ସ୍ବାଦର ସଙ୍ଗୀତକୁ ନେଇ ଦର୍ଶକ ତଥା ଶ୍ରୋତାଙ୍କ ନିକଟତର ହୋଇଥିବା ୟୋ ୟୋ ହନି ସିଂ ଏବେ ପୁଣି ଥରେ ଫେରିଛନ୍ତି ତାଙ୍କ ପୁରୁଣା ଟ୍ରାକ୍‌କୁ। ଅଂଗ୍ରେଜି ବିଟ୍‌, ହାଇ ହିଲ୍ସ ଭଳି ଗୀତ ଭେଟି ଦେଇ ସେ ଦର୍ଶକଙ୍କ ନିକଟରେ ତିଆରି କରିଥିଲେ ନିଜର ଏକ ଭିନ୍ନ ପରିଚୟ। ହେଲେ ଶାରୀରିକ ଅସୁସ୍ଥତା କାରଣରୁ ଦୁଇ ବର୍ଷ ହେବ ସେ ତାଙ୍କ କାମରୁ ବିରତି ନେଇଥିଲେ।  ଏଥର କିନ୍ତୁ ପୂରାପୂରି ପ୍ରସ୍ତୁତ ହୋଇ ଫେରିଛନ୍ତି ହନି। ଏବେ ତାଙ୍କୁ ଗଙ୍ଗା କୂଳରେ ଗୀତ ଲେଖୁଥିବା ଦେଖିବାକୁ ମିଳୁଛି। ତାଙ୍କ ଟୁଇଟର୍‌ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଫଟୋରେ ସେ ଗଙ୍ଗା କୂଳରେ ବସି ଆରାମ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ସେ କ୍ୟାପସନ୍‌ ଦେଇଛନ୍ତି , ଗଙ୍ଗା କୂଳରେ ଆରାମ କରୁଛି, ସଙ୍ଗିତର ବିଟ୍ସ ତିଆରି କରୁଛି ଓ ଗୀତ ଲେଖୁଛି। ପୂର୍ବରୁ ହନି ସିଂ ଲୁଙ୍ଗି ଡ୍ୟାନ୍ସ, ଚାର୍‌ ବୋତଲ୍‌ ଭୋଡ୍‌କା, ବ୍ଲୁ ଆଇଜ୍‌ ଭଳି ସୁପରହିଟ୍‌ ଗୀତ ଭେଟି ଦେଇ ଯୁବପିଢିଙ୍କ ମନ କିଣିଥିଲେ।
All Right Reserved By

ମନୋରଞ୍ଜନ |

ରିଲ୍‌ରୁ ରିଅଲ୍‌ ଯୋଡ଼ି ହେବେ ରଣବିର-ଦୀପିକା

ରିଲ୍‌ରୁ ରିଅଲ୍‌ ଯୋଡ଼ି ହେବେ ରଣବିର-ଦୀପିକା

ବମ୍ବେ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରିଲ ଲାଇଫ୍‌ ଯୋଡ଼ି ହେବେ ରିଅଲ୍‌ ଲାଇଫ୍‌ ଯୋଡ଼ି। ବାଜା ବାଜିବ। ବାଣ ଫୁଟିବ। ମିଛମିଛିକା ନୁହେଁ ବରଂ ସତସତିକା ବିବାହ ହେବ। ସାମିଲ ହେବେ ବଲିଉଡର ନାମିଦାମୀ ତାରକା, କ୍ରିଡ଼ାବ୍ୟକ୍ତିତ୍ୱ, ରାଜନେତା ଏବଂ ଶିଳ୍ପପତି। ଏହି ବିବାହ ପାଇଁ ବେଶି ସମୟ ମଧ୍ୟ ଆଉ ନାହିଁ। ଚଳିତ ବର୍ଷ ନଭେମ୍ବର ୧୪ ଓ ୧୫ ତାରିଖରେ ହେବାକୁ ଯାଉଛି ବି-ଟାଉନ୍‌ର ଚର୍ଚ୍ଚିତ ଯୋଡ଼ି ଦୀପିକା ପାଦୁକୋନ ଓ ରଣବିର ସିଂହଙ୍କ ବାହାଘର। 

ଅର୍ଜ୍ଜୁନଙ୍କୁ ଜୀବନସାଥୀ କରିବେ କି ପରିଣିତି

ଅର୍ଜ୍ଜୁନଙ୍କୁ ଜୀବନସାଥୀ କରିବେ କି ପରିଣିତି

ମୁମ୍ବାଇ: ବଲିଉଡ ନାୟକ ଅର୍ଜ୍ଜୁନ କପୁର ଓ ନାୟିକା ପରିଣିତି ଚୋପ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିକଟରେ ଏମାନଙ୍କ ଯୋଡିକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ ଦର୍ଶକଙ୍କ ମନକୁ ଛୁଇଁ  ନଥିବା ବେଳେ ଏବେ କିନ୍ତୁ ଏମାନଙ୍କ ଅଫ୍‌ ସ୍କ୍ରିନ୍‌ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଛି। 

ନିଜ ଯାଦୁରେ ମଲାଇକାଙ୍କୁ ଚକିତ କଲେ ଭୁବନେଶ୍ୱରର ବିଷ୍ଣୁ

ନିଜ ଯାଦୁରେ ମଲାଇକାଙ୍କୁ ଚକିତ କଲେ ଭୁବନେଶ୍ୱରର ବିଷ୍ଣୁ

ବମ୍ବେ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ଟେଲିଭିଜନ ଜଗତର ଲୋକପ୍ରିୟ ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ଶନିବାରଠାରୁ ଆରମ୍ଭ ହୋଇଛି। ବିଶେଷକରି ଦେଶର ବିଭିନ୍ନ ପ୍ରାନ୍ତରୁ କିଛି ନିଆରା କଳା ଶିଖିଥିବା ବ୍ୟକ୍ତିବିଶେଷମାନଙ୍କୁ ନେଇ ଏହି ଶୋ’ ଆଗକୁ ଯିବ। ସଙ୍ଗୀତ, ନୃତ୍ୟ, ମ୍ୟାଜିକ୍‌ ବା ଯାଦୁ ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅଜଣା ବ୍ୟକ୍ତିତ୍ୱମାନଙ୍କୁ ଲୋକଲୋଚନକୁ ଆଣିବା ଏହାର ଲକ୍ଷ୍ୟ। ତେବେ ଏହାର ପ୍ରଥମ ଏପିସୋଡ୍‌ରେ କମାଲ କରିଛନ୍ତି ଜଣେ ଓଡ଼ିଆ।

ଅନୁଙ୍କ ଉପରେ #ମିଟୂ ପ୍ରହାର; ଇଣ୍ଡିଆନ୍‌ ଆଇଡଲ ଶୋ’ରୁ ବାହାର କଲା ସୋନି

ଅନୁଙ୍କ ଉପରେ #ମିଟୂ ପ୍ରହାର; ଇଣ୍ଡିଆନ୍‌ ଆଇଡଲ ଶୋ’ରୁ ବାହାର କଲା ସୋନି

ବମ୍ବେ: ବଲିଉଡରେ #ମିଟୂ କ୍ୟାମ୍ପେନ୍‌ ଏବେ ଶୀର୍ଷ ପର୍ଯ୍ୟାୟରେ। ଦିନକୁ ଦିନ ଏହାର ଜାଲରେ ଫସୁଛନ୍ତି ବଡ଼ ବଡ଼ ସେଲିବ୍ରିଟି। ଘଟଣା ସାମ୍ନାକୁ ଆସିବା ପରେ ସେମାନଙ୍କୁ କରୁଥିବା ପ୍ରୋଜେକ୍ଟରୁ ବାହାର କରିଦିଆଯାଉଛି। ଏହି କ୍ରମରେ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ଉପରେ #ମିଟୂ ପ୍ରହାର ପଡ଼ିଛି। 

ଅଭିନୟକୁ ଭଲ ପାଉଥିତ୍ବା ଅଭିନେତା

ଅଭିନୟକୁ ଭଲ ପାଉଥିତ୍ବା ଅଭିନେତା

ଯାତ୍ରାଜଗତର ଜଣେ ସଫଳ କଳାକାର ହେଉଛନ୍ତି ରାମ ନାୟକ। ତାଙ୍କ ସଫଳତା ପଛର ସବୁଠୁ ବଡ଼ କାରଣ ହେଉଛି, ସେ କେବଳ ଅଭିନୟକୁ ଭଲପାଆନ୍ତି।

