ମେଟ୍ରୋ |

ରାଜ୍ୟସ୍ତରୀୟ ଯୁବ ସାହିତି୍ୟକ ସମାରୋହ ଉଦ୍‌ଯାପିତ

ରାଜ୍ୟସ୍ତରୀୟ ଯୁବ ସାହିତି୍ୟକ ସମାରୋହ ଉଦ୍‌ଯାପିତ
ପୁରୀ ଅଫିସ, ୧୭।୧୨: କବିତା ହେଉଛି ହୃଦୟର ଭାଷା। କବିଟିଏ ତା’ ଲେଖା ପାଇଁ ବଞ୍ଚତ୍ ରହେ ବୋଲି କହିଛନ୍ତି କବି ତଥା ଏମ୍‌ପି ପ୍ରସନ୍ନ ପାଟଶାଣୀ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ଦୁଇଦିନିଆ ରାଜ୍ୟସ୍ତରୀୟ ଯୁବ ସାହିତି୍ୟକ ସମାରୋହରେ ଯୋଗଦେଇ ଏମ୍‌ପି ପାଟ୍ଟଶାଣୀ କହିଲେ, ଜଣେ କବିର ଅସୀମ ଧୈର୍ଯ୍ୟ ରହିବା ଦରକାର। ଏହି ଅବସରରେ ସେ କେତୋଟି ରୋମାଣ୍ଟିକ କବିତା ଭାଷଣ ଛଳରେ ଆବୃତ୍ତି କରିଥିଲେ। ବିଶିଷ୍ଟ ଅତିଥି ହୁସେନ ରବି ଗାନ୍ଧୀ କହିଲେ, ନୂଆ କବିଙ୍କ ପ୍ରତିଭା ବେଶ୍‌ ଚମତ୍କୃତ। କବିତା ଜୀବନର କଥା କୁହେ। କିନ୍ତୁ ସେ ପ୍ରାଚୁର୍ଯ୍ୟଭରା କି ଦୁର୍ନୀତିଗ୍ରସ୍ତ ଜୀବନ ନୁହେଁ। ନଗଡ଼ାର ଦୁଃଖ ଓ ଦାନ ମାଝିର କଥାକୁ କବିତାରେ ଫୁଟାଇ ପାରିଲେ ତାହା ଅଧିକ ମର୍ମସ୍ପର୍ଶୀ ହୋଇଥାଏ। କିନ୍ତୁ ଜଣେ କବି ହିଁ ନିଷ୍ପତ୍ତି ନେବ ସେ କାହା ଉପରେ କବିତା ଲେଖିବ। କବି କେବେ ବିପ୍ଳବ ସୃଷ୍ଟି କରିପାରେନି। କିନ୍ତୁ ସେ ବିପ୍ଳବ ସୃଷ୍ଟି କରିବାର ଦକ୍ଷତା ରଖିଛି ବୋଲି ହୁସେନ କହିଥିଲେ। ଅନ୍ୟତମ ଅତିଥି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ ବିଶ୍ୱାଳ କହିଥିଲେ, ଦିନେ ପୁରୀ ମାଟିରୁ ଯୁବ ଲେଖକ ସମ୍ମିଳନୀ ଏକ ଆନ୍ଦୋଳନର ରୂପ ନେଇଥିଲା। ଏବେ ପୁଣି ପୁନର୍ଜୀବିତ ହୋଇଛି। ଅନ୍ୟତମ ଅତିଥି ପୁରୀ ଉପଜିଲାପାଳ ମଧୁସୂଦନ ଦାସ ଦର୍ଶକ ସମ୍ଭାବନାମୟ। ଯୁବ ସଙ୍ଗଠନରେ ଉଦ୍ଦୀପନା ରହିଛି ବୋଲି କହିଥିଲେ। ଓଡ଼ିଆ ଯୁବ ଲେଖକ ସମ୍ମେଳନର ପ୍ରାକ୍ତନ ସଭାପତି ଶଶାଙ୍କ ଚୂଡ଼ାମଣି ବଡ଼ ସହର ଅପେକ୍ଷା ଛୋଟ ସହର ଏବଂ ଗଁାରେ ଏଭଳି ସମ୍ମିଳନୀର ଚେର ବେଶ୍‌ ମଜଭୁତ୍‌ ବୋଲି ମତ ରଖିଥିଲେ। ଓଡ଼ିଆ ଯୁବଲେଖକ ସମ୍ମେଳନର ସଭାପତି ଶଙ୍କର୍ଷଣ ପରିଡ଼ା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର, ଏକାଡେମୀ ସଦସ୍ୟ କୈଳାସ ଟିକାୟତରାୟ, ସାହିତିକ୍ୟ ରମାକାନ୍ତ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ଓଡ଼ିଆ ଯୁବ ଲେଖକ ସମ୍ମେଳନର ସାଧାରଣ ସମ୍ପାଦକ ବନୋଜ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଏକାଡେମୀ ସହ ସଚିବ ରବି ରାୟ ଧନ୍ୟବାଦ ଦେଇଥିଲେ। ବୀରେନ୍ଦ୍ର ମହାନ୍ତି, ଗୀତାଞ୍ଜଳି ପଣ୍ଡା, ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୨୦୬ ଜଣ କବି, ସାହିତି୍ୟକ, ଆଲୋଚକ ଭାଗନେଇ ବିଭିନ୍ନ ଅଧିବେଶନରେ ଅଂଶଗ୍ରହଣ କରିଥିଲେ।
All Right Reserved By

ମେଟ୍ରୋ |

ସମୁଦ୍ରରେ ବୁଡି ଛାତ୍ର ନିଖୋଜ

ସମୁଦ୍ରରେ ବୁଡି ଛାତ୍ର ନିଖୋଜ

ପୁରୀ ଅଫିସ, ୧୮।୧୨: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଛାତ୍ର ମଙ୍ଗଳବାର ବୁଡି ନିଖୋଜ ହୋଇଯାଇଛନ୍ତି। ସେ ହେଲେ ବୋକାରସସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ଶ୍ରୀକ୍ରିଷ୍ଣା କୁମାର। 

ପୁରୁଷ ହକି ବିଶ୍ୱକପ୍‌ର ସଫଳ ଆୟୋଜନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୁରୁଷ ହକି ବିଶ୍ୱକପ୍‌ର ସଫଳ ଆୟୋଜନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଓଡ଼ିଶା ସରକାର ସଫଳତାର ସହ ପୁରୁଷ ହକି ବିଶ୍ୱକପ୍‌କୁ ଆୟୋଜନ କରିଛନ୍ତି। ଏହି କାରଣରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ

ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହମ୍ମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲରେ ସୋମବାର ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଛନ୍ତି।

ସ୍ଥଳଭାଗ ଛୁଇଁଲା ପେଥାଇ: ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

ସ୍ଥଳଭାଗ ଛୁଇଁଲା ପେଥାଇ: ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ପେଥାଇ’ ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଦେଇ ସ୍ଥଳଭାଗ ଛୁଇଁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

‘ତିତ୍‌ଲି’ ସହାୟତା ଦେଲା କେନ୍ଦ୍ର:ମିଳିଲା ୧୦୨୩  କୋଟି

‘ତିତ୍‌ଲି’ ସହାୟତା ଦେଲା କେନ୍ଦ୍ର:ମିଳିଲା ୧୦୨୩ କୋଟି

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ତିତ୍‌ଲି କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏନ୍‌ଡିଆର୍‌ଏଫ୍‌)ରୁ ଓଡ଼ିଶାକୁ ୧୦୨୩.୫୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ତିତ୍‌ଲିରେ ହୋଇଥିବା କ୍ଷୟକ୍ଷତି ଆକଳନ କରି ଭରଣା ପାଇଁ ୨୦୨୩.୨୩ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ମାତ୍ର କେନ୍ଦ୍ର ସରକାର ଏହାର ଅଧା ସହାୟତା ଅନୁମୋଦନ କରିଛନ୍ତି। 

