Dharitri News
ଅପରାଧ |

ବନ୍ଧୁକ ମୁନରେ ଛାତ୍ରୀଙ୍କୁ ଅପହରଣ

ବନ୍ଧୁକ ମୁନରେ ଛାତ୍ରୀଙ୍କୁ ଅପହରଣ ବାଳକାଟୀ, ୧୭।୧୨ (ଡି.ଏନ.ଏ.): ଅସୁରକ୍ଷିତ ହୋଇପଡ଼ିଛି କମିଶନ୍‌ରେଟ ପୋଲିସ ବ୍ୟବସ୍ଥା ପରିସରଭୁକ୍ତ ବାଳକାଟୀ ଫାଣ୍ଡି ଅଞ୍ଚଳ। ପୁଣି ଫୁଟିଛି ବନ୍ଧୁକରୁ ଗୁଳି। ମାତ୍ର ଏଥର ଗୁଳି ଫୁଟିଛି କୌଣସି ଲୁଟ୍‌ କିମ୍ବା ରାହାଜାନି ପାଇଁ ନୁହେଁ। ତିନି ରାଉଣ୍ଡ ଗୁଳି ଫୁଟାଇ ୩ ଜଣ ଯୁବକଙ୍କ ସହ ଜଣେ ଯୁବତୀ ମିଶି ଅଧରାତିରେ ଅପହରଣ କରି ନେଇଛନ୍ତି ଜଣେ ସପ୍ତମ ଶ୍ରେଣୀରେ ପଢୁଥିବା ୧୩ ବର୍ଷିଆ ନାବାଳିକାଙ୍କୁୁ। ଘଟଣା ଘଟିଛି ଶନିବାର ରାତି ପ୍ରାୟ ସାଢ଼େ ୧୨ଟାରେ ଫାଣ୍ଡି ନିକଟ ସାତକାଞ୍ଜିଆ ଗ୍ରାମ ନିକଟବର୍ତ୍ତୀ ଏକ ବସ୍ତିରେ। ଏ ନେଇ ଅପହୃତା ନାବାଳିକାଙ୍କ ମା’ ରାତି ୧ଟାରେ ଫାଣ୍ଡିରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ତଦନ୍ତ ଚଳାଇଥିଲା। ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ ଅଞ୍ଚଳରୁ ରାତି ୨ଟାରେ ଅପହରଣକାରୀଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ୨ ଜଣଙ୍କୁ ପୋଲିସ ଆଣି ଫାଣ୍ଡିରେ ରଖି ପଚରାଉଚରା ଚଳାଇଛି। ଅଟକ ୨ ଜଣଙ୍କ ତଥ୍ୟକୁ ଆଧାର କରି ନାବାଳିକାଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଚଳାଇଛି। ନାବାଳିକା ମା’ଙ୍କ ଅଭିଯୋଗ ଅନୁଯାୟୀ, ଶନିବାର ରାତିରେ ୩ ଜଣ ଯୁବକ ଓ ଜଣେ ଯୁବତୀ ୨ଟି ପଲ୍‌ସର ବାଇକ୍‌ରେ ଆସି ତାଙ୍କ ଘର ପାଖରେ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣ ଯୁବକ ହାତରେ ୨ଟି ବନ୍ଧୁକ ଧରିଥିବାବେଳେ ଯୁବତୀ ଜଣକ ହାତରେ ଏକ ଭୁଜାଲି ଧରି ଘର କବାଟ ବାଡ଼େଇଥିଲେ। କବାଟ ଖୋଲିବା କ୍ଷଣି ଘର ଭିତରକୁ ପଶି ଯାଇ ଜଣେ ଯୁବକ ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ବେଳେ ଯୁବତୀ ଜଣକ ବେକରେ ଭୁଜାଲି ଲଗାଇଥିଲେ। ଅନ୍ୟ ଜଣେ ବନ୍ଧୁକଧାରୀ ଯୁବକ ଘର ବାହାରେ ରହି ୩ ରାଉଣ୍ଡ ଗୁଳି ଫୁଟାଇ ଭୟଭୀତ କରାଇଥିଲେ। ବାଇକ୍‌ ଯୋଗେ ଝିଅକୁ ଅଧରାତିରେ ଅପହରଣ କରି ନେଇ ଯାଇଥିଲେ। ଘଟଣା ସମ୍ପର୍କରେ ପୋଲିସକୁ ମୋବାଇଲ ଫୋନ୍‌ ଯୋଗେ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିଲା। ତେବେ ଅପହରଣକାରୀଙ୍କୁ ନାବାଳିକାଙ୍କ ମା’ ଜାଣିଥିବା ପୋଲିସ ଆଗରେ ସୂଚନା ଦେଇଥିଲେ। ଏହି ବସ୍ତିରେ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତି ଘର କରି ୮ ଜଣଙ୍କୁ ଭଡ଼ା ଦେଇଥିଲେ। ଏହି ୮ ଜଣଙ୍କ ମଧ୍ୟରେ ୨ ଜଣ ମହିଳା, ୬ ଜଣ ଯୁବକ ଥିଲେ। ମହିଳା ଦ୍ୱୟ ଘରେ ରହୁଥିବାବେଳେ ୬ ଜଣ ଯୁବକ ତିନୋଟି ନମ୍ବର ବିହୀନ ପଲସର ବାଇକ୍‌ରେ ସନ୍ଧ୍ୟା ୬ଟାରେ ଯାଇ ଭୋର ୪ଟାରେ ଫେରୁଥିଲେ। ସପ୍ତାହେ ହେଲା ସେମାନେ ଏହି ଘର ଛାଡ଼ି ଶିଶୁପାଳଗଡ ଅଞ୍ଚଳରେ ରହୁଥିଲେ। ଶନିବାର ରାତିରେ ଅପହରଣ ଘଟଣାରେ ଏମାନଙ୍କ ମଧ୍ୟରୁ ୩ ଯୁବକ ଓ ଜଣେ ମହିଳା ସାମିଲ ଥିବା ଚିହ୍ନି ପାରିଥିବା ନାବାଳିକାଙ୍କ ମା’ ସୂଚନା ଦେଇଛନ୍ତି। ଏ ନେଇ ଥାନାରେ ନଂ. ୩୩୫/୧୭ରେ ମାମଲା ରୁଜୁ ହୋଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ସୁଜିତ ଦାଶଙ୍କୁ ପଚାରିବାରେ ପୋଲିସ ଖୁବ୍‌ଶୀଘ୍ର ଛାତ୍ରୀଙ୍କୁ ଉଦ୍ଧାର କରିବ ବୋଲି କହିଛନ୍ତି।

