ମେଟ୍ରୋ |

ଜାତିର ପରିଚୟ ବହନ କରେ ସଂସ୍କୃତି

ଜାତିର ପରିଚୟ ବହନ କରେ ସଂସ୍କୃତି

ପୁରୀ ଅଫିସ,୧୭।୧୨: ଶ୍ରୀକ୍ଷେତ୍ର ମହୋତ୍ସବର ରବିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଶୀତୁଆ ସନ୍ଧ୍ୟାର ପ୍ରଥମ ଅଘ୍ୟରେ ପୂର୍ଣ୍ଣଚନ୍ଦ୍ର ଚଇନି ଓ ସାଥୀ କଳାକାରମାନେ ଜାଗା ଆଖାଡାର ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନଜିଣିଥିଲେ। ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ହରଚଣ୍ଡୀ ସାହି ଆଖଡା ପକ୍ଷରୁ ରବି ନାରାୟଣ ପଣ୍ଡା ପର୍ଶୁରାମ ନୃତ୍ୟ ପରିବେଷଣ କରିଥିଲେ। ବଡ଼ ଆଖଡ଼ା ଜାଗା ପକ୍ଷରୁ ଗଣେଶ ରଣା ନଟୁ ବନାଟି, ନୃସିଂହ ରଣା ଧୂପ ବନାଟି, ସନ୍ତୋଷ ରଣା ଡମ୍ବଲ ବାଲାନ୍ସ, ଅନିଲ ସେନାପତି ଓ ବିକାଶ ବେହେରା ନାଗା ଏବଂ କିଶନ କୁମାର ଦାସ ମେଢ ନୃତ୍ୟ ପରିବେଷଣ କରିଥିଲେ। ପରେ ବାରବାଟୀ ଜାଗା ପକ୍ଷରୁ ଦେବାଶିଷ ପଟ୍ଟନାୟକ ଫୁଲ ମେଢ, ରାମନାରାୟଣ ପଣ୍ଡା ବୀରଭଦ୍ର ଶଙ୍ଖକୋଟ ଜାଗା ପକ୍ଷରୁ ହରିହର ପଣ୍ଡା ମେଢ, ଦୁର୍ଗାପ୍ରସାଦ ମହାପାତ୍ର ସହସ୍ରାର୍ଜୁନ, କୁଶନ୍‌ ଖୁଣ୍ଟିଅ ଜାଗା ପକ୍ଷରୁ ମେଢ, ଈଶ୍ୱର ବଲ୍ଲଭ ଜାଗା ପକ୍ଷରୁ ଭୀମସେନ ରାଉତ ନୃସିଂହ ମେଢ, ରୁପାଲି ରାଉତ ଲକ୍ଷ୍ମୀ ମେଢ, ଚନ୍ଦ୍ରଶେଖର ବରାଳ ମୁଦଗର ଚାଳନା, ଚନ୍ଦ୍ରଶେଖର ମହାନ୍ତି ଖଡ୍‌ଗ ଚାଳନା, ବଡପୋଖରୀ ଜାଗା ପକ୍ଷରୁ ରଞ୍ଜନ କୁମାର ଦାସ ମେଢ, ସୁଦର୍ଶନ ସାହୁ ନାଗା ଆଦି ନୃତ୍ୟ ପରିବେଷଣ କରିଥିଲେ। ମହୋତ୍ସବର ଆକର୍ଷଣ ସାଜିଥିଲେ ମଣିପୁର କଳାକାର। ମଣିପୁରର ଲୋକକଳା ଥାଙ୍ଗ୍‌ ଥା ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିଭୋର କରିଥିଲେ। ଶେଷ ସନ୍ଧ୍ୟାର ଦର୍ଶକଙ୍କ ମଣଜିଣିଥିଲା ଗଞ୍ଜାମର ପ୍ରସିଦ୍ଧ ପଶୁମୁଖା ନୃତ୍ୟ। ପରିବେଶ ସୁରକ୍ଷା, ବ୍ୟାଘ୍ର ସୁରକ୍ଷା ଉପରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲା।
ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାସ୍କଯର୍ର୍‌ୟ ଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ମହାପାତ୍ର କହିଲେ, ସଂସ୍କୃତି ହିଁ ଗୋଟିଏ ଜାତିର ପରିଚୟ। ମହୋତ୍ସବ ପ୍ରତିଭାକୁ ବିକଶିତ କରିଥାଏ। ଏହାଦ୍ୱାରା କଳାକାରମାନେ ସେମାନଙ୍କ ପ୍ରତିଭା ଦେଖାଇବାର ସୁଯୋଗ ପାଇଥାନ୍ତି। ସଂସ୍କୃତି ହିଁି ଜାତୀୟତାର ପରିଚୟ ବହନ କରିଥାଏ ବୋଲି ସେ କହିଥିଲେ। ଉପଜିଲାପାଳ ମଧୁସୂଦନ ଦାସ ଯୋଗଦେଇ କହିଲେ, ଶ୍ରୀକ୍ଷେତ୍ରର କଳା ଓ ସଂସ୍କୃତି ଅନନ୍ୟ। ସାହିଯାତ ପରମ୍ପରା ଶ୍ରୀକ୍ଷେତ୍ରର ଭାଇଚାରା ସଦ୍‌ଭାବର ବାର୍ତ୍ତା ଦେଇଥାଏ। ଅନ୍ୟମାନଙ୍କ ମଧ୍ୟରେ ହରଚଣ୍ଡୀ ସାହିର ଦୀନବନ୍ଧୁ ପ୍ରତିହାରୀ, ସମ୍ପାଦକ ନାରାୟଣ ମେକାପ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

Model This Week

ନିକିତା

ମେଟ୍ରୋ |

ସ୍ବେଚ୍ଛାକୃତ ରକ୍ତଦାନ ଓ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ସ୍ବେଚ୍ଛାକୃତ ରକ୍ତଦାନ ଓ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ବାଲିଅନ୍ତା, ୨୪।୪(ଡି.ଏନ୍‌.ଏ.): କମିଶନରେଟ ପୋଲିସର ବାଲିଅନ୍ତା ଥାନା ଓ ବାଲିଅନ୍ତା ୟୁଥ କ୍ଲବ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ବାଲିଅନ୍ତା ପଞ୍ଚାୟତ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବାଲିଅନ୍ତା ନିକୁଞ୍ଜବିହାରୀ କଲ୍ୟାଣମଣ୍ଡପ ପରିସରରେ ଚାଲିଥିବା ଏହି ଶିବିରକୁ କ୍ଲବର କର୍ମକର୍ତ୍ତାମାନେ ପରିଚାଳନା କରୁଛନ୍ତି।

ପ୍ରତି ପରିବାର ପାଖରେ ପହଞ୍ଚିବ ପାଇପ ପାଣି: ମୁଖ୍ୟମନ୍ତ୍ରୀ

ପ୍ରତି ପରିବାର ପାଖରେ ପହଞ୍ଚିବ ପାଇପ ପାଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ମାର୍ଚ୍ଚ ୨୦୧୯ ସୁଦ୍ଧା ରାଜ୍ୟର ସହରାଞ୍ଚଳର ପ୍ରତି ପରିବାରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ସଚିବାଳୟରେ ସହରାଞ୍ଚଳର ପାନୀୟ ଜଳ ଯୋଗାଣ ସଂକ୍ରାନ୍ତୀୟ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ସଂଖ୍ୟା କମିବ ମାତ୍ର ବିଜେଡି ସରକାର ଗଢିବ: ଦାମ

ସଂଖ୍ୟା କମିବ ମାତ୍ର ବିଜେଡି ସରକାର ଗଢିବ: ଦାମ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ବିଜେଡିର କ୍ଷତି ହେବାର ନାହିଁ। ବିଜେଡିର ସଂଖ୍ୟା ଟିକେ କମିଯାଇପାରେ ମାତ୍ର ବିଜେଡି ସରକାର ନିଶ୍ଚୟ ଗଢିବ ବୋଲି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି।

ପ୍ରଭାତଙ୍କୁ ମିଳିଲା ଜାମିନ୍‌

ପ୍ରଭାତଙ୍କୁ ମିଳିଲା ଜାମିନ୍‌

କଟକ ଅଫିସ୍‌,୨୪।୪: ସି ଶୋର ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମଙ୍ଗଳବାର ହାଇକୋର୍ଟ ଜାମିନ୍‌ ମଞ୍ଜୁର କରିଛନ୍ତି। ସେପ୍ଟେମ୍ବରୁ ଗିରଫ ହୋଇଥିବା ପ୍ରଭାତଙ୍କୁ ୨ ମାସ ପାଇଁ ଅନ୍ତରୀଣ ଜାମିନ୍‌ ମିଳିଛି।

ବଢିଲା ମହଙ୍ଗା ଭତ୍ତା

ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୪।୪(ବ୍ୟୁରୋ) : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି ହେବାପରେ ଏହା ୭ ପ୍ରତିଶତ ହୋଇଛି।

ଶ୍ରୀମନ୍ଦିର ଜଗମୋହନ ମାମଲା: ମନ୍ଦିର ବେଢାରେ ଥିବା ସମସ୍ତ ମନ୍ଦିର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶ୍ରୀମନ୍ଦିର ଜଗମୋହନ ମାମଲା: ମନ୍ଦିର ବେଢାରେ ଥିବା ସମସ୍ତ ମନ୍ଦିର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ, ୨୪।୪: ଶ୍ରୀମନ୍ଦିର ଜଗମୋହନ ସମ୍ପର୍କିତ ମାମଲା ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ଶୁଣାଣି ବେଳେ ହାଇକୋର୍ଟ ବେଢା ମଧ୍ୟରେ ଥିବା ସମସ୍ତ ପାର୍ଶ୍ୱ ମନ୍ଦିରଗୁଡିକର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀମନ୍ଦିର ବେଢା ମଧ୍ୟରେ ଥିବା ସମସ୍ତ ମନ୍ଦିର ସହିତ ମୁକ୍ତି ମଣ୍ଡପର ସ୍ଥିତି ଯାଞ୍ଚ କରିବାକୁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନ, ଏଏସ୍‌ଆଇ ଓ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଭିଜିଲାନ୍ସ ଜାଲରେ ସେସୁ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସେସୁ କନିଷ୍ଠ ଯନ୍ତ୍ରୀ

ନିମାପଡ଼ା, ୨୪।୪(ଡି.ଏନ୍‌.ଏ.): ନିମାପଡ଼ା ସେସୁ ଉପଖଣ୍ଡ ବାମନାଳ ସେକ୍ସନ(୨)ର କନିଷ୍ଠ ଯନ୍ତ୍ରୀ ଗ୍ରାହକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ବାସୁଦେବ ମହାରଣା।

୩ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

୩ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

କାକଟପୁର, ୨୪।୪(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ବ୍ଲକ ଜଳେଶ୍ୱରପଡ଼ା ପଞ୍ଚାୟତର ସୁନାରିବସ୍ତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନସ ମିଶ୍ର ବିଦ୍ୟାଳୟର ୩ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମଙ୍ଗଳବାର କାକଟପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ପୁରୀ କ୍ଲବ୍‌ ନିର୍ବାଚନକୁ ନେଇ ଅନିଶ୍ଚିତତା

ପୁରୀ କ୍ଲବ୍‌ ନିର୍ବାଚନକୁ ନେଇ ଅନିଶ୍ଚିତତା

ପୁରୀ ଅଫିସ, ୨୪।୪: ଆସନ୍ତା ୨୫ ତାରିଖରେ ପୁରୀ କ୍ଲବ୍‌ର ନିର୍ବାଚନ ଲାଗି ସ୍ଥିତ ହୋଇଥିଲା। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବୁଧବାର ହେବାକୁ ଥିବା ଏହି ନିର୍ବାଚନ ହେବ ନାହିଁ।

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ

କଟକ ଅଫିସ୍‌,୨୪।୪: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର। ଏ ନେଇ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି।

ବ୍ୟାଙ୍କ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ୟାଙ୍କ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ ଅଫିସ, ୨୪।୪: ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ଶିରିଶ ଚନ୍ଦ୍ର ମହାନ୍ତିଙ୍କ ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଶିରିଶ କରଞ୍ଜିଆସ୍ଥିତ ଏମସିସି ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି।

ସାଲେପୁର ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ

ସାଲେପୁର ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ

କଟକ ଅଫିସ, ୨୪।୪: ବଳାତ୍କାରର ଶିକାର ହୋଇ ଏସ୍‌ସିବି ଶିଶୁରୋଗ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିବା ୬ ବର୍ଷର ଶିଶୁ କନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ରହିଛି।