Dharitri News
ମେଟ୍ରୋ |

ଆଜି ହେବ ମହାପ୍ରଭୁଙ୍କ ଦିବା ପହୁଡ଼

ଆଜି ହେବ ମହାପ୍ରଭୁଙ୍କ ଦିବା ପହୁଡ଼ ପୁରୀ ଅଫିସ, ୧୭।୧୨: ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦିବା ପହୁଡ଼ ହେବ। କାର୍ତ୍ତିକ ମାସ ଏବଂ ପହିଲି ଭୋଗ ସମୟରେ ଦ୍ୱାରଫିଟା ଏବଂ ମଙ୍ଗଳ ଆଳତି ଇତ୍ୟାଦି ନୀତି ପୂର୍ବରାତ୍ରରୁ ହେଉଥିବାରୁ ଏହି ୨ ମାସରେ ଦିବା ପହୁଡ଼ର ପରମ୍ପରା ରହିଛି। ଚଳିତବର୍ଷ ସମୟ ମିଳୁଥିଲେ ମଧ୍ୟ ଜଗମୋହନର ମରାମତି ଚାଲିଥିବାରୁ ଦିବା ପହୁଡ଼ କରାଯାଇ ପାରୁନାହିଁ। କିନ୍ତୁ ପରମ୍ପରାକ୍ରମେ ସୋମବାର ମଧ୍ୟାହ୍ନ ଧୂପ ଏବଂ ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ନ ପ୍ରାୟ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିବା ପହୁଡ଼ କରାଯିବ। ଏହି ସମୟରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ସୋମବାର ଜଗମୋହନ ମରାମତି କାମ ମଧ୍ୟ ବନ୍ଦ ରହିବ।

ମେଟ୍ରୋ |

ଭାଜପା, କଂଗ୍ରେସର ରାଜପଥ ଅବରୋଧ

ଭାଜପା, କଂଗ୍ରେସର ରାଜପଥ ଅବରୋଧ

ସାକ୍ଷୀଗୋପାଳ, ୨୪।୧(ଡି.ଏନ୍‌.ଏ.) : ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବୁଧବାର ପୁରୀ ଜିଲା ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ୩୧୬ ନଂ. ଜାତୀୟ ରାଜପଥକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଅବରୋଧ କରାଯାଇଛି। ବିକ୍ଷୋଭକାରୀମାନେ ରାସ୍ତାରେ ଟାୟାର ଜାଳି ବସି ରହିଛନ୍ତି।

ମାଛ ଧରା ବିବାଦକୁ ନେଇ ଥାନା ଘେରାଉ

ମାଛ ଧରା ବିବାଦକୁ ନେଇ ଥାନା ଘେରାଉ

କୃଷ୍ଣପ୍ରସାଦ, ୨୪।୧(ଡି.ଏନ୍‌.ଏ.), ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର କହୁଣିଆ ଚିଲିକାରୁ ମାଛ ଧରାକୁ କେନ୍ଦ୍ରକରି ଉପୁଜିଥିବା ବିବାଦର ସମାଧାନ ପାଇଁ ବୁଧବାର ଲୁଲୁ ସେନା ଓ ଭାଜପା ପକ୍ଷରୁ କୃଷ୍ଣପ୍ରସାଦ ଥାନା ଘେରାଉ କରାଯାଇଛି।

ଜଳୁଛି କୁନ୍ଦୁଲି ନିଆଁ: ପୋଲିସ ସହ ଧସ୍ତାଧସ୍ତି

ଜଳୁଛି କୁନ୍ଦୁଲି ନିଆଁ: ପୋଲିସ ସହ ଧସ୍ତାଧସ୍ତି

କଟକ ଅଫିସ, ୨୪।୧: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ସୃଷ୍ଟି ହୋଇଥିବା ଝଡ଼ ଘନୀଭୂତ ହେବାରେ ଲାଗିଛି। ପୋଲିସ ମୁଖ୍ୟାଳୟ ସମ୍ମୁଖରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀ ଅଫିସ, ୨୪।୧: କୋରାପୁଟ କୁନ୍ଦୁଲି ପୀଡ଼ିତା ନ୍ୟାୟ ନ ପାଇ ଆତ୍ମହତ୍ୟା କରିଥିବା ଅଭିଯୋଗରେ ବୁଧବାର କଂଗ୍ରେସ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଏବଂ ଭାଜପା ହରତାଳ ଡାକରା ଦେଇଛି। ଏହାର ଆଂଶିକ ପ୍ରଭାବ ପୁରୀରେ ପଡ଼ିଛି। ସହରରେ ଦୋକାନ ବଜାର କାଁଭାଁ ବନ୍ଦ ରହିଛି।

ନେତାଜୀ ଆଦର୍ଶ ହୋଇ ରହିଛନ୍ତି, ରହିବେ

ନେତାଜୀ ଆଦର୍ଶ ହୋଇ ରହିଛନ୍ତି, ରହିବେ

ପୁରୀ ଅଫିସ, ୨୩।୧: ପୁରୀ ଜିଲା ମାଖନଲାଲ ହାଲ୍‌ଦାର ସ୍ମୃତି ସମିତି ପକ୍ଷରୁ ଭିଆଇପି ରୋଡ ନେତାଜୀ ଛକଠାରେ ମଙ୍ଗଳବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାଶ ଯୋଗଦେଇ ନେତାଜୀଙ୍କ ଆଦର୍ଶ ଓ ନୀତିକୁ ମନେରଖିବାକୁ ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ।

ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ସାକ୍ଷୀଗୋପାଳ,୨୩।୧(ଡି.ଏନ୍‌.ଏ.): ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ମଙ୍ଗଳବାର ସାକ୍ଷୀଗୋପାଳ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ଜଳସମ୍ପଦର ସୁବିନିଯୋଗ ପାଇଁ ଉପସ୍ଥିତ କୃଷକ ଓ ପାଣି ପଞ୍ଚାୟତ କର୍ମକର୍ତ୍ତାମାନଙ୍କୁ ଆହ୍ବାନ ଦେଇଥିଲେ।

ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ଚୌଦ୍ୱାର,୨୩।୧(ଡି.ଏନ୍‌.ଏ.): କଟକ ଚୌଦ୍ୱାର ଥାନା ଅନ୍ତର୍ଗତ କୁସ୍‌ପାଙ୍ଗୀ ନିକଟରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟଛି। ମୃତ ଶିକ୍ଷକ ହେଲେ ଜମ୍ବେଶ୍ୱର ଦାସ।

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

କଟକ ଅଫିସ,୨୩।୧: ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ ସମାରୋହରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

ନେତାଜୀ ମ୍ୟୁଜିୟମ ସମ୍ମୁଖରେ ବିକ୍ଷୋଭ

ନେତାଜୀ ମ୍ୟୁଜିୟମ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ,୨୩।୧: ନେତାଜୀ ସୁଭାଷ ବୋଷ ମ୍ୟୁଜିୟମ ଖୋଲିବା ଦାବି ନେଇ ସ୍ଥାନୀୟ ଗୋପାଳବଲ୍ଲଭ ରେଡ୍‌ସ୍ଥିତ ନେତାଜୀ ସ୍ମୃତି ମ୍ୟୁଜିୟମ ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନେତାଜୀ ଜୟନ୍ତୀ କମିଟି ପକ୍ଷରୁ ମ୍ୟୁଜିୟମ ଫାଟକ ସମ୍ମୁଖରେ ଏହି ବିକ୍ଷୋଭ କରାଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ପୁରୀ ଅଫିସ,୨୩।୧: ସ୍ଥାନୀୟ ଭିଆଇପି ରୋଡସ୍ଥିତ ହୋଟେଲ ପ୍ରାଇଡ଼୍‌ ଅନନ୍ୟାରେ ମଙ୍ଗଳବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଚତୁର୍ଥ ମହଲାରେ ଥିବା ପ୍ୟାଣ୍ଟ୍ରି ଷ୍ଟୋରରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଛି।

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ, ୨୨।୧: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଚାଚେରି ବେଶ ଓ ଭୋଗ ପରେ ଶ୍ରୀଦେବୀ, ଭୂଦେବୀ ଏବଂ ଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ବେଣ୍ଟ(ଶିକାର) ନୀତି ନିମନ୍ତେ ବିମାନରେ ବିଜେ ହୋଇଥିଲେ।

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ପୁରୀ ଅଫିସ, ୨୨।୧: ଆସନ୍ତା ୩୧ ତାରିଖରେ ମାଘ ପୂର୍ଣ୍ଣିମା। ଏହିଦିନ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ସାଙ୍ଗକୁ ରାହୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି। ତେଣୁ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହିଦିନର ନୀତି ନିର୍ଘଣ୍ଟ କରାଯାଇଛି।