ଅପରାଧ |

ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧି ସୁରେଶ ଆହତ

ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧି ସୁରେଶ ଆହତ

ନୟାଗଡ ଅଫିସ,୨୩।୧: ନୟାଗଡ ଜିଲା ବାରମାସୀ ଦଣ୍ଡା ନିକଟରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ସେ ହେଉଛନ୍ତି ଦଶପଲ୍ଲା ଥାନା ପୋଇବାଡି ଗ୍ରାମର ସୁରେଶ ରାଉତ। ପୋଲିସ ତାଙ୍କଠାରୁ ଗୋଟିଏ ମାଉଜର ଓ ବାଇକ୍‌ ଜବତ କରିଛି।

ମହିଳା ସାମାଜିକ କର୍ମୀଙ୍କ ଜୀବନ ପ୍ରତି ବିପଦ:  ଏସିଡ୍‌ ପକାଇବାକୁ ଧମକ ଦେଲେ ଅଭିଯୁକ୍ତ

ମହିଳା ସାମାଜିକ କର୍ମୀଙ୍କ ଜୀବନ ପ୍ରତି ବିପଦ: ଏସିଡ୍‌ ପକାଇବାକୁ ଧମକ ଦେଲେ ଅଭିଯୁକ୍ତ

ଭୁବନେଶ୍ୱର,୨୨।୧ (ବ୍ୟୁରୋ)- ନ୍ୟାୟ ପାଇବା ଆଶା ହରାଇ ଶେଷରେ ଆତ୍ମହତ୍ୟା କଲେ କୁନ୍ଦୁଲି ବଳାତ୍କାର ପୀଡିତା। ଏହି ଘଟଣା ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହିଳା ନିଜକୁ ଅସୁରକ୍ଷିତ ମଣୁଛନ୍ତି।

ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଯାଜପୁର ଅଫିସ,୨୨।୧: ଯାଜପୁର ଜିଲା ସଦର ବ୍ଲକ ବୁଢ଼ାଘାଟ ନିକଟରୁ ସୋମବାର ସକାଳେ ପୋଲିସ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ସନ୍ଦେହ କରାଯାଉଛି।

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି।

ଚଳନ୍ତା ବାଇକ୍‌ ଉପରକୁ ଗୁଳିମାଡ: ଯୁବକ ଗୁରୁତର

ଚଳନ୍ତା ବାଇକ୍‌ ଉପରକୁ ଗୁଳିମାଡ: ଯୁବକ ଗୁରୁତର

ବାଲେଶ୍ୱର ଅଫିସ,୨୦।୧-ବାଲେଶ୍ୱର ସହର ଆଇଟିଆଇ ଛକ ଅଞ୍ଚଳରେ ବାରମ୍ବାର ଗୁଳି ଫୁଟିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟା ବାତାବରଣ ସୃଷ୍ଟି କରିଛି। ଶନିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଆଇଟିଆଇ ଛକ ଓରିପ୍ଲାଷ୍ଟ ଫ୍ୟାକ୍ଟ୍ରି ସମ୍ମୁଖରେ ଏକ ଚଳନ୍ତା ବାଇକ୍‌ ଉପରକୁ ଗୁଳିମାଡ କରାଯାଇଛି। ବାଇକ୍‌ରେ ଯାଉଥିବା ଯୁବକଙ୍କ ପିଠିର ଡାହାଣପାର୍ଶ୍ୱରେ ଗୁଳି ବାଜିବାରୁ ସେ ଗାଡିରୁ ତଳକୁ ପଡିଯାଇଥିଲେ। ଖବରପାଇ ସହଦେବଖୁଣ୍ଟା ଏବଂ ସଦର ଥାନା ପୋଲିସ୍‌ ପହଞ୍ଚତ୍ ଆହତଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲା।

କୃଷି ସଭାରେ ଯୁବକଙ୍କୁ ଛୁରି ଭୁଷି ହତ୍ୟା

କୃଷି ସଭାରେ ଯୁବକଙ୍କୁ ଛୁରି ଭୁଷି ହତ୍ୟା

ନିରାକାରପୁର, ୨୦।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପଞ୍ଚାୟତ ତାଳପଡ଼ା ଗୋଠ ପଡ଼ିଆରେ ଶନିବାର ଅପରାହ୍ନରେ ଜନୈକ ଯୁବକଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି।

ସମ୍ପର୍କରେ ରକ୍ତ ଛିଟ: ପିଟିପିଟି ମାରିଦେଲେ ସ୍ତ୍ରୀ, ପୁଅ

ନବରଙ୍ଗପୁର, ୨୦।୧(ବି.ପ୍ର.)- ପାରିବାରିକ କଳହ କିଭଳି ଉଗ୍ର ରୂପ ନେଇପାରେ ଏହାର ଏକ ଦୃଷ୍ଟାନ୍ତ ଶନିବାର ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଛି। ଚରିତ୍ରରେ ସନ୍ଦେହ କରି ଘରେ ଝଗଡା ଓ ମାରପିଟ କରୁଥିବା ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ ଓ ପୁଅ। ସେ ହେଲେ ରାଇଘର ଥାନା ସରଗୁଲି ଅଞ୍ଚଳର ବଳଦେବ ଗଣ୍ଡ(୫୦)।

ନକଲି ଗୁଟ୍‌ଖା କାରଖାନା ଠାବ, ୩ ଗିରଫ

ନକଲି ଗୁଟ୍‌ଖା କାରଖାନା ଠାବ, ୩ ଗିରଫ

କଟକ ରୋଡ଼, ୨୦।୧(ଡି.ଏନ୍‌.ଏ.): କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୋଲିସ ଶନିବାର ସକାଳେ ମିଳିତ ଚଢାଉକରି ଝାରପଡ଼ା ମହାବୀର ନଗରରେ ଥିବା ଏକ ଭଡ଼ାଘରେ ଚାଲିଥିବା ନକଲି ଗୁଟ୍‌ଖା କାରଖାନା ଠାବ କରିଛି।

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୋକାନ ପୋଡିଲେ ଦୁର୍ବୃତ୍ତ

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୋକାନ ପୋଡିଲେ ଦୁର୍ବୃତ୍ତ

କଣ୍ଟାପଡ଼ା, ୧୯।୧(ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ କୂଳ ବ୍ରାହ୍ମଣସାଇଲୋ ବଜାରରେ ଜଣେ ବ୍ୟକ୍ତିଙ୍କ ଜଳଖିଆ ଦୋକାନରେ ଗୁରୁବାର ରାତିରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି।

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ, ୧୯।୧: ଭଦ୍ରକ ଜିଲା ନୂଆବଜାରସ୍ଥିତ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଶୁକ୍ରବାର କିଛି ଦୁର୍ବୃତ୍ତ ଜଣେ ଜମାକାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଏକ ପଲ୍‌ସର ବାଇକ୍‌ରେ ଆସି ଏହି କାଣ୍ଡ ଘଟାଇଛନ୍ତି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଦଶରଥପୁରରେ ମହିଳାଙ୍କୁ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ କେନ୍ଦୁଝରରୁ ଗିରଫ

ଦଶରଥପୁରରେ ମହିଳାଙ୍କୁ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ କେନ୍ଦୁଝରରୁ ଗିରଫ

ରାଇସୁଆଁ,୧୯।୧(ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବିଜେଡି କାର୍ଯ୍ୟାଳୟରେ ଜଣେ ମହିଳାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି। କେନ୍ଦୁଝରରୁ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ମହାପାତ୍ରଙ୍କୁ ଗିରଫ କରାଯାଇଛି।

‘ତୁମେ ମରିଗଲେ ସ୍କୁଲ ଛୁଟି ହୋଇଯିବ’

‘ତୁମେ ମରିଗଲେ ସ୍କୁଲ ଛୁଟି ହୋଇଯିବ’

ଲକ୍ଷ୍ନୌ, ୧୮।୧: କୁହାଯାଏ ଶିଶୁ ମନ ଅତି କୋମଳ। ଦିନକୁ ଦିନ ଏହି କୋମଳମତି ଶିଶୁମାନଙ୍କ ମନରେ ଆପରାଧିକ ମନୋବୃତ୍ତି ବୃଦ୍ଧି ପାଉଥିବା ଦେଖାଯାଉଛି। ଫଳରେ ହତ୍ୟା ପରି ଜଘନ୍ୟ କାଣ୍ଡ ଘଟାଇବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି। ଏପରି ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜସ୍ଥିତ ବ୍ରାଇଟଲ୍ୟାଣ୍ଡ ସ୍କୁଲରେ। ଏଠାରେ ୭ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ପ୍ରଥମ ଶ୍ରେଣୀର ଛାତ୍ରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହା କେବଳ ଛୋଟିଆ କାରଣ ପାଇଁ। ଛାତ୍ରୀଜଣକ ସ୍କୁଲ ଛୁଟି କରିବାକୁ ଚାହୁଁଥିଲେ।