ସମ୍ପାଦକୀୟ |

ଶେଷଧାଡିର ଶୈଶବ

 ଶେଷଧାଡିର ଶୈଶବ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଅଳ୍ପ କେଇଦିନ ତଳେ ଶିଶୁଦିବସ ସମାରୋହରେ ରାଜଧାନୀର ଏକ ପ୍ରମୁଖ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସମାଜରେ ଶିଶୁମାନଙ୍କ ସ୍ଥିତି, ସଙ୍ଗତି ଓ ସେମାନଙ୍କ ପାଇଁ ଗୃହୀତ ହେବାକୁ ଯାଉଥିବା ବହୁ କଲ୍ୟାଣକର ସରକାରୀ ନୀତି ସମ୍ପର୍କରେ ଆମ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଅବଶ୍ୟ ଯେଉଁ ଛାତ୍ରୀଛାତ୍ରଙ୍କ ସମାବେଶରେ ସେ ଏଇ ଭାବୋଦ୍ଦୀପକ ଉଦ୍‌ବୋଧନ ଦେଲେ। ପ୍ରକୃତ ଅର୍ଥରେ ସେମାନେ କେବେଠୁଁ ଶୈଶବକୁ ବିଦାୟ ଦେଇ କୈଶୋରରେ ପାଦ ଥାପି ସାରିଲେଣି। ତେବେ ଶିଶୁ ହୁଅନ୍ତୁ କି କିଶୋର, ପ୍ରାୟତଃ ଏମାନେ ସରକାରୀ ବ୍ୟବସ୍ଥା ମଧ୍ୟରେ ସଞ୍ଚାଳିତ ହେଉଥିବା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ସଂସ୍କୃତି ମଧ୍ୟରେ ପରିପୁଷ୍ଟ ନିମ୍ନ ଅବା ନିମ୍ନମଧ୍ୟବିତ୍ତ ବର୍ଗୀୟ ଛାତ୍ରୀଛାତ୍ର ଓ ଏମାନଙ୍କ ଶିଶୁପଣର ମାନ୍ୟତା ହେବ ଦ୍ୱିତୀୟ ବା ମଝିଧାଡିର ଶୈଶବ। ପ୍ରଥମ ଅବା ଆଗଧାଡିର ଶୈଶବ ମଧ୍ୟରେ ପ୍ରତିପାଳିତ ହୋଇଥିବା ଛାତ୍ରୀଛାତ୍ରମାନଙ୍କ ପରିଚୟ ସମ୍ପୂର୍ଣ୍ଣ ଭିନ୍ନ। ଏମାନେ ପବ୍ଲିକ୍‌ ସ୍କୁଲରେ ପାଠ ପଢନ୍ତି। ଦାମିକା ୟୁନିଫର୍ମ ପିନ୍ଧି, ପିଠି ଉପରେ ଓଜନିଆ ସ୍କୁଲ ବ୍ୟାଗ୍‌ ଲଦି ଓ ବେକରେ ଟାଇ ବାନ୍ଧି ବସ୍‌ରେ ବା ବାପାମାଆଙ୍କ ଗାଡ଼ିରେ ସ୍କୁଲକୁ ଆସନ୍ତି। ଲକ୍ଷାଧିକ ଟଙ୍କା ବିନିମୟରେ ଏମାନଙ୍କୁ ବିଦ୍ୟାଳୟରେ ପ୍ରବେଶାଧିକାର ମିଳେ। ପୁଣି ମାସିକ ଶୁଳ୍କର ପରିମାଣ ଶହେରେ ନୁହେଁ ହଜାରରେ ଗଣାହୁଏ। ଏମାନଙ୍କ ମାତାପିତାଙ୍କୁ ସମାଜରେ ଉଚ୍ଚବର୍ଗର ନାଗରିକ ଭାବେ ମାନ୍ୟତା ମିଳେ। ଶୈଶବର ଫୁଲଶେଯ ଉପରେ ଲାଳିତ ହୋଇଥାଏ ଏମାନଙ୍କ ସୁକୁମାର ଶିଶୁପଣ। ସରକାରୀ ବିଦ୍ୟାଳୟ ପ୍ରାଙ୍ଗଣରେ ସଚରାଚର ଶୁଣାଯାଉଥିବା ମଧ୍ୟାହ୍ନଭୋଜନର ପ୍ରସ୍ତୁତିପର୍ବରେ ବ୍ୟବହୃତ ହଣ୍ଡାକଡାର ଠନ୍‌ଠାନ୍‌ ଶବ୍ଦଠାରୁ ଏମାନେ ଥାଆନ୍ତି ଯୋଜନଯୋଜନ ଦୂରତ୍ୱରେ। ନିଜ ଜନ୍ମବେଳେ ଆପଣାର ଲଲାଟରେ ଅଦୃଶ୍ୟ ଭାବେ ଅଙ୍କିତ ସକଳ ପ୍ରକାର ପ୍ରାଚୁର୍ଯ୍ୟର ବରଦାନ ନେଇ ଏମାନେ ପରିଚିତ ହୋଇଥାନ୍ତି ପ୍ରଥମ ଧାଡିର ଶିଶୁ ଭାବରେ। ଆଗ ଓ ମଝିଧାଡିର ଶିଶୁମାନଙ୍କୁ ବାଦ୍‌ ଦେଲେ ସବା ଶେଷଧାଡିର ଶିଶୁମାନେ ଏକ ଅଭିଶପ୍ତ ଇଲାକାର ଅନ୍ତେବାସୀ। କୌଣସି ବିଦ୍ୟାଳୟର ଛାତ୍ରୀ ବା ଛାତ୍ର ବୋଲାଇବାର ନିମ୍ନତମ ସୌଭାଗ୍ୟଠାରୁ ଏମାନେ ବହୁ ଦୂରରେ ଥାଆନ୍ତି। ମାଗଣା ମଧ୍ୟାହ୍ନଭୋଜନ, ଶାର୍ଟପ୍ୟାଣ୍ଟ, ସାଇକେଲ ବା ପାଠ୍ୟ ସରଞ୍ଜାମର ଆକର୍ଷଣ ଏମାନଙ୍କୁ ବିଦ୍ୟାଳୟ ମଧ୍ୟକୁ ଟାଣି ଆଣିବାରେ ବିଫଳ ହୋଇଥାଏ। ଯଦିବା କାଁ ଭାଁ କେହି ଶିଶୁ ମାଗଣା ଖାଦ୍ୟ ଓ ପୋଷାକ ଲୋଭରେ ସ୍କୁଲ ପରିସରକୁ ପଶି ଆସିଥାଏ, ତା’ ପାଠପଢାକୁ ସମୟର ଅପଚୟ ମନେକରୁଥିବା ତା’ର ଦରିଦ୍ର ମାତାପିତା ଦୁହେଁ ତା’ର ଏ ପ୍ରକାର ବୃଥା ସଉକକୁ ଅତିବେଶିରେ ଚାରି ପାଞ୍ଚବର୍ଷ ଯାଏ ବରଦାସ୍ତ କରନ୍ତି ଓ ପରେ ପରେ ପଢାରେ ଡୋରି ବାନ୍ଧି ମାଗଣା ଖାଇବା ଓ ପିନ୍ଧିବାଠାରୁ ଅଧିକ ଲାଭଜନକ କୌଣସି ବୃତ୍ତିରେ ନିୟୋଜିତ କରିଦିଅନ୍ତି। ମାତାପିତାଙ୍କ ଅଶିକ୍ଷା ଓ ପରିବାରର ଦାରିଦ୍ର୍ୟ ମଧ୍ୟରେ ଗୋଟିଏ ଭିନ୍ନ ସମ୍ଭାବନାର ଅପମୃତ୍ୟୁ ଘଟେ ଓ ଧୀରେ ଧୀରେ ସୁକୋମଳ ଶୈଶବଟି ନିଜକୁ ଶକ୍ତ ଓ କଠୋର କରିବାର ପ୍ରସ୍ତୁତିପର୍ବରେ ସାମିଲ ହୋଇଯାଏ। ପ୍ରତ୍ୟେକ ଶିଶୁ ସଂସାରର ସୁନ୍ଦରତମ ସୃଷ୍ଟି, ସ୍ରଷ୍ଟାଙ୍କର ଏକାନ୍ତ ଅନ୍ତରଙ୍ଗ ବୋଲି ଯେତେ କହିଲେ ବି ଏଇ ଶେଷଧାଡିର ଶିଶୁମାନଙ୍କ ଶୀର୍ଣ୍ଣ ଶୈଶବର କରୁଣ କାହାଣୀ ଏକ ଭିନ୍ନ ସତ୍ୟର ପ୍ରମାଣ ବହନ କରେ। କେବଳ ସୃଷ୍ଟି କରିବାକୁ ନିଜର ଧର୍ମ ବିଚାରୁଥିବା ମାତାପିତାଙ୍କ ଦାରିଦ୍ର୍ୟ, ନିଜ ପାଇଁ ନିଜେ ବଞ୍ଚୁଥିବା ଅବଶିଷ୍ଟ ସମାଜର ଉଦାସୀନତା ଓ କିଛି ଶ୍ରୁତିମଧୁର ସ୍ଲ୍ଳୋଗାନ ଶୁଣାଇ ନିଜ କର୍ତ୍ତବ୍ୟ ଶେଷ କରୁଥିବା ଶାସକଙ୍କ ତଥାକଥିତ ଦାୟିତ୍ୱବୋଧ ମଧ୍ୟରେ ଯୁଗ ଯୁଗ ଧରି ବହୁ ଅବୋଧ ଶିଶୁଙ୍କ ଅମୂଲ୍ୟ ଶୈଶବ ଅକାଳରେ ଉଜୁଡିଯାଉଛି। ଜୀବନର ଯାବତୀୟ ଜଞ୍ଜାଳଠାରୁ ଦୂରରେ ଥାଇ ଦୁଃଖଶୋକହୀନ ଶୈଶବର ସ୍ବର୍ଗୀୟ ସୌରଭରେ ବିମୋହିତ ହେବାର ବହୁ ପୂର୍ବରୁ ଶିଶୁଟିଏ ପରିପକ୍ୱ ଓ ଦାୟିତ୍ୱବାନ ହୋଇଯାଉଛି। ନିଜ ପେଟ ପାଇଁ ଚିନ୍ତା କରିବାର ବୟସ ଆସିବା ପୂର୍ବରୁ ପରିବାରର ପେଟ ପୂରାଇବାର ଦାୟିତ୍ୱ ମୁଣ୍ଡାଇବାକୁ ପଡୁଛି। ଆରମ୍ଭରୁ ଶେଷ ହୋଇଯାଉଛି ଗୋଟିଏ ଦିବ୍ୟ ଜୀବନର ସମସ୍ତ ସ୍ବପ୍ନ ଓ ସମ୍ଭାବନା। ବାରବର୍ଷ ବୟସର ବାଳିକା ଦାସୀଟିଏ କୁନି। ତା’ ବୟସର ଅନ୍ୟ ଝିଅମାନେ ପିଠିରେ ବସ୍ତାନି ବାନ୍ଧି ବିଦ୍ୟାଳୟକୁ ଯାଉଥିବାବେଳେ ସେମାନଙ୍କୁ ବିକଳରେ ଚାହିଁ ରହିଥାଏ ସେ। ତା’ର ମନ ହେଉଥାଏ ସେମାନଙ୍କ ପରି ସେ ବି ସ୍କୁଲକୁ ଯାଉଥାନ୍ତା। ପାଠ ପଢ଼ି କେତେ କଥା ଜାଣୁଥାନ୍ତା! ସାଙ୍ଗ ସହପାଠୀଙ୍କ ସହ ହସିଖେଳି ସମୟ କାଟୁଥାନ୍ତା! ମାତ୍ର ପରମୁହୂର୍ତ୍ତରେ ତା’ର ସ୍ବପ୍ନଭଙ୍ଗ ହୁଏ। ସେ ତରବର ହୋଇ କାମକୁ ଧାଏଁ। ଟିକିଏ ଡେରି ହୋଇଗଲେ ମାଲିକାଣୀ ତେଣେ ଗର୍ଜିଉଠିବେ। କାନ ମୋଡି ପିଠିରେ ଦୁଇଟା ଥୋଇଦେବେ ବା ଅତି ରାଗିଗଲେ ହାତ ଗୋଡରେ ଚେଙ୍କ ଦେଇଦେବେ। କୁନି ପହଞ୍ଚିଯାଏ ବାବୁଙ୍କ ଘରେ। ଘର ଓଳେଇବା, ବାସନ ମାଜିବା ଓ ଲୁଗା ସଫା କରିବା ଭିତରେ ସେ ସ୍କୁଲ ଯିବାର ଇଚ୍ଛାଟିକୁ ନିଜ ଅଜାଣତରେ କେଉଁଠି ହଜାଇଦେଇ ସାରିଥାଏ। ତା’ ନିଜର ପେଟ ସହିତ ପରିବାରର ପେଟ ପୂରାଇବାର ଦାୟିତ୍ୱ ସମ୍ପାଦନ କରୁ କରୁ ସେ ଅଚାନକ ଏମିତି ବଡ ହୋଇଯାଏ ଯେ ତା’ ପାଇଁ ବିଦ୍ୟାଳୟ କେବଳ ଏକ ଅପହଞ୍ଚ ଇଲାକାର ଠିକଣା ହୋଇ ରହିଯାଏ। ସେଇ ଏକା ବୟସର ବାଳକଟିଏ କୁନା। କାନ୍ଧରେ ମୋବାଇଲ ମୋଚିମୁଣି ପକାଇ ଟ୍ରେନରୁ ଟ୍ରେନ ବୁଲି ବୁଲି ସେ ଆଣ୍ଠେଇପଡେ ଚମଡା ଜୋତା ପିନ୍ଧିଥିବା ଯାତ୍ରୀମାନଙ୍କ ପାଦ ନିକଟରେ। ତା’ ଦିନ ସବୁ ଆରମ୍ଭ ହୁଏ ସକାଳ ଗାଡିର ଡବା ଭିତରେ ଓ ରାତି ବିତେ ପ୍ଲାଟ୍‌ଫର୍ମର ଖୋଲା ଆକାଶ ତଳେ। ତା’ ବୟସର ପିଲାମାନେ ସ୍କୁଲ ଯାଉଥିବାର ଦେଖିଲେ ସେମାନଙ୍କ ସୌଭାଗ୍ୟକୁ ଈର୍ଷା କରି ସେ ଅଭିଶାପ ଦେଉଥାଏ ନିଜ ଦାରିଦ୍ର୍ୟକୁ। ଗାଳିଦିଏ ପଞ୍ଚମ ଶ୍ରେଣୀରୁ ତାକୁ ଆଉ ଆଗକୁ ଯିବାକୁ ନ ଦେଇ ତା’ ହାତରେ ମୋଚି ମୁଣିଟାଏ ଧରାଇଦେଇଥିବା ତା’ ଦିନ ମଜୁରିଆ ବାପାକୁ। କୁନା ଓ କୁନିମାନଙ୍କ କାହାଣୀ ସବୁ ଶୁଣିବାକୁ ଏକା ପରି। ଏମାନଙ୍କ ଶୈଶବ ସବୁବେଳେ ଶେଷଧାଡିରେ ଛିଡାହୋଇଥାଏ ଏବଂ ସବୁରି ଅଲକ୍ଷ୍ୟରେ ଏମିତି ଉଭାନ ହୋଇଯାଏ ଯେ ଯେତେ ଖୋଜିଲେ ବି ଆଉ ମିଳେନାହିଁ। ଶୈଶବ, କୈଶୋର, ତାରୁଣ୍ୟ ଓ ଯୌବନ ଆଦି ବୟସର ବିଭିନ୍ନ ପାହାଚ ଚଢି ଏମାନେ ବଡ ହୁଅନ୍ତି ନାହିଁ। ନିଜ ଗୋଡରେ ଚାଲି ଶିଖୁ ଶିଖୁ ଏମାନେ ଅଚାନକ ବଡ ହୋଇଯାନ୍ତି ଓ ରୋଜଗାରିଆ ସନ୍ତାନର ସ୍ବୀକୃତି ହାସଲ କରନ୍ତି। ଏମାନଙ୍କ କୋମଳ ହାତ ପାଇଁ କାମସବୁ ଯେତେ କଠୋର ହେଲେ ବି କେଇଟି ଟଙ୍କା ବିନିମୟରେ ସବୁକିଛି ସହଜ ହୋଇଯାଏ। ଗାଡିରେ ଜୋତା ପାଲିସ କରିବା, ଗ୍ୟାରେଜରେ ଗାଡି ଧୋଇବା, ହୋଟେଲରେ ବାସନ ମାଜିବା, କାରଖାନାରେ ଶ୍ରମିକ ହେବା, ଘରକୁ ଘର ବୁଲି ଖବରକାଗଜ ବାଣ୍ଟିବା, ଗୋରୁ ଚରାଇବା ବା ଘରୋଇ ଚାକର ଭାବେ ମାଲିକାଣୀ ମାଲିକଙ୍କ ଆଦେଶ ପାଳନ କରିବା ମଧ୍ୟରେ ଏମାନେ ଏତେଶୀଘ୍ର ବଡ ହୋଇଯାନ୍ତି ଯେ ବୟସ ବଢିଯିବାର ଅବିଗୁଣ ହେତୁ ଏମାନଙ୍କୁ ବାଳଶ୍ରମଯୋଗ୍ୟ ଚାକିରି ହରାଇବାକୁ ପଡେ। ପରେ ପରେ ଆରମ୍ଭ ହୋଇଯାଏ ଜୀବନଯାତ୍ରାର କଠିନତର ଦ୍ୱିତୀୟ ଅଧ୍ୟାୟ। ପ୍ରକୃତରେ ଶେଷଧାଡିର ଶୈଶବ ଏକ ଐଶ୍ୱରୀୟ ଅଭିଶାପ। ବାଳଶ୍ରମ ଶୋଷଣ ବିରୋଧରେ ସରକାରୀ କଟକଣା ଓ ସାମାଜିକ ସଚେତନତା ଯେତେ ପ୍ରଖର ହେଲେ ବି ଏହି ଅଭିଶପ୍ତ ଶୈଶବର ଅନ୍ତ ନାହିଁ। ଆମଭଳି ଆଗଧାଡିର ବୟସ୍କମାନେ ବ୍ୟବହାର କରୁଥିବା ବହୁ ଚିଜ ମୂଳରେ ଥାଏ କେଉଁ ଏକ ଅଜଣା ଶେଷଧାଡିର ଶିଶୁଟିର ସ୍ବେଦ ସୃଷ୍ଟିକାରୀ ଶ୍ରମଶକ୍ତି। ପହିଲିପାଠ ଆରମ୍ଭ କରୁଥିବା ଆଗଧାଡିର ଶିଶୁଟି ପାଇଁ ଯେଉଁ ସ୍ଲେଟ କିଣାଯାଏ ଅବା ଦୀପାବଳିର ଆଲୋକ ଉତ୍ସବ ପାଇଁ ଯେଉଁ ଫୁଲଝରି କିଣାଯାଏ, ତାହାର କାରିଗର କେହି ଜଣେ ପଛଧାଡିର ଶିଶୁଶ୍ରମିକ। ଆମ ଠାକୁର ଘରେ ଯେଉଁ ଧୂପଟି ଜଳି ଜଳି ଏକ ପବିତ୍ର ପରିବେଶକୁ ସୁଗନ୍ଧିତ କରୁଥାଏ ତା’ ଭିତରେ ଜଳିଯାଇଥାଏ କେହି ଜଣେ ହତଭାଗ୍ୟ ଶିଶୁର ସ୍ବପ୍ନମୟ ଶୈଶବ। ଅଶିକ୍ଷାର ଅନ୍ଧାରି ଗହ୍ବର ମଧ୍ୟରେ ଚିରକାଳ ଛଟପଟ ହେଉଥିବା ଏହି ଶାପଗ୍ରସ୍ତ ଶେଷଧାଡିର ଶିଶୁମାନଙ୍କୁ ଶାପମୁକ୍ତ କରିବାର ଏକ ପ୍ରାଣମୟ ପ୍ରଚେଷ୍ଟା ଯେ ଶିକ୍ଷାଲୋକରେ ଉଦ୍‌ଭାସିତ ପ୍ରଥମ ବା ଦ୍ୱିତୀୟ ଧାଡିର ଶିଶୁମାନଙ୍କ ବର୍ଣ୍ଣାଢ୍ୟ ସମାରୋହଠାରୁ ଅଧିକ ଜରୁରୀ, ଏ କଥା ବୁଝିବା ଲୋକେ କେବେ ବୁଝିବେ କେଜାଣି? ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିଆଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫

All Right Reserved By

ସମ୍ପାଦକୀୟ |

ସାମରିକ ପ୍ରଶିକ୍ଷିତ ଯୁବକ

ସାମରିକ ପ୍ରଶିକ୍ଷିତ ଯୁବକ

ସମ୍ପାଦକୀୟ/ତଥାଗତ ସତପଥୀ ଭାରତର ବିରାଟ ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇବା ସକାଶେ କେନ୍ଦ୍ର ସରକାର ଜାତୀୟ ଯୁବ ସଶକ୍ତୀକରଣ ଯୋଜନା (ଏନ୍‌-ଓ୍ବାଇଇଏସ୍‌) ସୃଷ୍ଟି ଲାଗି ଚିନ୍ତା କରିଛନ୍ତି। ଏଥିରେ ପ୍ରତିବର୍ଷ ୧୦ ଲକ୍ଷ ଯୁବତୀଯୁବକ ବିଶେଷକରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାର ବ୍ୟବସ୍ଥା କରାଯାଇପାରେ। ଏମାନଙ୍କୁ ୧୨ ମାସ ପାଇଁ ଷ୍ଟାଇପେଣ୍ଡ୍‌ ଦିଆଯାଇ ସାମରିକ ତାଲିମ ଦିଆଗଲେ ସେମାନେ ପ୍ରତିରକ୍ଷା, ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ବାହିନୀରେ ନିଯୁ....

