ମେଟ୍ରୋ |

ପାଠ୍ୟକ୍ରମରେ ଆଧ୍ୟାତ୍ମିକ ଶିକ୍ଷା ଜରୁରୀ: ଗଜପତି

ପାଠ୍ୟକ୍ରମରେ ଆଧ୍ୟାତ୍ମିକ ଶିକ୍ଷା ଜରୁରୀ: ଗଜପତି
ପୁରୀ ଅଫିସ, ୧୭।୧୨: ସମଗ୍ର ବିଶ୍ୱ ଭୌତିକ ପ୍ରଗତି ପଛରେ ପଡିଛି। ଆଧ୍ୟାତ୍ମିକ ଚେତନା ତଥା ପ୍ରଗତି ଦୁର୍ବଳ ହେବାରେ ଲାଗିଛି। ଘରେ ଆଧ୍ୟାତ୍ମିକ ଚେତନା ନାହିଁ। ଶିକ୍ଷାନୁଷ୍ଠାନ ତଥା ପାଠ୍ୟକ୍ରମରେ ଆଧ୍ୟାତ୍ମିକ ବିଷୟବସ୍ତୁର ସ୍ଥାନ ନାହିଁ। ତେଣୁ ସମାଜରେ ଆଧ୍ୟାତ୍ମିକ ଚେତନାର ବିକାଶ ଅସମ୍ଭବ। ଆଧ୍ୟାତ୍ମିକ ଜାଗରଣ ହେଲେ ବାସ୍ତବ ପ୍ରଗତି ସମ୍ଭବ। ତେଣୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ତଥା ପାଠ୍ୟକ୍ରମରେ ଆଧ୍ୟାତ୍ମିକ ବିଷୟ ରହିବା ଜରୁରୀ ବୋଲି ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବରେ ଯୋଗଦେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ମତବ୍ୟକ୍ତ କରିଛନ୍ତି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଝାଞ୍ଜପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଜପତି ମହାରାଜା କହିଲେ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଧର୍ମର ପ୍ରଚାର ଏକ ଅନ୍ତରର ବ୍ୟାପାର। ଶ୍ରୀଜଗନ୍ନାଥ ସଂସ୍କୃତିର ଦେଶ ହେଉଛି ଭାରତ। ସନାତନ ଧର୍ମର ଭୂମି। କିନ୍ତୁ ଏଠି ଆଧ୍ୟାତ୍ମିକ ସଂସ୍କୃତି ଓ ଚେନତାର ଅଭାବ ଯୋଗୁ ସବୁକିଛି ସମସ୍ୟା ଦେଖାଦେଇଛି। ସଂସ୍କୃତିକୁ ସରକାର ଏକ ଅଦ୍ଭୁତ ବିଶ୍ଳେଷଣ କରୁଛନ୍ତି। ନାଚ, ଗୀତ ଓ ତାମସାକୁ ସରକାର ସଂସ୍କୃତି ବୁଝିଛନ୍ତି। କିନ୍ତୁ ଆଧ୍ୟାତ୍ମିକତା ଓ ଧର୍ମ ଯୋଗୁ ସୃଷ୍ଟି ରହିଛି। ଯୁଗେ ଯୁଗେ ରାଜତନ୍ତ୍ର ଧର୍ମ ସୁରକ୍ଷା କରୁଥିଲା। କିନ୍ତୁ ସ୍ବାଧୀନ ଭାରତରେ ଧର୍ମର ପ୍ରସାର ଓ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍‌ ଦେବବ୍ରତ ଦାଶ, ନାଲ୍‌କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ତପନ କୁମାର ଚାନ୍ଦ ଏବଂ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ମହନ୍ତ ରାମକୃଷ୍ଣ ଦାସ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପ୍ରତିଷ୍ଠାନର ମୁଖପତ୍ର ‘ଶ୍ରୀଜଗନ୍ନାଥ ଚେତନା-୯’ ଲୋକାର୍ପିତ ହୋଇଥିଲା। ଉତ୍ସବରେ ନାଲ୍‌କୋ ଅଧ୍ୟକ୍ଷ ଡ. ଚାନ୍ଦଙ୍କୁ ଶ୍ରୀଜଗନ୍ନାଥ ଚେତନା ପ୍ରତିଭା ସମ୍ମାନ, ଇଂ. ରଘୁନାଥ ପାତ୍ରଙ୍କୁ ଶ୍ରୀଜଗନ୍ନାଥ ଚେତନା ଗବେଷକ ସମ୍ମାନ, ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀଙ୍କୁ ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ, କଲିକତା ଖିଦିରପୁରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ସଭାପତି ଚନ୍ଦ୍ରଶେଖର ପାଣିଗ୍ରାହୀ ଏବଂ ରାଉରକେଲା ଝିରପାଣିସ୍ଥ ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପାଦକ ଶରତ ଚନ୍ଦ୍ର ପଣ୍ଡା ଉଭୟଙ୍କୁ ଶ୍ରୀଜଗନ୍ନାଥ ଚେତନା ସଂଗଠକ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରତିବର୍ଷ ଭଳି ଚଳିତବର୍ଷ ଡାକ୍ତର ଉମେଶ ପ୍ରସାଦ ପାଣିଗ୍ରାହୀଙ୍କ ସ୍ମୃତିରେ ୫ଜଣ ସେବାୟତଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଚିକିତ୍ସା ସାହାଯ୍ୟ ପ୍ରଦାନ କରାଯାଇଥିଲା। ପ୍ରତିଷ୍ଠାନର ମହାସଚିବ ରବୀନ୍ଦ୍ରନାଥ ପ୍ରତିହାରୀ ବାର୍ଷିକ ଯୋଜନା ଉପସ୍ଥାପିତ କରିଥିଲେ। କାର୍ଯ୍ୟକ୍ରମରେ ଡ. ନରେଶ ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ପ୍ରଫେସର ସୌମେନ୍ଦ୍ର ମୁଦୁଲି, ଡା. କରୁଣାକର ପ୍ରଧାନ, ପ୍ରାଦେଶିକ ସଭାପତି ଅବସରପ୍ରାପ୍ତ ଆଇଏଏସ୍‌ ସୁଦର୍ଶନ ନାୟକ, ଡ. ପ୍ରସନ୍ନ କୁମାର ମହାପାତ୍ର, ହରେକୃଷ୍ଣ ପ୍ରତିହାରୀ, ଡ. ଶ୍ରୀନିବାସ ଆଚାର୍ଯ୍ୟ, ରାଧେଶ୍ୟାମ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ସନ୍ତୋଷ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. ଭାସ୍କର ମିଶ୍ର ଅତିଥି ଓ ପ୍ରତିନିଧିଙ୍କୁ ସ୍ବାଗତ କରିଥିଲେ।
All Right Reserved By

