Dharitri News
ବାଣିଜ୍ୟ |

୬ ମାସରେ ଶେଷ ହେବ ରେଲ୍‌ଓ୍ବେ ନିଯୁକ୍ତି ପ୍ରକ୍ରିୟା

 ୬ ମାସରେ ଶେଷ ହେବ ରେଲ୍‌ଓ୍ବେ ନିଯୁକ୍ତି ପ୍ରକ୍ରିୟା ନୂଆଦିଲ୍ଲୀ,୧୭-୧୨(ପି.ଟି.) ଭାରତୀୟ ରେଳପଥରେ ୧୩ ଲକ୍ଷରୁ ଊର୍ଦ୍ଧ୍ୱ ନିଯୁକ୍ତି କ୍ଷମତା ରହିଥିବା ବେଳେ ସେଥି ମଧ୍ୟରୁ ଗ୍ରୁପ୍‌ ସି ଏବଂ ଗ୍ରୁପ୍‌ ଡି ବର୍ଗରେ ମୋଟ ୨,୨୫,୮୨୩ ପଦବୀ ଖାଲି ପଡିଛି। ସେହିପରି ରେଳ ନିରାପତ୍ତା କ୍ଷେତ୍ରରେ ମୋଟ ୧,୨୨,୯୧୧ ସଂଖ୍ୟକ ପଦବୀ ଖାଲି ପଡିଥିବାବେଳେ ୧୭,୪୬୪ ସଂଖ୍ୟକ ଲୋକୋ ପାଇଲଟ୍‌ ପଦବୀ ଫାଙ୍କା ରହିଛି। ଏତଦ୍‌ ବ୍ୟତୀତ ଗାର୍ଡ, ଗ୍ୟାଙ୍ଗ୍‌ମେନ୍‌ ଏବଂ ଅନ୍ୟାନ୍ୟ ଟେକ୍ନିକାଲ୍‌ ଷ୍ଟାଫ୍‌ ପଦବୀରେ ମଧ୍ୟ ଲୋକ ଶକ୍ତିର ଅଭାବ ରହିଛି। ଏପରି ସ୍ଥଳେ ରେଲଓ୍ବେ ନିଯୁକ୍ତି କ୍ଷେତ୍ରରେ ପ୍ରକ୍ରିୟା ଶେଷ ହେଉ ହେଉ ପ୍ରାୟ ୨ ବର୍ଷ ସମୟ ବିତି ଯାଉଛି। ଏହାକୁ ଗୁରୁତର ସହ ବିଚାର କରି ରେଳ ବୋର୍ଡ ନିଯୁକ୍ତି ପ୍ରକ୍ରିୟାକୁ ୬ ମାସ ମଧ୍ୟରେ ଶେଷ କରିବା ପାଇଁ ଯୋଜନା କରୁଛି। ସମସ୍ତ ରେଳ ମହାପ୍ରବନ୍ଧକଙ୍କୁ ନେଇ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ରେଳ ବୋର୍ଡ ଏହି ଆଲୋଚନା କରିଛି ବୋଲି ଏହାର ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀ କହିଛନ୍ତି। ଲୋହାନୀଙ୍କ କହିବାନୁସାରେ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବା ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ସହିତ ଅନ୍ୟାନ୍ୟ ବିକଳ୍ପ ବ୍ୟବସ୍ଥା କରାଯିବ। ଗତ ନଭେମ୍ବର ୨୪ରେ ଭାସ୍‌କୋ-ଡା-ଗାମା-ପାଟ୍‌ନା ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅଧିକାରୀଙ୍କ ଆଲୋଚନା ଅନୁସାରେ ଭାରତୀୟ ରେଲଓ୍ବେରେ ନିଯୁକ୍ତି ପାଇବା ପାଇଁ ଆବେଦନ ଠାରୁ ଚାକିରିରେ ଯୋଗ ଦେବା ମଧ୍ୟରେ ପ୍ରାୟ ୨ ବର୍ଷ ସମୟ ଲାଗୁଛି। ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ କାରଣରୁ ଯୋଗ୍ୟ ବିବେଚିତ ପ୍ରାର୍ଥୀ ଏହି ସମୟ ମଧ୍ୟରେ ଅନ୍ୟ ବିକଳ୍ପ ପାଇଲେ ଏହାକୁ ଅପେକ୍ଷା କରୁ ନାହାନ୍ତି। ଅନ୍‌ଲାଇନ୍‌ ପରୀକ୍ଷା କରାଗଲେ ସମୟ ହ୍ରାସ ପାଇବ ବୋଲି ଉତ୍ତର ପୂର୍ବ ରେଳପଥର ମହାପ୍ରବନ୍ଧକ ସି. ରାମ୍‌ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ଲୋହାନୀ ରେଲଓ୍ବେ ରିକ୍ରୁଟ୍‌ମେଣ୍ଟ ବୋର୍ଡ(ଆର୍‌ଆର୍‌ବି)କୁ ଏ ନେଇ ତର୍ଜମା କରି ନିଯୁକ୍ତି ପ୍ରକ୍ରିୟା ୬ ମାସ ମଧ୍ୟରେ ଶେଷ କରିବା ପାଇଁ କହିଛନ୍ତି। ରେଳ ବୋର୍ଡ ଏହାର ସମସ୍ତ ବିଭାଗକୁ ଚଳିତ ମାସ ୨୦ ସୁଦ୍ଧା ନିଜର ପ୍ରସ୍ତାବ ଦେବା ପାଇଁ ନିର୍ଦ୍ଦେଶ ଦେଇଛି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଭାରତୀୟ ରେଲଓ୍ବେରେ ୧୩ ଲକ୍ଷରୁ ଅଧିକ ନିଯୁକ୍ତି କ୍ଷମତା ରହିଛି।

ବାଣିଜ୍ୟ |

ଇ-ଓ୍ବେ ବିଲ୍‌ରେ ୨୧ହଜାର ନୂତନ ପଞ୍ଜୀକରଣ

ଇ-ଓ୍ବେ ବିଲ୍‌ରେ ୨୧ହଜାର ନୂତନ ପଞ୍ଜୀକରଣ

ନୂଆଦିଲ୍ଲୀ,୨୦-୧ ଇ-ଓ୍ବେ ବିଲ୍‌ ପୋର୍ଟାଲ୍‌ରେ ପଞ୍ଜୀକରଣ ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସାରା ଦେଶରେ ପାଖାପାଖି ୨୧,୭୫୬ ନୂତନ ଟିକସଦାତା ଓ ପରିବହନ ସଂସ୍ଥା ପଞ୍ଜୀକୃତ ହୋଇଛନ୍ତି। ସାମଗ୍ରୀ ଓ ସେବା ଟିକସ ନେଟ୍‌ଓ୍ବାର୍କ(ଜିଏସ୍‌ଟିଏନ୍‌) ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କୁମାର ଶୁକ୍ରବାର ଏହି ସୂଚନା ଦେଇଛନ୍ତି

ଗୋଦ୍‌ରେଜ୍‌ର ଆଣିଲା ନୂଆ ସିଙ୍ଗିଲ୍‌ ଡୋର୍‌ ରେଫ୍ରିଜରେଟର

ଗୋଦ୍‌ରେଜ୍‌ର ଆଣିଲା ନୂଆ ସିଙ୍ଗିଲ୍‌ ଡୋର୍‌ ରେଫ୍ରିଜରେଟର

ବମ୍ବେ, ୧୯-୧ ପ୍ରମୁଖ ହୋମ୍‌ ଆପ୍ଲାଏନ୍ସ କମ୍ପାନୀ ଗୋଦ୍‌ରେଜ୍‌ ସିଙ୍ଗିଲ୍‌ ଡୋର ରେଫ୍ରିଜ୍‌ରେଟର କ୍ଷେତ୍ରରେ ମାର୍କେଟ୍‌ ଲିଡର ହେବା ପାଇଁ ଲକ୍ଷ୍ୟ ରଖିଛି। ଏହି କ୍ଷେତ୍ରରେ ପ୍ରଥମ କମ୍ପାନୀ ଭାବେ ଏକ ସ୍ବତନ୍ତ୍ର ଡ୍ରୟାର ବିଶିଷ୍ଟ ନୂଆ ରେଫ୍ରିଜ୍‌ରେଟର ‘ଗୋଦ୍‌ରେଜ୍‌ ଏଜ୍‌ ଡ୍ୟୁ’ର ବଜାର ପ୍ରବେଶ ଅବସରରେ କମ୍ପାନୀ ପକ୍ଷରୁ ଏହା କୁହାଯାଇଛି। ଭାରତରେ ରେଫ୍ରିଜରେଟର ବ୍ୟବହାର କରୁଥିବା ପ୍ରାୟ ୮୦% ପରିବାର ସିଙ୍ଗିଲ୍‌ ଡୋର୍‌ ବିଶିଷ୍ଟ ରେଫ୍ରିଜ୍‌ରେଟର ବ୍ୟବହାର କରୁଛନ୍ତି ବୋଲି କମ୍ପାନୀ ପ୍ରକାଶ କରିଛି

ବଢିଚାଲିଛି ତୈଳ ଦର

ବଢିଚାଲିଛି ତୈଳ ଦର

ନୂଆଦିଲ୍ଲୀ, ୧୮-୧(ପି.ଟି.) ଦେଶରେ ଉଭୟ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ହୁହୁ ହୋଇ ବଢି ଚାଲିଛି। ନୂଆଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ୭୧ ଟଙ୍କା ଟପିଥିବା ବେଳେ ବମ୍ବେରେ ୮୦ ଟଙ୍କା ଛୁଇଁଛି। ସେହିପରି ଡିଜେଲ୍‌ ଦର ନୂଆଦିଲ୍ଲୀରେ ୬୨ ଟଙ୍କା ଟପିଥିବା ବେଳେ ବମ୍ବେରେ ୬୬ ଟପିଛି। କିନ୍ତୁ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ରଖିନାହାନ୍ତି।

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ନୂଆଦିଲ୍ଲୀ, ୧୮-୧(ପିଟି) ଆସନ୍ତା ୩୧ ତାରିଖରୁ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସାଧାରଣ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ଗୁରୁବାର ସବୁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‌ ବଜେଟ ବୈଠକ ଅନୁଷ୍ଠିତ ହୋଇଯାଇଛି।

 ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୧(ପି.ଟି.) ଯେଉଁଠାରେ ବ୍ୟାଙ୍କ ଖାତା ଖୋଲିବା, ଟଙ୍କା ଜମା କରିବା, ଉଠେଇବା, ଡିମାଣ୍ଡ୍‌ଡ୍ରାଫ୍‌ଟ୍‌ ତଥା ଚାଲାଣ କାଟିବା ବ୍ୟବସ୍ଥା ଥାଏ ତାହାକୁ ସାଧାରଣତଃ ଏକ ବ୍ୟାଙ୍କ ଶାଖା କୁହାଯାଏ। ଜଣେ ପରିଚାଳକଙ୍କ ଅଧୀନରେ କେତେକ କର୍ମଚାରୀଙ୍କୁ ନେଇ ଏହା ନିର୍ଦ୍ଦିଷ୍ଟ ଅଞ୍ଚଳରେ ପରିଚାଳିତ ହୋଇଥାଏ। ଗ୍ରାହକମାନେ ନିଜର ଆର୍ଥିକ କାରବାର କରିବା ପାଇଁ ଏଠାକୁ ଯାଇ ଥାଆନ୍ତି।

୨୯ ଉତ୍ପାଦରୁ ଟିକସ କମିଲା

୨୯ ଉତ୍ପାଦରୁ ଟିକସ କମିଲା

ନୂଆଦିଲ୍ଲୀ,୧୮-୧(ପି.ଟି.) ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିଷଦର ୨୫ ତମ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେତେକ କୃଷିଜାତ ଉତ୍ପାଦ ସହ ୨୯ଟି ସାମଗ୍ରୀ ଏବଂ ୫୪ ପ୍ରକାର ସେବା ଉପରେ ଜିଏସ୍‌ଟି ହାର ହ୍ରାସ କରାଯାଇଛି। ୨୯ଟି ହସ୍ତଶିଳ୍ପ ସାମଗ୍ରୀକୁ ୦% ସ୍ଲାବ୍‌ରେ ରଖାଯାଇଛି।

କଲ୍‌ ଡ୍ରପ୍‌: ବାହାନା ଦେଖାଇ ପାରିବେନି ଟେଲିକମ୍‌ କମ୍ପାନୀ

କଲ୍‌ ଡ୍ରପ୍‌: ବାହାନା ଦେଖାଇ ପାରିବେନି ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୧୮-୧(ପି.ଟି.) କଲ୍‌ ଡ୍ରପ୍‌ ସମସ୍ୟାକୁ ନେଇ ଟେଲିକମ୍‌ ବିଭାଗ(ଡଟ୍‌) ଅପରେଟର୍‌ମାନଙ୍କ ଉପରେ କଡା ଆଭିମୁଖ୍ୟ ପ୍ରକାଶ କରିଛି। ଏହି ସମସ୍ୟାକୁ ନେଇ କମ୍ପାନୀଗୁଡିକ ପକ୍ଷରୁ କୌଣସି ବାହାନା ଶୁଣାଯିବ ନାହିଁ। ମୋବାଇଲ୍‌ ଟାଓ୍ବାର ସଂସ୍ଥାପନ କ୍ଷେତ୍ରରେ ଅସୁବିଧା ହେଉଥିବାରୁ କଲ୍‌ ଡ୍ରପ୍‌ ସମସ୍ୟା ବଢ଼ୁଛି ବୋଲି ଟେଲିକମ୍‌ କମ୍ପାନୀଗୁଡିକ ବାହାନା ଦେଖାଉଥିବା ଡଟ୍‌ କହିଛି।

ହୋଟେଲ୍‌ଗୁଡିକ ଲାଗି ନୂଆ ନିୟମ: ରିସେପ୍‌ଶନ, ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶିତ ହେବ ଷ୍ଟାର ମାନ୍ୟତା

ହୋଟେଲ୍‌ଗୁଡିକ ଲାଗି ନୂଆ ନିୟମ: ରିସେପ୍‌ଶନ, ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶିତ ହେବ ଷ୍ଟାର ମାନ୍ୟତା

ନୂଆଦିଲ୍ଲୀ,୧୮-୧(ପି.ଟି.) ଏଣିକି ସମସ୍ତ ହୋଟେଲ ନିଜର ରିସେପ୍‌ଶନ ତଥା ଓ୍ବେବ୍‌ସାଇଟ୍‌ରେ ସେମାନଙ୍କ ଷ୍ଟାର ମାନ୍ୟତାକୁ ପ୍ରଦର୍ଶନ କରିବେ। ସେ ୫ ତାରକା ହେଉ କିମ୍ବା ୧ ତାରକା ତାହାକୁ ରିସେପ୍‌ଶନ ତଥା ନିଜ ଓ୍ବେବ୍‌ସାଇଟ୍‌ରେ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରିବା ପାଇଁ ହୋଟେଲ୍‌ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁପାଳନ ପାଇଁ ୩ ମାସର ଡେଡ୍‌ଲାଇନ୍‌ ଧାର୍ଯ୍ୟ କରାଯାଇଛି।

ନିଶାନ ଇଣ୍ଡିଆର ‘ହାପି ଓ୍ବିଥ୍‌ ନିଶାନ୍‌’ ଅଭିଯାନ

ନିଶାନ ଇଣ୍ଡିଆର ‘ହାପି ଓ୍ବିଥ୍‌ ନିଶାନ୍‌’ ଅଭିଯାନ

ଦିଲ୍ଲୀ,୧୮-୧ ପ୍ରମୁଖ ଅଟୋ ନିର୍ମାତା କମ୍ପାନୀ ନିଶାନ୍‌ ଇଣ୍ଡିଆ ପକ୍ଷରୁ "ହାପି ଓ୍ବିଥ୍‌ ନିଶାନ୍‌" ଗ୍ରାହକ ସେବା ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା ହୋଇଛି । ଏହି ଅଭିଯାନ ନିଶାନ୍‌ ଏବଂ ଡାଟ୍‌ସନ୍‌ର ସମସ୍ତ ଆଉଟଲେଟଗୁଡିକରେ ଚଳିତ ମାସ ୧୮-୨୮ ତାରିଖ ମଧ୍ୟରେ ପାଳନ ହେବ ।

ସାହାରା ଲାଇଫ୍‌ ବାଣିଜ୍ୟ ଅକ୍ତିଆର ମାମଲାକୁ ନେଇ ନିୟାମକ ନିର୍ଦ୍ଦେଶ ଉଚ୍ଛେଦ କଲେ ସ୍ୟାଟ୍‌

ସାହାରା ଲାଇଫ୍‌ ବାଣିଜ୍ୟ ଅକ୍ତିଆର ମାମଲାକୁ ନେଇ ନିୟାମକ ନିର୍ଦ୍ଦେଶ ଉଚ୍ଛେଦ କଲେ ସ୍ୟାଟ୍‌

ବମ୍ବେ,୧୮-୧ ସୁବ୍ରତ ରୟଙ୍କ ସାହାରା ଲାଇଫ୍‌ ଇନସ୍ୟୁରାନ୍ସ ବାଣିଜ୍ୟକୁ ଅକ୍ତିଆର ଲାଗି ଆଇସିଆଇସିଆଇ ପ୍ରୁଡେନସିଆଲ୍‌କୁ ବୀମା ନିୟାମକ ଆଇଆରଡିଏଆଇ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଦି ସିକ୍ୟୁରିଟିଜ୍‌ ଆପିଲେଟ ଟ୍ରିବ୍ୟୁନାଲ (ସ୍ୟାଟ୍‌) ଉଚ୍ଛେଦ କରି ଦେଇଛନ୍ତି। ସାହାରା ମାମଲାର ଶୁଣାଣି ପରେ ପୁଣି ଏକ ନୂଆ ନିର୍ଦ୍ଦେଶ ଜାରି କରିବାକୁ ସ୍ୟାଟ୍‌ କହିଛନ୍ତି। ମାତ୍ର ଅନ୍ତରୀଣ ସମୟ ପାଇଁ ସାହାରା ଲାଇଫ ବାଣିଜ୍ୟର ପରିଚାଳନା ନିମନ୍ତେ ଏକ ଆଡମିନିଷ୍ଟ୍ରେଟର ନିଯୁକ୍ତ ଲାଗି ଆଇଆର୍‌ଡିଏଆଇ ନିଷ୍ପତ୍ତିକୁ ସ୍ୟାଟ୍‌ କାଏମ ରଖିଛନ୍ତି।

ଟୟୋଟା ପକ୍ଷରୁ ଇନୋଭା କ୍ରିଷ୍ଟାର ଟେଷ୍ଟ ଡ୍ରାଇଭ୍‌

ଟୟୋଟା ପକ୍ଷରୁ ଇନୋଭା କ୍ରିଷ୍ଟାର ଟେଷ୍ଟ ଡ୍ରାଇଭ୍‌

ଭୁବନେଶ୍ୱର,୧୮-୧ ପ୍ରମୁଖ ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଏହାର ପ୍ରମୁଖ ମଡେଲ ଇନୋଭା କ୍ରିଷ୍ଟାର ଏକ ଟେଷ୍ଟ ଡ୍ରାଇଭ୍‌ ସ୍ଥାନୀୟ ପଟିଆସ୍ଥିତ ଏସ୍ପିରିଟ୍‌ ଟୟୋଟା ଶୋ’ରୁମଠାରେ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ୨୦୦୫ରେ ପ୍ରଥମେ ଇନୋଭା ମଡେଲକୁ ବଜାରକୁ ଆଣିଥିବା ବେଳେ ୨୦୧୬ରେ ଏହାର ଅତ୍ୟାଧୁନିକ ଭର୍ଜନ ଇନୋଭା କ୍ରିଷ୍ଟାକୁ ଉନ୍ମୋଚନ କରିଛି।

ବ୍ରିଲିଆଣ୍ଟ ପକ୍ଷରୁ ନୂଆ ସ୍ବାଗତମ ଅଗରବତୀ

ବ୍ରିଲିଆଣ୍ଟ ପକ୍ଷରୁ ନୂଆ ସ୍ବାଗତମ ଅଗରବତୀ

ଭୁବନେଶ୍ୱର,୧୮-୧ ପ୍ରମୁଖ ଅଗରବତୀ କମ୍ପାନୀ ବ୍ରିଲିଆଣ୍ଟ ପକ୍ଷରୁ ଏହାର ନୂତନ ବ୍ରାଣ୍ଡ ବ୍ରିଲିଆଣ୍ଟ ସ୍ବାଗତମ ଅଗରବତୀ ବଜାରକୁ ଆସିଛି। ସାତପଡାଠାରେ ଅନୁଷ୍ଠିତ ଏକ ବିତରକ ସମ୍ମିଳନୀରେ ଏହି ନୂଆ ବ୍ରାଣ୍ଡର ବଜାର ପ୍ରବେଶ ହୋଇଛି।