ସମ୍ପାଦକୀୟ |

ସୋନିଆ ଓ କଂଗ୍ରେସ

ସୋନିଆ ଓ କଂଗ୍ରେସ

ଆକାର ପଟେଲ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ହେବାରେ ରାହୁଲ ଗାନ୍ଧୀ ହେଉଛନ୍ତି ଗାନ୍ଧୀ-ନେହେରୁ ପରିବାରର ଷଷ୍ଠ ଦାୟାଦ। ପ୍ରଥମ ହେଉଛନ୍ତି ମୋତିଲାଲ୍‌ ନେହେରୁ। ତାଙ୍କ ପଛକୁ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ। ମୋତିଲାଲ ନେହେରୁ ୧୯୧୯ ମସିହାରେ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ। ତେଣୁ ଆଉ ପ୍ରାୟ ବର୍ଷେ ପରେ ନେହେରୁ-ଗାନ୍ଧୀ ପରିବାର ହାତରେ ଉକ୍ତ ପଦବୀ ରହିବାର ୧୦୦ ବର୍ଷ ପୂରିଯିବ। ଅବଶ୍ୟ ମଝିରେ ଅନ୍ୟମାନେ ଅଳ୍ପକାଳ ପାଇଁ ଅଧ୍ୟକ୍ଷ ହୋଇଛନ୍ତି, କିନ୍ତୁ ଏକ ଦଶନ୍ଧି ପରେ ମୋତିଲାଲଙ୍କ ପୁଅ ହାତକୁ ଦାୟିତ୍ୱ ଆସିବା ପରେ ଭାରତର ପ୍ରଥମ ରାଜନୈତିକ ପରିବାରତନ୍ତ୍ର ପ୍ରତିଷ୍ଠାର ପର୍ବ ଆରମ୍ଭ ହୋଇଯାଇଥିଲା। ପ୍ରଥମେ ଜଣେ ବ୍ୟକ୍ତି ମାତ୍ର ଗୋଟିଏ ବର୍ଷ ପାଇଁ କଂଗ୍ରେସ ଅଧ୍ୟକ୍ଷ ହୋଇପାରୁଥିଲେ। କିନ୍ତୁ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ହେବା ପରେ ସେ ଏହି ପଦବୀରେ ଦୀର୍ଘବର୍ଷ ଧରି ରହିଲେ। ଇନ୍ଦିରା ଗାନ୍ଧୀ ଅଧ୍ୟକ୍ଷ ହେବା ପରେ ଜଣେ ବ୍ୟକ୍ତି ହାତରେ ଅଧ୍ୟକ୍ଷ ପଦ ସ୍ଥାୟୀ ଭାବେ ରହିବାର ଏକ ପରମ୍ପରା ସୃଷ୍ଟି ହୋଇଗଲା। ସୋନିଆ ଗାନ୍ଧୀ ସବୁଠୁ ଅଧିକ ୨୦ ବର୍ଷ ଦଳର ଅଧ୍ୟକ୍ଷ ରହିଛନ୍ତି। ରାହୁଲଙ୍କ ପାଖରୁ ଏ ପରମ୍ପରା ବି ସେମିତି ବଳବତ୍ତର ରହିବ। ଅନେକ ଯୁବ ପାଠକ ଏ କଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଂଗ୍ରେସ ତା’ର ଇତିହାସରେ ମୁଖ୍ୟତଃ ଏକ ହିନ୍ଦୁ ଦଳ ଭାବେ ବିବେଚିତ ହୋଇଆସୁଥିଲା। ଅତୀତରେ ଅନେକ ରକ୍ଷଣଶୀଳ ବ୍ୟକ୍ତିତ୍ୱ ଏହାର ନେତୃତ୍ୱ ନେଇଛନ୍ତି, ଯେଉଁମାନଙ୍କୁ ଏବେ ଭାଜପା ସହ ଜଡ଼ିତ ବୋଲି ବିବେଚନା କରାଯାଉଛି। କିନ୍ତୁ ସେମାନେ କଂଗ୍ରେସର ହିଁ ସଦସ୍ୟ ଥିଲେ, ଯଥା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ପଣ୍ଡିତ ମଦନ ମୋହନ ମାଲବ୍ୟ। ତେଣୁ ମୁସ୍‌ଲିମ ଲିଗ୍‌ର ପ୍ରତିଷ୍ଠାତା ଜିନ୍ନା ଭାବିଲେ ଯେ, କଂଗ୍ରେସ ହାତରେ ଭାରତର ସଂଖ୍ୟାଲଘୁମାନେ ସୁରକ୍ଷିତ ନୁହନ୍ତି। ଏହା ଭାରତ ବିଭାଜନର ଅନ୍ୟତମ କାରଣ। ପରେ ବିଶେଷତଃ ସୋନିଆ ଗାନ୍ଧୀ ଦଳର ଏପରି ଏକ ଭାବମୂର୍ତ୍ତି ସୃଷ୍ଟି କଲେ, ଯାହାଫଳରେ ଲୋକେ ଭାବିଲେ ଯେ କଂଗ୍ରେସ ହେଉଛି ହିନ୍ଦୁ-ବିରୋଧୀ। ସେ ୨୦ ବର୍ଷ କାଳ ଦଳର ଅଧ୍ୟକ୍ଷା ରହିବା ଭିତରେ ଭାରତ ଇତିହାସରେ ଏକ କୌତୂହଳପୂର୍ଣ୍ଣ ସମୟ ଦେଇ ଗତି କରିଛନ୍ତି। ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ହେଲେ, ଯେ କି ଜଣେ ବିଜ୍ଞ ରାଜନେତା ହେଲେ ମଧ୍ୟ ତାଙ୍କୁ ସୋନିଆ ଗାନ୍ଧୀଙ୍କ ଛାୟା ତଳେ ରହି ଶାସନ କରିବାକୁ ପଡ଼ୁଥିଲା। ଲୋକମାନେ ବିଶ୍ୱାସ କରିବାକୁ ଆରମ୍ଭ କଲେ ଯେ ସୋନିଆ ଗାନ୍ଧୀ ସରକାରରେ କୌଣସି ପଦପଦବୀରେ ନ ଥିଲେ ମଧ୍ୟ ତାଙ୍କରି ଇଙ୍ଗିତରେ ହିଁ ଦେଶର ଶାସନ ଚାଲୁଛି। ସେତେବେଳେ ଯଦି କଂଗ୍ରେସ ପରିବାରତନ୍ତ୍ରରୁ ମୁକ୍ତ ହେବାର ଅବସର ଆସିଥାନ୍ତା, ତେବେ ଦଳର ବରିଷ୍ଠ ନେତା ହିଁ ଅଧ୍ୟକ୍ଷ ହୋଇଥାନ୍ତେ। ମାତ୍ର ସେତେବେଳେ ବାବ୍ରି ମସ୍‌ଜିଦ ଭଙ୍ଗ ଓ ତଜ୍ଜନିତ ହିଂସାକାଣ୍ଡ ସମାଜରେ ଓ ରାଜନୀତିରେ ଏକ ଆଲୋଡନ ସୃଷ୍ଟି କଲା। ଏ ଅବସ୍ଥାରେ କଂଗ୍ରେସ ନିଜକୁ ଅସୁରକ୍ଷିତ ମଣିଲା ଏବଂ ସେହି ପରିବାରତନ୍ତ୍ର ହିଁ ବଳବତ୍ତର ରହିଲା। ସୋନିଆ ଯେତେବେଳେ ଦଳର ମଙ୍ଗ ଧରିବାକୁ ଉଦ୍ୟମ କଲେ, ତାଙ୍କୁ ବିଶେଷ କିଛି କଷ୍ଟ କରିବାକୁ ପଡ଼ିନାହିଁ। ଅତି ସହଜରେ ସେ ଦଳର ବରିଷ୍ଠ ନେତା ସୀତାରାମ କେଶରୀଙ୍କୁ ଆଡ଼େଇ ଦଳର ଅଧ୍ୟକ୍ଷ ହୋଇପାରିଲେ। ସୋନିଆ ସବୁବେଳେ ଶାଢ଼ି ପିନ୍ଧୁଥିଲେ, କିନ୍ତୁ ଏବେ ତାକୁ ୟୁନିଫର୍ମ କରିଦେଇଛନ୍ତି। ସେ ପୁଣି କେବଳ ହିନ୍ଦୀ କହିବାକୁ ଆରମ୍ଭ କଲେ। ପ୍ରଥମେ ସେ ଇଂଲିଶ ଅକ୍ଷରରେ ଲେଖାଥିବା ହିନ୍ଦୀ ଭାଷଣକୁ ପଢ଼ୁଥିଲେ। ଏହାର ଏକ ଫଟୋଚିତ୍ର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଲୋକେ ସମାଲୋଚନା କଲେ। ପରେ ଆଉ ଏକ ଫଟୋଚିତ୍ର ପ୍ରକାଶ ପାଇଲା ଯେ ସେ ଦେବନାଗରୀ ଲିପିରେ ହିଁ ଲିଖିତ ଭାଷଣ ପଢ଼ୁଛନ୍ତି। ସେ ଜଣେ ପ୍ରଭାବଶାଳୀ ବକ୍ତା ନ ଥିଲେ କି ସେପରି ହେବାର ଛଳନା ବି ସେ କେବେ କରିନାହାନ୍ତି। ସାଧାରଣ ଜୀବନରେ ତାଙ୍କ ପାଇଁ ଦୁଇଟି ଉଲ୍ଲେଖନୀୟ ମୁହୂର୍ତ୍ତ ଆସିଥିଲା। ପ୍ରଥମଟି ୨୦୦୪ ମସିହାରେ, ଯେତେବେଳେ ସାମ୍ବିଧାନିକ ଭାବେ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ଥିଲେ ମଧ୍ୟ ସେ ନିଜେ ପ୍ରଧାନମନ୍ତ୍ରୀ ନ ହେବାକୁ ନିଷ୍ପତ୍ତି ନେଇଥିଲେ। ଯଦି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ସୁଷମା ସ୍ବରାଜ ଲଣ୍ଡା ହେବେ ବୋଲି ଧମକ ଦେଇଥିଲେ। ସୋନିଆ ଗାନ୍ଧୀ ନିଜର ୟୁରୋପୀୟ ନାଗରିକତ୍ୱ ତ୍ୟାଗ କରିବାକୁ ବିଳମ୍ବ କରିଥିବାରୁ ସେଥିପାଇଁ ତାଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ତେବେ ମୋ ମତରେ ଏହା ଠିକ୍‌ ନୁହେଁ। ଆମ ଭଳି ଗ୍ରୀନ୍‌କାର୍ଡପ୍ରେମୀ ଦେଶରେ କେତେଜଣ ଦେଶପ୍ରେମକୁ ନେଇ ୟୁରୋପୀୟ ବା ଆମେରିକୀୟ ନାଗରିକତ୍ୱ ତ୍ୟାଗ କରୁଛନ୍ତି? ତଥାପି ସୋନିଆ ତାଙ୍କର ପୂର୍ବ ନାଗରିକତ୍ୱ ତ୍ୟାଗ କରିଥିଲେ ମଧ୍ୟ, ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ଦ୍ୱିତୀୟ କଥା ହେଉଛି ସୋନିଆ ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ କରିବା। ତାଙ୍କର ଦୁଇଟି ଅବଧି ଯାହା କି ବର୍ତ୍ତମାନ ମୁଖ୍ୟତଃ ଦୁର୍ନୀତି ପାଇଁ ଚର୍ଚ୍ଚା ହେଉଛି, ତାହା ପ୍ରକୃତ ଅର୍ଥନୈତିକ ସଂସ୍କାରର ସମୟ ଥିଲା। ସୂଚନା ଅଧିକାର ଆଇନ, ଏନ୍‌ଆର୍‌ଇଜିଏ ପରି ଜନହିତକର ଆଇନ ଆମ ସରକାରର ‘ସମାଜବାଦୀ’ ଭାବମୂର୍ତ୍ତିକୁ ବଦଳାଇ ‘ବାମପନ୍ଥୀ’ ଭାବମୂର୍ତ୍ତି ପ୍ରତିଷ୍ଠା କରିଥିଲା। ତେବେ ତାଙ୍କ ୧୦ ବର୍ଷର ଶାସନ କାଳରେ ସ୍ବାଧୀନଭାବେ କିଛି କରିବାର ଅବସର ନ ଥିଲା କାରଣ ଏହା ଥିଲା ଏକ ମେଣ୍ଟ ସରକାର। ସୋନିଆଙ୍କ ଶେଷ ସାଧାରଣ ନିର୍ବାଚନ ଦଳ ପାଇଁ ବିପର୍ଯ୍ୟୟ ଆଣିଦେଲା। କିନ୍ତୁ ତଥାପି ଇତିହାସ ତାଙ୍କର ଚରିତ୍ର ଓ ସଫଳତା ପାଇଁ ତାଙ୍କୁ ସକାରାତ୍ମକ ଦୃଷ୍ଟିରେ ଦେଖିବ। Email: aakar.patel@gmail.com

All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଗତମାସରେ ବୀମା ନିୟାମକ ଓ ଉନ୍ନୟନ କର୍ତ୍ତୃପକ୍ଷ (ଆଇଆର୍‌ଡିଏ)ଠାରୁ ଅନୁମତି ପାଇବା ପରେ ଜୀବନବୀମା ନିଗମ (ଏଲ୍‌ଆଇସି) ବୋର୍ଡ କ୍ଷତିରେ ଚାଲୁଥିବା ଆଇଡିବିଆଇ ବ୍ୟାଙ୍କରେ ନିଜର ଅଂଶଧନ ୫୧ ପ୍ରତିଶତକୁ ବୃଦ୍ଧି କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଛି। ଆଉ କେତେଟା ପ୍ରକ୍ରିୟା ଶେଷହେବା ପରେ ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଲ୍‌ଆଇସିର ଅଧୀନ ହୋଇଯିବ। ଆଇଡିବିଆଇ ବ୍ୟାଙ୍କରେ ଜୀବନବୀମା ନିଗମର ବର୍ତ୍ତମାନ ୭.୯୮ ପ୍ରତିଶତ ଅଂଶଧନ ରହିଛି, ଯାହା ମାର୍ଚ୍ଚ ୨୦୧୮ ସୁଦ୍ଧା ୧୦.୮୨ ପ୍ରତିଶତ ଥିଲା। ରୁଗ୍ଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସୁସ୍ଥ କରିତୋଳିବା ଦୀର୍ଘଦିନ ହେଲା ସରକାରଙ୍କର ଏକ ନୀତି ...

 ସଙ୍କଟରେ ଭବିଷ୍ୟତ

ସଙ୍କଟରେ ଭବିଷ୍ୟତ

ଉପେନ୍ଦ୍ର ବିଶ୍ୱାଳ ପାଗଳପ୍ରାୟ ଘୂରି ବୁଲୁଥାନ୍ତି ମହାମାନ୍ୟ ମଦନମୋହନ ମାଲବ୍ୟ। ନିଶା ଘାରିଥାଏ ବନାରସରେ ବିଶ୍ୱସ୍ତରୀୟ ହିନ୍ଦୁ ବିଶ୍ୱବିଦ୍ୟାଳୟଟିଏ ପ୍ରତିଷ୍ଠା କରିବାକୁ। ହାତ ପତଉଥାନ୍ତି ସମସ୍ତଙ୍କୁ। ଏପରିକି ମୃତଦେହ ଶୋଭାଯାତ୍ରାରେ ଫିଙ୍ଗାଯାଉଥିବା ପଇସା କଉଡ଼ିକୁ ମଧ୍ୟ ସାଉଁଟି ରଖୁଥାନ୍ତି। ବଡ଼ ଆଶା ନେଇ ପହଞ୍ଚତ୍ଲେ ଦିନେ ଘନଶ୍ୟାମ ଦାସ ବିର୍ଲାଙ୍କ ବାସଭବନରେ। ବୈଠକଖାନାରେ ଟିକିଏ ବସିବାକୁ କହି ଠାକୁର ପୂଜା ପାଇଁ ଗଲେ ସେ। ଦୀପଟି ଜଳାଇଲାବେଳେ ପ୍ରଥମ ପରେ ଦ୍ୱିତୀୟ ଦିଆସିଲିକାଠିଟି ଲିଭିଗଲା। ତୃତୀୟ କାଠିଟି ବି ଲିଭିଗଲା ସାମାନ୍ୟ ଅସାବଧାନତାବଶତଃ। ଗର୍ଜିଉଠି ବର୍ଷିଗଲେ ପୂଜକ ଉପରେ। ଆଚମ୍ବିତ ହେଲେ ...

ପ୍ରାଣବନ୍ତ, ପ୍ରଣବସ୍ବରୂପ

ପ୍ରାଣବନ୍ତ, ପ୍ରଣବସ୍ବରୂପ

ଡା. ଅଂଶୁମାନ୍‌ କର ଗତ ସ୍ନାନପୂର୍ଣ୍ଣିମା ଦିନ ଗଜପତି ମହାରାଜ ପ୍ରଭୁ ଜଗନ୍ନାଥଙ୍କ ଆଳତି କରିବା ସମୟରେ ପ୍ରଭୁଙ୍କ ଶିରରୁ ଫୁଲମାଳ ଖସିବାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଆଜିର ସୋସିଆଲ ମିଡିଆ ଯୁଗରେ ଏହି ଘଟଣାର ଭୂରି ଭୂରି ପ୍ରଚାର ଓ ପ୍ରସାର ଚାଲିଛି। ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିରର ପ୍ରାଣବନ୍ତ ଅସ୍ତିତ୍ୱର ଏହା ଏକ ଦିବ୍ୟ ପ୍ରମାଣ ବୋଲି ଅନେକେ ମତ ବ୍ୟକ୍ତ କରୁଛନ୍ତି। କେତେଜଣ କହୁଛନ୍ତି, ଏହାଦ୍ୱାରା ପ୍ରଭୁ ନିଜ ପ୍ରତ୍ୟକ୍ଷ ଉପସ୍ଥିତିର ପ୍ରମାଣ ଦେଉଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ଜଣେ ନବଜାତ ଶିଶୁ କ୍ଷୀର ପାନ କରିବା ପରେ କୋମା ଅବସ୍ଥାରେ ଥିବା ତା’ ମା’ଙ୍କର ଚେତା ଫେରିଆସିଛି। ଏପରି ଏକ ଘଟଣା କେରଳରେ ଘଟିଛି। ବେଟିନା ନାମ୍ନୀ ଜଣେ ମହିଳା ଶିଶୁପୁତ୍ରର କାନ୍ଦ ଶୁଣି ଧୀରେ ଧୀରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜୁନ୍‌ ୧୪ରେ ଶିଶୁଟି ଜନ୍ମଗ୍ରହଣ କରିଥିଲା। ଶିଶୁଟି ସ୍ତନ୍ୟପାନ କରିବା ପରେ ମହିଳାଙ୍କର ସ୍ନାୟୁଗତ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିଥିଲା ବୋଲି ହସ୍ପିଟାଲ୍‌ର ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ର ମୁଖ୍ୟ ଡକ୍ଟର ଆର. ବିବେକ ପ୍ରକାଶ କରିଛନ୍ତି। ...

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ବରୁ ଏହି ସ୍ତମ୍ଭରେ ଶସ୍ୟକ୍ଷେତ୍ରରେ ପଞ୍ଚଗବ୍ୟର ବ୍ୟବହାର ଉପରେ ଏକ ନିବନ୍ଧ ଲେଖିଥିଲି। ବହୁବର୍ଷର ଗବେଷଣା ପରେ ଉକ୍ତ ପୁସ୍ତକ ଲେଖିଥିବା ଡ. କେ. ନଟରାଜନ୍‌ ଏଥିରେ ପ୍ରାଣୀମାନଙ୍କ ଉପରେ ପଞ୍ଚଗବ୍ୟର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଏକ ଅଧ୍ୟାୟ ଲେଖିଛନ୍ତି। ଗଛଲତା ଉପରେ ଅଧ୍ୟୟନ ପରେ ତାଙ୍କ ଗବେଷକ ଦଳ ପ୍ରାଣୀ ଓ ମନୁଷ୍ୟ ଉପରେ ଅଧ୍ୟୟନ ଆରମ୍ଭ କରିଦେଇଥିଲେ। ପୂର୍ବ ନିବନ୍ଧଟି ଯେଉଁମାନେ ପଢ଼ି ନ ଥିବେ ସେମାନଙ୍କ ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଆଉ ଥରେ ଲେଖୁଛି।...

ଅଭାବର ଚିତ୍ରପଟ

ଅଭାବର ଚିତ୍ରପଟ

ଡ. ସୁବାସ ଚନ୍ଦ୍ର ପାତ୍ର ଦାରିଦ୍ର୍ୟର ମାତ୍ରା ତଥା କିସମ ଅଛି। ବିଭିନ୍ନ ପ୍ରକାର ଦାରିଦ୍ର୍ୟରେ ମଣିଷ ହନ୍ତସନ୍ତ କିନ୍ତୁ ଅର୍ଥନୈତିକ ଦାରିଦ୍ର୍ୟ ମଣିଷକୁ ବେଶି ନିପୀଡ଼ିତ କରେ କାରଣ ତା’ର ପ୍ରଭାବ ଦୃଶ୍ୟମାନ। ସବୁ ଦରିଦ୍ରତା ପଛରେ ଥାଏ ଏକ ଅଭାବବୋଧ ଏବଂ ଏହି ଅଭାବ ଯେତେବେଳେ ସର୍ବବ୍ୟାପୀ ଓ ସର୍ବଗ୍ରାସୀ ହୋଇଯାଏ ସେଇଠି ଦାରିଦ୍ର୍ୟ ହୋଇପଡ଼େ ଦୁର୍ବିଷହ।...

ପତିତପାବନ ଯାତ୍ରା

ପତିତପାବନ ଯାତ୍ରା

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୁରୁଷୋତ୍ତମ ଜଗନ୍ନାଥ ଦିବ୍ୟ ନୀଳାଚଳରେ ଅନାଦିକାଳରୁ ଦାରବୀ ଲୀଳା ସଂରଚନା କରିଛନ୍ତି। ତାଙ୍କ ଦିବ୍ୟ ଲୀଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି- ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ସ୍ବରୂପରେ ଐଶ୍ୱର୍ଯ୍ୟଲୀଳା ଏବଂ ରଥଯାତ୍ରାରେ ଅଗଣିତ ଭକ୍ତଙ୍କ ସହିତ ମାଧୁର୍ଯ୍ୟଲୀଳା। ତାଙ୍କର ଏହି ମାଧୁର୍ଯ୍ୟଲୀଳା ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱମାନସକୁ ଉଦ୍‌ବୁଦ୍ଧ କରିଆସିଛି। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆଗମନ କରିଥାନ୍ତି। ଏହି ଯାତ୍ରାରେ ପ୍ରଭୁ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଦିନେ ନା ଦିନେ ସଫଳତା ଆଣି ଦେଇଥାଏ। ଯାହାକି ପୂର୍ବ ବାଙ୍ଗାଲୋରର ଲିଙ୍ଗରାଜପୁରମ୍‌ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସ୍ବାମୀଙ୍କ କ୍ଷଣିକ ରାଗର ଶିକାର ହୋଇ ନିଜର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ହରାଇଥିବା ଅନୀଥା ପାର୍କର ମେରୀ ନାମ୍ନୀ ଜଣେ ମହିଳା ଦୀର୍ଘ ୧୮ବର୍ଷ ଧରି ସଂଘର୍ଷ କରିବା ପରେ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ଅନୀଥା ଏକ ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ର କରି ୧୮ବର୍ଷ ତଳେ ଅନୀଥାଙ୍କ ସ୍ବାମୀ ଏକ ଜଳନ୍ତା ଲଣ୍ଠନକୁ ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏଥିରେ ଅନୀଥାଙ୍କ ମୁହଁ ଓ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସିତ...

ସାମରିକ ପ୍ରଶିକ୍ଷିତ ଯୁବକ

ସାମରିକ ପ୍ରଶିକ୍ଷିତ ଯୁବକ

ସମ୍ପାଦକୀୟ/ତଥାଗତ ସତପଥୀ ଭାରତର ବିରାଟ ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇବା ସକାଶେ କେନ୍ଦ୍ର ସରକାର ଜାତୀୟ ଯୁବ ସଶକ୍ତୀକରଣ ଯୋଜନା (ଏନ୍‌-ଓ୍ବାଇଇଏସ୍‌) ସୃଷ୍ଟି ଲାଗି ଚିନ୍ତା କରିଛନ୍ତି। ଏଥିରେ ପ୍ରତିବର୍ଷ ୧୦ ଲକ୍ଷ ଯୁବତୀଯୁବକ ବିଶେଷକରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାର ବ୍ୟବସ୍ଥା କରାଯାଇପାରେ। ଏମାନଙ୍କୁ ୧୨ ମାସ ପାଇଁ ଷ୍ଟାଇପେଣ୍ଡ୍‌ ଦିଆଯାଇ ସାମରିକ ତାଲିମ ଦିଆଗଲେ ସେମାନେ ପ୍ରତିରକ୍ଷା, ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ବାହିନୀରେ ନିଯୁ....

 ବୋଲକରା ବୋଲ୍‌ ବମ୍‌

ବୋଲକରା ବୋଲ୍‌ ବମ୍‌

ବୈଷ୍ଣବ ଚରଣ ମହାନ୍ତି ‘ବୋଲ୍‌ ବମ୍‌...ହର ହର ବମ୍‌...ଭୋଲା ବାବା ପାର୍‌ କରେଗା...ଜଟିଆ ବାବା ପାର୍‌ କରେଗା...’- ଏ ଡାକ ହେଉଛି କାଉଡ଼ିଆମାନଙ୍କର। ଦିନ ଥିଲା କାଉଡ଼ିଆ ଶବ୍ଦଟାର ଅର୍ଥ କାଢ଼ିବାକୁ ଅଭିଧାନ ଖେଳେଇବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଏ ଶବ୍ଦଟା ଖୁବ୍‌ ସାଧାରଣ ହୋଇଯାଇଛି ଏବଂ ଓଡ଼ିଶାର ଗଁାଗହଳିଠାରୁ ସହର ବଜାର ପର୍ଯ୍ୟନ୍ତ ସବୁଆଡ଼େ ସବୁରି ତୁଣ୍ଡରେ ଆସ୍ଥାନ ଜମେଇ ବସିଛି। ଏଇମାତ୍ର କୋଡ଼ିଏ ପଚିଶ ବର୍ଷ ତଳେ କାଉଡ଼ିଆ କ’ଣ କେହି ଜାଣି ନ ଥିଲେ। ପ୍ରଥମେ ଜଣେ ଦି’ଜଣ ପାଣିଭାର ଧରି ରାସ୍ତାରେ ଯାଉଥିବାର ଦେଖି ଲୋକେ କୌତୂହଳୀ ହେଇ ଚାହଁୁଥିଲେ, ଏବେ ତ ପିମ୍ପୁଡ଼ି ଧାର ପରି ରାସ୍ତାସାରା କାଉଡ଼ିଆଙ୍କ ...

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଡ. ଶରତ ଚନ୍ଦ୍ର ରଥ ହେ ନୀଳାଦ୍ରିନାଥ! ତୁମକୁ ସହସ୍ର ପ୍ରଣାମ। ତୁମେ ଅନନ୍ତ, ତୁମ ମହିମା ଅନନ୍ତ। ତୁମ ମହିମାର ଲଳିତ ସଙ୍ଗୀତ ଝରିପଡେ ବିହଙ୍ଗ ଗାନରେ, ଝରଣାର ଝର୍ଝର ତାନରେ। ତୁମ ଅଙ୍ଗର ସୁବାସ ଫୁଟିପଡେ ଫୁଲର ସୁରଭିରେ, ତୁମ ସ୍ମିତହାସ୍ୟର ମଧୁରିମା ଫିଟିପଡେ ଜୋଛନାର ଲାବଣ୍ୟରେ। ତୁମେ ସର୍ବମୟ କର୍ତ୍ତା, ବିଶ୍ୱବିଧାତା, ତୁମକୁ କଳିବାକୁ ମୁଁ ଶକ୍ତିହୀନ, ତୁମେ ବିଶାଳ ନୀଳସିନ୍ଧୁ, ମୁଁ କ୍ଷୀଣ ଏକ ଜଳାଧାର।...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ପରିବେଶକୁ ବହୁ ଭାବରେ ପ୍ରଦୂଷଣ କରୁଛି ପ୍ଲାଷ୍ଟିକ୍‌। ଏହାଦ୍ୱାରା ଜଳ, ସ୍ଥଳ, ମୃତ୍ତିକା ପ୍ରଦୂଷଣ ହେଉଛି। ପ୍ଲାଷ୍ଟିକ୍‌ ଜରିରେ ବାସିଖାଦ୍ୟ ରଖି ବାହାରେ ଫିଙ୍ଗାଯାଉଥିବାରୁ ଏହାକୁ ଖାଇ ବହୁ ଗୋରୁ, ଛେଳି, କୁକୁର ଅସୁସ୍ଥ ହେଉଛନ୍ତି। ଅନେକ ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି। ସମୁଦ୍ରରେ ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌, ଜରି ପ୍ରଭୃତିର ଭାସମାନ ପାହାଡ଼ ସୃଷ୍ଟି ହେଉଛି। ଏହା ଜଳଜନ୍ତୁଙ୍କ ପାଇଁ ବଇରୀ ସାଜିଛି। ଏଣୁ ସମ୍ପ୍ରତି ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ର ବ୍ୟବହାରକୁ ହ୍ରାସ କରିବା ପାଇଁ ସବୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି...

Model This Week

ରୂପେଶ