ଯାତ୍ରା: ସୁଶାନ୍ତ କାବେରୀ - ଲଭ୍‌ ଷ୍ଟୋରି

ଯାତ୍ରା: ସୁଶାନ୍ତ କାବେରୀ - ଲଭ୍‌ ଷ୍ଟୋରି

ସୁଶାନ୍ତଙ୍କ ଘର ଅନୁଗୋଳ। ଅନ୍ୟମାନଙ୍କ ପରି ସେ ଥିଲେ ଜଣେ ସାଧାରଣ ଯାତ୍ରା ଦର୍ଶକ। ଅନୁଗୋଳକୁ ଯେତେ ଯାତ୍ରାପାର୍ଟି ଆସୁଥିଲା, ସେ ସବୁଠି ଯାତ୍ରା ଦେଖୁଥିଲେ।

ଗର୍ଭଧାରଣ ମହିଳାଙ୍କ ଜୀବନର ନୂଆ ପର୍ଯ୍ୟାୟ

ଗର୍ଭଧାରଣ ମହିଳାଙ୍କ ଜୀବନର ନୂଆ ପର୍ଯ୍ୟାୟ

ଗର୍ଭଧାରଣ ମହିଳାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟ। ଘନିଷ୍ଠ ବାନ୍ଧବୀ ମେଘାନ ମର୍କଲେ ଗର୍ଭଧାରଣ କରିଥିବା ବିଷୟ ଶୁଣିବା ପରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଖୁସି ପ୍ରକଟ କରିବା ସହିତ ଏହା କହିଛନ୍ତି। 

କେବଳ  ନୀରବତା

କେବଳ ନୀରବତା

ଏବେ ଆଲିୟା ଗୋଟିଏ କଥାକୁ ନେଇ ନୀରବ ରହିବାକୁ ଉଚିତ ମଣୁଛନ୍ତି। ଯେତେ ପଚାରିଲେ ମଧ୍ୟ ତାଙ୍କ ପାଟିରୁ ଏ ନେଇ ଗୋଟିଏ ଶବ୍ଦ ବାହାରୁ ନାହିଁ। 

ବବି-ନୀଲମଙ୍କ ପ୍ରେମ କାହାଣୀ

ବବି-ନୀଲମଙ୍କ ପ୍ରେମ କାହାଣୀ

ବବି ଦେଓଲଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ହିନ୍ଦୀ ସିନେମା ‘ବରସାତ୍‌’ରେ। ନିଜ କ୍ୟାରିୟର ଆରମ୍ଭ ଅବସ୍ଥାରେ ସେ ପ୍ରେମରେ ପଡିଯାଇଥିଲେ। 

କଙ୍ଗନା-ସୋନମ ତୁ ତୁ ମେଁ ମେଁ

କଙ୍ଗନା-ସୋନମ ତୁ ତୁ ମେଁ ମେଁ

କଙ୍ଗନା ରାଣାଓ୍ବତ ବନାମ ସୋନମ କପୁର। ଦୁହିଁଙ୍କ ଭିତରେ କଥା କଟାକଟି ଚରମ ସୋପାନରେ ପହଞ୍ଚତ୍ଛି। ଏପଟୁ ପଦେକୁ ସେପଟୁ ପଦେ। ଏଭଳି ତୁ ତୁ ମେଁ ମେଁ ଥମିବାର ନଁା ନେଉନାହିଁ। 

କଥା ୨୪ ଘଣ୍ଟାର

କଥା ୨୪ ଘଣ୍ଟାର

ପ୍ରେମ ଏଭଳି ଏକ ଜିନିଷ ଯାହା କେତେବେଳେ ଆରମ୍ଭ ହୁଏ ଏବଂ ତାହାର ଶେଷ କିପରି ହୁଏ ଆକଳନ କରିବା ସହଜ ନୁହେଁ। ଗୋଟିଏ କାମରେ ଯାଇଥିବା ବେଳେ ଯୁବକଟି ପ୍ରେମ ଜାଲରେ ଫସିଯାଉଛି।

ଟୁର୍‌ ମିଶନ

ଟୁର୍‌ ମିଶନ

ପ୍ରିୟଙ୍କା ଚୋପ୍ରା ଏବେ ଗୋଟିଏ ମିଶନକୁ ନେଇ ବ୍ୟସ୍ତ। ପୁଣି ଏଥିରେ ତାଙ୍କ ସହ ହାତ ମିଳାଇଛନ୍ତି ତାଙ୍କର ବୟଫ୍ରେଣ୍ଡ ନିକ୍‌ ଜୋନାସ। ପ୍ରାୟ ଅନେକେ ଜାଣନ୍ତି ଯେ ଏହି ଯୋଡ଼ି ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।