 ବୋଲକରା ବୋଲ୍‌ ବମ୍‌

ବୋଲକରା ବୋଲ୍‌ ବମ୍‌

ବୈଷ୍ଣବ ଚରଣ ମହାନ୍ତି ‘ବୋଲ୍‌ ବମ୍‌...ହର ହର ବମ୍‌...ଭୋଲା ବାବା ପାର୍‌ କରେଗା...ଜଟିଆ ବାବା ପାର୍‌ କରେଗା...’- ଏ ଡାକ ହେଉଛି କାଉଡ଼ିଆମାନଙ୍କର। ଦିନ ଥିଲା କାଉଡ଼ିଆ ଶବ୍ଦଟାର ଅର୍ଥ କାଢ଼ିବାକୁ ଅଭିଧାନ ଖେଳେଇବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଏ ଶବ୍ଦଟା ଖୁବ୍‌ ସାଧାରଣ ହୋଇଯାଇଛି ଏବଂ ଓଡ଼ିଶାର ଗଁାଗହଳିଠାରୁ ସହର ବଜାର ପର୍ଯ୍ୟନ୍ତ ସବୁଆଡ଼େ ସବୁରି ତୁଣ୍ଡରେ ଆସ୍ଥାନ ଜମେଇ ବସିଛି। ଏଇମାତ୍ର କୋଡ଼ିଏ ପଚିଶ ବର୍ଷ ତଳେ କାଉଡ଼ିଆ କ’ଣ କେହି ଜାଣି ନ ଥିଲେ। ପ୍ରଥମେ ଜଣେ ଦି’ଜଣ ପାଣିଭାର ଧରି ରାସ୍ତାରେ ଯାଉଥିବାର ଦେଖି ଲୋକେ କୌତୂହଳୀ ହେଇ ଚାହଁୁଥିଲେ, ଏବେ ତ ପିମ୍ପୁଡ଼ି ଧାର ପରି ରାସ୍ତାସାରା କାଉଡ଼ିଆଙ୍କ ...

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଡ. ଶରତ ଚନ୍ଦ୍ର ରଥ ହେ ନୀଳାଦ୍ରିନାଥ! ତୁମକୁ ସହସ୍ର ପ୍ରଣାମ। ତୁମେ ଅନନ୍ତ, ତୁମ ମହିମା ଅନନ୍ତ। ତୁମ ମହିମାର ଲଳିତ ସଙ୍ଗୀତ ଝରିପଡେ ବିହଙ୍ଗ ଗାନରେ, ଝରଣାର ଝର୍ଝର ତାନରେ। ତୁମ ଅଙ୍ଗର ସୁବାସ ଫୁଟିପଡେ ଫୁଲର ସୁରଭିରେ, ତୁମ ସ୍ମିତହାସ୍ୟର ମଧୁରିମା ଫିଟିପଡେ ଜୋଛନାର ଲାବଣ୍ୟରେ। ତୁମେ ସର୍ବମୟ କର୍ତ୍ତା, ବିଶ୍ୱବିଧାତା, ତୁମକୁ କଳିବାକୁ ମୁଁ ଶକ୍ତିହୀନ, ତୁମେ ବିଶାଳ ନୀଳସିନ୍ଧୁ, ମୁଁ କ୍ଷୀଣ ଏକ ଜଳାଧାର।...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ପରିବେଶକୁ ବହୁ ଭାବରେ ପ୍ରଦୂଷଣ କରୁଛି ପ୍ଲାଷ୍ଟିକ୍‌। ଏହାଦ୍ୱାରା ଜଳ, ସ୍ଥଳ, ମୃତ୍ତିକା ପ୍ରଦୂଷଣ ହେଉଛି। ପ୍ଲାଷ୍ଟିକ୍‌ ଜରିରେ ବାସିଖାଦ୍ୟ ରଖି ବାହାରେ ଫିଙ୍ଗାଯାଉଥିବାରୁ ଏହାକୁ ଖାଇ ବହୁ ଗୋରୁ, ଛେଳି, କୁକୁର ଅସୁସ୍ଥ ହେଉଛନ୍ତି। ଅନେକ ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି। ସମୁଦ୍ରରେ ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌, ଜରି ପ୍ରଭୃତିର ଭାସମାନ ପାହାଡ଼ ସୃଷ୍ଟି ହେଉଛି। ଏହା ଜଳଜନ୍ତୁଙ୍କ ପାଇଁ ବଇରୀ ସାଜିଛି। ଏଣୁ ସମ୍ପ୍ରତି ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ର ବ୍ୟବହାରକୁ ହ୍ରାସ କରିବା ପାଇଁ ସବୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି...

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ଭାରତରେ ପିଲାମାନଙ୍କୁ ବଡ଼ ହେଲେ କ’ଣ ହେବ ବୋଲି ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ ସର୍ବଦା ପଚରାଯାଇଆସୁଛି। ପ୍ରାୟ ଅଧିକାଂଶଙ୍କଠାରୁ ଉତ୍ତର ମିଳିଆସୁଛି ଡାକ୍ତର ଓ ଇଞ୍ଜିନିୟର ହେବେ। ଯଦିଓ ଛୁଆଟିଏ ଏହି ପାଠ୍ୟକ୍ରମ ସହିତ ଅଭ୍ୟସ୍ତ ନ ଥାଏ, ତଥାପି ମାତାପିତାଙ୍କ ଅଭିଳଷିତ ସ୍ବପ୍ନ ପିଲାଙ୍କ ଉପରେ ଅଜାଡ଼ି ହୋଇଯାଇଥାଏ ବୋଲି କୁହାଯାଏ। ଏବେ ଏହି ଦୁଇ ବୃତ୍ତିରେ ଘରୋଇ କଲେଜରେ ନାମ ଲେଖାଉଥିବା ପିଲାଙ୍କ ବିଷୟରେ ଅନେକ ନକାରାତ୍ମକ ତଥ୍ୟ ସାମ୍ନାକୁ ଆସିବା ଆରମ୍ଭ କଲାଣି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୭ରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ଅନ୍ତର୍ଗତ ଫିଜିକ୍ସ (ପଦାର୍ଥ ବିଜ୍ଞାନ) ଓ କେମିଷ୍ଟ୍ରି (ରସାୟନ ବିଜ୍ଞାନ) ବିଷୟବସ୍ତୁରେ ୫୧୦ ବିଦ୍ୟାର୍ଥୀ ଶୂନ ...

 ବଳାତ୍କାର ଓ ସାମାଜିକ ବିଫଳତା

ବଳାତ୍କାର ଓ ସାମାଜିକ ବିଫଳତା

ସବ୍ୟସାଚୀ ଅମିତାଭ ବଳାତ୍କାର କେବଳ ଦଣ୍ଡନୀୟ ଅପରାଧ ନୁହେଁ ବରଂ ଦେଶ ଓ ସମାଜ ପାଇଁ ଲଜ୍ଜା। ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ୍‌ କ୍ରିମିନାଲ ଲ’ ସଂଶୋଧନ ଅଧ୍ୟାଦେଶ ଆଣିିଛନ୍ତି। ଏଥିରେ ୧୨ ବର୍ଷ ପର୍ଯ୍ୟନ୍ତ ନାବାଳିକା ଓ ଶିଶୁଙ୍କ ସହ ବଳାତ୍କାର କରୁଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଅତୀତରେ ନିର୍ଭୟା କାଣ୍ଡ ସାରା ଦେଶକୁ ବିଚଳିତ କରିଥିଲା। ସେତେବେଳେ ବି ଆଇନରେ ସଂଶୋଧନ ଅଣାଯାଇଥିଲା। ନାବାଳକ ବା କିଶୋରଙ୍କ ଦ୍ୱାରା କରାଯାଉଥିବା ଜଘନ୍ୟ ଅପରାଧରେ ବିଚାର ପାଇଁ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷ ବଦଳରେ ୧୬ ବର୍ଷ କରାଯାଇଥିଲା। ପୋକ୍‌ସୋ ଆଇନକୁ କଡା କରାଯାଇସାରିଛି।...

ଅପରିଣାମଦର୍ଶୀ ମଣିଷ

ଅପରିଣାମଦର୍ଶୀ ମଣିଷ

ବୈକୁଣ୍ଠନାଥ ମିଶ୍ର ଏକଦା ଜଣେ ଆଧୁନିକ ଶିକ୍ଷିତ ଯୁବକ ବନ୍ଧୁମାନଙ୍କ ସହ ଶିକାର ଓ ବଣଭୋଜି ପାଇଁ ଘୋର ଜଙ୍ଗଲ ମଧ୍ୟକୁ ଯାଇ ବାଟବଣା ହୋଇଗଲେ। ଏଣେତେଣେ ବୁଲୁ ବୁଲୁ ଯୁବକ ଦେଖିଲେ ତାଙ୍କୁ ବଣର ସବୁ ପ୍ରାଣୀ ଘେରି ଯାଇଛନ୍ତି। ଯୁବକଙ୍କୁ ଭୟଭୀତ ହେବାର ଦେଖି ପଶୁରାଜ ସିଂହ କହିଲା, ଭୟ କରନାହିଁ ଯୁବକ। ଆଜି ତୁମ ସହ ଆମର ଏକ ଆଲୋଚନା ସଭା ଅନୁଷ୍ଠିତ ହେବ। ଆଲୋଚନାର ପ୍ରସଙ୍ଗ ପଶୁ-ମଣିଷ ସମ୍ପର୍କ। ଏଥିରେ ତୁମେ ତୁମର ଓ ଆମେ ଆମର ବକ୍ତବ୍ୟ ରଖିବୁ। ଆମେ ପରାସ୍ତ ହେଲେ ପୂର୍ବବତ୍‌ ତୁମର ବଶ୍ୟତା ସ୍ବୀକାର କରିବୁ ଏବଂ ତୁମେ ପରାସ୍ତ ହେଲେ ଆମ୍ଭମାନଙ୍କୁ ଶିକାର କରିବ ନାହିଁ କିମ୍ବା ଆମ ବାସସ୍ଥାନ ଉପରେ କର୍ତ୍ତୃତ୍ୱ ଜାହିର କରି ଏହାକୁ ଧ୍ୱଂସ କରିବ ନାହିଁ। ଆମ ଆଲୋଚନାର ସାକ୍ଷୀ ରହିବେ ଏ ବନଭୂମି ଓ ବୃକ୍ଷଲତା।...

