ଜୀବନଚର୍ଯ୍ୟା |

ଚା’ର ଉପକାରିତା

ଚା’ର ଉପକାରିତା

ବିଛଣାରୁ ଉଠିବା ପରେ ସଙ୍ଗେ ସଙ୍ଗେ ଚା’ ପିଇଲେ ଶରୀର ଫୁର୍ତ୍ତି ଲାଗେ ବୋଲି ଅନେକ ମତ ଦେଇଥାନ୍ତି। ବିଶେଷ କରି ଶୀତଦିନେ ଚା’ ଟିକେ ପିଇବାକୁ ସମସ୍ତଙ୍କର ଇଚ୍ଛା ହୋଇଥାଏ। ଚା’ ଶରୀର ପାଇଁ ବେଶ ଉପକାରୀ। ବିଭିନ୍ନ ପ୍ରକାର ସ୍ବାଦରେ ମିଳେ ଏହି ଚା’।
-ଗ୍ରୀନ ଟି, ବ୍ଲାକ୍‌ ଟି, ଲେମନ୍‌ ଟିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ଶରୀରକୁ ଫିଟ୍‌ ରଖିବାରେ ସହାୟକ ହୋଇଥାଏ। -ଚା’ ପିଇବା ଦ୍ୱାରା ଶରୀରରେ କୋଲେଷ୍ଟୋରଲ୍‌ ବା ଚର୍ବି ଅଂଶ କମିବା ସହ ହୃଦରୋଗ ସମସ୍ୟାକୁ ଦୂରେଇ ଦେଇହୁଏ। -ଅଦା ଚା’ ଓ ମସଲା ଚା’ ପିଇଲେ କଫ ଓ ଥଣ୍ଡା ସର୍ଦ୍ଦିରୁ ଉପଶମ ମିଳିଥାଏ। ଚା’ ପିଇବା ଦ୍ୱାରା ହାଡ ମଜଭୁତ ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। କେତେଗୁଡିଏ ଚା’ ଅଛି ଯାହା ସମସ୍ତଙ୍କର ପସନ୍ଦ ହୋଇଥିବା ବେଳେ ଏହା ଶରୀରକୁ ଭିଟାମିନ୍‌ ସି ଯୋଗାଇବା ସହ, ବ୍ଲଡ ପ୍ରେସର ଓ କୋଲେଷ୍ଟୋରଲ ଠାରୁ ଆପଣଙ୍କୁ ଦୂରେଇ ରଖିଥାଏ। ଗ୍ରୀନ୍‌ ଟି: ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଥଣ୍ଡା ସର୍ଦ୍ଦିରୁ ଉପଶମ ଦେଇଥାଏ। ଏହା ହାଡ଼କୁ ମଜଭୂତ ରଖିବା ସହ ସନ୍‌ସ୍କ୍ରିନ୍‌ ବ୍ୟାକ୍‌ ଅପ୍‌ ଭାବେ କାମ କରିଥାଏ।  ହ୍ବାଇଟ୍‌ ଟି: ଏହା ଶରୀରକୁ ଉଷୁମ ରଖିଥାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ହ୍ବାଇଟ୍‌ ଟି। ସ୍ବାଇସ୍‌ ରୁଇବସ୍‌ ଟି: ଏହା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସଂକ୍ରମଣରୁ ରକ୍ଷା କରିବା ସହ ଏହି ଚା’ ଆପଣଙ୍କୁ ଫିଟ୍‌ ରଖିବାରେ ସାହାଯ୍ୟ କରିଥାଏ। ତୁଳସୀ,ଗୋଲାପ ଓ ଗୁଜୁରାତି ଚା’: ଏହା କେଶ ଓ ଚର୍ମ ସମସ୍ୟା ପାଇଁ ବେଶ ଲାଭଦାୟକ।