ମେଟ୍ରୋ |

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ: ପ୍ରଶାସନିକ, ରାଜନେତାଙ୍କ ତତ୍ପରତା

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ: ପ୍ରଶାସନିକ, ରାଜନେତାଙ୍କ ତତ୍ପରତା

ଭୁବନେଶ୍ୱର/ଖୋର୍ଦ୍ଧା ଅଫିସ,୧୭ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଓଡିଶା ଗସ୍ତରେ ଆସିବେ। ଏହି ଅବସରରେ ମୋଦି ଖୋର୍ଦ୍ଧା ନିକଟରେ ଏକ ସାଧାରଣ ସଭାରେ ଯୋଗଦେବେ। ଯାହାକୁ ନେଇ ପ୍ରଶାସନିକ ଓ ଜାତୀୟ ସ୍ତରରେ ବେଶ୍‌ ତତ୍ପରତା ପ୍ରକାଶ ପାଇଛି।

ବାର୍ଡ ଫ୍ଲୁ: ପୁଣି ମରାଗଲା ୩,୬୩୦ କୁକୁଡ଼ା, ୩୮୫ ଅଣ୍ଡା ପୋତାଗଲା

ବାର୍ଡ ଫ୍ଲୁ: ପୁଣି ମରାଗଲା ୩,୬୩୦ କୁକୁଡ଼ା, ୩୮୫ ଅଣ୍ଡା ପୋତାଗଲା

କୃଷ୍ଣପ୍ରସାଦ, (ଡି.ଏନ.ଏ.)/ପୁରୀ ଅଫିସ,୧୭ା୧୨: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କୁକୁଡ଼ା ମରା ଅଭିଯାନ ଚାଲିଛି । ରବିବାର ତୃତୀୟ ଦିନରେ ୬ଟି ଗଁାରୁ ୩,୬୩୦ଟି କୁକୁଡ଼ା ମରାଯାଇଥିବାବେଳେ ୩୮୫ଟି ଅଣ୍ଡା ପୋତାଯାଇଛି।

ପ୍ରାପ୍ୟ ପାଉଣାକୁ ନେଇ ସେବାୟତ ଅସନ୍ତୋଷ: ପହଲି ଭୋଗ ଆରମ୍ଭରୁ ବିଳମ୍ବ

ପ୍ରାପ୍ୟ ପାଉଣାକୁ ନେଇ ସେବାୟତ ଅସନ୍ତୋଷ: ପହଲି ଭୋଗ ଆରମ୍ଭରୁ ବିଳମ୍ବ

ପୁରୀ ଅଫିସ,୧୭ା୧୨: ପହିଲି ଭୋଗ ନୀତିକୁ ଶୃଙ୍ଖଳିତ କରାଯିବା ନେଇ ଏକାଧିକଥର ବୈଠକ ବସିଛି। ପ୍ରାୟ ମାସେ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନୀତିକୁ ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ଲାଗି ସେବାୟତଙ୍କ ସହଯୋଗ ଲୋଡିଥିଲା ଶ୍ରୀମନ୍ଦିର ପ୍ରଶାସନ। 

ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ବିରୋଧୀଙ୍କ ସମାଲୋଚନା, ସେଠାରେ ଗୁଜରାଟ ମଡେଲ ଦେଖନ୍ତୁ:ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ବିରୋଧୀଙ୍କ ସମାଲୋଚନା, ସେଠାରେ ଗୁଜରାଟ ମଡେଲ ଦେଖନ୍ତୁ:ଧର୍ମେନ୍ଦ୍ର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରଟ ଗସ୍ତକୁ ବିରୋଧୀ କଂଗ୍ରେସ ଓ ଭାଜପା ପକ୍ଷରୁ ସମାଲୋଚନା କରାଯାଇଛି। ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରାଜ୍ୟ ସରକାର ବିଭିନ୍ନ ପ୍ରଶାସନିକ ଅପରଗତା ନେଇ ବର୍ଷିଛନ୍ତି। 

ସାଧାରଣ ନିର୍ବାଚନ ପ୍ରସ୍ତୁତି: ସୋମବାର ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ,  ଓଡ଼ିଶା ଆସିବେ ରୂପାନୀ

ସାଧାରଣ ନିର୍ବାଚନ ପ୍ରସ୍ତୁତି: ସୋମବାର ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ, ଓଡ଼ିଶା ଆସିବେ ରୂପାନୀ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ)- ୨୦୧୯ ସାଧାରଣ ନିର୍ବାଚନ ନିକଟତର ହେଉଛି। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଲାଣି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ଭୋଟ ହାତେଇବା ପାଇଁ ସମସ୍ତ ରାଜନୈତିକ ଦଳ ଆପ୍ରାଣ ଚେଷ୍ଟା କରୁଛନ୍ତି। ବିଶେଷ କରି ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶର ସରକାର ବିରୋଧୀ ଫଳାଫଳକୁ ନେଇ ରାଜ୍ୟର ସକ୍ରିୟ ରାଜନୈତିକ ଦଳ ଭିନ୍ନଭିନ୍ନ ଅଙ୍କ କଷୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟର ସମ୍ଭାବ୍ୟ ସରକାର ବିରୋଧୀ ହାୱାକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀ ନୂଆ ରଣନୀତି ଆପଣେଇବାରେ ଲାଗିଛନ୍ତି। 

ଖୋର୍ଦ୍ଧା ମହୋତ୍ସବ ଉଦ୍‌ଘାଟିତ

ଖୋର୍ଦ୍ଧା ମହୋତ୍ସବ ଉଦ୍‌ଘାଟିତ

ଖୋର୍ଦ୍ଧା ଅଫିସ,୧୬ା୧୨: ଶନିବାର ଶୀତୁଆ ସନ୍ଧ୍ୟାରେ ଖୋର୍ଦ୍ଧା ଷ୍ଟାଡିୟମ ମୁକ୍ତାକାଶ ମଞ୍ଚରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ୨୦ତମ ଖୋର୍ଦ୍ଧା ମହୋତ୍ସବ । 

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ

ଖୋର୍ଦ୍ଧା ଅଫିସ,୧୬ା୧୨: ଚଳିତ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋର୍ଦ୍ଧା ଗସ୍ତ ସ୍ଥିର ହୋଇଛି । 

ସତ୍ୟବାଦୀ ବ୍ଲକରେ ପିଠା କାର୍ଯ୍ୟକ୍ରମ

ସତ୍ୟବାଦୀ ବ୍ଲକରେ ପିଠା କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ,୧୬।୧୨(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ଶ୍ରୀରାମଚନ୍ଦ୍ରପୁର, କାଦୁଆ, ମୂଳ ଆଳସା ଓ ଶୁକଳ ଗ୍ରାମପଞ୍ଚାୟତରେ  ରବିବାର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଆୟୁଷ ଡାକ୍ତର ସଂଘର ଚେତାବନୀ:  ଦାବି ପୂରଣ  ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ

ଆୟୁଷ ଡାକ୍ତର ସଂଘର ଚେତାବନୀ: ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଆୟୁଷ ଡାକ୍ତର ସଂଘର ଏକ ଜରୁରୀ ବୈଠକ ଭୁବନେଶ୍ୱରସ୍ଥିତ  ନେହେରୁ ୟୁଥ ଆଫେୟାର୍ସଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। 

କଳିଙ୍ଗ ବିହାରରୁ ବିରଳ ଧଳା ସାପ ଉଦ୍ଧାର

କଳିଙ୍ଗ ବିହାରରୁ ବିରଳ ଧଳା ସାପ ଉଦ୍ଧାର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): କଳିଙ୍ଗ ବିହାର କେ ୭ ଅଞ୍ଚଳରୁ ବିରଳ ଆଲବିନୋ ଚିତି ସାପ ଉଦ୍ଧାର କରାଯାଇଛି।

ଆସୁଛି ବାତ୍ୟା: ପାଚିଲା ଧାନକୁ ବିପଦ

ଆସୁଛି ବାତ୍ୟା: ପାଚିଲା ଧାନକୁ ବିପଦ

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାମୁଦ୍ରିକ ଝଡ଼ ରୂପ ନେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଭୟଙ୍କର ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ।  ଶନିବାର ଝଡ଼ ଦକ୍ଷିଣ ପୂର୍ବ  ଚେନ୍ନାଇ ଉପକୂଳରୁ ୪୪୦ କି.ମି ଏବଂ ଦକ୍ଷିଣ-ପୂର୍ବ ଆନ୍ଧ୍ର ପ୍ରଦେଶର ମଚ୍ଛିଲିପଟ୍ଟନମ୍‌ ଠାରୁ ୮୯୦ କି.ମି ଦୂରରେ ଝଡ଼ କେନ୍ଦ୍ରୀଭୂତ ହୋଇଛି।

ମହାବଳ ‘ମହାବୀର’ ମୃତ୍ୟୁ ଘଟଣା: ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ମହାବଳ ‘ମହାବୀର’ ମୃତ୍ୟୁ ଘଟଣା: ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ଭୁବନେଶ୍ୱର, ୧୬ା୧୨(ବ୍ୟୁରୋ)- ସାତକୋଶିଆରେ ମହାବଳ ବାଘ ‘ମହାବୀର’କୁ ଶିକାରୀ ମାରିଛନ୍ତି। କିନ୍ତୁ ସମ୍ପୃକ୍ତ ଶିକାରୀଙ୍କୁ ନ ଧରି ଓ ଏହାର ଉପଯୁକ୍ତ ତଦନ୍ତ ନ କରି ବନ ବିଭାଗ ଅସୁସ୍ଥତା ଯୋଗୁ ବାଘର ମୃତ୍ୟୁ ହୋଇଥିବା କହିଥିଲା।