ଖେଳ |

ଟାଟା ଫ୍ରେଣ୍ଡଶିପ୍‌ କ୍ରିକେଟ: ମିଡିଆ ଚାମ୍ପିୟନ

ଟାଟା ଫ୍ରେଣ୍ଡଶିପ୍‌ କ୍ରିକେଟ: ମିଡିଆ ଚାମ୍ପିୟନ
ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି) କଳିଙ୍ଗ ଷ୍ଟାଡିୟମରେ ରବିବାର ଟାଟା ଷ୍ଟିଲ୍‌ ଫ୍ରେଣ୍ଡଶିପ୍‌ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ୧୧ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଫାଇନାଲରେ ବ୍ୟୁରୋକ୍ରାଟ୍‌ ଇଲେଭେନକୁ ୬ ଉଇକେଟରେ ହରାଇ ମିଡିଆ ଏକାଦଶ ଚାମ୍ପିୟନ ହୋଇଛି। ପ୍ରଥମ ସେମିଫାଇନାଲରେ ମିଡିଆ ଦଳ ଲିଡର୍ସ ଇଲେଭେନକୁ ପରାସ୍ତ କରିଥିଲା। ଲିଡର୍ସ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୫୮ ରନ କରିଥିବାବେଳେ ମିଡିଆ ଦଳ ୬ ଓଭରରେ ମ୍ୟାଚ ଜିତି ଯାଇଥିଲା। ବିଜୟୀ ଦଳ ପକ୍ଷରୁ ସୁକେଶ ବେହେରା ସର୍ବାଧିକ ୨୨ ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦ୍ୱିତୀୟ ସେମିଫାଇନାଲରେ ବ୍ୟୁରୋକ୍ରାଟ୍‌ ଇଲେଭେନ ୬ ଉଇକେଟରେ ଟାଟା ଇଲେଭେନକୁ ହରାଇଥିଲା। ଟାଟା ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୬୬ ରନ କରିବାକୁ ସକ୍ଷମ ହୋଇଥିଲେ। ଦଳ ପକ୍ଷରୁ ସୁଧୀର ମେହେଟ୍ଟା ସର୍ବାଧିକ ୨୨ ରନ କରିଥିଲେ। ପ୍ରତିପକ୍ଷ ଦଳର ଦେବୀପ୍ରିୟ ବିଶ୍ୱାଳ ୩ଟି ଉଇକେଟ ନେଇଥିଲେ। ୬୭ ରନର ବିଜୟ ଲକ୍ଷ୍ୟକୁ ବ୍ୟୁରୋକ୍ରାଟ୍‌ ଦଳ ୭ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା। ଦେବୀପ୍ରିୟ ବିଶ୍ୱାଳ ସର୍ବାଧିକ ୪୪ ରନ ସ୍କୋର କରି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଫାଇନାଲରେ ପ୍ରଥମେ ବ୍ୟାଟିଂ କରିଥିବା ବ୍ୟୁରୋକ୍ରାଟ୍‌ ଦଳ ନିର୍ଦ୍ଧାରିତ ୧୨ ଓଭରରେ ୭ ଉଇକେଟ ହରାଇ ୮୮ ରନ କରିଥିଲା। ୮୯ ରନର ବିଜୟ ଲକ୍ଷ୍ୟକୁ ମିଡିଆ ଏକାଦଶ ୧୧.୪ ଓଭରରେ ୪ ଉଇକେଟ ହରାଇ ହାସଲ କରିନେଇଥିଲା। ବିଜୟୀ ଦଳର ଫୈଜଲ ଅଲ୍ଲୀ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ମିଡିଆ ଏକାଦଶର ସୁକେଶ ନାୟକ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ମନୋଜ ମହାପାତ୍ର ଶ୍ରେଷ୍ଠ ଉଇକେଟ କିପର, ବ୍ୟୁରୋକ୍ରାଟ୍‌ ଦଳର ଜେ.ଡି. ପତି ଶ୍ରେଷ୍ଠ ବୋଲର, ଦେବୀ ବିଶ୍ୱାଳ ଶ୍ରେଷ୍ଠ ଅଲରାଉଣ୍ଡର ଏବଂ ଟାଟା ଏକାଦଶର ସଚିଦାନନ୍ଦ ରାଉତ ଶ୍ରେଷ୍ଠ ଫିଲ୍ଡର ପୁରସ୍କାର ପାଇଥିଲେ। ଏମ୍‌ପି ପ୍ରସନ୍ନ ପାଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା, ଇଲେକ୍‌ଟ୍ରୋନିକ୍‌ ଏବଂ ଆଇଟି କମିଶନର ଅଶୋକ ମୀନା, ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ ସଭାପତି କେ.ରବି, ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡର ରେସିଡେଣ୍ଟ ଏଡିଟର ଦିଲୀପ ଶତପଥୀ, ଗୋପାଳପୁର ପ୍ରକଳ୍ପ ଉପସଭାପତି ଏବଂ ଟାଟା ଷ୍ଟିଲ ଏସଇଜେଡ୍‌ର ଏମ୍‌ଡି ଅରୁଣ ମିଶ୍ର, ଟାଟା ଷ୍ଟିଲ୍‌ କଳିଙ୍ଗନଗର ଉପସଭାପତି(ଅପରେଶନ୍ସ) ରାଜୀବ କୁମାର ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ସକାଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କମର୍ସିଆଲ ଟ୍ୟାକ୍ସ କମିଶନର ଶାଶ୍ୱତ ମିଶ୍ର, ଟାଟା ଷ୍ଟିଲ୍‌ ଚିଫ୍‌ ରେସିଡେଣ୍ଟ ଏକ୍‌ଜିକ୍ୟୁଟିଭ୍‌ ମଣିକାନ୍ତ ନାୟକ ପ୍ରମୁଖ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ।
All Right Reserved By

ଖେଳ |

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଭୁବନେଶ୍ୱର, ୧୬ା୧୦(କ୍ରୀଡ଼ା ପ୍ରତିନିଧି)-
ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଚାଲିଥିବା ଜୁନିୟର ଟେନିସ ଚାମ୍ପିୟନଶିପ୍‌ର ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ରିୟା ମର୍ଦ୍ଦରାଜ ଓ ଆକୃତିଙ୍କ ମଧ୍ୟରେ ଫାଇନାଲ ମୁକାବିଲା ହେବ। 

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭଡିଓ ଆନାଲିଷ୍ଟ

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭଡିଓ ଆନାଲିଷ୍ଟ

କଟକ ଅଫିସ,୧୬ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ଆୟୋଜିତ ସ୍କୋରର ଓ ଭିଡିଓ ଆନାଲିଷ୍ଟ ପରୀକ୍ଷାରେ ଓଡ଼ିଶାର ୪ଜଣ ଉତ୍ତୀର୍ଣ୍ଣ ହୋଇ ପଦୋନ୍ନତି ହାସଲ କରିଛନ୍ତି । 

ଜାତୀୟ ଶିବିରରେ ଓଡ଼ିଶାର ୩

ଜାତୀୟ ଶିବିରରେ ଓଡ଼ିଶାର ୩

କଟକ ଅଫିସ,୧୬ା୧୦- ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫଏଫ)  ଆନୁକୂଲ୍ୟରେ କଟକରେ ଜାତୀୟ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପ୍ରସ୍ତୁତି ଶିବିର ଗତ ୧୦ ତାରିଖରୁ ଜାରି ରହିଛି ।

ଜାତୀୟ ସିନିୟର ଉଷୁରେ ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର, ୧୬ା୧୦(କ୍ରୀଡ଼ା ପ୍ରତିନିଧି)-ମେଘାଳୟର ଶିଲଂଠାରେ ଅନୁଷ୍ଠିତ ୨୭ତମ ଜାତୀୟ ସିନିୟର ଉଷୁରେ ଓଡ଼ିଶା ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ପାଇଛି। ସୋମବାର ଶେଷ ହୋଇଥିବା  ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୯ ମହିଳା ଓ ୨୦ ପୁରୁଷ ଅଂଶଗ୍ରହଣ କରିଥିଲେ। 

ଶାହାରୁଖଙ୍କୁ ନିର୍ଦ୍ଦେଶନା ଦେଲେ ରହମନ

ଶାହାରୁଖଙ୍କୁ ନିର୍ଦ୍ଦେଶନା ଦେଲେ ରହମନ

ହକି ବିଶ୍ୱକପ୍‌ ଅଫିସିଆଲ ଭିଡିଓ ‘ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ’କୁ ଅଧିକ ଜୀବନ୍ତ  ଓ ହୃଦୟସ୍ପର୍ଶୀ କରିବା ଲାଗି ମ୍ୟୁଜିକ୍‌ ମାଷ୍ଟର ଏ.ଆର ରହମନ ବଲିଉଡ୍‌ ଷ୍ଟାର ଶାହାରୁଖ ଖାଁଙ୍କୁ ପ୍ରଥମ ଥର ନିର୍ଦ୍ଦେଶନା ଦେଇଛନ୍ତି। ଗୁଲ୍‌ଜାରଙ୍କ ଦ୍ୱାରା ଲିଖିତ ହକି ବିଶ୍ୱକପ୍‌ ଟାଇଟଲ ସଙ୍ଗ୍‌ ‘ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ’ରେ ସଂଗୀତ ସଂଯୋଜନା ମଧ୍ୟ କରିଛନ୍ତି ଏ.ଆର୍‌. ରହମାନ। ମ୍ୟୁଜିକ ଭିଡିଓରେ  ଭାରତୀୟ ହକିର ଝଲକ ଉପସ୍ଥାପନ କରାଯାଇଛି। 

ବିଶ୍ୱକପ ପୂର୍ବରୁ ନିଜକୁ ପରଖିବାକୁ ସୁଯୋଗ: ମନପ୍ରୀତ

ବିଶ୍ୱକପ ପୂର୍ବରୁ ନିଜକୁ ପରଖିବାକୁ ସୁଯୋଗ: ମନପ୍ରୀତ

ନୂଆଦିଲ୍ଲୀ, ୧୬ା୧୦- (ପି.ଟି.)-ଏସିଆନ ଗେମ୍ସରେ ଆମ ଦଳ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲା। ଓମାନର ମସ୍କଟଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ରେ କିନ୍ତୁ ଆମକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏକଥା କହିଛନ୍ତି, ଭାରତୀୟ ହକି ଅଧିନାୟକ ମନପ୍ରୀତ ସିଂ। 

ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର

ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର

ଶାଙ୍ଘାଇ ମାଷ୍ଟର୍ସ ଟାଇଟଲ ଜିତିବାପରେ ସର୍ବିୟାର ନୋଭାକ ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର ହୋଇଛନ୍ତି। ସୋମବାର ପ୍ରକାଶିତ ଏଟିପି ର଼୍ୟାଙ୍କିଙ୍ଗ ଅନୁସାରେ ଜୋକୋଭିଚ୍‌ ୭୪୪୫ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ନମ୍ବରଓ୍ବାନ ସହ ବର୍ଷ ଶେଷ କରିବେ ହାଲେପ

ନମ୍ବରଓ୍ବାନ ସହ ବର୍ଷ ଶେଷ କରିବେ ହାଲେପ

ପ୍ୟାରିସ, ୧୫।୧୦(ଏଏଫପି)- କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ରୋମାନିଆ ମହିଳା ଟେନିସ ତାରକା ସିମୋନା ହାଲେପ ବିଶ୍ୱ ର଼୍ୟାଙ୍କିଙ୍ଗରେ ନମ୍ବରଓ୍ବାନ ସ୍ଥାନରେ ରହି ବର୍ଷ ଶେଷ କରିବା ସ୍ପଷ୍ଟ ହୋଇଛି। ହାଲେପ ୨୦୧୮ରେ ୪୦ ସପ୍ତାହଧରି ନମ୍ବରଓ୍ବାନ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛନ୍ତି।

ବାର୍ସିଲୋନା ଖେଳାଳି ଭେର୍ମାଲେନ ୬ ସପ୍ତାହ ବାଦ୍‌

ବାର୍ସିଲୋନା ଖେଳାଳି ଭେର୍ମାଲେନ ୬ ସପ୍ତାହ ବାଦ୍‌

ବାର୍ସିଲୋନା,୧୫।୧୦(ଏଏଫ୍‌ପି)- ସ୍ପାନିଶ ଲିଗ୍‌ ବାର୍ସିଲୋନା କ୍ଲବ ପକ୍ଷରୁ ଖେଳୁଥିବା ବେଲଜିୟମ ଡିଫେଣ୍ଡର ଥୋମାସ ଭେର୍ମାଲେନ ଆଗାମୀ ୬ ସପ୍ତାହ ପର୍ଯ୍ୟନ୍ତ ଫୁଟ୍‌ବଲ ପଡ଼ିଆରୁ ଦୂରେଇ ରହିବେ। 

ଜୟସୁରିୟାଙ୍କ ନାମରେ ଅଭିଯୋଗ

ଜୟସୁରିୟାଙ୍କ ନାମରେ ଅଭିଯୋଗ

କଲମ୍ବୋ,୧୫।୧୦- ପୂର୍ବତନ ଶ୍ରୀଲଙ୍କା ଓପନର ସନତ ଜୟସୁରିୟାଙ୍କ ନାମରେ ସୋମବାର ଆଇସିସି ଆଣ୍ଟି କରପଶନ ନିୟମ ଭଙ୍ଗ କରିଥିବା ଅଭିଯୋଗ ଆସିଛି। ଏ ସମ୍ପର୍କରେ ସୋମବାରଠାରୁ ୧୪ ଦିନ ମଧ୍ୟରେ ତାଙ୍କୁ ଉତ୍ତର ରଖିବାକୁ କୁହାଯାଇଛି।

‘୧୮ ବର୍ଷ ବେଳେ ଆମ ମଧ୍ୟରୁ କେହି ପୃଥ୍ବୀଙ୍କ ୧୦ ପ୍ରତିଶତ ମଧ୍ୟ ନ ଥିଲୁ’

‘୧୮ ବର୍ଷ ବେଳେ ଆମ ମଧ୍ୟରୁ କେହି ପୃଥ୍ବୀଙ୍କ ୧୦ ପ୍ରତିଶତ ମଧ୍ୟ ନ ଥିଲୁ’

ହାଇଦ୍ରାବାଦ,୧୫।୧୦- ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟେଷ୍ଟକୁ ଭାରତୀୟ ଦଳ ୧୦ ଉଇକେଟରେ ଜିତିବା ପରେ ଅଧିନାୟକ ବିରାଟ କୋହଲି ଯୁବ ଓପନର ପୃଥ୍ବୀ ଶ’ଙ୍କୁ ପ୍ରଶଂସା କରିଛନ୍ତି। 

ଶ, ପନ୍ତଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି

ଶ, ପନ୍ତଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି

ଦୁବାଇ,୧୫।୧୦(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି। ଦୁଇ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ଓ ରିଶବ ପନ୍ତଙ୍କ ର଼୍ୟାଙ୍କିଙ୍ଗ୍‌ରେ ଅହେତୁକ ଉନ୍ନତି ଆସିଛି।