All Right Reserved By

Model This Week

ନିକିତା

ଜୀବନଚର୍ଯ୍ୟା |

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

ନୂଆଦିଲ୍ଲୀ : କଫି ଓ ଚା ହୃଦ୍‌ଘାତରୁ ମନୁଷ୍ୟକୁ ସୁରକ୍ଷା ଦେଇଥାଏ। ଏନେଇ ଚିକିତ୍ସା ବିଜ୍ଞାନୀ ଏକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। କଫିରେ ଥିବା କାଫିନ୍‌ ଓ ଚାରେ ଥିବା ନିକୋଟାଇନ୍‌ ରକ୍ତରେ ମିଶିବା ଦ୍ୱାରା ଏହାର କୋଷିକା ଉତ୍ତେଜିତ ହୋଇଥାଏ। ଫଳରେ ହୃଦୟର ସାଧାରଣ କାର୍ଯ୍ୟକାରିତା ବୃଦ୍ଧି ପାଇଥାଏ।

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ବେଳେବେଳେ ଆମେ ଥଣ୍ଡା ସର୍ଦ୍ଦି ଭଳି ଛୋଟ ଛୋଟ ରୋଗରେ ପଡିଲେ ମା’ ଆମ ରୋଷେଇ ଘରେ ଥିବା କିଛି ଜିନିଷ ବ୍ୟବହାର କରି ଆମକୁ ରୋଗମୁକ୍ତ କରିଥାଆନ୍ତି। ବିଶେଷ କରି ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଆମକୁ ସୁସ୍ଥ ରଖିବାକୁ ବେଶ୍‌ ସହାୟକ ହୋଇଥାଏ।

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଓ୍ବାଶିଂଟନ : ଶରୀରରରେ ଭିଟାମିନ୍‌-ଡି’ସ୍ତର କମ୍‌ ହେଲେ ମଧୁମେହ ଆଶଙ୍କା ବଢ଼ିଥାଏ ବୋଲି କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ ଏକ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ମର୍ମରେ ଗବେଷକ ୯୦୩ ଜଣ ବ୍ୟକ୍ତିଙ୍କ ଉପରେ ଅନୁଧ୍ୟାନ କରିଥିଲେ। ଜଣାପଡିଥିଲା ଯେ, ରକ୍ତରେ ଭିଟାମିନ୍‌-ଡି’ ସ୍ତର ହ୍ରାସ ପାଇଲେ ଟାଇପ୍‌-୨ ମଧୁମେହ ହେବାର ଆଶଙ୍କା ଦେଖାଦେଇଥାଏ।

ବିଛା ବିଷରୁ ଔଷଧ

ବିଛା ବିଷରୁ ଔଷଧ

ନୂଆଦିଲ୍ଲୀ,୧୯।୪: ବିଛା ବିଷରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଉପଶମକାରୀ ଯୋଗିକ ରହିଛି ବୋଲି ଗବେଷକ ଜାଣିପାରିଛନ୍ତି। ଏହି ଯୌଗିକରୁ ପ୍ରସ୍ତୁତ ଔଷଧ ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିମାନେ ଉପକୃତ ହୋଇପାରିବେ। ବୟସ ବଢ଼ିବା ସହିତ ଗଣ୍ଠିସ୍ଥାନରେ ଥିବା ଲିଗାମେଣ୍ଟ ଧୀରେ ଧୀରେ ଏହାର ନମନିୟତା ହରାଇ ବସିଥାଏ।

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ଦାନ୍ତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସଫା ଧଳା ଓ ସମାନ ଆକାରର ଦାନ୍ତରେ ସାମାନ୍ୟ ହସିଦେଲେ ଏହା ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ।

 ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଓ୍ବାଶିଂଟନ, ୧୬।୪: ସାଇଲେଣ୍ଟ୍‌ ଆଟାକ୍‌ ବା ନୀରବ ହୃଦ୍‌ଘାତ ଲକ୍ଷଣ ପ୍ରକାଶ ବିନା ହଠାତ୍‌ ହୃଦୟର କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ନିୟମିତ ସନ୍ତୁଳିତ ଖାଦ୍ୟ ଗ୍ରହଣ କରୁଥିବା ତଥା ଶାରିରୀକ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କଠାରେ ମଧ୍ୟ ଏପରି ସମସ୍ୟା ଦେଖାଯାଇପାରେ। ବିଷାଦଗ୍ରସ୍ତ ରହିବା, ନିୟମିତ ନିଶାଦ୍ରବ୍ୟ ଗ୍ରହଣ କରିବା, ସିଗାରେଟ୍‌ ଟାଣିବା ଆଦି ଦ୍ୱାରା ରକ୍ତବାହୀ ନଳୀରେ ସୃଷ୍ଟି ହେଉଥିବା ବିଭିନ୍ନ ଯନ୍ତ୍ରଣା ସମ୍ପର୍କରେ ସ୍ନାୟୁ କୋଷିକା ନିକଟରେ କୌଣସି ସୂଚନା ପହଞ୍ଚତ୍ପାରେ ନାହିଁ।

ସ୍ମୃତି ଶକ୍ତିକୁ ପ୍ରଭାବିତ କରେ ନିଶ୍ଚେତକ

ସ୍ମୃତି ଶକ୍ତିକୁ ପ୍ରଭାବିତ କରେ ନିଶ୍ଚେତକ

ଓ୍ବାଶିଂଟନ, ୧୫।୪: ଅପରେଶନ ସମୟରେ ରୋଗୀକୁ କଷ୍ଟ ନ ହେବା ପାଇଁ ଡାକ୍ତରମାନେ ନିଶ୍ଚେତକର ପ୍ରୟୋଗ କରିଥାନ୍ତି। ଏହାଦ୍ୱାରା ରୋଗୀର ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ଅନୁଭୁତ ହୋଇଥାଏ। ଫଳରେ ସ୍ମୃତି ଶକ୍ତି ହ୍ରାସ ପାଇଥାଏ ବୋଲି ଏନେଇ ଚିକିତ୍ସାବିଜ୍ଞାନୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି। ଏହି ମର୍ମରେ ସେମାନେ ନିଶ୍ଚେତକ ପ୍ରୟୋଗ ହୋଇଥିବା ୩୧୨ ଜଣ ରୋଗୀ ଏବଂ ପ୍ରୟୋଗ ହୋଇ ନ ଥିବା ୬୫୨ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ଫ୍ୟୁଜନ ଫ୍ୟାଶନ୍‌

ଫ୍ୟୁଜନ ଫ୍ୟାଶନ୍‌

ଏମିତିରେ ଇଣ୍ଡିଆନ୍‌ ଟ୍ରାଡିସ୍‌ନାଲ୍‌ ବେଶ ପୋଷାକ ତୁଳନାରେ ଓ୍ବେଷ୍ଟର୍ନ ଓ୍ବେର୍‌କୁ ଅଧିକ ପସନ୍ଦ କରୁଛନ୍ତି ଆଜିର ଯୁବପିଢ଼ି। ହେଲେ ବର୍ତ୍ତମାନ ଅନେକ ବଡ଼ବଡ଼ ଫ୍ୟାଶନ୍‌ ଡିଜାଇନର ଏବଂ ଫ୍ୟାଶନ୍‌ ବ୍ରାଣ୍ଡ ଏହି ଉଭୟ ପୋଷାକକୁ ନେଇ ପ୍ରସ୍ତୁତ କରୁଛନ୍ତି ଫ୍ୟୁଜନ୍‌। କେବଳ ଆମ ଦେଶରେ ନୁହେଁ, ବର୍ତ୍ତମାନ ବାହାର ଦେଶଗୁଡ଼ିକରେ ମଧ୍ୟ ଇଣ୍ଡିଆନ୍‌ ଟେକ୍ସଟାଇଲ୍‌ର ଡିମାଣ୍ଡ ବେଶ୍‌ ବଢ଼ିବାରେ ଲାଗିଛି।

