Dharitri News
ମେଟ୍ରୋ |

ଏନଏସ୍‌ଏରେ ବୁକ୍‌ ହେଲେ ନକୁଳ: ଜେଲ୍‌ରେ ରହିବେ ୧ ବର୍ଷ

ଏନଏସ୍‌ଏରେ ବୁକ୍‌ ହେଲେ ନକୁଳ: ଜେଲ୍‌ରେ ରହିବେ ୧ ବର୍ଷ ଭୁବନେଶ୍ୱର, ୧୭।୧୨(ବ୍ୟୁରୋ)- ସମ୍‌ ହସ୍ପିଟାଲର ବାଉନ୍‌ସର ପବିତ୍ର ସେଠୀଙ୍କୁ ଗୁଳିମାଡ ଘଟଣାର ମାଷ୍ଟରମାଇଣ୍ଡ ନକୁଳ ମାହାକୁଡଙ୍କୁ କମିଶନରେଟ ପୋଲିସ ରବିବାର ଏନ୍‌ଏସ୍‌ଏ(ଜାତୀୟ ନିରାପତ୍ତା ଆଇନ)ରେ ବୁକ୍‌ କରିଛି। ଆଇନ ଅନୁସାରେ ନକୁଳ ସର୍ବାଧିକ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ। ସୂଚନା ମୁତାବକ, ନକୁଳଙ୍କ ଘର ଚନ୍ଦକା ଥାନା ଅନ୍ତର୍ଗତ ମଳିପଡା ଅଞ୍ଚଳରେ। ନକୁଳଙ୍କ ନଁ।ରେ ଏକାଧିକ ମାମଲା ରହିଥିବାରୁ ପୋଲିସ ତାଙ୍କୁ ଏନ୍‌ଏସ୍‌ଏରେ ବୁକ୍‌ କରିଥିବା ଜଣାପଡିଛି। ଖଣ୍ଡଗିରି ଥାନାରେ ନକୁଳଙ୍କ ନଁ।ରେ ୮ଟି ଓ ଚନ୍ଦକା ଥାନାରେ ୬ଟି ମାମଲା ରହିଥିବା ପୋଲିସ କହିଛି। ବିଲ୍ଡର ଓ ଠିକାଦାରଙ୍କୁ ବନ୍ଧୁକ ଦେଖାଇ ବଟି ମାଗିବାଠାରୁ ଆରମ୍ଭ କରି ବନ୍ଧୁକ ବେପାର ଭଳି ସଙ୍ଗୀନ ମାମଲା ନକୁଳଙ୍କ ନଁାରେ ରହିଛି। ଯଦି ତାଙ୍କୁ ଜାମିନ ମିଳେ, ତବେ ସେ ପୁଣି ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବା ଆଶଙ୍କା ଥିବାରୁ ପୋଲିସ ତାଙ୍କୁ ଏନଏସ୍‌ଏରେ ବୁକ୍‌ କରିଛି। ସୂଚନାଯୋଗ୍ୟ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ନଭେମ୍ବର ୧୭ ତାରିଖ ରାତିରେ ସମ୍‌ ହସ୍ପିଟାଲର ବାଉନ୍ସର ପବିତ୍ର ସେଠ୍‌ୀକୁ ସଁପୁର ଗ୍ରାମରେ ନକୁଳ ଓ ତାଙ୍କ ଦୁଇ ସହଯୋଗୀ ଗୁଳି ମାଡ କରି ଫେରାର ହୋଇଯାଇଥିଲେ। ପୋଲିସ ନକୁଳଙ୍କୁ ଧରିବା ପାଇଁ ଚଢଉ ଜାରି ରଖିଥିବା ବେଳେ ସେ ପୋଲିସକୁ ଚକମା ଦେଇ ଭୁବନେଶ୍ୱର କୋର୍ଟରେ ତାଙ୍କ ଓକିଲ ମାଧ୍ୟମରେ ଆତ୍ମସମର୍ପଣ କରିଥିଲେ। ଏହି ଗୁଳି ମାଡ ଘଟଣାରେ ସମ୍ପୃକ୍ତ ଥିବା ନକୁଳଙ୍କ ଆଉ ୨ ସହଯୋଗୀଙ୍କୁ ପୋଲିସ ଏଯାଏ ଗିରଫ କରିପାରି ନାହିଁ। ଏହାସହ ଗୁଳିମାଡରେ ବ୍ୟବହୃତ ବନ୍ଧୁକକୁ ମଧ୍ୟ ପୋଲିସ ଜବତ କରି ପାରିନାହିଁ।

ମେଟ୍ରୋ |

୪୪୦୭.୭୩ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି

୪୪୦୭.୭୩ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି

କଟକ ଅଫିସ,୨୧।୧: ୮ ଜିଲାରେ ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷ ରୋକାଯିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୨୦୧୭ -୧୮ ବର୍ଷରେ ୪୪୦୭.୭୩ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଏ ନେଇ ରବିବାର ପୋଲିସ ମହାନିର୍ଦ୍ଦେଶକ ଡ. ଆର ପି ଶର୍ମା ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଚମ୍ପୁ ୨୫୦ ବର୍ଷର ପ୍ରାଚୀନ ସୃଷ୍ଟି

ଚମ୍ପୁ ୨୫୦ ବର୍ଷର ପ୍ରାଚୀନ ସୃଷ୍ଟି

ସାାକ୍ଷୀଗୋପାଳ, ୨୧।୧(ଡି.ଏନ.ଏ.): ପୁରୀ ଜିଲା ସତ୍ୟବଦୀର ବୀରଗୋବିନ୍ଦପୁର ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପରିସରରେ ରବିବାର ଓଡ଼ିଶୀ ସଙ୍ଗିତରେ ଚମ୍ପୁର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଶୀ ସଙ୍ଗିତ ଗୁରୁ ରାମହରି ଦାସ ଅଧ୍ୟକ୍ଷତା କରିଥିଲେ।

ଗ୍ରାମବସୀଙ୍କ ଗଣଧାରଣା

ଗ୍ରାମବସୀଙ୍କ ଗଣଧାରଣା

ବ୍ରହ୍ମଗିରି,୨୧।୧(ଡି.ଏନ୍‌.ଏ): ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ରେଣ୍ଢା ଗ୍ରାମବସୀଙ୍କ ପକ୍ଷରୁ ପୁରୀ-ବ୍ରହ୍ମଗିରି ଜାତୀୟ ରାଜପଥରେ ରବିବାର ଗଣଧାରଣା ଦିଆଯାଇଛି।

ଅର୍ଥ ତୋସରପାତ: ବିଡିଓ, ଯନ୍ତ୍ରୀଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୦।୧- ଗ୍ରାମ ସଡ଼କ ନିର୍ମାଣ କ୍ଷେତ୍ରରେ ଦୁର୍ନୀତି। ୧କୋଟି ୩୨ଲକ୍ଷ ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନ କରି ବିଭାଗ ପକ୍ଷରୁ କରାଯାଇ ୪୨ଲକ୍ଷ ଟଙ୍କା ତୋସରପାତ କରାଯାଇଛି। ଏହି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ସୁନ୍ଦରଗଡ ଜିଲାର ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଓ ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଶନିବାର ଗିରଫ କରାଯାଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧- ଅଦାଲତ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କଲେ ମାମଲାର ତଦନ୍ତ ଅଧିକାରୀ ପୁରସ୍କୃତ ହେବେ। ଓଡିଶା ପୋଲିସ ପକ୍ଷରୁ ଏଭଳି ଅଭିନବ ଯୋଜନା ଶନିବାର କାର୍ଯ୍ୟକାରୀ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ୨୪ ଜଣ ପୋଲିସ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ନିର୍ଝର ହତ୍ୟାକାଣ୍ଡ: ଭାବୀପତ୍ନୀଙ୍କୁ ପଚରାଉଚରା କରିବ ପୋଲିସ

କଟକ ଅଫିସ, ୨୦।୧- ଚୌଦ୍ୱାର କପାଳେଶ୍ୱରର ଲିଟିଲ ଓରଫ ନିର୍ଝର ବେହେରା ହତ୍ୟା ମାମଲାରେ ପୋଲିସ ନିର୍ଝରଙ୍କ ଭାବୀପତ୍ନୀଙ୍କୁ ପଚରାଉଚରା କରିବ। ଅନ୍ୟପକ୍ଷରେ ଅଭିଯୁକ୍ତ ସମ୍ବିତ କୁମାର ସେନାପତିଙ୍କୁ ଶନିବାର ସାଲେପୁର ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସହରାଞ୍ଚଳ ବସ୍‌ ସେବା: ଗଠନ ହେବ ସିଆରୟୁଟି

ଭୁବନେଶ୍ୱର,୨୦।୧(ବ୍ୟୁରୋ)-ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଲିମିଟେଡ(ବିପିଟିଏସଏଲ) ସହିତ କଟକ ଟ୍ରାନ୍ସପୋର୍ଟ ସର୍ଭିସ୍‌ର ବିଲୟ ହେବ। ଉଭୟ ସଂସ୍ଥାର ବିଲୟ ହୋଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(ସିଆରୟୁଟି) ନାମରେ ନୂତନ ପରିବହନ ସଂସ୍ଥା ଗଠନ ହେବ। ଏହି ସଂସ୍ଥା କଟକ, ଭୁବନେଶ୍ୱର, ପୁରୀ ଓ କୋଣାର୍କ ଅଞ୍ଚଳରେ ଜନସାଧାରଣଙ୍କୁ ବସ ସେବା ଯୋଗାଇ ଦେବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁମୋଦନ କରିଛନ୍ତି।

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଖୋର୍ଦ୍ଧା ଅଫିସ,୨୦।୧: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନିରାକାରପୁର ଥାନା ହରିପୁର ଉଗ୍ରତାରା ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟାକାରୀ ହେଉଛନ୍ତି ଅଞ୍ଜଳିଙ୍କ ପଡ଼ିଶା ଘରର ଜ୍ୱାଇଁ କୁନୁ ଜେନା(୨୨)।

ବୈଧ ହେବ ସମୁଦ୍ରକୂଳର ବେଆଇନ କୋଠା

ବୈଧ ହେବ ସମୁଦ୍ରକୂଳର ବେଆଇନ କୋଠା

ପୁରୀ ଅଫିସ, ୨୦।୧: ଅନୁମୋଦିତ ଗୃହ ନିର୍ମାଣ ନକ୍ସା ଉଲ୍ଲଂଘନ କରି ସମୁଦ୍ରକୂଳରେ ତିଆରି ହୋଇଥିବା କୋଠାଗୁଡିକ ସମ୍ପର୍କରେ ଓଡ଼ିଶା ପୌର ଆଇନ ଅନୁଯାୟୀ ପୁନଃର୍ବିଚାର କରିବାକୁ ପିକେଡିଏ ନିଷ୍ପତ୍ତି ନେଇଛି।

ଶ୍ରୀକ୍ଷେତ୍ର ଯୁବ ମହୋତ୍ସବ

ଶ୍ରୀକ୍ଷେତ୍ର ଯୁବ ମହୋତ୍ସବ

ପୁରୀ ଅଫିସ, ୨୦।୧: ଯୁବ ଶକ୍ତି ହେଉଛି ରାଷ୍ଟ୍ରଶକ୍ତି। ଯୁବକମାନେ ଜାଗ୍ରତ ହେଲେ ସମାଜର ବିକାଶ ହେବ। ନିଷ୍ଠା ଓ ଏକାଗ୍ରତା ସଫଳତା ଆଣିଦିଏ ବୋଲି ଦି ସିନର୍ଜି ଟ୍ରଷ୍ଟ ଆନୁକୂଲ୍ୟରେ ଶନିବାର ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚଠାରେ ଆୟୋଜିତ ୫ମ ଶ୍ରୀକ୍ଷେତ୍ର ଯୁବ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୋଲ ଇଣ୍ଡିଆର ନିର୍ଦ୍ଦେଶକ ବିଷ୍ଣୁ ଦାଶ କହିଛନ୍ତି।

ମଞ୍ଚରେ ସ୍ବାଭିମାନୀ ଶିକ୍ଷକଙ୍କ କଥା

ମଞ୍ଚରେ ସ୍ବାଭିମାନୀ ଶିକ୍ଷକଙ୍କ କଥା

ପୁରୀ ଅଫିସ, ୨୦।୧: ସାମ୍ପ୍ରତିକ ସମାଜରେ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି। ତଥାପି ଏମିତି କେତେଜଣ ଶିକ୍ଷକ ଅଛନ୍ତି ଯେଉଁମାନେ ଶିକ୍ଷାଦାନକୁ ନିଜ ବ୍ରତ ବୋଲି ଭାବିଛନ୍ତି। ସେମାନଙ୍କର ଗୋଟିଏ ଲକ୍ଷ୍ୟ ତାଙ୍କ ପରିଶ୍ରମର ଫଳ ରହୁ।

ମହାପ୍ରଭୁଙ୍କ ପଦ୍ମବେଶ

ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ ଅଫିସ, ୨୦।୧: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କ ଅତୀବ ରମଣୀୟ ପଦ୍ମବେଶ ଅନୁଷ୍ଠିତ ହୋଇଛି। ବଡ଼ସିଂହାର ନୀତିରେ ଠାକୁରଙ୍କ ଏହି ବେଶ କରାଯାଇଥିଲା।