ମେଟ୍ରୋ |

ମଞ୍ଚରେ ମା’, ଝିଅଙ୍କ ଯୁଗଳବନ୍ଦୀ

ମଞ୍ଚରେ ମା’, ଝିଅଙ୍କ ଯୁଗଳବନ୍ଦୀ
ପୁରୀ ଅଫିସ, ୧୭।୧୨: ପୌରସଦନଠାରେ ଚାଲିଥିବା ତିନିଦିନିଆ ଦ୍ୱାଦଶ ଦେବଦାସୀ ଅନ୍ତର୍ଜାତୀୟ ନୃତ୍ୟ ସମାରୋହ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟରେ ଝଙ୍କୁରିତ ହୋଇଥିଲା ମଞ୍ଚ। ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନୃତ୍ୟଶିଳ୍ପୀମାନେ ଢେର୍‌ ସମୟ ଧରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଶ୍ରୀକ୍ଷେତ୍ର ମାଟିରେ ବିଦେଶୀ କଳାକାରମାନେ ମଧ୍ୟ ବେଶ୍‌ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ମହାରାଷ୍ଟ୍ର ପୁନେରୁ ଆସିଥିବା କଥକ ନୃତ୍ୟଶିଳ୍ପୀ ମନୀଷା ଅଭୟ ଏବଂ ତାଙ୍କ ଝିଅ ସିଦ୍ଧି ଅଭୟଙ୍କ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। କଥକରେ ମା’ ଏବଂ ଝିଅଙ୍କ ଏହି ଯୁଗଳବନ୍ଦୀ ଢେର୍‌ କରତାଳି ସାଉଣ୍ଟିଥିଲା। ନାସିକ୍‌ର ବୈଦେହୀ କୁଲକର୍ଣ୍ଣୀ ଏହି ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟାର ପ୍ରଥମ ନୃତ୍ୟାଙ୍ଗନା ଭାବେ ମଞ୍ଚକୁ ଆସିଥିଲେ। ସେ କୁଚୁପୁଡ଼ି ନୃତ୍ୟ ପରିବେଷଣ କରିଥିଲେ। ଏହାପରେ କଥକରେ ମା’ ଝିଅଙ୍କ ଯୁଗଳବନ୍ଦୀ ବେଶ୍‌ ଆକର୍ଷଣୀୟ ହୋଇଥିଲା। ପରେ ସୁଦୂର ସିଙ୍ଗାପୁରରୁ ଆସିଥିବା ଭାରତ ନାଟ୍ୟମ୍‌ ଯୁଗଳବନ୍ଦୀ ଅକ୍ଷୟା ବିଜିଶ୍‌ ଓ ସ୍ବର୍ଣ୍ଣବର୍ଷା ଗୁରୁମୂର୍ତ୍ତି, ନୂଆଦିଲ୍ଲୀର ପ୍ରଜ୍ଞା ଘୋଷ ଓଡ଼ିଶୀ, ଭୁବନେଶ୍ୱରର ସଞ୍ଜୟ ବେହେରା ଓଡ଼ିଶୀ, କେରଳର ଡ. ପଦ୍ମିନୀ କ୍ରିଷ୍ଣନ କୁଚୁପୁଡ଼ି ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ କଲିକତାର ରୂପ୍‌ସା ଭଟ୍ଟାଚାର୍ଯ୍ୟ। ଏଥିରେ ଅତିଥି ଭାବେ ଯୋଗଦେଇଥିଲେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ସେବାୟତ ଗୌରୀଶଙ୍କର ସିଂହାରୀ, ଆଡ୍‌ଭୋକେଟ ସବ୍ୟସାଚୀ ମହାପାତ୍ର, ଇଂ. ସୂର୍ଯ୍ୟ ରଥ, ଇଂ. ଦୁଷ୍ମନ୍ତ ସ୍ବାଇଁ, ଇଂ. ପ୍ରଶାନ୍ତ ଜେନା ଓ ଅଭିନେତ୍ରୀ ନିତୁ ମିଶ୍ର। ଆୟୋଜକ ଅନୁଷ୍ଠାନ ଦେବଦାସୀ ନୃତ୍ୟମନ୍ଦିରର ସମ୍ପାଦକ ଜଗବନ୍ଧୁ ଜେନା, ଅଭ୍ୟର୍ଥନା କମିଟି ଆବାହକ ବିନୟ ନୃସିଂହ ମହାପାତ୍ର, ସଂଯୋଜକ ଦେବାଶିଷ ଦାସ୍‌ଗୁପ୍ତା ଏବଂ ନବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ପ୍ରତିଭାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କୁଚୁପୁଡ଼ି ନୃତ୍ୟରେ ଆନ୍ଧ୍ରପ୍ରଦେଶ ଏଲୁରର ଡ. କେ.ଭି. ସତ୍ୟନାରାୟଣନ୍‌, କଥକରେ ପୁନେର ମନୀଷା ଅଭୟ, କୁଚୁପୁଡ଼ିରେ କେରଳର ଡ. ପଦ୍ମିନୀ କ୍ରିଷ୍ଣନଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି କଥକ ନୃତ୍ୟଶିଳ୍ପୀ ସିଦ୍ଧି ଅଭୟ, ଭାରତ ନାଟ୍ୟମ୍‌ର ସ୍ବର୍ଣ୍ଣବର୍ଷା ଗୁରୁମୂର୍ତ୍ତି ଓ ଅକ୍ଷୟ ବିଜିଶ, କୁଚୁପୁଡ଼ିର ବୈଦେହୀ କୁଲକର୍ଣ୍ଣି, ଓଡ଼ିଶୀର ମଲ୍ଲିକା ଜେନା, ପ୍ରଜ୍ଞା ଘୋଷ ଏବଂ ସଞ୍ଜୟ ବେହେରାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଧାରାବାହିକ ଅଭିନେତ୍ରୀ ନିତୁ ମିଶ୍ରଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ପୂର୍ବାହ୍ନରେ ଏଠାରେ ଆୟୋଜିତ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।
All Right Reserved By