ଏଇ ଭାରତରେ

ଏଇ ଭାରତରେ

ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅର୍ଥ ଏବଂ ଯୋଗାଡ଼ଯନ୍ତ୍ର ଅଭାବରୁ ବିବାହ କରିପାରି ନ ଥାନ୍ତି। ସେହି ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଯୁବତୀଯୁବକଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିବା ପାଇଁ ଜାଫ୍ରି କାଉନସିଲ୍‌ ଆଗେଇ ଆସିଛି। ଦୀର୍ଘ ୪ବର୍ଷ ଧରି ଏହି ଅନୁଷ୍ଠାନ ବର୍ଷକୁ ଥରେ ଗଣବିବାହ ଆୟୋଜନ କରିଆସୁଛି। ଚଳିତ ବର୍ଷ ଶ୍ରୀନଗରରେ ଆୟୋଜିତ ଗଣବିବାହ କାର୍ଯ୍ୟକ୍ରମରେ ୧୦୫ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉକ୍ତ ରାଜ୍ୟର ବିଭିନ୍ନ ଜିଲାରୁ ଆର୍ଥତ୍କ ଦୁର୍ବଳ ଶ୍ରେଣୀର କନ୍ୟାବର ସାମିଲ ହୋଇଥିଲେ। ଏହା ଏକ ସରଳ ତଥା ନିରାଡମ୍ବର ବିବାହ ଉତ୍ସବ ଥିଲା। ରବିବାର ଅମରସିଂ କ୍ଲବ୍‌ଠାରେ ଧର୍ମୀୟ ତଥା ସାମାଜିକ ସଂଗଠନ ଜାଫ୍ରି କାଉନସିଲ୍‌ ଦ୍ୱାରା ଏହା ଆୟୋଜିତ ହୋଇଥିଲା। ଉକ୍ତ କାଉନସିଲ୍‌ ପୂର୍ବରୁ ଗଣବିବାହ ଆୟୋଜନ କରାଇଥିଲେ ମଧ୍ୟ ଏଥର ସଂଖ୍ୟା ଥିଲା ସବୁଠୁ ଅଧିକ। ବିବାହ କରିବାକୁ ଥିବା କନ୍ୟାବର ଏହି ସଂଗଠନରେ ପ୍ରଥମେ ନାମ ...

ହିସାବରେ ଅତିକ୍ରମ

ହିସାବରେ ଅତିକ୍ରମ

ତଥାଗତ ସତପଥୀ: ବିଶ୍ୱ ବ୍ୟାଙ୍କ ରିପୋର୍ଟ ୨୦୧୭ ଅନୁଯାୟୀ ମୋଟ ଘରୋଇ ଉତ୍ପାଦ(ଜିଡିପି) ଦୃଷ୍ଟିକୋଣରୁ ଫ୍ରାନ୍ସକୁ ଅତିକ୍ରମ କରି ଭାରତ ବିଶ୍ୱର ଷଷ୍ଠ ବୃହତ୍‌ ଅର୍ଥନୀତିର ମାନ୍ୟତା ଲାଭ କରିଛି। ଆମେରିକା ସର୍ବବୃହତ୍‌ ଅର୍ଥନୀତିର ଟ୍ୟାଗ୍‌କୁ ବଜାୟ ରଖିଥିବା ବେଳେ ତା’ ପଛକୁ ଚାଇନା, ଜାପାନ, ଜର୍ମାନୀ ଏବଂ ବ୍ରିଟେନ୍‌ ରହିଛନ୍ତି। ରିପୋର୍ଟ କହେ, ଫ୍ରାନ୍ସର ଜିଡିପି ୨.୫୮୨ ଟ୍ରିଲିୟନ୍‌ ଡଲାର ଥିବାବେଳେ ଭାରତର ରହିଛି ୨.୫୯୭ ଟ୍ରିଲିୟନ୍‌ ଡଲାର। ଏହି ୧୫ ଟ୍ରିଲିୟନ ଡଲାର ପାର୍ଥକ୍ୟକୁ କୌଣସି ଭାବେ ଗୌଣ କରାଯିବା ଉଚିତ ନୁହେଁ। ବାସ୍ତବରେ ଭାରତୀୟଙ୍କ ପାଇଁ ଏହା କିପରି ଗୁରୁତ୍ୱ ବହନ କରୁଛି, ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛିି। ସଂଖ୍ୟା ହିସାବକୁ ନିଆଗଲେ ଷଷ୍ଠ ବୃହତ୍‌ ଅର୍ଥନୀତି ହେଲେ ସୁଦ୍ଧା ଭାରତକୁ ଆହୁରି ଅନେକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ପଡ଼ିିବ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ଷଷ୍ଠ ବୃହତ୍‌ ଅର୍ଥନୀତିର ମାନ୍ୟତା ଆଶା ବାହାରେ ନୁହେଁ, ମାତ୍ର ଦେଶର ମୁଣ୍ଡପିଛା ଆୟ ଚିନ୍ତାର ବିଷୟ ବୋଲି ସେ ମତବ୍ୟକ୍ତ କରିଛନ୍ତି। କାରଣ ଫ୍ରାନ୍ସରେ ଏହା ୪୩,୭୨୦ ଡଲାର ହୋଇଥିବାବେଳେ ଭାରତରେ ମାତ୍ର ୭,୦୬୦ ଡଲାର ରହିଛି।...

ମଦ୍ୟପାନ: ନକଲ ଓ ଅକଲ

ମଦ୍ୟପାନ: ନକଲ ଓ ଅକଲ

ଡ. ରମେଶ ଚନ୍ଦ୍ର ପରିଡ଼ା: କଥାରେ କହନ୍ତି ”ନକଲରେ ଅକଲ“ ନ ଥାଏ। ଏଠାରେ ନକଲ କହିଲେ ବୁଝାଏ ଅନ୍ଧ ଅନୁକରଣକୁ। ଏଭଳି କରିବା ନିର୍ବୋଧତାର ପରିଚୟ ଦିଏ। ତେବେ ଆମେ ଅନେକେ ଅଧିକାଂଶ ସମୟରେ ତାହା କରୁ। ବଡ ବୋଲି ଭାବୁଥିବା କୌଣସି ଲୋକର ବାହ୍ୟ ଚାକଚକ୍ୟ ଦେଖି ତାକୁ ନକଲ କରୁ, ତାହାର ଭଲମନ୍ଦ ବିଚାର ନ କରି। ଆମ ସମାଜରେ ମଦ୍ୟପାନର ପ୍ରସାର ଘଟିଛି ଏବଂ ଘଟୁଛି ସେହିଭଳି କାରଣରୁ। ପ୍ରଥମେ ଆଭିଜାତ୍ୟରେ ବିଦେଶୀ ଶାସକଙ୍କ ସମକକ୍ଷ ହେବା ଲାଗି ଆମ ସମାଜର ତଥାକଥିତ ଉଚ୍ଚବର୍ଗର ଲୋକେ ତାଙ୍କୁ ଏଥିରେ ଅନୁକରଣ କଲେ। ଏବେ ତ ଆମେ ସମସ୍ତେ ନିଜକୁ ଆଭିଜାତ୍ୟସମ୍ପନ୍ନ ବୋଲି ଉପସ୍ଥାପିତ କରିବାରେ ବ୍ୟସ୍ତ। ସେଇଥିପାଇଁ ଏହା ବଢୁଛି। ପୁନଶ୍ଚ ଆଗେ ଆମେ ମଦ୍ୟପାନ କରୁଥିବା ଲୋକଙ୍କୁ ଘୃଣା କରୁଥିଲୁ। ଆଜିକାଲି ତାହା ନାହିଁ। ପକ୍ଷାନ୍ତରେ, ଆମ ଦୃଷ୍ଟିରେ ସେଲିବ୍ରିଟି ହୋଇଥିବା ବର୍ଗର ଲୋକଙ୍କ ଜୀବନଧାରାର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆମେ ବି ତାଙ୍କୁ ନକଲ କରି ନିଜର ଗୁରୁତ୍ୱ ବଢାଇବାରେ ବ୍ୟସ୍ତ। ଏଥିପାଇଁ ଅକଲର ଦରକାର ପଡୁନାହିଁ।...

କାଳିଆ, ତୁ’ ସତରେ କାହାର

କାଳିଆ, ତୁ’ ସତରେ କାହାର

ଡ. ନରହରି ବେହେରା: ମୁଁ ଏଇଠି ଠିଆ ହେଇଚିରେ କାଳିଆ! ବଅସ ହଟିଲାଣି, ଆଖିକି ଭଲ ଦୁଶୁନି, ତଥାପି ତୋତେ ଦେଖିବି ବୋଲି ଦୌଡ଼ି ଆସିଛି। ହେଲେ ମୁଁ ତୋ ପାଖକୁ ଯାଇପାରୁନି। ମୁଁ ନ ଯାଇପାରିଲେ କ’ଣ ହେଲା, ତୁ କ’ଣ ମୋ ପାଖକୁ ଟିକିଏ ଆସିବୁନି? ନିଶ୍ଚୟ ଆସିବୁ। ହେଇ ତୁ ତ ରଥରେ ବସିଲୁଣି। ତୋର ସେଇ ଚକା ଚକା ଆଖି ଦି’ଟା ଦିଶିଲାଣି। ଆରେ, ମୋ ଆଡ଼େ ଟିକିଏ ନ ଚାହିଁ ସିଧା ସିଧା କୁଆଡ଼େ ପଳାଇ ଯାଉଛୁ, ମୋ ଆଖିର ଲୁହ ତୋତେ କ’ଣ ଦେଖାଯାଉନି? ଏ ବୁଢ଼ୀଟା ତୋତେ ବିକଳରେ ଚାହିଁଛି, ତୋ ହୃଦୟ ତରଳି ଯାଉନି? ହଁ ମୁଁ ବି ବାୟାଣୀ ହେଇଗଲିଣି। ତୁ କେତେବେଳେ କାହାର ଥିଲୁ ଯେ, ଆଜି ମୋର ହବୁ? ତୁ ତ ନଟନାଗର, ହଟିଆ କଳାକାର। ତୁ ଯାହାକୁ ଚାହିଁବୁ ତା’ ପାଖକୁ ଯିବୁ, ତୋତେ ଯିଏ ଯେତେ ଚାହିଁଲେ ବି ଯିବୁନି।...

ଏଇ ଭାରତରେ

ଏଇ ଭାରତରେ

ନିଜେ ପରିଷ୍କାର ରହିବା ସହିତ ପରିବେଶକୁ ନିର୍ମଳ ରଖିବା ଲାଗି ଆମ ଦେଶରେ କିଏ କେତେ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ଉଦ୍ୟମର ଅଂଶ ସ୍ବରୂପ ଅହମଦାବାଦ୍‌ ମହାନଗର ନିଗମ (ଏଏମ୍‌ସି) ଅଧୀନରେ ଥିବା ପ୍ରାଥମିକ ସ୍କୁଲ୍‌ ପିଲାମାନଙ୍କର ମାସକୁ ଥରେ ମାଗଣା କେଶ କଟାଯିବ। ଏହା ‘ସ୍ବଚ୍ଛତା ଆଡକୁ ପାଦେ’ କାର୍ଯ୍ୟକ୍ରମର ଅଂଶବିଶେଷ। ଏଥିପାଇଁ ନିଗମ ଏକ ସ୍ବେଚ୍ଛାସେବୀ ସଂଗଠନ (ଇଣ୍ଟରନ୍ୟାଶନାଲ୍‌ ସ୍କୁଲ୍‌ ଅଫ୍‌ ଆସ୍‌ଥେଟିକ୍ସ ଆଣ୍ଡ୍‌ ସ୍ପା) ସହିତ ଚୁକ୍ତି ସ୍ବାକ୍ଷର କରିଛି।...

Model This Week

ରୂପେଶ