ଡାକ୍ତରଙ୍କ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା: ରେଲ୍‌ଓ୍ବେ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର

ଡାକ୍ତରଙ୍କ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା: ରେଲ୍‌ଓ୍ବେ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର

ପୁରୀ ଅଫିସ,୧୮ା୧୨:  ରେଲ୍‌ଓ୍ବେ କ୍ବାର୍ଟର୍ସରେ ଜଣେ ଡାକ୍ତରଙ୍କ ସ୍ତ୍ରୀଙ୍କୁ ସୋମବାର ମଧ୍ୟାହ୍ନରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତା ହେଲେ ଡାକ୍ତର ସଞ୍ଜୀବ କୁମାର ସାହୁଙ୍କ ସ୍ତ୍ରୀ ସୁଜାତା ସାହୁ (୪୬)। 

ଶ୍ରୀକ୍ଷେତ୍ର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା ମଣିପୁରର ଥାଙ୍ଗ୍‌ ଟା

ଶ୍ରୀକ୍ଷେତ୍ର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା ମଣିପୁରର ଥାଙ୍ଗ୍‌ ଟା

ପୁରୀ ଅଫିସ,୧୮ା୧୨: ଶରଧାବାଲିସ୍ଥତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ଷୋଡ଼ଶ ଶ୍ରୀକ୍ଷେତ୍ର ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଜାଗା ଆଖଡା ସଙ୍ଗୀତରୁ ଆରମ୍ଭ ହୋଇଥିଲା ଏହି ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ। ଜୀବନାନନ୍ଦ ଦାଶ ଓ ପ୍ରକାଶ କୁମାର ରଥ ସଙ୍ଗୀତ ପରିବେଷଣ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ଜଗନ୍ନାଥ ମିଶ୍ର, ସଞ୍ଜୟ କୁମାର ପାତ୍ର, ଚନ୍ଦନ କୁମାର ଦାଶ ଏବଂ ରବିନାରାୟଣ ରଥ ସହଯୋଗ କରିଥିଲେ। 

ହୃଦରୋଗ ପୀଡିତ ଶିଶୁଙ୍କୁ ଭେଟିଲେ ନବୀନ

ହୃଦରୋଗ ପୀଡିତ ଶିଶୁଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହମ୍ମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲରେ ସୋମବାର ହୃଦରୋଗ ପୀଡିତ ଶିଶୁମାନଙ୍କୁ ଭେଟିଛନ୍ତି।

ମହାବିଦ୍ୟାଳୟସ୍ତରୀୟ କବାଡ଼ି ପ୍ରତିଯୋଗିତା

ମହାବିଦ୍ୟାଳୟସ୍ତରୀୟ କବାଡ଼ି ପ୍ରତିଯୋଗିତା

ସାକ୍ଷୀଗୋପାଳ, ୧୬।୧୮(ଡି.ଏନ୍‌.ଏ.)-ସତ୍ୟବାଦୀର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ପରିସରରେ ସୋମବାର ମହାବିଦ୍ୟାଳୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 

କଣ୍ଟାପଡା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

କଣ୍ଟାପଡା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

କଣ୍ଟାପଡା,୧୭।୧୨(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ କଣ୍ଟାପଡା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ପିଠା କାର୍ଯ୍ୟକ୍ରମ ସୋମବାର ଆୟୋଜିତ ହୋଇଯାଇଛି।

ଚାଷୀ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କୁ ଘେରିବ ବିଜେଡି, ୮ରେ ଦିଲ୍ଲୀ ଅଭିଯାନ

ଚାଷୀ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କୁ ଘେରିବ ବିଜେଡି, ୮ରେ ଦିଲ୍ଲୀ ଅଭିଯାନ

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ଚାଷୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବ ବିଜେଡି। ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଜାନୁଆରୀ ୮ରେ ସଂସଦ ସାମ୍ନାରେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଖୋର୍ଦ୍ଧା ଅଫିସ୍‌, ୧୭।୧୨: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ଖୋର୍ଦ୍ଧାସ୍ଥିତ ବାସଭବନରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।