ମେଟ୍ରୋ |

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

କାକଟପୁର, ୨୨।୧୦(ଡି.ଏନ.ଏ.): ଅସ୍ତରଙ୍ଗ ଉପକୂଳର ଡାଳୁଅକଣି ଝାଉଁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

କରମଙ୍ଗା ଗଛରେ ଜଗନ୍ନାଥ

କରମଙ୍ଗା ଗଛରେ ଜଗନ୍ନାଥ

ଫୁଲନଖରା, ୨୨।୧୦(ଡି.ଏନ.ଏ.): ବ୍ରାହ୍ମଣ ଝରିଲୋ ନର ନାରାୟଣ ମଠରେ ଥିବା ଏକ କରମଙ୍ଗା ଗଛରେ ଜଗନ୍ନାଥ ଙ୍କ ମୂର୍ତ୍ତି ସଦୃଶ ଏକ ଆକୃତି ଥିବା ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ହାଇଡ୍ରାମା: ପ୍ରେମିକାଙ୍କୁ ନେଇ ସ୍ବାମୀ-ସ୍ତ୍ରୀ ହାତାହାତି

କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ହାଇଡ୍ରାମା: ପ୍ରେମିକାଙ୍କୁ ନେଇ ସ୍ବାମୀ-ସ୍ତ୍ରୀ ହାତାହାତି

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ)- ପରକୀୟା ପ୍ରୀତିକୁ କେନ୍ଦ୍ରକରି ରବିବାର ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି।

କମୁଛି ଚିଲିକା ମାଛ ଉତ୍ପାଦନ: ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବଢ଼ାଉଛି ଦର

କମୁଛି ଚିଲିକା ମାଛ ଉତ୍ପାଦନ: ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବଢ଼ାଉଛି ଦର

ଖୋର୍ଦ୍ଧା ଅଫିସ,୨୨।୧୦: ସରୁଜାଲ ପକାଇ ସବୁବେଳେ ମାଛ ଯାଅଁାଳ ଧରିବା ଦ୍ୱାରା ଚିଲିକାରେ ମାଛ, ଚିଙ୍ଗୁଡି ଓ କଙ୍କଡା ଉତ୍ପାଦନ କମିବାରେ ଲାଗିଛି। ଫଳରେ ସମୁଦ୍ରରୁ ଆସୁଥିବା ମାଛ ଚିଲିକାକୁ ନ ଆସି  ମୁହାଣ ନିକଟରେ ଅଟକି ରହି ଯାଉଛନ୍ତି।

ପୁରୀ ସରକାରୀ ମେଡିକାଲ କଲେଜ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ହେବାନେଇ ଅନିଶ୍ଚିତତା

ପୁରୀ ସରକାରୀ ମେଡିକାଲ କଲେଜ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ହେବାନେଇ ଅନିଶ୍ଚିତତା

ପୁରୀ ଅଫିସ,୨୨।୧୦ : ପୁରୀ ସରକାରୀ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବାନେଇ ସମୟ ଗଡ଼ି ଚାଲିଛି। ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନ ଥିବାବେଳେ ଆହୁରି ୨୦ ପ୍ରତିଶତ ବାକି ରହିଛି। 

୫୯ତମ ପୋଲିସ ଶହୀଦ ଦିବସ: ‘ଶହୀଦଙ୍କ ନିଷ୍ଠାପର ତ୍ୟାଗ ପ୍ରେରଣାର ଉତ୍ସ’

ପୁରୀ ଅଫିସ,୨୧ା୧୦ : ଶହୀଦଙ୍କ ନିଷ୍ଠା ଓ ତ୍ୟାଗ ଆମ ପାଇଁ ପ୍ରେରଣାର ଉତ୍ସ। ଦେଶ ମାତୃକା ଲାଗି ବଳିଦାନ ଦେଇଥିବା ଶହୀଦମାନେ ହେଉଛନ୍ତି ଦେଶର ଆଦର୍ଶ। 

ପୁରୀ ହିଂସା : ଗିରଫ ସଂଖ୍ୟା ୮୬ ଟପିଲା

ପୁରୀ ହିଂସା : ଗିରଫ ସଂଖ୍ୟା ୮୬ ଟପିଲା

ପୁରୀ ଅଫିସ,୨୨।୧୦ : ପୁରୀ ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧା ୮୬ଜଣ ଗିରଫ ହୋଇଛନ୍ତି। ଏଥିମଧ୍ୟରେ ସିଂହଦ୍ୱାର ଥାନା ପକ୍ଷରୁ ୪୫ ଓ ଟାଉନଥାନା ପୋଲିସ ୪୧ଜଣଙ୍କୁ ଗିରଫ କରିଥିବା ଏସ୍‌ପି ଡା.ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

୨୪ରୁ କୁମାର ଉତ୍ସବ: ନୃତ୍ୟ, ଗୀତରେ ଝୁମିବ ପୁରୀ ସହର

ପୁରୀ ଅଫିସ,୨୨।୧୦: ଆସନ୍ତା ୨୪ ତାରିଖରେ କୁମାର ପୂର୍ଣ୍ଣିମା। ଓଡ଼ିଶାର ଏହି ବିଶେଷ ପର୍ବ ଉପଲକ୍ଷେ  ପୁରୀର ବଡ଼ଦାଣ୍ଡ, ବେଳାଭୂମି ସମେତ ବିଭିନ୍ନ ସ୍ଥାନରେ କୁମାର ଉତ୍ସବ ବେଶ୍‌ ଧୁମ୍‌ଧାମରେ ଅନୁଷ୍ଠିତ ହେବ। 

ଉଦ୍ଧାର ବେଳେ ଫରେଷ୍ଟରଙ୍କୁ ଚୋଟ ମାରିଲା ନାଗ

ଉଦ୍ଧାର ବେଳେ ଫରେଷ୍ଟରଙ୍କୁ ଚୋଟ ମାରିଲା ନାଗ

ପୁରୀ ଅଫିସ,୨୨।୧୦: ପୁରୀ ସହର ଉପକଣ୍ଠ ଛଇତନା ନିକଟ ପୁଟୁପଡ଼ା ଗଁାର ଜଣେ ବ୍ୟକ୍ତି ଗାଈଗୋରୁ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଜମି ଚାରିପଟେ ଜାଲ ଘେରାଇଥିଲେ।

ଦାଦାବଟି ନେଇ ଅଭିଯୋଗ କରିବାରୁ ଥାନା ନିକଟରେ ସିରିଜ ବୋମାମାଡ଼

ଦାଦାବଟି ନେଇ ଅଭିଯୋଗ କରିବାରୁ ଥାନା ନିକଟରେ ସିରିଜ ବୋମାମାଡ଼

ପୁରୀ ଅଫିସ, ୨୨।୧୦ : ଦାଦା ବଟିକୁ ନେଇ ଥାନାରେ ଅଭିଯୋଗ କରିବାରୁ ଦୁର୍ବୃତ୍ତମାନେ ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ମଙ୍ଗଳା ବସ୍ତିରେ ପଶି ଆତଙ୍କ ଖେଳାଇଛନ୍ତି। 

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କ,୨୧।୧୦(ଡି.ଏନ୍‌.ଏ.): କାକଟପୁର  ନିିର୍ବାଚନ ମଣ୍ଡଳୀ ଅଧୀନ କୋଣାର୍କ ଏନ୍‌ଏସିରେ ବିଜୁ ଜନତା ଦଳ ପକ୍ଷରୁ ରବିବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)-ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦକ୍ଷିଣ ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ସଜାଡିବା ପାଇଁ ଶକ୍ତି ବିଭାଗ ଉଦ୍ୟମ ଅବ୍ୟାହତ ରଖିଛି। ଯେଉଁଭଳି ଭାବେ କ୍ଷତିଗ୍ରସ୍ତ ହୋଇଥିଲା, ସାଧାରଣ ଭାବେ ତାହାର ପୁନରୁଦ୍ଧାର ପାଇଁ ୬ ମାସ ସମୟ ଲାଗିଥାନ୍ତା।