ମିଠା ଜହର

ମିଠା ଜହର

ଚିନିର ସ୍ବାଦ ଯେତିକି ମିଠା, ଶରୀର ଉପରେ ଏହାର କୁପ୍ରଭାବ ତାହାଠାରୁ ଅନେକ ଗୁଣା ଅଧିକ। ଏହାର ବ୍ୟବହାର ମଣିଷ ଦେହରେ ବହୁ ରୋଗ ସୃଷ୍ଟି କରିଥାଏ। ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର କୌଣସି ନିଶାଠାରୁ ମଧ୍ୟ କମ୍‌ ନୁହେଁ। କେବେକେବେ ଜାଣିଜାଣି ଆମେ ଏହାର ବ୍ୟବହାର କରିଥାଉ ତ, କେବେକେବେ ଅଜାଣତରେ ଏହାକୁ ବ୍ୟବହାର କରିଥାଉ।

ମାନସିକ ସ୍ଥିତିକୁ ସୁଦୃଢ଼ କରେ ସ୍ବାଭିମାନ

ମାନସିକ ସ୍ଥିତିକୁ ସୁଦୃଢ଼ କରେ ସ୍ବାଭିମାନ

ଓ୍ବାଶିଂଟନ: ସ୍ବାଭିମାନ ମାନସିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟତା କରିଥାଏ। ଏହା ମାନସିକ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଆତ୍ମ ସମ୍ମାନ ଓ ବ୍ୟକ୍ତିତ୍ୱ ନିଷ୍ଠା ସ୍ବାଭିମାନ ଦ୍ୱାରା ପରିପ୍ରକାଶ ହୋଇଥାଏ। ଏହି ମର୍ମରେ ଓ୍ବାଟରଲୁ ବିଶ୍ୱ ବିଦ୍ୟାଳୟର ମନୋସ୍ତତ୍ତ୍ୱବିତ୍‌ ୮ରୁ ୧୭ ବର୍ଷ ବୟସ୍କ ୪୭ ଜଣ ମାନସିକ ବିକାର ଗ୍ରସ୍ତ ପିଲାଙ୍କ ଉପରେ ଅଧ୍ୟୟନ କରିଥିଲେ।

ଆଜ୍‌ମା ଯୋଗୁ ହ୍ରାସ ପାଏ ପ୍ରଜନନ କ୍ଷମତା

ଆଜ୍‌ମା ଯୋଗୁ ହ୍ରାସ ପାଏ ପ୍ରଜନନ କ୍ଷମତା

ଲଣ୍ଡନ: ଆଜ୍‌ମା ଯୋଗୁ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ ବୋଲି ୟୁରୋପିଆନ୍‌ ଲଙ୍ଗସ୍‌ ଫାଉଣ୍ଡେସନ ପକ୍ଷରୁ ସମ୍ପନ୍ନ ହୋଇଥିବା ଏକ ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଆଜ୍‌ମା ଦ୍ୱାରା ଆକ୍ରାନ୍ତ ମହିଳା ଯଦି ନିୟମିତ ଔଷଧ ଗ୍ରହଣ କରୁଥାନ୍ତି ତେବେ ସେମାନେ ସନ୍ତାନ ସମ୍ଭବା ହେବା କଷ୍ଟକର ହୋଇଥାଏ। ଏହି ମର୍ମରେ ଗବେଷକ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ବିଟ୍ରେନ୍‌ ଓ ଅୟାରଲାଣ୍ଡ୍‌ର ୫ ହଜାର ମହିଳାଙ୍କ ଉପରେ ଅଧ୍ୟୟନ କରିଥିଲେ।

ପ୍ରାକୃତିକ ଉପାୟରେ ମୁହଁର ଦାଗ ଦୂରକରନ୍ତୁ

ପ୍ରାକୃତିକ ଉପାୟରେ ମୁହଁର ଦାଗ ଦୂରକରନ୍ତୁ

ସୁନ୍ଦର ତ୍ୱଚା ସମସ୍ତଙ୍କୁ ପସନ୍ଦ। ହେଲେ ବେଳେ ବେଳେ ମୁହଁରେ ଦେଖାଯାଉଥିବା କିଛି ଦାଗକୁ ନେଇ ଆମେ ବ୍ୟତିବ୍ୟସ୍ତ ହୋଇପଡୁ। କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ଆପଣେଇଲେ ମୁହଁରେ ଥିବା ଦାଗ ଲିଭିଯିବା ସହ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ।