ଖେଳ |

ଟାଇଟଲ ରାଉଣ୍ଡରେ ସିନ୍ଧୁ

ଟାଇଟଲ ରାଉଣ୍ଡରେ ସିନ୍ଧୁ
ଦୁବାଇ,୧୭ା୧୨(ପି.ଟି.)- ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ତଥା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ଦୁବାଇ ସୁପର ସିରିଜ ଫାଇନାଲ୍ସର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ସେମିଫାଇନାଲ ମୁକାବିଲାରେ ଶନିବାର ସିନ୍ଧୁ ୨୧-୧୫, ୨୧-୧୮ରେ ଚାଇନାର ଚେନ୍‌ ୟୁଫେଇଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ବିଶ୍ୱର ୩ ନମ୍ବର ଖେଳାଳି ସିନ୍ଧୁଙ୍କୁ ବିଜୟୀ ହେବା ପାଇଁ ୫୮ ମିନିଟ ସମୟ ଆବଶ୍ୟକ ହୋଇଥିଲା। ଟାଇଟଲ ପାଇଁ ଏବେ ସିନ୍ଧୁ ବିଶ୍ୱର ୨ ନମ୍ବର ଖେଳାଳି ତଥା ଟପ୍‌ ସିଡ ଜାପାନର ଆକେନ ୟାମାଗୁଚିଙ୍କୁ ଭେଟିବେ। ଅନ୍ୟଏକ ସେମିଫାଇନାଲରେ ୟାମାଗୁଚି ଥାଇଲାଣ୍ଡର ରଚାନକ ଇଣ୍ଟାନଙ୍କୁ ୧୭-୨୧, ୨୧-୧୨, ୨୧-୧୯ରେ ପରାସ୍ତ କରି ଫାଇନାଲକୁ ଉଠିଥିଲେ। ଅପରାଜୟ ରହି ସିନ୍ଧୁ ଗ୍ରୁପ-ଏରେ ସେମିଫାଇନାଲକୁ ଉଠିଥିଲେ। ଚଳିତ ସେସନରେ ସିନ୍ଧୁ ଦମ୍‌ଦାର ଖେଳ ପ୍ରଦର୍ଶନ କରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିବା ପୂର୍ବରୁ ସେ ଦୁଇଟି ସୁପର ସିରିଜ ଟାଇଟଲ ମଧ୍ୟ ହାସଲ କରିଥିଲେ।
All Right Reserved By

ଖେଳ |

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଗୁଆହାଟି,୨୦।୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆ ଲାଗି ଶନିବାର ୧୨ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ୨୦ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶଭ ପନ୍ତ ଏଥିରେ ସ୍ଥାନ ମିଳିଛି। 

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ରାଜକୋଟ,୨୦।୧୦- କ୍ଷେତ୍ରୀୟ ରାଜପୁତ ସମୁଦାୟ କରନି ସେନା ନିର୍ଦ୍ଧିଷ୍ଟ ଭାବେ ଗୁଜରାଟ ଓ ରାଜସ୍ଥାନରେ ସକ୍ରିୟ ଅଛନ୍ତି। ଏହି ଗ୍ରୁପ ଗତବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ ‘ପଦ୍ମାବତ’କୁ ସର୍ବଭାରତୀୟ ସ୍ତରରେ କଡ଼ା ବିରୋଧ କରିଥିଲେ। 

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଓଡେନ୍‌ସେ(ଡେନମାର୍କ),୨୦।୧୦(ପି.ଟି.)- ଭାରତୀୟ ଷ୍ଟାର ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଡେନମାର୍କ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ,୨୦।୧୦- ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ନିଲାମ ପ୍ରକ୍ରିୟା ପୂର୍ବରୁ ପ୍ରଥମ ଖେଳାଳି ଭାବେ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡି କକ୍‌ଙ୍କୁ ଗତ ଅକଶନରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର (ଆର୍‌ସିବି) ଦଳ ୨.୮ କୋଟି ଟଙ୍କାର କିଣିଥିଲା।

ପ୍ରବୀଣ କୁମାରଙ୍କ ଅବସର

ପ୍ରବୀଣ କୁମାରଙ୍କ ଅବସର

ଲକ୍ଷ୍ନୌ,୨୦।୧୦- ଭେଟେରାନ ପେସର ପ୍ରବୀଣ କୁମାର ଶନିବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବାର ଦୀର୍ଘ ୧୧ ବର୍ଷ ପରେ ସେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି,୧୯।୧୦- ପେସର ମହମ୍ମଦ ଆବାସଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ ଅଫ୍‌ ଛତ୍ରଭଙ୍ଗ ଦେଇଛି। ଆବାସ ଏହି ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ୫ ଉଇକେଟ ପାଇଛନ୍ତି। 

ସଚିନଙ୍କୁ ଚକିତ କଲେ ଲାରା

ସଚିନଙ୍କୁ ଚକିତ କଲେ ଲାରା

ମୁମ୍ବାଇ,୧୯।୧୦- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ପୂର୍ବତନ ଅଧିନାୟକ ବ୍ରାୟନ ଲାରା ଚକିତ କରି ଦେଇଛନ୍ତି। ଲାରା ଶୁକ୍ରବାର ହଠାତ ମୁମ୍ବାଇ ଗସ୍ତ କରିବା ସହ ସଚିନଙ୍କୁ ଭେଟିଛନ୍ତି। 

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ନୂଆଦିଲ୍ଲୀ,୧୯।୧୦- ଅନ୍ତର୍ଜାତୀୟ କ୍ରିକେଟର ବୁକିମାନେ ପ୍ରାୟତଃ ଭାରତୀୟ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। 

ମେଡିକାଲରେ ସର୍ଫରାଜ

ମେଡିକାଲରେ ସର୍ଫରାଜ

ଆବୁଧାବି,୧୯।୧୦- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨ୟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫାରାଜ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମ୍ୟାଚ୍‌ର ୩ୟ ଦିବସରେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା। 

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ଅକ୍‌ଲାଣ୍ଡ,୧୯।୧୦- ପାକିସ୍ତାନ ବିପକ୍ଷରେ ୟୁଏଇଠାରେ ହେବାକୁ ଥିବା ଦିନିକିଆ ସିରିଜ୍‌ରୁ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ବାଦ୍‌ ପଡ଼ିଛନ୍ତି। ପ୍ଲଙ୍କେଟ ଶିଲ୍ଡ ଘରୋଇ ପ୍ରତିଯୋଗିତାରେ ଖେଳୁଥିବାବେଳେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା।

ଲିଓନଙ୍କ ନାମରେ ବିରଳ ରେକର୍ଡ

ଲିଓନଙ୍କ ନାମରେ ବିରଳ ରେକର୍ଡ

ଆବୁଧାବି,୧୯।୧୦- ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିଓନ ଶୁକ୍ରବାର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ୨ୟ ଟେଷ୍ଟରେ ସେ ବିନା ନୋ ବଲ ପକାଇ ୨୦ ହଜାର ବଲ ପକାଇଛନ୍ତି। 

ଦେଓଧର ଟ୍ରଫିରେ ଖେଳିବେ ପପୁ ରୟ

ଦେଓଧର ଟ୍ରଫିରେ ଖେଳିବେ ପପୁ ରୟ

ଭୁବନେଶ୍ୱର,୧୯।୧୦(ସ୍ପୋଟର୍‌ସ ବ୍ୟୁରୋ)- ଆଗାମୀ ଦେଓଧର ଟ୍ରଫି ଲାଗି ବିସିସିଆଇ ପକ୍ଷରୁ ଗୁରୁବାର ଭାରତ ଏ, ବି ଓ ସି’ ଦଳ ଘୋଷିତ ହୋଇଯାଇଛି। ଓଡ଼ିଆ ସ୍ପିନର ପପୁ ରୟ ଭାରତ ସି’ ଦଳରେ ସ୍ଥାନ ପାଇଛନ୍ତି।