Dharitri News
ଫୁରସତ |

ଯୋଡ଼ା ଯମଜ

ଯୋଡ଼ା ଯମଜ ଏମାନେ ଯମଜ, ହେଲେ ଶରୀର ନୁହେଁ ଭିନ୍ନ ଭିନ୍ନ। ଯୋଡିହୋଇ ରହିଥାଆନ୍ତି ପରସ୍ପର ସହ। ଦେଖିବାକୁ ସାଧାରଣ ମଣିଷଠାରୁ ଭିନ୍ନ ଓ ଅଜବ। ହେଲେ ସେମାନଙ୍କ ଭିତରେ ଥାଏ ହୃଦୟ ଓ ମଣିଷ ପରି ମଣିଷଟିଏ ହୋଇ ଜିଇବାର ଇଚ୍ଛା। ସେଥିପାଇଁ ତ ସବୁ ଘାତପ୍ରତିଘାତକୁ ଏଡ଼େଇ ବଞ୍ଚନ୍ତି କେତେକ କନ୍‌ଜଏନ୍‌ଡ ଟୁଇନ୍ସ ବା ଭାରଣ୍ଡ ପିଲାମାନେ... କନ୍‌ଜଏନ୍‌ଡ ଟୁଇନ୍ସ ବା ଓଡ଼ିଆରେ ଭାରଣ୍ଡ ପିଲାଙ୍କ କଥା ଆମ ଦେଶର କଥା କାହାଣୀରେ କାହିଁ କେବେଠୁ ରହିଆସିଛି। ପଞ୍ଚତନ୍ତ୍ରରେ ବି ରହିଛି ଏମାନଙ୍କୁ ନେଇ କାହାଣୀ। ଚିକିତ୍ସା ବିଜ୍ଞାନରେ ଏଭଳି ଶିଶୁଙ୍କ ଶରୀରର ଯେଉଁ ଯେଉଁ ଅଙ୍ଗ ପରସ୍ପର ସହ ଯୋଡିହୋଇ ରହିଥାଏ, ତଦନୁସାରେ ସେମାନଙ୍କର ପ୍ରକାର ଭେଦ କରାଯାଇଛି। ଆଉ ଅଲଗା ଅଲଗା ନାଁ ବି ଦିଆଯାଇଛି। ତେବେ ଏହି ଭାରଣ୍ଡ ବା କନ୍‌ଜଏନ୍‌ଡ ଟୁଇନ୍ସ ଏକ ବିରଳ ଘଟଣା। ୪୯,୦୦୦-୧୮୯,୦୦୦ ଜନ୍ମ ମଧ୍ୟରେ ଗୋଟିଏ ହିଁ ଘଟଣା ସାମ୍‌ନାକୁ ଆସିଥାଏ। ଖାସ୍‌‌କରି ଦକ୍ଷିଣପୂର୍ବ ଏସିଆ ଓ ଆଫ୍ରିକାରେ ଏଭଳି ଶିଶୁ ଜନ୍ମ ହେବାର ନଜିର ଅଧିକ ରହିଛି। ସାଧାରଣତଃ ଜନ୍ମର ୨୪ ଘଣ୍ଟା ମଧ୍ୟରେ ଏକତୃତୀୟାଂଶ ଭାରଣ୍ଡ ଶିଶୁ ମୃତ୍ୟୁବରଣ କରିଥାନ୍ତି। ଏଭଳି ଭାବେ ଜନ୍ମ ନେବାରେ ଝିଅମାନଙ୍କ ସଂଖ୍ୟା ପୁଅଙ୍କଠାରୁ ଅଧିକ। ଖାଲି ଆମ ଦେଶ ନୁହେଁ, ସାରା ପୃଥିବୀରେ ଏଭଳି ଶିଶୁ କାଳେ କାଳେ ଥିବାର ପ୍ରମାଣ ରହିଛି। ଆଉ ଏବେ ବି ଅଛନ୍ତି ସେମିତି କେତେଜଣ ଚର୍ଚ୍ଚିତ କନ୍‌ଜଏନ୍‌ଡ ଟୁଇନ୍ସ। ହନି ସିଂହରୁ ଜଗା କାଳିଆ ୨୦୧୫, ଏପ୍ରିଲ ମାସ। କନ୍ଧମାଳ ଜିଲା, ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମିଲୁପଡା ଗାଁରେ ଜନ୍ମ ନେଲେ ଯାଆଁଳା ଭାଇ। ଆଉ ସେଇ ଦୁଇ ଭାଇ ବଦଳେଇଦେଲେ ଗାଁର ଭାଗ୍ୟ। ଭୌଗୋଳିକ ମାନଚିତ୍ରରେ ନ ଥିଲା ଯେଉଁ ଗାଁର ସତ୍ତା, ରାତାରାତି ତାହା ପାଲଟିଗଲା ଏକ ତୀର୍ଥସ୍ଥଳ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଲେ ଅନେକ ଲୋକ ଖାସ୍‌ ସେଇ ଦୁଇ ଭାଇଙ୍କୁ ଦେଖିବାକୁ। କାରଣ ଏଇ ଦୁଇ ଭାଇ ଥିଲେ ସବୁଠୁ ଭିନ୍ନ। ସେମାନେ ଥିଲେ ପରସ୍ପର ସହ ସଂଯୁକ୍ତ। ତାଙ୍କର ମୁଣ୍ଡ ଯୋଡିହୋଇ ରହିଥିଲା। ଏମାନେ ହେଉଛନ୍ତି ସେହି ଚର୍ଚ୍ଚିତ ଯାଆଁଳା ଭାଇ ଜଗା କାଳିଆ, ଯାହାଙ୍କ ପାଇଁ ଓଡିଶା ଏବେ ସାରା ପୃଥିବୀରେ ପରିଚିତ। ଦୁଇ ଭାଇଙ୍କ ବାପା ଭୂୟାଁ କହଁର କହନ୍ତି, ‘ମୋର ପୂର୍ବରୁ ଦୁଇ ପୁଅ ଥିଲେ। ତୃତୀୟ ସନ୍ତାନ ଭାବେ ଜଗା କାଳିଆ ଜନ୍ମ ନେଲେ। ହେଲେ ଜନ୍ମ ପରେ ଯେବେ ଦୁହିଙ୍କୁ ଦେଖିଲି, ସେମାନଙ୍କର ଏପରି ଅବସ୍ଥା ଦେଖି ମୋ ମୁଣ୍ଡ ଘୂରେଇଦେଲା। ଦେହ ଝିମ୍‌ ଝିମ୍‌ ହେଇଗଲା। ତଥାପି ସନ୍ତାନ ପାଇଁ ମନ ଖୁସି ଥିଲା। ଦୁହିଙ୍କୁ ସ୍ନେହରେ ଡାକିଲୁ ହନି ସିଂ। ଅର୍ଥାତ୍‌ ଆଜିର ଜଗା ହନି ଆଉ କାଳିଆ ସିଂ। ମୋର ଏହି ଅଦ୍ଭୁତ ଛୁଆଙ୍କ କଥା ଚାରିଆଡେ ପ୍ରଘଟ ହୋଇଗଲା। ଗାଁ ଲୋକଙ୍କ ସହ ଆଖପାଖ ଗାଁ ଏମିତିକି ଓଡ଼ିଶାର ବିଭିନ୍ନ ସ୍ଥାନରୁ ଲୋକେ ଆମ ଘରକୁ ଆସିଲେ ମୋର ଏହି ଦୁଇ ପୁଅଙ୍କୁ ଦେଖିବା ପାଇଁ। ସମସ୍ତେ ତାଙ୍କୁ ଭଗବାନ ଭାବି ଅନେକ ଭେଟି ଦେଉଥିଲେ। ଭାବବିହ୍ବଳ ହୋଇଯାଉଥିଲେ ଦୁହିଙ୍କୁ ଦେଖି। ସ୍ବୟଂ ଜଗତର ନାଥ ଜଗନ୍ନାଥ ଓ ଭାଇ ବଳଭଦ୍ର ମୋ ଘରେ ଜନ୍ମ ନେଇଛନ୍ତି କହୁଥିଲେ। ଦିନେ ତ ପୁରୀ ମନ୍ଦିରରୁ ପଣ୍ଡାମାନେ ଫୁଲ, ଚନ୍ଦନ, ବାନା, ମହାପ୍ରସାଦ ଧରି ଆସିଥିଲେ ଜଗା କାଳିଆଙ୍କୁ ଦେଖିବା ପାଇଁ। ତା’ସହ ୧୦,୦୦୦ ଟଙ୍କା ବି ଦେଇଥିଲେ। ଫଳରେ ଭାବିଲୁ ଏହି ନାଁ ବଦଳେଇ ନୂଆ ନାଁ ଦେବୁ। ଆଉ ଯେବେ ଜନ୍ମ ପଞ୍ଜିକରଣ କରାଇଲୁ ନାଁ ବଦଳାଇ ରଖିଲୁ ଜଗା କାଳିଆ। ଡାକ୍ତରମାନେ ବି ଏହି ନାଁ ପାଇଁ ସହମତି ପ୍ରକାଶ କଲେ। ସମସ୍ତେ ଭଲ ପାଉଥିଲେ ମୋ ପୁଅ ଦୁହିଙ୍କୁ। ତଥାପି ସେମାନେ କିଭଳି ସ୍ବାଭାବିକ ହେବେ ସେ ଚିନ୍ତା ରହୁଥିଲା ଆମ ମନରେ। ସେଥିପାଇଁ କଟକ ବଡ଼ ମେଡିକାଲ ନେଲୁ। ସବୁ ପରୀକ୍ଷା କରେଇଲୁ। ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ୧୪ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ବିଭିନ୍ନ ପରୀକ୍ଷାରେ ତାହା ସରିଗଲା। ଡାକ୍ତର ଦିଲ୍ଲୀ ଯିବା ପାଇଁ କହିଲେ। କିନ୍ତୁ ଟଙ୍କା ଅଭାବରୁ ନେଇପାରିଲୁନି। ଆଉ ଗାଁକୁ ଚାଲିଆସିଲୁ। ଏମିତିରେ ଦୁହେଁ ବଢିବାକୁ ଲାଗିଲେ। ପ୍ରତିଦିନ ଘରକୁ କେହି ନା କେହି ଆସୁଥିଲେ ସେମାନଙ୍କୁ ଦେଖିବା ପାଇଁ। ଟିକେ ବଡ଼ ହେବା ପରେ ସେମାନେ ଚାଲି ଶିଖିଲେ, ନିଜେ ହାତରେ ଧରି ଖାଇଲେ ବି। ଦୁଷ୍ଟାମି ବି ବଢିବାକୁ ଲାଗିଲା। ଜଣେ ଗୋଟେ ଜାଗାକୁ ଯିବାକୁ ଚାହିଁଲା ବେଳକୁ ଅନ୍ୟ ଜଣେ ଆଉ ଏକ ଜାଗାକୁ ଯିବାକୁ ଚାହିଁଲା। ତେଣୁ ଦୁହେଁ ଟଣାଟଣି ହେଉଥିଲେ। ରାଗିଗଲେ ଜଣେ ଅନ୍ୟ ଜଣକୁ ମାରିବା, ରାମ୍ପୁଡିବାକୁ ବି ପଛଉ ନ ଥିଲେ। ହେଲେ ଦୁହିଙ୍କ ମଧ୍ୟରେ ଭଲ ପାଇବା ଭରି ରହିଥିଲା। ଅନ୍ୟ ପିଲା ଓ ବଡ଼ ଦୁଇ ଭାଇଙ୍କ ସହ ବି ଦୁହେଁ ଖେଳୁଥିଲେ। ଭାଇମାନେ ଡାକିଲେ ପାଖକୁ ଯାଉଥିଲେ। ତେବେ ସବୁବେଳେ ସେମାନେ ଆମ ଆଖି ସାମ୍‌ନାରେ ରହୁଥିଲେ। ଛୋଟ ଥିବାରୁ ସେମାନଙ୍କୁ ଖୁଆଇବା, ଗାଧୋଇବା କାମ ଆମେ କରିଦେଉଥିଲୁ। ସେମାନେ ବସିକି ଝାଡା କରିପାରୁ ନ ଥିଲେ। ତେଣୁ ଯେଉଁଠି ବି ସେମାନେ ଠିଆ ହୋଇ ଝାଡା କରୁଥିଲେ ତାକୁ ସଫା କରୁଥିଲୁ। ଟି-ଶାର୍ଟକୁ ଗୋଡପଟୁ ପିନ୍ଧାଇବାକୁ ପଡୁଥିଲା। ଘର ବାହାରେ ଖେଳିଲେ ବି ଜଗିକି ରହୁଥିଲୁ। ମୁଁ ଓ ମୋ ସ୍ତ୍ରୀ ପୁଷ୍ପାଞ୍ଜଳି ଦୁହେଁ ଚାଷବାସ କରୁ। ସିଏ ଜଗିଲେ ମୁଁ ଜମିକୁ ଯାଉଥିଲି ଓ ମୁଁ ଜଗିଲେ ସିଏ କାମକୁ ଯାଉଥିଲା। ଘରେ ମା’ବାପା ଓ ଭାଇ ବି ଜଗୁଥିଲେ। ମନରେ ସବୁବେଳେ କିନ୍ତୁ ଜଗା କାଳିଆଙ୍କ ଚିନ୍ତା ରହୁଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ବୁଝିଲେ। ଅସ୍ତ୍ରୋପଚାର ପାଇଁ ୧ କୋଟି ମଞ୍ଜୁର କଲେ। ଆଉ ଆମେ ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)କୁ ଗଲୁ ଚିକିତ୍ସା ପାଇଁ। ବର୍ତ୍ତମାନ ଦୁଇଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର ହୋଇ ମୋ ଜଗା କାଳିଆ ଅଲଗା ହୋଇଯାଇଛନ୍ତି। ଜଗା ଏବେ ସୁସ୍ଥ ଓ ଆମ ସହ ଡାକ୍ତରଖାନାର ଏକ ଅଲଗା କୋଠରିରେ ରହୁଛି। ହେଲେ କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହିଁ। ହେଲେ ସ୍ଥିତି ସୁଧୁରୁଛି। ଡାକ୍ତର କହୁଛନ୍ତି ଆଉ କିଛି ମାସ ଲାଗିବ ଭଲ ହେବାକୁ। ଜଗା କିନ୍ତୁ କଠିନ ଖାଦ୍ୟ ଖାଇବା ସହ ଚାଲୁଛି, ବୁଲୁଛି, ଖେଳୁଛି, ଅଝଟ ହେଉଛି। ଆଉ ମା’ବାପା ବି ଡାକିଲାଣି। ତା’ର ଡାକ ଶୁଣିଲେ ଭାରି ଭଲ ଲାଗୁଛି।’ ସ୍ପାଇଡର ସିଷ୍ଟର ଗଙ୍ଗା ଯମୁନା- ପଶ୍ଚିମବଙ୍ଗର ବସିରହାଟରେ ଜନ୍ମ ଗଙ୍ଗା ଓ ଯମୁନା ମଣ୍ଡଳଙ୍କର। ଦୁହେଁ ଯାଆଁଳା ହେଲେ ପରସ୍ପର ସହିତ ସଂଯୁକ୍ତ। ଛାତିର ତଳଭାଗରୁ ସେମାନଙ୍କ ଶରୀର ମିଶିଯାଇଛି। ଦୁହେଁ ମୁହାଁମୁହିଁ ହୋଇ ରୁହନ୍ତି ଆଉ ଗୋଟିଏ ପାର୍ଶ୍ୱକୁ ଅକାମୀ ଗୋଡଗୁଡିକ ଝୁଲି ରହିଥାଏ। ଚାରି ହାତ ସାହାଯ୍ୟରେ ସେମାନେ ଚାଲନ୍ତି। ଦୁହିଙ୍କର ଦୁଇଟି ହୃତ୍‌ପିଣ୍ଡ, ଚାରୋଟି ହାତ, ତିନୋଟି ଗୋଡ଼, ଦୁଇଟି ବୃକକ୍‌, ଗୋଟିଏ ଯକୃତ ଓ ପ୍ରଜନନ ଅଙ୍ଗ ଗୋଟିଏ। ଏଭଳି ବିଚିତ୍ର ଶରୀର ପାଇଁ ଲୋକେ ତାଙ୍କୁ ‘ସ୍ପାଇଡର୍‌ ସିଷ୍ଟର’ ବୋଲି ବି ଡାକନ୍ତି। ହେଲେ ଗରିବ ଘର ହୋଇଥିବାରୁ ଗଙ୍ଗା ଯମୁନାଙ୍କର ଚିକିତ୍ସା କରାଇବା ଥିଲା ମା’ବାପାଙ୍କ ପାଇଁ କଷ୍ଟକର। ପାଠ ପଢ଼ାଇ ଶିକ୍ଷିତ କରାଇବା ବି ଥିଲା ମୁସ୍କିଲ। ତେଣୁ ଗଙ୍ଗା ଯମୁନାଙ୍କ ବାପା ସେମାନଙ୍କୁ ସ୍କୁଲ ଛାଡି ନ ଥିଲେ। ପରେ ତାଙ୍କର ଜଣେ ସମ୍ପର୍କୀୟ ଏହି ଦୁଇ ଭଉଣୀଙ୍କୁ ସର୍କସରେ କାମ କରାଇଲେ। ସେମାନେ ଭାରତର ବିଭିନ୍ନ ସ୍ଥାନ ବୁଲି କାମ କଲେ। ଫଳରେ ଘରକୁ ଦି ପଇସା ଆସିଲା। ଶରୀର ମିଶିଛି ସତ ହେଲେ ଦୁହିଙ୍କ ମସ୍ତିଷ୍କ ଅଲଗା। ତେଣୁ ଅନେକ ତଫାତ୍‌ ବି ରହିଛି ସେମାନଙ୍କ ଭିତରେ। ଦୁହିଙ୍କ ଭିତରେ ମନାନ୍ତର ଓ ମତାନ୍ତର ବି ହୁଏ। ଗଙ୍ଗାକୁ ପର୍ଚ ନାମକ ମଧୁର ଜଳ ମାଛ ପସନ୍ଦ ଥିବାବେଳେ ଯମୁନାକୁ ପସନ୍ଦ ମାଂସ। ସନ୍ଧ୍ୟାବେଳେ ଗଙ୍ଗାକୁ ବହି ପଢିବା, ଗୀତ ଶୁଣିବାକୁ ଭଲ ଲାଗୁଥିବାବେଳେ ଯମୁନାକୁ ଭଲ ଲାଗେ ଶୋଇବା। ଗଙ୍ଗାଙ୍କର ପ୍ରିୟ ଅଭିନେତା ଅମିତାଭ ବଚ୍ଚନ ହୋଇଥିବାବେଳେ ଯମୁନାଙ୍କୁ ଭଲ ଲାଗନ୍ତି ଅକ୍ଷୟ କୁମାର। ତେବେ ଅସଲ ଜୀବନରେ ତାଙ୍କୁ କେହି କେବେ ଭଲ ପାଇବା ନଜରରେ ଦେଖି ନ ଥିଲେ। ସବୁଠି ପ୍ରତ୍ୟାଖ୍ୟାନ ଓ ଘୃଣା ଛଡ଼ା ସେମାନଙ୍କୁ କିଛି ବି ମିଳି ନ ଥିଲା। ଦିନେ ପେସାରେ ଶିକ୍ଷକ ଓ ସର୍କସରେ ସାଉଣ୍ଡ ଇଞ୍ଜିନିୟଭାବେ ପାର୍ଟଟାଇମ୍‌ କାମ କରୁଥିବା ଗଦାଧରଙ୍କ ସହ ସେମାନଙ୍କର ଆଖି ମିଶିଲା। ଗଦାଧର ଥିଲେ ଖୁବ୍‌ ଦୟାଳୁ। ଗଙ୍ଗା-ଯମୁନାଙ୍କ ଦୁଃଖକଷ୍ଟକୁ ସେ ନିଜର କଷ୍ଟ ବୋଲି ଭାବିଥିଲେ। ଆଉ ତାଙ୍କ ସହ ବହୁତ ଭଲରେ ମିଶିଲେ। ଦୁଇ ଭଉଣୀଙ୍କ ଦୁଃଖସୁଖରେ ଭାଗୀଦାର ହେଲେ। ଧୀରେ ଧୀରେ ସେମାନଙ୍କ ଭିତରେ ଭଲ ପାଇବା ଆସିଗଲା। ଦୁଇ ଭଉଣୀଙ୍କୁ ମିଳିଗଲା ମନର ମଣିଷ। ପରେ ସେମାନେ କଲିକତାର ଏକ ଗାଁରେ ମିଶି ରହିଲେ। ଗଦାଧର ସ୍କୁଲରୁ ଆସିବା ପରେ ଦୁଇ ଭଉଣୀଙ୍କୁ ତାଙ୍କ ପରଫର୍‌ମାନ୍ସ ପାଇଁ ନେଇ ଛାଡିଦିଅନ୍ତି। ପରେ ସେମାନେ ତାଙ୍କୁ ବାହା ହେଲେ। ଏହି ସମ୍ପର୍କକୁ ନେଇ ଦୁଇ ଭଉଣୀ ବହୁତ ଖୁସି ଥିଲେ। ଦୁଇ ଭଉଣୀ ଡାକ୍ତରଙ୍କ ସହ ପରାମର୍ଶ କରି ଅଲଗା ହେବାକୁ ବି ଭାବିଥିଲେ। କିନ୍ତୁ ଜୀବନ ପ୍ରତି ଭୟ ଥିବା ସହ ଏହା ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ ହେବ ଭାବି ସାରା ଜୀବନ ଏହିପରି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ୧୯୯୩ରେ ସିଜରିଆନ୍‌ରେ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ହେଲେ କିଛି ଘଣ୍ଟା ପରେ ପିଲାଟିର ମୃତ୍ୟୁ ହୋଇଗଲା। ଯେମିତି ଅଛୁ ସେମିତି ରହିବୁ: ଛତିଶଗଡ଼, ରାୟପୁରର ଏକ ଛୋଟିଆ ଗାଁରେ ଜନ୍ମ ଶିବନାଥ ଓ ଶିବରାମଙ୍କର। ଦୁହେଁ ଯାଆଁଳା ଓ ଦୁହିଙ୍କର ଛାତିର ତଳଭାଗରୁ ନିତମ୍ବ ପର୍ଯ୍ୟନ୍ତ ଅଙ୍ଗ ପରସ୍ପର ସହ ସଂଯୁକ୍ତ ହୋଇ ରହିଛି। ସେମାନଙ୍କର ଅଛି ଦୁଇଟି ଗୋଡ଼, ଗୋଟିଏ ପାକସ୍ଥଳୀ କିନ୍ତୁ ଅଲଗା ଅଲଗା ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ, ମସ୍ତିଷ୍କ ଓ ଦୁଇ ଦୁଇଟି କରି ଚାରୋଟି ହାତ। ଯେତେବେଳେ ଏହି ଯମଜ ସନ୍ତାନଙ୍କର ଜନ୍ମ ହେଲା ଗାଁ ଲୋକେ ତାଙ୍କୁ ଈଶ୍ୱରଙ୍କ ଅବତାର ଭାବି ପୂଜାର୍ଚ୍ଚନା ଆରମ୍ଭ କରିଦେଲେ। ଶ୍ରମିକଭାବେ କାମ କରୁଥିବା ଶିବନାଥ ଓ ଶିବରାମଙ୍କ ବାପା ରାଜକୁମାଙ୍କର ପୂର୍ବରୁ ୫ ଝିଅ ଥିଲେ। ପୁଅ ହେବା ପରେ ଯେତିକି ଖୁସି ହୋଇଥିଲେ ସେମାନଙ୍କ ଅବସ୍ଥା ଦେଖି ମନ କଷ୍ଟ ବି ହୋଇଥିଲା। ହେଲେ ସେମାନେ ଥିଲେ ତାଙ୍କ ନୟନର ପିତୁଳା। ରାଜକୁମାର ଓ ସ୍ତ୍ରୀ ଶ୍ରୀମତୀ ଦୁଇ ପୁଅଙ୍କୁ ଖୁବ୍‌ ଯତ୍ନର ସହ ବଢାଇଲେ। ନିଜର ସବୁ କାମ ନିଜେ କରିବା ପାଇଁ ସକ୍ଷମ କରାଇଲେ। ଏବେ ସେମାନେ ନିଜ କାମ ଏଭଳି କରିପାରୁଛନ୍ତି ଯେ ଡାକ୍ତରଙ୍କ ସହ ଅନ୍ୟମାନେ ବି ଚକିତ ହୋଇଯାଉଛନ୍ତି। ନିଜେ ଗାଧୋଇବା, ପୋଷାକ ପିନ୍ଧିବା, ଖାଇବା, ମୁଣ୍ଡ କୁଣ୍ଡାଇବା ସବୁକିଛି ନିଜେ କରୁଛନ୍ତି। ତା’ସହ ବାହାରେ ପିଲାଙ୍କ ସହ ଚାରି ହାତ ଓ ଦୁଇ ଗୋଡ଼ ସାହାରାରେ ଦୌଡି ଦୌଡି କ୍ରିକେଟ ଓ ଅନ୍ୟ ଖେଳ ବି ଖେଳୁଛନ୍ତି। ପାଠପଢାରେ ବି ଖୁବ୍‌ ଭଲ। ସ୍ଥାନୀୟ ସ୍କୁଲରେ ସେମାନେ ପ୍ରଥମ ହେଉଛନ୍ତି। ଶିବନାଥ ଓ ଶିବରାମଙ୍କ ବାପା ରାଜକୁମାର କହନ୍ତି, ଲୋକେ ମୋ ପିଲାଙ୍କୁ ଦେଖିଲେ ଖୁସି ହୁଅନ୍ତି। ହେଲେ ମୁଁ ଜାଣେ ସେମାନଙ୍କ କଷ୍ଟକୁ। ବର୍ଷାଦିନରେ ସେମାନଙ୍କୁ ଚାଲିବାରେ ବହୁତ କଷ୍ଟ ହୁଏ। ଜଣେ ବସିବାକୁ ଚାହିଁଲେ ଅନ୍ୟଜଣଙ୍କୁ ଶୋଇ ରହିବାକୁ ହୁଏ। ସେମାନଙ୍କ ମଧ୍ୟରେ ବୁଝମଣା ବହୁତ ଭଲ। ତେଣୁ କେବେ ଝଗଡା କରନ୍ତି ନାହିଁ। ଡାକ୍ତର ସେମାନଙ୍କୁ ପରୀକ୍ଷଣ କରି ମତ ଦେଇଛନ୍ତି ଯେ, ସେମାନେ ଅଲଗା ହେବା ସମ୍ଭବ। ହେଲେ ଅସ୍ତ୍ରୋପଚାର ପରେ ଶିବରାମକୁ ଦୁଇଟିଯାକ ଗୋଡ଼ ମିଳିଯିବ ଓ ସେ ସାଧାରଣ ଜୀବନଯାପନ କରିବ। କିନ୍ତୁ ଶିବନାଥ ଗୋଡ଼ ହରାଇ ଜୀବନ ସାରା ଅନ୍ୟର ସାହାରା ଲୋଡିବ। ସେଥିପାଇଁ ଦୁଇ ଭାଇ ଅଲଗା ହେବାକୁ ଚାହାନ୍ତି ନାହିଁ। ଏଭଳି ଅବସ୍ଥାରେ ସାରା ଜୀବନ କଟାଇବେ ବୋଲି କହନ୍ତି। ଡାକ୍ତର ଆହୁରି ବି କହନ୍ତି, ଦୁହିଙ୍କର ସବୁ ଅଙ୍ଗ ବେଶ୍‌ ସୁସ୍ଥ। ଦୁଇଟି ଅଲଗା ଅଲଗା ମସ୍ତିଷ୍କ, ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌ ରହିଛି। ତେଣୁ ସେମାନେ ଏହିଭଳି ଆଜୀବନ ଭଲରେ ରହିପାରିବେ। ଏମିତିକି ବିବାହ ବି କରିପାରିବେ। ତେଣୁ ଦୁହେଁ ଅଲଗା ନ ହୋଇ ନିଜ ଶରୀରକୁ ଭଗବାନଙ୍କ ବରଦାନ ଭାବି ଏମିତି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସଂସାର କରିବାକୁ ମନ: ଶରୀର ଗୋଟେ, ହେଲେ ମୁଣ୍ଡ ଦୁଇଟି। ଏମିତି ଏକ ବିଚିତ୍ର ଶରୀର ହେଉଛି ଆମେରିକୀୟ ଏବି ଓ ବ୍ରିଟାନି ନାମ୍ନୀ ଦୁଇ ଭଉଣୀଙ୍କର। ଦୁହେଁ ଯମଜ, ଯାହାଙ୍କ ଶରୀର ଗୋଟିଏ। ହେଲେ ମୁଣ୍ଡ ଦୁଇଟି ଅଲଗା ଅଲଗା। ତା’ସହ ହୃତ୍‌ପିଣ୍ଡ, ପାକସ୍ଥଳୀ, ମେରୁଦଣ୍ଡ, ଫୁସ୍‌ଫୁସ୍‌ ବି ଅଲଗା ଅଲଗା। ଏଭଳି ଅବସ୍ଥାରୁ ଦୁହିଙ୍କୁ ମୁକ୍ତ କରିବା ପାଇଁ ତାଙ୍କ ମା’ବାପା ଡାକ୍ତରଙ୍କୁ ଦେଖାଇଥିଲେ। ହେଲେ ଡାକ୍ତର କହିଲେ, ଅସ୍ତ୍ରୋପଚାର ହେଲେ ଯିଏ ହେଲେ ଜଣେ ମୃତ୍ୟୁବରଣ କରିବା ସୁନିଶ୍ଚିତ। ତେଣୁ ସେମାନେ ଅସ୍ତ୍ରୋପଚାର ନ କରିବାକୁ ନିଷ୍ପତ୍ତି ନେଲେ। ଆଉ ସେମାନଙ୍କୁ ସବୁକିଛି ନିଜେ କରିବା ଶିଖାଇଲେ। ଶୈଶବାବସ୍ଥାରେ ଗୁରୁଣ୍ଡିବା, ଚାଲିବା, ତାଳି ମାରିବା ଆଦି ସମୟରେ ଦୁହିଙ୍କ ମଧ୍ୟରେ ସମନ୍ବୟ ରଖିବା କଷ୍ଟ ହେଉଥିଲା। କିନ୍ତୁ ପରେ ସେମାନେ ସମନ୍ବୟ ରକ୍ଷା କରି କାମ କରିବା ଶିଖିଗଲେ। ଏମାନେ ଗୋଟିଏ ବାହୁ ଓ ଗୋଟିଏ ଗୋଡ଼ ଦ୍ୱାରା ନିଜ ନିଜର ଅଧା ଶରୀରକୁ ସଞ୍ଚାଳିତ କରିଥାଆନ୍ତି। ଖାଇବା ଓ ଲେଖିବା ଏକାସାଙ୍ଗରେ ଅଲଗା ଅଲଗା ଭାବେ କରିପାରନ୍ତି। ଦୌଡିବା, ପହଁରିବା, କାର ଚଳାଇବା, ମୁଣ୍ଡ କୁଣ୍ଡାଇବା ପାଇଁ ଉଭୟଙ୍କ ସହଯୋଗ ଆବଶ୍ୟକ ହୁଏ। କାର ଚଳାଇବାବେଳେ ଏବି କାରର ଡ୍ରାଇଭର ସିଟ୍‌ର ଡାହାଣ ପାର୍ଶ୍ୱର ଡିଭାଇସ୍‌ କଣ୍ଟ୍ରୋଲ କରିବାବେଳେ ବ୍ରିଟାନି ବାମପଟର ଡିଭାଇସ୍‌କୁ କଣ୍ଟ୍ରୋଲ କରନ୍ତି। ତେବେ ଷ୍ଟିୟରିଂ ହ୍ବିଲ୍‌କୁ ଦୁହେଁ ମିଶି କଣ୍ଟ୍ରୋଲ କରନ୍ତି। ପଢାରେ ବି ସେମାନେ ପଛରେ ନହାନ୍ତି। ୨୦୦୮ରେ ସ୍କୁଲ ପଢ଼ା ସରିବା ପରେ ୨୦୧୨ରେ ସରିଲା ସ୍ନାତକ। ପରେ ଏକ ସ୍କୁଲରେ ପିଲାଙ୍କୁ ପଢାଉଥିଲେ ମଧ୍ୟ। ଏମାନଙ୍କର ଖାଇବା, ପିନ୍ଧିବା ପସନ୍ଦ କିନ୍ତୁ ଭିନ୍ନ ଭିନ୍ନ। ଏବି ଗଣିତରେ ଭଲ ଓ ବ୍ରିଟାନି ଲେଖାଲେଖିରେ ଭଲ। ବ୍ରିଟାନିଙ୍କ ଗୋଡ଼ ଏବିଙ୍କଠାରୁ ଦୁଇ ଇଞ୍ଚ ଛୋଟ। ତେଣୁ ଚାଲିବା ଓ ଠିଆ ହେବାବେଳେ ତାଙ୍କୁ ପାଦ ଆଙ୍ଗୁଠିରେ ଟିପେଇକି ଠିଆ ଓ ଦୌଡିବାକୁ ହୁଏ। ତଥାପି ସେମାନେ ସମାଜ ସହ ତାଳ ଦେଇ ଆଗେଇ ଚାଲିଛନ୍ତି। କାହାର ଟାହିଟାପରା ପ୍ରତି ଭ୍ରୂକ୍ଷେପ ନାହିଁ। ଏହି ଅଦ୍ଭୁତ ଯମଜ ଭଉଣୀଙ୍କ ଜୀବନ କାହାଣୀ ଲାଇଫ୍‌ ମାଗାଜିନ୍‌ ସହ ଓପ୍ରା ଓ୍ବିନଫ୍ରେଙ୍କ କାର୍ଯ୍ୟକ୍ରମରେ ବି ପ୍ରସାରଣ ହୋଇଛି। ୨୦୧୨, ଟିଏଲ୍‌ସି ଚ୍ୟାନେଲ୍‌ରେ ତାଙ୍କର ଏକ ରିୟଲିଟି ସିରିଜ୍‌ ଏବୀ ଆଣ୍ଡ ବ୍ରିଟାନି ପ୍ରସାରଣ ହେଉଥିଲା। ତେବେ ସବୁ ଝିଅଙ୍କ ପରି ଏହି ଦୁଇ ଭଉଣୀଙ୍କର ବି ଇଚ୍ଛା ଡେଟିଂରେ ଯିବା, ବିବାହ କରିବା ଓ ପିଲାଛୁଆର ମା’ ହେବା। ଅର୍ଥାତ୍‌ ସମସ୍ତଙ୍କ ପରି ଘରସଂସାର କରି ରହିବା। -ଶିବାନୀ

ଫୁରସତ |

ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବ

ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବ

ଓ୍ବାଶିଂଟନ: ବିଶ୍ୱ ତାପମାନ ବଢ଼ିବାରେ ଲାଗିଛି। ଏହାର ପ୍ରତିକୂଳ ପ୍ରଭାବ ଯୋଗୁ ଜଳବାୟୁ ପରିବର୍ତ୍ତନ ହେଉଛି। ତେବେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପୃଥିବୀରେ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ଭୌଗୋଳିକ ମତ ପ୍ରକାଶ କରିଛନ୍ତି।

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବେଜିଂ,୨୧।୧: ଚାଇନାର ରାଜଧାନୀ ବେଜିଂରେ ନିର୍ମାଣ ହେଉଥିବା ବିମାନ ବନ୍ଦରକୁ ଦେଖିବା ଲାଗି ଲୋକେ କିଛି ସମୟ ଅଟକି ଯାଉଛନ୍ତି।

ଅସ୍ତିତ୍ୱ  ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଅସ୍ତିତ୍ୱ ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଓଡ଼ିଶାର ଉପକୂଳବର୍ତ୍ତୀ ସାତଭାୟା ଏବେ ଦରିଆ ଆଁ ଭିତରେ ନିଜର ଅସ୍ତିତ୍ୱ ହରାଇବାକୁ ଯାଉଛି । ଅତୀତରେ ଘଟିଥିବା ଏକ ଭୟଙ୍କର ବାତ୍ୟାର ବିଭିଷିକା ସେଠାର ସ୍ଥାୟୀବାସିନ୍ଦାମାନେ ସର୍ବସ୍ବାନ୍ତହୋଇ ଅନେକ ନାହିଁ ନଥିବା ସମସ୍ୟା ଭିତରେ ଦୀର୍ଘ ୪୮ବର୍ଷ ଧରି ଜୀବନ ବିତାଇ ସାରିଲେଣି । ଏମିତିକି ଦୁଇଟି ଗାଁ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭରେ ଲୀନ ହୋଇସାରିଛି । ଦରିଆ ସେମାନଙ୍କ ପିଲାଛୁଆ ସଭିଙ୍କୁ ଭସେଇ ନେଇଛି। ମାତ୍ର ଆଶ୍ରୟପାଇଁ ସେମାନଙ୍କ ଲାଗି ଆଉ ଏକ ସ୍ଥାନ ଖୋଜା ସରିଛି। କିନ୍ତୁ ଭିଟାମାଟି ଛାଡ଼ିବାର ଦୁଃଖ ଅନ୍ୟପଟେ ନୂଆଜାଗାରେ ଥଇଥାନ ଯୋଗୁ ବଦଳିଯିବ ପରିଚୟ । ପୁଣି ଆରମ୍ଭହେବ ନିଆରା ଜୀବନଶୈଳୀ । ସେହି ଗାଁ ସମ୍ପର୍କରେ ....

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ଚଳଚ୍ଚିତ୍ର ‘ ପ୍ୟାର କିୟା ତୋ ଡରନା କ୍ୟା’ରେ ବଲିଉଡ ଅଭିନେତା ଅରବାଜ ଖାନ ସଲମାନଙ୍କୁ ଦଣ୍ଡ ଦେଉଥିବାର ଏକ ଦୃଶ୍ୟ ଦେଖାଯାଇଥିଲା। ଦୃଶ୍ୟରେ ଅରବାଜ୍‌ ସଲମାନଙ୍କୁ ଘୋଡା ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଠିକ୍‌ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚାଇନାର ଦକ୍ଷିଣ-ପଶ୍ଚିମରେ ଥିବା ୟୁନ୍ନାନ ଅଞ୍ଚଳ ଜାଓଟାଙ୍ଗ ସହର ରାସ୍ତାରେ। ଗୁରୁବାର ଚାଇନାର ଜଣେ ମା’ ନିଜ ଶିଶୁକୁ ଦଣ୍ଡ ଦେବାପାଇଁ ନିଜ ସ୍କୁଟର ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଥରେ ଅଥବା ଦିନେ ନୁହେଁ ବରଂ ମା’ ଲଗାତାର ତିନିଦିନ ଧରି ଏପରି କରିଆସୁଥିଲେ।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ଓ୍ବାଶିଂଟନ: ପୁରୁଷଙ୍କ ତୁଳନାରେ ମହିଳା ସ୍ବାସ୍ଥ୍ୟରେ ସମ୍ପ୍ରତି ଏକ ନିଦ୍ଦିଷ୍ଟ ବୟସ ପରେ ଅବନତି ଦେଖାଯାଉଛି। ଏସମ୍ପର୍କରେ ଗବେଷକ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ୨୫ରୁ ୩୦ ବର୍ଷ ପରେ ମହିଳାଙ୍କ ସ୍ବାସ୍ଥ୍ୟ କ୍ରମଶଃ ଖରାପ ହେଉଥିବାରୁ ଗବେଷକ ସୂଚିତ କରିଛନ୍ତି।

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

ଲକ୍ଷ୍ନୌ: ଛୋଟବେଳେ ପାଠପଢ଼ା ଆରମ୍ଭ କରିବା ବେଳେ ସମସ୍ତେ ପଣିକିଆ ବା ଇଂରାଜୀରେ‘ମଲଟିପ୍ଲିକେସନ ଟେବୁଲ’ ପଢ଼ିଥିବେ ତ ନିଶ୍ଚୟ। କେହି କେହି ଏହାର ୨୫ଟି ଖନ୍ଦା ମନେରଖିଥାନ୍ତି ତ କେହି ଏହାର କେବଳ ୧୦ ଖନ୍ଦା। ବାକି ଗୁଣନ କରି ମାଲୁମ କରାଯାଇପାରେ। ତେବେ ଥରେ ଭାବି ଦେଖନ୍ତୁ ତ ୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମନେରଖିବା କଥାକୁ। ଅସମ୍ଭବ ତ ନିଶ୍ଚୟ ଲାଗିବ। ହେଲେ ଜଣେ ଶିଶୁ ଏପରି କରି ଦେଖାଇଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଶାହାରନ୍‌ପୁରରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ‘ଚିରାଗ’।

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଓ୍ବାଶିଂଟନ: ଛୋଟ ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ ବୋଲି ଗବେଷକ ସୂଚିତ କରିଛନ୍ତି। ସେମାନଙ୍କ ମସ୍ତିଷ୍କରେ ସ୍ବତଃ ଏହି ଧାରଣା ସୃଷ୍ଟି ହୋଇଥାଏ। ଗବେଷକ ଦୀର୍ଘଦିନ ଧରି କିଭଳି ଶିଶୁମାନେ ଚିନ୍ତା କରିଥାନ୍ତି ସେ ନେଇ ଅଧ୍ୟୟନ କରୁଥିଲେ।

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି।